ପୁରୀ: ସଜ୍ଜେଇ ହୋଇଛି କୋଣାର୍କ ରାମଚଣ୍ଡୀ ବେଳାଭୂମି । ସମୁଦ୍ରର ସୁ ସୁ ଗର୍ଜ୍ଜନ ସାଙ୍ଗକୁ ବାଲିରେ ଟେଣ୍ଟର ପଞ୍ଚତାରକା ହୋଟେଲ । ତା ସହିତ ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡ଼ା, ଖାଦ୍ୟପେୟ ଓ ନେଚର ଟ୍ରାଏଲସର ମଜ୍ଜା । ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଉ ଏକ ଦିଶା ଦେବାକୁ ଆଜିଠୁ ଆରମ୍ଭ ହେଉଛି ମେରାଇନ୍ ଡ୍ରାଇଭ ଇକୋ-ରିଟ୍ରିଟ୍ । ଏହି ଉତ୍ସବକୁ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।
ଆଜିଠାରୁ ଆରମ୍ଭ ହେଉଥିବା ଏହି ଉତ୍ସବ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବେଳାଭୂମିରେ ପର୍ଯ୍ୟଟକ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ରୟାଲ କଟେଜ୍ ଓ ପ୍ରେସିଡେନ୍ସିଆଲ ଭିଲ୍ଲା ଆଦି ଶ୍ରେଣୀରେ ରଖାଯାଇଛି । ଏଠାରେ ରହିବା ପାଇଁ ରାତି ପିଛା ଦର ରହିଛି ୭ ହଜାର ଟଙ୍କୁ ୨୨ ହଜାର ଟଙ୍କା ।
ନିର୍ଦ୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ୱରରୁ ବାହାରିବା ଠାରୁ ଖାଦ୍ୟପେୟ, ବିଚ୍ ସ୍ପା, ଦୁଃସାହାସିକ ଜଳକ୍ରୀଡ଼ା, ନେଚର ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବ । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୪ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରିଛି । ପ୍ରତି ସନ୍ଧ୍ୟାରେ ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିବେ । ପ୍ରତି ଶନିବାର ଦେଶର ଜଣାଶୁଣା ପପ୍, ସେଲିବ୍ରିଟି ଡିଜେ ଓ ବଲିଉଡ୍ କଣ୍ଠଶିଳ୍ପୀ ସଙ୍ଗୀତରେ ମନୋରଞ୍ଜନ କରିବେ ।

ଇକୋ-ରିଟ୍ରିଟକୁ ୩ ଭାଗରେ ବଣ୍ଟାଯାଇଛି । ପ୍ରଥମ ଭାଗରେ ଇନ୍ ହାଉସ୍ ବା ଟେଣ୍ଟ ବୁକିଂ ଅଞ୍ଚଳ । ଦ୍ୱିତୀୟ ପବ୍ଲିକ ଏରିଆ(ବିଚ୍ ମାର୍କେଟ) । ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ ଓ ରେସ୍ତୋରାଁ ରହିବ । ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ । ଯେଉଁଠି ନୃତ୍ୟ ସଙ୍ଗୀତ ଆୟୋଜନ ହେବ । ଇକୋ-ରିଟ୍ରିଟର ପ୍ରବେଶ ପଥ ଟିକେଟ କାଉଣ୍ଟରରୁ ଟିକେଟ୍ ନେଇ ଦର୍ଶକ ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ।


ଭୋର୍ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଯୁଜୁମୁରା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ପରେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଛନ୍ତି । ତେବେ, ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ସତ୍ତ୍ୱେ ଗ୍ୟାସ୍ ସହ ସଂଯୋଗ ନହେବାରୁ ବଡ଼ ଦୁର୍ଘଟଣା ବା ବିସ୍ଫୋରଣ ଟଳି ଯାଇଛି ।
ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି । ଗ୍ୟାସ୍ ଲିକ୍ ହେଉଥିବାରୁ ପୋଲିସ ଉକ୍ତ ସ୍ଥାନକୁ କର୍ଡନ କରି ରଖିଛି । ଅଘଟଣ ଏଡ଼ାଇବାକୁ ରାସ୍ତାରେ ଯାତାୟତ ବନ୍ଦ କରାଯାଇଛି ।