spot_img
Home Blog Page 7661

ସରକାର ଗଠନ ପାଇଁ ଆଜସୁ ଓ ଜେଭିଏମ୍ ସହ ବିଜେପିର ଆଲୋଚନା

ରାଞ୍ଚି: ଏକଜିଟ୍ ପୋଲ୍ ଆଉ ଟ୍ରେଣ୍ଡ । ଖସୁଛି ବିଜେପି, ବଢ଼ୁଛି ଜେଏମ୍ଏମ୍-କଂଗ୍ରେସ ମେଣ୍ଟ । ଝାଡ଼ଖଣ୍ଡରେ କ୍ଷମତାରୁ ଖସିପାରେ ବିଜେପି । ଟ୍ରେଣ୍ଡରେ ବର୍ତ୍ତମାନ ଯାଏଁ ବିଜେପି ପଛୁଆ ରହିଛି । କଡ଼ା ଟକ୍କର ଦେଉଛି ଜେଏମ୍ଏମ୍-କଂଗ୍ରେସ ମେଣ୍ଟ । ମେଣ୍ଟ ଟ୍ରେଣ୍ଡରେ ବହୁମତ ଛୁଇଁଛି । ଆଉ ଏକାକୀ ଲଢ଼ୁଥିବା ବିଜେପି ଏବେବି ପଛୁଆ ରହିଛି ।

https://nandighoshatv.comjharkhand-election-trends-bjp-slightly-trailing/

ରଘୁବରଙ୍କ ନେତୃତ୍ୱରେ ଲଢ଼ୁଥିବା ବିଜେପି ଟ୍ରେଣ୍ଡରେ ପଛୁଆ ଥିଲେ ବି ସରକାର ଗଠନ ଆଶା ଛାଡ଼ିନି । ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପି ଲାଗିପଡ଼ିଛି । ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ ସରକାର ଗଠନ ପାଇଁ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସମ୍ପର୍କରେ ଅଛନ୍ତି ବିଜେପି ନେତା ।ବର୍ତ୍ତମାନ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ୪୪ ସିଟରେ ଆଗୁଆ ଥିବାବେଳେ ବିଜେପି ୨୫ଟି ଆସନରେ ଆଗୁଆ ଚାଲିଛି । ଜେଭିଏମ୍ ୩, ଆଜସୁ ୪ ଓ ଅନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି ।

ଟ୍ରେଣ୍ଡରେ ଆଗୁଆ ରହିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ଆମେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିଲୁ । ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ତେଜସ୍ୱୀ ଯାଦବ କହିଛନ୍ତି ।

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା । ମେଣ୍ଟ କ୍ଷମତା ଦଖଲ କରିବ । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଢ଼ୁଥିଲୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା । ମେଣ୍ଟ କ୍ଷମତା ଦଖଲ କରିବ । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଢ଼ୁଥିଲୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।

ବାଲିଗୁଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର ଗୁରୁତର, ମେଡିକାଲରେ ଭର୍ତ୍ତି ।

ବାଲିଗୁଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର ଗୁରୁତର, ମେଡିକାଲରେ ଭର୍ତ୍ତି ।

କରଞ୍ଜିଆ: ରାଉତାଳିପାଟ, ବେଗୁନାବିନ୍ଧା ଗାଁରେ ହାତୀ ଉପଦ୍ରବ । ବ୍ୟାପକ ଧାନ ଫସଲ ସହ କଦଳୀ ଗଛ ନଷ୍ଟ । ସ୍କୁଲଘର ସହିତ ୬ଟି ଘର ଭାଙ୍ଗିଲେ ୨୨ ଟିକିଆ ହାତୀପଲ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ । ବନ ବିଭାଗ ତୁରନ୍ତ ହାତୀପଲଙ୍କୁ ଘଉଡ଼ାଇବାକୁ ଦାବି ।

ଝାଡ଼ଖଣ୍ଡ ବିଧାନସଭା ଭୋଟ୍ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛି ବିଜେପି

ରାଞ୍ଚି: ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ପ୍ରଥମରୁ ଟ୍ରେଣ୍ଡରେ ବିଜେପିକୁ କଡ଼ା ଟକ୍କର ଦେଉଛି ଜେଏମ୍ଏମ୍ ମେଣ୍ଟ । ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ୩୮ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୩୩ ସିଟରେ ଆଗେଇ ଚାଲିଛି । ଜେଭିଏମ୍ ୪, ଆଜସୁ ୨ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନରେ ଆଗୁଆ ରହିଛନ୍ତି ।ଝାଡ଼ଖଣ୍ଡ ବିଧାନସଭାର ବହୁମତ ହେଉଛି ୪୧ । ଟ୍ରେଣ୍ଡ ଅନୁସାରେ ଝାଡ଼ଖଣ୍ଡରେ ତ୍ରିଶଙ୍କୁ ବିଧାନସଭା ହୋଇପାରେ । ପଦ୍ମ ପାଖୁଡ଼ାରୁ ଝାଡ଼ଖଣ୍ଡ ଖସିବା ନେଇ ଏକଜିଟ୍ ପୋଲ୍ ଆକଳନ କରିଥିଲା । ଟ୍ରେଣ୍ଡ ବି ସେୟା ଦର୍ଶାଉଛି । ରଘୁବରଙ୍କ ପକେଟରୁ କ୍ଷମତା ଖସିବା ନଜର ଆସୁଛି ।ସମ୍ପୂର୍ଣ୍ଣ ଫଳ ଆସିବା ଆଗରୁ କୌଣସି ପ୍ରକାରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସୂତ୍ର ଅନୁସାରେ ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଏଥିସହ ବିଜେପି ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସହ ସରକାର ଗଠନ ନେଇ ଆଲୋଚନା କରୁଥିବା ଜଣାପଡ଼ୁଛି ।

https://nandighoshatv.comcounting-of-votes-on-23-dec-bjp-faces-uphill-task/

ମୁମ୍ବାଇ: ସେୟାର ବଜାରରେ ଉତ୍ସାହ । ୧୫.୩୮ ପଏଣ୍ଟ ବୃଦ୍ଧି ପାଇ ୪୧, ୬୯୬.୯୨ରେ ସେନସେକ୍ସ । ୩.୭୦ ପଏଣ୍ଟ ବୃଦ୍ଧି ପାଇ ୧୨, ୨୭୫.୫୦ରେ ନିଫ୍ଟି ।

ମୁମ୍ବାଇ: ସେୟାର ବଜାରରେ ଉତ୍ସାହ । ୧୫.୩୮ ପଏଣ୍ଟ ବୃଦ୍ଧି ପାଇ ୪୧, ୬୯୬.୯୨ରେ ସେନସେକ୍ସ । ୩.୭୦ ପଏଣ୍ଟ ବୃଦ୍ଧି ପାଇ ୧୨, ୨୭୫.୫୦ରେ ନିଫ୍ଟି ।

ଦୁର୍ଗ ଛାଡ଼ିଲେ ୨୫୦ରୁ ଅଧିକ ମାଓ ସମର୍ଥକ

ମାଲକାନଗିରି: ବିକାଶ ହେଉଛି, ଲାଲଗଡ଼ ଭୁଶୁଡ଼ୁଛି । ଲାଲ ବାହିନୀର ହାତ ଛାଡ଼ିଛନ୍ତି ୨୫୦ରୁ ଅଧିକ ମାଓ ସମର୍ଥକ । ମାଥିଲି ବ୍ଲକ ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ମାଓବାଦୀଙ୍କୁ ଲାଗିଛି ବଡ଼ ଝଟକା । ପୂର୍ବରୁ ମାଓବାଦୀଙ୍କ ସମର୍ଥକ ଥିବା ଲୋକେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ସ୍ଥାୟୀ ପୋଲିସ କ୍ୟାମ୍ପ ହେବା ପରେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ଓ ଅଞ୍ଚଳର ଉନ୍ନତି ହେବ ବୋଲି ଆଶା ରଖିଛନ୍ତି । ହାଟପଦାରେ ଏନେଇ ଶପଥ ନେବା ସହ ଲାଲବାହିନୀକୁ ଆଉ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ।ପୋଲିସ ଆତ୍ମସମର୍ପଣ କରିଥିବା ଲୋକଙ୍କୁ ମାଗଣାରେ କମ୍ବଳ, ଡ୍ରେସ୍ ବାଣ୍ଟିଛି । ପୂର୍ବରୁ ମହୁପଦର ଅଞ୍ଚଳର ମାଓବାଦୀଙ୍କ କବଜାରେ ଥିଲା ।

କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତ

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ୯ ଜଣ । ବିଳମ୍ବିତ ରାତିରେ କିରାରି ଅଞ୍ଚଳର ଏକ ୪ ମହଲା ବିଲ୍ଡିଂରେ ନିଆଁ ଲାଗିଥିଲା । ପ୍ରଥମେ ନିଆଁ ତଳ ମହଲାରେ ଥିବା ଏକ କପଡ଼ା ଗୋଦାମରେ ଲାଗିଥିଲା । ଚାହୁଁ ଚାହୁଁ ୪ ମହଲାକୁ ବ୍ୟାପି ଯାଇଥିଲା ନିଆଁ । ସମସ୍ତେ ଶୋଇଥିବାରୁ କେହି କିଛି ବୁଝିବା ପୂର୍ବରୁ ନିଆଁ ପୂରା ବିଲ୍ଡିଂକୁ କରାୟତ୍ତ କରି ନେଇଥିଲା ।ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇଥିଲା । ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ରାତି ପ୍ରାୟ ୧୨ଟା ବେଳେ ପ୍ରଥମେ ଗୋ ଡାଉନରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗିଥିଲା । ପରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ନିଆଁ ଉପରକୁ ବ୍ୟାପି ଯାଇ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।

ପୂର୍ବରୁ ଡିସେମ୍ବର ୭ ତାରିଖରେ ଝାନ୍ସି ରୋଡ ସ୍ଥିତ ପରିବା ମଣ୍ଡିପେ ନିଆଁ ଲାଗିଥିଲେ । ଏଥିରେ ପ୍ରାୟ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

https://nandighoshatv.combuilding-owner-arrested-in-delhi-fire-tragedy/

ନୂଆଦିଲ୍ଲୀ: କିରାରିରେ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ । ୪ ମହଲାକୁ ବ୍ୟାପିଗଲା ନିଆଁ । ଜୀଅନ୍ତା ଜଳିଗଲେ ୯ ଜଣ । ୧୨ ଜଣ ଉଦ୍ଧାର, ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସୂଚନା ।

ନୂଆଦିଲ୍ଲୀ: କିରାରିରେ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ । ୪ ମହଲାକୁ ବ୍ୟାପିଗଲା ନିଆଁ । ଜୀଅନ୍ତା ଜଳିଗଲେ ୯ ଜଣ । ୧୨ ଜଣ ଉଦ୍ଧାର, ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସୂଚନା ।