ଜଳେଶ୍ୱର: ଟ୍ୟୁସନ୍ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ । ପାଠ ପଢ଼ାଇବାକୁ ଆସି କାଟିଦେଲେ ଛାତ୍ରୀଙ୍କ ଗଳା । ଗୁରୁତର ନାବାଳିକା ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ, ଅଭିଯୁକ୍ତ ଶିକ୍ଷକ ଫେରାର୍ । ଭୋଗରାଇ ବ୍ଲକ ଦେହୁର୍ଦ୍ଦା ଗାଁର ଘଟଣା ।
ପୁରୀ: ବଳଙ୍ଗା ଥାନା ASI ଚିତ୍ତରଞ୍ଜନ ଦାଶଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ମହିଳାଙ୍କୁ ଦୁଷ୍କର୍ମ SDPOଙ୍କ ନିକଟରେ ଅଭିଯୋଗ କଲେ ପୀଡ଼ିତା ଓ ଦଳିତ ମହାସଂଘ । ଅଭିଯୋଗ ନେଇ ଥାନାକୁ ଯାଇଥିବା ବେଳେ ଘରକୁ ଡାକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ।

ଭୁବନେଶ୍ୱର: ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା। ଇନଫୋସିଟି ଥାନା ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ । ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୋଲିସ ।
ଭୁବନେଶ୍ୱର: ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା। ଇନଫୋସିଟି ଥାନା ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ । ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୋଲିସ ।
ସାହାଯ୍ୟ, ସୂଚନା ଓ ଅଭିଯୋଗ ପାଇଁ ଭାରତୀୟ ରେଳବାଇ ଜାରି କଲା ଗୋଟିଏ ନମ୍ବର
ନୂଆଦିଲ୍ଲୀ: ଗୋଟିଏ ନମ୍ବର, ସମସ୍ତ ସେବା । ଏଣିକି ରେଳଯାତ୍ରା ବେଳେ ଯାତ୍ରୀଙ୍କୁ ଆଉ ବିଭିନ୍ନ ନମ୍ବର ଡାଏଲ କରିବାକୁ ପଡ଼ିବନି । ଟ୍ରେନ୍ ସମ୍ବନ୍ଧୀୟ ସୂଚନା ହେଉକି ସାହାଯ୍ୟ କିମ୍ବା ଅଭିଯୋଗ । ସବୁଥି ପାଇଁ ଭାରତୀୟ ରେଳବାଇ ଏକକ ନମ୍ବର ଜାରି କରିଛି ।
ପୂର୍ବରୁ ପ୍ରଚଳିତ ଥିବା ୧୩୯ ନମ୍ବରରେ ଅନ୍ୟ ନମ୍ବର ଗୁଡ଼ିକୁ ସଂଯୋଗୀକରଣ କରାଯାଇଛି । ତେବେ, ସୁରକ୍ଷା ପାଇଁ ପୂର୍ବଭଳି ୧୮୨ ନମ୍ବର ଜାରି ରହିବ । ସାଧାରଣ ଅଭିଯୋଗ ପାଇଁ (୧୩୮), ଦୁର୍ଘଟଣା ଓ ସୁରକ୍ଷା ପାଇଁ (୧୦୭୨), ଏସ୍ଏମ୍ଏସ୍ ଅଭିଯୋଗ (୯୭୧୭୬୩୦୯୮୨), କ୍ଲିନ୍ ମାଇଁ କୋଚ୍ (୫୮୮୮୮/୧୩୮), ଭିଜିଲାନ୍ସ (୧୫୨୨୧୦), କ୍ୟାଟରିଂ ସେବା (୧୮୦୦୧୧୧୩୨୧) ନମ୍ବରକୁ ବନ୍ଦ କରିଦିଆଯିବ । ଏହା ପରିବର୍ତ୍ତେ ସବୁଥିପାଇଁ ରେଳବାଇ ୧୩୯ ନମ୍ବର ଜାରି କରିଛି । ୧୩୯ ନମ୍ବରରେ ୧୨ଗୋଟି ଭାଷାରେ ସୂଚନା ମିଳିବ ।
Now no need to remember multiple helpline numbers. Dial helpline number 139 for any queries, complaints and enquiries during your train journey.https://t.co/PZxEaj4l8g pic.twitter.com/ROED5vnXqB
— Ministry of Railways (@RailMinIndia) January 2, 2020
ସୁରକ୍ଷା ଓ ମେଡିକାଲ ପାଇଁ ୧୩୯ରେ କଲ୍ କରି ୧ ନମ୍ବର ଅପସନ କ୍ଲିକ୍ କଲେ କଲ୍ ସେଣ୍ଟର ଅଧିକାରୀଙ୍କ ସହ କଥା ହୋଇପାରିବେ । ଟ୍ରେନ୍ ସୂଚନା ପାଇଁ ୨, କ୍ୟାଟରିଂ ଅଭିଯୋଗ ପାଇଁ ୩, ସାଧାରଣ ଅଭିଯୋଗ ୪, ଭିଜିଲାନ୍ସ ଅଭିଯୋଗ ୫, ଦୁର୍ଘଟଣା ସମ୍ବନ୍ଧୀୟ ୬, କମ୍ପ୍ଲେନ୍ ଷ୍ଟାଟସ୍ ପାଇଁ ୯ ପ୍ରେସ୍ କରିବାକୁ ପଡ଼ିବ । (*) ଷ୍ଟାର ପ୍ରେସ୍ କରି କଲ୍ ସେଣ୍ଟର ଅଧିକାରୀଙ୍କ ସହ କଥା ହୋଇପାରିବେ ।
ଭୁବନେଶ୍ୱର: ମାର୍ଚ୍ଚ ୩ରୁ ୭ ତାରିଖ ଯାଏଁ ଭୁବନେଶ୍ୱରରେ ଅଲ୍ ଇଣ୍ଡିଆ ଫରେଷ୍ଟ ସ୍ପୋର୍ଟ୍ସ ମିଟ୍ । ୨୬୦୦ ଖେଳାଳିଙ୍କ ପାଇଁ କିଟ୍ କ୍ୟାମ୍ପସରେ ହେବ ରହଣୀ ବ୍ୟବସ୍ଥା ।
ଭୁବନେଶ୍ୱର: ମାର୍ଚ୍ଚ ୩ରୁ ୭ ତାରିଖ ଯାଏଁ ଭୁବନେଶ୍ୱରରେ ଅଲ୍ ଇଣ୍ଡିଆ ଫରେଷ୍ଟ ସ୍ପୋର୍ଟ୍ସ ମିଟ୍ । ୨୬୦୦ ଖେଳାଳିଙ୍କ ପାଇଁ କିଟ୍ କ୍ୟାମ୍ପସରେ ହେବ ରହଣୀ ବ୍ୟବସ୍ଥା ।
ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ, ଚିଠି ଲେଖିଲେ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ
ଭୁବନେଶ୍ୱର: ସାତକୋଶିଆରୁ ଖୁବ୍ଶୀଘ୍ର ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’ ବାଘୁଣୀ । ଏନେଇ ମଧ୍ୟପ୍ରଦେଶର ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନଙ୍କୁ ଓଡ଼ିଶା ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ ଚିଠି ଲେଖିଛନ୍ତି ।

ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ‘ସୁନ୍ଦରୀ’କୁ ଫେରାଇ ନେବା ପାଇଁ ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟି ନିର୍ଦ୍ଦେଶ ଦେଇଥିଲେ ।
ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଦୁଇଟି ବାଘ ଅଣାଯାଇ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ଗୋଟିଏ ବାଘର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ‘ସୁନ୍ଦରୀ’ ମଣିଷ ମାରିଥିବା ଅଭିଯୋଗ ହୋଇଥିଲା । ତା’ପରଠାରୁ ‘ସୁନ୍ଦରୀ’କୁ ଏନ୍କ୍ଲୋଜରରେ ରଖାଯାଇଛି ।
ବାରିପଦା: ବିଲୁପ୍ତ ପ୍ରଜାତିର ସାମୁଦ୍ରିକ ରାଜା କଙ୍କଡ଼ା ଜବତ, ଜଣେ ଅଟକ । ୬ଟି ଅଶ୍ୱ ଖୁରାକୃତି ସାମୁଦ୍ରିକ ରାଜା କଙ୍କଡ଼ା ଜୀବନ୍ତ ଉଦ୍ଧାର । ସାପ୍ତାହିକ ହାଟରେ ବିକ୍ରି ବେଳେ ଧରିଲା ବାରିପଦା ବନ ବିଭାଗ । ଅଟକ ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନର ସୁନୀଲ ବିଶ୍ୱାସ ।

ଫୁଲବାଣୀ: ପିଲାସଲୁଙ୍କି ଡ୍ୟାମରେ ବୁଡ଼ିଲା ଡଙ୍ଗା । ଜଣେ ନିଖୋଜ, ୪ ଉଦ୍ଧାର । ଭୋଜି କରିବାକୁ ଯାଇଥିବା ବେଳେ ପିଲାସଲୁଙ୍କି ଡ୍ୟାମରେ ଅଘଟଣ । ନିଖୋଜ ଖଜୁରୀପଡ଼ା ଥାନା ଦୂତିମେଣ୍ଡି ଗାଁର ସୁନିତା ଝଙ୍କର ।
ଫୁଲବାଣୀ: ପିଲାସଲୁଙ୍କି ଡ୍ୟାମରେ ବୁଡ଼ିଲା ଡଙ୍ଗା । ଜଣେ ନିଖୋଜ, ୪ ଉଦ୍ଧାର । ଭୋଜି କରିବାକୁ ଯାଇଥିବା ବେଳେ ପିଲାସଲୁଙ୍କି ଡ୍ୟାମରେ ଅଘଟଣ । ନିଖୋଜ ଖଜୁରୀପଡ଼ା ଥାନା ଦୂତିମେଣ୍ଡି ଗାଁର ସୁନିତା ଝଙ୍କର ।
ଭୁବନେଶ୍ୱର: ବୌଦ୍ଧ ମହୋତ୍ସବର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ । ୧୧୪ କୋଟି ମୂଲ୍ୟର ୨୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ।

ପାରାଦୀପ: ପମ୍ପ ଦେବାବେଳେ ଫାଟିଲା ଟାୟାର, ଜଣେ ଯୁବକ ମୃତ । ଶାରଳା ମନ୍ଦିର ନିକଟରେ ଘଟିଛି ଘଟଣା ।
ପାରାଦୀପ: ପମ୍ପ ଦେବାବେଳେ ଫାଟିଲା ଟାୟାର, ଜଣେ ଯୁବକ ମୃତ । ଶାରଳା ମନ୍ଦିର ନିକଟରେ ଘଟିଛି ଘଟଣା ।