ନୂଆଦିଲ୍ଲୀ: ସ୍ପେଶାଲ ସେଣ୍ଟ୍ରାଲ ଆସିଷ୍ଟାନ୍ସ ଯୋଜନାରେ ଓଡ଼ିଶାକୁ ଅନୁଦାନ କମିଛି । ନକ୍ସଲ ଅଧ୍ୟୁଷିତ ଜିଲ୍ଲାମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅର୍ଥ ଯୋଗାଇଦିଆଯାଇଥାଏ । ଗତ ବର୍ଷ ତୁଳନାରେ ଏହି ଅର୍ଥ କମ୍ ମିଳିଥିବା ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେଇଥିବା ସୂଚନାରୁ ଜଣାପଡ଼ିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ୬୬ କୋଟି ୬୭ ଲକ୍ଷ ଟଙ୍କା ମିଳିଥିବା ବେଳେ୨୦୧୯-୨୦ରେ ୪୦ କୋଟି ଟଙ୍କା ମିଳିଛି । ସେହିଭଳି ୨୦୧୭-୧୮ରେ ମାତ୍ର ୧୦ କୋଟି ଟଙ୍କା ମିଳିଛି । ସେହିଭଳି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍ଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଓଡ଼ିଶାକୁ ‘ଫୋନି’ କ୍ଷତି ବାବଦକୁ ମୋଟ ୩୩୩୮.୨୨ କୋଟି ଟଙ୍କା ଦିଆଯାଇଛି । ୨୦୧୯ ଏପ୍ରିଲ ୨୯ରେ ୩୪୦.୮୭ କୋଟି ଟଙ୍କା ଦିଆଯାଇଥିବାବେଳେ ୨୦୧୯ ମେ’ ମାସରେ ୧ ହଜାର କୋଟି ଟଙ୍କା ଦିଆଯାଇଛି ।
ବଡ଼ ପେଟ ସମସ୍ୟା ନେଇ ଆପଣ ଚିନ୍ତିତ କି? ପ୍ରତିଦିନ ପିଅନ୍ତୁ ଏହି ଜୁସ୍, ମିଳିବ ସୁଫଳ
ବର୍ତ୍ତମାନ ସମୟରେ ବଡ଼ ପେଟ ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ଯଦି ଏହି ସମସ୍ୟା ଆପଣଙ୍କଠାରେ ରହିଛି, ତେବେ ଘରୋଇ ଉପାୟରେ ଏହାର ସମାଧାନ କରନ୍ତୁ।
ପେଟ କମ୍ କରିବାରେ କାକୁଡ଼ି ଓ ଲେମ୍ବୁପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାକୁଡ଼ି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍ ହୋଇଥାଏ। ସେହିପରି ଲେମ୍ବୁ ପେଟର ଚର୍ବି ଅଂଶକୁ କମ୍ କରିଥାଏ। ସେଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କାକୁଡ଼ି ଜୁସ୍ ପିଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଜୁସ୍ ପ୍ରସ୍ତୁତି ପାଇଁ ସାମଗ୍ରୀ-
୧. ୨ଟି କାକୁଡ଼ି

୨. ଦୁଇ ଚାମଚ ଲେମ୍ବୁ ରସ
୩. ଛୋଟ ଅଦା ଖଣ୍ଡ

୪. ଅଳ୍ପ ଜିରା ପାଉଡର

୫. ୩/୪ଟା ପୁଦିନା ପତ୍ର

୬. ସ୍ୱାଦ ଅନୁସାରେ କଳା ଲୁଣ ବା ସାଧା ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାକଡ଼ିରୁ ଚୋପା ଛଡ଼ାଇ ସେଥିରେ ଅଦା ଓ ପୋଦିନା ପତ୍ର ପକାଇ ମିଶ୍ରଣ କରନ୍ତୁ। ଏଥିରେ ଲେମ୍ବୁରସ, ଜିରା ପାଉଡର, ସ୍ବାଦ ଅନୁସାରେ କଳା କିମ୍ବା ଧଳା ଲୁଣ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ପ୍ରତିଦିନ ଏହାକୁ ପିଇବା ଦ୍ୱାରା ପେଟ କମ୍ ହୋଇଯାଇଥାଏ।
ନୟାପଲ୍ଲୀରେ ସ୍ତ୍ରୀର ବାହାଘର ଭାଙ୍ଗିବା ଘଟଣା ପରେ ଥାନାରେ ଅଣ୍ଡରଟେକିଂ ଲେଖିଲେ ସ୍ୱାମୀ
ଭୁବନେଶ୍ୱର : ନୟାପଲ୍ଲୀରେ ସ୍ତ୍ରୀର ଦ୍ୱିତୀୟ ବିବାହକୁ ବିରୋଧ କରି ମେହେନ୍ଦି କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ୱାମୀଙ୍କୁ ଏବେ ଥାନାରେ ଅଣ୍ଡରଟେକିଂ ବା ପୋଲିସ ଆଗରେ ଲିଖିତ ଭାବେ ବୟାନ୍ ଦେଇ ଯିବାକୁ ପଡ଼ିଛି । ଗତ ୨୮ ତାରିଖରେ ଅନୁଗୁଳର ରାକେଶ କୁମାର ବାରିକ, ଭୁବନେଶ୍ୱର ନୟାପଲ୍ଲୀର ଜଣେ ଯୁବତୀଙ୍କୁ ବିବାହ କରିଥିବା ନେଇ କହିଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ସଂପୃକ୍ତ ବାହାଘର ମଧ୍ୟ ଭାଙ୍ଗି ଯାଇଥିଲା ।
ପରେ ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟ୍ଟା ହୋଇଛନ୍ତି ରାକେସ । ସ୍ୱାମୀ ରାକେଶଙ୍କ ବିରୋଧରେ ସଂପୃକ୍ତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଏହାପରେ ରାକେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ସିଆରପିସିର ଧାରା ୪୧ ଅନୁସାରେ ନୋଟିସ୍ କରି ପୋଲିସ ଛାଡ଼ି ଦେଇଥିଲା ।
https://nandighoshatv.comdisputed-marriage-at-bhubaneswar/
ସଂପୃକ୍ତ ମହିଳାଙ୍କ ପରିବାରଲୋକଙ୍କୁ ହଇରାଣ ହରକତ୍ ନକରିବାକୁ ଲିଖିତ ଆକାରରେ ଦେବାପରେ ରାକେଶଙ୍କୁ ଛାଡ଼ିଥିଲା ପୋଲିସ । ତେବେ ରାକେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀ ସୁରକ୍ଷିତ ଅଛି କି ନାହିଁ ତାହା ଦେଖିବାକୁ ଆସିଥିଲେ । କାହାକୁ ଧମକ ଚମକ ଦେବାକୁ ସେ ଆସିନଥିଲେ । ଥାନାରେ ଅଣ୍ଡରଟେକିଂ ଲେଖିବା ପରେ ରାଜେଶ କହିଛନ୍ତି ଯେ, ଏହାପରେ କୋର୍ଟରେ ଦେଖାହେବ । ସୂଚନା ଅନୁସାରେ, ୨୦୧୩ ମେ’ ୧୭ ତାରିଖରେ ଉଭୟେ କୋର୍ଟରେ ବିବାହ କରିଥିଲେ । ଉଭୟ ଯୁବକ-ଯୁବତୀ ରାଜ୍ୟ ବାହାରେ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲେ। ଗତ ୩ ମାସ ହେଲା ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ବିବାଦ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ କୈାଣସି ପ୍ରକାର ଯୋଗାଯୋଗ ନଥିବା ଯୁବକ ଜଣଙ୍କ କହିଥିଲେ ।
ଦେଖି ଦେଖି ଶିଖିଗଲେ ସେନବାରି । ବିଭିନ୍ନ ସାମଗ୍ରୀକୁ ଏଭଳି ବାଲାନ୍ସ କରୁଛନ୍ତି ଦେଖିବା ଲୋକ ଦଣ୍ଡେ ଠିଆହୋଇରହୁଛି ।
ଚାରିଗୋଡ଼ିଆ ଚଉକିକୁ ଆପଣ ଗୋଟେ ଗୋଡରେ ଠିଆ କରାଇପାରିବେ ? ଅଧଲିଟରିଆ ପାଣି ବୋତଲ ଉପରେ ନିଜ ଟିଭିକୁ ରଖିଦେଇପାରିବେ ? ପାରିବେନି ନା । ଏସବୁ ଅତି ଅସମ୍ଭବ କଥା । ଏଭଳି କରିପାରିବେ ପାଲେଷ୍ଟାଇନ୍ର ମହମ୍ମଦ ଅଲ ସେନବାରି । ସେ ଏଭଳି ସାମଗ୍ରୀକୁ ବାଲାନ୍ସ କରି ଗୋଟାକ ଉପରେ ଗୋଟେ ରଖିଦେବେ ଯେ, ଦେଖୁଦେଖୁ ଆପଣଙ୍କ ମୁହଁରୁ ହଠାତ୍ ବାହାରିପଡ଼ିବ ବାଃରେ ବାଲାନ୍ସ ।

ତଳେ ଦେଖନ୍ତୁ ମହମ୍ମଦ ଅଲ ସେନବାରି କେଉଁସବୁ ଜିନିଷକୁ ବାଲାନ୍ସ କରିଛନ୍ତି । ସେ କୁହନ୍ତି, କୌଣସି ଜିନିଷକୁ ଦେଖିବା ପରେ ତାର ବାଲାନ୍ସ ପଏଣ୍ଟକୁ ପ୍ରଥମେ ଖୋଜନ୍ତି । ବାଲାନ୍ସ ପଏଣ୍ଟକୁ ଠାବ କରିବା ପରେ ନିଜ କାମରେ ଲାଗିପଡ଼ନ୍ତି ଓ ସଫଳତା ହାସଲ କରନ୍ତି । ନିଜା ବୁଦ୍ଧି ଓ ଶରୀର ସହାୟତାରେ ସବୁ ଜିନିଷକୁ ବାଲାନ୍ସ କରିପାରନ୍ତି ବୋଲି ଦାବି କରନ୍ତି ୨୪ ବର୍ଷୀୟ ସେନବାରି ।

ଉତ୍ତର ଗାଜାରେ ରହୁଥିବା ମହମ୍ମଦ ସେନବାରି ପେସାରେ ଜଣେ ଫିଟ୍ନେସ କୋଚ୍ । ଏହି ପେସା ତାଙ୍କୁ ବିଭିନ୍ନ ଜିନିଷକୁ ବାଲାନ୍ସ କରାଇବାରେ ଅନେକ ସାହାଯ୍ୟ କରିଛି । ଅତି ଅସମ୍ଭବ ଲାଗୁଥିବା କୌଣସି ସାମଗ୍ରୀକୁ ବାଲାନ୍ସ କରିଦେବା ପରେ ତାଙ୍କର ମନୋବଳ ବଢ଼ିଥାଏ । ସେ ପୁଣି ଏକ ଅସମ୍ଭବକୁ ସମ୍ଭବ କରାଇବା କାମରେ ଲାଗିପଡ଼ନ୍ତି ।

ୟୁଟ୍ୟୁବ୍ରେ ଏକ ଭିଡିଓ ହିଁ ତାଙ୍କୁ ଏଭଳି କରାଇବାକୁ ପ୍ରେରଣା ଦେଇଛି । କିଛି ବର୍ଷ ତଳେ କୋରିଆ କଳାକାର ନେମ ସେ୍ୟାକ ୟୁନ୍ଙ୍କ ଏକ ଭିଡିଓ ଦେଖିଥିଲେ । ତାହା ଦେଖି ସେ ନିଜେ ଏଭଳି କରିବାକୁ ପଣ କରିଥିଲେ ଓ କାମରେ ଆଗେଇ ଚାଲିଥିଲେ । ନିଜର ଏହି କଳାକୁ ସେ କୌଣସି ରିଅଲିଟି ସୋ’ରେ ଦେଖାଇବାକୁ ଚାହାନ୍ତି । ଭବିଷ୍ୟତରେ ଫ୍ରିଜ ବା ଓ୍ୱାଶିଂ ମେସିନ ଭଳି ବଡ଼ ସାମଗ୍ରୀକୁ ବାଲାନ୍ସ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।
ଡିସେମ୍ବର ୫ରୁ ପ୍ରଦର୍ଶନୀ ପଡ଼ିଆରେ ମିଶନ୍ ଶକ୍ତି ମେଳା
ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ସୃଷ୍ଟି ଉଦ୍ଦେଶ୍ୟରେ ଏବଂ ସେମାନଙ୍କର କାମକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ମିଶନ୍ ଶକ୍ତି ମେଳା ପରିକଳ୍ପନା କରାଯାଇଛି ।

ଡିସେମ୍ବର ୫ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମିଶନ୍ ଶକ୍ତି ମେଳା । ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ମେଳାରେ ୩୦ ଜିଲ୍ଲାରୁ ୨୫୧ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେବେ । ସେମାନଙ୍କର ସାମଗ୍ରୀ ଏଥିରେ ପ୍ରଦର୍ଶିତ ହେବ । ଡିସେମ୍ୱର ୧୬ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ମିଶନ୍ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

ବଢ଼ିବାକୁ ଯାଉଛି କାର ଦର, କିଣିବାର ଅଛି ଯଦି ଏବେ କିଣି ଦିଅନ୍ତୁ କାର
ଆପଣଙ୍କୁ କାର କିଣିବାର ଅଛି କି ? ଯଦି କାର କିଣିବାକୁ ଚାହୁଁଛନ୍ତି ବର୍ଷ ଶେଷ ସୁଦ୍ଧା କିଣି ଦିଅନ୍ତୁ । କାରଣ ଆଗକୁ ବଢ଼ିବାକୁ ଯାଉଛି କାର ଦର । ୨୦୨୦ରେ ଭାରତର ସବୁଠାରୁ ବଡ଼ କାର କମ୍ପାନୀ ମାରୁତି ସୁଜୁକି ତାର ଦର ବଢ଼ାଇବାକୁ ଯାଉଛି । ମାରୁତି ତାର କାରର ମଡେଲକୁ ନେଇ ଟଙ୍କା ବୃଦ୍ଧି କରିବ ବୋଲି ସୂଚନା ଦେଇଛି । ଏବେ ମାରୁତି କମ୍ପାନିର ୨.୮୯ ଲକ୍ଷ ଟଙ୍କାର ଅଲଟୋ କାର ଠାରୁ ଆରମ୍ଭ କରି ୧୧.୪୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରର ରହିଛି । ଭାରତରେ ମାରୁତି ସୁଜୁକି କମ୍ପାନିର କାରକୁ ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି । ଏହି କମ୍ପାନିର କାର ମୂଲ୍ୟ ସାଧରଣ ଲୋକଙ୍କୁ ସୁହାଇଥାଏ । କିନ୍ତୁ, ଯଦି କାର କିଣିବାରେ ଆଉ ଟିକେ ଡେରି କରନ୍ତି ତେବେ, କାରର ମୂଲ୍ୟ ବଢ଼ି ଯାଇପାରେ ।

ମାରୁତି ସୁଜୁକି ତାର ଦର ୨୦୨୦ ଜାନୁଆରି ପହିଲାରୁ ବଢ଼ାଇବ ବୋଲି ଘୋଷଣା କରିଛି । ଏହାର କାରଣ ହେଉଛି କାର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶର ଦର ବୃଦ୍ଧି । କମ୍ପାନିର କହିବା ଅନୁଯାୟୀ ପୂର୍ବାପେକ୍ଷା ଯନ୍ତ୍ରାଂଶ ଓ ସରଞ୍ଜାମ କିଣିବାରେ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଯାହା ପାଇଁ କମ୍ପାନି ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛି ।୨୦୧୮ ନଭେମ୍ବରରେ କମ୍ପାନି ୧, ୪୬, ୦୧୮ ଯୁନିଟ୍ କାର ବିକ୍ରି କରିଥିବା ବେଳେ ୨୦୧୯ ନଭେମ୍ବର ମାସରେ ଏହା ୧.୬ ପ୍ରତିଶତ ଖସି ୧, ୪୩, ୬୮୬ ଯୁନିଟରେ ପହଞ୍ଚିଛି ।

ମାରୁତି ସୁଜୁକି ଅନ୍ୟ କମ୍ପାନି ତୁଳନାରେ ଅଧିକ ଗାଡ଼ି ବିକ୍ରି କରିଥିବା ଦାବି କରିଛି । ଆଗକୁ ମାରୁତି ୨ଟି ନୂଆ ମଡେଲ କାର ମାର୍କେଟକୁ ଆଣିବ । ବ୍ରେଜା ଏବଂ ଏସ୍-କ୍ଲାସ୍ ର ବିଏସ୍-୬(ପେଟ୍ରୋଲ) ମଡେଲ ଆସିବ । ପୂର୍ବରୁ ବଜାରରେ ଏହାର ଡିଜେଲ ଭର୍ସନ ଉପଲବ୍ଧ ଅଛି । ତୈମାସିକ ବିକ୍ରିରେ କମ୍ପାନୀ ୩୯ ପ୍ରତିଶତ କ୍ଷତି ସହିଛି । ତେବେ, ନୂଆବର୍ଷରୁ ମାର୍କେଟକୁ ଆସୁଥିବା ମାରୁତି ସୁଜୁକି କାର ମହଙ୍ଗା ହେବ ।
ସ୍ୱେଚ୍ଛାକୃତ ଜମି ପ୍ରଦାନର ସମୟସୀମା ବୃଦ୍ଧି
ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟସୀମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୭ଦିନ ବୃଦ୍ଧି କରିଛନ୍ତି । ଡିସେମ୍ବର ୨ରେ ଏହି ସମୟ ଶେଷ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଆଗ୍ରହକୁ ଦେଖି ଏହି ସମୟ ସୀମା ଆଉ ୭ ଦିନ, ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଶ୍ରୀମନ୍ଦିରର ନିରାପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଶ୍ରୀମନ୍ଦିର ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସେମାନେ ସ୍ୱେଚ୍ଛାକୃତ ଭାବେ ପ୍ରଶାସନକୁ ଜମି ବିକିଛନ୍ତି ।

ଗତ ୨ ତାରିଖ ସୁଦ୍ଧା ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ୍ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ଲୋକମାନେ ସ୍ୱେଚ୍ଛାକୃତ ଭାବେ ବିକ୍ରି କରିଛନ୍ତି ।


