spot_img
Home Blog Page 838

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୫.୮

ନନ୍ଦିଘୋଷ ବ୍ୟୁରୋ: ଆପଗାନିସ୍ତାନରେ ଭୂକମ୍ପ ଅନୁଭୂତ । ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି  । ଯାହାଫଳରେ କାଶ୍ମୀର ଏବଂ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପଟି ଅପରାହ୍ନ ୧୨:୧୭ ମିନିଟରେ ଭୂପୃଷ୍ଠର ୮୬ କିଲୋମିଟର ଗଭୀରରେ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ, ଯାହା ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଚିତ ।

ଏହାସହିତ କାଶ୍ମୀର ଉପତ୍ୟକା ଏବଂ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।  କାଶ୍ମୀରର ଏକ ଭିଡିଓରେ ଦେଖାଯାଇଛି ଯେ ଭୂମି ଥରିବା ପରେ ଲୋକମାନେ ଏକ କୋଠାରୁ ବାହାରକୁ ଧାଇଁ ଆସୁଛନ୍ତି ।

https://x.com/i/status/1913496949614903614

ଶ୍ରୀନଗରର ଜଣେ ବାସିନ୍ଦା କହିଛନ୍ତି, “ମୁଁ ଅଫିସରେ ଥିବା ସମୟରେ ଭୂମିକମ୍ପ ଅନୁଭବ କରିଥିଲି – ମୋ ଚେୟାର ଥରିବାକୁ ଲାଗିଲା। ଏହା ଏତେ ଶକ୍ତିଶାଳୀ ନଥିଲା। କୌଣସି କ୍ଷତି ହୋଇଛି କି ନାହିଁ ମୁଁ ନିଶ୍ଚିତ ନୁହେଁ, କିନ୍ତୁ ଏହି ଅଞ୍ଚଳରେ ଭୂମିକମ୍ପ ବହୁତ ସାଧାରଣ।” ତେବେ କାଶ୍ମୀରରୁ ଆଉ ଏକ ଭିଡିଓ ଆସିଛି ଯେଉଁଥିରେ ଭୂମିକମ୍ପ ପରେ ଘର ଭିତରେ ସିଲିଂ ଫ୍ୟାନ୍ ଦୋହଲିଥିଲା । ବର୍ତ୍ତମାନସୁଦ୍ଧା ଭୂକମ୍ପ ପାଇଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

https://x.com/i/status/1913490788958249057

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଗୁଳିକରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ: କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା । ନିଜ କର୍ମକ୍ଷେତ୍ରକୁ ଯିବା ପାଇଁ ବସ ଷ୍ଟପରେ ଛିଡା ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ଏକ କାରରୁ ଜଣେ ବ୍ୟକ୍ତି ତାଙ୍କ ଉପରେ ଗୁଳି ଚଲାଇଥିବା ବେଳେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଥିଲା । କାନାଡାରେ ଭାରତୀୟ ଲୋକଙ୍କ ହତ୍ୟା ଜାରି ରହିଥିବା ବେଳେ ନିକଟରେ ଜଣେ ଯୁବକଙ୍କ ହତ୍ୟା କରାଯାଇଥିଲା । ଏବେ ପୁଣି ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ମୃତ୍ୟୁବରଣ କରିଥିବା ଛାତ୍ରୀ ଜଣକ ହେଉଛନ୍ତି କାନାଡାର ହାମିଲଟନ୍ ସହରର ହରସିମରତ ରନ୍ଧାୱା । ଯିଏ ମୋହାକ୍ କଲେଜରେ ପାଠ ପଢ଼ୁଥିଲେ। ଏହି ଘଟଣା ପରେ, ଭାରତୀୟ ଦୂତାବାସ ଏହି ମାମଲାରେ ପୂର୍ଣ୍ଣ ସହାୟତା କରିବ ବୋଲି  ପ୍ରତିଶ୍ରୁତି ଦେଇଛି । ଏହି ମାମଲାରେ, ଟୋରଣ୍ଟୋରେ ଥିବା ଭାରତୀୟ ଦୂତାବାସ ଏକ ପୋଷ୍ଟରେ କହିଛି ଯେ ଅଣ୍ଟାରିଓର ହାମିଲଟନରେ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ଅଧିକାରୀ ଜଣକ କହିଛନ୍ତି ଯେ ସ୍ଥାନୀୟ ପୋଲିସ ଅନୁସାରେ, ସେ ଜଣେ ନିର୍ଦ୍ଦୋଷ ଥିଲେ ଯାହାଙ୍କ ମୃତ୍ୟୁ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରୁ ହୋଇଥିଲା। ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଏବେ ବି ଜାରି ରହିଛି । ସେ ଆହୁରି କହିଛନ୍ତି ଯେ ଆମେ ତାଙ୍କ ପରିବାର ସହିତ ଯୋଗାଯୋଗରେ ଅଛୁ ଏବଂ ସବୁ ପ୍ରକାରର ସାହାଯ୍ୟ କରୁଛୁ ।

ଛାତ୍ରୀଙ୍କୁ କିପରି ଗୁଳି କରାଯାଇଥିଲା ?

ହାମିଲଟନ୍ ପୋଲିସ କହିଛି ଯେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା ଏବଂ ଏହା ଜଣାପଡିଥିଲା ​​ଯେ ଏହା ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଫଳାଫଳ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।  କାରଣ ଏକ କଳା କାରରେ ଥିବା ଜଣେ ଯୁବକ ଏକ ଧଳା ସେଡାନ୍ ଉପରକୁ ଗୁଳି ଚଳାଇଥିଲେ କିନ୍ତୁ ଗୁଳି ସଠିକ ସ୍ଥାନରେ ନବାଜି ବସ୍ ଷ୍ଟପରେ ଠିଆ ହୋଇଥିବା ଜଣେ ଛାତ୍ରୀଙ୍କ ଛାତିରେ ବାଜିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଖୋଜୁଛି ।

ଗୋଟିଏ ମାସରେ ଦୁଇ ଭାରତୀୟଙ୍କ ମୃତ୍ୟୁ

ହାମିଲଟନ୍ ପୋଲିସ କହିଛି ଯେ ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୭.୩୦ ସମୟରେ ଗୁଳିକାଣ୍ଡ ଘଟିଥିବା ଖବର ପାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ, ସେମାନେ ହରସିମରତଙ୍କ ଛାତିରେ ଗୁଳି ବାଜିଥିବା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ପାଇଲେ। ପୋଲିସ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦେଇଥିଲା, କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ। ଏହି ଘଟଣା ପୂର୍ବରୁ, ଏପ୍ରିଲ୫ରେ ଜଣେ ଭାରତୀୟ ଯୁବକଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏପ୍ରିଲ ମାସରେ କାନାଡାରେ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା କରାଯାଇଛି ।

ବିଜେଡି ଶାସନ ଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ ; ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ । ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହୋଇଛନ୍ତି ନିର୍ବାଚିତ। ନବୀନ ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ନବମ ଥର ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇ ସୁପ୍ରିମୋ କହିଛନ୍ତି ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ କରିରଖିଛି । ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ବିଜୁ ବାବୁ ଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି ।

ଆପଣମାନଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣୀ । ଏହି ଭଲପାଇବା ଏବଂ ଭରସା ମୋତେ ଆପଣଙ୍କ ନିକଟରେ ଋଣୀ କରି ରଖିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ୨୦୦୦ରୁ ୨୦୨୪ ଯାଏ ସେବାର ସୁଯୋଗ ପାଇଥିଲା । ବିଜେଡି ଶାସନ ଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ । ବିଜେଡି ଶକ୍ତିକୁ କେହି ଅଣଦେଖା କରିପାରିବେନି । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । କ୍ଷମତାରେ ଥାଉ ବା ନଥାଉ ଲୋକଙ୍କ ସେବା କରୁଛୁ ଓ କରିଚାଲିବୁ ସମସ୍ତଙ୍କୁ ସଶକ୍ତ କରିବା ଉପରେ ଆମର ଫୋକସ ।

ଆଞ୍ଚଳିକ ବିକାଶ ଆମର ଫୋକସ । ଓଡ଼ିଶାର ସ୍ୱାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇରହିଛି । ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରିରହିବ । କେବେବି ଆଦର୍ଶରୁ ବିଚ୍ୟୁତ ହୋଇନି ବିଜେଡି । ସଦାସର୍ବଦା ବିଜେଡି ଆଦର୍ଶରେ ରହିଛି ଏବଂ ରହିବ । ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ହାରିଛି । ମିଛ ପ୍ରଚାର କରି ବିଜେପି କ୍ଷମତାକୁ ଆସିଛି ଏବଂ ବିଜେଡି ବିରୋଧରେ ମିଛ ପ୍ରଚାର କରି ଜିତିଛି ବିଜେପି । ଏହାସହିତ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡି କର୍ମୀ ଭାଇଭଉଣୀଙ୍କ ଉପରେ ପୂରା ଭରସା ଅଛି ଏବଂ ସେମାନଙ୍କୁ ଗାଁ ଗାଁରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ।

ସମୁଦି ସହ ଫେରାର ହୋଇଗଲେ ସମୁଦୁଣୀ ; ସାଥୀରେ ବଞ୍ଚିବେ ସାଥିରେ ମରିବେ

ନନ୍ଦିଘୋଷ ବ୍ୟଚରୋ: ଶାଶୂ-ଜ୍ବାଇଁଙ୍କ ଫେରାର ହେବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମ୍ପର୍କର ସମସ୍ତ ମର୍ଯ୍ୟାଦାକୁ ଉଲଂଘନ କରିଛି । ସମୁଦି ସଙ୍ଗେ ଫେରାର ହୋଇଯାଇଛନ୍ତି ସମୁଦୁଣୀ । ଏଭଳି ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ ବଦାୟୁଁରୁ ଆସିଛି । ଏହି ଘଟଣାଟି ସମସ୍ତଙ୍କୁ ଚମକାଇ ଦେଇଛି । ସମାଜରେ ଏଭଳି କାଣ୍ଡ ବାରମ୍ବାର ଘଟୁଥିବାରୁ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ କରିଚନ୍ତି । ବିବାହିତ ଲୋକ ଏଭଳି ଲଜ୍ଜାଜନକ କାମ କରୁଥିବାରୁ ସମାଜରେ ଏହାର ଖରାପ ପ୍ରଭାବ ପକାଉଛି । ନିଜ ପ୍ରେମକୁ ପାଇବା ପାଇଁ ବାଡବନ୍ଧ ମାନୁନାହାନ୍ତି ପ୍ରେମୀଯୁଗଳ ।

ବଦାୟୁଁ ଜିଲ୍ଲାରେ ସମୁଦି ସମୁଦୁଣୀ ସହ ଫେରାର ହେବା ପରେ ସ୍ବାମୀ ସୁନୀଲ କୁମାର ଥାନରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ସ୍ବାମୀଙ୍କ କହିବାନୁଯାୟୀ ସେ ଜଣେ ଟ୍ରକ ଡ୍ରାଇଭର ଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ରୁହନ୍ତିନି । ମାସକୁ ମାସ ପଇସା ପଠାଇବା ସହିତ ମାସକୁ ଦୁଇ କିମ୍ବା ୩ଥର ଘରକୁ ଆସିଥାଆନ୍ତି । ତାଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ମମତା ଏବଂ ଝିଅର ଶ୍ବଶୁରଙ୍କ ସହ ଖରାପ ସମ୍ପର୍କ ଥିଲା । ସ୍ତ୍ରୀ ଏକୁଟିଆ ଘରେ ରହୁଥିବା ବେଳେ ସମୁଦି ନିତି ତାଙ୍କ ପାଖକୁ ଆସୁଥିଲେ । ଦୁଇଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଡିବା ପରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।

ପୁ୍ଅ ସଚିନଙ୍କ କହିବାନୁସାରେ ଯେତେବେଳେ ବାପା ଘରେ ନଥାନ୍ତି ମମି ଦିଦିଙ୍କ ଶ୍ବଶୁରକୁ ଘରକୁ ଡାକିଥାଆନ୍ତି । ଏବଂ ଆମକୁ ଅନ୍ୟ କୋଠରୀକୁ ପଠେଇଦିଅନ୍ତି । ଏବେ ଦୁଇଜଣ କାରରେ ବସି ଫେରାର ହୋଇଗଲେ । ରିପୋର୍ଟ ଅନୁଯାୟୀ ସମୁଦୁଣୀଙ୍କର ୪ଟି ସନ୍ତାନ ଏବଂ ଗୋଟିଏ ଝିଅର ବିବାହ ୨୦୨୨ରେ ହୋଇଥିଲା ।

ନବୀନ ନବମ ଥର ସଭାପତି ; ନିର୍ଦ୍ବଦ୍ବରେ ହୋଇଛନ୍ତି ନିର୍ବାଚିତ

ଭୁବନେଶ୍ବର : ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହୋଇଛନ୍ତି ନିର୍ବାଚିତ । ରାଜ୍ୟ ପରିଷଦ ବୈଠକରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା କରାଯାଇଛି । ନବୀନ ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି । ସଭାପତି ହେବା ପରେ ନବୀନ ନିଜର ନୂଆ ଟିମ ଗଢିବେ । ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ ।

ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।

ଶଙ୍ଖଭବନରେ ବିଜେଡି ରାଜ୍ୟ ପରିଷଦ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ପୁଣିଥରେ ବିଜେଡିର ମଙ୍ଗ ଧରିବେ ନବୀନ ପଟ୍ଟନାୟକ ।  ନବମ ଥର ଲାଗି ବିଜେଡି ସଭାପତି ହେବେ ନବୀନ । ସର୍ବସମ୍ମତି କ୍ରମେ ଆଜି କରାଯିବ ଘୋଷଣା  । ନୂଆରୂପ ନେବ ଦଳୀୟ ସଙ୍ଗଠନ  । ସେନେଇ ଆଜି ବସିବ ରାଜ୍ୟ ପରିଷଦ ବୈଠକ । ଏହି ବୈଠକରେ ଯୋଗ ଦେବା ପାଇଁ ଶଙ୍ଖଭବନକୁ ଦଳୀୟ ନେତା ଓ କର୍ମୀଙ୍କ ସୁଅ ଛୁଟୁଛି । ଓଡ଼ିଶାବାସୀଙ୍କ ସେବା ଏବଂ ହକର ଲଢ଼େଇ ପାଇଁ ଏକାଠି ହେଇଛନ୍ତି ବିଜେଡି କର୍ମୀ । ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ। ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।

 

‘ମୁଁ ତୁମର ମୋବାଇଲ୍ ଭାଙ୍ଗିଦେବି’ …ଗଣମାଧ୍ୟମ ପ୍ରତିନିଧିଙ୍କୁ ଫେରାର ଶାଶୂଙ୍କ ଧମକ

ନନ୍ଦିଘୋଷ ବ୍ୟୁରୋ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଶାଶୂଙ୍କ ଧମକ । ପ୍ରଶ୍ନରେ ରାଗିଯାଇ ମୋବାଇଲ ଭାଙ୍ଗିଦେବାକୁ ଧମକ ଦେଲେ ଫେରାର ହୋଇଥିବା ଶାଶୂ ଅପନା ଦେବୀ । ୟୁପି ଆଲିଗଡ଼ରୁ ପଳାଇ ଆସିଥିବା ଶାଶୁ ଏବଂ ଜ୍ୱାଇଁଙ୍କୁ ପୋଲିସ ପଚରାଉଚରା ପରେ ଛାଡି ଦେବା ପରେ ଗଣମାଧ୍ୟମ ତାଙ୍‌କୁ ଘେରିଯାଇଥିଲେ । ସେମାନେ ଏକାଠି ରହିବା କଥା ଚର୍ଚ୍ଚା ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନାନାଦି ପ୍ରଶ୍ନରେ ଦୁହେଁ ଛନ୍ଦି ହୋଇପଡିଥିଲେ । ସେମାନଙ୍କ ପ୍ରଶ୍ନରେ ଜ୍ବାଇଁ କିଛି ଉତ୍ତର ଦେଇଥିବା ବେଳେ ଶାଶୂ କିନ୍ତୁ ଉଗ୍ର ରୂପ ଧାରଣ କରିଥିଲେ  । ଶାଶୂଙ୍କୁ ଏକାଠି ରହିବା ଉପରେ ପ୍ରଶ୍ନ କରାଯାଇଥିବା ବେଳେ ଶାଶୂ ମା’ ରାଗିଯାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେବା ସହିତ ମୋବାଇଲ ଭାଙ୍ଗିବାକୁ ଧମକ ଦେଇଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନେ ଶାଶୂ ଅପନା ଦେବୀଙ୍କୁ ପଚାରିଥିଲେ ଯେ,  ତୁମେ ଏବେ ରାହୁଲଙ୍କୁ ବିବାହ କରିବ କି ? ଏହିଥିରେ ଶାଶୁ ଅପନା ଦେବୀ ରାଗିଯାଇ କହିଥିଲ ‘ମୋତେ ପ୍ରଶ୍ନ ପଚାର ନାହିଁ ନଚେତ୍ ମୁଁ ତୁମର ମୋବାଇଲ୍ ଭାଙ୍ଗିଦେବି । ମୋତେ କିଛି କୁହ ନାହିଁ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋତେ କିଛି ପଚାରନ୍ତୁ ନାହିଁ’  । ତା’ପରେ ସେ ଡ୍ରାଇଭରକୁ ଗାଡ଼ି ଚଲେଇବାକୁ କହିଥିଲେ ।

ପୋଲିସ ଷ୍ଟେସନରେ ଦୁହିଁଙ୍କୁ ବୁଝାସୁଝା ସତ୍ତ୍ବେ ମଧ୍ୟ କିନ୍ତୁ ସେ ଏକାଠି ରହିବାରେ ଅଟଳ ଥିଲେ। ଉଭୟଙ୍କୁ ପରାମର୍ଶ କେନ୍ଦ୍ରକୁ ମଧ୍ୟ ପଠାଯାଇଥିଲା। ସେଠାରେ ମଧ୍ୟ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନେ ରାଜି ହୋଇ ନଥିଲେ। ତା’ପରେ ଶୁକ୍ରବାର ତାଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଥିଲା। ସେଠାରେ ଶାଶୁଙ୍କ ପୁଅ ମଧ୍ୟ ମାଆଙ୍କୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା। ତଥାପି, ମାଆ ତରଳି ନଥିଲେ। ସେ ତାଙ୍କ ଜିଦ୍ ରେ ଅଟଳ ରହିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କହିଥିଲେ ଯେ ତାଙ୍କର ଆଉ ସେମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ।

‘ଆମେ କୋର୍ଟ ମ୍ୟାରେଜ୍ କରିଛୁ’

ପୋଲିସ ଷ୍ଟେସନରୁ ବାହାରକୁ ଆସିଥିବା ରାହୁଲଙ୍କୁ ପଚରାଗଲା ଯେ ତୁମେ ତୁମର ଶାଶୁଙ୍କୁ କେମିତି ରଖିବ ? ତୁମେ କ’ଣ କୋର୍ଟ ମ୍ୟାରେଜ୍ କରିଥିଲ ନା କୋର୍ଟରୁ ଅନୁମତି ନେଇଥିଲ ? ରାହୁଲ ଏହାର କୌଣସି ସଠିକ୍ ଉତ୍ତର ଦେଇନପାରି କହିଥିଲେ ଯେ ଦୁହେଁ ପୂର୍ବରୁ ବିବାହିତ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କିପରି ବିବାହ କଲେ। ରାହୁଲ କହିଲେ- ଏହା ଏକ କୋର୍ଟ ମ୍ୟାରେଜ୍। ପ୍ରଶ୍ନ ଉଠିଥିଲା ​​ଯେ ଛାଡପତ୍ର ବିନା ବିବାହକୁ କୋର୍ଟ କିପରି ଅନୁମତି ଦେଲେ ? ରାହୁଲ କହିଲେ- ମୁଁ ଏ ବିଷୟରେ କିଛି କହିବାକୁ ଚାହୁଁନାହିଁ।

ଅଳଙ୍କାର କେଉଁଠି ଅଛି ?

ଅନ୍ୟପକ୍ଷରେ, ଅପନା ଦେବୀଙ୍କ ସ୍ୱାମୀ କହୁଛନ୍ତି ଯେ, ସେ ଯେଉଁଠାକୁ ଚାହିଁବେ ସେଠାକୁ ଯାଇପାରିବେ, କେବଳ ମୋ ଘରୁ ସେ ନେଇଥିବା ୫.୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଫେରାଇ ଦିଅନ୍ତୁ । ଅପନା ଦେବୀ ପୂର୍ବରୁ ଅସ୍ୱୀକାର କରିଥିଲେ ଯେ ସେ ଘରୁ କେବଳ ୨୦୦ଟଙ୍କା ନେଇଛନ୍ତି। ଏହା ଉପରେ ଜିତେନ୍ଦ୍ର ଦାବି କରିଥିଲେ ଯେ ତାଙ୍କ ସ୍ତ୍ରୀ ମିଛ କହୁଛନ୍ତି । ସେମାନେ ହରଦୋଇରେ ରାହୁଲଙ୍କ ମାଉସୀଙ୍କ ଘରେ ସମସ୍ତ ଜିନିଷ ଲୁଚାଇ ରଖିଛନ୍ତି ।

ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିର୍ଦ୍ଦେଶ

ଭୁବନେଶ୍ବର: ପୁଣି ଯାତ୍ରାକୁ ନେଇ ଆସିଲା ବଡ ଖବର । କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିର୍ଦ୍ଦେଶ । ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ ଦାବି କରିବା ସହ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି । କଳାକାର ଓ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଏକାଠି ହୋଇଛନ୍ତି ଯାତ୍ରା ମାଲିକ ।

ଗତକାଲି ଚଣ୍ଡିଖୋଲରେ ଯାତ୍ରା ମାଲିକ ମାନେ ଏକାଠି ହୋଇଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ମାଲିକ ସଂଘ, କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରେ ଲଗାଇଥିବା ବୟକଟକୁ ପ୍ରତ୍ୟାହାର କରାଯିବନି । ଅନ୍ୟପଟେ ଯାତ୍ରା ମାଲିକ ମାନେ କଳାକାର ବାପି ପଣ୍ଡାଙ୍କ ଉପରେ କଡ଼ା ଆଭିମୁଖ୍ୟ ନେଇଛନ୍ତି । ଆଗାମୀ ଦିନରେ ବାପି ପଣ୍ଡାଙ୍କୁ ସଂଘଭୁକ୍ତ କୌଣସି ଯାତ୍ରା ପାର୍ଟିରେ ରଖିବେ ନାହିଁ ବୋଲି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି । ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ଯାତ୍ରା ମାଲିକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଅନ୍ୟପଟେ ସୋସିଆଲ ମିଡିଆରେ ଯେଉଁଭଳି ଭାବେ ଆରୋପ ପ୍ରତ୍ୟାରୋପ ହେଉଛି, ତାକୁ ନେଇ ଯାତ୍ରା ଜଗତ କଳଙ୍କିତ ହେଲାଣି ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୦ ଦିନ ପରେ ମାଲିକ ସଂଘ ନେଇପାରେ ବଡ଼ ନିଷ୍ପତ୍ତି। ଦରକାର ପଡ଼ିଲେ ଯାତ୍ରାକୁ ବନ୍ଦ ରଖା ଯିବ ବୋଲି କହିଛନ୍ତି ମାଲିକ ସଂଘର ସଭାପତି। କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ କୌଣସି ବୟକଟ ଉଠିନାହିଁ। ଏହାସହ ଅଭିନେତା ବାପି ପଣ୍ଡାଙ୍କ କଥା ଆଲୋଚନା କରଯାଇନି। ମାଲିକ ମାନଙ୍କ ସହ ସବିଶେଷ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ବିସ୍ତୃତ ଭାବେ ଆଲୋଚନା ପରେ ମାଲିକ ସଂଘ ୧୦ ଦିନ ପରେ ବଡ ନିଷ୍ପତି ନେବ ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘ ସଭାପତି।

ବାହାଘର ବେଳେ ଫୁଟିଲା ଗୁଳି ; ସାଇଡ ମରାକୁ ନେଇ ତୁମୁଳକାଣ୍ଡ

ଯାଜପୁର: ବାହାଘର ବେଳେ ଫୁଟିଲା ଗୁଳି । ବାହାଘରରେ ବରାଯାତ୍ରୀ ପାଲଟିଲେ ରାବଣ । ଶୁଭ କାମରେ ଫୁଟେଇଲେ ଗୁଳି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ମହାବିନାୟକ ପୀଠରେ । ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ କିଛି ଲୋକ ଆହତ ହୋଇଛନ୍ତି । ଗତକାଲି ମହାବିନାୟକ ଶୈବପୀଠରେ ବାହାଘର ଚାଲୁଥିଲା । ଏହି ସମୟରେ ଗାଡି ସାଇଡ ମରାକୁ ନେଇ ବାଜବାଟିରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ବିବାହ ହେଉଥିବା କିଛି ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ।

ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହେବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଛନ୍ତି । ଗଣ୍ଡଗୋଳରେ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିବା କୁହାଯାଉଛି । ଘଟଣାସ୍ଥଳକୁ କିଛି ଖୋକା ଜବତ ହୋଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ ; ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ

ରାୟଗଡା: ରାୟଗଡା କୋରାପୁଟ କେ.ଆର ଲାଇନରେ ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ । ଅଟକିଛି ଇଣ୍ଟରସିଟି ଏକ୍ସପ୍ରେସ ଓ ହୀରାଖଣ୍ଡ ଏକ୍ସପ୍ରେସ । ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁଁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ, ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଲେଲିଗୁମା ଠାରେ ଅଟକି ରହିଛି । ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଣ ନହେବାରୁ ଟ୍ରେନ ଆଗକୁ ଗଡିନଥିଲା ବୋଲି ସୂଚନା ମିଳିଛି । ରେଳବାଇ ବିଭାଗର ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ମରାମତି କରୁଛନ୍ତି । ୧୨ ଘଣ୍ଟା ମଧ୍ୟରେ ଏହି ରୁଟରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇଛି । ଏହି ରୁଟରେ ପେଣ୍ଟୋଗ୍ରାଫ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ରାୟଗଡା ଷ୍ଟେସନ ମ୍ୟାନେଜର ।