spot_img
Home Blog Page 835

ସୁପ୍ରିମକୋର୍ଟଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନକୁ ବିଜେଡିର ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ବିଜେଡି ନିଜର ମତ ରଖିଛି । ଦଳ ପକ୍ଷରୁ ବିଜେପି ସାଂସଦଙ୍କ ବୟାନକୁ ନିନ୍ଦା କରାଯାଇଛି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସମ୍ବିଧାନ ସବୁଠାରୁ ଉପରେ। ତା’ଉପରେ ସୁପ୍ରିମ କୋର୍ଟ ନୁହେଁ କି ସଂସଦ ନୁହେଁ । ସମସ୍ତେ ସମ୍ଵିଧାନ ଅନୁସାରେ ପରିଚାଳିତ ହୁଅନ୍ତି । ଆଇନ ଓ ସମ୍ବିଧାନର ଇଣ୍ଟରପ୍ରିଟର ହେଉଛନ୍ତି ସୁପ୍ରିମକୋର୍ଟ । ତାଙ୍କ ନିର୍ଦ୍ଦେଶକୁ ସମସ୍ତେ ଗ୍ରହଣ କରନ୍ତି ।

ସୁପ୍ରିମକୋର୍ଟ ଓ ଏହାର ବିଚାରପତି ସାମ୍ପ୍ରଦାୟିକ ଦଙ୍ଗା କରାଯାଉଛନ୍ତି ବୋଲି ବିଜେପି ସାଂସଦ କହିବା ସମ୍ବିଧାନ ଓ ସୁପ୍ରିମକୋର୍ଟ ପ୍ରତି ଅମର୍ଯ୍ୟାଦା । ଏହା ଗଣତନ୍ତ୍ର ବିରୋଧୀ । ଏହାକୁ ଆମେ ନିନ୍ଦା କରୁଛୁ । ଏ ଯାଏଁ ବୁଝି ହେଉନି ବିଜେପି ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି । ଯଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଦଳର ମତ ନୁହେଁ ବୋଲି କହିଲେ, ତେବେ ଦଳ ଉପରେ କେମିତି ସାଂସଦ ଏପରି କହିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ସୁପ୍ରିମକୋର୍ଟଙ୍କ ଉପରେ ଟିପ୍ପଣୀ ପ୍ରସଙ୍ଗ: ବିଜେପି ନେତାଙ୍କୁ ଟ୍ୟୁବଲାଇଟ୍ କହିଲେ ଓଓ୍ବେସୀ

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟଙ୍କୁ ନେଇ ବିଜେପି ସାଂସଦଙ୍କ ଟିପ୍ପଣୀ ବିବାଦ ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ । ସେ କହିଛନ୍ତି, ‘ତୁମେ ମାନେ (ବିଜେପି) ଟ୍ୟୁବଲାଇଟ୍’ । ଏଥିପାଇଁ ଏମିତି କୋର୍ଟଙ୍କୁ ଧମକାଉଛ । ସମ୍ବିଧାନର ଅନୁଚ୍ଛେଦ ୧୪୨ରେ କ’ଣ ଅଛି ଜାଣିଛ ନା ନାହିଁ ? ଏହାକୁ ଡ. ବିଆର ଆମ୍ବେଡକର ବନାଇଛନ୍ତି । ସେ ତୁମମାନଙ୍କଠାରୁ ଅଧିକ ଦୁରଦର୍ଶୀ ଥିଲେ । ବିଜେପି ଠକେଇ କରୁଛି ଓ ଧାର୍ମିକ ଯୁଦ୍ଧର ଧମକ ଦେଉଛି ।

ସେ ଆହୁରି କହିଛନ୍ତି, ‘ଆପଣ ଶାସନ ଗାଦିରେ ବସିଛ, ହେଲେ ଏତେ କଟ୍ଟରପନ୍ଥି ହୋଇଗଲଣି ଯେ, କୋର୍ଟଙ୍କୁ ବି ଧର୍ମ ଯୁଦ୍ଧର ଧମକ ଦେଉଛ । ମୋଦି ଜୀ ଏମାନଙ୍କୁ ଆପଣ ନ ଅଟକାଇଲେ ଦେଶ ଦୁର୍ବଳ ହୋଇଯିବ । ଦେଶ ଆପଣଙ୍କୁ କ୍ଷମା କରିବନି, ହୋଇପାରେ କାଲି ଆପଣ କ୍ଷମତାରେ ବି ରହି ନପାରନ୍ତି । ଦେଶରେ ହିନ୍ଦୁ ବି ଜାଣି ସାରିଛନ୍ତି ଓ୍ବାକଫ ଆଇନ ହେଲେ ସେମାନଙ୍କୁ ଚାକିରି ମିଳିବ କି ନାହିଁ । ଭୋଟ ଆାହତେଇବା ପାଇଁ ମୁସଲିମଙ୍କ ପ୍ରତି ବିରୋଧ ସୃଷ୍ଟି କରୁଛ ବୋଲି ହିନ୍ଦୁ ଜାଣି ସାରିଲେଣି । ଦେଶରେ ସାଢ଼େ ୪ କୋଟି ଯୁବବର୍ଗଙ୍କ ପାଖରେ ରୋଜଗାର ନାହିଁ । ଏମାନଙ୍କୁ ରୋଜଗାର ଦେବାକୁ ଆପଣଙ୍କ ପାଖରେ କୌଣସି ପ୍ଲାନ ନାହିଁ ।’

ସୂଚନାଯୋଗ୍ୟ, ଝାରଖଣ୍ଡ ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କୁ ନେଇ ବୟାନ ଦେଇଛନ୍ତି । ଦୁବେ କହିଛନ୍ତି, ଦେଶରେ ଯେତେ ଗୃହଯୁଦ୍ଧ ହେଉଛି, ଏଥିପାଇଁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦାୟୀ । ସୁପ୍ରିକକୋର୍ଟ ଦେଶରେ ଧାର୍ମିକ ଯୁଦ୍ଧକୁ ଉସକାଉଛନ୍ତି । କୋର୍ଟ ନିଜ ସୀମାରୁ ଆଗକୁ ଯାଉଛି । ସଂସଦରେ ପାରିତ ଆଇନକୁ କୋର୍ଟ ରଦ୍ଦ କରି ଦେଉଛନ୍ତି । ଯେଉଁ ରାଷ୍ଟ୍ରପତି ସୁପ୍ରିମକୋର୍ଟ କୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେଉଛନ୍ତି, ସେହି କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୩୬୮ ଅନୁସାରେ ଆଇନ ବନାଇବା ସଂସଦର କାମ । କୋର୍ଟ ଏହାକୁ କେବଳ ବାଖ୍ୟା କରିବ । ଯଦି ସବୁ କାମକୁ ନେଇ ସୁପ୍ରିମକୋର୍ଟ ଯିବେ ତେବେ କ’ଣ ସାଂସଦ ବନ୍ଦ କରିଦିଆଯିବା ଦରକାର । ସବୁକିଛି ପାଇଁ ଆଇନ ରହିଛି । ତେବେ ସୁପ୍ରିମକୋର୍ଟ କେଉଁଠୁ ଓ କେମିତି ନୂଆ ଆଇନ ବନାଉଛନ୍ତି ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କୁ ନେଇ ଏପରି ଟିପ୍ପଣୀରୁ ବିଜେପି ନିଜକୁ ଅଲଗା କରି ନେଇଛି । ନିଜେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ନଡ୍ଡା ଉଲ୍ଲେଖ କରିଛନ୍ତି, ‘’ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମ ନ୍ୟାୟପାଳିକା ଓ ଦେଶର ପ୍ରଧାନ ବିଚାରପତିଙ୍କୁ ନେଇ ଦେଇଥିବା ବୟାନରେ ବିଜେପିର କୌଣସି ନେଣଦେଣ ନାହିଁ । ଏହା ସେମାନଙ୍କ ବ୍ୟକ୍ତିଗତ ମତ । ଦଳ ନା ଏହାକୁ ଗ୍ରହଣ କରୁଛି ନା ଆଗକୁ ଗ୍ରହଣ କରିବ । ବିଜେପି ସବୁବେଳେ ନ୍ୟାୟପାଳିକାକୁ ସମ୍ମାନ ଦେଇ ଆସିଛି । କୋର୍ଟଙ୍କ ଆଦେଶ ଓ ପରାମର୍ଶକୁ ସବୁବେଳେ ଗ୍ରହଣ କରିଛି । କାରଣ ସୁପ୍ରିମକୋର୍ଟଙ୍କ ସମେତ ଦେଶର ସମସ୍ତ ଅଦାଲତ ଆମ ଲୋକତନ୍ତ୍ରର ଏକ ଅଭିନ୍ନ ଅଙ୍ଗ ବୋଲି ବିଜେପି ବିଶ୍ବାସ କରେ । ନ୍ୟାୟପାଳିକା ସମ୍ବିଧାନର ଆଧାର ସ୍ତମ୍ଭ । ମୁଁ ଏ ଦୁଇ ଜଣଙ୍କ ସମେତ ଅନ୍ୟମାନଙ୍କୁ ଏମିତି ବୟାନବାଜିରୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦେଉଛି ।

ଯୌତୁକରେ ଫ୍ରିଜ ଓ କୁଲର ନମିଳିବାରୁ ସ୍ତ୍ରୀ ଚୁଟି କାଟଇ ଦେଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ସ୍ବାମୀଙ୍କ ରାଗ ହେଲା ପଞ୍ଚମ । ଭୁଲିଗଲେ ହିତାହିତ ଜ୍ଞାନ । ସ୍ତ୍ରୀର କାଟି ଦେଲେ ଚୁଟି । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ମହିଳା ଜଣଙ୍କ ଆଇବ୍ରୋ ବନାଇବାକୁ ବ୍ୟୁଟିପାର୍ଲର ଯାଇଥିବା ବେଳେ ଅଭିଯୁକ୍ତ ଏହି କାଣ୍ଡ ଘଟାଇଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।

ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ ହେବ ତାଙ୍କ ଝିଅର ବାହାଘର ରାମପ୍ରତାପଙ୍କ ସହ ହୋଇଛି । ବିବାହ ପରଠାରୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ । ଏହାସହ ବାପଘରୁ ଫ୍ରିଜ ଓ କୁଲର ଆଣିବାକୁ ଚାପ ପକାଉଥିଲେ ।

ଅନ୍ୟପକ୍ଷେ ଘଟଣାର ଏକ ସପ୍ତାହ ପୂର୍ବରୁ ରାମକୃଷ୍ଣ ଝିଅକୁ ଘରକୁ ନେଇଥିଲେ । ବ୍ୟୁଟି ପାର୍ଊର ଯିବାକୁ ନେଇ ସବୁ କାଣ୍ଡ ଘଟିଛି । ସର୍କଲ ଅଫଇସର ରବି ପ୍ରକାଶ କହିଛନ୍ତି, ମହିଳା ଜଣଙ୍କ ବ୍ୟୁଟି ପାର୍ଲର ଯାଇଥିବା ବେଳେ ରାମପ୍ରତାପ ତିନିଜଣ ସାଥୀଙ୍କ ସହ ସେଠାରେ ପହଞ୍ଚି ପତ୍ନୀଙ୍କ ଚୁଟି କାଟି ଦେଇଥିଲେ ।

ତେବେ ସ୍ଥାନୀୟ ଲୋକେ ଭିନ୍ନ କଥା କହୁଛନ୍ତି । ସେମାନେ ରାମକୃଷ୍ଣଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି । ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀ ବ୍ୟୁଟି ପାର୍ଲର ଯିବାକୁ ନେଇ ରାମପ୍ରତାପ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ସେ ଏପରି କରିଛନ୍ତି । ବର୍ତ୍ତମାନ ମାମଲା ତଦନ୍ତ ଚାଲିଛି । ଯାଞ୍ଚ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଓ ରବି ପ୍ରକାଶ କହିଛନ୍ତି ।

ପୋଲିସ ଲାଇନରେ ଫୁଟିଲା ଗୁଳି: ସହକର୍ମୀଙ୍କୁ ୧୧ ରାଉଣ୍ଡ ଗୁଳି ମାରି ହତ୍ୟା କଲେ କନଷ୍ଟେବଳ

ନନ୍ଦିଘୋଷ ବ୍ୟୁରୋ: ରକ୍ତ ରଞ୍ଜିତ ହେଲା ବିତେୟା ପୋଲିସ ଲାଇନ୍ । ଜଣେ ପୋଲିସ କର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ ଆଉ ଜଣେ ପୋଲିସ କର୍ମୀ । ଅଭିଯୁକ୍ତ ପୋଲିସ କର୍ମୀ ଜଣଙ୍କ ମୃତକଙ୍କୁ ଉପରକୁ ନିଜ ଇଂସାସ ରାଇଫଲରୁ ୧୧ ରାଉଣ୍ଡ ଗୁଳି ମାରିଛନ୍ତି । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କନଷ୍ଟେବଳ ସୋନୁ କୁମାର । ଅଭିଯୁକ୍ତ ଜଣଙ୍କ ହେଲେ କନଷ୍ଟେବଳ ସର୍ବଜିତ ।

ସୂଚନା ଅନୁସାରେ, ଗତରାତି ପ୍ରାୟ ୧୦ଟାରେ ଯେତେବେଳେ ପୋଲିସ କର୍ମଚାରୀମାନେ ଡ୍ୟୁଟି ସାରି ଫେରିବା ପରେ ଆରାମ କରୁଥିଲେ । ଏହି ସମୟରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ଅଭିଯୁକ୍ତ ଗୁଳି ମାଡ଼ କରିବା ପରେ ନିଜ ରାଇଫଲ ଧରି ପୋଲିସ ଲାଇନ୍ର ଛାତ ଉପରକୁ ଚଢ଼ି ଯାଇଥିଲେ । ଏହାପରେ ବନ୍ଧୁକକୁ ହଲାଇ ଚିଲ୍ଲାଇବା ସହ ଆତ୍ମସମର୍ପଣ କରିବାକୁ ରାଜି ହୋଇ ନଥିଲା । ସର୍ବଜିତଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ପରେ ତାଙ୍କୁ ଗିରଫ କରାଯିବା ସହ ମୋଫୁସିଲ ଥାନାକୁ ନିଆଯାଇଥିଲା । ସେଠାରେ ଏସଡିପିଓ ତାଙ୍କୁ ପଚରାଉଚରା କରୁଛନ୍ତି ।

ଚମ୍ପାରଣ ରେଞ୍ଜ ଡିଆଇଜି ହରକିଶୋର ରାୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେ କହିଛନ୍ତି, ନିଜ ଭିତରେ ଥିବା ବାଦ ବିବାଦରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ତେବେ ଆମେ ସମସ୍ତ ଦିଗକୁ ନେଇ ଯାଞ୍ଚ କରୁଛୁ । uଦି ଡ୍ୟୁଟିକୁ ନେଇ ମାନସିକ ଚାପ କି ଅନ୍ୟ କିଛି କାରଣ ଜଣାପଡିବ ଆମେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ।

ପୋଲିସ ସୂତ୍ରରୁ ପ୍ରକାଶ, ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଏହା ୟୁନିଟର ଅନ୍ୟ କର୍ମଚାରୀମାନେ ମଧ୍ୟ ଜାଣିଛନ୍ତି । କିଛିଦିନ ପୂର୍ବରୁ ଉଭୟଙ୍କ ପୋଷ୍ଟିଂ ସିକଟା ଥଶନାରୁ ବେତିୟା ପୋଲିସ ଲାଇନକୁ ହୋଇଥିଲା । ଗୋଟିଏ ବ୍ୟାରେକରେ ରହିବା ଓ ଗୋଟିଏ ୟୁନିଟରେ କାମ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ବିବାଦ ହିଂସ୍ର ରୂପ ନେବାର ଆଶଙ୍କା ଥିଲା । ଯାହା ଗତ ରାତିରେ ଜଣଙ୍କ ଜୀବନ ଯାଇ ଶେଷ ହୋଇଛି ।

ଆସନ୍ତାକାଲିଠାରୁ ୪ ଦିନ ରତ୍ନଭଣ୍ଡାର କାମ ବନ୍ଦ

ପୁରୀ: ୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ । ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କାମ ବନ୍ଦ ରହିବ । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି କରାଯାଇଥାଏ । ସେହିପରି ମଙ୍ଗଳବାର ରାମାଭିଷେକ ନୀତି କରାଯିବା ସହ ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ପାଇଁ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରଖାଯିବ । ରତ୍ନଭଣ୍ଡାର ମରାମତି ବନ୍ଦ ରଖାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଘର ଉପରକୁ ମାଡ଼ିଗଲା ୧୬ ଚକିଆ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଢେଙ୍କାନାଳ: ଘର ଉପରକୁ ମାଡିଗଲା ୧୬ ଚକିଆ ଟ୍ରକ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଢେଙ୍କାନାଳ ପରଜଙ୍ଗ ଥାନା ସରାଙ୍ଗ କଲେଜ ଛକ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ, ପିତିରି ଆଡୁ ତାଳଚେର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ୧୬ ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଏବଂ ଲୁହା ବାଡାକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଟୁନାଙ୍କ ଘର ଉପରକୁ ଚଢି ଯାଇଥିଲା । ଘରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘର ଭିତରେ ରହିଥିବା ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲୋ । ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ପରଲୋକ

ଭୁବନେଶ୍ବର: କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ପରଲୋକ । ଗତକାଲି ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଲମ୍ବା ସମୟ ଧରି ସିପିଆଇର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ ଦିବାକର ।

ମୃତ୍ୟୁ ପୂର୍ବରୁ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବୟୋଗରେ ବାମ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ପୈତୃକ ଗାଁ ଭଦ୍ରକ ସେଣ୍ଢିତୀରାରେ ଦିବାକର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳିମାଡ଼

ଭୁବନେଶ୍ବର: ଅଶାନ୍ତି ରାଜଧାନୀ ଭୁବନେଶ୍ବର । ପୋଲିସକୁ ବି ନାହିଁ ଡର । ଥାନା ନିକଟରେ ବି ଅପରାଧ ଘଟାଇବାକୁ ଡରୁ ନାହାନ୍ତି ଅପରାଧୀ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଫୁଟିଲା ଗୁଳି । ଜଣେ ଯୁବକ ଆହତ । ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର । ଦୀପ୍ତିଙ୍କ ବାମ ହାତରେ ଗୁଳି ବାଜିଛି ।

ସୂଚନାଯୋଗ୍ୟ, ଦୀପ୍ତି ଥାନା ନିକଟ ଭଡା ଘର ବାରଣ୍ଡାରେ ରାତିରେ ବସିଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ବାଇକରେ ଆସି ଦୀପ୍ତିଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳି ମାଡ଼ ହୋଇଥିବା ଅନୁମାନ କରାଯାଉଛି ।

ଶିଶୁଙ୍କ ପାଇଁ ନର୍କ ପାଲଟିଛି ଗାଜା, ଜୀବନ ସହ କରୁଛନ୍ତି ସଂଗ୍ରାମ

ନନ୍ଦିଘୋଷ ବ୍ୟୁରୋ: ଶିଶୁଙ୍କ ଲାଗି ନର୍କ ପାଲଟିଛି ଗାଜା । ଇସ୍ରାଏଲର ଆକ୍ରମଣ ପରଠାରୁ ସାରା ଗାଜା ହୋଇଛି ଧ୍ବସ୍ତବିଧ୍ବସ୍ତ । ଏହି ଆକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶିଶୁ । ଏନେଇ ପ୍ରମୁଖ ସହାୟତାକାରୀ ସଂସ୍ଥା ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ଶିଶୁମାନେ ଦୈନିକ ମୁଠାଏ ଖାଦ୍ୟ ପାଇବା କଷ୍ଟକର ହୋଇଛି ।

ଦୀର୍ଘ ୧୮ ମାସ ଧରି ଚାଲିଥିବା ହତ୍ୟାଲୀଳାରେ ଗାଜାକୁ ବାହାରୁ ଖାଦ୍ୟପଦାର୍ଥ, ଔଷଧ ଆଦି ପଠାଯାଇପାରୁନାହିଁ । ସେଠାରେ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି ହୋଇଛି । ଗାଜାରେ କାର୍ଯ୍ୟରତ ୪୩ଟି ଅନ୍ତର୍ଜାତୀୟ ଓ ପାଲେଷ୍ଟିନୀୟ ସହାୟତାକାରୀ ସଂସ୍ଥା ମଧ୍ୟରୁ ୯୫ ପ୍ରତିଶତ ସଂସ୍ଥା ସେବା ବନ୍ଦ କରିସାରିଲେଣି । ଡକ୍ଟର୍ସ ଉଇଦଆଉଟ ବର୍ଡର୍ସର ସଂଯୋଜକ କହିଛନ୍ତି, ଗାଜାରେ ମହିଳା, ଶିଶୁ ଓ ସାଧାରଣ ଲୋକଙ୍କୁ ଜଗିବା ଲାଗି ସହାୟତାକାରୀ ସଂସ୍ଥାର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଏହାସହ ସେମାନଙ୍କୁ ନେବା ଆଣିବା କରିବା ବେଳେ କର୍ମୀମାନେ ପ୍ରାଣ ହରାଉଛନ୍ତି । ସେଠାରେ ମାନବିକ ସହାୟତା ବିଫଳ ହୋଇଛି । ଶିଶୁ ଓ ନବଜାତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଅଧିକାଂଶ ହସ୍ପିଟାଲରେ ବି ଚିକିତ୍ସା ଅଭାବରୁ ନବଜାତମାନେ ପ୍ରାଣ ହରାଉଛନ୍ତି । ଚିକିତ୍ସା ଲାଗି ଔଷଧ ଓ ଯନ୍ତ୍ରପାତିର ଅଭାବ ଶିଶୁଙ୍କ ଲାଗି କାଳ ସାଜିଛି । ଯୁଦ୍ଧରେ ୪ ଲକ୍ଷରୁ ଅଧିକ ଗାଜାବାସୀ ଭିଟାମାଟି ଛାଡ଼ିଲେଣି ।

ବଢ଼ିବ ଚିତାଙ୍କ ବାସସ୍ଥଳୀ: କୁନୋ ନ୍ୟାସନାଲ ପାର୍କରୁ ଗାନ୍ଧୀସାଗର ଅଭୟାରଣ୍ୟକୁ ଆଜି ସ୍ଥାନାନ୍ତର

ନନ୍ଦିଘୋଷ ବ୍ୟୁରୋ: ବଢ଼ିବ ଚିତାଙ୍କ ବାସସ୍ଥଳୀର ପରିସର । ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲା ସ୍ଥିତ କୁନୋ ନ୍ୟାସନାଲ ପାର୍କରୁ କେତେକ ଚିତାଙ୍କୁ ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟଙ୍କୁ ଆଜି କରାଯିବ ସ୍ଥାନାନ୍ତର । ସୀମାନ୍ତ ଜିଲ୍ଲା ମନ୍ଦସୋର ଓ ନିମୁଚ ଜିଲ୍ଲା ସ୍ଥିତ ଅଭୟାରଣ୍ୟ ହେବ ସେମାନଙ୍କ ନୂଆ ଠିକଣା ।

ଚିତାଙ୍କୁ ସ୍ଥାନାନ୍ତର ନେଇ ସୂଚନା ଦେଇଥିଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଚିତାଙ୍କ ଲାଗି ପରିବେଶ ଅନୁକୂଳ ଥିବାରୁ ନୂଆ ଅଭୟାରଣ୍ୟକୁ ଚିତାଙ୍କୁ ସ୍ଥାନାନ୍ତର କରାଯିବ । ଚିତାଙ୍କ ସ୍ଥାନାନ୍ତର ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏ ସହ ଆଲୋଚନା ହୋଇଥିଲା । ଦେଶରେ ୫୮ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି । ସେଥିରୁ ୫୮ତମ ଅଭୟାରଣ୍ୟ ମଧ୍ୟପ୍ରଦେଶରେ ରହିଛି । ଗତ ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୫ ମାଈ ଓ ୩ଟି ଅଣ୍ଡିରା ଚିତାଙ୍କୁ କୁନୋ ପାର୍କରେ ଛଡାଯାଇଥିଲା । ୨୦୨୩ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାଙ୍କୁ ଆଣି କୁନୋରେ ଛଡାଯାଇଥିଲା । ବର୍ତ୍ତମାନ କୁନୋ ଜାତୀୟ ପାର୍କରେ ମୋଟ ୨୬ଟି ଚିତା ଥିବାବେଳେ ସେମାନଙ୍କ ମଧ୍ୟରୁ 9ଟି ଚିତା ଏନକ୍ଲୋଜରରେ ରହୁଛନ୍ତି । ଏହି ୨୬ଟି ଚିତାଙ୍କ ମଧ୍ୟରୁ ଭାରତରେ ଜନ୍ମ ନେଇଥିଲେ ୧୪ଟି ଛୁଆ ।