ରାତି ସାରା ଧାରଣାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ
ବାଲେଶ୍ୱର: ସାରା ରାତି ଛାତ୍ରଛାତ୍ରୀଙ୍କ ଧାରଣା । ଗୋଟିଏ ଦାବି, ବିଏଡ୍ ଓ ଏମ୍ଏଡି ଶିକ୍ଷକ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳୁ ଅନୁମତି । ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତକାଲି ଠାରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସି ରହିଛନ୍ତି । ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତିସାରା ଛାତ୍ରଛାତ୍ରୀ ଧାରଣା ଜାରି ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଡିଏସପି ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନି ।
ପୂର୍ବରୁ ଅନୁରୂପ ଦାବି ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତ ୫ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ । ତେବେ, ଦାବି ପୂରଣ ନହେବାରୁ ଛାତ୍ରଛାତ୍ରୀମାନେ ଗତକାଲି ଠାରୁ ଧାରଣା ଦେବା ଅନୁମତି ଦେବା ଦାବିରେ ଅଡ଼ି ବସିଛନ୍ତି ।
ଆରମ୍ଭ ହେଲା ଅବଗଣନା, ଅନ୍ତରୀକ୍ଷରେ ଅବସ୍ଥାପିତ ହେବ ଭାରତର ଅମୋଘ ଅସ୍ତ୍ର
ଶ୍ରୀହରିକୋଟା: ପୁଣି ଇତିହାସ ରଚିବ ଇସ୍ରୋ । ପ୍ରତିରକ୍ଷା କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆଜି ସକାଳ ୯ଟା ୨୮ ମିନିଟ୍ରେ ଆନ୍ଧ୍ରର ଶ୍ରୀହରିକୋଟାରୁ କାର୍ଟୋସାଟ୍-୩ ସାଟେଲାଇଟ୍ ଉତକ୍ଷେପଣ କରାଯିବ । ଏହାସହ ପିଏସ୍ଏଲ୍ଭି ରକେଟ ସହାୟତାରେ ଆମେରିକାରରେ ୧୩ଟି ନାନୋ ସାଟେଲାଇଟ୍ ଉତକ୍ଷେପଣ କରାଯିବ । ମାତ୍ର ୨୭ ମିନିଟରେ ଅନ୍ତରୀକ୍ଷରେ ପହଞ୍ଚିବ ୧୪ଟି ସାଟେଲାଇଟ୍ ।
ଶକ୍ତିଶାଳୀ କ୍ୟାମେରା ଓ ଉନ୍ନତ ଟେକ୍ନୋଲୋଜିରେ ନିର୍ମାଣ ହୋଇଥିବା କାର୍ଟୋସାଟ୍ ସେନା ପାଇଁ ଉପଯୋଗୀ ହୋଇଥିବା ବେଳେ, ଶତ୍ରୁଙ୍କ ଉପରେ ତୀକ୍ଷଣ ନଜର ରଖିବ । ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ର।ଇକ୍ ବେଳେ କାର୍ଟୋସାଟ୍ ଉପଗ୍ରହର ସହାୟତା ନିଆଯାଇଥିଲା । କାର୍ଟୋସାଟ୍-୩ ସାଟେଲାଇଟ୍ ହାଇ ରେଜୁଲେସନ ଫଟୋ ଉଠାଇବାର କ୍ଷମତା ରଖିଛି ।
ରାସ୍ତାରେ ଗଡ଼ିପାରିବ ୧୫ ବର୍ଷରୁ ଅଧିକ ଗାଡ଼ି, ବାସ୍ କରିବାକୁ ପଡ଼ିବ ଏତିକି
ଭୁବନେଶ୍ୱର: ଆପଣଙ୍କ ପାଖେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଅଛି କି ? ତେବେ ଚିନ୍ତା ଛାଡ଼ନ୍ତୁ । କାରଣ ରାସ୍ତା ଉପରେ ୧୫ ବର୍ଷରୁ ଅଧିକ ହୋଇଥିବା ଗାଡ଼ି ବି ଗଡ଼ିପାରିବ । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଆପଣଭଙ୍କ ପାଖେ ୧୫ ବର୍ଷରୁ ଅଧିକ ଦିନର ଗାଡ଼ି ଥିଲେ । ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟ ଯାଇ ଗାଡ଼ି ରିନ୍ୟୁ କରିବାକୁ ପଡ଼ିବ । ଗାଡ଼ିର ଫିଟନେସ ଥିବା ଯାଏଁ ପଞ୍ଜିକରଣ ବୈଧ ରହିବ ।

ତେବେ, ୧୫ ବର୍ଷରୁ ଅଧିକ ସବୁ ଗାଡ଼ି କ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ । କେବଳ ଅଣ-ପରିବହନ ଗାଡ଼ି କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
https://nandighoshatv.comnew-mv-act-strictly-applied-after-4-days/
କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ, ୩ ସୁଦ୍ଧା ପ୍ରମାଣ କରିବେ ବହୁମତ
ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ପୂର୍ବରୁ ଠାକରେ ଡିସେମ୍ବର ୧ରେ ଶପଥ ନେବେ ବୋଲି କୁହାଯାଉଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ବାଲା ସାହେବ ଥୋରାଟ ୨୮ ତାରିଖରେ ଉଦ୍ଧବ ଠାକରେ ଶପଥ ନେବେ ବୋଲି କହିଛନ୍ତି । କାଲି ଶିବାଜୀ ପାର୍କରେ ସନ୍ଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ।
ଶପଥ ଗ୍ରହଣକୁ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ସେନା ନେତା ସଞ୍ଜୟ ରାୱତ । ଆଜି ସ୍ୱତନ୍ତ୍ର ଅଧିବେଶନରେ ପ୍ରୋଟେମ ସ୍ପିକର ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଅନ୍ୟପଟେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ୭ ଦିନ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୩ ମଧ୍ୟରେ ବହୁମତ ପ୍ରମାଣ ଦେବାକୁ କହିଛନ୍ତି ।
ଏଥିସହ ପଢ଼ନ୍ତୁ ଶକ୍ତି ପରୀକ୍ଷା ପୂର୍ବରୁ ମୈଦାନ ଛାଡ଼ିଲା ବିଜେପି, ଶପଥ ଗ୍ରହଣର ୮୦ ଘଣ୍ଟାରେ ଇସ୍ତଫା

ଗତକାଲି ଉଦ୍ଧବ ଠାକରେଙ୍କୁ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ ‘ମହା ବିକାଶ ଅଘାଡ଼ି’ର ନେତା ଭାବେ ନିର୍ବାଚିତ କରାଯାଇଥିଲା ।
https://nandighoshatv.comuddhav-thackeray-next-cm-of-maharastra/

