spot_img
Home Blog Page 767

ପାକିସ୍ତାନୀ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଲେ ଦିଶା ପଟାନୀଙ୍କ ଉଭଣୀ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା କମିଥିଲେ ସୁଦ୍ଧା ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲୁଛି । ଭାରତର ବ୍ରହ୍ମସକୁ ପାକିସ୍ତାନୀ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଛନ୍ତି । ଏପରିକି ଭାରତର ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନୀ ୟୁଜର୍ସମାନେ ଅପରେସନ ସୁହାଗରାତ ବୋଲି କହି କମେଣ୍ଟ କରିଛନ୍ତି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଉଭଣୀ । ପୂର୍ବରୁ ଭାରତୀୟ ସେନାରେ କାମ କରି ସାରିଥିବା ଖୁସବୁ ପଟାନୀଙ୍କ ପାକିସ୍ତାନୀ ୟୁଜର୍ସଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

https://www.instagram.com/khushboo_patani/?utm_source=ig_embed&ig_rid=7096a5d5-9b7b-44e8-b4d6-ff9cd7061fa2

ଖୁସବୁ କହିଛନ୍ତି କି, ବ୍ରହ୍ମସର ତାକତ ପାକିସ୍ତାନୀ ସେନାମାନେ ବେଶ ଭଲଭାବେ ଜାଣି ପାରିଥିବେ । ତେବେ ଯେଉଁମାନେ ଅପରେସନ ସିନ୍ଦୂରକୁ ନେଇ ସୁହାଗରାତ ବୋଲି କହୁଛନ୍ତି ସେମାନେ ବୁଝି ରଖିବା ଉଚିତ କି, ସୁହାଗରାତରେ ଯେପରି କ୍ଷୀର ହଳଦୀ ଯାଏ ସେପରି ପାକିସ୍ତାନକୁ ବ୍ରହ୍ମସ ଯାଇଛି । ସେମାନେ ଭଲଭାବେ ଏହାର ତାକତ ଜାଣିପାରିଥିବେ । ଭାରତ ବ୍ରହ୍ମସ ଲଞ୍ଚ କରିଥିବାବେଳେ ପାକିସ୍ତାନର ଅବସ୍ଥା କଣ ହେଉଛି ସେମାନେ ଜାଣିପାରୁଥିବେ ।

ଆଇପିଏଲ ୨୦୨୫ର ବାକି ମ୍ୟାଚରେ ଖେଳି ନପାରନ୍ତି ଅଷ୍ଟ୍ରେଲିୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସ୍ଥଗିତ ରହିଛି ଆଇପିଏଲ-୨୦୨୫ । ବାକିଥିବା ମ୍ୟାଚ ଗୁଡ଼ିକ ପୁଣିଥରେ ଖେଳାଯିବ । ଖୁବଶୀଘ୍ର ମ୍ୟାଚ ଆରମ୍ଭ ହେବ ବୋଲି କୁହାଯାଉଥିବାବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବାକି ମ୍ୟାଚରେ ଅଷ୍ଟ୍ରେଲିୟ ଖେଳାଳିମାନେ ଅନୁପସ୍ଥିତ ରହିପାରନ୍ତି ବୋଲି କୁହାଯାଉଛି । ଯଦିଓ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ । ତଥାପି ବିଶ୍ବ ଟେଷ୍ଟ ଚାମ୍ପିୟନ୍ସସିପ ପାଇଁ ଅଷ୍ଟ୍ରେଲିୟ ଖେଳାଳିମାନେ ଅଭ୍ୟାସ କରିପାରନ୍ତି । ଯେଉଁ କାରଣରୁ ସେମାନେ ଆଉ ଆସି ନପାରନ୍ତି । ଜୁନରେ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ଡରେ ପହଞ୍ଚିବ । ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳିବ । ଜୁନ ୧୧ରୁ ମ୍ୟାଚ ଆରମ୍ଭ ହେବ । ଯଦିଓ ଆହୁରି ଅନେକ ଦିନ ଅଛି ତଥାପି ଖେଳାଳିମାନେ ସ୍ବଦେଶ ଫେରିଥିବାରୁ ପୁଣିଥରେ ନଆସିପାରନ୍ତି ବୋଲି କୁହାଯାଉଛି । କାରଣ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ମେ’ ୨୫ ପର୍ଯ୍ୟନ୍ତ ଖେଳାଳିଙ୍କୁ NOC ମିଳିଛି । ମାତ୍ର ଆଇପିଏଲ ୨୦୨୫ର ଫାଇନାଲ ମେ ୩୦ ଖେଳିଯିବ ବୋଲି ଖବର ଆସୁଛି । ଏଣୁ ଅଷ୍ଟ୍ରେଲିୟ ଖେଳାଳି କେବେ ଆସିବେ କିମ୍ବା ଆସିବେନି କିଛି ସ୍ପଷ୍ଠ ହୋଇନାହିଁ ।

ଓଡ଼ିଶା ଉପକୂଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଓ କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଗୋଟିଏ ଲେଖାଏଁ ସେକ୍ସନ ଫୋର୍ସ ମୁତୟନ କରାଯିବା ସହ ସମ୍ଭାବ୍ୟ ପରିସ୍ଥିତିର  ମୁକାବିଲା ପାଈଁ ଜରୁରୀ ଉପକରଣ ଯୋଗାଇ ଦିଆଯାଇଛି। ସମୁଦ୍ର ପଥରେ ସମ୍ଭାବ୍ୟ ଆକ୍ରମଣ କିମ୍ବା ଅନୁପ୍ରବେଶକୁ ରୋକିବା ପାଈଁ ଜଳପଥରେ ହାଇଆଲର୍ଟ ଜାରି କରାଯାଇଛି।ଜଳପଥରେ ଅଚିହ୍ନା ଡ଼ଙ୍ଗା, ମସ୍ଚ୍ୟଜୀବୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଈଁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ଥାନା, ଉପକୂଳ ସୁରକ୍ଷା ବାହିନୀ, ସ୍ୱତନ୍ତ୍ର ସଶସ୍ତ୍ର ବଳ ତରଫରୁ ମିଳିତ ଭାବେ ୨୪ ଘଣ୍ଟିଆ ପହରା ଦିଆଯାଉଛି ।

ବେଆଇନ ଭାବେ ପାଉଁଶ ପକାଉଥିବା ୨୩ଟି ଟ୍ରକ ଜବତ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରରେ ବେଆଇନ ଭାବେ ପାଉଁଶ ପକାଉଥିବା ୨୩ଟି ଟ୍ରକ ଜବତ। ଟ୍ରକ ଗୁଡିକୁ ଜବତ କରିଛି ସମ୍ବଲପୁର ପୋଲିସ। ଶହ ଶହ ଟନ ପାଉଁଶ ପକାଉଥିବା ଅଭିଯୋଗ ହୋଇଆସୁଥିଲା। ଠେଲକୋଲି ଥାନା ଅଞ୍ଚଳରେ ବ୍ୟାପକ ପରିମାଣରେ ପକାଉଥିଲେ ବେଆଇନ ପାଉଁଶ। ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛି ସମ୍ବଲପୁର ପୋଲିସ। ଝାରସୁଗୁଡ଼ାରୁ ସମ୍ବଲପୁରରୁ ପ୍ରତିଦିନ ଶହଶହ ଟନ୍ ପାଉଁଶ ରାସ୍ତା କଡ଼ରେ ପକାଉଥିବାବେଳେ ଆଜି ସମସ୍ତ ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଦିକ୍ଷିତ କ୍ରୀଷ୍ଣା ଶ୍ରୀପଦ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଦିକ୍ଷିତ କ୍ରୀଷ୍ଣା ଶ୍ରୀପଦ। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ପୂର୍ବାହ୍ନ ୧୦ଟାରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ପୂର୍ବରୁ ଜଷ୍ଟିସ କ୍ରୀଷ୍ଣା ଶ୍ରୀପଦ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ। ଏହି ଉତ୍ସବରେ ହାଇକୋର୍ଟର ବିଚାରପତି ବୃନ୍ଦ, ଅଧିକାରୀ, ଆଡଭୋକେଟ ମାନେ ଯୋଗ ଦେବେ।

ଜାଣନ୍ତୁ ଯୁଦ୍ଧକୁ ନେଇ ପାକିସ୍ତାନ ପକ୍ଷରୁ କଣ କୁହାଗଲା…

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି । ଉଭୟ ଦେଶ ମଧ୍ୟ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଥିବାବେଳେ ଏହାକୁ ବିଭିନ୍ନ ମହଲରୁ ବିଭିନ୍ନ ପ୍ରକାରର ଆଲୋଚନା ଶୁଣିବାକୁ ମିଳୁଛି । ତେବେ ଯୁଦ୍ଧ ବିରତି ପରେ ପାକିସ୍ତାନର ତିନି ସେନାମୁଖ୍ୟଙ୍କ ପକ୍ଷରୁ ଏକ ପ୍ରେସମିଟ୍ କରାଯାଇଥିଲା । ତେବେ ପାକିସ୍ତାନ ପକ୍ଷରୁ କୁହାଯାଇଛି କି, ଯୁଦ୍ଧରେ ପାକିସ୍ତାନର ଗୋଟିଏ ବିମାନ ନଷ୍ଟ ହୋଇଛି । ମାତ୍ର ଏହା କେଉଁ ବିମାନ ତାହା ସ୍ପଷ୍ଠ କରାଯାଇନାହିଁ । ସେପଟେ ଭାରତୀୟ ପାଇଲଟକୁ ପାକିସ୍ତାନ ରଖିଥିବା ଖବର ସେମାନେ ସିଧା ସଳଖ ମନା କରି ଦେଇଛନ୍ତି । ପାକିସ୍ତାନ ପକ୍ଷରୁ କୁହାଯାଇଛି କି, ଆମେ କବଜାରେ କୌଣସି ଭାରତୀୟ ପାଇଲଟ ନାହାନ୍ତି । ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଉଛି ।

ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ଦୋକାନ ଘର

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ବଳରାମଗଡ଼ି ଥାନା ନାଉପାଳଗଡିରେ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି  ଉଡିଗଲା ଦୋକାନ ଘର ।  ୯ରୁ ଅଧିକ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି। ବିସ୍ପୋରୋଣରେ ଉଡ଼ିଥିବା ଦୋକାନଟି ବାଲେଶ୍ୱର ଥାନାର ପୂର୍ବତନ ହୋମଗାର୍ଡ ଏସକେ ହାଫିଜଙ୍କର ବୋଲି ଜଣାପଡ଼ିଛି। ବେଆଇନ୍ ଭାବରେ ଦୋକାନ ଘରେ ରଖାଯାଇଥିଲା ୬୦ରୁ ଅଧିକ ସିଲିଣ୍ଡର । ଆଜି ସକାଳେ ହଠାତ ନିଆଁ ଲାଗି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

ଆହୁରି କଲବଲ କରିବ ତାତି

ନନ୍ଦିଘୋଷ ବ୍ୟୁରୋ: ୧୯ ଯାଏଁ କଲବଲ କରିବ ତାତି । ଆଜିଠାରୁ ଅତ୍ୟଧିକ ଖରା ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବେ ଲୋକେ । ରାଜ୍ୟରୁ କାଳବୈଶାଖୀର ପ୍ରଭାବ ହଟିବା ପରେ ଉପରମୁହାଁ ହୋଇଛି ପାରଦ। ଫଳରେ ଆଜିଠାରୁ ଉପକୁଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l ୧୯ ତାରିଖ ପରେ ବଦଳିବ ପାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି l ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ,କଳାହାଣ୍ଡି ଓ ଅନୁଗୁଳ ଜିଲା ମାନଙ୍କରେ ୪୨ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା l ସେପଟେ ଉପକୂଳରେ ମଧ୍ଯ ୪୦ ଡିଗ୍ରୀ ଅତିକ୍ରମ କରିପାରେ ପାରଦ ।

ତିବ୍ବତରେ ଭୂକମ୍ପର ଝଟକା

ନନ୍ଦିଘୋଷ ବ୍ୟୁରୋ: ତିବ୍ବତରେ ଭୂକମ୍ପର ଝଟକା। ରାତି ପ୍ରାୟ ୨ଟା ୪୧ ମିନିଟ ସମୟରେ ତିବ୍ଦତରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ମପା ଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି NCS ଏହି ସୂଚନା ଦେଇଛି। ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପରୁ ଏପର୍ଯ୍ୟନ୍ତ ଧନଜୀବନ ହାନି ନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।ଉତ୍ତରପ୍ରଦେଶରୁ ବିହାର ପର୍ଯ୍ୟନ୍ତ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ୟୁପି-ବିହାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରବଳ ଭୂମିକମ୍ପ ଅନୁଭବ କରିଥିଲେ। ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପର ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି। ପୂର୍ବରୁ ଗତ ୯ ତାରିଖରେ ଏଠାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ କୌଣସି କ୍ଷତି ହୋଇନଥିଲା। ହିମାଳୟ ପର୍ବତମାଳା ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ସମୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥାଏ।

ଶୁଭମନ ଗିଲଙ୍କୁ ଅଧିନାୟକ କରିବା ପୂର୍ବରୁ ତାଙ୍କ ରେକର୍ଡ ଦେଖ, ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଚୟନକର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ମଝିରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ରୋହିତ ଶର୍ମା । ତାଙ୍କର ଏଭଳି ହଠାତ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଆଗାମି ଦିନରେ ଭାରତ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବାବେଳେ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ ଏହାକୁ ନେଇ ପ୍ରଶ୍ନବାଜୀ ସୃଷ୍ଟି ହୋଇଛି । ଋଷଭ ପନ୍ତ, ଜଶପ୍ରିତ ବୁମରା ଏବଂ ଶୁଭମନ ଗିଲଙ୍କ ଏହି ରେସରେ ରହିଛି । ତେବେ ଶୁଭମନ ଅଧିନାୟକ ହୁଅନ୍ତୁ ବୋଲି ଅଧିକାଂଶ ପୂର୍ବତନ କ୍ରିକେଟରମାନେ ଦାବି କରିଛନ୍ତି । ତେବେ ଏହାକୁ ନେଇ ପୂର୍ବତନ ଭାରତୀୟ ଦଳର ଚୟନକର୍ତ୍ତା ଏସକେ ପ୍ରସାଦ ଅଗରକରଙ୍କ ଚୟନକର୍ତ୍ତା ଟମୁକ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି କି, ଗିଲଙ୍କୁ ଅଧିନାୟକ କରିବା ପୂର୍ବରୁ ଇଂଲଣ୍ଡରେ ତାଙ୍କ ରେକର୍ଡ କେମିତି ରହିଛି ଏହା ଉପରେ ପ୍ରଥମେ ନଜର ପକାନ୍ତୁ। ଗିଲ ଏବେ ଭଲ ଫର୍ମରେ ରହିଛନ୍ତି । ଯଦି ଅଧିନାୟକ ରହିବେ ତାହେଲେ ତାଙ୍କ ଉପରେ ଚାପ ରହିବ । ଏଣୁ ବୁମରା ଅଧିନାୟକ ହେବା ପାଇଁ ଭଲ ବିକଳ୍ପ ହେବେ । ଆପଣ ଗିଲଙ୍କୁ ଉପଅଧିନାୟକ ଭାବେ ନେଇପାରିବେ । ଏହାପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ବିଦେଶ ମାଟିରେ ବୁମରାଙ୍କ ଅଧିନାୟକତ୍ବରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଏସକେ ପ୍ରସାଦ ଏକ ଇଣ୍ଟରଭିୟ୍ୟୁ ସମୟରେ ଜଣାଇଛନ୍ତି । ତେବେ ବିସିସିଆଇ ଆଗାମୀ ଦିନରେ କଣ ନିଷ୍ପତ୍ତି ନେଉଛି ଏବଂ କାହାକୁ ଅଧିନାୟକ କରୁଛି ତାହା ଉପରେ ରହିଛି ମସସ୍ତଙ୍କ ନଜର ।