spot_img
Home Blog Page 829

ମକା ଫସଲରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ମକା ଫସଲରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପାଞ୍ଚ ମାସର ପରିଶ୍ରମ ପୋଡି ପାଉଁଶ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ରାଇଘର ସରଗୁଲିରେ । ତେବେ କିଏ ଓ କାହିଁକି ଫଳନ୍ତି ମକା ଫସଲରେ ନିଆଁ ଲଗାଇଦେଲା ତାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ସରଗୁଲି ଗାଁର ଜ୍ୟୋତିର୍ମୟ ସାନା ୫ ଏକର ଜମିରେ ପାଞ୍ଚମାସ ପୂର୍ବେ ମକା ଲଗାଇଥିଲେ । କିନ୍ତୁ ତାଙ୍କ ମକା କିଆରୀରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଫଳନ୍ତି ଫସଲ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ମକା ଫସଲର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜମିରେ ଲାଗିଥିବା ୩ ଲକ୍ଷ ଟଙ୍କାର ଡ୍ରିପ ପାଇପ ମଧ୍ୟ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହାସହ ପାଖରେ ଥିବା ଆଉ ଜଣେ ଚାଷୀଙ୍କ ମକା ଫସଲ ପୋଡ଼ି ମଧ୍ଯ ନଷ୍ଟ ହୋଇଯାଇଛି । ଆହୁରି ବଡ କଥା ହେଲା ନିଜେ ଜ୍ଯୋତିର୍ମୟ ଜମିକୁ ଯାଇପାରୁନାହାଁନ୍ତି । ସେ ଗତ ୫ ଦିନ ହେଲା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଜମିରେ ନିଆଁଲଗାଇଥିବାର ଅଭିଯୋଗ କରିଛନ୍ତି ଜ୍ୟୋତିର୍ମୟଙ୍କ ବାପା ଜୟନ୍ତ ସାନା । ଘଟଣାସ୍ଥଳରେ ରାଇଘର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ । କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ତୁରନ୍ତ କ୍ଷତି ପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ମାଛଧରା ଜାଲରେ ପଡ଼ିଲା ଅଜଗର, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଓ ହେମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଜାଲ କାଟି ଅଜଗର ସାପକୁ ଜାଲରୁ ବାହାର କରିଥିଲେ । ସାପଟି ଏକ ବର୍ମିଜ୍ ପାଇଥନ୍ ପ୍ରଜାତିର ବୋଲି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ଚିହ୍ନଟ କରିଛନ୍ତି । ସାପଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇନାହିଁ । ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡ଼ିଆ ବା ପାଣି ଜୋର ମାନଙ୍କରେ ବାସକରନ୍ତି । ଲୋକ ଚଳପ୍ରଚଳ କରୁଥିବାରୁ ସନ୍ଧ୍ୟା ହେବାପରେ ସାପଟିକୁ ବନ ବିଭାଗ ଉପସ୍ଥିତିରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ଭୋଜି ଖାଇ ଫେରୁଥିବାବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକା ଜଣଙ୍କ ବିବାହ ଭୋଜି ଖାଇ ସମ୍ପର୍କୀୟଙ୍କ ସହ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ବୋଲେରୋରେ ଆସି ବାଇକକୁ ଧକ୍କା ଦେଇଥିଲେ ୩ ଜଣ ଦୁର୍ବୁତ୍ତ । ବାଇକରେ ଥିବା ଅନ୍ୟମାନେ ଦୌଡ଼ି ପଳାଇଥିବା ବେଳେ ନାବାଳିକାଙ୍କୁ ଟେକି ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରି ୩ଜଣ ଦୁର୍ବୃତ୍ତ । ରାତିରେ ରାସ୍ତାରେ ଛାଡ଼ି ଫେରାର ମାରିଲେ ଦୁର୍ବୁତ୍ତ । ଏନେଇ ତଲସରା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସୁନ୍ଦରଗଡ଼ ଏସଡିପିଓ କହିଛନ୍ତି ।

ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ : ୪ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ। ନିର୍ମାଣାଧୀନ ୭୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟରେ ଘଟିଛି ଅଘଟଣ। ଅଗ୍ନିକାଣ୍ଡରେ ପ୍ରାୟ ୪ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବହୂ ମୂଲ୍ୟବାନ ଯନ୍ତ୍ରାଂଶ ପୋଡିଯାଇଛି। ଗ୍ରୀନ ଏନର୍ଜି ପ୍ରୋଜେକ୍ଟର ଅଂଶ ବିଶେଷ ଭାବେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଉଥିଲା। ଦାହୁଦ ଜିଲ୍ଲା ଅନ୍ତର୍ଗତ ଭାତିୱାଡା ଗ୍ରାମରେ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରବଳ ପବନ ଯୋଗୁ ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇଥିଲା। ଅଗ୍ନିକାଣ୍ଡରେ ବହୁ ସୋଲାର ପ୍ୟାନେଲ, ଟ୍ରାନ୍ସଫର୍ମର ଓ କେବୁଲ ଜଳିଯାଇଛି। ପ୍ଲାଣ୍ଟରେ ଗଚ୍ଛିତ ଥିବା ପ୍ରାୟ ୯୫ ଭାଗ ସାମଗ୍ରୀ ନଷ୍ଟ ହୋଇଛି। ଅଗ୍ନିକାଣ୍ଡ ଘଟିବା ମାତ୍ରେ ଏନଟିପିସିର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ଅଗ୍ନିଶମ ବାହିନୀ ବି ନିୟୋଜିତ ହୋଇଥିଲେ। ମାତ୍ର ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନଥିଲା। ସେପଟେ ଅଗ୍ନିକାଣ୍ଡ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜାରି ରହିଛି। ପ୍ଲାଣ୍ଟର କାମକୁ ସ୍ଥାନୀୟ ଲୋକ ବିରୋଧ କରିଆସୁଥିଲେ ।

ପାଣିରେ ପଡ଼ିଲା କେକେଆରର କୋଟି କୋଟି ଟଙ୍କା! ଫେଲ୍ ମାରୁଛନ୍ତି ଦାମୀ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷର ଚାମ୍ପିୟନ ଟିମ କୋଲକାତା ନାଇଟ ରାଇଡର୍ସ ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ଦଳ ଯେଉଁ ଖେଳାଳିଙ୍କୁ ଅଧିକ ଟଙ୍କାରେ କିଣିଥିଲା ସେମାନେ ଫେଲ୍ ମାରୁଛନ୍ତି । ପାଖାପାଖି ୫୦ କୋଟି ଟଙ୍କାର ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ମାତ୍ର ଯାହାଙ୍କୁ ପଛରେ ଟିମରେ ସାମିଲ କଲା ସେ ଏବେ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି । ତଥାପି ଦଳର ପ୍ରଦର୍ଶନ ପଏଣ୍ଟ ଟେବୁଲରେ ଖରାପ ରହିଛି । ଶେଷ ୬ଟି ଯାକ ମ୍ୟାଚ ଜିତିଲେ ଦଳ କ୍ବାଲିଫାୟର ଖେଳିବାର ଆଶା ଉଜ୍ଜିବିତ ହେବ । ତେବେ କହି ରଖୁଛୁ କି, ଦଳ ଭେଙ୍କେଟସ ଆୟାରଙ୍କୁ ୨୩.୭୫ କୋଟି ଟଙ୍କାରେ ରିଟେନ୍ କରିଥିଲେ । ରସେଲ ୧୨ କୋଟି ଏବଂ ରିଙ୍କୁ ସିଂ ୧୩ କୋଟିରେ ମଧ୍ୟ ଦଳରେ ଅଛନ୍ତି । ତେବେ ପାଖାପାଖି ୫୦ କୋଟିର ଏହି ତିନି ଖେଳାଳି ଆଖି ଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି । ସୋମବାର ଗୁଜୁରାଟ ବିପକ୍ଷ ମ୍ୟାଚରେ ଏମାନେ ଦଳକୁ ବିଜୟ କରିବେ ବୋଲି ଆଶା ରଖାଯାଇଥିଲା । ମାତ୍ର ସେମାନେ ସେଭଳି କିଛି ପ୍ରଦର୍ଶନ କରିପାରିନଥିଲେ । ତେବେ ବାକି ମ୍ୟାଚରେ ଦଳର ପ୍ରଦର୍ଶନ କିଭଳି ରହିବା ତାହା ଦେଖିବାକୁ ବାକି ରହିଲା ।

ଲକ୍ଷେ ଟଙ୍କା ପାର୍ କଲା ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ଲକ୍ଷେ ଟଙ୍କା ପାର୍ କଲା ସୁନା ରେଟ୍ । ଆଜି 22 କ୍ୟାରେଟ ସୁନା ଦର  ୧୦ ଗ୍ରାମକୁ ୯୩ ହଜାର ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ଲକ୍ଷେ ଟଙ୍କା ପାର୍ କରିଛି। ରହିଛି ୧ ଲକ୍ଷ ୧ ହଜାର ଟଙ୍କା। ଆଗକୁ ଆହୁରି ସୁନା ଦର ବଢିବା ନେଇ କୁହା ଯାଉଛି। ଅଧିକ ରେଟ୍ ଯୋଗୁଁ ବେପାର କମିବା ଆଶଙ୍କା ରହିଛି। ବିଶ୍ଵ ଆର୍ଥିକ ସ୍ଥିତି ଓ ଟ୍ରମ୍ପଙ୍କ ଟ୍ରେଡ୍ ୱାର ପାଇଁ ଏପରି ଅବସ୍ଥା ବୋଲି କୁହାଯାଉଛି।

୬୧୧ ଫୁଟକୁ ଖସିଲା ହୀରାକୁଦ ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ: ୬୧୧ ଫୁଟ୍ କୁ ଖସି ଆସିଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବିଗତ ବର୍ଷରେ ରେକର୍ଟ ଭାଙ୍ଗି ଆଜି ଜଳସ୍ତର ୬୧୧.୩୭ ଫୁଟରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଜଳସ୍ତର ୬୧୫ ଫୁଟ୍ ଥିବାବେଳେ ଆଜିର ସ୍ଥିତିକୁ ନେଇ ଚିନ୍ତାରେ ନଈ କୂଳିଆ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆବଶ୍ୟକ ୧୨ ହଜାର ୦୦୦ ଘନଫୁଟ ଥିବା ବେଳେ ଉପରମୁଣ୍ଡରୁ କେବଳ ୧ ହଜାର ୪୬୨ ଘନଫୁଟ ପାଣି ଆସୁଛି। ଛତିଶଗଡ଼ ସରକାର ଉପର ମୁଣ୍ଡରେ ସମସ୍ତ ବ୍ୟାରେଜ ବନ୍ଦ କରିଦେଇଥିବାରୁ ଲଗାତର କମିଛି ଜଳ ପ୍ରବେଶ।

’ଆନିମଲ’ ଫିଲ୍ମର ଖଳନାୟକଙ୍କ ଭଳି ମହମ୍ମଦ କୈଫଙ୍କ ପ୍ରେମ କାହାଣୀ, ଥରେ ପଢ଼ନ୍ତୁ..

ନନ୍ଦିଘୋଷ ବ୍ୟୁରୋ: ଫିଲ୍ମରେ ନାୟକ-ନାୟିକାଙ୍କ ପ୍ରେମ କାହାଣୀ ସମସ୍ତ ଦର୍ଶକଙ୍କ ମନକୁ ମୋହିଥାଏ । ବାସ୍ତବ ଜୀବନରେ ମଧ୍ୟ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ ମଧ୍ୟ କମ୍ । ଠିକ୍ ସେମିତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫଙ୍କ ଲଭ୍ ଷ୍ଟୋରୀ । ’ଆନିମଲ’ ଫିଲ୍ମର ଖଳନାୟକ ବବି ଦେଓ୍ବଲଙ୍କ ଭଳି ଥିଲା କୈଫଙ୍କ ପ୍ରେମ କାହାଣୀ । ଫିଲ୍ମରେ ବବି ଦେଓ୍ବଲ ଯେଭଳି ରେଷ୍ଟୁରାଣ୍ଟକୁ ସାଙ୍ଗମାନଙ୍କ ସହ ଯାଇଥିଲେ ଆଉ ସେଠାରେ ପ୍ରେମରେ ପଡ଼ିଥିଲେ ଠିକ୍ ସେମିତି କୈଫ ରେଷ୍ଟୁରାଣ୍ଟରେ ପୂଜାଙ୍କ ପ୍ରେମରେ ପଡ଼ିଥିଲେ ।  ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆଉ ପରେ ପ୍ରେମର ରୂପ ନେଇଥିଲା ଏହି ସମ୍ପର୍କ । ୪ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରିଥିଲେ । ପରେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୧୪ ବର୍ଷର ବୈବାହିକ ଜୀବନ ବେଶ ହସଖୁସିରେ କଟି ଚାଲିଛି । ତେବେ ଆଜି ପୂଜାଙ୍କ ଜନ୍ମଦିନ । ମାତ୍ର କୈଫ ଏବେ ଆଇପିଏଲରେ କମେଟ୍ରି କରୁଛନ୍ତି । ଏଣୁ ସେ ଏକ ଭିଡିଓ ବନାଇ ସ୍ତ୍ରୀଙ୍କ ପାଇଁ ଡେଡିକେଟ୍ କରିଛନ୍ତି । ଏଥିରେ କମେଟ୍ରି ଟିମର ସଦସ୍ୟମାନେ ରହିଥିବା ଦେଖିବାକୁ ମିଳିଛି । ଯାହାକି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ୍, କମେଣ୍ଟ ଏବଂ ସେୟାର କରୁଛନ୍ତି ।

ନିଶାର୍କ ଶନି ମନ୍ଦିରରୁ ଚୋରି, ସବୁ ଲୁଟିନେଲେ..

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଚୋର। ମନ୍ଦିରକୁ ରାତିରେ ଟାର୍ଗେଟ କରି କଳାକନା ବୁଲାଉଛନ୍ତି । ଗତ ରାତିରେ ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ବାଣପୁର ନିଶାର୍କ ଶନି ମନ୍ଦିରରୁ ଚୋରି । ବିଳମ୍ବିତ ରାତ୍ରିର ମନ୍ଦିର ଛୋଟ ଗେଟ ତାଲା ଭାଙ୍ଗି ଶନି ଓ ପାର୍ଶ୍ଵ ବିଗ୍ରହରୁ ସୁନା ଚିତା, ରୂପା ମୁକୁଟ ଓ ଦାନ ହୁଣ୍ଡି ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ସକାଳେ ପୂଜକଙ୍କ ପତ୍ନୀ ମନ୍ଦିର ଖୋଲିବା ବେଳେ ଦେଖିଲେ ଗେଟ ମୁକୁଳା ଅଛି । ଏହା ପରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ସେଠାରେ ପହଞ୍ଚିଛନ୍ତି । ପୋଲିସରେ ଅଭିଯୋଗ କରାଯାଇଛି। ଏହା ଆଗରୁ ଗତ ୫ ତାରିଖରେ ବାସୁଦେବପୁର ଦକ୍ଷିଣେଶ୍ଵରୀ କାଳୀ ମନ୍ଦିରରୁ ସୁନା ଓ ରୂପାର ଅଳଙ୍କାର ଚୋରି ହୋଇଥିଲା । ସେହିପରି ମାର୍ଚ୍ଚରେ ବଂଶୀପାଟଣାର ହନୁମାନ ବାଟିକାର ରଘୁନାଥ ମନ୍ଦିରର ହୁଣ୍ଡି ବାକ୍ସ  ଓ ବଜରଙ୍ଗବଲିଙ୍କ ମନ୍ଦିରର ହୁଣ୍ଡି ବାକ୍ସ ଚୋରି ନେଇ ଥିଲେ ଦୁର୍ବୃତ୍ତ। ସେହିପରି ଭୈରବପୁର ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ମଧ୍ୟ କିଛି ଦିନ ତଳେ ଚୋରି ହୋଇଛି। ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଓ ଅଳଙ୍କାର ବି ନେଇଥିଲେ ଦୁର୍ବୃତ୍ତ। ବାସୁଦେବପୁର ଥାନାର ଲିଖିତ ଅଭିଯୋଗ ସତ୍ତ୍ଵେ ପୋଲିସ ଏଯାଏ ଚୋରଙ୍କ ଟେର୍ ପାଇନାହିଁ।

ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ସକାଳୁ ସକାଳୁ ଜାଳିଲାଣି ଖରା। ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ତାତି ଅଛି ୩୪. ୪ ଡିଗ୍ରୀ। ଭୁବନେଶ୍ଵରରେ ୩୨ ଥିବା ବେଳେ ବାଲେଶ୍ଵରରେ ୩୧, ଚାନ୍ଦବାଲିରେ ୩୧.୪ ଓ ପୁରୀରେ ୩୧ ରହିଛି। ସକାଳୁ ହିଁ ପ୍ରବଳ ଗରମ ହେଲାଣି। ଗତକାଲି 45.4 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗଡା । ରାଜ୍ୟରେ ୨ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ତାତି ଅସମ୍ଭାଳ ହେବ କୁହାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣି। ଆଜି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୩୦ ରୁ ୫୦ କିଲୋମିଟର ପବନ ହୋଇପାରେ। ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ  ସହ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ ବୋଲି କୁହାଯାଇଛି।