spot_img
Home Blog Page 7661

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ

0

ଭୁବନେଶ୍ୱର : ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ ହୋଇଛି । ଅତିରିକ୍ତ ଅନୁଦାନ ୫୪ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି । ତେବେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ବିଲକୁ ଗୃହରେ ପାରିତ କରାଯାଇଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ, ଆଲୋଚନାରେ ଅଂଶଗ୍ରହଣ କରି ନଥିଲେ। ଚାଷୀ ଓ ଧାନ ସଂଗ୍ରହ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପୋଡିୟମ ସମ୍ମୁଖରେ ନାରାବାଜି କରିଥିଲେ। ଏହାପରେ ଆସନ୍ତକାଲି ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

 

ଆଇସିୟୁରେ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ, ଆପଣଙ୍କ ଛୋଟିଆ ସାହାଯ୍ୟ ତାଙ୍କୁ କରିପାରେ ଆରୋଗ୍ୟ

0

ଆଇସିୟୁରେ ଗୀତିକାର ଗଗନ ରାଉତ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ 

 

ଓଡିଶାର ସ୍ୱନାମଧନ୍ୟ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଗଗନ ରାଉତ୍‌ ଏବେ କଟକ ସିଡିଏ ସ୍ଥିତ ଅଶ୍ୱିନୀ ହସ୍ପିଟାଲ୍‌ର ଆଇସିୟୁରେ ଅଛନ୍ତି ।୧୮ ତାରିଖ ଦିନ ସେ ସନ୍ଧ୍ୟାରେ ନିଜ ଘର ଟାଙ୍ଗୀକୁ ତାଙ୍କ ବାଇକ୍‌ରେ ଫେରୁଥିବାବେଳେ  ରାସ୍ତାରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ସେ ରାସ୍ତାକଡ଼କୁ ଛିଟ୍‌କି ପଡିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କଟକ ବଡମେଡିକାଲ୍‌ ଓ ପରେ ଅଶ୍ୱିନୀକୁ ନିଆ ଯାଇଥିଲା । ଏବେ ତାଙ୍କ ଅବସ୍ଥା ସଂକଟାପନ୍ନ ଅଛି  । ଦୁଇ ଦିନ ଭିତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି । ଆଗକୁ ଚିକିତ୍ସାରେ ଅର୍ଥ ବାଧକ ସାଜିପାରେ ବୋଲି ପରିବାରବର୍ଗ ଆଶଙ୍କା କରୁଛନ୍ତି । ତେଣୁ ଯଦି କେହି ସହୃଦୟ ବ୍ୟକ୍ତି କିଛି ସହାୟତାର ହାତ ବଢେଇବା ପାଇଁ ଚାହୁଁଥାନ୍ତି ତାହେଲେ ନିକଟ ସଂପର୍କୀୟ ପବିତ୍ରଙ୍କୁ(୮୩୨୭୭୬୩୭୪୨) ନମ୍ବରରେ ଯୋଗାଯୋଗ କରିପାରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

 

ଗଗନ ରାଉତ୍ ଖାଲି ଆଧୁନିକ କି ଭଜନ ନୁହେଁ ବରଂ ଓଡିଆ ସିନେମା ପାଇଁ ବି ସୁମଧୁର ଗୀତ ରଚନା କରିଛନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୮୦୦୦ ଗୀତ ରଚନା କରିଥିବାବେଲେ ୨୦୦ରୁ ଅଧିକା ଗୀତରେ ସ୍ୱର ସଂଯୋଜନା ମଧ୍ୟ କରିଛନ୍ତି । ତାଙ୍କ ରଚନାରେ ବାବୁଲ୍‌ ସୁପ୍ରିୟୋ,ନରେନ୍ଦ୍ର କୁମାର,କୃଷ୍ଣଚନ୍ଦ୍ର,କୁମାର ବାପି,ଇରା ମହାନ୍ତି,ହ୍ୟୁମାନ ସାଗର ଭଳି ବହୁ ନାମୀଦାମୀ କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଥିବା ବେଳେ ସମ୍ରାଟ୍‌ କ୍ୟାସେଟ୍‌,ସାର୍ଥକ୍‌ ମ୍ୟୁଜିକ୍‌ ଭଳି ବଡ଼ ବଡ଼ କଂପାନୀରେ ତାଙ୍କ ଗୀତଗୁଡିକ ମୁକ୍ତିଲାଭ କରିଛି  ।

ଆଜି ଏଭଳି ଏକ ସମୟରେ ନନ୍ଦିଘୋଷ ଟିଭି ପରିବାର ପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ବିଚ୍ ରାସ୍ତାରେ କଂଗାରୁ କୋର୍ଟ, କଲେଜ ଛାତ୍ରଙ୍କୁ ମିଳିଲା ଏମିତି ଦଣ୍ଡ

0

ଗଞ୍ଜାମ: ବିଚ୍ ରାସ୍ତାରେ ବସିଲା କଂଗାରୁ କୋର୍ଟ ଆଉ ତୁରନ୍ତ ନିଷ୍ପତ୍ତି । କମେଣ୍ଟ ମାରିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ରାସ୍ତା ଉପରେ ଆଣ୍ଠେଇବାକୁ କହି କିଛି ଲୋକ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଗଞ୍ଜାମ ଖଲ୍ଲିକୋଟ ମୁଖ୍ୟ ବସଷ୍ଟାଣ୍ଡ ଛକରେ ।

ସୂଚନା ଅନୁଯାୟୀ, ରାମଚନ୍ଦ୍ର ମର୍ଦରାଜ କଲେଜର ଯୁକ୍ତ ଦୁଇ ଦିତୀୟ ବର୍ଷ ଛାତ୍ର ପ୍ରମୋଦ ଶବର କିଛି ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଲୋକମାନେ ପ୍ରମୋଦଙ୍କୁ ଅଟକ ରଖିବା ପରେ ରାସ୍ତା ଉପରେ ଆଣ୍ଠେଇବାକୁ କହି ନିସ୍ତୁକ ମାଡ଼ ମାରିଥିଲେ । କିଛି ଲୋକ ଏହାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସେହି ଭିଡିଓଟି ଭାଇରାଲ ହେବା ପରେ ପରିବାର ଲୋକେ ଆଜି ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

 

ଶିବସେନା ସହ ମେଣ୍ଟ ପାଇଁ CWCର ନୀତିଗତ ସହମତି, ଔପଚାରିକ ଘୋଷଣାକୁ ଅପେକ୍ଷା

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗି ରହିଥିବା ବାଦ ବିବାଦ ସମାଧାନ ଆଡକୁ ଗତି କରୁଛି । ଦିନେ କିମ୍ୱା ୨ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଘୋଷଣା ହୋଇପାରେ । ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ CWC ବୈଠକ ପରେ ଏଭଳି କିଛି ଆଭାସ ମିଳିଛି । ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ଶିବସେନା ସହ ମେଣ୍ଟକୁ ବରିଷ୍ଠ ନେତାମାନେ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ସହମତି ପ୍ରକାଶ କରିଛି CWC । ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସରକାର ଗଠନ ନେଇ କମନ ମିନିମମ୍ ପ୍ରୋଗ୍ରାମ୍, ଉଭୟ ଏନସିପି ଓ କଂଗ୍ରେସର ନେତା ସ୍ଥିର କରିବେ ବୋଲି କୁହାଯାଇଛି । ଆଜି ଦିଲ୍ଲୀରେ କଂଗ୍ରେସ ବୈଠକ ପରେ ପରେ ଏନସିପି ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ସେମାନେ ମଧ୍ୟ କଂଗ୍ରେସ କଥାରେ ସହମତି ପ୍ରକାଶ କରି ୫ ବର୍ଷିଆ ପୂର୍ଣ୍ଣକାଳୀନ ସରକାର ଗଠନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

ସେପଟେ ଶରଦ ପାଓ୍ବାରଙ୍କ ବାସ ଭବନରେ କଂଗ୍ରେସ ଓ ଏନସିପିର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠିତ ହୋଇଛି । କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ଜୟରାମ ରମେଶ, ମଲ୍ଲିକାର୍ଜୁନ୍ ଖଡଗେ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ୍ ଏହି ବୈଠକରେ ଉପସ୍ଥିତ ଥିବା ବେଳେ ଏନସିପିର ପ୍ରଫୁଲ୍ଲ ପଟେଲ, ଅଜିତ୍ ପାଓ୍ବାର, ସୁପ୍ରିୟା ସୁଲେ ପ୍ରମୁଖ ଉପସ୍ଥିତ ଥିଲେ ।

https://nandighoshatv.comshivsena-ncp-congress-deal-seal/

ଆସନ୍ତାକାଲି ଦିନ ୩ଟାରେ ଉଦ୍ଧବ ଠାକରେଙ୍କ ସହ କଂଗ୍ରେସ ଓ ଏନସିପିର ବୈଠକ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟର ରୂପରେଖ ସଂପର୍କରେ ଆଲୋଚନା ହେବାର ଅଛି । ତେବେ ମହାରାଷ୍ଟ୍ରରେ ସ୍ଥିର ସରକାର ଗଠନ ଏବଂ ୫ ବର୍ଷର ସରକାର ଚାଲିବା ଭଳି ନିଷ୍ପତ୍ତି ହେବା ପରେ କଂଗ୍ରେସ ଆଗକୁ ଆସିଥିବା ଚର୍ଚ୍ଚା ହେଉଛି । ତେବେ ମହାରାଷ୍ଟ୍ରରେ ଏନସିପି ଅପେକ୍ଷା କଂଗ୍ରେସ ଶିବସେନାର ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି । ଏବେ ତିନି ଦଳ ମେଣ୍ଟ ସଂପର୍କରେ ଘୋଷଣା କରିବା ପରେ ସରକାର ଗଠନ ନେଇ ତାରିଖ ସ୍ପଷ୍ଟ ହେବ । ଚର୍ଚ୍ଚା ଅନୁସାରେ ରବିବାର କିମ୍ୱା ସୋମବାର ସରକାର ଗଠନ ହୋଇପାରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।

https://nandighoshatv.commaharastra-a-clammy-political-story/