ସୁନାଠୁ ଦୁର୍ମୂଲ୍ୟ ହେଲା ! ରୋଷେଇ ଘରୁ ଯାଇ ଗହଣା ବାକ୍ସରେ ପଶିଲା
ସୁନା ମୂଲ୍ୟ କମିଲା, ହେଲେ ସିଏ ତା’ ମୂଲ୍ୟ ବଢ଼ାଇ ଚାଲିଛି । ରୋଷେଇ ଘରୁ ଯାଇ ଗହଣା ବାକ୍ସରେ ପହଞ୍ଚିଲାଣି ସେଇ ଅମୂଲ ମୂଲ ଜିନିଷ ମାନେ ପିଆଜ । ଏବେ ଟିକ୍ଟକ୍ ରେ ମଧ୍ୟ ଏହାକୁ ନେଇ ବେଶ ଚର୍ଚ୍ଚା । ବିଭିନ୍ନ ପ୍ରକାରର କନସେପ୍ଟରେ ତାକୁ ନେଇ ଆକ୍ଟ କରାଯାଉଛି ।
https://www.facebook.com/nandighoshatv/videos/779630429163813/
କିଏ କାହାକୁ ପିଆଜ ଗିଫ୍ଟ ଦେଲାଣି ତ କିଏ ପିଆଜ ନେଇ ଆଲମିରା ଭିତରେ ଗହଣା ବାକ୍ସରେ ରଖିଲାଣି । ଆଉ କିଏ ପିଆଜକୁ କଡ଼େଇ ସାମ୍ନାରେ ସୂତାରେ ଓହଳାଇ ରୋଷେଇ କଲାଣି । ଏହି ଭଳି ବିଭିନ୍ନ ପ୍ରକାରର ମଜାଦାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ପିଆଜକୁ ନେଇ । ପିଆଜ ମୂଲ୍ୟ ଆକାଶ ଛୁଆଁ ହୋଇଥିବାରୁ ଏଭଳି ଭିଡ଼ିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
୩ ପ୍ରତିଶତ କମିଲା ସୁନା ଦର
ମୁମ୍ବାଇ: ଅନ୍ତର୍ଜାତୀୟ ବଜାରରେ ଖସୁଛି ସୁନାଦର । କିନ୍ତୁ ବାହାଘର ସିଜିନରେ ବି ଏହାର ଲାଭ ଉଠାଇ ପାରୁନାହାନ୍ତି ଭାରତୀୟ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ କିଣି ହେଉନି ସୁନା । ଦେଶରେ ସୁନାର ଦର ଚଢ଼ା ଥିବାବେଳେ ବାହାଘର ଋତୁରେ ଚାହିଦା ୧୫ରୁ ୨୦ ପ୍ରତିଶତ କମିଛି ।

ଆମେରିକା-ଚୀନ ମଧ୍ୟରେ ବ୍ୟବସାୟିକ ବୁଝାମଣା ଅନିଶ୍ଚିତତା ଭିତରେ ଗତି କରୁଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଭାବ ପଡ଼ିଛି । ସୁନାର ଦାମ ୩ ପ୍ରତିଶତ ଖସିଛି । ଭାରତରେ ୯ ସେପ୍ଟେମ୍ବରକୁ ୧୦ ଗ୍ରାମ୍ ସୁନା ୩୯ ହଜାର ୬୯୯ ଟଙ୍କାରି ବିକ୍ରି ହେଉଥିଲା । ଆଜି ଭାରତୀୟ ବଜାରରେ ୧୦ ଗ୍ରାମ୍ ସୁନା ୩୭ ହଜାର ୯୬୦ ଟଙ୍କାରେ ବିକ୍ରି ହେଉଛି ।
ଏଥିସହ ପଢ଼ନ୍ତୁ ଧନତେରସରେ କାହିଁକି ବଢିଲାନି ସୁନା ବିକ୍ରି ?
ଅନ୍ୟପଟେ ଅନ୍ତର୍ଜାତୀୟ ବଜାରର ରୂପା କେଜି ପିଛା ୪୪ ହଜାର ୬୫୭ ଟଙ୍କାରେ ବିକ୍ରି ହେଉଛି ।
https://nandighoshatv.comnew-gold-amnesty-scheme-unaccounted-gold-holders-may-have-to-pay-heavy-fine/
ପିଆଜ ମହରଗ: ଖାଇବା ଥାଳିରୁ ପିଆଜ ହଟାଇଲେ ପ୍ରଧାନମନ୍ତ୍ରୀ
ବାଂଲାଦେଶରେ ପିଆଜର ଦାମ ଏବେ ଆକାଶ ଛୁଆଁ । ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି କିଲୋ ପ୍ରତି ୨୬୦ ଟଙ୍କାରେ ବିକ୍ରି ହେଉଛି । ପରିସ୍ଥିତି ଏତେ ଖରାପ ଯେ ବାଂଲାଦେଶ ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଡ଼ାଜାହଜରେ ପିଆଜ ଆମଦାନୀ କରୁଛନ୍ତି । ଦର ବୃଦ୍ଧି କାରଣରୁ ଲୋକଙ୍କ ଥାଳିରୁ ପିଆଜ ସତେ ଯେମିତି ଉଭାନ ହେଇଯାଇଛି ।

ବାଂଲାଦେଶରେ ପିଆଜର ଦର ବୃଦ୍ଧି ଦିଗରେ ଭାରତ ମଧ୍ୟ ଏକ ବଡ଼ କାରଣ । ପିଆଜର ଦର ବୃଦ୍ଧି ପରେ ସେପ୍ଟେମ୍ବର ମାସରେ ଏହାର ରପ୍ତାନି ବନ୍ଦକରିଦିଆ ଯାଇଥିଲା । ବର୍ଷା ପରେ ଭାରତରେ ବହୁତ ପିଆଜ ନଷ୍ଟ ହୋଇଗଲା । ଯେଉଁଥିପାଇଁ ପିଆଜର ପରିମାଣ ଖୁବ କମ ହୋଇଗଲା । ଏହି କାରଣରୁ ଭାରତରେ ମଧ୍ୟ ପିଆଜ ଦର ବୃଦ୍ଧି ପାଇବାକୁ ଲାଗିଲା । କିନ୍ତ ବାଂଲାଦେଶ ତୁଳନାରେ ଭାରତରେ ଦାମ କମ ଥିଲା ।

ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଡିପ୍ଟି ପ୍ରେସ ସେକ୍ରେଟାରୀ ହସନ ଜାହିର ନ୍ୟୁଜ ଏଜେନ୍ସିଙ୍କୁ କହିଛନ୍ତି ଯେ, ଉଡାଜାହାଜରେ ପିଆଜ ଆମଦାନୀ କରାଯାଉଛି । ଏପରି କି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପିଆଜ ଖାଇବା ବନ୍ଦ କରିଦେଇଛନ୍ତି । ଦରବୃଦ୍ଧିକୁ ନେଇ ଢ଼ାକାରେ ଲୋକ ମାନେ ପ୍ରତିବାଦ କରିବା ଆରମ୍ଭ କରିଦେଲେଣି । ଏହାକୁ ଆଖିରେ ରଖି ମିଆମାର, ତୁର୍କୀ, ଚୀନ, ଇଜିପ୍ଟରୁ ପିଆଜ ଆମଦାନୀ କରାଯାଉଛି ।

ଅନ୍ୟପଟେ ଲୋକଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ଦେବା ପାଇଁ ସରକାରୀ ସଂସ୍ଥାନ ଟ୍ରେଡିଂ କର୍ପୋରେସନ ଅଫ୍ ବାଂଲାଦେଶ ଢ଼ାକାରେ କିଲୋ ପ୍ରତି ୪୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି । ସବସିଡି ଦରରେ ପିଆଜ କିଣିବା ପାଇଁ ଲୋକଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ୁଛି ।
ଲୋକସଭାରେ ‘ମହାରାଷ୍ଟ୍ର’ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି, ୨ ସାଂସଦ ନିଲମ୍ୱିତ
ନୂଆଦିଲ୍ଲୀ : ରାତି ଅଧରେ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି । ଏଭଳି ସ୍ଥିତିରେ କିଛି ପଚାରିବାର ନାହିଁ । ଆଜି ଲୋକସଭାରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରବଳ ହୋ ହଲ୍ଲା ଓ ପାଟିତୁଣ୍ଡ ଆରମ୍ଭ କରିଥିଲେ କଂଗ୍ରେସ ସାଂସଦ । ମହାରାଷ୍ଟ୍ରରେ ଅନୈତିକ ଉପାୟରେ ବିଜେପି ସରକାର ଗଠନ କରିଛି । ସେଠାରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଦଳୀୟ ନେତା ଅଭିଯୋଗ କରିଛନ୍ତି ।

ପୂର୍ବାହ୍ନରେ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ରାଲି ସଂସଦ ଭବନରୁ ବାହାରିଥିଲା । ଏଥିରେ ସମସ୍ତ ୟୁପିଏ ସହଯୋଗୀ ଦଳ ଯୋଗ ଦେଇଥିଲେ । ଘୋଡ଼ା ବେପାର ବନ୍ଦ କରିବା ସହ ସମ୍ୱିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି କରି ଗୃହକୁ ପ୍ରବେଶ କରିଥିଲେ କଂଗ୍ରେସ ସାଂସଦ । ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଶ୍ଲୋଗାନ୍ ଧରି ନାରାବାଜି କରିଥିଲେ କଂଗ୍ରେସ ନେତା । ଏହାକୁ ନେଇ ଖୁବ୍ ବିରକ୍ତ ହୋଇଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୨ ଜଣ କଂଗ୍ରେସ ସାଂସଦ ହିବି ଇଡେନ୍ ଏବଂ ଟି.ଏନ୍ ପ୍ରତାପନଙ୍କୁ ନିଲମ୍ବନ କରାଯାଇଛି ।

ସମ୍ୱିଧାନ ବଞ୍ଚାଅ ନାରା ଦେଉଥିବା କଂଗ୍ରେସ ମଧ୍ୟ ଅନ୍ୟ ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଛି । ଦଳର ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, କଂଗ୍ରେସର ମହିଳା ସାଂସଦଙ୍କୁ ଦୁର୍ବବ୍ୟବହାର କରାଯାଇଛି । ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଦିନ ତମାମ ଗୃହରେ ପ୍ରବଳ ହଟ୍ଟଗୋଳ ଲାଗି ରହିବାରୁ ସଂସଦକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି । ରାଜ୍ୟସଭା୍ରେ ମଧ୍ୟ କଂଗ୍ରେସ ନେତାଙ୍କର ହୋ ହଲ୍ଲା ପାଟି ତୁଣ୍ଡ ଦେଖିବାକୁ ମିଳିଥିଲା ।
ଦାଣ୍ଡରେ ଖେଳୁଥିବା ବେଳେ ଚାପିଦେଲା ଜେସିବି
ଅନୁଗୁଳ: ଖେଳୁ ଖେଳୁ ଚାଲିଗଲା ଜୀବନ । କିଛି ବୁଝିବା ଆଗରୁ ସବୁ କିଛି ଅନ୍ଧାର ହୋଇଗଲା । ଜେସିବି ଚକା ତଳେ ଚାଲିଗଲା ଶିଶୁ କନ୍ୟାର ଜୀବନ । ଏଭଳି କିଛି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୁଆଁଗାଁରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ପାଇପଲାଇନ ବିଛା ଯିବା ପାଇଁ ଏକ ଜେସିବି ମେସିନ ଗାଁରେ କାମ କରୁଥିଲା । ସେହି ସମୟରେ ସେଠାରେ ପଞ୍ଚୁ ନାଏକଙ୍କ ୩ବର୍ଷର ଝିଅ ପିପିଲି ନାଏକ ଖେଳୁଥିଲେ । ଜେସିବି ମେସିନ ମାଟି ଖୋଳି ଖୋଳି ପଛକୁ ଆସୁଥିବା ବେଳେ ପିପିଲି ଜେସିବିର ଚକା ତଳକୁ ଚାଲି ଆସିଥିଲେ । ଯାହାକି ଡ୍ରାଇଭର ଜଣକ ଜାଣପାରି ନଥିଲେ ।

ଫଳରେ ଜେସିବି ମେସିନଟି ପିପିଲିର ଉପରେ ପୁରା ମାଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ଜେସିବି ମେସିନ ଓ ଚାଳକକୁ ଅଟକ ରଖିବା ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ବହୁଚର୍ଚ୍ଚିତ ‘ଅଯୋଧ୍ୟା’କୁ ନେଇ ଫିଲ୍ମ ପ୍ରସ୍ତୁତ କରିବେ କଙ୍ଗନା
ବଲିଉଡ କ୍ୱିନ କଙ୍ଗନା ରନାୱତ ମଣିକର୍ଣ୍ଣିକାରୁ ଡିରେକ୍ସନରେ ଡେବ୍ୟୁ ଆରମ୍ଭ କରିଥିବେଳେ ଏବେ ପ୍ରଡକ୍ସନରେ ଡେବ୍ୟୁ କରିବାକୁ କରିବାକୁ ଯାଉଛନ୍ତି । କଙ୍ଗନା ରନାୱତ ମଣିକର୍ଣ୍ଣିକା ନାମରେ ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି । କଙ୍ଗନା ନିଜ ପ୍ରଡକ୍ସନ ହାଉସରେ ଆଗାମୀ ଫିଲ୍ମ ନିର୍ମାଣ କରିବା ନେଇ ମଧ୍ୟ ଘୋଷଣା କରିସାରିଲେଣି ।

ଫିଲ୍ମର କାହାଣୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ପର୍ଯ୍ୟବେସିତ ହେବ । ଫିଲ୍ମର ଟାଇଟେଲ ରହିବ ଅପାରାଜିତ ଅଯୋଧ୍ୟା । ଅଯୋଧ୍ୟା ପ୍ରସଙ୍ଗ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ଥିବାବେଳେ ଏହି ବିଷୟ ବସ୍ତୁ ନେଇ କଙ୍ଗନା ରନାୱତ ଫିଲ୍ମ ନିର୍ମାଣ କରିବେ ।

ଅଯୋଧ୍ୟାକୁ ନେଇ ତମାମ ଘଟଣାବଳୀ ରହିଛି ଏଥି ସହ ରାଜନୀତିର ଚକ୍ରବ୍ୟୁହରେ ରାମ ମନ୍ଦିର ଫସିବା ଭଳି ପ୍ରସଙ୍ଗ ଏହି ଫିଲ୍ମରେ ସ୍ଥାନ ପାଇବ । ବର୍ଷ ବର୍ଷ ଧରି ଚାଲି ଆସିଥିବା ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ଏହି ବିବାଦର ଏକ ପ୍ରକାର ସମାଧାନ ହୋଇଛି । ଆସନ୍ତା ବର୍ଷ ଫିଲ୍ମର ସୁଟିଂ କାମ ଆରମ୍ଭ ହେବ ।
ମୁଖ୍ୟମନ୍ତ୍ରୀଙ୍କ ଅଚାନକ୍ ସମୀକ୍ଷା, ବିଜେଡି ନେତାଙ୍କୁ ଡାକିଲେ ନବୀନ ନିବାସ, କହିଲେ…
ଭୁବନେଶ୍ୱର : ସବୁଦିନ ଭଳି ଆଜି ଚିରାଚରିତ ଧଳା କୁର୍ତ୍ତା କିମ୍ବା ପାଇଜାମା ପିନ୍ଧିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଲକା ଫୁଲକା ମର୍ଣ୍ଣିଂ ଓ୍ୱାକର କଷ୍ଟ୍ୟୁମ୍ । ବ୍ଲାକ୍ ଟି ସର୍ଟ ସହ ବ୍ଲାକ୍ ଟ୍ରାଉଜରର କମ୍ବିନେସନ୍ । ହଠାତ୍ ସକାଳୁ ସକାଳୁ ବିଜେଡିର କିଛି ନେତାଙ୍କୁ ଡକରା ହେଲା ତୁରନ୍ତ ନବୀନ ନିବାସ ଆସିବାକୁ । ମୁଖ୍ୟମନ୍ତ୍ରୀ ବୈଠକ କରିବେ ପାର୍ଟିର କିଛି କାର୍ଯ୍ୟକ୍ରମକୁ ନେଇ ।

ଏହାପରେ ଅଚାନକ ନେତାମାନେ ପହଞ୍ଚିଥିଲେ ନବୀନ ନିବାସରେ । ଦଳର ସଭ୍ୟସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଦଳୀୟ ସୁପ୍ରିମୋ। କମ୍ ସଭ୍ୟ ସଂଗ୍ରହ କରିଥିବା ନେତା ଆସିଥିଲେ ମୁଖିଆଙ୍କ ସ୍କାନରକୁ । ସେ ସମସ୍ତଙ୍କୁ ଡକାଯାଇଥିଲା ନବୀନ ନିବାସ, ମୁଖ୍ୟମନ୍ତ୍ରୀ କରିଥିଲେ ବୈଠକ । ଡିସେମ୍ୱର ୫ ସୁଦ୍ଧା ସଭ୍ୟ ସଂଗ୍ରହ ଅଭିଯାନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଦଳୀୟ ନେତା ତତ୍ପର ହୋଇପଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସରପ୍ରାଇଜ୍ ସମୀକ୍ଷାକୁ ନେଇ ନେତାଙ୍କ ମଧ୍ୟରେ ଛନକା ମଧ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ କେବେ ଏଭଳି ଗେଟଅପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥାଏ । ନବୀନ ନିବାସକୁ ଆସିଥିବା ସମସ୍ତ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଗେଟଅପ୍ ଦେଖି ସମସ୍ତେ କହୁଥିଲେ ସୁପ୍ରିମୋ ହେବ ତ ଏମିତି ?
ତେବେ ଗତଥର ୪୫ ଲକ୍ଷ ସଭ୍ୟ ବିଜେଡିରେ ଥିଲେ। ଏଥର ଗତଥରର ସଂଖ୍ୟାରୁ ୫୦ ପ୍ରତିଶତ ଅଧିକ ସଭ୍ୟ ସଂଗ୍ରହର ଟାର୍ଗେଟ ରହିଛି। ପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ସରୁଥିବା ବିଜେଡ଼ିର ସଭ୍ୟସଂଗ୍ରହ ଅଭିଯାନକୁ ଆଉ ୪ ସପ୍ତାହ ବୃଦ୍ଧି କରାଯାଇଥିଲା। ଏବେ ଡିସେମ୍ୱର ୫ ସୁଦ୍ଧା ସବୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ।
ମାଓବାଦୀ କାର୍ଯ୍ୟକଳାପ ନେଇ ବିଧାନସଭାରେ କ’ଣ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।
ମାଓବାଦୀ କାର୍ଯ୍ୟକଳାପ ସଂକ୍ରାନ୍ତରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ସମ୍ପ୍ରତି ରାଜ୍ୟର ୧୫ ଜିଲ୍ଲା ମାଓ ପ୍ରଭାବିତ । ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ୱଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ମାଓବାଦୀଙ୍କ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ । ଉପରୋକ୍ତ ଜିଲ୍ଲା ଗୁଡ଼ିକରେ ୨୦୧୫ ମସିହାରୁ ୩୧ ଅକ୍ଟୋବର ୨୦୧୯ ସୁଦ୍ଧା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୋଟ ୧୧୫ଟି ଗୁଳି ବିନିମୟ ଘଟଣା ଘଟିଛି । ଏହିସବୁ ଘଟଣାରେ ୩ଜଣ ରାଜ୍ୟ ପୋଲିସ କର୍ମଚାରୀ, ୩ଜଣ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀ ଏବଂ ୧୧ ଜଣ ସାଧାରଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ ୨୦ ନଭେମ୍ୱର ୨୦୧୯ ସୁଦ୍ଧା ପୋଲିସ ଏନ୍କାଉଣ୍ଟରରେ ମୋଟ ୧୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୭ ଜଣ ଆହତ ହୋଇଛନ୍ତି ।
ସେହିପରି ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆଙ୍କ ତଦନ୍ତ କମିଶନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଗତ ୫ ବର୍ଷ ମଧ୍ୟରେ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଅଧିନରେ ୫ଗୋଟି ତଦନ୍ତ କମିଶନ ଗଠନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି ଏବଂ ଚୂଡ଼ାନ୍ତ ରିପୋର୍ଟ ଦେବା ସମ୍ପର୍କରେ ଜଣାଇ ନାହାନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ ନ ହେବାରୁ କମିଶନମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତଦନ୍ତ କମିଶନ ନିମନ୍ତେ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୧କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।
ବିଧାୟକ ଜୟନାରାୟଣ ମିଶ୍ରଙ୍କ ହାଜତ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ ଏଯାବତ୍ ୪୩ ଜଣଙ୍କ ମୃତ୍ୟୁ ହୋଇଛି ।

