spot_img
Home Blog Page 7763

ଓଡ଼ିଶା ସରକାରଙ୍କ 5T କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ନିତି ଆୟୋଗ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ନିତି ଆୟୋଗଙ୍କ ପ୍ରଶଂସା । 5T- ଟ୍ରାନ୍ସଫରମେସନ, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି ଓ ଟାଇମଲାଇନକୁ ନିତି ଆୟୋଗ ପ୍ରଶଂସା କରିଛନ୍ତି । ଏହାଦ୍ଵାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । 5T କାର୍ଯ୍ୟକାରୀ ହେବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ମାନ ବଢ଼ିବା ସହିତ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀ ମାନେ ଅଧିକରୁ ଅଧିକ ଭାବରେ ଶିକ୍ଷାଲାଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନିତି ଆୟୋଗ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ପ୍ରଶଂସା କରିବାପରେ ସମାଲୋଚନା କରୁଥିବା ବିରୋଧୀଙ୍କୁ ଝଟକା ଲାଗିଛି ।ପ୍ରଶାସନରେ ସ୍ୱଚ୍ଛତା ଆଣିବା, ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T କାର୍ଯ୍ୟକାରୀ ହେଉଛି ।

ମୋର ନୁହଁ ତ କାହାର ନୁହଁ, ସ୍ୱାମୀକୁ ମାରି ଶବ ଉପରେ ଏମିତି ଖେଳିଲା ସ୍ତ୍ରୀ…

0

ସତରେ ସନ୍ଦେହ ମଣିଷକୁ ସଇତାନ ସଜାଇ ଦିଏ । ହିତାହିତ ଜ୍ଞାନ ଭୁଲାଇ ବଡ଼ ଭୁଲ୍ କରିବାକୁ ବାଧ୍ୟ କରାଏ । ବେଦୀରେ ହାତଧରି ଅଗ୍ନିକୁ ସାକ୍ଷୀ ରଖି ୭ ଘେରା ବୁଲିଥିବା ସ୍ତ୍ରୀ ଯେ, ଏମିତି କାମ କରିବ ବିଶ୍ୱାସ କରିବା ମୁସ୍କିଲ୍ । ମଧ୍ୟପ୍ରଦେଶ ଅନୁପୁର ଜିଲ୍ଲାର ଏମିତି ଏକ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ୪ଟି ଛୁଆର ମାଆ ଏମିତି କାଣ୍ଡ ଭିଆଇଛି ଯିଏ ବି ଶୁଣୁଛି ବେହୋସ୍ ହୋଇଯାଉଛି ।ପେଷାରେ ଓକିଲ ଥିବା ମୋହିତ ବଡ଼ ଭାଉଜ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ସ୍ତ୍ରୀର ସନ୍ଦେହ ହୋଇଥିଲା । ଆଉ ଏହି ସନ୍ଦେହ ଉଜାଡ଼ି ଦେଲା ସଂସାର । ସ୍ତ୍ରୀ ପ୍ରତିମା ବନୱାଲ ସ୍ୱାମୀ ଖାଇବାରେ ପ୍ରଥମେ ବିଷ ମାରିବା ପରେ ରୋଷେଇ ଘରେ ମୃତଦେହକୁ ପୋତି ଦେଇଥିଲା । ତା ଉପରେ ଚୂଲ୍ଲା ନିର୍ମାଣ କରିଥିଲା । ଏମିତି କି କେହି ସନ୍ଦେହ ନ କରିବା ପାଇଁ ତା ଉପରେ ରୋଷେଇ କରୁଥିଲା । ଏମିତି ୧୦ ଦିନ ମୃତଦେହ ଉପରେ ଚୂଲ୍ଲାରେ ରାନ୍ଧିବା ପରେ ପୋଲିସ ପତ୍ନୀ ପ୍ରତିମା ବନୱାଲଙ୍କୁ ଗିରଫ କରିଛି ।

ଇଡେନ୍‌ ଇତିହାସର ଗୋଲାପୀ ଫର୍ଦ୍ଦ, ଜାଣନ୍ତୁ କାହାର କେତେ ରେକର୍ଡ..

0

ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ କରି ଇତିହାସ ରଚିଲା ଇଡେନ ଗାଡେର୍ନ । ଆଉ ଏବେ ଖେଳାଳିମାନେ ନିଜ ନାଁରେ ଇତିହାସର ଗୋଲାପୀ ଫର୍ଦ୍ଦ ଯୋଡ଼ିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି ଟିମ୍‌ ଇଣ୍ଡିଆ । ମ୍ୟାଚର ଦ୍ୱିତୀୟ ଦିନରେ ଚାଲନ୍ତୁ ନଜର ପକାଇବା ଖେଳାଳିଙ୍କ ରେକର୍ଡ ଉପରେ ।

ବାଂଲାଦେଶକୁ ପ୍ରଥମ ଇନିଂସରେ ୧୦୬ ରନ୍‌ରେ ଅଲଆଉଟ କରିଛି ଟିମ୍‌ ଇଣ୍ଡିଆ । ତେବେ ପ୍ରଥମ ଭାରତୀୟ ଭାବେ ଗୋଲାପୀ ବଲ୍‌ରେ ୱିକେଟ ନେବାର ସୌଭାଗ୍ୟ ପାଇଛନ୍ତି ଈଶାନ୍ତ ଶର୍ମା । ୨୦୦୭ ପରଠୁ ଟେଷ୍ଟରେ ଦ୍ୱିତୀୟ ଥର ପାଇଁ ସେ ଭାରତରେ ପାଇଛନ୍ତି ୫ ୱିକେଟର ସଫଳତା । ସେହିଭଳି ପିଙ୍କ୍‌ ବଲରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଛକା ମାରିବାର ରେକର୍ଡ ଯାଇଛି ରୋହିତ ଶର୍ମାଙ୍କ ନାଁରେ ।

ଦିବାରାତ୍ର ଟେଷ୍ଟରେ ପ୍ରଥମ ଅର୍ଦ୍ଧଶତକ ଚେତେଶ୍ୱର ପୂଜାରା ହାସଲ କରିଥିବା ବେଳେ ଗୋଲାପୀ ଶତକ ହାସଲ କରିଛନ୍ତି କ୍ୟାପଟେନ୍‌ କୋହଲି । ଖାଲି ସେତିକି ନୁହେଁ, ଟେଷ୍ଟରେ ୨୦ତମ ଶତକ ମାରି ସେ ରିକି ପଣ୍ଟିଂଙ୍କ ୧୯ଟି ଟେଷ୍ଟ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ୮୪ ମ୍ୟାଚରେ ୧୪୧ ଇନିଂସ ଖେଳି ବିରାଟ ମୋଟ ୨୭ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ସଚିନ, ଦ୍ରାବିଡ ଓ ଗାଭାସ୍କରଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ ତାରକା ।

ଶରଦଙ୍କ ଦମ୍ଭୋକ୍ତି: କହିଲେ, ଆମେ ସରକାର ଗଢ଼ିବୁ

ମହାରାଷ୍ଟ୍ରରେ ଏନ୍‌ସିପି ନେତା ଅଜିତ୍‌ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଛି ବିଜେପି । କିନ୍ତୁ ଏବେ ବି ଚାଲିଛି ଛକାପଞ୍ଝା । ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ଓ ସେମାନେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବେନି ବୋଲି କହିଛନ୍ତି ଏନ୍‌ସିପି ଓ ଶିବସେନା । ଆମ ପାଖରେ ୧୭୦ ସଂଖ୍ୟା ରହିଛି, ଆମେ ହିଁ ମହାରାଷ୍ଟ୍ରରେ ସରକାର ଗଢ଼ିବୁ ବୋଲି ପ୍ରେସ୍‌ମିଟ୍‌ରେ ଦମ୍ଭୋକ୍ତି ଦେଖାଇଛନ୍ତି ଶରଦ ପାଓ୍ୱାର । ଏଥିସହ ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ବୋଲି କହିଛନ୍ତି ଏନ୍‌ସିପି ନେତା ଶରଦ ପାଓ୍ୱାର ।

ଅପରପକ୍ଷରେ ବିଜେପିକୁ କଟୁ ସମାଲୋଚନା କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ । ଏନସିପି କି ଶିବସେନାର ଏଭଳି ବିଚାରଧାରା ନୁହେଁ । ସାରାଦେଶରେ ଗଣତନ୍ତ୍ରକୁ ନେଇ ଏକ ଖେଳ ଚାଲିଛି । ଯାହା ଦେଶବାସୀଙ୍କୁ ବେଶ୍ ଭଲଭାବେ ଜଣାପଡ଼ିଗଲାଣି । ବିଜେପିର ଏଭଳି ଷଡ଼ଯନ୍ତ୍ର ସରକାର କେବେ ସଫଳ ହେବ ନାହିଁ ବୋଲି କହିଛନ୍ତି ଉଦ୍ଧବ । ଅପରପକ୍ଷରେ ଅଜିତ୍‌ ପାଓ୍ୱାରଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି  ବିଜେପି ନେତା ସଞ୍ଜୟ ରାଉତ । ନିଜ ଫାଇଦା ପାଇଁ ଅଜିତ୍ ଏନସିପିକୁ ଧୋକା ଦେଇ ବିଜେପିରେ ମିଶିଗଲେ । କିନ୍ତୁ ତାଙ୍କ ସହିତ ଯାଇଥିବା ୮ ବିଧାୟକ ମଧ୍ୟରୁ ୫ ବିଧାୟକ ଫେରିଆସିଥିବା କହିଛନ୍ତି ସଞ୍ଜୟ ।

ଅପରପକ୍ଷରେ  ଶିବସେନା- ଏନ୍‌ସିପି-କଂଗ୍ରେସ ଏବେ ବି ଏକଜୁଟ ଅଛନ୍ତି । ସରକାର ଗଠନ ନେଇ ଆମ ତରଫରୁ କୌଣସି ବିଳମ୍ବ ହୋଇନଥିବା ପ୍ରେସମିଟ୍‌ରେ କହିଛନ୍ତି କଂଗ୍ରେସ ନେତା ଅହମ୍ମଦ ପଟେଲ ।

ପିଶାଚୀର ହେଲେ ଦୟାମୟା ଥିବ, କିନ୍ତୁ ଏ ମହିଳାଙ୍କର ନାହିଁ…

0

ନିର୍ଦ୍ଦୟ, ନୃଶଂସ, ବର୍ବର… ଯେତେ ଯାହା କହିଲେ ବି କମ୍ ପଡ଼ିବ । କ’ଣ ସତରେ ଜଣେ ନାରୀ ଏତେ ନିର୍ଦ୍ଦୟ ହୋଇପାରେ, ଏମିତି ଶାସ୍ତି ଦେଇପାରେ । ଏ ଭିଡିଓ ଦେଖନ୍ତୁ, ଆପଣଙ୍କର ଯଦି ସାମାନ୍ୟତମ ମାନବିକତା ଥିବ ତେବେ ଆପଣଙ୍କ ହୃଦୟ ଫାଟିପଡ଼ିବ । ଭିଡିଓରେ ଜଣେ ମାଆ ନିଜ କୁନି ଝିଅକୁ ନିର୍ଧୁମ ମାରୁଛନ୍ତି । ମହିଳା ଜଣକ ଛୁଆଟିର ତଣ୍ଟି ଚିପିବା ସହ ନାବାଳିକାର ଚୁଟିକୁ ଟାଣି ପିଠିରେ ଚାପୁଡ଼ା ପରେ ଚାପୁଡ଼ା ଥୋଉଛନ୍ତି ।

https://www.facebook.com/nandighoshatv/videos/3135531123130422/

ସେତିକିରେ ବି ଏ ମହିଳାଙ୍କ ମନ ପୂରୁନି । ଚଟାଣରେ ତଳେ ପକାଇ ଝିଅଟିକୁ ମାରି ଚାଲିଛନ୍ତି । ରାଗ ଜର୍ଜରିତ ମହିଳା ଜଣଙ୍କ ବେଳକୁ ବେଳ ଆହୁରି ହିଂସ୍ର ହୋଇ ଉଠୁଛନ୍ତି , ବିଧା ପରେ ବିଧା ଥୋଇ ଚାଲିଛନ୍ତି । କଇଁ କଇଁ କାନ୍ଦୁଥିବା ଝିଅଟି ମହିଳାଙ୍କ ଚାପୁଡ଼ା ମାଡ଼ରେ ତଳେ ପଡ଼ିଯାଉଛି । ତାପରେ ମହିଳା ଜଣଙ୍କ ଚପଲରେ ପୁଣି ନାବାଳିକାକୁ ମାଡ଼ ମାରୁଛନ୍ତି । ଝିଅଟି ଯେତେ ବିକଳ ହୋଇ ଚିତ୍କାର କଲେ ବି ମହିଳାଙ୍କ ହୃଦୟ ତରଳୁନି।

ସୋସିଆଲ ମିଡିଆ ଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିବା ଏହି ଭିଡିଓଟି ଜମ୍ମୁ କଶ୍ମୀର କଠୁଆର । ସତରେ ମାଆ କଣ ଏମିତି ନିର୍ଦ୍ଦୟ ହୋଇପାରେ ।

ଯଦି ମହିଳା ଜଣଙ୍କ ଯଦି ଝିଅଟିର ମାଆ ହୋଇଥିବେ ତେବେ, ଭଗବାନ ତାଙ୍କୁ ମାତୃତ୍ୱ ଦେଇ ଭୁଲ୍ କରିଛନ୍ତି । ଏମିତି ମହିଳାଙ୍କ କୋଳରେ ଛୁଆ ଦେବା ଆଦୌ ଉଚିତ୍ ନଥିଲା । ଏ ମାଆ ସାଧାରଣ ନାରୀ ନୁହେଁ… ରାକ୍ଷସୀ ପ୍ରକୃତିଧାରୀ… ।