spot_img
Home Blog Page 82

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି: ୧୪ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି। ନୂଆପଡ଼ାର ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ସମୁଦାୟ ୧୪ ଜଣ ପ୍ରାର୍ଥୀଙ୍କର ଭାଗ୍ଯ ନିର୍ଣ୍ଣୟ ହୋଇସାରିଛି। ଆସନ୍ତାକାଲି ଭୋଟ ଗଣତି ହେବ। ନୂଆପଡ଼ାରେ ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଷ୍ଟ୍ରଂଗ ରୁମରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଇଭିଏମ। ଏଠାରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟ ଗଣତି ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି॥

ଆସୁଛି ଆଉ ଏକ ଓଡ଼ିଆ ହରର ସିନେମା “ଦର୍ପଣ”: ଆସନ୍ତା ୨୧ରେ ରିଲିଜ ହେବ

ଆସୁଛି ଆଉ ଏକ ଓଡ଼ିଆ ହରର ସିନେମା “ଦର୍ପଣ” । ଆସନ୍ତା ନଭେମ୍ବର ୨୧ରେ ଓଡ଼ିଶାର ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବ । ଏନେଇ ତାରିଖ ଘୋଷଣା ସହ ସିନେମାର ଟ୍ରେଲର ରିଲିଜ ହୋଇଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ କାହାଣୀକୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ । ସେହିଭଳି ଟେକ୍ନିକାଲ ସପୋର୍ଟରେ ରହିଛନ୍ତି ଡାଇରେକ୍ଟର ଆନନ୍ଦ କୁମାର । ଏହି ସିନେମାରେ ଦୁଇ ନାୟକ ଓ ଦୁଇ ନୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

ସାମ୍ନାକୁ ଆସିଲା ନୂଆ ମାମଲା: ସ୍ବାମୀଙ୍କ ନାମରେ ସ୍ତ୍ରୀଙ୍କ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳରେ ସାମ୍ନାକୁ ଆସିଲା ନୂଆ ମାମଲା ।
ସ୍ବାମୀ ନାମରେ ସ୍ତ୍ରୀ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । କୋଟଗଡ଼ ଥାନା କେସ୍ ନଂ -୨୫୮/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଜନୈକ ମହିଳାଙ୍କ ସହ ଅଭିଯୁକ୍ତ ସ୍ବାମୀ କୋଟଗଡ଼ ଥାନା ମଧୁଗୁଡ଼ାର ଗୁରୁକୃପା ପରାସେଠଙ୍କ ଦୀର୍ଘ ୫ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ ଗତ ଫେବ୍ରୁଆରୀରେ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଅନ୍ୟ ଜଣେ ଯୁବତୀଙ୍କ ସହ ଗୁରୁକୃପା ସମ୍ପର୍କ ରଖିଥିବା କଥା ସ୍ତ୍ରୀ ଜାଣିବାକୁ ପାଇଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିଥିଲା ସ୍ତ୍ରୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

କମ୍ପିବ ଐତିହାସିକ କଟକ ବାଲିଯାତ୍ରା: ଭୁବେନଶ୍ବରରେ ପହଞ୍ଚିଲେ ଶ୍ରେୟା ଘୋଶାଲ

କମ୍ପିବ ଐତିହାସିକ କଟକ ବାଲିଯାତ୍ରା । ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ତାଙ୍କ ସୁମଧୁର କଣ୍ଠରେ ମତୁଆଲା ହେବେ ଦର୍ଶକ । ଭୁବନେଶ୍ୱରରେ ପହିଁଚିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ।ଭୁବେନଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ ।

ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୧୦ ଜଣ ଗୁରୁତର

କାର୍ତ୍ତିକେଶ୍ବର ଭସାଣି ବେଳେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ୧୦ ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଅନୁଗୁଳ ସଦର ଥାନା କରଡ଼ାଗାଡ଼ିଆ ଗାଁର ସାଆନ୍ତସାହି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ଭସାଣି ହେଉଥିଲା । ସେହି ସମୟରେ ବିଶ୍ୱଜିତ ଦେହୁରୀ ନାମକ ଜଣେ ବ୍ୟକ୍ତି ଘରକୁ ଫେରୁଥିଲେ । ଭସାଣି କରୁଥିବା କିଛି ଯୁବକ ବିଶ୍ୱଜିତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରି ପଳାଇ ଯାଇଥିଲେ। ବିଶ୍ୱଜିତଙ୍କ ପରିବାର ଲୋକଙ୍କୁ ପୁଣି ଥରେ ଆଉ କିଛି ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ । ଏହି ଆକ୍ରମଣରେ ପରିବାର ୧୦ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣା ପରେ ସାରା ଦେଶର ନଜର ଫରିଦାବାଦ ଅଲ ଫଲାହ ୟୁନିଭରସିଟି ଉପରେ

ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣା ପରେ ଏବେ ସାରା ଦେଶର ନଜର ଫରିଦାବାଦ ଅଲ ଫଲାହ ୟୁନିଭରସିଟି ଉପରେ। ଅଲ ଫଲାହ ଏକ ଆରବୀୟ ଶବ୍ଦ ଏବଂ ଏହାର ଅର୍ଥ ହେଉଛି ସଫଳତା, ସମୃଦ୍ଧି ଓ ମଙ୍ଗଳକାମନା। ହେଲେ ଟେରର ନେଟୱର୍କ ଭିତରେ ଛନ୍ଦି ହୋଇଯାଇ ରକ୍ତପାତକୁ ଆଦର୍ଶ କରିଛି ଏହି ୟୁନିଭର୍ସିଟି। ଦି ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସେସ ପ୍ରଥମେ ୨୦୧୯ରୁ ଆରମ୍ଭ କରିଥିଲା ଏମବିବିଏସ ଶିକ୍ଷାଦାନ କାର୍ଯ୍ୟକ୍ରମ। ପରେ ଏହା ହୋଇଥିଲା ଡାକ୍ତର ସୃଷ୍ଟିକାରୀ ପ୍ରତିଷ୍ଠାନ। ଏହାର ପ୍ରତିଷ୍ଠାତା ଥିଲେ ଜବାଦ ଅହମ୍ମଦ ସିଦ୍ଦିକ। ବର୍ତ୍ତମାନ ସେ ଅଲ ଫଲାହ ଗ୍ରୁପ ଅଫ କମ୍ପାନୀଜର ୧୨ରୁ ଅଧିକ ପ୍ରତିଷ୍ଠାନର ମୁଖ୍ୟ ଅଛନ୍ତି ନିର୍ଦ୍ଦେଶକ। ସିଦ୍ଦିକ ପୂର୍ବରୁ ତିହାର ଜେଲରେ ୩ ବର୍ଷ ସଜା ଭୋଗିଥିଲେ। ଜାମିଆ ନଗରର ଅଲ ଫଲାହ ହାଉସରେ ସେ ବାସ କରନ୍ତି। ମଧ୍ୟପ୍ରଦେଶ ମୋହ ସହରରେ ତାଙ୍କର ଜନ୍ମ ହୋଇଥିଲା। ଇନ୍ଦୋରରେ ଶିକ୍ଷା ଲାଭ କରିବା ପରେ ସେ ଦିଲ୍ଲୀ ଆସିଥିଲେ। ୧୯୯୩ରେ ସେ ଜାମିଆ ମିଲିଆ ଇସଲାମିଆରେ ମେକାନିକଲ ଇଞ୍ଜିନିୟିରିଂରେ ଅଧ୍ଯାପନା କରିଥିଲେ। ପରେ ସେ ୨୦୧୯ରେ ଆରମ୍ଭ କରିଥିଲେ ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସେସ। ଏଥିରେ ବିଶେଷ କରି କାଶ୍ମୀରର ଡାକ୍ତରମାନଙ୍କୁ ଅଣାଯାଉଥିଲା। ଏଠାରେ ଡାକ୍ତର ସାହିନ ସାହିଦ ଛାତ୍ରମାନଙ୍କୁ ଇସଲାମିକ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ପ୍ରୋତ୍ସାହନ ଦେଉଥିଲେ ଏବଂ ରକ୍ଷଣଶୀଳ ମୁସଲିମ ହେବା ସହ ବୁର୍ଖା ଓ ହିଜାବ ପିନ୍ଧିବା ଲାଗି ପରାମର୍ଶ ଦେଉଥିଲେ।

ଭୟଙ୍କର ସଡ଼କ ଦୁର୍ଘଟଣା: ଇଲେକ୍ଟ୍ରି ପୋଲକୁ ଧକ୍କା ଦେବା ଫଳରେ କାର ଇଞ୍ଜିନ ବାହାରକୁ ବାହାରିଗଲା

ବରଗଡ଼ ଜିଲ୍ଲା ବରଡୋଲ ଗ୍ରାମରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ କାର ଇଲେକ୍ଟ୍ରି ପୋଲକୁ ଧକ୍କା ଦେବା ଫଳରେ କାର ଇଞ୍ଜିନ ବାହାରକୁ ବାହାରି ଯାଇଛି । ଗାଡ଼ିରେ ଥିବା ୩ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ଗାଡିର ଇଂଜିନ ବାହାରି ଛିଟିକି ହୋଇପଡିଛି । ଦୁର୍ଘଟଣା ପରଠୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଅଟୋ-ବାଇକ ମୁଁହାମୁହିଁ ଧକ୍କା: ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର

କଟକ ଜିଲ୍ଲା ବାଙ୍କୀ ସ୍ଥିତ ବରପୁଟ ଜଗନ୍ନାଥ ମନ୍ଦିର ରାସ୍ତାରେ ଦୁର୍ଘଟଣା । ଅଟୋ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ବାଙ୍କୀ ବ୍ଲକ ଜଗନ୍ନାଥପୁର ଗ୍ରାମର ବିପିନ ନାୟକ ଅଟୋରେ ପରିବାର ସହ ଶ୍ୱଶୁର ଘରକୁ ଯାଉଥିଲେ । ଏହି ସମୟରେ ବିପରିତ ଦିଗରୁ ଖୁବ ଜୋରରେ ବାଇକରେ ଦୁଇ ଜଣ ଯୁବକ ଅଟୋ ଗାଡ଼ିକୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ବିପିନଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ବେଳେ ଅଟୋରେ ବସିଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଏହାସହ ବାଇକରେ ଆସୁଥିବା ଦୁଇ ଜଣ ଯୁବକ ମଧ୍ୟ ଗୁୁରୁତର ହୋଇଛନ୍ତି । ସମସ୍ତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଖରୀ ଭିତରକୁ କାର ପଶି ୨ ମୃତ

ପୋଖରୀ ଭିତରକୁ କାର ପଶି ୨ ମୃତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ଼ଅଗୁଳ ନିକଟରେ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଏକ କାର ବଡ଼ଆଗୁଳରୁ ଚିଙ୍ଗୁଡ଼ି ଘାଇ ଯାଉଥିବା ବେଳେ ରାସ୍ତାକଡରେ ଥିବା ପୋଖରୀକୁ ଖସିପଡ଼ିଥିଲା । କାରରେ ୪ ଜଣ ବ୍ୟକ୍ତି ଥିଲେ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଦୁଇ ଜଣ ହେଲେ ନୀଳାଞ୍ଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ର । ଉଭୟେଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡ଼ିକାଲକୁ ଆଣା ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସନ୍ତୋଷଙ୍କ ଘର ପୋଲସରା ହୋଇଥିବା ବେଳେ ନୀଳାଞ୍ଚଳଙ୍କ ଘର ଚିଙ୍ଗୁଡ଼ି ଘାଇ । ଉଭୟେ ସଂପର୍କରେ ଦୁଇ ଭାଇ ।…

ଆସିଲା ଡିଏନଏ ରିପୋର୍ଟ: ଦିଲ୍ଲୀ କାର୍ ବିସ୍ଫୋରଣରେ ପ୍ରାଣ ହରାଇଥିଲା ଡାକ୍ତର ଉମର ମହମ୍ମଦ ନବି

ଆସିଲା ଡିଏନଏ ରିପୋର୍ଟ। ଦିଲ୍ଲୀ କାର୍ ବିସ୍ଫୋରଣରେ ପ୍ରାଣ ହରାଇଥିଲା ଡାକ୍ତର ଉମର ମହମ୍ମଦ ନବି। କାର୍ ବୋମା ବିସ୍ଫୋରଣରେ ହିଁ ସେ ନିପାତ ହୋଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେ ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇପାରି ନଥିଲା। ଗତ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୧୨ ଜଣ। ଆହତ ହୋଇଥିଲେ ୨୦ରୁ ଅଧିକ। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ସେ ଧଳା ରଙ୍ଗର i20 କାରକୁ କିଣିଥିଲା ଏବଂ ତାହାକୁ ଚଳାଉଥିଲା। ବିସ୍ଫୋରଣସ୍ଥଳୀରୁ ମିଳିଥିବା ମାନବ ଅଂଶବିଶେଷର ଡିଏନଏ ସହ ପୁଲୱାମାସ୍ଥିତ ପରିବାରର ଡିଏନଏ ସହ ମିଶିଯିବା ପରେ ବିସ୍ଫୋରଣରେ ଯେ ଉମରର ହିଁ ମୃତ୍ୟୁ ଘଟିଥିଲା ତାହା ସ୍ପଷ୍ଟ ହୋଇଛି। ଏହା ସହ ଫରିଦାବାଦ, ଲକ୍ଷ୍ମୌ ଓ ଦକ୍ଷିଣ କାଶ୍ମୀରରେ ଜୈସ-ଏ-ମହମ୍ମଦର ଲଜିଷ୍ଟିକ୍ସ ମଡ୍ୟୁଲ ସହ ଉମରର ସମ୍ପୃକ୍ତି ଥିବା ବିଷୟ ସ୍ପଷ୍ଟ କରିଛି ତଦନ୍ତକାରୀ ସଂସ୍ଥା।