spot_img
Home Blog Page 7652

ରାୟଗଡ଼ାରେ ଏନକାଉଣ୍ଟର: ଅଭିଯୁକ୍ତ ସହ ଜଣେ ପୋଲିସ ଅଧିକାରୀ ଆହତ

0

ରାୟଗଡ଼ା: ରାୟଗଡ଼ାରେ ଏନକାଉଣ୍ଟର । ପ୍ରାୟ ୫୦ରୁ ଅଧିକ ମାମଲାରେ ଜଡିତ ଥିବା ଅପରାଧୀ ଶିବା ହାଡ଼ପା ଓ ପୋଲିସ ମଧ୍ୟରେ  ଆଜି ସକାଳୁ ଗୁଳି ବିନିମୟ ହେଇଛି । ଏକ ଅପହରଣ ମାମଲାରେ ପୋଲିସ ଶିବାକୁ ଗିରଫ କରିବାକୁ ଯାଇଥିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ । ଏଥିରେ ଜଣେ ପୋଲିସ ଅଧିକାରୀ  ରିଜନ କିଣ୍ଡୋ ଆହତ ହେଇଛନ୍ତି ।

ଆତ୍ମରକ୍ଷା କରିବା ପାଇଁ  ପୋଲିସ ମଧ୍ୟ ଗୁଳି ଚଲାଇବାରୁ ଶିବାର ଗୋଡେରେ ଗୁଳି ବାଜିଥିଲା । ଗୁରୁତର ଶିବାକୁ ପ୍ରଥମେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଓ ପରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତରିତ  କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ନୀଳଗିରିରେ ହାତୀ ପଲ: ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ

ବାଲେଶ୍ୱର: ନୀଳଗିରି ଗୋପାଳପୁର ଜଙ୍ଗଲ ନିକଟରେ ଝାଡ଼ଖଣ୍ଡୀ ହାତୀ । ସୋନ ନଈ ପାର ହୋଇ କାଠପାଳ ଦେଇ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଗୋପାଳପୁର ଜଙ୍ଗଲ ମୁଁହା ହୋଇଛନ୍ତି । ତେବେ ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ । ହାତୀ ପଲ ଧାନ କ୍ଷେତ ମଧ୍ୟ ଦେଇ ଯାଇଥିବାରୁ ବହୁ ପାଚିଲା ଧାନ କ୍ଷେତ ନଷ୍ଟ ହୋଇଯାଇଛି ।

ଏତେ ମାତ୍ରାରେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟରେ ଥିବାବେଳେ  ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

ଅନୁଗୁଳରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼: ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଗୁଳିମାଡ଼ । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ଗୁରୁତର ହୋଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ ଦୁଇଟି ଗାଡିରେ କିଛି ଯୁବକ ଧରଣୀ ଧର ସାହୁଙ୍କ ଘରକୁ ଆସି ପାଟିତୁଣ୍ଡ କରିବା ସହିତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ।ଏହି ଗୁଳି ଧରଣୀ ଧର ସାହୁଙ୍କ ଗୋଡ଼ରେ ବାଜି ସେ ଆହତ ହୋଇଛନ୍ତି । ଧରଣୀଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ଆଜିର ରାଶିଫଳ

ଆଜି ୨୦୧୯ ମସିହା ନଭେମ୍ବର ୨୫ ତାରିଖ, ସୋମବାର,ଚତୁର୍ଦ୍ଧଶୀ ତିଥି,ସୂତୀ ନକ୍ଷତ୍ର, ଦିବା ୧୦/୫୬ ଗତେ ବିଶାଖା, ତୁଳା ଚନ୍ଦ୍ର ରାତ୍ରୀ ୧୦/୪୦ ଗତେ ଅମାବାସ୍ୟା,ଶୋଭନ ଯୋଗ,ବିଷ୍ଟିକରଣ ।

ଚନ୍ଦ୍ର ଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ,  ତୁଳା, ବିଛା, ଧନୁ, ମକର ରାଶିର

ଘାଟବାର- ମିଥୁନ ରାଶିର

ଘଟଚନ୍ଦ୍ର- ନାସ୍ତି

ରହୁକାଳ- ପ୍ରାତଃ ୭/୨୭ ମି. ରୁ ଦିବା ୮/୪୯ମି. ପର୍ଯ୍ୟନ୍ତ

କଳାବେଳା- ପ୍ରାତଃ ୭/୨୭ମି. ରୁ ଦିବା ୮/୪୯ମି. ପର୍ଯ୍ୟନ୍ତ

ଶୁଭବେଳା- ଦିବା ୯/୦ମି. ରୁ ଘ୧୧/୧୧ମି.

ମେଷ- କର୍ମ କ୍ଷେତ୍ର ରେ ପ୍ରସଂଶିତ ହେବେ । ବିଭିନ୍ନ ସୂତ୍ରରୁ ଆୟ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମଦକ୍ଷତା ବୃଦ୍ଧି ପଇବ । ବକେୟା ଅର୍ଥ ପ୍ରାପ୍ତି ହେବେ । ପୁଞ୍ଜିବିନିଯୋଗ ନିମନ୍ତେ ଦିନଟି ଶୁଭପ୍ରଦ ।

ମିଥୁନ– ନିଷ୍ଠୁର ଭାବ ପ୍ରକାଶ ପାଇବ । ମାନସିକ ଅସ୍ଥିରତା ଦେଖାଦେବ । ଟଙ୍କା ପଇସା କାରବାର ଜଗିରଖି କରନ୍ତୁ । ଦାମ୍ପତ୍ୟ କଳହ ଘଟିପାରେ ।

କର୍କଟ– କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବନ୍ଧୁବର୍ଗରେ ପ୍ରସଂଶିତ ହେବେ । ଇଚ୍ଛା କରୁଥିବା କାମରେ ସଫଳତା ପ୍ରାପ୍ତି ହେବ । ଆଧ୍ୟାତ୍ମିକ ଭାବନାରେ ଦିନଟି କଟିବ ।

ସିଂହ- ପାରିବାରିକ ଜୀବନ ସୁଖପ୍ରଦ ହେବ । ଚିନ୍ତା କରିଥିବା କାର୍ଯ୍ୟରେ ସମ୍ପୂର୍ଣ୍ଣତା ଆସିବ । ବିବାଦୀୟ ସମସ୍ୟାର ସମାଧାନ ହେବ । ସନ୍ତାନବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ ।

ତୁଳା- ଦିନଟି ଶୁଭ ଅଶୁଭ ମିଶ୍ରିତ ଫଳଦାୟକ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଜୀବନ ସାଥିଙ୍କ କାରଣରୁ ଲାଭାନ୍ୱିତ ହୋଇପାରନ୍ତି । ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ବିଛା- ବହୁଦିନରୁ ଭାଙ୍ଗିଯାଇଥିବା ସମ୍ପର୍କ ଯୋଡିହେବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ- ଗୃହରେ ମାଂଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । ମିତ୍ରମାନଙ୍କ ଦ୍ୱାରା ପ୍ରସଂଶିତ ହେବେ । ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ ।

ମକର- ବିଭିନ୍ନ ଚିନ୍ତାରେ ମାନସିକ ସ୍ଥିତି ଅସ୍ଥିର ରହିବ । ଅଯଥା କଥାରେ ବିବାଦୀୟ ହୋଇ ପଡିବେ । ଆର୍ଥନୈତିକ ଅସ୍ଥିରତା ବୃଦ୍ଧିପାଇବ । ପାରିବାରିକ ଜୀବନ ସୁଖଦୁଃଖରେ କଟିବ ।

କୁମ୍ଭ- ଅଯଥା ଭ୍ରମଣ ଯୋଗୁଁ ଶାରୀରିକ ପୀଡା ଦେଖାଦେବ । ଆର୍ଥିକ ସମସ୍ୟା ମଧ୍ୟଦେଇ ଗତି କରିବେ । କାର୍ଯ୍ୟଧାରା ବିଳମ୍ବିତ ହେବ । ପାରିବାରିକ ଜୀବନରେ ମିଶ୍ରିତ ଫଳ ଭୋଗ କରିବେ ।

ମୀନ- ଆର୍ଥିକ ସମସ୍ୟା ଯୋଗୁ ଚାପଗ୍ରସ୍ତ ରହିପାରନ୍ତି । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ । ମାନସିକ ସ୍ଥିତି ଅସ୍ଥିର ରହିବ । ଗୁପ୍ତଶତ୍ରୁ ବୃଦ୍ଧି ହେବେ ।

ଯୋଗାଯୋଗ- ୯୮୬୧୨୭୧୫୫୭

କ୍ୱିଜ୍ ମାଷ୍ଟର ନବୀନ, ଜାଣିଛନ୍ତି କି କେଉଁ ଫଟୋ ଦେଇ କଣ ପଚାରିଥିଲେ ମୁଖ୍ୟମନ୍ତ୍ରୀ ?

0

ଭୁବନେଶ୍ୱର: ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଟ୍ୱିଟ୍‌ ଆଜି ସାରାଦିନ ଚର୍ଚ୍ଚାରେ ଥିଲା । ନବୀନ ଟ୍ୱିଟ୍ କରି ଲେଖିଥିଲେ ଯେ, ମୁଁ ଅନେକ ସ୍ଥାନ ଭ୍ରମଣ କରିଛି । କିନ୍ତୁ ଓଡ଼ିଶାର ସୌନ୍ଦର୍ଯ୍ୟ ମତେ ସବୁବେଳେ ମନ୍ତ୍ରମୁଗ୍ଧ କରଆସିଛି । ଏ ଲେଖା ସହିତ ମୁଖ୍ୟମନ୍ତ୍ରୀ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଲେଖିଥିଲେ, ଏ ସୁନ୍ଦର ପ୍ରାକୃତିକ ଦୃଶ୍ୟ କେଉଁ ଜାଗାର ଆପଣମାନେ ଅନୁମାନ କରିପାରିବେ କି ? ଏ ରାସ୍ତାଟି କେଉଁ ସ୍ଥାନର ? ସନ୍ଧ୍ୟା ୬ଟାରେ ଉତ୍ତର ଦିଆଯିବ । ଠିକ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ପଚାରିଥିବା ନିଜ ପ୍ରଶ୍ନର ଉତ୍ତର ନିଜେ ରଖିଛନ୍ତି । ଏହି ସୁନ୍ଦର ଫଟୋଟି ହେଉଛି ଜୟପୁର-ମାଲକାନଗିରି ରାସ୍ତାର । ସଠିକ ଉତ୍ତର ଓ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟକୁ ହଜାର ହଜାର ଲୋକ ରି-ଟ୍ୱିଟ୍ ଓ ଲାଇକ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ନୂଆଦିଗ ଦେଖାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇବା ସହ ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି ।

ଜାପାନ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ପସନ୍ଦର ସ୍ଥାନ କୋଣାର୍କ !

ଭୁବନେଶ୍ୱର: ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ । ୨ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ହେବ ଦ୍ୱି-ପାକ୍ଷିକ ଆଲୋଚନା । ତେବେ, କେଉଁଠି ଭେଟିବେ ୨ ରାଷ୍ଟ୍ର ନେତା । ପ୍ରମୁଖ ଭେନ୍ୟୁ ହେବ କି ଓଡ଼ିଶା ? ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସାମର ଗୌହାଟି କିମ୍ବା ଓଡ଼ିଶାର ଭୁବନେଶ୍ୱର, କୋଣାର୍କରେ ଦୁଇ ନେତା ଭେଟିବା ନେଇ ଆଲୋଚନା ହେଉଛି ।

FILE PHOTO

ସମ୍ମିଳନୀ ପାଇଁ କୋଣାର୍କର ସୂର୍ଯ୍ୟ ମନ୍ଦିର ଏକ ଭଲ ସ୍ଥାନ ହୋଇପାରେ । ଐତିହାସିକ ସୂର୍ଯ୍ୟ ମନ୍ଦିରକୁ ସମ୍ମିଳନୀରେ ପ୍ରମୁଖ ସ୍ଥାନ ହିସାବରେ ସ୍ଥାନିତ କରାଯାଇପାରେ । ଯେମିତି ଗତ ଅକ୍ଟୋବରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗସ୍ତ ବେଳେ ମହାବଳୀପୁରମରେ ହୋଇଥିଲା । ଠିକ୍ ସେମିତି କିଛି ଅନୁଭବ ଓ ଅନୁଭୂତି ଦେଇପାରେ କୋଣାର୍କ । ସିଞ୍ଜୋ ଆବେଙ୍କ ଗସ୍ତ ଓ ଦ୍ୱି-ପାକ୍ଷିକ ସ୍ଥାନ ଚୂଡ଼ାନ୍ତରେ କେନ୍ଦ୍ର ସରକାର ଲାଗି ପଡ଼ିଛନ୍ତି ।

Konark Sun Temple

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଭାରତ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୦୧୭ରେ ସିଞ୍ଜୋ ଆବେ ଦ୍ୱି-ପାକ୍ଷିକ ଆଲୋଚନା ପାଇଁ ଭାରତ ଆସିଥିଲେ । ଅହମଦାବାଦରେ ପିଏମ୍ ମୋଦିଙ୍କୁ ଭେଟିଥିଲେ । ୨୦୧୮ରେ ମୋଦି ଜାପାନ ଯାଇଥିଲେ ।

FILE PHOTO

ତେବେ, ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଜାପାନର କେତକ ପ୍ରକଳ୍ପ ଚାଲୁଥିବାରୁ ଏହି ଅଞ୍ଚଳକୁ ଫୋକସ କରାଯାଉଛି ।

ରଙ୍ଗବତୀ ଗୀତରେ ଝୁମିଲା ନାଇଜେରିଆର ଆବୁଜା

0

ଭୁବନେଶ୍ୱର: ବିଦେଶ ମାଟିରେ ରଙ୍ଗବତୀ ଧୂନ୍ । ମଞ୍ଚ ଦୁଲୁକିଲା, ସମସ୍ତେ ଝୁମିଲେ । ସୁଦୂର ନାଇଜେରିଆର ଆବୁଜାରେ ପ୍ରବାସୀ ଓଡ଼ିଆ ରଙ୍ଗବତୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଛନ୍ତି । ଭାରତୀୟ ସଂସ୍କୃତି ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ ମାଧ୍ୟମରେ ପ୍ରବାସୀ ଓଡ଼ିଆ, ଓଡ଼ିଶାର ଲୋକକଳାକୁ ନାଇଜେରିଆ ମାଟିରେ ପ୍ରଦର୍ଶନ କରିଛନ୍ତି ।ଏହାକୁ ମନଭରି ଉପଭୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଓ ନାଇଜେରିଆବାସୀ । ସୁରେନ୍ଦ୍ର, ବିଘ୍ନରାଜ, ଅମିତ, ସତ୍ୟ, ସୁନୀଲ, ଦିବ୍ୟା, ପିଙ୍କି ଓ ଅନିତା ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରି ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଲାଗୁ ହୋଇଛି ନୂଆ ନିୟମ, ଆଗକୁ ଶସ୍ତା ହେବ ବିଦ୍ୟୁତ୍ !

0

ନୂଆଦିଲ୍ଲୀ: ବଢ଼ୁଥିବା ବିଦ୍ୟୁତ୍ ଦରକୁ ନେଇ ଚିନ୍ତାରେ ଅଛନ୍ତି କି ? ଭାବିବା ଛାଡ଼ି ଦିଅନ୍ତୁ । ଖୁବଶୀଘ୍ର ବିଦ୍ୟୁତ୍ ଦର ହ୍ରାସ ହେବାକୁ ଯାଉଛି । ଉପଭୋକ୍ତା ମାନଙ୍କୁ ଶସ୍ତାରେ ବିଦ୍ୟୁତ୍ ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟୁତ୍ ଶୁଳ୍କ କମାଇବା ନେଇ ଶକ୍ତି ମନ୍ତ୍ରଣାଳୟ ରେଗୁଲେଟ୍ରି ଅଥୋରିଟିକୁ ଚିଠି ଲେଖିଛି । ନୂଆ ନିୟମ ଲାଗୁ ହେବା ପରେ ବିଜୁଳି ଉତ୍ପାଦନ ପାଇଁ ପୂର୍ବାପେକ୍ଷ କମ୍ ଅର୍ଥ ଖର୍ଚ୍ଚ ହେଉଛି ।

ଯାହାର ଲାଭ ଉପଭୋକ୍ତାଙ୍କୁ ଦେବା ପାଇଁ ବିଭାଗ ଦର କମାଇବାକୁ ଚିଠି ଲେଖିଛି । ଯାହାର ପୁରା ଫାଇଦା ଏବେ ଗ୍ରାହକ ମାନଙ୍କୁ ମିଳିବ । ପ୍ରତି ୧୦୦ ୟୁନିଟରେ ୧୦ ଟଙ୍କା ଉପଭୋକ୍ତାଙ୍କୁ କମ୍ ଦେବାକୁ ପଡ଼ିବ ।

ଖାଲି ସେତିକି ନୁହେଁ ବିଜୁଳି କିଣୁଥିବା କମ୍ପାନୀମାନେ ମଧ୍ୟ କମ୍ ମୂଲ୍ୟରେ ବିଜୁଳି ପାଇବେ । ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥିବା ନିୟମ ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ମଧ୍ୟ ଲାଭ ଦେବ । କିନ୍ତୁ ନୂଆ ନିୟମ ଅନୁଯାୟୀ ବଡ଼ ବଡ଼ କମ୍ପାନୀ ପ୍ରଥମେ ଆଡଭାନ୍ସ ଟଙ୍କା ଡିପୋଜିଟ କଲେ ହିଁ  ଏହି ଲାଭ ପାଇ ପାରିବେ । ଏହା ଦ୍ୱାରା ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ୪,୦୦୦ ରୁ ୪,୫୦୦ କୋଟି ଟଙ୍କାର ଫାଇଦା ହେବ ।