ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଘଟଗାଁ: ଦୀର୍ଘ ୧୨ଘଣ୍ଟା ହେବ ସ୍କୁଲ ଆଗରେ ପଡ଼ି ରହିଛି ମୃତଦେହ । ଶବ ରଖି ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ଘଟଣାଟି ହେଉଛି ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେସନାଲ କମ୍ପ୍ଲେକ୍ସ ସ୍କୁଲର । ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ଜୁଆଙ୍ଗଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଲୋକ ପଦ୍ମା ଅସୁସ୍ଥ ପରେ ସ୍କୁଲ ପକ୍ଷରୁ ଚିକିତ୍ସା ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।
ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷ ପଦ୍ମାର ମୃତଦେହକୁ ଘର ବାରଣ୍ଡାରେ ଛାଡ଼ି ଚାଲିଯାଇଥିଲେ । ଏପରିକି କୌଣସି ମେଡିକାଲ ରିପୋର୍ଟ ଦେଇନଥିଲେ । ଫଳରେ ଝିଅର ଚିକିତ୍ସାରେ ଅବହେଳା ଅଭିଯୋଗ କରି ଉତ୍ତେଜନା ଦେଖାଦେଇଛି । ସ୍କୁଲ ଆଗରେ ମୃତଦେହ ରଖି ଗାଁ ଲୋକ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି । ପଣ୍ଡାପଡ଼ା ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି ।
ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି
କଟକ: ରାଜ୍ୟର ମଧ୍ୟବର୍ତ୍ତୀକାଳୀନ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ଣ୍ଣକାଳୀନ ଡିଜି ଅଭୟ ଦାୟିତ୍ୱ ନେବା ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରହିବା ନେଇ ସେ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।
୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତି ଜୟପୁରରୁ ଏଏସପି ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଭିଜିଲାନ୍ସ ଏସପି ଓ ଟ୍ରାନ୍ସପୋର୍ଟ କମିଶନର ଭାବେ ତାଙ୍କର ଅଭିଜ୍ଞତା ରହିଛି । ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଟ୍ୱିନ୍ ସିଟି ପୋଲିସ କମିଶନର ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ଏବେ କାରାଗାର ଡିଜି ଦାୟିତ୍ୱରେ ଅଛନ୍ତି ।
ଗତକାଲି ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଅନିୟମିତତା ଅଭିଯୋଗରେ ଡିଜି ପଦରୁ ହଟାଇଥିଲେ । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ । ଅଭୟ ଦାୟିତ୍ୱ ନେବା ଯାଏଁ ସତ୍ୟଜିତ୍ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ କାର୍ଯ୍ୟ କରିବେ ।
ନିଲମ୍ବିତ ହେଲେ ଘାଘରାମୁଣ୍ଡା ପିଇଓ
ଢେଙ୍କାନାଳ: ନିଲମ୍ବିତ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ବେହେରା । ଗତ ୧୫ ତାରିଖ ଦିନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜୋତା ମାଡ଼ ଘଟଣା । ଯାହାକୁ ନେଇ ସମଗ୍ର ଅଞ୍ଚଳ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ତଦନ୍ତ ପରେ ପିଇଓ ବସନ୍ତ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି । ପିଇଓ ପଞ୍ଚାୟତରେ ଘର ହିତାଧିକାରୀଙ୍କ ଲିଷ୍ଟକୁ ଏପଟ ସେପଟ କରି ଅଡୁଆରେ ପଡ଼ିଥିଲେ । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ମାଡ଼ ମାରିଥିଲେ ।
ଦାୟିତ୍ୱ ନେଲେ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି
କଟକ: ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି । ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ବୁଧବାର ଡିଜି ପଦରୁ ସରକାର ବିକେ ଶର୍ମାଙ୍କୁ ଅପସାରଣ କରିଥିଲେ ।
ଏଥିସହ ପଢ଼ନ୍ତୁ ବିକେ ଶର୍ମାଙ୍କୁ କାହିଁକି ଅବ୍ୟାହତି ଦେଲେ ସରକାର
https://nandighoshatv.comwhy-bk-sharma-removed-from-the-post-of-dgp/
ଏଥିସହ ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଭୟଙ୍କୁ ଡିଜି ଭାବେ ନିଯୁକ୍ତି ଦେଇଥିଲେ । ଅଭୟ ଯୋଗଦେବା ପର୍ଯ୍ୟନ୍ତ ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ୍ ମହାନ୍ତି କାର୍ଯ୍ୟଭାର ତୁଲାଇବେ । ଏଥିସହ ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।
https://nandighoshatv.com1986-batch-ips-abhay-appointed-as-odisha-dgp/

