spot_img
Home Blog Page 834

କୁର୍ସି ପାଇଁ ପକ୍ଷ ପରିବର୍ତ୍ତନ କରୁଛନ୍ତି ନୀତିଶ କୁମାର : ମଲ୍ଲିକାର୍ଜୁନ ଖଡଗେ

ନନ୍ଦିଘୋଷ ବ୍ୟୁରୋ:  ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ହେଲାଣି କଂଗ୍ରେସ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବକ୍ସରରେ କରିଛନ୍ତି ସାଧାରଣ ସଭା। ସେଥିରେ ସେ ବିଜେପି-ଜେଡିୟୁ ସରକାରଙ୍କୁ ସମାଲୋଚନା କରିବା ସହ କୁର୍ସି ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସବୁ କିଛି କରିପାରନ୍ତି ବୋଲି କହିଛନ୍ତି । ଦଲସାଗର ଷ୍ଟାଡିଅମରେ ଆୟୋଜିତ ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ଯୋଗଦେଇ ସେ ଏନଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଆହ୍ବାନ ଦେଇଛନ୍ତି । ଯେଉଁ ଶକ୍ତି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛି ସେହି ଶକ୍ତି ସହ ଜେଡିୟୁ ହାତ ମିଳାଇଛି ବୋଲି ଖଡଗେ କହିଛନ୍ତି। ସେହିପରି ବିହାର ଲାଗି କେନ୍ଦ୍ର ଘୋଷଣା କରିଥିବା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପ୍ୟାକେଜ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ନ୍ୟାସନାଲ ହେରାଲଡ ମାମଲାରେ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ।

 

ଆଇରନ ଚୋରି ପାଇଁ ଡ୍ରାଇଭରଙ୍କୁ ହତ୍ୟା, ତିନି ଗିରଫ

ସମ୍ବଲପୁର: ଟ୍ରକ୍ ଟ୍ରାଇଭରଙ୍କୁ ତଣ୍ଟି ଚିପି ହତ୍ୟା ଘଟଣାର ପର୍ଦ୍ଦାଫଶସ । ଟ୍ରକରେ ବୋଝେଇ ହୋଇଥିବା ଆଇରନ୍ ଚୋରି କରିବାକୁ ଡ୍ରାଇଭରଙ୍କୁ କରାଯାଇଥିଲା ହତ୍ୟା । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କଲା ପୋଲିସ ।

ପୋଲିସ ସୂତ୍ରରୁ ପ୍ରକାଶ, ରାୟପୁରରୁ କୋଲକାତାକୁ ଆଇରନ ବୋଝେଇ କରି ଏକଟ୍ରକ ଯାଉଥିଲା । ହେଲେ ସମ୍ବଲପୁରରେ ଡ୍ରାଇଭରଙ୍କୁ ଚା’ରେ ନିଶା ଦେଇ ଅନ୍ୟ ସ୍ଥାନକୁ ନେଇ ହତ୍ୟା କରାଯାଇଛି । ନିଶା ଦେଇ ହତ୍ୟା କରିଛନ୍ତି ତିନି ଅଭିଯୁକ୍ତ ।

ଅଭିଯୁକ୍ତମାନେ ପୂର୍ବରୁ ସବୁ କିଛି ପ୍ଲାନ କରିଥିଲେ । ପ୍ଲାନ୍ ଅନୁସାରେ ଡ୍ରାଇଭରକୁ ଡାକି ନେଇଥିଲେ । ଚା’ରେ ନିଶା ଔଷଧ ଦେଇଥିଲେ । ନିଶାଯୁକ୍ତ ଚା’ ପିଇବା ପରେ ଡ୍ରାଇଭର ଜଣଙ୍କ ଅଚେତ ହୋଇଯାଇଥିଲେ । ଏହାପରେ ଅଭିଯୁକ୍ତମାନେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରୁଛଇ । ଅଭିଯୁକ୍ତମାନଙ୍କୁ ପୁଣି ଥରେ ପୋଲିସ ରିମାଣ୍ଡରେ ନେବ ବୋଲି ଏସପି ସୂଚନା ଦେଇଛନ୍ତି ।

କିନ୍ନର ପାଖରୁ ଚୋରି ଶିଶୁକନ୍ୟାକୁ ଉଦ୍ଧାର କରି ପୋଲିସ ଜିମା ଦେଲା କିନ୍ନର

ଯାଜପୁର: ଜଣେ କିନ୍ନର ଏକ ୪ ବର୍ଷର ଶିଶୁକନ୍ୟାକୁ ଚୋରି କଲା । ଆଉ ଜଣେ କିନ୍ନର ଶିଶୁକନ୍ୟାକୁ ଉଦ୍ଧାର କରି ପୋଲିସ ଜିମା ଦେଲା । ଏମିତି ଘଟଣା ଦେଖିବାକୁ ମିଳିଛି ଯାଗପୁର ରୋଡ଼ ଥାନା ଅଞ୍ଚଳରେ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ୪ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ କିନ୍ନର ଚମ୍ପଟ ମାରିଥିଲା । ଯାଜପୁରରୁ ଚୋର କିନ୍ନରକୁ ଧରିଛନ୍ତି ଅନ୍ୟ କିନ୍ନର । ସମ୍ପୃକ୍ତ କିନ୍ନର ଓ ଶିଶୁକନ୍ୟାକୁ  ଯାଜପୁର ରୋଡ଼ ଥାନା ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ କିନ୍ନର ସଂଘର କର୍ମକର୍ତ୍ତା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶିଶୁକନ୍ୟାକୁ ଚୋରି କରି ଆଣିଥିବା କିନ୍ନର ପ୍ରକୃତରେ କିନ୍ନର ନୁହେଁ । ଜଣେ ଛଦ୍ମବେଶୀ ବୋଲି ଜଣାପଡ଼ିଛି । ଗତ ଶୁକ୍ରବାର ଠାକୁରମୁଣ୍ଡା ଅଞ୍ଚଳରେ ମେଳା ଚାଲିଥିବା ବେଳେ ଏକ ୪ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ କିନ୍ନର ଚମ୍ପଟ ମାରିଥିଲା । ଶିଶୁଟିକୁ ତାର ମାଆ ଜଣେ କିନ୍ନର ନିକଟରେ ଛାଡି ଶୌଚ ହେବାକୁ ଯାଇଥିବା ବେଳେ ସେ ଶିଶୁକୁ ଧରି ବସରେ ଚାଲିଯାଇଥିଲା । ଏନେଇ ଶିଶୁକନ୍ୟାର ମାଆ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଏ ଖବର ସ୍ଥାନୀୟ କିନ୍ନର ସଂଘ ପାଖରେ ପହଁଚି ଥିଲା । ଏହାପରେ କିନ୍ନର ସଂଘ  କର୍ମକର୍ତ୍ତା ପିଲାଟିକୁ ଖୋଜାଖୋଜି ଆରମ୍ଭ କରିଥିଲେ । ଆଜି ସ୍ଥାନୀୟ କାଚହୁଡି ସାହିରୁ ୨ ଜଣ ଛଦ୍ମବେଶୀ କିନ୍ନରଙ୍କ ନିକଟରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ଶିଶୁ ଅପହରଣ କରିଥିବା ଅଭିଯୁକ୍ତ ଜଣେ ପୁରୁଷ ବୋଲି ସ୍ବୀକାର କରିବା ସହ ପେଟପାଟଣା ପାଇଁ ଏଭଳି କରିଥିବା କହିଛି । ଏଭଳି କାର୍ଯ୍ୟ କିନ୍ନର ସମାଜକୁ ବଦନାମ କରୁଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି କିନ୍ନର ସଂଘର କର୍ମକର୍ତ୍ତା ।

ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଏକ ବଡ଼ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟାରିଫ ନାଁରେ ସାରା ବିଶ୍ବକୁ ନାଲି ଆଖି ଦେଖାଉଥିବା ବେଳେ ନିଜ ଦେଶରେ ପଡ଼ିଛନ୍ତି ହରଡଘଣାରେ । ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ପୁଣି ହୋଇଛି ଏକ ବଡ଼ ଧରଣର ଆନ୍ଦୋଳନ। ସମସ୍ତ ପ୍ରମୁଖ ସହରରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ । ଟ୍ରମ୍ପଙ୍କ ବିଭିନ୍ନ ନୀତିକୁ ଜୋରଦାର ବିରୋଧ କରି ଆମେରିକାବାସୀ ବଡ଼ ଧରଣର ବିକ୍ଷୋଭ କରିଛନ୍ତି ।

ବିଶେଷ କରି ବେଆଇନ ବିଦେଶୀଙ୍କୁ ନିଷ୍ଠୁର ଭାବେ ଦେଶାନ୍ତର କରିବା, ଗାଜା ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ, ପ୍ରମୁଖ ଫେଡେରାଲ୍ ବିଭାଗଗୁଡ଼ିକୁ ବନ୍ଦ କରିବା, LGBTQ ବିରୋଧୀ ଆଇନ ପ୍ରତିବାଦରେ ସେମାନେ ଆନ୍ଦୋଳନ କରିଛନ୍ତି । ନ୍ୟୁୟର୍କ, ୱାଶିଂଟନ ଡିସି, ସାନ ଫ୍ରାନ୍ସିସ୍କୋ, ବୋଷ୍ଟନ ପରି ସମସ୍ତ ପ୍ରମୁଖ ସହରରେ ଆନ୍ଦୋଳନ କରାଯାଇଛି। କିଛି ଦିନ ଦଳେ ‘ହ୍ୟାଣ୍ଡସ୍ ଅଫ୍’ ନାମରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଏକ ବିରାଟ ଆନ୍ଦୋଳନ କରାଯାଇଥିଲା । ତେବେ ଦ୍ଵିତୀୟ ଆନ୍ଦୋଳନର ବୈଶିଷ୍ଟ୍ୟ ହେଲା ଟ୍ରମ୍ପ ଓ ତାଙ୍କ ନୀତି ପ୍ରତିବାଦ ସହିତ ପାଲେଷ୍ଟାଇନବାସୀ ଓ ସମଲିଙ୍ଗୀ ସମ୍ପ୍ରଦାୟଙ୍କ ଆମେରିକାବାସୀଙ୍କ ସମର୍ଥନ ।

ଆନ୍ଦୋଳନକାରୀ କହିଛନ୍ତି, ଆମେରିକାରେ ରାଜତନ୍ତ୍ର ଚାଲିନି । ଏଠାରେ କୌଣସି ରାଜା ନାହାନ୍ତି । କୌଣସି ଭୟ ନାହିଁ, ପ୍ରବାସୀମାନଙ୍କୁ ଆମେରିକାକୁ ସ୍ଵାଗତ ବୋଲି ସ୍ଲୋଗାନ ଦେଇଛନ୍ତି ବିକ୍ଷୋଭକାରୀ । କେତେକ ଆନ୍ଦୋଳନକାରୀ ଟ୍ରମ୍ପଙ୍କୁ ନାଜି ହିଟଲରଙ୍କ ସହିତ ତୁଳନା କରିଛନ୍ତି । ସାଧାରଣ ଲୋକଙ୍କୁ ଅଧିକ କ୍ଷମତା ଦିଆଯାଉ । ସରକାରଙ୍କ ହାତରେ କାହିଁକି ଅଧିକ କ୍ଷମତା ରହିବ ବୋଲି ଆମେରିକାବାସୀ ପ୍ରଶ୍ନ କରିଛନ୍ତି । ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ମଧ୍ୟ ଲୋକେ ଦାବି କରିଛନ୍ତି ।

ଆମେରିକାରେ ଏତେ ସଂଖ୍ୟାରେ ଲୋକେ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରିବାର ଦେଖାଯାଇଛି । ଟ୍ରମ୍ପଙ୍କ ଏପରି କୁଶାସନକୁ ଆମେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏପରିକି କେତେକ ଲୋକ ପ୍ଲାକାର୍ଡ ଓ ବ୍ୟାନରରେ ଲେଖିଛନ୍ତି, ମହାଭିଯୋଗ ଆଣି ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରାଯାଉ । ପ୍ରତିବାଦ ସ୍ଵରୂପ ଆମେରିକାର ପତାକାକୁ କେତେକ ଲୋକ ଓଲଟାଇ ଧରିଥିଲେ । ଆମେରିକାରେ କୌଣସି ଦୁଃଖଦାୟକ ଘଟଣା ହେଲେ ପତାକାକୁ ଏମିତି ଓଲଟାଇ ଧରାଯାଏ ।

ଆନ୍ଦୋଳନର ଆୟୋଜକ ହେଉଛି ୫୦-୫୦-୧ । ଅର୍ଥାତ ୫୦ଟି ରାଜ୍ୟରେ ୫୦ଟି ପ୍ରତିବାଦ ଓ ଗୋଟିଏ ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ଆମେରିକାରେ ୪୦୦ରୁ ଅଧିକ ଏପରି ବିକ୍ଷୋଭ କରାଯାଇଛି । ଏହା ପୂର୍ବରୁ ଗତ ଏପ୍ରିଲ ୪ରେ ହ୍ୟାଣ୍ଡସ୍ ଅପ୍ ନାଁରେ ବି ଟ୍ରମ୍ପଙ୍କ ବିରୋଧରେ କରାଯାଇଥିଲା ବିରାଟ ଆନ୍ଦୋଳନ । ଏଥିରେ ଆମେରିକାର ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ ।

ଭୂସ୍ବର୍ଗରେ ବର୍ଷା ବିତ୍ପାତ: ଧସିଲା ମାଟି, ଭୁଶୁଡ଼ିଲା କୋଠା, ଧୋଇଗଲା ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ପୃଥିବୀର ଭୂସ୍ବର୍ମ ଜାମ୍ମୁ ଓ କାଶ୍ମୀରରେ ପ୍ରକୃତିର ତାଣ୍ଡବ ।  ଭୟଙ୍କର ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ । ଧସିଲା କୋଠା ଓ ରାସ୍ତାଘାଟ । ଅନେକ ସ୍ଥାନରେ ହୋଇଛି କୁଆପଥର ବର୍ଷା । ଅଘଟଣରେ ପ୍ରାଣ ହରାଇଛନ୍ତି ୩ ଜଣ ।  ସ୍ଥିତି ଏପରି ହୋଇଛି ଯେ ଭୂସ୍ବର୍ଗରେ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟରେ ଅଟକିଛନ୍ତି ହଜାର ହଜାର ଯାନବାହନ ।

ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାମବନ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଶତାଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ନାସରି, ବାନିହାଲର ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ଜାମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଧରମକୁଣ୍ଡରେ ଭୂସ୍ଖଳନ ଯୋଗୁଁ ୪୦ରୁ ଅଧିକ ଘର ଭୁଶୁଡ଼ି ଯାଇଛି ।

ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି । ଦୁଇ ତିନ ଧରି ଜାମ୍ମୁ ଓ କାଶ୍ମୀରରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରାଯାଉଛି ।

ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ଫେରାର

ଢେଙ୍କାନାଳ: ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିବା ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହୋଇ ନଥିଲେ ବି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲେ । ଏହି ସମୟରେ ନିକଟରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଘରୁ କିଛି ବାହାର ଅଞ୍ଚଳର ଲୋକ ମଦ ପିଇ ବାହାରିଥିଲେ । ଏହାର କିଛି ସମୟ ପରେ ପରିବାର ଲୋକେ ଝିଅକୁ ନଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳ ବରଡା ପତ୍ର ଘୋଡା ଅବସ୍ଥାରେ ଠାବ କରାଯାଇଥିଲା । ଉକ୍ତ ବାହାର ଅଞ୍ଚଳର ଦୁର୍ବୃତ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଯାଜପୁରରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ଗାଁ ରାସ୍ତା ଜବରଦଖଲ କରି କରିଥିବା ଘର

ଯାଜପୁର: ଗାଁ ରାସ୍ତାକୁ ଜବର ଦଖଲ କରି ଘର କରିଥିଲେ । ସଫା କରିବାକୁ କହିଲେ ଦାଦାଗିରି ଦେଖାଉଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିରି କରୁ ନଥିଲେ । ଶେଷରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର । ଆଉ ଆଖି ଆଗରେ ଘର ଭଙ୍ଗା ଯାଉଥିବା ବେଳେ ଦେଖଣାହାରୀ ସାଜିଲେ ଏହି ଅସମାଜିକ ବ୍ୟକ୍ତିଙ୍କ ପରିବାର । ଏମିତି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ଅଭିଯୋଗ ଅନୁସାରେ, ଯାଜପୁର ସଦର ବ୍ଲକ ସାନସୁଆର ଗାଁର କିଛି ମୁଷ୍ଠମେୟ ଲୋକ ଗାଁ ରାସ୍ତାକୁ ଅବରୋଧ କରି ସେଥିରେ ଘର ତିଆରି କରିଥିଲେ । ଏନେଇ ପ୍ରଫୁଲ୍ଲ କୁମାର ନାୟକ, ରତିକାନ୍ତ ନାୟକ, ତାରାକାନ୍ତ ଜେନା, ସଚିକାନ୍ତ ନାୟକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୩ ମସିହା ଜୁଲାଇ ୨୩ ତାରିଖରେ ମାନ୍ୟବର ହାଇକୋର୍ଟ ସାନସୁଆର ମୌଜା ପ୍ଲଟ ନମ୍ବର ୩୯୦, ଖାତା ନମ୍ବର ୩୫୪ର ମାପଚୁପ ନିର୍ଦ୍ଦେଶ ଦେବା ସହ  ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଥିଲା । କିନ୍ତୁ ନୋଟିସକୁ ଅମାନ୍ୟ କରି ୧୮ଟି ପରିବାର ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ ।

ଗତକାଲି ଯାଜପୁର ତହସିଲଦାର, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଆରଆଇଙ୍କ ମିଳିତ ଉଦ୍ୟମରେ ବୁଲଡୋଜର ଦ୍ୱାରା ଏହି ସରକାରୀ ଜମିରେ ନିର୍ମାଣ ହୋଇଥିବା ଘର, ପାଚେରୀ, ଘରର ବାରଣ୍ଡା ଆଦିକୁ ଉଚ୍ଛେଦ କରାଯାଇଛି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନ ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।

ଶେଖ ହସିନାଙ୍କ ବିରୋଧରେ ରେଡ କର୍ନର ନୋଟିସ ପାଇଁ ବାଂଲାଦେଶର ଅନୁରୋଧ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋରେ ରେଡ୍ କର୍ନର ନୋଟିସ୍ ପାଇଁ ବାଂଲାଦେଶ ସରକାରଙ୍କ ପକ୍ଷରୁ ଇଣ୍ଟରପୋଲକୁ ଅନୁରୋଧ କରାଯାଇଛି । କାମଚଳା ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଶେଖ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ରେଡ୍ କର୍ନର ନୋଟିସ୍ ଜାରି କରିବାକୁ ଅନୁରୋଧ କରାଯାଇଛି ।

ହସିନାଙ୍କ ବିରୋଧରେ ଗଣହତ୍ୟା ସମେତ ୧୦୦ରୁ ଅଧିକ ମାମଲା ଅଛି । ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାଙ୍ଗିବା ଓ ଗୃହଯୁଦ୍ଧକୁ ଉସୁକାଇବା ଭଳି ସଙ୍ଗୀନ ଅଭିଯୋଗରେ ହସିନା ଓ ଅନ୍ୟ ୭୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯଦି ବିରୋଧରେ ଇଣ୍ଟରପୋଲ ରେଡ୍ କର୍ନର ନୋଟିସ୍ ଜାରି କରେ, ଅଭିଯୁକ୍ତକୁ ଚିହ୍ନଟ କରିବା, ବିଦେଶରେ ଥିଲେ ପ୍ରତ୍ୟାପଣ କରିବାର ପ୍ରାବଧାନ ରହିଛି । ଇଣ୍ଟରପୋଲ୍ ଜରିଆରେ ଏହି କାମ କରାଯାଇଥାଏ ।

କୌଣସି ପଳାତକଙ୍କ ସଂପର୍କରେ ସୂଚନା ମିଳିଲେ, ସେହି ସୂଚନା ଇଣ୍ଟରପୋଲକୁ ପଠାଯାଏ । ଶେଖ ହସିନାଙ୍କୁ ଗିରଫ କରିବା ପାଇଁ ଆଗରୁ ଇଣ୍ଟରପୋଲର ସାହାଯ୍ୟ ଲୋଡ଼ିବାକୁ ପୋଲିସ ହେଡକ୍ଵାର୍ଟରକୁ ଅନୁରୋଧ କରାଯାଇଥିଲା । ଗତ ଅଗଷ୍ଟରେ ବାଂଲାଦେଶରେ ବିଶାଳ ଛାତ୍ର ଆନ୍ଦୋଳନରେ ହସିନା ସରକାରର ପତନ ହୋଇଥିଲା । ସେହି ଦିନଠାରୁ ସେ ଭାରତରେ ଅଛନ୍ତି ।

ବାଲିପାଟଣା ଗୁଳିକାଣ୍ଡରେ ନୂଆ ଟୁଇଷ୍ଟ: ନିଜକୁ ନିଜେ ଗୁଳି ମାରିଛି ଦୀପ୍ତି, ତିନି ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଗୁଳିକାଣ୍ଡ ଘଟଣାରେ ନୂଆ ଟୁଇଷ୍ଟ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି ମାରିଥିବାର ନାଟକ କରିଥିଲେ ପୀଡ଼ିତ ଦୀପ୍ତି ରଞ୍ଜନ ମହାପାତ୍ର । ଅନ୍ୟଙ୍କୁ ଫସାଇବାକୁ ଯାଇ ନିଜ ଜାଲରେ ନିଜେ ଫସିଛନ୍ତି ଦୀପ୍ତି । ଏହାସହ ପୋଲିସ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତ ନିଜେ ଗିରଫ ହୋଇଥିବା ବେଳେ ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ଅଭିଯୁକ୍ତଙ୍କ ପାଖଣୁ ଏକ ୯ ଏମଏମ ପିସ୍ତଲ ଜବତ କରିଛି ପୋଲିସ ।

ଘଟଣା ଘଟିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଦୀପ୍ତି ନିଜେ ନିଜକୁ ଗୁଳି ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷଙ୍କୁ ଫସାଇବା ପାଇଁ ଯୋଜନା ରଚିଥିଲା ଦୀପ୍ତି । ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଯୋଗାଇଥିବା ବ୍ୟକ୍ତି ବିଷୟରେ ପୋଲିସ ଜାଣିବାକୁ ପାଇଛି । ଏପରିକି ପୋଲିସ ସେ ବ୍ୟକ୍ତିଙ୍କ ପାଖରେ ବି ପହଞ୍ଚି ସାରିଛି । ଏପଟେ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଖୋଜୁଛି ପୋଲିସ ।

ପୋଲିସ ସୂଚନା ଅନୁସାରେ, ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ପୂର୍ବରୁ ଗିରଫ ହୋଇଥିଲା ଆହତ ଦୀପ୍ତି । ଦୁଷ୍କର୍ମ ଅଭିଯୋଗ ଆଣିଥିବା ପରିବାରକୁ ଫସାଇବା ପାଇଁ ଦୀପ୍ତି ଏଭଳି ଯୋଜନା ରଚିଥିଲା ।

ଗତକାଲି ବାଲିପାଟଣା ଥାନା ନିକଟରେ ଦୀପ୍ତିଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଗୁଳି ମାଡ ଘଟଣାରେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୀପ୍ତି । ପୋଲିସ ଅଭିଯୋଗ ଆଧାରରେ ଖୋଳ ତାଡ଼ କରିବା ପରେ ଗୁଳିକାଣ୍ଡ ଘଟଣାର ଅସଲ ସତ ସାମ୍ନାକୁ ଆଣିଛି ।

ନିଖୋଜ ନାବାଳକଙ୍କୁ ଉଦ୍ଧାର ଦାବିରେ ଡେଲାଙ୍ଗରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପିପିଲି: ନିଖୋଜର ୬ ଦିନ ପରେ ବି ମିଳୁନି ଆଶୀର୍ବାଦଙ୍କ କୌଣସି ସନ୍ଧାନ । ପୋଲିସ ହାତ ଖାଲି । ବଢ଼ିବାରେ ଲାଗିଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ । ପ୍ରତିବାଦରେ ଡେଲାଙ୍ଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଖୋର୍ଦ୍ଧା ଓ କଣାସକୁ ଯାତାୟାତ ଠପ୍ ହୋଇଯିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।

ସୂଚନାଯୋଗ୍ୟ, ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ନିଖୋଜ ହେବାର୬ ଦିନି ବିତିଗଲାଣି । ସିସିଟିଭି ଫୁଟେଜ, ଡଗ ସ୍କ୍ୱାର୍ଡ ସହିତ ସ୍ୱତନ୍ତ୍ର ପୋଲିସ ଟିମ ଆଶୀର୍ବାଦଙ୍କ ସନ୍ଧାନରେ ଲାଗିଛନ୍ତି । ତଥାପି କୌରସି ସନ୍ଧାନ ପାଉନି ପୋଲିସ । ଏମିତି ସ୍ଥିତିରେ ସ୍ଥାନୀୟ ଲୋକେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ କ୍ରାଇମବ୍ରାଞ୍ଚ କି ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସେପଟେ ଗତକାଲି ପୁରୀ ଏସପି ଭିନୀତ ଅଗ୍ରୱାଲ ଘଟଣା ସ୍ଥଳରେ ପହଁଞ୍ଚି ଆଶୀର୍ବାଦଙ୍କ ପରିବାରକୁ ଭେଟିଛନ୍ତି । ଏଥିସହ ସ୍ଥାନୀୟ ପୋଲିସ ଠାରୁ ତଥ୍ୟ ନେଇଛନ୍ତି ।