ମୁମ୍ବାଇ: ମହଙ୍ଗା ହେବ ମୋବାଇଲରେ ଗପିବା, ବଢ଼ିବ ଇଣ୍ଟରନେଟ୍ ବ୍ରାଉଜିଂ ଚାର୍ଜ । ଆସନ୍ତା ୩ ତାରିଖରୁ ଭୋଡାଫୋନ ଆଇଡିଆ ସହ ଏୟାରଟେଲ ଟାରିଫ୍ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଡିସେମ୍ବର ୩ ତାରିଖ ମଧ୍ୟରାତ୍ରିରୁ ନୂଆ ଦର ଲାଗୁ ହେବ । ଏଥିସହ ଉଭୟ କମ୍ପାନୀ ସ୍ୱଳ୍ପ ଓ ଦୀର୍ଘ ଅବଧିର ନୂଆ ପ୍ଲାନ୍ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଜିଓ ମଧ୍ୟ ଟାରିଫ ପ୍ଲାନ୍ ବୃଦ୍ଧି କରିସାରିଛି ।
ଭୋଡାଫୋନ୍ ଆଇଡିଆ ୨ ଦିନିଆ, ୨୮ ଦିନିଆ, ୮୪ ଦିନିଆ, ୩୬୫ ଦିନିଆ ବୈଧତା ପ୍ୟାକ ଆଣିଛି । ଏହି ନୂଆ ପ୍ଲାନ୍ ପୁରୁଣା ପ୍ୟାକ୍ ଅପେକ୍ଷା ପ୍ରାୟ ୪୩ ପ୍ରତିଶତ ମହଙ୍ଗା ହେବ । ଏଥିସହ କମ୍ପାନୀ ୪୯ ଟଙ୍କାରେ ୩୮ ଟଙ୍କାର ଟକଟାଇମ୍ ସହ ୧୦୦ ଏମବି ଡାଟା ଦେବ । ୨୮ ଦିନିଆ ଭ୍ୟାଲିଡିଟି ଏହି ପ୍ୟାକରେ ପ୍ରତି ସେକେଣ୍ଡ କଲ୍ ପ୍ରତି ୨.୫ ଦେବାକୁ ପଡ଼ିବ । ସେହିଭଳି ୨୮ ଦିନ ପାଇଁ ୧୪୯ ଟଙ୍କାରେ କମ୍ପାନୀ ନେଟୱର୍କରେ ଅନଲିମିଟେଡ୍ କଲ୍ ଦେବ । ଅନ୍ୟ ନେଟୱର୍କକୁ ୧ ହଜାର ମିନିଟ୍ ଏଫୟୁପି ମିଳିବ ।

ସେହିଭଳି ଭାରତୀ ଏୟାରଟେଲ୍ ମଧ୍ୟ ତାର ଡାଟା ଓ କଲ ରେଟରେ ବୃଦ୍ଧି ନେଇ ଘୋଷଣା କରିଛି । ଭୋଡାଫୋନ୍ ଆଇଡିଆ ଭଳି ଏୟାରଟେଲ ୨ ଦିନିଆ, ୨୮ ଦିନିଆ, ୮୪ ଦିନିଆ, ୩୬୫ ଦିନିଆ ବୈଧତା ପ୍ୟାକ ରଖିଛି । ଜିଓ ଗତ ଅକ୍ଟୋବର ୧୦ରେ ଟାରିଫ୍ ପ୍ଲାନ କରିଥିଲା ।
ଏକମାତ୍ର କମ୍ପାନୀ ଭାବେ ବର୍ତ୍ତମାନ ବିଏସଏନଏଲ ଟାରିଫ ବୃଦ୍ଧି କରିନାହିଁ । ଯଦି ଆପଣ ୩ ତାରିଖ ପୂର୍ବରୁ ରିଚାର୍ଜ କରି ନେଉଛନ୍ତି ତେବେ, ପୂର୍ବ ପ୍ୟାକର ସୁବିଧା ପାଇପାରିବେ ।





କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ତୁର୍କୀରୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯାଇଛି । ଏହି ପିଆଜ ଭାରତରେ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ସୁଦ୍ଧା ପହଞ୍ଚିବ । ସେହିଭଳି ଇଜିପ୍ଟରୁ ମଧ୍ୟ ସରକାର ବଡ଼ ପରିମାଣର ପିଆଜ ଆମଦାନୀ କରିଛନ୍ତି ।
ଇଜିପ୍ଟରୁ ୬୦୯୦ ମେଟ୍ରିକ ପିଆଜ୍ ଆସୁଛି । ଏହା ଚଳିତମାସ ୧୫ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ । ଏହା ବାଦ୍ ଇଜିପ୍ଟରୁ ଆଉ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯିବ । ବିଦେଶରୁ ପିଆଜ ଆମଦାନୀ ପରେ ଭାରତୀୟ ବଜାରରେ ଦର କମିବ ବୋଲି କୁହାଯାଉଛି ।
ପୁରୁଣା ଷ୍ଟକ୍ ବର୍ତ୍ତମାନ ଶେଷ ହେବା ଉପରେ । ଆଉ ଗୁଜରାଟ ଓ ନାସିକରେ ହୋଇଥିବା ନୂଆ ପିଆଜ ୧୫ ଜାନୁଆରୀ ପରେ ଉତ୍ପାଦନ ହେବ । ଏହା ବଜାରକୁ ଆସିଲା ପରେ ବଢ଼ିଥିବା ଦର ଗିରିବା ନେଇ ଆଶା କରାଯାଉଛି ।
ଅନ୍ୟମାନଙ୍କ ମଧ୍ୟରେ ଭବପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ କୁଳମଣି ନାୟକ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, ପ୍ରଦୀପ ନାୟକ, ପ୍ରକାଶ ତ୍ରିପାଠୀ, ଦିଲୀପ ଜେନା, ପରେଶ ବିଶ୍ୱାଳ, ସମାଜସେବୀ ରମଣୀ ରଞ୍ଜନ ରାଉତ, ଗଣେଶ ଚନ୍ଦ୍ର ମହାକୁଡ଼, ସିଦ୍ଧାର୍ଥ ଶଙ୍କର ଦାସ, ଚିତ୍ତରଞ୍ଜନ ବେହୁରିଆ, ବ୍ୟାସଦେବ ରାଉତ, ମଳୟ କୁମାର ପଣ୍ଡା, ପଙ୍କଜ ଧଳ, ଧର୍ମେନ୍ଦ୍ର ନାୟକ, ହୀରଣ୍ୟମୟ ମହାପାତ୍ର, ଦୀପକ ଚାନ୍ଦ, ଦିବ୍ୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୫୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲାରେ ଥାଲେସମିଆ ରୋଗରେ ଯେଭଳି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ ଦୀର୍ଘ ବର୍ଷ ଧରି ରକ୍ତଦାନ ଶିବିର ଆୟୋଜତି ହୋଇ ଆସୁଛି । ବିଧାୟକ ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆଜିଠାରୁ ସାରା ରାଜ୍ୟରେ ଟ୍ରାଫିକ୍ ନିୟମକୁ ଜୋରଦାର କରାଯିବା ସହ ଚେକିଂ ହେଉଛି । ଚେକିଂ ବେଳେ ହେଲମେଟ ନ ପିନ୍ଧି ଫୋନରେ ଗପି ଗାଡ଼ି ଚଲାଉଥିବା ଜଣେ ସ୍କୁଲ ଛାତ୍ର ଧରାପଡ଼ିଛନ୍ତି । କଟକ ଟ୍ରାଫିକ୍ ପୋଲିସ ଲିଙ୍କ୍ ରୋଡରୁ ଛାତ୍ର ଜଣଙ୍କୁ ଧରିଛି । ସେ ତାଙ୍କ ବାପାଙ୍କ ନାଁରେ ଥିବା ଗାଡ଼ିକୁ ବିନା ହେଲମେଟର ଚଲାଇବା ସହ ଫୋନରେ ଗପୁଥିଲେ ।
୧୮ ବର୍ଷରୁ କମ୍ ନାବାଳକ, ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଲାଇବା ବେଳେ ଫୋନରେ ଗପିବା ପାଇଁ ପାଇଁ ପୋଲିସ ୬୦୦୦ ଟଙ୍କା ଫାଇନ୍ କାଟିଛି । ଏଥିସହ ସହରର ଲିଙ୍କ୍ ରୋଡ, ମାଲଗୋଦାମ, ବାଦାମବାଡ଼ି ଭଳି ମୁଖ୍ୟ ସ୍ଥାନରେ ଯାଞ୍ଚ କରାଯାଉଛି । ମଧ୍ୟାହ୍ନ ସୁଦ୍ଧା ଟ୍ରାଫିକ୍ ନିୟମ ଭାଙ୍ଗି ସହରରେ ୪୦ରୁ ଅଧିକ ବ୍ୟକ୍ତି ଫାଇନ୍ ଗଣିଛନ୍ତି ।

