spot_img
Home Blog Page 7688

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

କଳାହାଣ୍ଡି:  ରାଜ୍ୟରେ ବଢୁଛି ଦୁଷ୍କର୍ମ ମାମଲା । ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ଭବାନୀପାଟଣା ସଦର ଥାନା ଅଞ୍ଚଳରେ । ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୋବରା ନାଳରେ ତିନି ଜଣ ଦୁର୍ବୃତ୍ତ ମହିଳାଙ୍କୁ ଟେକି ନେଇ ଜୋରଜବରଦସ୍ତ ଦୁଷ୍କର୍ମ ପରେ ଘଟଣା ପ୍ରଘଟ ନ କରିବାକୁ ଧମକ ଦେଇଥିବା ଅଭିଯୋଗ ।

ଭବାନୀପାଟଣାର ସଦର ଥାନାରେ ଅଭିଯୋଗ ପରେ ତଲମଲା ଗାଁର ତିନି ଅଭିଯୁକ୍ତ ଝସକେତନ ନାଗ, ଲକ୍ଷ୍ମୀକାନ୍ତ ନାଗ, କିଶୋର ଚନ୍ଦ୍ର ମହାଲିକୁ ଗିରଫ କରିଛି ପୋଲିସ ।

ଗୋଆରୁ ଦାଦନ ସ୍ୱାମୀ ପଠାଇଥିବା ଟଙ୍କା ପୌଠ କରିବାକୁ ଯାଉଥିବା ବେଳେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶୀକାର ହୋଇଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

 

ଆଜି ଭାରତ-ଇଣ୍ଡିଜ ପ୍ରଥମ ଦିନିକିଆ: ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ

0

ଆଜି ଭାରତ-ଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଟି-୨୦ ସିରିଜକୁ ୨-୧ ରେ ଜିତିବା ପରେ ଦିନିକିଆରେ ବି ଭଲ ପ୍ରଦର୍ଶନ ଆଶାରେ ଟିମ୍‌ ଇଣ୍ଡିଆ ।

ଦଳରେ ଆହତ ଶିଖର ଧାୱନଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ମିଳିଛି । ତେବେ ରୋହିତଙ୍କ ସହ କେ.ଏଲ ରାହୁଳଙ୍କୁ ମିଳିପାରେ ଓପନିଂ ଦାୟିତ୍ୱ । ସେହିପରି ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶ୍ରାଦୁଲ ଠାକୁରଙ୍କୁ ସୁଯ଼ୋଗ ଦେଇଛନ୍ତି ଚୟନକର୍ତ୍ତା । ସେପଟେ ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ଦିନିକିଆରେ ଭଲ ପ୍ରଦର୍ଶନ ଆଶା ରଖିଛି ।

 

 

 

ଘରେ କେହି ନଥିବା ବେଳେ +୨ ଛାତ୍ରୀଙ୍କୁ ଗଳା କାଟି ହତ୍ୟା, ଏକତରଫା ପ୍ରେମ ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ବାଲୁଗାଁ ଗଙ୍ଗାନଗରରେ ଛାତ୍ରୀଙ୍କୁ ହତ୍ୟା । ଘରେ କେହି ନ ଥିବା ବେଳେ ଛାତ୍ରୀଙ୍କୁ  ଗଳା କାଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଯୁକ୍ତ ଦୁଇର ଛାତ୍ରୀ ଥିବା ଜଣାପଡ଼ିଛି ।

ପ୍ରାଥମିକ ସୁଚନା ମୁତାବକ ଏକତରଫା ପ୍ରେମରେ ବିଫଳ ହୋଇ ପ୍ରେମିକ ଏଭଳି କାଣ୍ଡ ବିହାଇଥିବା ଅନୁମାନ କରାଯାଉଛି । ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀଙ୍କୁ ଗଳାକାଟି ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ପଳାଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣାରେ ଯୁବତୀଙ୍କ ଭାଉଜ ଓ ଶିବା ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଏସ.ପି ସୂଚନା ଦେଇଛନ୍ତି ।

ଚିଲିକାରେ ପକ୍ଷୀ ଶିକାର: ୫୭ମୃତ ପକ୍ଷୀ ଜବତ କଲା ବନବିଭାଗ

0

ଖୋର୍ଦ୍ଧା: ଚିଲିକାରେ ଯେତିକି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ୁଛି । ସେତିକି ସଂଖ୍ୟାରେ ପକ୍ଷୀ ଶିକାର ମଧ୍ୟ ବଢ଼ୁଛି । ଚିଲିକାର ଦେଇପୁର ନିକଟରେ ୧ନଂ କୁଦ ନିକଟରେ ପକ୍ଷୀ ଶିକାର ଚାଲୁଥିବା ବେଳେ ଟାଙ୍ଗୀ ବନ୍ୟ ପ୍ରାଣୀ ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୫୭ଟି ମୃତ ପକ୍ଷୀ ଜବତ କରାଯାଇଛି ।

କିଛି ଜୀବନ୍ତ ପକ୍ଷୀଙ୍କୁ ମଧ୍ୟ ଉଦ୍ଧାର କରିଛି ବନ ବିଭାଗ । ଶିକାରୀମାନେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଗୁଳି, ଡଙ୍ଗା, ବନ୍ଧୁକ ଜବତ କରିଛି ବନବିଭାଗ ।

କେନ୍ଦ୍ରାପଡ଼ା ରାଜନଗରରେ ୩ ଡଲଫିନଙ୍କ ମୃତଦେହ ଉଦ୍ଧାର, ପ୍ରଶ୍ନ ଘେରରେ ସାମୁଦ୍ରିକ ଜୀବଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା : ଗୋଟିଏ କି ଦୁଇଟି ନୁହେଁ, ତିନି ତିନୋଟି ଡଲଫିନଙ୍କ ମୃତଦେହ ବେଳାଭୂମିରେ ପଡ଼ି ରହିଛି । କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ରାଜନଗର ପେଣ୍ଠ ବେଳାଭୂମିରେ ତିନୋଟି ଡଲଫିନର ମୃତ ଦେହ ଦେଖି ସମସ୍ତେ ଚକିତ ହୋଇଛନ୍ତି । ଏମାନଙ୍କର ବାରମ୍ବାର କାହିଁକି ମୃତ୍ୟୁ ହେଉଛି ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ସମୁଦ୍ରର ସୁନ୍ଦରୀର ମୃତ୍ୟୁର କାରଣ ଖୋଜିବା ବନ ବିଭାଗ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।


ଚର୍ଚ୍ଚା ହେଉଛି ଯେ, ସମୁଦ୍ର କୂଳରେ ଟ୍ରଲର ମାଡ଼ରେ ଡଲଫିନ୍ ଗୁଡ଼ିକର ମୃତ୍ୟୁ ହୋଇଥାଇପାରେ । ଯେଉଁ ଅଞ୍ଚଳରେ ଡଲଫିନ୍ ରହୁଛନ୍ତି ସେ ସବୁ ସ୍ଥାନରେ ଟ୍ରଲର ଚଳାଚଳ କରିବା କେତେଦୂର ଠିକ୍ ?


ତେବେ ୩ ଡଲଫିନଙ୍କ ମୃତ୍ୟୁ ଖବର ସଂପର୍କରେ ବନ ବିଭାଗକୁ ଜଣାଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବନ ବିଭାଗର ଅଧିକାରୀ । ତିନୋଟି ଡଲଫିନ୍ ମଧ୍ୟରୁ ଗୋଟିଏ ଛୋଟ ଡଲଫିନ୍ ଥିବା ଜଣାପଡ଼ିଛି । ଓଡ଼ିଶାରେ ବାରମ୍ବାର ଏଭଳି ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଏବେ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି । ସାତପଡ଼ାରେ ଡଲଫିନ ଦେଖିବାକୁ ପର୍ଯ୍ୟଟକଙ୍କର ଭିଡ଼ ଜମୁଥିବା ବେଳେ, ଏପଟେ ସେମାନଙ୍କର ମୃତ୍ୟୁ କିଛି ପର୍ଯ୍ୟଟକଙ୍କୁ ମଧ୍ୟ ନିରାଶ କରୁଛି । ସେମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରିବେଶବିତ୍ ଦାବି କରିଛନ୍ତି ।

ଝଲସୁଛି ବେଳାଭୂମି, ପୁରୀ କୋଣାର୍କ ମେରିନ୍ ଡ୍ରାଇଭରେ ଆରମ୍ଭ ହେଲା ୪୯ ଦିନିଆ ଉତ୍ସବ

ପୁରୀ : ଉଦଘାଟିତ ହେଲା ମେରିନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ୍ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ଏହାର ଉଦଘାଟନ କରିଛନ୍ତି । ପୂର୍ବଭାରତରେ ଏଭଳି ଉତ୍ସବ ପ୍ରଥମ କରି ଆୟୋଜନ କରାଯାଇଥିବା ବେଳେ, ଦେଶୀ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ବୁଲି ଆସିବାକୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶା ଭାରତର ବେଷ୍ଟ କେପ୍ଟ ସିକ୍ରେଟ୍ ବୋଲି କହିଥିଲେ ଅତିଥି ।

ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାଏ, ପ୍ରସାନ୍ତ ଜଗଦେବ, ଜଗତସିଂହପୁର ସାଂସଦ, ଓଟିଡିସି ଅଧ୍ୟକ୍ଷ, କେନ୍ଦ୍ରାଞ୍ଚଳ ଆରଡିସି, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ଆଇଜି, ପର୍ଯ୍ୟଟନ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । 

ଦୀର୍ଘ ଦେଢମାସ ଧରି ଅର୍ଥାତ ଚଳିତ ଆଜିଠାରୁ ୨୦୨୦ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ ଦିନ ପର୍ଯ୍ୟନ୍ତ ଉତ୍ସବ ମୁଖର ରହିବ ସ୍ୱର୍ଣ୍ଣିଭ ଚନ୍ଦ୍ରଭାଗା-ରାମଚଣ୍ଡୀ ବେଳାଭୂମି । କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବ ସ୍ଥଳୀରେ ପ୍ରଥମ ଦିନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ପ୍ରତିଦିନ ଦୁଃସାହସିକ ଜଳକ୍ରୀଡା କାର୍ଯ୍ୟକ୍ରମ ଜେଟିକ୍ସ, ସ୍ପୀଡ଼ ବୋଟ୍,ବନାନା ରାଇଡ, ଏ ଟିଭି ରାଇଡ଼ି, ବାଇସାଇକେଲେ, ଆର୍ଚେରୀ, ରାଇଫଲ ସୁଟିଂ, ୱାଟର ରୋଲର,ବଡ଼ି ଜମ୍ପିଙ୍ଗ, ଟ୍ରାମ୍ପୋଲି ଭଳି ସମସ୍ତ ସୁବିଧା ଏଠାରେ ଉପଲବ୍ଧ ଅଛି । ଉତ୍ସବ ସ୍ଥଳୀରେ ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ରହିଛି । ସିଫୁଡୁ,କ୍ରାଫ୍ଟ ଓ ମ୍ୟୁଜିକରେ ଝୁମିବେ ପର୍ଯ୍ୟଟକ ।

୨୦୨୦ ନୂଆବର୍ଷ ପାଳନ କରିବା ପାଇଁ ବେଳାଭୂମିରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହେବ।  ଆଗୁଆ ଅନଲାଇନ ବୁକିଙ୍ଗ ଆରମ୍ଭ ହୋଇଥିବା ପର୍ଯ୍ୟଟନ ବିଭାଗ ସଚିବ ଵିଶାଲ ଦେବ ସୂଚନା ଦେଇଛନ୍ତି । ମାସେ ବଦଳରେ ଦେଢ଼ ମାସ ଅର୍ଥାତ ଡିସେମ୍ବର ୧୪ ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ। ଗୁଜୁରାଟର କଛରେ ଅନୁଷ୍ଠିତ ହେଉଥିବା ରେନ ଉତ୍ସବ ଢାଞ୍ଚାରେ ଏହି ଉତ୍ସବର ଆୟୋଜନ କରାଯାଇଛି । ଦେଶର ଗୁଜରାଟ ପରେ ଓଡ଼ିଶା ଦିତୀୟ ରାଜ୍ୟ ଯିଏ ଏଭଳି ବେଳାଭୂମି ମହୋତ୍ସବର ଆୟୋଜନ କରିଛି । ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗମନ ହେବ ବିଶ୍ଵ ପ୍ରସିଦ୍ଧ କୋଣାର୍କକୁ । ଡିଲକ୍ସ, ପ୍ରିମିୟମ ଓ ସୁପର ପ୍ରିମିୟମ ଏହିପରି, ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । 

ସେହିପରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥିବାବେଳେ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ କଡା କଡି କରାଯାଇଛି । ପୁରୀ ପଟୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ି ରାମଚଣ୍ଡୀ ଓ ଭୁବନେଶ୍ୱର ପଟୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଚନ୍ଦ୍ରଭାଗାରେ ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି।

ପ୍ରତିଦିନ ସନ୍ଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାର ପାରମ୍ପରିକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିପରି ପ୍ରତି ଶନିବାର ଷ୍ଟାର ନାଇଟ୍ ଆୟୋଜନ ହେବାର କାର୍ଯ୍ୟକ୍ରମ ଅଛି । ବଲିଉଡର କଣ୍ଠ ଶିଳ୍ପୀମାନେ ପରିବେଷଣ କରିବେ ରଂଗାରଂଗ ସଂଗୀତ । ଆଜି ସନ୍ଧ୍ୟରେ ୟୁଫୋରୀଆ ବ୍ରାଣ୍ଡରେ ଝୁମିଛନ୍ତି ଅତିଥି ।

ଆହୁରି ୩ ମାସ ଜମ୍ମୁ ଓ କଶ୍ମୀରରେ ଗୃହବନ୍ଦୀ ରହିବେ ଫାରୁକ୍ ଅବଦୁଲ୍ଲା

ଶ୍ରୀନଗର : ନ୍ୟାସନାଲ୍ କନଫେରେନ୍ସ ନେତା ତଥା ସାଂସଦ ଫାରୁକ୍ ଅବଦୁଲ୍ଲା ଆହୁରି ୩ ମାସ ପାଇଁ ଗୃହ ବନ୍ଦୀ ରହିବେ । ଶ୍ରୀନଗରର ଏକ ସବଜେଲ୍ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୫ ତାରିଖରୁ ଶ୍ରୀନଗରରେ ନଜର ବନ୍ଦୀ ଅଛନ୍ତି ଜମ୍ମୁ ଓ କଶ୍ମୀରର ଏ ପୂର୍ବତନ ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ ଏହି ଅବଧିକୁ ୩ ମାସ ବୃଦ୍ଧି କରାଯାଇଛି ।

ପବ୍ଲିକ୍ ସେଫଟି ଆଇନ୍ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ବିନା ବିଚାରରେ ୨ ବର୍ଷ ଯାଏଁ ନଜରବନ୍ଦୀ ରଖାଯାଇପାରିବ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଯୋଗଦେବାକୁ ଚିଠି ମାଧ୍ୟମରେ ଫାରୁକ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନଥିଲା ।

ନାଗରିକତା ଆଇନକୁ ନେଇ ତୀବ୍ର ବିରୋଧ: ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ନାଗରିକତା ଆଇନ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଉତ୍ତର-ପୂର୍ବାଞ୍ଚଳ ପରେ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆଇନ୍‌କୁ ନେଇ ଦେଖାଦେଇଛି ପ୍ରତିବାଦ । ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ ।

ଶୁକ୍ରବାରଠାରୁ ଆସାମରେ କର୍ଫ୍ୟୁ ଲାଗୁ କରାଯିବା ପରେ ସେଠାରେ କିଛି ମାତ୍ରାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେବେ ତ୍ରିପୁରା ଓ ମେଘାଳୟରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି ସରକାର । ଅପରପକ୍ଷରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଭିଆଇଥିଲେ ବିକ୍ଷୋଭକାରୀ ।

ରେଳଓ୍ୱେ ଷ୍ଟେସନ୍‌ଗୁଡ଼ିକୁ ଟାର୍ଗେଟ କରିବା ସହ ରେଳ ଚଳାଚଳ ଅଚଳ କରିଦେଇଥିଲେ । ଯାହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ହାଓ୍ୱଡାରୁ ଓଡ଼ିଶା ଦେଇ ଯାଉଥିବା ଟ୍ରେନ୍‌କୁ ବାତିଲ କରିଛି ରେଳ ବିଭାଗ । ଏଥିସହ ପୁରୀଠାରୁ ସେହିପଟକୁ ଯାଉଥିବା ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି ।

ଆଜି ହାଓ୍ୱଡାରୁ ବାତିଲ ହୋଇଥିବା ଟ୍ରେନ   –

୦୧.      ୨୦୮୮୯ ହାଓ୍ୱଡା-ତିରୁପତି ହମସଫର ଏକ୍ସପ୍ରେସ

୦୨.      ୨୨୮୭୭ ହାଓ୍ୱଡା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୦୩.      ୧୨୮୪୧ ହାଓ୍ୱଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୦୪.      ୧୨୨୪୫ ହାଓ୍ୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୦୫.      ୧୮୬୪୫ ହାଓ୍ୱଡା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୦୬.      ୧୨୮୪୭ ହାଓ୍ୱଡା-ପୁନେ ଦୁରନ୍ତ ଏକ୍ସପ୍ରେସ

୦୭.      ୧୨୮୬୦ ହାଓ୍ୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ପୁରୀ ପଟୁ ବାତିଲ ହେଉଥିବା ଟ୍ରେନ

୦୧.      22890 ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ

୦୨.      58002 ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତା କଲି ପୁରୀରୁ

୦୩.      58404 ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତା କଲି ପୁରୀରୁ

ଆଂଶିକ ବାତିଲ ହେଉଥିବା ଟ୍ରେନ 

୦୧.      ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓ୍ୱଡା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗପୁର ଓ ହାଓ୍ୱଡା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ

୦୨.   ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓ୍ୱଡା ପରିବର୍ତ୍ତେ ମେଛେଦI ଠାରୁ ଫେରିବ ଓ ମେଛେଦI ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ

ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ 

୦୧.      ଚେନ୍ନାଇ-ହାଓ୍ୱଡା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ

୦୨.      ଯଶୋବନ୍ତପୁର-ହାଓ୍ୱଡା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ

୦୩.      ସିକନ୍ଦରାବାଦ-ହାଓ୍ୱଡା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରେ

୦୪.      ପୁରୀ-ହାଓ୍ୱଡା ଧଉଳି ଏକ୍ସପ୍ରେସ କଟକ ଠାରେ

ଆଜିର ରାଶିଫଳ(୧୫.୧୨.୨୦୧୯) ରବିବାର

 

ଆଜିର ପଞ୍ଚାଙ୍ଗ (୧୫.୧୨.୨୦୧୯) ରବିବାର

ଆଜି ୨୦୧୯ମସିହା ଡିସେମ୍ବର ୧୫ତାରିଖ, ରବିବାର, ପୌଷ କୃଷ୍ଣପକ୍ଷ, ସୌରମାସ ବିଛା ୨୯ଦିନ, ୩ୟା ତିଥି ପ୍ରାତଃ ୭/୧୮ଗତେ ୪ର୍ଥୀ ନିଶାନ୍ତ, ପୁଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର, ବ୍ରହ୍ମ ଯୋଗ, ବିଷ୍ଟି କରଣ ।

ଚନ୍ଦ୍ର ଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ।

ଘାତବାର- ମେଷ ରାଶିର

ଘାତଚନ୍ଦ୍ର- ନାସ୍ତି

ରାହୁକାଳ- ଦିବା ୩/୪୪ମି.ରୁ ସନ୍ଧ୍ୟା ୫/୦୫ମି.

କାଳବେଳା- ଦିବା ୧୧/୪୧ମି.ରୁ ଦିବା ୧/୦୨ମି.

ମାହେନ୍ଦ୍ର ବେଳା- ଦିବା ୩/୩୮ମି.ରୁ ଦିବା୪/୨୨ମି.

ଶୁଭବେଳା- ପ୍ରାତଃ ୭/୦୦ମି.ରୁ ଦିବା ୯/୧୦ମି.

ପର୍ବପର୍ବାଣୀ- ମାସନ୍ତ, ସର୍ଦ୍ଦାର ପଟେଲଙ୍କ ତିରୋଧାନ ଦିବସ

ଆଜିର ରାଶିଫଳ

ମେଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମମୟ ଜୀବନରେ ସଫଳତା ଅର୍ଜନ କରିବେ । ଗୃହରେ ପୁରାତନ ବନ୍ଧୁଙ୍କ ଆଗମନ ହୋଇପରେ । ଆର୍ଥିକ ସ୍ଥିତି ସୁଦୁଢ ରହିବ ।

ବୃଷ- କର୍ମକ୍ଷେତ୍ରରେ ସାଫଲ୍ୟ ମଣ୍ଡିତ ହେବେ । ଅଯଥା ବାଦବିବାଦ ନକରି ବାକ୍ ସଂଯମତା ରକ୍ଷାକରନ୍ତୁ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ମିଥୁନ- କର୍ମକ୍ଷେତ୍ରରେ ନା ନା ଅସୁବିଧାର ସମ୍ମୁଖିନ ହେବେ । ଜଗିରଖି ଚଳନ୍ତୁ । ହଠାତ୍ କାହାକୁ ବିଶ୍ୱାସ କରିଲେ କ୍ଷତିରେ ପଡିପାରନ୍ତି । ଆୟ ଠାରୁ ବ୍ୟୟ ଅଧିକ ହେବ । ପାରିବାରିକ ଜୀବନ ଅଶାନ୍ତ ରହିବ ।

କର୍କଟ- ଭାବ ପ୍ରବଣତା ବଶତଃ କିଛି ଭୁଲ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ଆଶା ଜନକ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ସିଂହ- ସାମାଜିକ ସ୍ତରରେ ଯଶଖ୍ୟାତି ସମ୍ପନ୍ନ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ଗବେଷଣାତ୍ମକ ଦିଗରେ ଆଗ୍ରହ ବୃଦ୍ଧି ପାଇବ । କଳା, ସାହିତ୍ୟ,ସଂଗୀତ ଓ ରଚନାତ୍ମକ କାର୍ଯ୍ୟରେ ମନନିବେଶ କରିବେ । କୌଣସି ମାଙ୍ଗଳିକ ଉତ୍ସବରେ ଯୋଗଦାନ କରିପାରନ୍ତି । ଗୃହସ୍ଥ ଜୀବନରେ ସମୃଦ୍ଧ ହେବେ ।

ତୁଳା- ବହୁ ଦିନରୁ ଲାଗି ରହିଥିବା ବିବାଦୀୟ ପରିସ୍ଥିତିର ସମାଧାନ ହେବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ବଳରେ ବିଜୟୀ ହେବେ । ଆର୍ଥିକ ସ୍ଥରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା- ମାନସିକ ଅସ୍ଥିରତା ମଧ୍ୟରେ ଦିନଟି କଟିବ । ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିବେ । କର୍ମ କ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ପାରିବାରିକ ଜୀବନ ବିଷାଦମୟ ରହିବ ।

ଧନୁ- କେହି ଜଣେ ଆତ୍ମୀୟ ସଫଳତା ମାର୍ଗରେ ବାଧକ ହେବେ । ଶାରିରୀକ ଅସୁସ୍ଥତା କାରଣରୁ ମନ ଉଦାସୀନ ରହିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସନ୍ତାନ ବର୍ଗଙ୍କୁ ନେଇ ଚିନ୍ତିତ ରହିବେ ।

ମକର- ଆଜି ଦିନଟି ଭୋଗ ବିଳାସରେ କଟିବ । ବ୍ୟକ୍ତିଗତ ଜୀବନରେ ଉନ୍ନତି ପରିଲକ୍ଷିତ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

କୁମ୍ଭ- ହସ ଖୁସିରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆର୍ଥିକ ସ୍ଥିତି ପ୍ରାୟତଃ ସମାନ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ- ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ପ୍ରଗତି କ୍ଷେତ୍ରରେ ବାଧାହିଘ୍ନ ସୃଷ୍ଟି ହୋଇପାରେ । ଅଯଥା କଥାକୁ କେନ୍ଦ୍ର କରି ବିବାଦୀୟ ହୋଇପାରନ୍ତି ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

ନିଶା ବ୍ୟବସାୟରୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ବନ୍ଧାହେଲେ ୧୨

ବରଗଡ଼: ପ୍ରଥମେ ଅପମିଶ୍ରିତ କୋରେକ୍ସ ବ୍ୟବସାୟ । ପରେ ବ୍ୟବସାୟରେ ଚିଟିଂ କରି କିଡନାପ । ୩ ଜଣଙ୍କୁ ଛାଡ଼ିଦେବା ପାଇଁ ମାଗିଲେ ସାଢେ ୩ ଲକ୍ଷ ଟଙ୍କା । ନିଶା କାରବାରରୁ କିଡନାପିଂ, ମନି ଡିମାଣ୍ଡିଂ ଘଟଣାର ପର୍ଦାଫାସ କରିଛି ବରଗଡ଼ ପୋଲିସ । ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିବା ସହ ୩ଟି କାର,୨ଟି ବାଇକ, ୧୧ଟି ମୋବାଇଲ ଫୋନ ଏବଂ ଗୋଟିଏ ଖେଳଣା ବନ୍ଧୁକ ଜବତ କରିଛି ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ବରପାଲି ଏବଂ ପଦ୍ମପୁର ଅଞ୍ଚଳରେ ଚୋରାରେ ଡୁପ୍ଲିକେଟ କୋରେକ୍ସ ବିକ୍ରି ହେଉଥିଲା । ନକଲି କୋରେକ୍ସ ବିକୁଥିଲେ ସେହି ଅଞ୍ଚଳର ଦୁଇ ଗୋଷ୍ଠୀ । କିନ୍ତୁ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଳହ ଲାଗି ରହିଥିଲା । ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର କିଛି ଯୁବକଙ୍କୁ ଅପହରଣ କରିନେଇଥିଲେ । ମୁଣ୍ଡ ବଦଳରେ ୩ଲକ୍ଷ ୫୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ ।

ପରିବାର ଲୋକ ଟଙ୍କା ନଦେଇ ବରଗଡ଼ ପୋଲିସରେ ଅଭିଯୋଗ କରିଥିଲେ । ବରଗଡ଼ ପୋଲିସ ୩ଟି ଟିମ ଗଠନ କରି ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ପଦ୍ମପୁର, ବରପାଲି ଓ ବିଜେପୁର ପୋଲିସ ମିଳିତ ଭାବରେ ଅପରାଧି ମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଉଛନ୍ତି ଏସକେ ଅନସର, ଜିତେନ୍ଦ୍ର ସିଂ ଠାକୁର, ରଞ୍ଜନ ପ୍ରଧାନ, ରାଜୁ ମେହେର, ସୁରତ କୁମାର ଦାଶ, ସଞ୍ଜୟ ପ୍ରଧାନ, କାଳିଆ ବାଗ, ମୁଚୁ ଛତରିଆ, ଦ୍ବାରିକା ପ୍ରସାଦ ସାହୁ, ଜଗପତି ସାହୁ, ପ୍ରଦୀପ ସାହୁ, ସତ୍ୟମ ଦୋରା  । ଅପହରଣ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପଦ୍ମପୁର ଥାନା ଚାରପାଲି ଗ୍ରାମର  ଗ୍ରାମର ଅମର ପ୍ରସାଦ ସେଠି, ସୁଶାନ୍ତ ବାଗ ଓ ଖିରୋଦ ସାହୁ ।