ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସସୀମା ୩୩ରୁ ୪୮ ବର୍ଷକୁ ବୃଦ୍ଧି । କୃଷି ନୀତି “ସମୃଦ୍ଧି”କୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର : କୃଷକଙ୍କ ଆୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିତ କରିବା । କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା । କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ କରାଇବା ଉଦ୍ଦେଶ୍ୟରେ ନୂଆ କୃଷି ନୀତି “ସମୃଦ୍ଧି” ୨୦୨୦କୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ଚାଷୀ ମାନଙ୍କ ଆୟକୁ ବହୁଗୁଣିତ କରିବା ସହ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ଏହି ନୃଆ କୃଷିନୀତି ପ୍ରଣୟନ ହୋଇଛି ।

ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୭ ଧାରା ୩ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବାର ଥିଲା । ତେବେ ଗତ ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ଓଡ଼ିଆ ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟକୁ ସତ୍ୟବାଦୀକୁ ସ୍ତାନାନ୍ତରଣ କରାଯିବା ଏ ସେଠାରେ ସ୍ଥାପନ ନେଇ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ସେହିଭଳି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ ୨କୋଟି ୧୫ଲକ୍ଷ ୬୪ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ ରୁଲରେ ସଂସୋଧନ କରାଯାଇଛି । ୫-ଟି ଓ ମୋ ସରକାରରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବେ
ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି ଦିଆଯିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।
ଗୃପ-ଏ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଆକଳନ ମୁଖ୍ୟ ଶାସନ ସଚିବ କରିବେ । ଗୃପ -ବି ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ । ସେହିପରି ରାଜସ୍ବ ବିଭାଗର RI ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବ । ଡିପ୍ଲୋମା ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯିବା ନେଇ କ୍ୟାବିନେଟ୍ ମୋହର ବାଜିଛି।
ବଜେଟ୍ ପାଇଁ ଆପଣ ବି ଦେଇ ପାରିବେ ମତାମତ
ଭୁବନେଶ୍ୱର: ବଜେଟରେ କଣ ରହିବ, କଣ ନାଇଁ । ଆପଣ ବି ଦେଇପାରିବେ ଆପଣଙ୍କ ମତ । ପ୍ରାକ୍ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋକଙ୍କ ମତାମତ ଲୋଡ଼ିଛନ୍ତି । ଏଥିପାଇଁ ଏକ ୱେବ ପୋର୍ଟାଲ ଖୋଲାଯାଇଛି । ତା ଛଡ଼ା ଜନସାଧାରଣ [email protected]ରେ ମେଲ ଯୋଗେ ମତାମତ ଦେଇପାରିବେ । ହ୍ୱାଟ୍ସଆପ ନମ୍ବର ୯୪୩୮୧୬୧୧୧୧ରେ ମତାମତ ଦେଇହେବ ।

ସାଧାରଣ ଲୋକ ଡିସେମ୍ବର ୧୮ରୁ ଜାନୁଆରୀ ୧୫ ମଧ୍ୟରେ ମତାମତ ଦେଇପାରିବେ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବିଜେଟ୍ ଉପସ୍ଥାପନ ସମ୍ଭାବନା ରହିଛି । କେନ୍ଦ୍ରୀ ବଜେଟକୁ ବିଶ୍ଲେଷଣ କରିବାକୁ ଆମକୁ ସପ୍ତାହେ ସମୟ ଲାଗିବ । ଫେବ୍ରୁଆରୀ ଦ୍ଵିତୀୟ କିମ୍ଵା ତୃତୀୟ ସପ୍ତାହରେ ରାଜ୍ୟ ବଜେଟ୍ ଆସିବ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଡିସେମ୍ବର ୨୧ ଯାଏଁ ବିଭାଗ ଗୁଡ଼ିକ ସେମାନଙ୍କର ଆବଶ୍ୟକତା ବିଷୟରେ ଜଣାଇପାରିବେ । ପ୍ରତି ବିଭାଗ ସହିତ ୱାନ୍ ଟୁ ୱାନ୍ ଆଲୋଚନା ହେବ । ଫେବ୍ରୁଆରୀ ୧୫ ସୁଦ୍ଧା ବଜେଟ୍ ପ୍ରସ୍ତୁତି ସରିବ । ପାର୍କିଂ ଫଣ୍ଡିଂ କମିଛି । କେନ୍ଦ୍ରୀୟ ବଜେଟ ଅନୁଦାନ ଦେଖି ବ୍ୟୟ ବରାଦ କରାଯିବ । ନଭେମ୍ବର ସୁଦ୍ଧା ବଜେଟର ୫୨ ପ୍ରତିଶତ ଖର୍ଚ୍ଚ ହୋଇଛି ।
ଗତବର୍ଷ ବଜେଟ୍ ପାଇଁ ୪,୨୫୫ ମତାମତ ଆସିଥିଲା । ଜିଏସଟି ବାବଦରେ ଅଗଷ୍ଟ, ସେପ୍ଟେମ୍ବରରେ ୧,୧୯୪ କୋଟି ଦାବି କରିଥିଲୁ କେନ୍ଦ୍ର ୧,୧୪୨ କୋଟି ଦେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ରାଜଧାନୀରେ ଆରମ୍ଭ ହେଲା ଜାତୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା
ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟରୁ ୫୪୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ୨୬୦ ଜଣ ବାଳିକା ଅଛନ୍ତି । ରେଲୱେ ଷ୍ଟାଡିୟମ୍ ସହ ସହିଦନଗର ଇନଡୋର ହଲରେ ଖେଳାଯାଉଛି ।
ଉଦଘାଟନୀ ଉତ୍ସବରେ OSBA ସଭାପତି ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଇଏଏସ ରାଜେଶ ପାଟିଲ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟିତ କରିଛନ୍ତି । ୧୦ ଲକ୍ଷ ଟଙ୍କା ପ୍ରାଇଜ୍ ମନି ରହିଛି । ଉଦୀୟମାନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ଏହା ବଡ଼ ପ୍ଲାଟଫର୍ମ । ଏଥିରେ ଅନେକ ଶୀର୍ଷ ମାନ୍ୟତା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଚାମ୍ପିଅନସିପରେ ୧୫ ବର୍ଷରୁ କମ୍ ସିଙ୍ଗଲ୍ସ ଶୀର୍ଷ ରାଙ୍କିଂ ଖେଳାଳି ତସ୍ମିନ୍ ମିର୍ ଓ ରନର୍ସ ଅପ୍ ତାରା ଶାହ ମଧ୍ୟ ସାମିଲ ହୋଇଛନ୍ତି ।
କ୍ୱାର୍ଟର ଫାଇନାଲିଷ୍ଟ ମଧ୍ୟ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଅଣ୍ଡର-୧୫ ସିଙ୍ଗଲ୍ସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ । ଆୟୋଜକ ଓଡ଼ିଶା ୨୨ ଜଣ ଖେଳାଳିଙ୍କ ସହ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡ଼ିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳିଙ୍କୁ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର-ଆଲିଆଙ୍କ ‘ଗଲି ବୟ’
ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଓ ରଣବୀର ସିଂହ ଅଭିନିତ ଫୁଲ୍ମ ‘ଗଲି ବୟ’ ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଛି। ଭାରତ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆୱାର୍ଡ ପାଇଁ ପଠାଯାଇଥିଲା। ‘ଗଲି ବୟ’ର ଏଣ୍ଟ୍ରି ବେଷ୍ଟ୍ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ କାଟାଗୋରୀରେ କରାଯାଇଥିଲା।

ସୋମବାର ଏକାଡେମୀ ଅଫ୍ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସ ପକ୍ଷରୁ ୨୦୨୦ପାଇଁ ଯେଉଁ ୯ଟି କାଟାଗୋରୀରେ ସର୍ଟ ଲିଷ୍ଟେଡ ନୋମିନେଶନ କରାଯାଇଛି ସେଥିରେ ‘ଗଲି ବୟ’ବୁ ବାଦ୍ ଦିଆଯାଇଛି। ଏଥିରେ ୧୦ଟି ଚଳଚ୍ଚିତ୍ରକୁ ସ୍ଥାନ ଦିଆଯାଇଛି। ଜାନୁୟାରୀ ୩,୨୦୨୦ରେ ଏହାର ଚୁଡାନ୍ତ ତାଲିକା ପ୍ରକାଶ ପାଇବ ଓ ଫେବୃୟାରୀ ୯, ୨୦୨୦ରେ ହଲିଉଡ୍ର ଡଲବି ଥିଲଏଟରରେ ଏହି ପୁରସ୍କାର ପ୍ରଦାନ କରାଯିବ।

