spot_img
Home Blog Page 7629

ନୂଆ ମୋଟର ଯାନ ଆଇନରେ ସବୁଠୁ ବଡ଼ ଫାଇନ୍, ୨ କୋଟିର ଗାଡ଼ିକୁ ୧୦ ଲକ୍ଷ ଜରିମାନା

0

ଅହମଦାବାଦ: ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ସବୁଠୁ ଅଧିକ ଫାଇନ୍ । ସମସ୍ତଙ୍କୁ ହତଚକିତ କଲା ଭଳି ମୋଟା ଅଙ୍କର ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ । ଗୁଜରାଟ ପଶ୍ଚିମ ଅହମଦାବାଦରେ ଏହି ବଡ଼ ପରିମାଣର ଚାଲାଣ କଟାଯାଇଛି । ଦାମୀ ଗାଡ଼ିଟି ନମ୍ବର ପ୍ଲେଟ୍ ନଥିବାବେଳେ ଚାଳକଙ୍କ ପାଖେ ଗାଡ଼ି ସମ୍ବନ୍ଧୀୟ କୌଣସି କାଗଜପତ୍ର ହିଁ ନଥିଲା ।ଫଳରେ ସ୍ପୋର୍ଟ୍ସ କାର୍ ଉପରେ ୯ ଲକ୍ଷ ୮୦ ହଜାର ଟଙ୍କା ଫାଇନ୍ ପଡ଼ିଛି । ନିୟମିତ ଚେକିଂ ବେଳେ ପିଏସଆଇ ଏମବି ବିର୍ଜାଙ୍କ ହାବୁଡ଼ରେ ପଡ଼ିଥିଲା ଏହି ଦାମୀ କାର । ୨ କୋଟି ଟଙ୍କାର ପୋର୍ସ ୯୧୧କାରଟି ପଶ୍ଚିମ ଅହମଦାବାଦର ସିନ୍ଧୁ ଭବନ ରୋଡରେ ଧରାପଡ଼ିଥିଲା ।ଅହମଦାବାଦ ପୋଲିସ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିଛିଦିନ ମଧ୍ୟରେ ଅହମଦାବାଦ ପୋଲିସ ଏମିତି ୧୦ ବିଳାସମୟ କାରର ଚାଲାଣ କାଟିଛି । ପୋଲିସ ପୋର୍ସ ୯୧୧ କାରକୁ ଜବତ କରିଥିବା ବେଳେ ଚାଳକ ଏଯାଏଁ ଜରିମାନା ଦେଇନଥିବା ଜଣାପଡ଼ିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଝାଡ଼ଖଣ୍ଡରେ ଲାଲ୍ ହିଂସା

0

ଝାଡ଼ଖଣ୍ଡ: କଡ଼ା ସୁରକ୍ଷା ବଳୟ ଭିତରେ ଝାଡ଼ଖଣ୍ଡରେ ଚାଲିଛି ବିଧାନସଭା ନିର୍ବାଚନ । ୧୩ଟି ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି । କଡ଼ା ସୁରକ୍ଷାକୁ ଭେଦି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ଗୁମଲା ଜିଲ୍ଲାର ବିଷ୍ଣୁପୁରରେ ମାଓବାଦୀ ଏକ ବ୍ରିଜକୁ ଲ୍ୟାଣ୍ଡମାଇନ୍ ଲଗାଇ ଉଡ଼ାଇ ଦେଇଛନ୍ତି । ତେବେ, ଏଥିରେ କେହି ମୃତାହତ ହୋଇନଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର ଶଶୀ ରଞ୍ଜନ । ମତଦାନ ଠିକ୍ ଠାକ୍ ଚାଲିଛି । ଏହାଦ୍ୱାରା ମତଦାନ ପ୍ରଭାବିତ ହେବନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମାଓ ଅଧ୍ୟୁଷିତ ୧୩ଟି ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏଥିରେ ୧୫୦୦ ଅତି ସମ୍ବେଦନଶୀଳ ବୁଥ୍ ରହିଛି । ବୁଥରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ ହେଲିକପ୍ଟର ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ତନଖି କରାଯାଉଥିବା ଏଡିଜି ମୁରାରୀ ଲାଲ୍ ମୀନା ସୂଚନା ଦେଇଛନ୍ତି ।

ବକାସୁରର ମୁହଁ ପୋଡ଼ିଗଲା; କେଉଁଠି, କେତେବେଳେ, କେମିତି ? ଦେଖନ୍ତୁ ଭିଡିଓ

0

ଦିଗପହଣ୍ଡି: ଗାଁ ଦାଣ୍ଡରେ ନାଟକ ଚାଲିଥିଲା । ସମସ୍ତେ ଖୁସିରେ ଉପଭୋଗ କରୁଥିଲେ ପୌରାଣିକ କଥାବସ୍ତୁ । ମହାଭାରତର ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ । ନିଆଁ ସହ ପାରଦର୍ଶିତା ଦେଖାଉଥିଲେ ପୌରାଣିକ ଚରିତ୍ରରେ ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣଙ୍କ । ହେଲେ ହଠାତ୍ ନିଆଁ ଉପରକୁ ନଯାଇ ତାଙ୍କ ମୁହଁରେ ଲାଗି ଯାଇଥିଲା ।ଫଳରେ ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ମଞ୍ଚ ଛାଡ଼ି ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ତୁରନ୍ତ ମୁହଁରୁ ମୁଖା ଖୋଲିବା ସହ ବୋଳା ଯାଇଥିବା ରସାୟନିକ ରଙ୍ଗକୁ କାଢ଼ିଥିଲେ । ଏଥିରେ ତାଙ୍କ ପାଟି ପୋଡ଼ି ଯାଇଥିଲା । ତୁରନ୍ତ ଯାତ୍ରା କମିଟ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଅଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର । କାର୍ତ୍ତିକ ପୂର୍ଣ୍ଣିମା ପରେ ୩ ଦିନ ଧରି ସିଙ୍ଗିପୁରରେ ଠାକୁରାଣୀ ଯାତ୍ରା ହୁଏ । ଏଥିରେ ପ୍ରଦର୍ଶିତ ହୁଏ ବିଭିନ୍ନ ପୌରାଣିକ କଥାବସ୍ତୁ । ଚଳିତ ଥର ମହାଭାରତ ନାଟକ ପରିବେଷଣ ହେଉଥିଲା ।

ହେଲେ, କୌଣସି ସତର୍କତା ଅବଲମ୍ବନ ନକରି ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ନିଆଁ ସହ ଷ୍ଟଣ୍ଟ ଦେଉଥିଲେ । ଆଉ ମୁହଁରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ଅଧା ପୋଡ଼ା ଶବ ନିକଟରୁ ମିଳିଳା ଆଉ ଏକ ଅର୍ଦ୍ଧ ଦଗ୍ଧ ମୃତଦେହ

ହାଇଦ୍ରାବାଦ: ଗୋଟିଏ ରାତି, ଛାତି ଥରାଇଲା ଭଳି ୨ଟି ଘଟଣା । ଯାହାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ । ଗୋଟିଏ ରାତିରେ ଦୁର୍ବୃତ୍ତ ଦୁଇ ଦୁଇ ଜଣଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଛନ୍ତି । ପଶୁ ଡାକ୍ତରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ସ୍ଥାନର କିଛି ଦୂରରୁ ପୁଣି ଆଉ ଜଣେ ମହିଳାଙ୍କ ଅଧା ପୋଡ଼ା ଶବ ମିଳିଛି ।ଅଧା ପୋଡ଼ା ମୃତଦେହ ମିଳିବା ନେଇ ସାଇବରାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସମଶାବାଦ ଥାନା ସିଡଡୁଲାଗଟ୍ଟା ରୋଡ୍ ନିକଟରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ପରିଚୟ ଜଣାପଡ଼ିନାହିଁ । ତାଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଏହା ପୂର୍ବରୁ ୨୭ ବର୍ଷୀୟ ପଶୁ ଚିକିତ୍ସକଙ୍କ ଅଧା ପୋଡ଼ା ମୃତଦେହ ଟୋଲ୍ ପ୍ଲାଜା ନିକଟରୁ ମିଳିଥିଲା । ପଢ଼ନ୍ତୁ ପୂରା ଘଟଣା…

https://nandighoshatv.comburnt-body-of-woman-veterinary-doctor-found-two-suspects-detained/

ଡାକ୍ତରାଣୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭର ଅଛନ୍ତି । ଟୋଲ ପ୍ଲାଜା ନିକଟରେ ଡାକ୍ତରାଣୀ ତାଙ୍କ ସ୍କୁଟି ପାର୍କିଂ କରିଥିଲେ । ନିଶାରେ ମସଗୁଲ୍ ଥିବା ୪ ଜଣ ଯୋଜନା ଅନୁଯାୟୀ ସ୍କୁଟିକୁ ଲିକ୍ କରିଦେଇଥିଲେ । ପରେ ଟ୍ରକ୍ ଡ୍ରାଇଭର ଜଣଙ୍କ ସାହାଯ୍ୟ କରିବା ବାହାନାରେ ଟୋଲ୍ ପ୍ଲାଜା ନିକଟ ଏକ ପରିତ୍ୟକ୍ତ ଘରକୁ ନେଇ ଅନ୍ୟ ୩ ଜଣଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ । ଟୋଲ୍ ପ୍ଲାଜା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ପୋଲିସ ୪ ଜଣଙ୍କୁ ଗିରଫ କରିଛି ।