spot_img
Home Blog Page 7658

ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ଏବଂ କିସ-କିଟ ମଧ୍ୟରେ ବୁଝାମଣା, କିସରେ ହେବ ରଗବୀ ହାଇପର୍ଫମାନ୍ସ ସେଣ୍ଟର

0

ଭୁବନେଶ୍ୱର: ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ଏବଂ କିସ୍ ଓ କିଟ୍ ମଧ୍ୟରେ ବୁଝାମଣା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି । ଏଥିରେ IRFUର ସଭାପତି ଶ୍ରୀ ମହେଶ ମାଥାଇ ଏବଂ କିସ୍-କିଟ୍ ପକ୍ଷରୁ ଏହାର ସି.ଇ.ଓ ଡଃ ପ୍ରଶାନ୍ତ ରାଉତରାୟ ସ୍ୱାକ୍ଷର କରିଖିଲେ । ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ କିଟ୍ ଭାରତୀୟ ଜାତୀୟ ମହିଳା ଓ ପୁରୁଷ ରଗବୀ ହାଇପର୍ଫମାନ୍ସ  ସେଣ୍ଟର ପ୍ରତିଷ୍ଠା କରାଯିବ । ୨୦୦୫ ମସିହାରୁ ଓଡ଼ିଶାରେ ରଗବି ଫୁଟବଲର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିସକୁ ଏହି ସୁଯୋଗ ଦିଆଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିସକୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ଭାରତୀୟ ଜାତୀୟ ଦଳ ଦେଶ ପାଇଁ ସୁନାମ ଆଣିବ ବୋଲି ଆଶା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ସାଂସଦ ଡଃ ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରଗବୀର ଜାତୀୟ ଆମ୍ବାସଡର ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ା ସଚିବ ଶ୍ରୀ ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିଲେ ।

ଅନ୍ୟପଟେ ଆଜି ଲୋକସଭା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ୧୮ ବର୍ଷରୁ କମ ଦୃଷ୍ଟି ବାଧିତ ମହିଳା କ୍ରିକେଟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚରେ ଓଡ଼ିଶାର ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ କର୍ଣ୍ଣାଟକକୁ ୮୭ ରନରେ ହରାଇ ଚମ୍ପିଆନ ହୋଇଥିଲେ । ଓଡ଼ିଶା ଦଳର କ୍ୟାପଟେନ ଲୀନା ସ୍ୱାଇଁ ଓ ପଦ୍ମିନୀ ଟୁଡୁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା , ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡା ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

 

ଏଣିକି ବର୍ଷ ସରିବା ସହ ସରିବ ପଦୋନ୍ନତି ପ୍ରକ୍ରିୟା, ନୂଆ ବର୍ଷରେ ମିଳିବ ପଦୋନ୍ନତି: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ନିର୍ଦ୍ଦାରିତ ସମୟରେ ପଦୋନ୍ନତି ପାଇବେ ଯୋଗ୍ୟ ସରକାରୀ କର୍ମଚାରୀ । ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ୱର ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ଜାନୁଆରୀ ୧ ତାରିଖ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ୱର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଅନୁପାଳନ, ମୁଖ୍ୟ ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ୱ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ୱନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଯଥା ସମୟରେ ସମ୍ପୂଣ୍ଣ ସ୍ୱଚ୍ଛତାର ସହ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।

ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ କିମ୍ୱା କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ହଇରାଣ ନହେବେ ସେଥିପ୍ରତି ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଆଣାଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହିତ ଅହେତୁକ ବିଳମ୍ୱ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 5-Tର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ HRMS ସୁବିଧା ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ୱ ଘଟୁଥିବାରୁ ଆବଶ୍ୟକସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍‌ ସମୟରେ ପଦୋନ୍ନତି ଦିଆଗଲେ ଟିମ୍‌ ଓ୍ୱାର୍କ ପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ସ୍ୱାଭିମାନ ଅଞ୍ଚଳବାସୀଙ୍କ ମୁଁହରେ ହସ, ଗୁରୁପ୍ରିୟା ପରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ‘ମାଣ୍ଡିଆ ମଣ୍ଡି’

ଭୁବନେଶ୍ୱର : ଦିନେ ମାଇଲ୍ ମାଇଲ୍ ଚାଲୁଥିବା ମାଆକୁ ଆଜି ଘର ପାଖରେ ଦେବାକୁ ହେବ ମାଣ୍ଡିଆ । ଦିନେ କୋଷ କୋଷ ବାଟ କାନ୍ଧେଇ ନେଉଥିବା ରୋଗୀକୁ ଏବେ ମାତ୍ର କେଇ ମିନିଟ୍ ମଧ୍ୟରେ ଗୁରୁପ୍ରିୟା ଦେଇ ପହଞ୍ଚାଯାଉଛି ଡାକ୍ତରଖାନା । ଦିନେ ଅପହଞ୍ଚ ବିଚ୍ଛିନ୍ନାଞ୍ଚଳ ଥିବା ଇଲାକା ଏବେ କହୁଛି ସ୍ୱାଭିମାନ ଓ ବିକାଶର କଥା । ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱାଭିମାନୀ କାମ ।

ସ୍ୱାଭିମାନ ଅଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ବ୍ଲକର ବଡ଼ପଡ଼ା ପଞ୍ଚାୟତରେ ଉଦଘାଟିତ ହୋଇଛି ରାଜ୍ୟର ସର୍ବପ୍ରଥମ ମାଣ୍ଡିଆ ମଣ୍ଡି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅରୁଣ ସାହୁ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଶା ମିଲେଟ୍ ମିଶନ୍ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ । ଏହା ମଧ୍ୟରେ ଅଞ୍ଚଳବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ, ଉତ୍ପାଦନ ବୃଦ୍ଧି, ନିଶ୍ଚିତ ଅମଳ ଓ ସଚେତନତା ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ଚି । ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିବ ସେନେଇ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ମଣ୍ଡିର ଉଦଘାଟନ ପରେ ମନ୍ତ୍ରୀ ଶ୍ରୀ ସାହୁ ପାଖରେ ଥିବା ଗାଁ ଗୁଡ଼ିକର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ହଳଦୀର ଚାଷ ସଂପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଅଧିକ ପୁଷ୍ଟିଶସ୍ୟ ସାମଗ୍ରୀ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ କୃଷି ମନ୍ତ୍ରୀ ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଅପର ପାର୍ଶ୍ଵରେ ଥିବା ୧୫୧ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ନିର୍ମାଣ ହୋଇଥିଲା “ଗୁରୁପ୍ରିୟା ସେତୁ” । ଏଥିପାଇଁ ୧୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା ହୋଇଥିଲା ।

୨୦୧୭ରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ଆରମ୍ଭ କରିଥିଲେ ମିଲେଟ୍ ମିଶନ୍ । ଏହାପରେ ମିଶନକୁ ୧୪ଟି ଜିଲ୍ଲାର ୭୨ଟି ବ୍ଲକକୁ ସଂପ୍ରସାରିତ କରାଯାଇଥିଲା । ତେବେ “ଓଡ଼ିଶା ମିଲେଟ ମିଶନ”ର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉତ୍ପାଦନ ଓ ପୋଷଣତାକୁ ରାଜ୍ୟର ଏହି ୭୨ଟି ବ୍ଲକରେ ପୁନରୁଦ୍ଧାର କରାଇବା । ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି , ଖାଇରପୁଟ , ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହୋଇଛି । ଆଜି ମାଣ୍ଡିଆ ମଣ୍ଡି ଉଦଘାଟିତ ହେବା ପରେ ୨୦୦ ଚାଷୀଙ୍କ ଠାରୁ ୧୦୨ କ୍ୱିଣ୍ଟାଲ୍ ମାଣ୍ଡିଆ TDCCOL ଦ୍ୱାରା ସଂଗୃହୀତ ହୋଇଛି ।

କଳିଙ୍ଗ ବିହାର ବେବିଡଲ୍ ସ୍କୁଲର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ବିହାର ସ୍ଥିତ ବେବୀ ଡଲ୍ ପ୍ଲେ ସ୍କୁଲର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ରେଜିଷ୍ଟ୍ରାର ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭୁବନେଶ୍ୱର ବ୍ଲକର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଏବଂ ବିଦ୍ୟାଳୟର ସଭାପତି ଡାକ୍ତର ଶଶିଭୂଷଣ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ର ଛତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଅଧକ୍ଷା ସଂଗୀତା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଶିକ୍ଷୟତ୍ରୀ ବନ୍ଦନା ସାମଲ, ବନଜା ରାଉତଙ୍କ ପରିଚାଳନାରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ । ଶଶାଙ୍କ ଦାସ୍, ବିଜୟଲକ୍ଷ୍ମୀ ବାରିକ୍, ସମିତା ପ୍ରଧାନ, ସୁରେଶ୍ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜଣାଇଲେ କୋରାପୁଟ ଜିଲ୍ଲା ପରିଷଦର ଦୁଇ ନବନିର୍ବାଚିତ ସଭ୍ୟ । ଦଶମନ୍ତପୁରର କହ୍ନେଇ ଜାନି ଓ ପଟାଙ୍ଗୀର ଲଛନ ଖରା ଜିଲ୍ଲା ପରିଷଦ ସଦସ୍ୟଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ବିଧାୟକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପାଡାଲ୍‌, , ପଟାଙ୍ଗୀ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ସାଂସଦ ଝିନ୍‌ ହିକ୍‌କା, ଜିଲ୍ଲା ପରିଷଦ ସଦସ୍ୟ ତୁଳସି କ୍ରିଷାନୀ, ଦଶମନ୍ତପୁର ବ୍ଳକ୍‌ର ଭାଇସ୍‌ ଚେୟାରମ୍ୟାନ୍‌ ନାରାୟଣ ବିଷୋୟୀଙ୍କ ସମେତ ଲମତାପୁଟ ବ୍ଳକ୍‌ର ୨୦ ପିଆରଆଇ ସଦସ୍ୟ  ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ ଟେକ୍ ମହିନ୍ଦ୍ରାର ଅନ୍ତର୍ଜାତୀୟ ବିପିଓ ଉଦଘାଟିତ

0

ଉଦଘାଟିତ ହେଲା ଟେକ୍‌ ମହିନ୍ଦ୍ରାର ଅନ୍ତର୍ଜାତୀୟ ବିଜନେସ ପ୍ରୋସେସିଂ ସେଣ୍ଟର ବା ବିପିଓ । ଏହାକୁ ଭୁବନେଶ୍ବରର ଫରଚ୍ୟୁନ ଟାୱାରରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଟେକ ମହିନ୍ଦ୍ରାର ସିଏମଡି ସି.ପି. ଗୁରନାନୀଙ୍କ ସମେତ କମ୍ପାନୀର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କ୍ୟାମ୍ପସରେ ୫ ଶହ କର୍ମଚାରୀ ପ୍ରତିଦିନ ୨୪ ଘଣ୍ଟିଆ ସେବା ପ୍ରଦାନ କରିବେ । ଏଥିସହ ବିଶ୍ୱର ବଡ଼ ବଡ଼ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାରେ ଏହି ସେଣ୍ଟର ବେଶ ସହାୟକ ହେବ। ତେବେ ରାଜ୍ୟ ସରକାର ସହର ମଧ୍ୟରେ ୨୫ ଏକର ଯାଗା ଯୋଗାଇଲେ କମ୍ପାନୀର ନିଜସ୍ୱ କ୍ୟାମ୍ପସ କରାଯାଇପାରିବ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି କମ୍ପାନୀର ସିଏମଡି।

୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ବାଜିମାରିଲେ ବଲିଉଡ୍‌ କଳାକାର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ଉତ୍ସବରେ ପୁରସ୍କାର ଲାଗି ମନୋନୀତ କଳାକାରଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ବାଜିମାରିଛନ୍ତି ବଲିଉଡ଼ ଷ୍ଟାର । ନିଜର ଅଭିନୟର ଜାଦୁରେ ପୂରା ଦେଶକୁ ପ୍ରଭାବିତ କରିଥିବା ବଲିଉଡ଼ ନାୟକଙ୍କୁ ମିଳିଛି ଶ୍ରେଷ୍ଠ କଳାକାରର ପୁରସ୍କାର । ଏଥର ବଲିଉଡ଼ର ଦୁଇଟି ନାୟକ ଏହି ପୁରସ୍କାର ହାତେଇଛନ୍ତି ।

‘ଅନ୍ଧାଧୂନ’ ପାଇଁ ଆୟୁଷ୍ମାନ୍‌ ଖୁରାନା ଓ ଫିଲ୍ମ ‘ଉରି ଦି ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ବିକି କୌଶଲଙ୍କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ।

ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ପ୍ୟାଡମ୍ୟାନ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାର।

ଏହାସହ ସାଉଥ୍ ଷ୍ଟାର କୀର୍ତ୍ତି ସୁରେଶଙ୍କୁ ଫିଲ୍ମ ‘ମହାନତୀ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି।

ଏବଂ ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ‘ବଧାଇ ହୋ’ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିଲେ । ସେ ପୁରସ୍କାର ଗ୍ରହଣ କରିବା ପାଇଁ ହ୍ୱିଲ୍‌ଚେୟାର୍‌ରେ ପହଞ୍ଚିଥିଲେ ।

ତାଙ୍କର ପ୍ରବେଶ ପରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ଠିଆ ହୋଇ ସ୍ୱାଗତ ଜଣାଇଥିଲେ। ସେହିପରି ଅଭିନେତା ସ୍ୱନନ୍ଦ କିରକିରେଙ୍କୁ ମରାଠି ଫିଲ୍ମ ‘ଚୁମ୍ବକ’ରେ ସହ ଅଭିନେତା ଭାବେ ସମ୍ମାନିତ କରାଯାଇଛି ।

ଏମାନଙ୍କ ସହ ‘ଉରି’ ଚଳଚ୍ଚିତ୍ର ପାଇଁ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ‘ପଦ୍ମାବତ’କୁ ଶ୍ରେଷ୍ଠ କୋରିଓଗ୍ରାଫି ଏବଂ ସଂଜୟ ଲୀଲା ଭଂସାଲୀଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ‘ପଦ୍ମାବତ’ ଚଳଚ୍ଚିତ୍ରରେ ‘ବିନ୍‌ତେ ଦିଲ୍‌…’ ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି ।

କନ୍ନଡ଼ ଚଳଚ୍ଚିତ୍ର ‘ନଥିଚରମୀ’ରେ କଣ୍ଠଦାନ ପାଇଁ ବିନ୍ଦୁ ମାଲିନୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ପୁରସ୍କାର ଦିଆଯାଇଛି। ସେହିପରି ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘ବଧାଇ ହୋ..’ ଓ ଶ୍ରେଷ୍ଠ ଆକ୍ସନ ଫିଲ୍ମ ଭାବେ ‘କେଜିଏଫ୍‌’କୁ ପୁରସ୍କାର ପ୍ରଦାନ କରାଯାଇଛି।

+୨ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ, କଲେଜ ସାରି ଘରକୁ ଫେରୁଥିବାବେଳେ ପୋଲ ତଳକୁ ଡେଇଁପଡ଼ିଲେ

0

ସାଲେପୁର: ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ । ନିଶ୍ଚିନ୍ତକୋଇଲି ବରପଡ଼ା ବ୍ରିଜ ଉପରୁ ଲୁଣା ନଦୀକୁ ଡେଇଲେ କଲେଜ ଛାତ୍ରୀ । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ବନ୍ଧକାଟିଆ ଫତେପୁର ଗାଁର ପତନ ମହାନ୍ତିଙ୍କ ଝିଅ ରୋନାଲି ମହାନ୍ତି ।

ସବୁଦିନ ପରି ଆଜି ମଧ୍ୟ କଲେଜରୁ ଫେରିବା ବେଳେ ବରପଡ଼ା ବ୍ରିଜ ଉପରୁ ଛାତ୍ରୀ ଜଣଙ୍କ ଡେଇଁ ପଡିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ନଦୀରେ କେହି ଜଣେ ଭାସୁଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ ।

 

ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନଈରେ ଛାତ୍ରୀଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଝିଅର କୌଣସି ପତ୍ତା ମିଳିନାହିଁ । ଦମକଳ ବାହିନୀର ଉଦ୍ୟମ ଜାରି ରହିଛି ।

ସାଇକେଲ ସହ କଲେଜ ବ୍ୟାଗ୍ ଓ କଲେଜ ଆଇ କାର୍ଡ ବ୍ରିଜ ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣକ ସ୍ଥାନୀୟ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟ ରେ +୨ ଶ୍ରେଣୀରେ ପାଠ ପଢ଼ୁଥିଲେ ।

 

ବିଗ୍ ବି ଅସୁସ୍ଥ! ସ୍ୱାସ୍ଥ୍ୟ ସମସ୍ୟା କାରଣ ଦର୍ଶାଇ ଜାତୀୟ ପୁରସ୍କାର ଉତ୍ସବରେ ଯୋଗ ଦେଇ ପାରିଲେନି ଅମିତାଭ ବଚ୍ଚନ

ନୁଆଦିଲ୍ଲୀ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଅସୁସ୍ଥତା କାରଣରୁ ଆଜି ଅନୁଷ୍ଠିତ ହୋଇଥିବା ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବରେ ଯୋଗ ଦେଇ ପାରିନଥିଲେ । ଏହି ଉତ୍ସବରେ ଅମିତାଭଙ୍କୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଦାଦାସାହେବ ଫାଲକେ ପୁରଷ୍କାରରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସେ ଆଗରୁ ଏହି ଉତ୍ସବରେ ଯୋଗ ଦେଇପାରିବେନି ବୋଲି ଟ୍ୱିଟ୍ କରି ଜଣାଇ ଥିଲେ । ଏହା ତାଙ୍କ ଦୁର୍ଭାଗ୍ୟଜନକ ବୋଲି ମନେକରି କ୍ଷମା ମଧ୍ୟ ମାଗିଛନ୍ତି । ସେ ଟ୍ୱିଟରରେ ସ୍ପଷ୍ଟ ଲେଖିଛନ୍ତି ଯେ, ତାଙ୍କୁ ଜ୍ୱର ହେଇଥିବା କାରଣରୁ ଡାକ୍ତର ତାଙ୍କୁ ଯାତ୍ରା କରିବାକୁ ବାରଣ କରିଛନ୍ତି ।

Image result for amitabh bachchan

ସୂଚନାଯୋଗ୍ୟ ଯେ, ବିଜ୍ଞାନ ଭବନରେ ହେଉଥିବା ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଯାବଡେକର ଉପସ୍ଥିତ ରହିଥିଲେ ଏବଂ ଉତ୍ସବ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେତା ମାନଙ୍କୁ ହାଇ ଟି’ ରେ ଆପ୍ୟାୟିତ କରିଥିଲେ ।