spot_img
Home Blog Page 855

ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ : ୩ ଦିନ ହେଲା ମିଳୁନି ନାବାଳକର ପତ୍ତା

ନନ୍ଦିଘୋଷ ବ୍ୟୁରୋ: ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ । ୩ ଦିନ ପରେ ବି ମିଳୁନି ନିଖୋଜ ନାବାଳକର ପତ୍ତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବାରସର ପଞ୍ଚାୟତ ମୁଟୁରିଗଡ଼ ଗ୍ରାମରେ । ଏହି ଗ୍ରାମଟି ଗେଙ୍ଗୁଟି ନଦୀ କୂଳରେ ଅବସ୍ଥିତ । ଏଠାରେ ଆବଶକୀୟ ମୁତାବକ ନଳକୂପ ନଥିବାରୁ ସ୍ଥାନୀୟ ଲୋକେ ନଈ ଉପରେ ନିର୍ଭର କରିଥାନ୍ତି । ଗତ ଶୁକ୍ରବାର ଦିନ ମୁଟୁରିଗଡ଼ ଗ୍ରାମର ନାବାଳକ ଆକାଶ ମାଝୀ ନିଜ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କିଛି ସମୟ ପରେ ସାଙ୍ଗ ମାନଙ୍କ ଠାରୁ ଅଲଗା ହୋଇ ଗାଧୋଇବା ବେଳେ କୁମ୍ଭୀର ଟାଣି ନେଇ ଥିବା ସାଙ୍ଗମାନେ କହିଥିଲେ ।  ଆକାଶ ନମିଳିବାରୁ ପ୍ରଶାସନର ସହାୟତା ନେଇଥିଲେ ଗ୍ରାମବାସୀ । ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଓଡ୍ରାପ ଟିମର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ । ଏପର୍ଯ୍ୟନ୍ତ ନାବାଳକର କୌଣସି ପତ୍ତା ମିଳିପାରିନାହିଁ ।

କଣ ହେଲା ବିରାଟଙ୍କର ? ମ୍ୟାଚ ମଝିରେ ହେଲା ହାର୍ଟବିଟ୍ ଚେକ୍ !

ନନନ୍ଦିଘୋଷ ବ୍ୟୁରୋ: ଚାଲିଥିଲା ମ୍ୟାଚ୍, ହଠାତ୍ ଚମକି ପଡ଼ିଥିଲେ ବିରାଟଙ୍କ ଫ୍ୟାନ୍ସ । କାରଣ ମ୍ୟାଚ ମଝିରେ ବିରାଟ ହାର୍ଟରେ ମାରିଲେ ହାତ । ହାର୍ଟବିଟ୍ ବିରାଟଙ୍କର ଚେକ୍ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ ସମୟରେ ଏମିତି କିଛି ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍ସମାନେ ଚାହିଁ ରହିଥିଲେ । ତେବେ ବିରାଟଙ୍କର କଣ ହେଲା ବୋଲି ଫ୍ୟାନ୍ସମାନେ ଚକିତ ହୋଇଥିଲେ ।

ରାଜସ୍ଥାନ ବିପକ୍ଷ ମ୍ୟାଚଟି ବାଙ୍ଗାଲୋର ୯ ଓ୍ବିକେଟରେ ଜିତିନେଇଥିଲା । ଏହି ମ୍ୟାଚରେ ବିରାଟ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ବ୍ୟାଟିଂ କରୁଥିବାବେଳେ ୧୫ତମ ଓଭରରେ ଦୌଡ଼ିବାବେଳେ କଷ୍ଟ ଅନୁଭବ କରିଥିଲେ । ଏପରିକି ପ୍ରଥମେ ସେ ନିଜ ଛାତିକୁ ଧରିଥିଲେ । ପରେ ସଞ୍ଜୁ ସାମସନଙ୍କୁ ହାର୍ଟବିଟ ଚେକ୍ କରିବାକୁ କହିଥିଲେ । ଆଉ ସାମସନ ଚେକ୍ କରିଥିଲେ ।  ସେପଟେ ଆମେ ଯଦି ବିରାଟଙ୍କ କଥା କହିବା ତାହେଲେ ଚଳିତ ସିଜିନରେ ସେ ମଧ୍ୟ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ସେ ଏଯାବତ ୨୦୦ ରନ ସଂଗ୍ରହ କରିସାରିଲେଣି ।

ପୁଣିଥରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣିଥରେ ମିଳିଲା ହତ୍ୟା ଧମକ । ଘରେ ପଶି ହତ୍ୟା କରିବାକୁ ମିଳିଲା ହତ୍ୟା ଧମକ । ଏକ ହ୍ବାଟ୍ସଆପରୁ ତାଙ୍କ ପାଖକୁ ଏଭଳି ଏକ ମେସେଜ ଆସିଛି । କେହି ଜଣେ ଅଜଣା ବ୍ୟକ୍ତି ଏଭଳି ଧମକପୂର୍ଣ୍ଣ ମେସେଜ ପଠାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ସଲମାନ ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସଲମାନଙ୍କୁ ଏଭଳି ଧମକ ମିଳିବା କିଛି ନୂଆ ନୁହେଁ । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ଅନେକଥରଙ୍କ ଗ୍ୟାଙ୍ଗ ଏଭଳି ଧମକ ଦେଇଛନ୍ତି ।

ତେବେ ୨୦୨୪ ମସିହାରେ ସଲମାନଙ୍କ ପରିବାରକୁ ବଡ଼ ଝଟକା ଲାଗିଥିଲା । କାରଣ ସଲମାନ ଖାନ ରହୁଥିବା ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚାଳନା ହୋଇଥିଲା । ସକାଳ ୫ଟା ସମୟରେ ଏଭଳି ଗୁଳି ଚାଳନା କରାଯାଇଥିଲା । ୫ ରାଉଣ୍ଡ ଗୁଳି ଚଳାଯାଇଥିବାବେଳେ କାହାର କୌଣସି କ୍ଷତି ହୋଇନଥିଲା । ସେପଟେ ଗୋଟିଏ ଅଫୁଟା ଗୁଳି ପଡ଼ି ରହିଥିଲା । ଲରେନ୍ସର ସାନ ଭାଇ ପରେ ଏକ ଫେସବୁକ ପୋଷ୍ଟ କରିଥିଲା । ଆଉ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସେପଟେ ସିକନ୍ଦର ଫିଲ୍ମର ପ୍ରମୋସନ ବେଳେ ଏଭଳି ଧମକକୁ ନେଇ ସଲମାନ କହିଥିଲେ କି, ଭଗବାନ ଏବଂ ଆଲ୍ଲା ଯାହା ଚାହିଁବେ ସେୟା ହେବ ।

ହଷ୍ଟେଲରୁ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପରିବାର ଲୋକେ ନେଉନାହାନ୍ତି ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ହଷ୍ଟେଲରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ଶବ ବ୍ୟବଚ୍ଛେଦ ପରେ ମୃତଦେହ ନେଉନାହାନ୍ତି ପରିବାର ଲୋକେ । ଗତକାଲି ରାତିରେ ମୃତ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ପ୍ରଶାସନ । ହେଲେ ପରିବାର ଲୋକେ ବିଦ୍ୟାଳୟ ଯାଇ ସିସିଟିଭି ଫୁଟେଜ ଦେଖି ଆସିବା ପରେ ଅସନ୍ତୋଷ ଜାହିର କରିଥିଲେ । ଛାତ୍ରୀ ମୃତ୍ୟୁ ଘଟଣାରେ ସନ୍ଦେହ ସୃଷ୍ଟି ହେବା ପରେ ମୃତଦେହ ନେଉନାହାନ୍ତି ପରିବାର ଲୋକେ । ବିଦ୍ୟାଳୟର ପ୍ରଧାନଶିକ୍ଷକ, ମ୍ୟାଟ୍ରୋନ ଏବଂ ପିଅନଙ୍କୁ କୋର୍ଟ ଚାଲାଣ ସହିତ କ୍ଷତିପୂରଣ ଏବଂ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ବଦଳି ଦାବି କରି ଜିଦିରେ ଅଡ଼ି ବସିଛନ୍ତି ପରିବାର ଲୋକ । ଯାହାକୁ ନେଇ ପ୍ରଶାସନ ଏବେ ନାକେଦମ ହୋଇଛି ।

ସ୍ତ୍ରୀକୁ ମାରି ଜେଲରେ ଥିଲେ, ହାଜତରୁ ଫେରିବା ପରେ ମାରିଦେଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ବାପାକୁ ହତ୍ଯା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ବ୍ରାହ୍ମଣୀତରଙ୍ଗ ଥାନା ଅଂଚଳରେ। ଭାଲୁପତ୍ରା ଗାଁରେ ବାପାକୁ ହତ୍ୟା କଲା ପୁଅ। ଅଭିଯୁକ୍ତ ହତ୍ୟାକାରୀ ପୁଅ ୨୨ ଵର୍ଷୀୟ ବିଷ୍ଣୁ ଵର୍ମାକୁ ଗିରଫ କରିଛି ପୋଲିସ। ମୃତକ ବାପା ୫୫ ବର୍ଷୀୟ କାନ୍ତି କୁମାର ଵର୍ମା ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଥିଲେ। ୨୦୨୪ ଡ଼ିସେମ୍ବରରେ ଜେଲ ହାଜତରୁ ଫେରି ପୁଅ ସହିତ ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଶାଶୁ-ଜ୍ବାଇଁ ଫେରାର ଘଟଣା : ଶ୍ବଶୁର କହିଲେ ବାସ୍ ମୁଁ ଗୋଟିଏ ଥର…

ନନ୍ଦିଘୋଷ ବ୍ୟୁରୋ: ଆଲିଗଡ଼ର ଶାଶୁକୁ ନେଇ ଜ୍ବାଇଁ ଫେରାର ଘଟଣାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ଉଭୟ କେଉଁଠି ଅଛନ୍ତି ପୋଲିସ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ । ଏମିତିକି ଏମାନଙ୍କୁ ମଧ୍ୟ ଧରିବାରେ ବିଫଳ ହୋଇଛି । ଏହାରି ମଧ୍ୟମରେ ଗଣମାଧ୍ୟମକୁ ଭେଟି ଶ୍ବଶୁର ଜିତେନ୍ଦ୍ର କହିଛନ୍ତି କି, ପୋଲିସ ଘଟଣାକୁ ଗୁରୁତର ସହ ନେଉନାହିଁ । ସେମାନେ ରୁଦ୍ରପୁରରେ ଥିବା ନେଇ କୁହାଯାଇଥିଲା । କିନ୍ତୁ ଏବେ କାସଗଞ୍ଜରେ ରହିଥିବା ଶୁଣିବାକୁ ମିଳୁଛି । କିନ୍ତୁ ପୋଲିସ ସେମାନଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ସେ କହିଛନ୍ତି କି, ପୋଲିସକୁ ମୋର ଏତିକି ଅନୁରୋଧ ରହିବ କି, ସେମାନଙ୍କୁ ଯେବେ ଧରିବେ ବାସ୍ ମୁଁ ଗୋଟିଏ ଥର ସେମାନଙ୍କୁ ଭେଟିବି । ଆଉ ସେମାନଙ୍କ ମୁହଁ ଦେଖିବି । କାରଣ ସେମାନେ ମୋ ନଜରରେ ତଳ ପଡ଼ି ଯାଇଛନ୍ତି । ଉଭୟ ମୋ ପାଇଁ ମରି ଯାଇଛନ୍ତି । ଏଣୁ ମାତ୍ର ଶେଷ ଦର୍ଶନ ପାଇଁ ମାତ୍ର ଥରେ ଦେଖିବି ସେମାନଙ୍କୁ । ଏହାସହ ଜିତେନ୍ଦ୍ର କହିଛନ୍ତି କି, ଯେତେବେଳେ ବାହାଘର ଠିକ୍ ହୋଇଥିଲା ସେତେବେଳେ ପ୍ରଥମରୁ ସ୍ତ୍ରୀ ଅନିତାଙ୍କ ସହ ଜ୍ବାଇଁ ରାହୁଲ ଟିକେ ଅଧିକ କଥା ହେଉଥିଲେ । ଯେଉଁଥି ପାଇଁ ଝିଅ ମଧ୍ୟ ବିରୋଧ କରିଥିଲା । ଏଥିପାଇଁ ମା-ଝିଅ କଥା ହେଉନଥିଲେ । ମୋତେ ମଧ୍ୟ ସନ୍ଦେହ ହୋଇ ନଥିଲା । କାରଣ ମୁଁ ଭାବୁଥିଲି ମା-ପୁଅଙ୍କ ସମ୍ପର୍କ । ଏଥିରେ ଅବିଶ୍ବାସ କରିବାର ନଥିଲା । କିନ୍ତୁ ସେମାନେ ସବୁ ଟଙ୍କା ଏବଂ ଗହଣା ନେଇ ଫେରାର ହୋଇଗଲେ । ଶୀଘ୍ର ସେମାନଙ୍କୁ ଧରିବା ପାଇଁ ପୋଲିସ ଆଗରେ ଗୁହାରି କରିଛନ୍ତି ଜିତେନ୍ଦ୍ର ।

ପିଏନବି ଠକେଇ ମାମଲା : ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ

ନନ୍ଦିଘୋଷ ବ୍ୟୁରୋ: ପିଏନବି ଠକେଇ ମାମଲାରେ ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ ହଜାର ୫୦୦ କୋଟି ଟଙ୍କାର ଋଣ ଠକେଇ ସମ୍ପୃକ୍ତିରେ ଅଭିଯୁକ୍ତ ମେହୁଲ ଚୋକସିକୁ ଗିରଫ କରିଛି ବେଲଜିୟମ ପୋଲିସ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଅନୁରୋଧ କ୍ରମେ ୬୫ ବର୍ଷୀୟ ମେହୁଲଙ୍କୁ ଶନିବାର ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ଜେଲରେ ଅଛି। ଅସୁସ୍ଥତା ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ଚୋକସି ଜାମିନ ଏବଂ ତୁରନ୍ତ ମୁକ୍ତି ପାଇଁ ଆବେଦନ କରିବା ଆଶା କରାଯାଉଛି।ଲଣ୍ଡନରୁ ପ୍ରତ୍ୟର୍ପଣ ଅପେକ୍ଷାରେ ଥିବା ତାଙ୍କ ଭଣଜା ନୀରବ ମୋଦିଙ୍କ ସହ ମିଶି ପିଏନବିକୁ ୧୩ ହଜାର ୮୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଜୁଥିଲା।ପିଏନବି ଠକେଇ ସାମ୍ନାକୁ ଆସିବାର ସପ୍ତାହ ପୂର୍ବରୁ ଜାନୁଆରୀ ୨୦୧୮ରେ ସେମାନେ ଭାରତରୁ ପଳାଇ ଯାଇଥିଲେ।ଗତ ମାସରେ ମେହୁଲ ଚୋକସି ୟୁରୋପୀୟ ଦେଶରେ ରହୁଥିବା ସ୍ପଷ୍ଟ କରିଥିଲା ବେଲଜିୟମ ବୈଦେଶିକ ମନ୍ତ୍ରଣାଳୟ। ଚୋକସି ଦେଶରେ ନାଗରିକତ୍ଵ କାର୍ଡ ପାଇବା ପରେ  ପତ୍ନୀ ବେଲଜିୟମର ନାଗରିକ ପ୍ରୀତି ଚୋକସିଙ୍କ ସହ ଅଛନ୍ତି। କ୍ଯାନସରରେ ପୀଡ଼ିତ ଥିବା ଦର୍ଶାଇ ଆଣ୍ଟିଗୁଆରୁ ଚିକିତ୍ସା ପାଇଁ ବେଲଜିୟମ ଯାଇଛନ୍ତି ଚୋକସି। ୨୦୨୧ ମସିହାରେ ସେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଭାରତୀୟ ଅଧିକାରୀ ଅପହରଣ କରିଥିବା ନେଇ ଚର୍ଚ୍ଚା ହେଉଥିଲା। ଏହାପରେ ଡୋମିନିକାରେ ସେ ରହିଥିବା ଦେଖିବାକୁ ମିଳିଥିଲା ।

ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର : ଅଭିଯୁକ୍ତ ମୃତ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଏନକାଉଣ୍ଟରରେ ମୃତ। ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କଲା କର୍ଣ୍ଣାଟକର ହୁବଲି ପୋଲିସ। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ହତ୍ଯା କରିଥିଲା ଅଭିଯୁକ୍ତ। ମୃତ ଦୁଷ୍କର୍ମ ଅଭିଯୁକ୍ତ ପାଟନା ଅଂଚଳର ରିତେଶ କୁମାର ବୋଲି ଜଣାପଡିଛି। ଅଭିଯୁକ୍ତ ରିତେଶ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲା। ରିତେଶକୁ ରୋକିବାକୁ ପୋଲିସ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ରିତେଶକୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣାପଡିଛି। ରିତେଶ ଝିଅଟିକୁ ଏକ ଢାବାକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଢାବା ପାଖକୁ ଧାଇଁ ଆସିଥିଲେ।

ଏହି ସମୟରେ ଅଭିଯୁକ୍ତ ନାବାଳିକାର ଗଳାକାଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରିତେଶକୁ କିଛି କାଗଜପତ୍ର ସଂଗ୍ରହ କରିବା ଏବଂପରିଚୟ ଯାଞ୍ଚ ପାଇଁ ରହଣି ସ୍ଥାନକୁ ନେଇଯିବା ସମୟରେ ପୋଲିସକୁ ପଥର ମାରି ଫେରାର ହେବାକୁ ଚେଷ୍ଟା କରୁଥିଲା।ଏହାକୁ ରୋକିବାକୁ ଜଣେ ମହିଳା ଅଧିକାରୀ ଦୁଇରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଗୋଡ଼ରେ ଏବଂ ଅନ୍ୟଟି ପିଠିରେ ବାଜିଥିଲା। ଅଭିଯୁକ୍ତକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣରେ ଜଣେ ସବ-ଇନ୍ସପେକ୍ଟର ଏବଂ ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ କଂଗ୍ରେସ ବିଧାୟିକା ଭିନେଶ ଫୋଗଟ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ ରେସଲର ତଥା କଂଗ୍ରେସ ବିଧାୟିକା ଭିନେଶ ଫୋଗଟ ନିଜର ସୋସିଆଲ ମିଡିଆରେ ଭିନେଶ ଫୋଗଟଙ୍କୁ କଡ଼ା ଜବାବ ଦେଇଛନ୍ତି । ଭିନେଶ ଫୋଗଟଙ୍କୁ ୪ କୋଟି ଟଙ୍କା ସାଙ୍ଗକୁ ପ୍ଲଟ ଦେବାକୁ ସରକାର ଘୋଷଣା କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଓ୍ବାର ଦେଖିବାକୁ ମିଳିଛି । ଭିନେଶଙ୍କୁ ଫ୍ୟାନ୍ସମାନେ ବାରମ୍ବାର ପଚାରୁଛନ୍ତି କି, କେବେ ଆପଣଙ୍କୁ ମିଳିବ । ଏହାକୁ ନେଇ ସେ କହିଛନ୍ତି କି, ୨ ଟଙ୍କାର ପାଇଁ ଟ୍ବିଟ୍ କରୁଥିବା ଲୋକ କଣ ଜ୍ଞାନ ଦେବେ ।

ଭିନେଶ କହିଛନ୍ତି କି, ଆପଣଙ୍କ ସୂଚନା ପାଇଁ, ମୁଁ ଆପଣଙ୍କୁ କହି ରଖୁଛି ଯେ ଏପର୍ଯ୍ୟନ୍ତ ମୁଁ କୋଟି କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ମୃଦୁ ପାନୀୟଠାରୁ ଆରମ୍ଭ କରି ଅନଲାଇନ୍ ଗେମିଂ ପର୍ଯ୍ୟନ୍ତ, ମୁଁ କେବେବି ମୋର ନୀତି ସହିତ ସାଲିସ୍ କରିନାହିଁ। ମୁଁ ଯାହା ବି ହାସଲ କରିଛି, ତାହା କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ମୋର ପ୍ରିୟଜନଙ୍କ ଆଶୀର୍ବାଦରେ କରିଛି ଏବଂ ମୁଁ ଏଥିପାଇଁ ଗର୍ବିତ।

ଭିନେଶ ଫୋଗତଙ୍କ ପୁରସ୍କାର ରାଶିକୁ ନେଇ ବିବାଦ ମଧ୍ୟରେ, ତାଙ୍କ ସମ୍ପର୍କୀୟ ଭଉଣୀ ବିଜେପି ନେତା ବବିତା ଫୋଗତ କହିଛନ୍ତି ଯେ ଯଦି ମୋତେ ପ୍ରାୟ ୧୫ ବର୍ଷ ପୂର୍ବରୁ ଏପରି କ୍ରୀଡ଼ା ସୁବିଧା ମିଳିଥାନ୍ତା, ତେବେ ମୋତେ କ୍ରୀଡ଼ା ଛାଡିବାକୁ ପଡିନଥାନ୍ତା। ମୁଁ ଅଲିମ୍ପିକ୍ ଗେମ୍ସରେ ପହଞ୍ଚିଲି, କିନ୍ତୁ ପଦକ ଜିତିପାରିଲି ନାହିଁ ଏବଂ ସୁବିଧା ଅଭାବରୁ ମୋତେ ଏହି କ୍ରୀଡା ଛାଡ଼ିବାକୁ ପଡିଲା। ବବିତା ଫୋଗତ ବିଜେପି ଟିକେଟରେ ଚରଖି ଦାଦରୀରୁ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ସେପଟେ ଏହାକୁ ନେଇ ଭିନେଶ ମଧ୍ୟ କଡ଼ା ଜବାବ ଦେଇଛନ୍ତି । ତୁମେ ଚୁପ୍ ରୁହୁ । ତୁମେ କେବଳ କାନ୍ଦିବ ଆଉ କାନ୍ଦିବ ।

ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ରାଉରକେଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଗତକାଲି ରାତିରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାଉରକେଲା ସହରର STI ଛକ,  ଜେଲ ରୋଡ, ଲେବର ଟୁର୍ଣ୍ଣାମେଣ୍ଟ, ପାନପୋଷ ବସ୍ତି, ଛେଣ୍ଡ କଲୋନୀ, ଶୁକ୍ରବାର ମାର୍କେଟ, BSNL ଛକ, ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହାସହ ସହରର ଚିନ୍ମୟ ସ୍କୁଲ ଛକ VSS ମାର୍କେଟ, ଦାଣ୍ଡିଆପାଲ୍ଲି, ବେଦବ୍ୟାସ, ସିଂହଟୋଲା, ଚିକଟମାଟି ଅଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ  ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହାସହ ରାଉରକେଲା ସହରରେ ଚୋରା ମଦ କାରବାର ରୋକିବା ପାଇଁ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ଚଢାଉ ସମୟରେ ଵିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜଵତ କରାଯାଇଛି।