spot_img
Home Blog Page 842

କେବେ ସରିବ ମେଗା ପାନୀୟ ଜଳ ପ୍ରକଳ୍ପ କାମ ?

ନନ୍ଦିଘୋଷ ବ୍ୟୁରୋ: ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଅବଧି ସରିବାର ୭ ମାସ ବିତିଥିଲେ ବି ସରିନି କାମ । କେଉଁଠି ପାଚେରୀ କାମ ଅଧାରେ ଅଟକିଛି ତ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ବାଧ୍ଯ ହୋଇ ନଦୀ, ନାଳ ଓ ଚୁଆ ପାଣି ଉପରେ ଭରସା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଲୋକେ ।

ଭାବିଥିଲେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ହେବନି ପାଣି ସମସ୍ଯା । ପାଇପାରିବେ ବିଶୁଦ୍ଧ ପାଣି । ହେଲେ ସମସ୍ଯା ସରିବାରେ ନାଁ ଧରୁନି । କଳାହାଣ୍ଡି ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ପାନୀୟ ଜଳ ସମସ୍ଯାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳ ରାମପୁର ଓ କଲମପୁର ବ୍ଲକରେ ନିର୍ମାଣ ହେଉଛି ମେଗା ପ୍ରକଳ୍ପ । ହେଲେ ପ୍ରକଳ୍ପ ସରିବାର ସମୟସୀମା ସରି ୭ ମାସ ବିତିଥିଲେ ବି କାମ ସରିନାହିଁ । କେଉଁଠି ପାଚେରୀ କାମ ଅଧାରେ ଅଟକିଛି ତ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଅଞ୍ଚଳବାସୀ ।

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ଯ ପାଇଁ ଏଭଳି ବିଳମ୍ବ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାଧ୍ଯ ହୋଇ ନଦୀ, ନାଳ ଓ ଚୁଆ ପାଣି ଉପରେ ଭରସା କରୁଛନ୍ତି ଲୋକେ । ରାଜ୍ଯ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି ଲାଞ୍ଜିଗଡ ବିଧାୟକ ।

ଏହିସବୁ ଖେଳାଳିଙ୍କୁ ଛାଡ଼ିଲା କୋଲକାତା ଏବେ ଆଇପିଏଲରେ କରୁଛନ୍ତି କମାଲ

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଆଇପିଏଲର ଚାମ୍ପିୟନ ଟିମ କୋଲକାତା ନାଇଟ ରାଇଡର୍ସ ଚଳିତ ବର୍ଷ ଉତଥାନ ପତନ ଦେଇ ଗତି କରୁଛି । ଗତବର୍ଷ ଦଳରେ ରହିଥିବା କିଛି ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦଳକୁ ଚାମ୍ପିୟନ କରାଇବାରେ ସହାୟକ ହୋଇଥିଲା । ମାତ୍ର ଦଳ ବହୁ ଖେଳାଳିଙ୍କୁ ଚଳିତ ସିଜିନରେ କିଣି ନଥିଲା । ତେବେ ଏମିତି ୪ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ ଆଉ ଏବେ କୋଲକାତା ଛାଡ଼ିବା ପରେ ମଧ୍ୟ ସେମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନଙ୍କ ମଧ୍ୟରେ ଏକ ନମ୍ବରରେ ଆସିବେ ପଞ୍ଚାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟାର । ଯିଏକି ଗତ ସିଜିନରେ କୋଲକାତାକୁ ଚାମ୍ପିୟନ କରାଇଥିଲେ । ମାତ୍ର ଦଳ ତାଙ୍କୁ ଛାଡ଼ି ଦେଇଥିଲେ । ମାତ୍ର ଶେଷ ମ୍ୟାଚରେ କୋଲକାତାରେ ମାତ୍ର ୧୧୧ ରନ କରିବାକୁ ଏହି ଦଳ ବିପକ୍ଷରେ କରିବାକୁ ସକ୍ଷମ ହୋଇ ନଥିଲେ । ସେପଟେ ଦମଦାର ଖେଳ ଜାରି ରଖିଛନ୍ତି ଶ୍ରେୟସ । ସେପଟେ ବାକି ତିନି ଜଣ ଖେଳାଳି ହେଲେ ମିଚେଲ ଷ୍ଟାର୍କ, ସଲ୍ଟ ଏବଂ ନୀତିଶ ରାଣା । ଏବେ ଏହି ତିନି ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।

 

ସରକାରୀ ଜମିକୁ କବଜା କରିନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ପିଛା ଛାଡୁନି ଆନ୍ଧ୍ର । ସରକାରୀ ଜମିକୁ କବଜା କରିନେଉଛନ୍ତି ଆନ୍ଧ୍ର ବ୍ଯବସାୟୀ । ଜବରଦଖଲ କରି କରୁଛନ୍ତି ଚାଷ । ହେଲେ ଚୁପ ବସୁଛି ରାଜସ୍ଵ ବିଭାଗ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକରୁ ।

ଓଡିଶାରେ ଆନ୍ଧ୍ର ବ୍ଯବସାୟୀଙ୍କ ରାଜ । କବଜା କରିନେଇଛନ୍ତି ସରକାରୀ ଜମି । ଜବରଦଖଲ କରି କରୁଛନ୍ତି ପାମ ପ୍ଲାଣ୍ଟେସନ । ଏପରି କିଛି ଚାଲିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର କୁସୁମଖାଲ ଗାଁରେ । ସବୁ ଜାଣି ମଧ୍ଯ ରାଜସ୍ଵ ବିଭାଗ ଖାଲି ଫାଇନ କାଟି ବସି ପଡୁଛି । ହେଲେ ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।  ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

ଘଟଣାକୁ ଏମ ରାମପୁରର ତହସିଲଦାର ସ୍ଵୀକାର କରିଛନ୍ତି । ଜବରଦଖଲକାରୀଙ୍କୁ ଏକ ମାସ ମଧ୍ଯରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ଵ ବିଭାଗର ସୂଚନା ଅନୁସାରେ କିଛି ଆନ୍ଧ୍ର ବ୍ଯବସାୟୀ ମାନେ ୧୩୫. ୭୭ ଏକର ଜମି କିଣିଥିବା ବେଳେ ୫୧.୧୭ ଏକର ସରକାରୀ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି । ତା ସହିତ ଭୂମିହୀନଙ୍କୁ ସରକାର ଯୋଗାଇ ଦେଇଥିବା ୩୩.୯୫ ଏକର ଜମିକୁ ସେମାନଙ୍କ ସହ ବୁଝାମଣା କରି ଚାଷ କରୁଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, ଆନ୍ଧ୍ର ବ୍ଯବସାୟୀଙ୍କ ପ୍ରତି ରାଜସ୍ଵ ବିଭାଗର ଏ ଅହେତୁକ ଅନୁକମ୍ପା କଣ ପାଇଁ ? ବାହାର ବ୍ଯବସାୟୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଉନି କଣ ପାଇଁ ? ଏହା ପଛରେ ଅନ୍ଯ କିଛି କାରଣ ଅଛି କି ?

ଦୀପାବଳୀ ହେଉ କି ହୋଲି, ଫଟୋ ପୋଷ୍ଟ କଲେ ହେଉଛନ୍ତି ଟ୍ରୋଲ୍, ସୋହା ଅଲ୍ଲୀ ଖାନ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ହେଉଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଭଉଣୀ । ସେ ଜଣେ ମୁସଲମାନ ପରିବାରର ହୋଇଥିବାବେଳେ ହିନ୍ଦୁ ଘରେ ବିବାହ କରିଛନ୍ତି । ଅଭିନେତା କୁନାଲଙ୍କୁ ସେ ବିବାହ କରିଛନ୍ତି । ବାହାଘରକୁ ୧୦ ବର୍ଷ ହେଲାଣି । କିନ୍ତୁ ଏବେ ବି ଯଦି ସେ ହିନ୍ଦୁ ଧର୍ମର କୌଣସି ପୂଜା ପର୍ବାଣିରେ ଯଦି ଫଟୋ ପୋଷ୍ଟ କରନ୍ତି ତାହେଲେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏପରିକି ବାରମ୍ବାର ତାଙ୍କୁ ପଚରା ଯାଉଛି କି ? ତୁମେ ଉପବାସ କରୁଛ କି ? ’ଛୋରୀ ୨’ ରିଲିଜ ହୋଇଥିବାବେଳେ ଏହି ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ଏକ ଚ୍ୟାନେଲର ଇଣ୍ଟରଭିୟ୍ୟୁ ସମୟରେ ସେ ଏଭଳି ନିଜ ମନର ଦୁଃଖ କଥା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି, ମୁଁ ଟିକେ ମୋଟା ହୋଇ ଯାଇଛି । ଯାହାକୁ ନେଇ ମୋତେ ଯେତେ ଦୁଃଖ ଲାଗୁନି ଧର୍ମକୁ ନେଇ ବାରମ୍ବାର ଟ୍ରୋଲ କରାଯିବା ଏବଂ ପ୍ରଶ୍ନ କରିବାକୁ ନେଇ ମୋତେ ବହୁତ ଦୁଃଖ ଲାଗୁଛି । ମୋ ମାଆ ମଧ୍ୟ ଜଣେ ହିନ୍ଦୁ ଥିଲେ । କିନ୍ତୁ ମୋତେ ଏଭଳି କାହିଁକି ଟ୍ରୋଲ କରୁଛନ୍ତି ବୋଲି ସେ କହିଛନ୍ତି । ତେବେ କହି ରଖୁଛୁ କି, କୁନାଲଙ୍କ ସହ ବହୁ ଫିଲ୍ମରେ ଅଭିନୟ କରିବା ପରେ ଉଭୟ ପ୍ରେମରେ ପଡ଼ିଥିଲେ । ସେମାନେ ୨୦୧୫ରେ ବିବାହ କରିଛନ୍ତି । ୨୦୧୭ରେ ସେମାନେ ନିଜର ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

ପାରାଦୀପ ବନ୍ଦରରେ ଗିରଫ ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାନାମାରେ ପଞ୍ଜିକୃତ ଜାହାଜ ଏମଭି ଟେଲେରୀ ଏମକୁ ଗତ ଶନିବାର ହାଇକୋର୍ଟ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଙ୍କର ଫୁଏଲ ବାବଦରେ ବକେୟା ଅର୍ଥ ପୈଠ ନକରିଥିବା ଅଭିଯୋଗରେ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର ଆବେଦନ ଶୁଣାଣି କରି ହାଇକୋର୍ଟ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଡବଲ ଇଞ୍ଜିନ ସରକାରରେ ଡବଲ ଧୋକା : ଅଖିଳେଶ ଯାଦବ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଉପରେ ବର୍ଷିଲେ ସମାଜବାଦୀ ପାଟି ମୁଖ୍ୟ ଅଖିଳେଶ ଯାଦବ । ଯେଉଁଠି ଡବଲ ଇଞ୍ଜିନ ସରକାର ସେଠାରେ ଡବଲ ଧୋକା ବୋଲି କହିଛନ୍ତି ଅଖିଳେଶ ଯାଦବ । ଡବଲ ଇଞ୍ଜିନ ସରକାରରେ ଡବଲ ଦରଦାମ ବୃଦ୍ଧି, ଡବଲ ବେରୋଜଗର ହେଉଛି । ବିଜେପି ଲୋକଙ୍କ ଠାରୁ ନେବାରେ ବ୍ୟସ୍ତ । ବିମୁଦ୍ରିକରଣ କରି ଟଙ୍କା ନେଲେ, ଏବେ ୱାକଫ ବିଲ୍ ଜରିଆରେ ଜମି ନେଉଛନ୍ତି । ୟୁପିରେ ଡବଲ ଇଞ୍ଜିନ ସରକାରରେ ଡବା ଫେଲ୍, ଓଡ଼ିଶାରେ ମଧ୍ୟ ତାହା ହେବ  ବୋଲି କହିଛନ୍ତି ଅଖିଳେଶ ଯାଦବ ।

ପଶ୍ଚିମବଙ୍ଗ ସରକାର ଓ ଶିକ୍ଷକଙ୍କୁ ଆଶ୍ବସ୍ତି: ଦୁର୍ନୀତିର ଛିଟା ଲାଗି ନଥିବା ଶିକ୍ଷକ କରିପାରିବେ ଶିକ୍ଷକତା

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ସରକାର ଓ ଶିକ୍ଷକଙ୍କୁ ଆଶ୍ବସ୍ତି। ଦୁର୍ନୀତିର ଛିଟା ଲାଗି ନଥିବା ନବମରୁ ଦ୍ବାଦଶ ଶ୍ରେଣୀର ସହକାରୀ ଶିକ୍ଷକମାନେ ପରବର୍ତ୍ତୀ ଚୟନ ପ୍ରକ୍ରିୟା ସରିବା ଯାଏ ଶିକ୍ଷକତା କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ମାସରେ ଅନିୟମିତତା ଅଭିଯୋଗ ଆଧାରରେ ସେହି ସହକାରୀ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ ସରକାର।  ଆସନ୍ତା ମେ ୩୧ ସୁଦ୍ଧା ନୂଆ ଚୟନ ପ୍ରକ୍ରିୟା ସକାଶେ ବିଜ୍ଞପ୍ତି ଜାରି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏସଂକ୍ରାନ୍ତ ପିଟିସନର ଶୁଣାଣି କରି ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଯଥାର୍ଥ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ପ୍ରସଙ୍ଗରେ  କଲିକତା ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ।

୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ ହାଇକୋର୍ଟ। ଚାକିରି ଲାଗି ଟଙ୍କା ସ୍କାମ ନେଇ ଅଭିଯୋଗ ହେବା ପରେ ହାଇକୋର୍ଟ ବିରୋଧରେ ମାମଲା ଯାଇଥିଲା ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଚୟନ ପ୍ରକ୍ରିୟାରେ ଅସାଧୁ ପ୍ରକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ନିଯୁକ୍ତି ରଦ୍ଦକୁ ଯଥାର୍ଥ ଦର୍ଶାଇଥିଲେ। ଟଙ୍କା ଦେଇ ଆଶାୟୀମାନେ ଚାକିରି ପାଇଥିବା ହୃଦବୋଧ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।

ସତ ହେବ କି ଡେଲ୍ ଷ୍ଟେନଙ୍କ ଭବିଷ୍ୟବାଣୀ ? ମୁମ୍ବାଇ ବିପକ୍ଷରେ ଇତିହାସ ରଚିବ କି ହାଇଦ୍ରାବାଦ..

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ପ୍ରତି ମ୍ୟାଚରେ କିଛି ନାଁ କିଛି ଟ୍ବିଷ୍ଟ ଦେଖିବାକୁ ମିଳୁଛି । ତେବେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଡେଲ୍ ଷ୍ଟେନ୍ । ୨୫ ଦିନ ପୂର୍ବରୁ ଷ୍ଟେନ୍ ଭବିଷ୍ୟବାଣୀ କରିଥିଲେ କି, ୩୦୦ ରନ କରିବ ହାଇଦ୍ରାବାଦ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଏହି ଭବିଷ୍ୟବାଣୀ ସତ ହେବ କି ବୋଲି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରାଭିସ୍ ହେଡ ଓ ଅଭିଷେକ ଶର୍ମା ଗତ ମ୍ୟାଚରେ ଯେଉଁଭଳି ଭାବେ ବ୍ୟାଟିଂ କଲେ ତାହା ଦେଖିଲେ ଲାଗୁଛି ହାଇଦ୍ରାବାଦ ଆଜି ମୁମ୍ବାଇ ବିପକ୍ଷରେ ୩୦୦ ରନ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।

ଡେଲ ଷ୍ଟେସନ ୨୦୨୫ ମାର୍ଚ୍ଚ ୨୩ରେ ଏକ ଟୁଇଟ୍ କରିଥିଲେ, ସେଥିରେ ଲେଖା ହୋଇଥିଲା ଯେ, ଏକ ଛୋଟ ଭବିଷ୍ୟତବାଣୀ, ଏପ୍ରିଲ ୧୭ରେ ଆମେ ଆଇପିଏଲରେ ପ୍ରଥମ ୩୦୦ ଦେଖିବା । କିଏ ଜାଣିଛି, ଏହା ହୋଇପାରେ । ସବୁ ଏହା ସବୁ ଦେଖିବାକୁ ମଧ୍ୟ ଉପସ୍ଥିତ ରହିବି ।

 

ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ: କେନ୍ଦ୍ରକୁ ୭ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ। କେନ୍ଦ୍ରକୁ ୭ ଦିନ ସମୟ ଦେଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଜବାବ ଦାଖଲ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଗତକାଲି ୱାକଫ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିବାବେଳେ ଆଜି ବି ଶୁଣାଣି ଜାରି ରହିଥିଲା। ଆସନ୍ତା ମେ ୫ରେ ଏହି ମାମଲାର ହେବ ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଶୁଣାଣି ଯାଏ ୱାକଫ ବୋର୍ଡ ଓ କାଉନସିଲରେ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି କୋର୍ଟ। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ରକୁ କେତେକ କଠୋର ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ୱାକଫ ବୋର୍ଡରେ ହିନ୍ଦୁମାନଙ୍କୁ ସଦସ୍ୟ ରଖିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ହେଲେ ହିନ୍ଦୁ ଦେବୋତ୍ତର ବୋର୍ଡରେ ମୁସଲିମମାନଙ୍କୁ ରଖାଯାଇଛି କି ବୋଲି ପ୍ରଶ୍ନ କରିଥିଲେ କୋର୍ଟ। ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଦିକ୍ରମେ କରିଥିଲେ ୭୩ଟି ପିଟିସନର ଶୁଣାଣି।

ବିନା ହେଲାମେଟରେ ଗାଡ଼ି ଚୋରି କରୁଥିଲା, ଫାଇନ୍ ପାଇଁ ଧରା ପଡ଼ିଲା ଚୋର

ନନ୍ଦିଘୋଷ ବ୍ୟୁରୋ: ଫାଇନ ଧରାଇଲା ବାଇକ ଚୋର । ବିନା ହେଲାମେଟରେ ଚୋରି ଗାଡି ନେଇ ପଳାଉଥିବା ବେଳେ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ମାଲିକଙ୍କ ପାଖୁ ଫାଇନ ମେସେଜ ଆସିବା ପରେ ଧରାପଡ଼ିଲା କରିତକର୍ମା ଚୋର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରରେ ।  ଲିଙ୍ଗରାଜ ଥାନା ପୋଲିସ ଚୋରକୁ ଅଟକ ରଖି ପଚରାଉଚରା କରିଛି । ଘଟଣାଟି ଗତ ୧୫ ତାରିଖର । ଭୀମଟାଙ୍ଗି ଅଞ୍ଚଳର ଜଣେ ଯୁବକ ନିଜର ନାଲି ରଙ୍ଗର ସ୍କୁଟି ପାର୍କିଂ କରି ପୁରୁଣା ଭୁବନେଶ୍ୱର ସ୍ଥିତ ମୂଳା ପଡ଼ିଆରେ କ୍ରିକେଟ ଖେଳୁଥିଲେ । ଖେଳ ସାରି ଆସିବା ବେଳକୁ ଗାଡିଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ ।

ତୁରନ୍ତ ଏ ନେଇ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ । ଏତଲା ଦେଇସାରି ଘରକୁ ଯାଇ ପହଞ୍ଚିବା ବେଳକୁ ହଠାତ ତାଙ୍କ ମୋବାଇଲକୁ ଏକ ଫାଇନ ମେସେଜ ଆସିଥିଲା । ଚୋର ବିନା ହେଲାମେଟରେ ଗାଡି ଚଳାଉଥିବା ବେଳେ NH ଉପରେ ଫାଇନ କଟିଥିଲା । ଏ ହେଉଛି ଚାଲାଣ କଟିବା ବେଳର ଫଟୋ । ଏଭଳି ମେସେଜ ପାଇବା ପରେ ତୁରନ୍ତ ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ଏତଲାକାରୀ । ଯାହାକୁ ନେଇ ପୋଲିସ ଆରମ୍ଭ କରିଥିଲା ତନାଘନା । ଶେଷରେ ଚୋର ଚୋରି ଗାଡିଟିକୁ କଟକରେ ବିକ୍ରି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିଲା । ଗାଡିଟିକୁ ଉଦ୍ଧାର କରିବା ସହ ଚୋରକୁ ଅଟକ ରଖିଛି ପୋଲିସ । ଶୁଣନ୍ତୁ କଣ କହୁଛନ୍ତି ଗାଡି ଫେରିପାଇଥିବା ଯୁବକ ।