spot_img
Home Blog Page 7658

କିଏ କହିବ ଛେନା+ଛେନା=?

କ୍ଷୀରରେ କ୍ଷୀର ମିଶିଲେ କ୍ଷୀର । ଦହିରେ ଦହି ମିଶିଲେ ଦହି । ଏହି ସୂତ୍ରରେ ଛେନାରେ ଛେନା ମିଶିଲେ ଉତ୍ତର ଆସିବ ଛେନା । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ସୂତ୍ର ଯେଉଁଥିରେ ଛେନାରେ ଛେନା ମିଶିଲେ ଉତ୍ତର ଆସୁଛି ୧୩୩୮୨ । ଅବଶ୍ୟ ଏହା ଏକ ଅଜବ ଗଣିତ ଆଉ ସ୍କୁଲ୍ ପିଲାମାନେ ଏହାକୁ ନେଇ ଥଟ୍ଟା ମଜା କରୁଛନ୍ତି । ତଳ ଚିତ୍ରକୁ ଦେଖନ୍ତୁ ସବୁ ବୁଝିପାରିବେ ।

ଯୁକ୍ତି ହେଉଛି ଏୟା । ‘ଛେନା’ ଶବ୍ଦକୁ ବ୍ୟବଚ୍ଛେଦ କଲେ ସେଥିରୁ ବାହାରିବେ ଏ କାର ଅର୍ଥାତ୍ ଇଂରାଜୀ ସଂଖ୍ୟା 6 , ଛ’ ଅର୍ଥାତ୍ ୬, ନ’ ଅର୍ଥାତ୍ ୯ ଏବଂ ଆ’କାର (l) ଯାହାର ମୂଲ୍ୟ ୧ । ଏବେ ସଂଖ୍ୟାଟି ହେଲା ୬୬୯୧ । ୬୬୯୧ରେ ୬୬୯୧ ମିଶିଲେ ଯୋଗଫଳ ହେବ ୧୩୩୮୨ । ଏବେ କୁହନ୍ତୁ ଉତ୍ତର ଠିକ୍ ଅଛି ନା ଭୁଲ୍ ।

ବାଇସେପ୍ସରେ ୨ କେଜିର ଭେସଲିନ ଭର୍ତ୍ତି କରି ଏମିତି କଲବଲ ହେଉଛନ୍ତି ଯୁବକ

ମସ୍କୋ: ସମସ୍ତଙ୍କୁ ଭଲ ଲାଗେ ସୁନ୍ଦର ଚେହେରା ଆଉ ସୁଗଠିତ ଶରୀର । ଆଜିକାଲି ଯୁବପିଢ଼ି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ନାନା ପ୍ରକାରର ବ୍ୟାୟାମ କରିବା ସହ ଜିମ୍ ମଧ୍ୟ ଯାଉଛନ୍ତି । ଜିମ୍ କିମ୍ବା ବ୍ୟାୟାମ ଦ୍ୱାରା ଭିଜିକ ବନାଇବାରେ ଅଧିକ ସମୟ ଲାଗୁଥାଏ । କିନ୍ତୁ ଆଜିର ଧୈର୍ଯ୍ୟହରା ଯୁବପିଢ଼ି ରାତାରାତି ଶରୀର ବନାଇବାକୁ ଚାହୁଁଛନ୍ତି । ପରିଶ୍ରମ ନୁହେଁ, ବରଂ କମ୍‌ଦିନରେ ନିଜର ମାଂସପେଶୀ ସୃଦୃଢ଼ ଆଉ ସୁଢ଼ଳ କରିବାକୁ ସହଜ ସୁବିଧା ଉପାୟ ଖୋଜୁଛନ୍ତି ସେମାନେ।

ଏଭଳି ବଡ଼ି ବିଲଡିଂ କରିବାର ନିଶା ଦେଖିବାକୁ ମିଳିଛି ଜଣେ ରୁଷୀୟ ଯୁବକଙ୍କ ପାଖରେ । ନିଜ ସ୍ୱାସ୍ଥ୍ୟକୁ ନେଇ ରାତାରାତି ଆଇକନ୍ ହେବା ନିଶାରେ ବାଇସେପ୍‌ରେ ୬ଲିଟର ଭେସ୍‌ଲିନ୍‌ ଭର୍ତ୍ତି କରି ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ଏହି ରୁଷୀୟ ଯୁବକ।

ଶରୀରରେ ମାତ୍ରାଧିକ ଭେସ୍‌ଲିନ୍‌ ମୃତ୍ୟୁର କାରଣ ହୋଇପାରେ ବୋଲି ଡାକ୍ତର ଚେତାବନୀ ଦେବା ପରେ ବାଧ୍ୟ ହୋଇ ସେ ଅପରେଶନ କରାଇଛନ୍ତି। ତଥାପି ତାଙ୍କ ଅବସ୍ଥା ଜଟିଳ ରହିଛି ।

ବାଇସେପ୍‌ ପାଇଁ ଏପରି ପାଗଳାମି ଦେଖାଇଥିବା ଯୁବକ ଜଣକ ହେଲେ ୨୩ବର୍ଷୀୟ କେରିଲ ତେରେଶିନ। କେରିଲ ଜଣେ ମିକ୍ସଡ ମାର୍ଶଲ ଆର୍ଟ (ଏମଏମ୍‌ଏ) ଫାଇଟର। ଏହି ମାର୍ଶଲ ଆର୍ଟରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପାଇଁ ବଡି ଗଠନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସେ ଅଭ୍ୟାସ ଜାରି ରଖିଥିଲେ। କିନ୍ତୁ ନିଜର ବାଇସେପ ଆକାରକୁ ନେଇ ସନ୍ତୁଷ୍ଟ ନ ଥିଲେ କେରିଲ। ଏହାପରେ ସେ ବାଇସପ୍‌କୁ ଅସ୍ୱାଭାବିକ ଭାବେ ବଢ଼ାଇବା ପାଇଁ ଇଞ୍ଜେକ୍ସନ ସହାୟତାରେ ପେଟ୍ରୋଲିୟମ ଜେଲି (ଭେସ୍‌ଲିନ୍‌) ଭର୍ତ୍ତି କରିଥିଲେ। ଗୋଟିଏ ବାହୁରେ ୩ କେଜି ଲେଖାଏ ଭେସଲିନ୍‌ ଭର୍ତ୍ତି କରିବା ପରେ ତାଙ୍କର ବାଇସପ୍‌ କାର୍ଟୁନ କାରେକ୍ଟର ପୋପେୟାଙ୍କ ଭଳି ଫୁଲିଗଲା ସତ, ହେଲେ ଏହାର ସାଂଘାତିକ କୁପ୍ରଭାବ ପଡ଼ିଲା ତାଙ୍କ ଶରୀର ଉପରେ।

ବାଇସେପ୍‌ରୁ ତୁରନ୍ତ ଭେସ୍‌ଲିନ୍‌ ବାହାର କରା ନ ଗଲେ ମୃତ୍ୟୁ ହୋଇଯିବ ବୋଲି ଚେତାଇଦେଲେ ଡାକ୍ତର। ଏହା କରିବାକୁ ପ୍ରଥମେ ସେ ଅରାଜି ଥିଲେ। ବହୁ ବୁଝାଶୁଝା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତଥାପି ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ନ ଥିବା ଡାକ୍ତର କହିଛନ୍ତି।

ବାଇସେପ୍‌ରେ ଭର୍ତ୍ତି ହୋଇଥିବା ଭେସ୍‌ଲିନ ଯୋଗୁଁ ତାଙ୍କ ମାଂସପେଶୀର କୋଷଗୁଡ଼ିକ ନଷ୍ଟ ହୋଇଯାଇଛି। ହାତର ବିଭିନ୍ନ ସ୍ଥାନକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଛି। ତାଙ୍କୁ ପ୍ରବଳ ଜ୍ୱର ହେଉଛି। ଦିନକୁ ଦିନ ସେ ଦୁର୍ବଳ ହୋଇପଡୁଛନ୍ତି। ଭେସ୍‌ଲିନ ଭଳି ବାହ୍ୟ ବ୍ୟବହୃତ କସ୍‌ମେଟିକ୍‌ ସାମଗ୍ରୀକୁ ଆଭ୍ୟନ୍ତରୀଣ ଅଙ୍ଗରେ ବ୍ୟବହାର କରିବାର ଫଳ ଭୋଗୁଛନ୍ତି କେରିଲ। ସାମୟିକ ଆବେଗରେ ଆସି ଏପରି କାର୍ଯ୍ୟ ନ କରିବାକୁ ଡାକ୍ତରମାନେ ଦେଶର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

 

ଫେରିଗଲେ ଯମଦୂତ! ମରୁ ମରୁ ଅଳ୍ପକେ ବଞ୍ଚିଗଲେ ଉନ୍ମତ୍ତ ଯୁବକ

ଭୁବନେଶ୍ୱର: ବାଣୀବିହାରରେ ସରିଲା ହାଇଡ୍ରାମା । ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତରୁ ସୁରକ୍ଷିତ ଉଦ୍ଧାର ହେଲେ ଉନ୍ମତ୍ତ ଯୁବକ ।  ଉଦ୍ଧାର ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର । ଯୁବକ ଜଣଙ୍କୁ ଉଦ୍ଧାର ପାଇଁ ଦୀର୍ଘ ଘଣ୍ଟା ଧରି ଦମକଳ ବାହିନୀ ଚଳାଇଥିଲା ଅପରେସନ୍‌ । ସ୍କାଏ ଲିଫ୍ଟ ସହାୟତାରେ ଅତ୍ୟନ୍ତ ସତର୍କତାର ସହ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।

ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିଲେ ଉନ୍ମତ୍ତ ଯୁବକ । ଏଭଳି କାଣ୍ଡ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ତାଙ୍କ ବାପା । କହିଛନ୍ତି, ଚାକିରି ହରାଇବା ପରେ ଭାରସାମ୍ୟ ହରାଇଛି ପୁଅ । ଦୀର୍ଘ  ୧ ମାସ ଧରି ନିଖୋଜ ଥିବା କହିଛନ୍ତି ଯୁବକଙ୍କ ବାପା  ।

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡାଙ୍କର ଦୁଇଟି ଯାକ କିଡନୀ ଅକାମୀ ହୋଇଯାଇଥିଲା । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ ୯ ଲକ୍ଷ ଟଙ୍କା ଆବଶ୍ୟକ ଥିଲା ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି ।

ଜଣେ ସାମ୍ବାଦିକ ଭାବେ ମାନସ ମଙ୍ଗରାଜଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

 

ସାବଧାନ ! ବଜାରରେ ମିଳୁଛି ନକଲି ଜିରା, ଜାଣନ୍ତୁ କେମିତି ପରଖିବେ…

ବଜାରରେ ଅନେକ ସମୟରେ ନକଲି ଦ୍ରବ୍ୟ ମିଳିବା ଆପଣ ମାନେତ ନିଶ୍ଚୟ ଜାଣିଥିବେ । କେତେବେଳେ ପ୍ଲାଷ୍ଟିକ ଅଣ୍ଡା ତ କେତେବେଳେ ପ୍ଲାଷ୍ଟିକ ଚାଉଳ ପୁଣି କେବେ ମିଳେ ନକଲି ପନିପରିବା । ଗ୍ରାହକ ଏଥିପ୍ରତି ସଜାଗ ହୋଇ ଅସଲି ଏବଂ ନକଲି ଦ୍ରବ୍ୟ ମଧ୍ୟରେ ଫରକ କରିବା ନିହାତି ଆବଶ୍ୟକ । ନହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ୍ୟ ହୋଇପାରେ ।

ତେବେ ଅଣ୍ଡା, ଚାଉଳ, ପନିପରିବା ପରେ ଏବେ ନକଲି ଜିରା ମାର୍କେଟରେ ଆସୁଛି । ଆଜ୍ଞା ହଁ, ଏହି ଜିରା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ ଏହି ନକଲି ଜିରା ଦାମ କିଲୋପ୍ରତି ୨୦ ଟଙ୍କା ରହିଛି କେତେକ ଏହାକୁ ସିନ୍ଥେଟିକ୍ଜିରା କହୁଛନ୍ତି

ତେବେ ଏହାକୁ ଖାଇବା ଦ୍ୱାରା ନାନା ପ୍ରକାର ଶାରୀରିକ ସମସ୍ୟା ଦେଖାଦେବାରେ ଲାଗିଛି ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ ତେଣୁ ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ତାହା ଜାଣିବା ପାଇଁ ଏହାକୁ କିଛି ସମୟରେ ପାଣିରେ ପକାଇଲେ ଜଣାପଡ଼ିଥାଏ ଯଦି ପାଣିରେ ପଡ଼ିବାର କିଛି ସମୟ ପରେ ଜିରାର ରଙ୍ଗ ପରିବର୍ତ୍ତନ ହେବା ସହିତ ଏହା ଭାଙ୍ଗିଯାଏ ତେବେ ଜାଣିବେ ଯେ ଏହା ନକଲି ବୋଲି ତେଣୁ ଜିରା କିଣୁଥିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ 

ହସ୍ପିଟାଲ୍ ଆସୁଥିଲେ ସ୍ୱାମୀ-ସ୍ତ୍ରୀ, ରାସ୍ତାରେ ଧକ୍କାଦେଲା ଆମ୍ୱୁଲାନ୍ସ

ନବରଙ୍ଗପୁର : ସ୍ତ୍ରୀଙ୍କର ଦେହ ଖରାପ ଥିଲା, ବାଇକରେ ବସାଇ ସକାଳୁ ସକାଳୁ ତାଙ୍କୁ ହସ୍ପିଟାଲ ଆଣୁଥିଲେ । ସେପଟେ ଆଉଜଣେ ପ୍ରସୂତିଙ୍କର ଜୀବନ ବଞ୍ଚାଇବାକୁ ଖୁବ୍ ଜୋରରେ ସେହି ହସ୍ପିଟାଲକୁ ଆସୁଥିଲା ଆମ୍ବୁଲାନ୍ସ । ବାଇକରେ ଥିଲେ ମହିଳା, ଆମ୍ବୁଲାନ୍ସରେ ବି ଥିଲେ ପ୍ରସୂତି । ବାଟରେ ଏଭଳି ଏକ ଘଟଣା ଘଟିଲା ଜଣେ ହସ୍ପିଟାଲ ପହଞ୍ଚିଲେ ଜୀବିତ ଅବସ୍ଥାରେ ଆଉ ଜଣେ ହସ୍ପିଟାଲ ପହଞ୍ଚିଲେ ସତ କିନ୍ତୁ ଜୀବନ ନଥିଲା ।

ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ଆଜି ସକାଳେ କୋଶାଗୁମୁଡା ବ୍ଲକର ଳିମ୍ବଭଟା ଗାଁର ପ୍ରେମଚନ୍ଦ୍ର ସରାବୁ ସ୍ତ୍ରୀ ଇନ୍ଦୁମତୀ ସରାବୁଙ୍କୁ ନିଜ ମୋଟର ସାଇକଲରେ ନବରଙ୍ଗପୁର ନେଉଥିଲେ । ଅନ୍ୟପଟେ ଜଣେ ପ୍ରସୂତିଙ୍କୁ ନେଇ ୧୦୮  ଆମ୍ବୁଲାନ୍ସ ଆସଙ୍ଗା ମେଡିକାଲକୁ ଯାଉଥିଲା । ଠିକ୍ ପୂଜାରୀଗୁଡ଼ା ଛକ ନିକଟରେ ସାମ୍ନା ସାମନି ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ହସ୍ପିଟାଲରେ ପହଞ୍ଚିବା ବେଳକୁ ଇନ୍ଦୁମତିଙ୍କର ଆଉ ଜୀବନ ନଥିବା କହିଥିଲେ ଡାକ୍ତର ।

ଆମ୍ୱୁଲାନ୍ସ ସହ ଡ୍ରାଇଭର ନବରଙ୍ଗପୁର ଥାନାରେ ଅଛନ୍ତି । ତେବେ ଦୁର୍ଘଟଣାରେ ଇନ୍ଦୁମତିଙ୍କର ମୃତ୍ୟୁ ପରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ କହୁଛନ୍ତି ମାରିଦେଲା ଆମ୍ୱୁଲାନ୍ସ ।

ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ: ବିଧାନସଭା ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଭୁବନେଶ୍ୱର: ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ । ପ୍ରତିବାଦରେ ମାହାତ୍ମା ଗାନ୍ଧୀ ମର୍ଗରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ ପ୍ରର୍ଦଶନ । ଏଥିସହ ୨୦x୩୦ ଫୁଟର ଜମି ପ୍ରଦାନ ନେଇ ସାଲିଆ ସାହି ଆଞ୍ଚଳିକ କମିଟି ପକ୍ଷରୁ ଦାବି ହୋଇଛି ।

ଗତ ୨ ତାରିଖରୁ ବସ୍ତି ଉଚ୍ଛେଦ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।  ୪ ଓ ୭ ତାରିଖରେ ମଧ୍ୟ ଉଚ୍ଛେଦକାରୀ ଦଳ ଆସି ବସ୍ତି ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ସାଲିଆ ସାହି ବସ୍ତି ଏଠାରୁ ଆଦୌ ହଟାଯାଇପାରିବନାହିଁ ବୋଲି କହିଛନ୍ତି ସାଲିଆ ସାହି ଆଞ୍ଚଳିକ କମିଟିର ଶିବରାମ ପତି । ୭ ଡିସେମ୍ୱର ୧୯୯୪ରେ ଏ ନେଇ ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା । ପରେ ୨୦ ନଭେମ୍ୱର୧୯୯୮ ମସିହାରେ ବସ୍ତି ହଟାନଯାଇ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ଉନ୍ନତି କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହାର ଉଲ୍ଲଙ୍ଘନ କରି ୨୦୦ ଫୁଟିଆ ରାସ୍ତା ନିର୍ମାଣ ବାହାନରେ ବଳପୂର୍ବକ ବସ୍ତି ଉଚ୍ଛେଦ ପାଇଁ ପ୍ରୟାସ କରୁଥିବା କହିଛନ୍ତି ଶିବରାମ ।