ହାଇଦ୍ରାବାଦ: ଗୋଟିଏ ରାତି, ଛାତି ଥରାଇଲା ଭଳି ୨ଟି ଘଟଣା । ଯାହାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ । ଗୋଟିଏ ରାତିରେ ଦୁର୍ବୃତ୍ତ ଦୁଇ ଦୁଇ ଜଣଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଛନ୍ତି । ପଶୁ ଡାକ୍ତରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ସ୍ଥାନର କିଛି ଦୂରରୁ ପୁଣି ଆଉ ଜଣେ ମହିଳାଙ୍କ ଅଧା ପୋଡ଼ା ଶବ ମିଳିଛି ।
ଅଧା ପୋଡ଼ା ମୃତଦେହ ମିଳିବା ନେଇ ସାଇବରାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସମଶାବାଦ ଥାନା ସିଡଡୁଲାଗଟ୍ଟା ରୋଡ୍ ନିକଟରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ପରିଚୟ ଜଣାପଡ଼ିନାହିଁ । ତାଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଏହା ପୂର୍ବରୁ ୨୭ ବର୍ଷୀୟ ପଶୁ ଚିକିତ୍ସକଙ୍କ ଅଧା ପୋଡ଼ା ମୃତଦେହ ଟୋଲ୍ ପ୍ଲାଜା ନିକଟରୁ ମିଳିଥିଲା । ପଢ଼ନ୍ତୁ ପୂରା ଘଟଣା…
https://nandighoshatv.comburnt-body-of-woman-veterinary-doctor-found-two-suspects-detained/
ଡାକ୍ତରାଣୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭର ଅଛନ୍ତି । ଟୋଲ ପ୍ଲାଜା ନିକଟରେ ଡାକ୍ତରାଣୀ ତାଙ୍କ ସ୍କୁଟି ପାର୍କିଂ କରିଥିଲେ । ନିଶାରେ ମସଗୁଲ୍ ଥିବା ୪ ଜଣ ଯୋଜନା ଅନୁଯାୟୀ ସ୍କୁଟିକୁ ଲିକ୍ କରିଦେଇଥିଲେ । ପରେ ଟ୍ରକ୍ ଡ୍ରାଇଭର ଜଣଙ୍କ ସାହାଯ୍ୟ କରିବା ବାହାନାରେ ଟୋଲ୍ ପ୍ଲାଜା ନିକଟ ଏକ ପରିତ୍ୟକ୍ତ ଘରକୁ ନେଇ ଅନ୍ୟ ୩ ଜଣଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ । ଟୋଲ୍ ପ୍ଲାଜା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ପୋଲିସ ୪ ଜଣଙ୍କୁ ଗିରଫ କରିଛି ।







୨୦୧୩ ମସିହାରେ ଦେଶର ଅଭିବୃଦ୍ଧି ହାର ୪.୫ ପ୍ରତିଶତ ଥିଲା । ଗତ ତୈମାସରେ ଜିଡିପି ୫% ଥିବା ବେଳେ ୩ ମାସ ମଧ୍ୟରେ ୦.୫ ପ୍ରତିଶତ ଖସି ୪.୫%ରେ ପହଞ୍ଚିଛି । ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ସବୁଠୁ ଧିମା ବିକାଶ ଦର । ବର୍ଷକ ତଳେ ଜିଡିପି ୭ ପ୍ରତିଶତ ଥିଲା ।
କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସରକାର ୬.୮୩ ଟ୍ରିଲିୟନ ଟଙ୍କା ରାଜସ୍ୱ ପାଇଛନ୍ତି । ଯେତେବେଳେ କି ୧୬.୫୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ ହୋଇଛି ।