ମାସେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିଥାଏ ଏଭଳି ନୀତି….ଦର୍ଶନ କଲେ ମିଳିବ କୋଟି ପୂଣ୍ୟ
ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ।
ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା, ୩.୩୦ରେ ଭିତର ଶୋଧ, ୩.୪୫ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ସାଢେ ଚାରିଟାରେ ମଇଲମ ଓ ତଡପ ଲାଗି, ୫ଟା ରେ ଅବକାଶ, ୫.୪୫ରେ ସୂର୍ଯ୍ୟପୂଜା, ସକାଳ ୬ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୬.୨୦ ରୁ ୬.୫୦ମଧ୍ୟରେ ପହିଲି ଭୋଗ, ସାଢେ ସାତଟା ରୁ ୯ଟା ମଧ୍ୟରେ କୋଠଭୋଗ, ୯ଟା ୨୦ରୁ ୧୦ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ ୨ଟାରେ ଦ୍ଵିତୀୟ ଭୋଗ ମଣ୍ଡପ, ସାଢେ ଦୁଇଟାରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ ୯ଟାରେ ଚନ୍ଦନ ଲାଗି ପରେ ରାତି ୧୦ଟାରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଗବେଷକ ମତଦେଇଛନ୍ତି ।
ଏହି ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯାଏ । ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଛି ।
ମହାପ୍ରଭୁଙ୍କ ରୀତି ନୀତି ଅନୁଯାୟୀ ଆଜିଠାରୁ ସହରରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ସମେତ ଜାଗା ଆଖଡ଼ା ମାନଙ୍କରେ ମଧ୍ୟ ପାହିଲିଭୋଗ ନୀତି ଅନୁଷ୍ଠିତ ହୋଇଥାଏ ।
କ୍ୟାପିଟାଲ ହସ୍ପିଟାଲରେ ଯୋଗଦେବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି.କେ ଦାଶ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ହେବ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ କାଡିଓଲୋଜି ଟ୍ରିଟମେଣ୍ଟ । ହୃଦରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ପଦ୍ଧତି ଆପଣାଯିବ । ଆଜି କ୍ୟାପିଟାଲ ହସ୍ପିଟାଲର ହୃଦରୋଗ ବିଭାଗର ମୁଖ୍ୟ ଭାବେ ଯୋଗ ଦେଉଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଦାଶ । ଅପରାହ୍ନ ୪ଟାରେ ସେ ହସ୍ପିଟାଲରେ ଯୋଗଦେବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ ।

କ୍ୟାପିଟାଲ ହସ୍ପିଟାଲରେ ଯୋଗଦେବା ପୂର୍ବରୁ ବେଙ୍ଗଳୁରୁ ସ୍ଥିତ ସତ୍ୟସାଇ ହୃଦରୋଗ ବିଜ୍ଞାନ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟଥିଲେ ଡାକ୍ତର ଦାଶ । ପି.କେ ଦାଶଙ୍କ ଯୋଗଦାନ ପରେ କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗ ସମ୍ବନ୍ଧୀୟ ଉନ୍ନତ ଚିକିତ୍ସା ପାଇପାରିବେ ରୋଗୀ । ଝଖ
‘ନିର୍ଭୟା’ ମୃତ୍ୟୁ ପରେ ବି ନ୍ୟାୟ ପାଇନାହାନ୍ତି ପରିବାର, ଫାଶୀ ଅପେକ୍ଷାରେ ୪ ଦୋଷୀ । ପଢନ୍ତୁ ୭ ବର୍ଷର ତଳର ଲୋମ ଟାଙ୍କୁରା କାହାଣୀ…
ନୂଆଦିଲ୍ଲୀ : ୭ ବର୍ଷ ତଳର ଲୋମହର୍ଷକ ଘଟଣା । ସେଦିନ ଥିଲା, ୨୦୧୨ ମସିହା ଡିସେମ୍ବର ୧୬ ତାରିଖ । ଇଏ ଏମିତି ଏକ ତାରିଖ ଥିଲା, ଯେଉଁଠି ସବୁ ସୀମା ଲଙ୍ଘିଯାଇଥିଲେ ମଣିଷ ରୂପି ରାକ୍ଷସ । ରାତିର ଅନ୍ଧକାରରେ ଚଳନ୍ତା ବସରେ ଘଣ୍ଟାଏ କାଳ ଲେଖାଯାଇଥିଲା ଏକ କଳଙ୍କିତ ଇତିହାସର କାହାଣୀ । ଚଳନ୍ତା ବସରେ ନିର୍ଭୟାର ଜୀବନରୁ ଯୌବନ ପର୍ଯ୍ୟନ୍ତ ସମସ୍ତ ସାଉଁଟା ସ୍ମୃତିକୁ ଗୋଡ଼ରେ ମୋଡ଼ି ମକଚି ଭଷ୍ମ କରିଦେଇଥିଲେ ୬ ଯୌନ ରାକ୍ଷସ । ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଚାଲିଥିଲା ଧଳା ରଙ୍ଗର ବସ୍ ଆଉ ତା ଭିତରେ ଚାଲିଥିଲା କଳା କାରନାମାର କଳଙ୍କିତ ଅଧ୍ୟାୟ ।

ଏ ହେଉଛି ସେ ଦିନର କାହାଣୀ ଯାହାକୁ ପୂରିଛି ୭ବର୍ଷ । କିନ୍ତୁ ନିର୍ଭୟାକୁ ଏଯାଏଁ ମିଳିପାରିନି ନ୍ୟାୟ । ୨୦୧୨ ଡିସେମ୍ବର ୧୬ ତାରିଖ ରବିବାର ଥିଲା । ଛୁଟି ଦିନଥିଲା । ପରିବାରରେ ମଜାମସ୍ତି ଆଉ ସାଙ୍ଗସାଥିଙ୍କ ସହ ମଉଜ ମଜଲିସ । ଏମିତି କିଛି ଭାବି ସାଙ୍ଗଙ୍କୁ ନିର୍ଭୟା ଫୋନ କରେ, ଫାଇନାଲ ହୁଏ ଦୁହେଁ ଦିନ ୩ଟା ରେ ଫିଲ୍ମ ଯିବେ । ତେବେ ଫିଲ୍ମ ଦେଖି ଫେରିବା ବେଳକୁ ବିଳମ୍ବ ହେବାରୁ ଘରୁ ମାଙ୍କର ଫୋନ୍ ବାରମ୍ୱାର ଆସୁଥିଲା । ଆଉ ନିର୍ଭୟାର ଉତ୍ତର ଥାଏ ମା ଯାଉଛି, ବ୍ୟସ୍ତ ହୁଅନି ମୁଁ ପହଞ୍ଚି ଯିବି । ଘରକୁ ଯିବାକୁ ଅଟୋବାଲାଙ୍କୁ ପଚରାଯାଏ କିନ୍ତୁ କୌଣସି ବି ଅଟୋବାଲା ସେ ଯାଏଁ ଯିବାକୁ ରାଜି ହୁଅନ୍ତିନି । ଆଉ ସେତିକିବେଳେ ଧଳା ରଙ୍ଗର ଏକ ବସ୍ ଆସି ଠିଆ ହୁଏ ନିର୍ଭୟାଙ୍କ ପାଖରେ । ସେଥିରୁ ଜଣେ ୧୫/୧୬ବର୍ଷର ପିଲାଟି ଆସି ପଚାରେ ଦିଦି ଆପଣ କୁଆଡ଼େ ଯିବେ ? ନିର୍ଭୟାର କିଛି ଉତ୍ତର ମିଳେ ନାହିଁ ପୁଣି ପୁଅଟି ପଚାରେ ଦିଦି ଆପଣ କୁଆଡ଼େ ଯିବେ ଏବଂ ଏଥର ନିର୍ଭୟା ଉତ୍ତର ଦେଇ କହେ ଦ୍ୱାରକା ଏବଂ ପିଲାଟି କହେ ଦିଦି ଆସିକି ବସିଯାଅ ବସରେ । ବସ୍ ଦ୍ୱାରକା ପର୍ଯ୍ୟନ୍ତ ଯିବ । ଦୁହେଁ ବସରେ ଚଢି ଯାଆନ୍ତି ସେଥିରେ ଡ୍ରାଇଭର ସହ ଥାନ୍ତି ସମୁଦାୟ ୬ ବ୍ୟକ୍ତି ।

ଦୁହେଁ ବସରେ ବସିବା ପରେ ଜଣଙ୍କ ପରେ ଜଣେ ନିର୍ଭୟା ପାଖକୁ ଆସି ଗାଳିଗୁଲଜ କରିବାକୁ ଲାଗନ୍ତି ଏବଂ ତାଙ୍କ ବନ୍ଧୁ ସେମାନଙ୍କୁ ରୋକିବାକୁ ପ୍ରୟାସ ମଧ୍ୟ କରନ୍ତି, କିନ୍ତୁ ସେ ୬ ଜଣଙ୍କ ଆଗରେ ଗୋଟିଏ ପୁଅର ଶକ୍ତି ପାଏନାହିଁ ସମସ୍ତଙ୍କୁ ଯବାବ ଦେବାକୁ । ଏହାପରେ ଆରମ୍ଭ ହୁଏ କଳା ରାତିର ବୀଭତ୍ସ କାରନାମା ।ବସ୍ ମଧ୍ୟରେ ସମସ୍ତେ ମିଶି ନିର୍ଭୟାକୁ କରନ୍ତି ଗ୍ୟାଙ୍ଗ ରେପ୍ ଆଉ ନିଜକୁ ବଞ୍ଚାଇବାକୁ ସଂଘର୍ଷ କରିଚାଲିଥାଏ ନିର୍ଭୟା । ଦିଲ୍ଲୀର ରାଜରାସ୍ତାରେ ଚଳନ୍ତା ବସରେ ତାସହ ହେଉଥିବା ସେ ସବୁକିଛି ଖିନ୍ ଭିନ୍ କରିଥିଲା ହୃଦୟକୁ, ଘଣ୍ଟାଏରେ ବଦଳିଯାଇଥିଲା ପୁରା ଦୁନିଆ । କେବଳ ସେତିକିରେ ସରି ନଥିଲା ସେମାନଙ୍କ ନୃଶଂସତାର ନିର୍ଲଜ ନିର୍ଯାତନା । ନାବାଳକଟି ନିର୍ଭୟା ସହ ଏମିତି କିଛି କରିଥିଲା ଯେ, ନିର୍ଭୟାର ଅନ୍ତ ବାହାରକୁ ଆସିଯାଇଥିଲା ଆଉ ରଡ଼ରେ ପିଟି ସେ ଦୁଇଜଣଙ୍କୁ ସେମାନେ ରାସ୍ତା କଡ଼ରେ ପକାଇ ଚାଲିଯାଇଥିଲେ ।
ତାପରେ ଦିଲ୍ଲୀ ପୋଲିସ ପାଖକୁ ଯାଇଥିଲା ଖବର। ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଉଭୟ ଜୀବନ ସହ ସଂଘର୍ଷ କରିଥିଲେ । ଏହାପରେ ଆନ୍ଦୋଳନ ବଢ଼ିଥିଲା ଓ ଦୋଷୀଙ୍କୁ ଖୋଜି ବାହାର କରିବା ସହ ଦଣ୍ଡ ଦେବାକୁ ଦେଶ ବ୍ୟାପୀ ନିଆଁ ଜଳିଥିଲା । ଦିଲ୍ଲୀ ପୋଲିସକୁ ଜଣଙ୍କ ପରେ ଜଣେ ଅପରାଧୀ ମିଳନ୍ତି ସତ, କିନ୍ତୁ ଦିଲ୍ଲୀରୁ ସିଙ୍ଗାପୁର ଯାଏ ନିର୍ଭୟା । ଆଉ ୨୮ଡିସେମ୍ବରେ ଶେଷଥର ପାଏଁ ନିଶ୍ୱାସ ନେଇ ସବୁଦିନ ପାଇଁ ଆଖି ବୁଜିଦିଏ ଦିଲ୍ଲୀର ଏ ସାହସୀ ଯୁବତୀ।

ଅଭିଯୁକ୍ତ ୬ ଜଣଙ୍କ ମଧ୍ୟରୁ ଜଣେ ନାବଳକକୁ ଜୁଭେନାଇଲକୁ ପଠାଯାଇଥିଲା । ବସ୍ ଡ୍ରାଇଭର ତଥା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ହିଁ ଆତ୍ମହତ୍ୟା କରିଥିଲା । ଆଉ ୪ଜଣଙ୍କୁ ଫାସି ଦଣ୍ଡ ଦିଅନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ । କିନ୍ତୁ ଆଜି ପର୍ଯ୍ୟନ୍ତ ୭ ବର୍ଷ ହେବ ଏମାନଙ୍କୁ ଫାଶୀ ଦିଆଯାଇପାରି ନାହିଁ । ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର । ଦୁଷ୍କର୍ମର କାହାଣୀ ସେତିକିରେ ସରିନି, ଦିନ ବଦଳୁଛି, ସରକାର ବଦଳୁଛନ୍ତି କିନ୍ତୁ ବଦଳୁନି ରାକ୍ଷସଙ୍କ ଚିନ୍ତାଧାରା । ଏବେ ବି ଝିଅଟି ଘରୁ ବାହାରିଲେ ସୁରକ୍ଷିତ ଫେରିବ କି ନାହିଁ ସେ ନେଇ ସୃଷ୍ଟି ହେଉଛି ପ୍ରଶ୍ନ ।
ହାପି ଫ୍ରିଜ୍ ପ୍ରତିଷ୍ଠା କରି ପୁଣି ଚର୍ଚ୍ଚାରେ ଏସ୍ପି ସାରା ଶର୍ମା, କଣ ଉଦ୍ଦେଶ୍ୟ ପଢ଼ନ୍ତୁ…
ପାରଳାଖେମୁଣ୍ଡି: ଗରିବ ତଥା ଖାଦ୍ୟ ଆବଶ୍ୟକ କରୁଥିବା କୌଣସି ବ୍ୟକ୍ତି ଆଉ ଭୋକରେ ରହିବେ ନାହିଁ । ଏଥିପାଇଁ ପାରଳାଖେମୁଣ୍ଡିରେ ପ୍ରତିଷ୍ଠା ହୋଇଛି ହାପି ଫ୍ରିଜ୍ । ସାଧାରଣ ଲୋକ କିମ୍ବା ହୋଟେଲ ବଳକା ଖାଦ୍ୟକୁ ନଷ୍ଟ ନକରି ଏହି ଫ୍ରିଜରେ ରଖିପାରିବେ । ଫଳରେ ଖାଦ୍ୟ ଆବଶ୍ୟକ କରୁଥିବା ଲୋକେ ଏଥିରୁ ଖାଦ୍ୟ ଗ୍ରହଣ କରିପାରିବେ ।

ଏଭଳି ମହତ ଉଦ୍ଦେଶ୍ୟ ନେଇ ହାପି ଫ୍ରିଜ୍ ପ୍ରତିଷ୍ଠା କରିଛନ୍ତି ଗଜପତି ଏସ୍ପି ସାରା ଶର୍ମା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ହାପି ଫ୍ରିଜ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉନ୍ମୋଚନ କରିଥିଲେ ।
ହାପି ଫ୍ରିଜ୍ ପ୍ରତିଷ୍ଠା ହେବା ଫଳରେ ନିକଟସ୍ଥ କୃଷ୍ଣାଶ୍ରମ ଅନ୍ତେବାସୀ ଏହି ଫ୍ରିଜରୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ରାଜଧାନୀ ପରେ ପାରଳାଖେମୁଣ୍ଡିରେ ହାପି ଫ୍ରିଜ୍ ପ୍ରତିଷ୍ଠା କରାଯାଇଛି । ଗଜପତି ପୋଲିସ ଏହାର ତଦାରଖ କରିବ ବୋଲି ଏସପି ସାରା ଶର୍ମା କହିଛନ୍ତି ।
ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଏସ୍ପି ସାରା ଶର୍ମା ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରି ପୁଣି ପ୍ରଶଂସା ସାଉଣ୍ଟିଛନ୍ତି ।
ଜୀବନ ଦେଉଥିବା ଲୋକ ନେଇ ଯାଇଥାନ୍ତା ଜୀବନ !
ଉଦଳା: ଉପଖଣ୍ଡ ମେଡିକାଲରେ ଡାକ୍ତରଙ୍କ ଖାମଖିଆଲି । ଭୁଲ୍ ଇଞ୍ଜେକ୍ସନ ପରେ ପୁଣି ସାମନାକୁ ଆସିଲା ଏକ୍ସପାରୀ ସାଲାଇନ୍ କାହାଣୀ । ଏହାକୁ ନେଇ କପ୍ତିପଦା, ଉଦଳା ଉପଖଣ୍ଡ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି ।
କପ୍ତିପଦା ଦୁନ୍ଦରିଆ ଗାଁର ନରେନ୍ଦ୍ର ନାଥ ମହାନ୍ତି କପ୍ତିପଦା ଉଦଳା ଉପଖଣ୍ଡରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଚେକଅପ୍ ପରେ ତାଙ୍କୁ ସାଲାଇନ୍ ଦେଉଥିଲେ । ଆଉ ଏହି ସାଲାଇନ୍ ଅକ୍ଟୋବର ମାସରୁ ଏକ୍ସପାରୀ ହୋଇ ଯାଇଥିବା ଦେଖିଥିଲେ ନରେନ୍ଦ୍ରଙ୍କ ପୁଅ । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା ।
ସେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ଏନେଇ ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ଖବର ପାଇ ପୋଲିସ ଡାକ୍ତରଙ୍କୁ ପଚରାଉଚରା କରୁଛି । ଉଦଳା ଭଳି ଉପଖଣ୍ଡ ମେଡିକାଲ ଉପରେ ହଜାର ହଜାର ରୋଗୀ ନିର୍ଭର କରନ୍ତି । ତେବେ, ଏକ୍ସପାରୀ ସାଲାଇନ୍ ମେଡିକାଲରେ ଷ୍ଟକ୍ ରହୁଛି କିଭଳି ? ଆଉ ରୋଗୀଙ୍କୁ ଦେଲା ବେଳେ କାହିଁକି ଡାକ୍ତର କି ମେଡିକାଲ କର୍ତ୍ତୃପକ୍ଷ ଡେଟ୍ ଯାଞ୍ଚ କରୁନାହାଁନ୍ତି । ରୋଗୀଙ୍କ ଜୀବନ ଚାଲି ଯାଇଥିଲେ କିଏ ଦାୟୀ ହୋଇଥାନ୍ତା ?
ଡାକ୍ତରଙ୍କ ଖାମଖିଆଲି ଓ ଘଟଣାର ଯାଞ୍ଚ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।
https://nandighoshatv.comtension-in-baripada-prm-hospital/
ଆଜିର ରାଶିଫଳ(୧୬.୧୨.୨୦୧୯) ସୋମବାର
ଆଜିର ପଞ୍ଚାଙ୍ଗ(୧୬.୧୨.୨୦୧୯)ସୋମବାର
ଆଜି ୨୦୧୯ମସିହା ଡିସେମ୍ବର ୧୬ ତାରିଖ, ସୋମବାର, ପୌଷ କୃଷ୍ଣପକ୍ଷ, ସୌରମାସ ଧନୁ ୧ଦିନ, ପଞ୍ଚମୀ ତିଥି, ଅଶ୍ଲେଶା ନକ୍ଷତ୍ର, କର୍କଟ ଚନ୍ଦ୍ର, ବୈଧୃତିଯୋଗ, କୈନବ କରଣ ।
ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର
ଘାତବାର- ମିଥୁନ ତାଶିର
ରାହୁକାଳ- ପ୍ରାତଃ ୭/୩୯ମି.ରୁ ଦିବା ୯/୦୦ମି.
କାଳବେଳା- ପ୍ରାତଃ ୭/୩୯ମି.ରୁ ଦିବା ୯/୦୦ମି.
ଶୁଭବେଳା- ଦିବା୯/୧୦ମି.ରୁ ଦିବା୧୦/୦୩ମି.
ପର୍ବପର୍ବାଣି- ଧନୁ ସଂକ୍ରାନ୍ତି, ପହିଲି ଭୋଗ ଆରମ୍ଭ
ଆଜିର ରାଶିଫଳ-
ମେଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ଦେହ, ମନ ଭଲ ରହିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ ।
ବୃଷ- କର୍ମକ୍ଷେତ୍ରରେ ସାଫଲ୍ୟ ମଣ୍ଡିତ ହେବେ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ସାମାଜିକ କର୍ମରେ ନେତୃତ୍ୱ ନେବେ । ପାରିବାରିକ ଜୀବନ ସୁଖମୟ ହେବ ।
ମିଥୁନ- ମାନସିକ ଅସ୍ଥିରତା ବୃଦ୍ଧିପାଇବ । ପଡୋଶୀଙ୍କ ସହିତ ବିବାଦୀୟ ପରିସ୍ଥିତି ଉପୁଜିପାରେ । ଅତି ବିଶ୍ୱସନୀୟ ବ୍ୟକ୍ତି ଧୋକା ଦେବେ । ପାରିବାରିକ ଜୀବନରେ ସମନ୍ୱୟର ଅଭାବ ରହିବ ।
କର୍କଟ- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ । ଦେବ ଦର୍ଶନ ଓ ତୀର୍ଥ ଭ୍ରମଣ ଯୋଗ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
ସିଂହ- ବହୁଦିନରୁ ଲାଗି ରହିଥିବା ବିବାଦୀୟ ସମସ୍ୟାର ସମାଧାନ ହେବ । ଗୃହକୁ ବନ୍ଧୁ ବାନ୍ଧବଙ୍କ ଆଗମନ ହୋଇପାରେ । ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ପାରିବାରିକ ଜୀବନରେ ସୁଖ ସନ୍ତୋଷ ଭରିଯିବ ।
କନ୍ୟା- ସୁ-ସମ୍ବାଦ ପାଇ ଖୁସି ହେବେ । ମନରେ ଚିନ୍ତା କରୁଥିବା କାର୍ଯ୍ୟରେ ସଫଳ ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ ।
ତୁଳା- ଆୟ ତୁଳନାରେ ବ୍ୟୟ ଅଧିକ ହେବ । ପୂରାତନ ବନ୍ଧୁଙ୍କ ସାକ୍ଷାତରେ ଖୁସିରେ ଆତ୍ମହରା ହେବେ । ସାମାନ୍ୟ ଶାରିରୀକ ଅସୁସ୍ଥତା କାରଣରୁ ବିଚଳିତ ରହି ପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ ।
ବିଛା- ମାନସିକ ସ୍ଥିତି ଅସ୍ଥିର ରହିବ । ଆୟ ତୁଳନାରେ ବ୍ୟୟ ମାତ୍ରା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆଳସ୍ୟତା ପ୍ରକାଶ ପାଇବ । ପାରିବାରିକ ଜୀବନରେ ସମନ୍ୱୟର ଅଭାବ ରହିବ ।
ଧନୁ- କୌଣସି ଅଜଣା ବ୍ୟକ୍ତିଙ୍କ ସହ ମତଭେଦ ଦେଖାଦେବ । କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ପାରିବାରିକ ଜୀବନରେ ଅସନ୍ତୋଷ ଦେଖାଦେବ ।
ମକର- ଅର୍ଥପ୍ରାପ୍ତି ଯୋଗ ରହୁଛି । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବନ୍ଧୁ ବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
କୁମ୍ଭ- କର୍ମକ୍ଷେତ୍ରରେ ଆଳସ୍ୟତା ପ୍ରାକାଶ ପାଇବ । ଆୟ ଠାରୁ ବ୍ୟୟ ଅଧିକ ହେବ । ମାନସିକ ସ୍ଥିତି ଅସ୍ଥିର ରହିବ । ପାରିବାରିକ ଜୀବନରେ ସମନ୍ୱୟର ଅଭାବ ପରିଲକ୍ଷିତ ହେବ ।
ମୀନ- ଅଜଣା ବ୍ୟକ୍ତିଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ମାନସିକ ଶାନ୍ତି ବ୍ୟାହତ ହେବ । କର୍ମକ୍ଷେତ୍ରରେ କୌଣସି କାରଣରୁ ସମାଲୋଚିତ ହୋଇପାରନ୍ତି । ପାରିବାରିକ ଜୀବନରେ କଳହର ସୂଚନା ।
ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ
ଯୋଗଯୋଗ- ୯୮୬୧୨୭୧୫୫୭
ଜଳୁଛି ଉତ୍ତର-ପୂର୍ବ ଭାରତ, ଓଡ଼ିଶାକୁ ଆସିପାରୁନି ପିଆଜ
ଭୁବନେଶ୍ୱର: ପିଆଜ କନ୍ଦାଉଛି, ସେପଟେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ରାସ୍ତାରେ ନିଆଁ ଜଳୁଛି । ସିଏଏକୁ ବିରୋଧ କରି ବିଶେଷକରି ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ପ୍ରତିବାଦ ଚାଲିଛି । ଫଳରେ ପିଆଜ ଆମଦାନୀ ପ୍ରଭାବିତ ହୋଇଛି । ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଯୋଗୁଁ ଓଡ଼ିଶାକୁ ପିଆଜ ଗାଡ଼ି ଆସି ପାରୁନାହିଁ ।
ବର୍ତ୍ତମାନ ଆବଶ୍ୟକତା ଠାରୁ ରାଜ୍ୟକୁ କମ୍ ପିଆଜ ଆସୁଛି । ଆଉ ଦୁଇରୁ ତିନିଦିନ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ଆସିବ । ଏନେଇ ରାଜ୍ୟ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।
ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଆସାମ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଦିଲ୍ଲୀରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି ।
https://nandighoshatv.comprotester-set-fire-in-3-bus-among-protest-against-citizenship-act/





