spot_img
Home Blog Page 7635

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଗୁଳିମାଡ଼

ଜଗତସିଂହପୁର: ବାଲିକୁଦା ଥାନା ଅଳାଭଳ ଗାଁରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ାରୁ ଗୁଳିମାଡ଼ ହୋଇଛି । ଏଥିରେ ବାଲିସାହି ଗାଁରେ ଦେବରାଜ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି ।ଦେବରାଜଙ୍କ ବାମ ଗୋଡ଼ ଜଂଘରେ ଗୁଳି ବାଜିଛି । ଦେବରାଜଙ୍କୁ ପ୍ରଥମେ ବାଲିକୁଦା ମେଡିକାଲ ପରେ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ଅବସ୍ଥା ବିଗିଡ଼ାବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ, ଗୋଷ୍ଠୀ ବିବାଦକୁ ନେଇ ଦୀର୍ଘ ଦିନରୁ ଶତ୍ରୁତା ଲାଗି ରହିଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି ଶତ୍ରୁତା ଉଗ୍ରରୂପ ନେଇଥିଲା । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବାଲିକୁଦା, ତେରତାଙ୍ଗ, ଅଳାଭର ଅଞ୍ଚଳରେ ଚଢ଼ାଉ କରିଛି ।

ଜଗତସିଂହପୁର: ବାଲିକୁଦା ଅଳାଭରରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ । ଦେବରାଜ ବିଶ୍ୱାଳ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଦେବରାଜଙ୍କ ବାମ ଗୋଡ଼ରେ ବାଜିଛି ଗୁଳି ।

ଜଗତସିଂହପୁର: ବାଲିକୁଦା ଅଳାଭରରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ । ଦେବରାଜ ବିଶ୍ୱାଳ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଦେବରାଜଙ୍କ ବାମ ଗୋଡ଼ରେ ବାଜିଛି ଗୁଳି ।

ନିଜକୁ କଣ୍ଠଶିଳ୍ପୀ ଅନୁରାଧାଙ୍କ ଝିଅ ବୋଲି ଦାବି କରି ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି

ମୁମ୍ବାଇ: ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ନାଁରେ ମାମଲା । କେରଳର ୪୫ ବର୍ଷୀୟ ମହିଳା କରମଳା ମୋଡେକ୍ସ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ତାଙ୍କ କହିବା କଥା ସେ ଅନୁରାଧାଙ୍କ ନିଜ ଝିଅ । ଜନ୍ମ ବେଳୁ ଭରଣପୋଷଣରେ ତାଙ୍କୁ ଅନୁରାଧା ଅବହେଳା କରିଛନ୍ତି । ଏଥିପାଇଁ କରମଳା କୋର୍ଟରେ ଦ୍ଵାରସ୍ଥ ହୋଇ ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।କରମଳା ମାତ୍ର ୪ ଦିନର ହୋଇଥିବା ବେଳେ ଅନୁରାଧା ଏବଂ ତାଙ୍କ ସ୍ୱାମୀ ଅରୁଣ ପୋଡୱାଲ ଲାଳନ ପାଳନ ପାଇଁ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେଇ ସେ ନିଜ କ୍ୟାରିୟରରେ ବ୍ୟସ୍ତ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି । ବଡ଼ ହୋଇ କରମଳା ଅନୁରାଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ଏନେଇ ଅନୁରାଧାଙ୍କର କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଜାନୁଆରୀ ୫ରୁ ୨୦ ଯାଏଁ ଖୋଲା ରହିବ ରାଜ ଭବନର ଉଦ୍ୟନ, ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଚଳିତବର୍ଷ ଜାନୁଆରୀ ୫ ତାରିଖରେ ଖୋଲିବ ରାଜଭବନର ଉଦ୍ୟନ । ଏ ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଜାନୁଆରୀ ୫ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ ରାଜଭବନ ପାର୍କ । ଛୁଟିଦିନ ସହିତ ପ୍ରତ୍ୟକ ଅପରାହ୍ନ ୨ଟା ୩୦ରୁ ୫ଟା ମଧ୍ୟରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରଛାତ୍ରୀମାନେ ଜାନୁଆରୀ ୬ ତାରିଖରୁ ୨୧ତାରିଖ ପର୍ଯନ୍ତ ରବିବାର ବ୍ୟତୀତ ପ୍ରତ୍ୟୋକ ସକାଳ ୮ଟା ୩୦ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ସେମାନେ ଅନୁରୋଧ ପତ୍ର ଦେବାକୁ କୁହାଯାଇଛି ।


ରାଜଭବନ ପକ୍ଷରୁ ‘ରାଜଭବନ ଓଡ଼ିଶା’ ନାଁରେ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ବ୍ୟବହାର କରି କ୍ୟୁଆର କୋଡ୍ ପ୍ରବେଶ ପତ୍ର ସେମାନଙ୍କ ସ୍ମାର୍ଟଫୋନରେ ପ୍ରସ୍ତତ କରିପାରିବେ । ଯାହାଫଳରେ ରାଜଭବନ ମୁଖ୍ୟ ଫାଟକରେ ସ୍କାନିଂ ଦ୍ୱାରା ଭିଡ଼ମୁକ୍ତ ହୋଇ ପ୍ରବେଶ କରିପାରିବେ । ଏହାସହିତ ରେଜିଷ୍ଟରରେ ହାତଦ୍ୱାରା ପ୍ରସ୍ତୁତ ପ୍ରବେଶ ପତ୍ର ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ । ରାଜ ଭବନ ମଧ୍ୟକୁ ଟିଫିନ୍ ବାକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ କ୍ୟାମେରା ଆଣିବାକୁ ବାରଣ କରାଯାଇଛି । ରାଜଭବନର ସବୁଜ ଲନ୍, ହରିଣ ଉଦ୍ୟାନ, ସଂଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍ ଏବଂ ପକ୍ଷୀ ଏନକ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ।

ଡିସେମ୍ବର ୧୪ ନବରଙ୍ଗପୁର ଦୁଷ୍କର୍ମ ଘଟଣା ମିଛ, ପୋଲିସ ଖୋଲିଲା ରହସ୍ୟ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗୁମୃଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ମିଛ । ଡିସେମ୍ବର ୧୪ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡ ପଛରେ ରହିଛି ଭିନ୍ନ କାରଣ । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର । ପୋଲିସ୍‌ କହିଛି ହତ୍ୟାରେ ସଂପୃକ୍ତ ଦୁଇ ଅଭିଯ଼ୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବଳି ମାଝୀ ଓ ଖାଡି ଭତରା ।

ଜଣଙ୍କ ଘର କୋଟପାଡ ଥାନା ପଖନାଗୁଡା ଗାଁରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ଗୁମଣ୍ଡଳୀରେ । ଘଟଣାର ମୁ୍ଖ୍ୟ ଅଭିଯ଼ୁକ୍ତ ହେଉଛି ବଳି ମାଝୀ । ଖାଡି ଭତରାର ବିବାହ ପ୍ରସ୍ତାବକୁ ନାବାଳିକା ମନା କରିବାରୁ ଏଥରେ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିଲା ଖାଡି ଭତରା । ସେପଟେ ଏସ୍‌ପି କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ।

୨ଦିନ ଯାଏଁ ବର୍ଷିବ, ୬ରୁ ଥରିବ

ଭୁବନେଶ୍ୱର: ପୌଷମାସରେ ଶ୍ରାବଣର ଚିତ୍ର । ରାଜଧାନୀ ଭୁବନେଶ୍ୱର ସମେତ ବର୍ଷାରେ ଭିଜିଲା ସାରା ରାଜ୍ୟ । କେଉଁଠି ଘଡଘଡି ସହ ବର୍ଷା ତ କେଉଁଠି ପ୍ରବଳ ବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଉପାନ୍ତରୁ ଉପକୂଳ ସବୁଠି ବର୍ଷାର ରାଜ୍‌ । ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ଜନଜୀବନ । ଦକ୍ଷିଣ ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟ ଟ୍ରପ୍‌ଲାଇନ୍‌ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, ଅନୁଗୁଳ, କଟକ ଏବଂ ଖୋର୍ଦ୍ଧାରେ ବିଜୁଳି ସହ ବର୍ଷା ହେବ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ।

୬ ତାରିଖ ବେଳକୁ ପାଗ ପରିବର୍ତ୍ତନ ହେବ । ମେଘମୁକ୍ତ ଆକାଶ ସାଙ୍ଗକୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଯିବ । ଫଳରେ ପୁଣି ଜାଡରେ ଥରିବ ଓଡ଼ିଶା । ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ କମିଯିବ । ରାତିର ତାପମାତ୍ରା ମଧ୍ୟ ଅହେତୁକ ଭାବରେ କମିଯିବାର ସମ୍ଭାବନା ରହିଛି । ପ୍ରବଳ ଶୀତ ସାଙ୍ଗକୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖିବାକୁ ମିଳିବ ।

ଅଦିନିଆ ବର୍ଷା ପରେ ପୁଣି ଆସିବ ଶୀତ । ହାଡ଼ଭଙ୍ଗା ଶୀତ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ରାଉରକେଲା: କେ.ବଲାଙ୍ଗ ଥାନା ଚୋରଧରା ନିକଟରେ ଦୁର୍ଘଟଣା । ଡମ୍ପର ଓଲଟି ୩ ଜଣଙ୍କ ମୃତ୍ୟୁ, ୨ ଆହତ । ଗୁରୁତର ଆହତ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି । ଡମ୍ପର ଡ୍ରାଇଭର ଓ ହେଲପର ଫେରାର୍ । ମୃତକମାନେ ମଞ୍ଚାବେଡ଼ା ଗାଁର ସୂଚନା ।

ରାଉରକେଲା: କେ.ବଲାଙ୍ଗ ଥାନା ଚୋରଧରା ନିକଟରେ ଦୁର୍ଘଟଣା । ଡମ୍ପର ଓଲଟି ୩ ଜଣଙ୍କ ମୃତ୍ୟୁ, ୨ ଆହତ । ଗୁରୁତର ଆହତ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି । ଡମ୍ପର ଡ୍ରାଇଭର ଓ ହେଲପର ଫେରାର୍ । ମୃତକମାନେ ମଞ୍ଚାବେଡ଼ା ଗାଁର ସୂଚନା ।

କଟକ: ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ବାନ୍ଧବୀଙ୍କୁ ଅଟକ ରଖି କମିଶନରେଟ୍ ପୋଲିସର ପଚରାଉଚରା । ବ୍ୟବସାୟୀଙ୍କୁ ଦାଦା ବଟି ମାଗିବା ଘଟଣାରେ ସମ୍ପୃକ୍ତ ଥିବା ସୂଚନା ।

କଟକ: ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ବାନ୍ଧବୀଙ୍କୁ ଅଟକ ରଖି କମିଶନରେଟ୍ ପୋଲିସର ପଚରାଉଚରା । ବ୍ୟବସାୟୀଙ୍କୁ ଦାଦା ବଟି ମାଗିବା ଘଟଣାରେ ସମ୍ପୃକ୍ତ ଥିବା ସୂଚନା ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ଏସବିଆଇରେ ୮୦୦୦ ଜୁନିୟର ଆସୋସିଏଟ୍ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଜିଠୁ ଚାକିରି ଆଶାୟୀ ଅନ-ଲାଇନରେ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀ ୨୬ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ । ତେବେ, ଆବେଦନକାରୀ କେବଳ ଗୋଟିଏ ରାଜ୍ୟ ପାଇଁ ଆବେଦନ କରିପାରିବେ ।

ଆଜିଠୁ ୨୬ ଜାନୁଆରୀ ଯାଏଁ ଆବେଦନ କରିହେବ । ତେବେ, ଆବେଦନ ପରେ ଏସବିଆଇର ନୋଟିସ ଅନୁସାରେ ଏହି ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ୨୦୨୦ସୁଧା ସରିବ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୧୯ ମାର୍ଚ୍ଚ ୨୦୨୦ ସୁଧା ସରିବା ନେଇ ସମ୍ଭାବନା ରହିଛି ।

ପରୀକ୍ଷାର୍ଥୀଙ୍କ ପାଖରେ କୌଣସି ବି ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟ ଉପରେ ସ୍ନାତକୋତ୍ତର ଥିବା ଦରକାର । ପାର୍ଥୀଙ୍କ ବୟସ ୧ଜାନୁଆରୀ ୨୦୨୦ ସୁଧା ୨୦ ବର୍ଷରୁ  ଅଧିକ ଏବଂ ୨୮ବର୍ଷରୁ କମ ରହିବା ଆବଶ୍ୟକ ।

ତେବେ, ପରୀକ୍ଷା ପାଇଁ ସାଧାରଣ, ଓବିସି, ଆର୍ଥିକ ପଛୁଆ ବର୍ଗର ଆବେଦନକାରୀ ୭୫୦ଟଙ୍କା ଲେଖାଏଁ ପରୀକ୍ଷା ଶୁଳ୍କ ଦେବାକୁ ପଡ଼ିବ ।

ଅନଲାଇନ ଆବେଦନ କରିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ: https://ibpsonline.ibps.in/sbijassdec19/

ସତର୍କ ହୁଅନ୍ତୁ, ଚାକିରି ଖାଉଛି ମାନ୍ଦାବସ୍ଥା

ସତ ହେବ କି ଜ୍ୟୋତିଷଙ୍କ ଭବିଷ୍ୟବାଣୀ ? ତୃତୀୟ ବିଶ୍ୱଯୁଦ୍ଧକୁ ସାମ୍ନା କରିବ କି ବିଶ୍ୱ ?

୨୦୨୦ ବିଶ୍ୱ ପାଇଁ ମଙ୍ଗଳକର ହେବନାହିଁ ବୋଲି ଅନେକ ଭବିଷ୍ୟବକ୍ତା ଆକଳନ କରିଥିଲେ । ବିଶ୍ୱରେ ହିଂସା ବଢ଼ିବା ସହ ଦେଶ ଦେଶ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ । ମାନବ ସମାଜ ପାଇଁ ବିଧ୍ୱଂସକ ବର୍ଷ ହେବ । ୨୦୨୦ ପାଇଁ ଭବିଷ୍ୟବକ୍ତ।ଙ୍କ ଏହି ଆକଳନର ଆଭାସ ବର୍ଷ ଆରମ୍ଭରୁ ମିଳିଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଏହି ଆକଳନ ସତ ହେବ ବୋଲି ଅନେକ ବିଶ୍ୱାସ କରୁଛନ୍ତି । ଏଭଳି ଉତ୍ତେଜନାମୂଳକ ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧ ଆସିଗଲା ବୋଲି ଅନେକ ଟ୍ୱିଟର ବ୍ୟବହାରକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଏନେଇ ସେମାନେ ନିଜର ମନୋଭାବ ବ୍ୟକ୍ତ କରିବାକୁ ଲାଗିଲେଣି । ବିଶ୍ୱଯୁଦ୍ଧ-୩ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

ଆମେରିକା-ଇରାନ୍ ମୁହାଁମୁହିଁ

ବାଗଦାଦ୍‌ ବିମାନବନ୍ଦର ଉପରେ ଆମେରିକାର ଅଚାନକ ଏୟାର ଷ୍ଟ୍ର।ଇକ୍‌ । ଏହି ଏୟାର ଷ୍ଟ୍ର।ଇକ୍‌ରେ ଇରାନ୍‌ର ସେନା ଜେନେରାଲ ସୁଲେମାନି ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜେନେରାଲଙ୍କ ମୃତ୍ୟୁ ପରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବାହାରକୁ ଫୁଟି ବାହାରିଛି । ଆକ୍ରମଣର ପ୍ରତିଶୋଧ ନେବାକୁ ଫଁ ଫଁ ହେଉଛି ଇରାନ୍‌ । ଇରାନର ସୁପ୍ରିମ୍ ନେତା ଆୟୋତୁଲ୍ଲା ଖମେନି ପ୍ରତିଶୋଧ ନେବାକୁ ଘୋଷଣା କରିସାରିଛନ୍ତି । ଏହି ଘଟଣା ପରେ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବା ବେଳେ ମଧ୍ୟ-ପ୍ରାଚ୍ୟରେ ଭୟଙ୍କର ତୋଫାନର ଆଶଙ୍କା ସୃଷ୍ଟି ହୋଇଛି ।ସୁଲେମାନି କିଏ ?

ମୃତ ଜେନେରାଲ ସୁଲେମାନି କେବଳ ଇରାନରେ ନୁହେଁ, ସାରା ବିଶ୍ୱରେ ପରିଚିତ ଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ହେଁ ପରେ ସେ ବହୁ ଉପରକୁ ଉଠିପାରିଥିଲେ । ମୃତ୍ୟୁ ବେଳକୁ ସେ ଇରାନର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତିର ମାନ୍ୟତା ପାଇଥିଲେ । ୧୯୯୮ରେ ସେ ଇରାନ ରିଭୋଲ୍ୟୁସନାରି ଗାର୍ଡସର ମୁଖ୍ୟ  ହୋଇଥିଲେ । ତାଙ୍କ ନେତୃତ୍ୱରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ଖୁବ୍‌ ଶକ୍ତିଶାଳୀ ହୋଇ ଉଠିଥିଲା । ମୁଖ୍ୟ ସେନା ଠାରୁ ଏହି ଗାର୍ଡସ ଅଧିକ ଶକ୍ତିଶାଳୀ ବିବେଚିତ ହୋଇଥାଏ । ସିରିଆ ଓ ଇରାକ୍‌ ଯୁଦ୍ଧରେ ଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆମେରିକା ଓ ସାଉଦି ଆରବର ବିରୋଧକୁ ପ୍ରତିହତ କରି ମଧ୍ୟ ପ୍ରାଚ୍ୟରେ ଇରାନର ଶକ୍ତି ବୃଦ୍ଧି କରାଇବାରେ ସୁଲେମାନିଙ୍କ ଦିମାକ ଓ ଶକ୍ତି କାମ କରିଥିଲା । ମଧ୍ୟପ୍ରାଚ୍ୟରେ ସୁପର ଶକ୍ତିମାନ ଆମେରିକାକୁ ନାକରେ ପାଣି ପିଆଇ ଦେଇଥିଲେ ସେ । ସେଥିପାଇଁ ସୁଲେମାନିଙ୍କ ଗତିବିଧି ଆମେରିକାର ରାଡ଼ାରରେ ଥିଲା । ଦୁଇ ଦଶନ୍ଧି ଧରି ସୁଲେମାନିକୁ ମାରିବାକୁ ଇସ୍ରାଏଲ ଓ ସାଉଦି ଆରବ ସହ ମିଶି ଆମେରିକା ଯୋଜନା କରିଥିଲା । ଅନେକ ଥର ଶତ୍ରୁ କବଳରୁ ସେ ଖସିବାକୁ ସମର୍ଥ ହୋଇଥିଲେ । ଏଥର କିନ୍ତୁ ଆମେରିକା ହାବୁଡ଼ରୁ ଖସିପାରିନଥିଲେ ସୁଲେମାନି । ସେ ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀ ବାଗଦାଦ୍‌ ବିମାନ ବନ୍ଦରରୁ ଦୁଇଟି ବିମାନ ଯୋଗେ ଯାଉଥିବା ଖବର ପାଇ ଏୟାର ଷ୍ଟ୍ର।ଇକ୍‌ କରିଦେଇଥିଲା ଆମେରିକା । ଏହି ଏୟାର ଷ୍ଟ୍ର।ଇକ୍‌ରେ ସୁଲେମାନିଙ୍କର ଅନ୍ତ ହୋଇଥିଲା ।ଟ୍ରମ୍ପ ଜିତିଲେ ଚ୍ୟାଲେଞ୍ଜ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ଜେନେରାଲ ସୁଲେମାନି ପରସ୍ପରକୁ ଧ୍ୱଂସ ନେଇ ଚ୍ୟାଲେଞ୍ଜ କରିଥିଲେ । ୨୦୧୮ରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲେ ସୁଲେମାନି । ସେ କହିଥିଲେ, ‘ମିଷ୍ଟର ଟ୍ରମ୍ପ, ଆମେ ଆପଣଙ୍କ ନିକଟରେ ପହଞ୍ଚି ଯାଇଛୁ । ଆମେ ଏଭଳି ସ୍ଥାନରେ ପହଞ୍ଚିଛୁ ଯାହା ଆପଣଙ୍କ ଚିନ୍ତାର ବାହାରେ । ଯୁଦ୍ଧ ଆପଣ ଆରମ୍ଭ କରିପାରନ୍ତି, କିନ୍ତୁ ଶେଷ କରିବୁ ଆମେ ।’ ଡିସେମ୍ବର ଶେଷ ସପ୍ତାହରେ ଇରାକ୍‌ର ବାଗଦାଦରେ ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ନେଇ ଇରାନକୁ ଧମକ ଦେଇଥିଲେ ଟ୍ରମ୍ପ । ୨୦୨୦ ଜାନୁଆରୀ ୧ରେ ଟ୍ୱିଟ୍‌ କରି ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ କହିଥିଲେ । ସେ ଏକଥା ମଧ୍ୟ କହିଥିଲେ ଯେ, ଏହା କେବଳ ଏକ ଚେତାବନୀ ନୁହେଁ, ଧମକ । ତା ସହ ହାପି ନ୍ୟୁ ଇୟର ମଧ୍ୟ ଲେଖିଥିଲେ ଟ୍ରମ୍ପ । ଏହି ଧମକର ଗୋଟିଏ ଦିନ ପରେ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ବାଗଦାଦ ବିମାନ ବନ୍ଦରରେ ହୋଇଥିଲା ଏୟାର ଷ୍ଟ୍ର।ଇକ୍‌ ।ବଢ଼ିଲା ତେଲ ଦର

ଏୟାର ଷ୍ଟ୍ର।ଇକ୍‌କୁ ନେଇ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବା ବେଳେ ଅଶୋଧିତ ତେଲ ଦର ବଢ଼ିବା ଆରମ୍ଭ ହୋଇଯାଇଛି । ଏହି ଘଟଣା ପରେ ପରେ ଅଶୋଧିତ ତେଲ ଦର ୪ରୁ ୫ ପ୍ରତିଶତ ବଢ଼ିଯାଇଛି । ଇରାନ ଯଦି ପ୍ରତିଶୋଧ ପରାୟଣ ହୋଇ ଅନ୍ୟ କିଛି କଠୋର ପଦକ୍ଷେପ ଗ୍ରହଣ କରେ ତାହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ । ତେଲ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକରେ ସ୍ଥିତି ଅସମ୍ଭାଳ ହୋଇଯିବ ।ଇରାନ-ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ଆଶଙ୍କାରେ ରହିଛନ୍ତି ବିଶ୍ୱବାସୀ । ଯଦି ମଧ୍ୟ ପ୍ରାଚ୍ୟରେ ପୁଣି ଏକ ଯୁଦ୍ଧ ହୁଏ ସେଥିପାଇଁ ସମସ୍ତଙ୍କୁ ମୂଲ୍ୟ ଦେବାକୁ ପଡ଼ିବ । ତେଣୁ ଏବେଠାରୁ ଜାତିସଂଘକୁ ଆଗେଇ ଆସିବାକୁ ହେବ । ଯୁଦ୍ଧ ରୋକିବାକୁ ହେବ । ଯୁଦ୍ଧ ହେଲେ କେବଳ ଯେ ଦୁର୍ବଳ ରାଷ୍ଟ୍ରର କ୍ଷତି ହେବ ତାନୁହେଁ, ସବଳର ମଧ୍ୟ କ୍ଷତି ହେବ । ସାରା ବିଶ୍ୱ ସହିବ କଷ୍ଟ ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !