ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀନହର ସମ୍ମୁଖ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଶିଳ୍ପ ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ କାର୍ଯ୍ୟ ଚକରୁ ଆରମ୍ଭ କରାଯାଇଥାଏ। ତେଣୁ ଗତ ଅକ୍ଷୟ ତୃତୀୟା ପରଦିନ ଠାରୁ ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ସରିଛି। ତୁମ୍ବରେ ସୂତା ବାଡିଆ ପରେ ବିଶ୍ଵକର୍ମା ମହାରଣା ମାନେ ତୁମ୍ବରେ ବିନ୍ଧ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି। ତିନି ରଥର ସମୁଦାୟ ୪୨ଟି ଚକରେ ୧୬ ଯୋଡା ହିସାବ ମୁତାବକ ୧୩ ଶହ ୪୪ ବିନ୍ଧ କରାଯିବ ବୋଲି ମୁଖ୍ୟ ବିଶ୍ଵକର୍ମା ମହାରଣା କହିଛନ୍ତି। ସେହିପରି ରଥ ନିର୍ମାଣ କାର୍ଯ୍ୟରେ ଭୋଇ ସେବାୟତ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରଥଖଳାରେ ମହାରଣାଙ୍କ ନିକଟକୁ କାଠ ଯୋଗାଇବା ହେଉଛି ଏମାନଙ୍କର ପ୍ରାଥମିକ କର୍ତ୍ତବ୍ୟ।
ଭାରତ ତରଫରୁ ସୀମାରେ ହାଇ ଆଲର୍ଟ ଜାରି: ରାଜସ୍ଥାନ ଓ ପଂଜାବର ସୀମା ସିଲ୍
ନୂଆଦିଲ୍ଲୀ: ଭାରତ ତରଫରୁ ସୀମାରେ ହାଇ ଆଲର୍ଟ ଜାରି । ରାଜସ୍ଥାନ ଓ ପଂଜାବର ସୀମା ସିଲ୍ । ଜଳ, ସ୍ଥଳ, ଆକାଶ – ତିନି ସେନା ପ୍ରସ୍ତୁତ । ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ । ସୁରକ୍ଷା ଦୃଷ୍ଟିରୁ ଖାଲି କରାଯାଉଛି ସୀମାନ୍ତବର୍ତ୍ତୀ ଗାଁ । ୨୭ ବିମାନ ବନ୍ଦର ବନ୍ଦ କରାଯାଇଛି ।
ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା: ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା । ସର୍ବଦଳୀୟ ବୈଠକରେ ସୂଚନା ଦେଲେ ରାଜନାଥ ସିଂହ । ଏପରି ଜାରି ରହିଛି ଅପରେସନ ସିନ୍ଦୂର । ପାକିସ୍ତାନ କିଛି କଲେ ଆମେ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ଶ୍ରୀ ସିଂହ । ଅନ୍ୟପକ୍ଷରେ ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ସରକାରଙ୍କୁ କଂଗ୍ରେସ ସହ ସବୁଦଳର ସମର୍ଥନ । ଅପରେସନ ସିନ୍ଦୂରକୁ ନେଇ ସମର୍ଥନ ଦେଲା କଂଗ୍ରେସ । ଏହି ସଂକଟ ଘଡ଼ିରେ ଏକଜୁଟ୍ ରହିବାକୁ କହିଛନ୍ତି ରାହୁଲ ଗାନ୍ଧୀ । ଏବେ କାହାକୁ ସମାଲୋଚନା କରାଯିବନି କହିଲେ ଖଡ଼ଗେ ।
ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ: ସରକାରଙ୍କୁ କଂଗ୍ରେସ ସହ ସବୁଦଳର ସମର୍ଥନ
ନୂଆଦିଲ୍ଲୀ: ଗତକାଲି ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ଆଜି ସର୍ବଦଳୀୟ ବୈଠକ ବସିିଥିଲା । ଏହା ମଧ୍ୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା ହୋଇଥିବା ନେଇ ସର୍ବଦଳୀୟ ବୈଠକରେ ସୂଚନା ଦେଲେ ରାଜନାଥ ସିଂହ। ଏବେ ବି ଜାରି ରହିଛି ଅପରେସନ ସିନ୍ଦୂର। ରାଜନାଥ ସିଂହ କହିଛନ୍ତି, ପାକିସ୍ତାନ କିଛି କଲେ ଆମେ ଛାଡ଼ିବୁ ନାହିଁ। ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସରକାରଙ୍କୁ କଂଗ୍ରେସ ସହ ସବୁ ଦଳ ସମର୍ଥନ ଜଣାଇଛନ୍ତି। ଅପରେସନ ସିନ୍ଦୂରକୁ ନେଇ ସମସ୍ତେ ସରକାରଙ୍କୁ ସମର୍ଥନ ଦେଇଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏବେ କାହାକୁ ସମାଲୋଚନା କରାଯିବନି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗ ଦେଇନଥିଲେ ମଧ୍ୟ ବାର୍ତ୍ତା ଦେଇଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତିରେ ସାରା ଦେଶବାସୀ ଏକଜୁଟ ହୋଇ ରହିବା ବୋଲି କହିଛନ୍ତି। ସମସ୍ତେ ଏକାଠି ହୋଇ ପରିସ୍ଥିତିର ମୁକାବିଲା କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଭାରତୀୟ ସେନାକୁ ହୃଦୟରୁ ଧନ୍ୟବାଦ ଜଣାଇଲେ ବିରୋଧୀ ଦଳ ନେତା
ଭୁବନେଶ୍ବର: ସଭିଙ୍କ ମୁହଁରେ ଏବେ ଭାରତୀୟ ଯବାନଙ୍କ ଭୁରି ଭୁରି ପ୍ରଶଂସା । ଜାମ୍ମୁ କାଶ୍ମୀରର ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ହାନୀ ଘଟିଥିଲା । ମାତ୍ର ସେନା ଦେଇଥିଲା ତା’ର କଡ଼ା ଜବାବ । ବିଳମ୍ବିତ ରାତିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଧ୍ବଂସ କରିଥିଲେ ଭାରତୀୟ ଯବାନ । ତେଣୁ ଏହି ମହାନ୍ ବୀରତ୍ବ ପାଇଁ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି ବିରୋଧୀଦ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
କିଏ ହେବ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ? ରେସରେ ରହିଛନ୍ତି ଏହି ୪ ଖେଳାଳି
ରୋହିତ ଶର୍ମା ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ଏବେ କିଏ ମଙ୍ଗ ଧରିବ ? କିଏ ହେବ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ କ୍ୟାପ୍ଟେନ? ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ରେସରେ ୪ ଜଣ ବଡ଼ ଖେଳାଳି ରହିଛନ୍ତି । ଶୁବମନ ଗିଲ, ଋଷଭ ପନ୍ତ, କେଏଲ ରାହୁଲ ଓ ଜଶପ୍ରୀତ ବୁମ୍ରାଙ୍କ ମଧ୍ୟରୁ ଜଣେ ଏହି ଦାୟିତ୍ବ ସମ୍ଭାଳିବାର ସମ୍ଭାବନା ରହିଛି । ମେ ୭ରେ ରୋହିତ ନିଜର ସନ୍ନ୍ୟାସ ଘୋଷଣା କରିଥିଲେ । ଆଗକୁ ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଥିବାରୁ ଟିମ୍ ଇଣ୍ଡିଆ ଖୁବଶୀଘ୍ର ଜଣେ ନୂଆ ଟେଷ୍ଟ ଅଧିନାୟକ ପାଇବ ।
ବୁମ୍ରା ଜଣେ ସିନିୟର ଓ ଅନୁଭବୀ ଖେଳାଳି ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇପାରେ । ତାଙ୍କ ପାଖରେ ୩ଟି ଟେଷ୍ଟରେ ନେତୃତ୍ବ ନେବାର ଅନୁଭବ ରହିଛି । ସେଥିମଧ୍ୟରୁ ୧ଟି ଜିତିଥିବା ବେଳେ ୨ଟି ହାରିଛନ୍ତି । ଗିଲଙ୍କ ପାଖରେ କମ୍ ଅନୁଭବ ରହିଥିଲେ ହେଁ ଲଙ୍ଗ ଟର୍ମ ପାଇଁ ସେ ଉପଯୁକ୍ତ ହୋଇପାରନ୍ତି । ପନ୍ତ ଓ ରାହୁଲ ମଧ୍ୟ ଟେଷ୍ଟ ଅଧିନାୟକ ପାଇଁ ବଡ଼ଦାବିବାର ଅଟନ୍ତି । ପନ୍ତଙ୍କ ପାଖରେ ଅଧିନାୟକର ଅନୁଭବ ନାହିଁ । ରାହୁଲ ୩ଟି ଟେଷ୍ଟରେ କ୍ୟାପ୍ଟେନସିପ କରିସାରିଛନ୍ତି ।
ହାଫିଜ ସଇଦ ଓ ମସୁଦ ଅଜହର: ଏହି ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମୃତ?
ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନର ଏକାଧିକ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା । ତେବେ ଏହି ଅପରେସନରେ ଧ୍ବଂସ ହୋଇଥିବା ବହାବଲପୁରର ମରକଜ ସୁଭାନ-ଓଲ୍ଲାହ ଆଡ୍ଡା ଅଜହରର ସବୁଠାରୁ ବଡ଼ ଆଡ୍ଡା କୁହାଯାଉଛି । ଏହି ଆକ୍ରମଣରେ ଭାରତ ଆତଙ୍କବାଦୀଙ୍କୁ ଏକ ବଡ଼ ଝଟକା ଦେଇଥିଲା । ତେବେ ଏହା ମଧ୍ୟରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ଏହି ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ପ୍ରମାଣ ସାମ୍ନାକୁ ଆସୁଛି ।
ବିଳମ୍ବିତ ରାତିରେ ଭାରତ ୧ଟା ୫ ମିନିଟରୁ ୧ଟା ୩୦ ପର୍ଯ୍ୟନ୍ତ ୨୫ ମିନିଟ ଭିତରେ ପିଓକେରେ ୫ଟି ଓ ପାକିସ୍ତାନରେ ୪ଟି ସ୍ଥାନକୁ ଧ୍ବଂସ କରିଥିଲା । ଭାରତ ଧ୍ବଂସ କରିଥିବା ସ୍ଥାନ ମଧ୍ୟରେ ଅଜହରର ଆଡ୍ଡା ମଧ୍ୟ ସାମିଲ ରହିଛି । କଫି ଓ ଶବଦାହକୁ ଦେଖିଲେ ସଇଦ ବା ଅଜହରର ମୃତ୍ୟୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କୌଣସି ବଡ଼ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି । ପାକିସ୍ତାନ ପକ୍ଷରୁ ଶବ ଉପରେ ଚଢ଼ାଯାଇଥିବା ଫୁଲ ମଧ୍ୟରୁ ଗୋଟିକରେ ଚିଫ୍ ଅଫ୍ ଆର୍ମି ଷ୍ଟାଫ ଲେଖାଯାଇଥିଲା । ଅନ୍ୟ ଏକ କଫିନ ସାମ୍ନାରେ ଲସ୍କର କମାଣ୍ଡର ନିଜେ ନମାଜ ପଢ଼ିଥିଲେ । ତେଣୁ ଏହି ସବୁ ପ୍ରମାଣ ସଇଦ କିମ୍ବା ଅଜହରର ମୃତ୍ୟୁ ଘଟିଥିବା ନେଇ କିଛି ସଙ୍କେତ ଦେଉଛି ।
ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ: କମିଶନରେଟ ପୋଲିସ, ଗୁଇନ୍ଦା ବିଭାଗ ସାମିଲ
ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ। କମିଶନରେଟ ପୋଲିସ, ଗୁଇନ୍ଦା ବିଭାଗ, ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ବୈଠକରେ ସାମିଲ ଅଛନ୍ତି। ମେ ୧୦ ଯାଏଁ ବିମାନ ସେବା ବନ୍ଦ ନେଇ ଆଲୋଚନା ସମ୍ଭାବନା। ସେହିପରି ଆସନ୍ତା ୧୦ ଓ ୧୧ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଗୃହ ମନ୍ତ୍ରୀ ଅମିତ ସାହ ଆସିବାର କାର୍ଯକ୍ରମ ରହିଛି। । ଯୁଦ୍ଧ ପରିସ୍ଥିତି ସମୟରେ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ପୂର୍ବରୁ ଗୁରୁତ୍ଵପୂର୍ଣ୍ଣ ASL ବୈଠକ ବସିଛି।
ଭାରତର ସୀମାନ୍ତବର୍ତ୍ତୀ ଗାଁ ଓ ଗୁରୁଦ୍ବାର ଉପରେ ପାକିସ୍ତାନର ଟାର୍ଗେଟ: ୧୫ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ
ଅପରେସନ୍ ସିନ୍ଦୂରରେ ଧ୍ବଂସ ହେଲା ପାକିସ୍ତାନରେ ଥିବା ଆତଙ୍କୀଙ୍କ ଆଡ୍ଡା । ପ୍ରତି ଜବାବରେ ଭାରତର ସୀମାନ୍ତବର୍ତ୍ତୀ ଗାଁ ଓ ଗୁରୁଦ୍ବାରାକୁ ଟାର୍ଗେଟ କରିଛି ପାକିସ୍ତାନ । ଜାମୁ କାଶ୍ମୀରର ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ପାକ ସେନା ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି । ପାକ ସେନାଙ୍କ ଗୁଳିମାଡ଼ରେ ପୁଞ୍ଚର ଗୁରୁଦ୍ବାରା ଶ୍ରୀ ଗୁରୁସିଂ ସଭାର କିଛି ଅଂଶ କ୍ଷତି ହେବା ସହ ଗୋଟିଏ କବାଟ ନଷ୍ଟ ହୋଇଛି। ଏହା ସହିତ ୧୫ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ଘଟିଛି । ଆଉ କେତେ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି ।
ସାଙ୍ଗକୁ ଗୁଳି କଲା ସାଙ୍ଗ: ବିଳମ୍ବିତ ରାତିରେ ରାଜଧାନୀରେ ଫୁଟିଲା ଗୁଳି
ମେଣ୍ଢାଶାଳ: ଭୁବନେଶ୍ବର ଚନ୍ଦକା ଥାନା ଅଧୀନ ପାଣିଓଳା ଅଂଚଳରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି । ଗୁଳିମାଡ଼ରେ ପାଣିଓଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ବିଶ୍ୱଜିତ ସାହୁକୁ ଥାନାରେ ଅଟକ ରଖାଯାଇଥିବାବେଳେ ତା ନିକଟରୁ ବନ୍ଧୁକ ଜବତ ହୋଇଛି ।ଉଭୟ ଗୋଟିଏ ଗାଁର ୨ସାଙ୍ଗ ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଯୋଗୁଁ ସାଙ୍ଗକୁ ଗୁଳି କରିଛି ସାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଚନ୍ଦକା ଥାନା ଅଧିକାରୀ।

