spot_img
Home Blog Page 861

୨୪୬ ରନର ବିଜୟ ଲକ୍ଷ୍ୟ, ଅଭିଶେକ ଶର୍ମାଙ୍କ ଶତକ ବଳରେ ପଞ୍ଜାବକୁ ହରାଇଲା ହାଇଦ୍ରାବାଦ

ନନ୍ଦିଘୋଷ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର ବଡ଼ ବିଜୟ । ପଞ୍ଜାବ କିଙ୍ଗ୍ସକୁ ୮ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା ପଞ୍ଜାବ । ତେବେ ଦଳ ଏକପ୍ରକାର ବିଜୟ ଦ୍ବାରରେ ରହିବ ବୋଲି ଫ୍ୟାନ୍ସମାନେ ଆଶା ରଖିଥିଲେ । ମାତ୍ର ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଅଭିଶେକ ଶର୍ମା । ସେ ୫୫ ବଲରୁ ୧୪୧ ରନର ବଡ଼ ପାଳି ଖେଳିଛନ୍ତି । ଯେଉଁଥିରେ ୧୪ ଚୌକା ଏବଂ ୧୦ ଛକା ରହିଛି । ଏହାସହ ଟ୍ରାଭିସ ହେଡ ମଧ୍ୟ ୬୬ ରନର ପାଳି ଖେଳିଛନ୍ତି । ଯାହାଦ୍ବାରା ଦଳ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଅତି ସହଜରେ ହାସଲ କରିଛି । ୯ ବଲ ବାକି ଥାଇ ଦଳ ବିଜୟୀ ହୋଇଛି ।

 

ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସ : ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଳନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସ । ଦିବସକୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରିବ ବିଜୁ ଜନତା ଦଳ  । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତିରୋଧାନ ଦିବସ ପାଳନ ନେଇ ନିଷ୍ପତ୍ତି ନେଇଛି ଦଳ । ଏହି ଦିନଟି ପ୍ରତ୍ୟେକ ସ୍ଵାଭିମାନୀ ଓଡ଼ିଆଙ୍କ ପାଇଁ ଏକ ସ୍ମରଣୀୟ ଦିବସ ।  ପୂର୍ବବର୍ଷ ମାନଙ୍କ ଭଳି ପ୍ରଭାତରେ ତିଳତର୍ପଣ, ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଅନ୍ୟାନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରି ସମ୍ମାନ ଜଣାଇବେ ବିଜେଡି ନେତା ଓ କର୍ମୀ । ପରେ ଏକ ସଭା ବା ଆଲୋଚନାଚକ୍ରରେ “ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀର ଆହ୍ଵାନ” ସମ୍ପର୍କରେ ଆଲୋଚନା କରାଯିବ । କାର୍ଯ୍ୟକ୍ରମ ପାଳନର ଭିଡିଓ /ଫଟୋଚିତ୍ର ସହିତ ସଂକ୍ଷିପ୍ତ ବିବରଣୀ ସଭାପତିଙ୍କ ଅବଗତି ନିମନ୍ତେ ଶଙ୍ଖ ଭବନ ପଠାଇବେ ନେତା ଓ କର୍ମୀ ।

ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ଆଜି ପୁଣି ସମ୍ବଲପୁରରେ ପୋଲିସ ପକ୍ଷରୁ ଏକ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ପୋଲିସ ଲାଇନରୁ ଏହି ଫ୍ଲାଗମାର୍ଚ୍ଚ ବାହାରି ଲକ୍ଷ୍ମୀ ଟକିଜ ଛକ ଦେଇ ଜିଲ୍ଲା ସ୍କୁଲ ଛକ, ପେନସନ ପଡା, ଦଳେଇପଡା, ସାନସଡକ ଦେଇ କୁଞ୍ଜେଲ ପଡା, ବଡ଼ବଜାର ଦେଇ ମୋଡିପଡ଼ା, ଚର୍ଚ୍ଚ ଛକ, ଅଇଁଠାପାଲି, ଧନକଉଡ଼ା, ଗେଙ୍ଗୁଟିପାଲି, ସୁନାପାଲି ଓ ମୋତିଝରଣ ପର୍ଯ୍ୟନ୍ତ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚରେ୪୦ପ୍ଲାଟୁନ ପୋଲିସ ସହ ଉତ୍ତରାଞ୍ଚଳ ଆଇଜି, ଏସପି, ସିଆରପିଏଫ କମାଣ୍ଡର, ଆରଏଏଫ, ବିଏସଏଫ ସାମିଲ ହୋଇଥିଲେ ।

ବଡ ଧରଣର ଫେକ୍ ବେଟିଂ ଓ ଗେମିଂ ଠକେଇ ରାକେଟର ପର୍ଦ୍ଦାଫାସ୍

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ବଡ ଧରଣର ଫେକ୍ ବେଟିଂ ଓ ଗେମିଂ ଠକେଇ ରାକେଟର ପର୍ଦ୍ଦାଫାସ୍ । ବଲାଙ୍ଗୀର ସଇଁତଳା ଥାନା ପାଇକସମରା ଗାଁର ୨୭ ବର୍ଷୀୟ ଲକ୍ଷେଶ୍ବର ମଲ୍ଲିକଙ୍କୁ ଗିରଫ କଲା ବଲାଙ୍ଗୀର ସାଇବର ପୋଲିସ । ୟୁଟୁବରୁ ଅନଲାଇନ ଗେମ ବିଷୟରେ ଜାଣି ନକଲି ଆପ ଖୋଲି ଠକେଇ କରି ଦୁଇ ବର୍ଷରେ ୧୦ ରୁ ୧୫ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । କରି ସୌଖୀନ ଜୀବନ ବିତାଉଛନ୍ତି ।  ଆପରେ ଥିଲା ୫୦ ଗେମ ।୨୦୨୩ ରୁ ଲୋକଙ୍କୁ ଠକି ଚାଲିଥିଲା ଲକ୍ଷେଶ୍ବର । ବଲାଙ୍ଗୀର ସାଇବର ପୋଲିସ ଚଢାଉ କରି ନଗଦ ୭ ଲକ୍ଷ ଟଙ୍କା ସିଜ କରିଛି । ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ କରିବା ସହ ୪ ଲ୍ୟାପଟପ୍, ୩ଟି ଦାମୀ କାର, ବାଇକ, ସ୍କୁଟି ଜବତ କରିଛି ପୋଲିସ  । ୧୪ ଟି ଦାମୀ ଦାମୀ କମ୍ପାନୀର ମୋବାଇଲ ମଧ୍ୟ ସିଜ୍ କରିଛି ପୋଲିସ  । ଲକ୍ଷେଶ୍ବର ୟୁଟୁବରୁ ଶିଖିଥିଲା ଠକେଇର କୌଶଳ  । ଡୋମେନ କିଣିବା ପୋଷ୍ଟିଂ କରିବା, ରେଫରାଲ କୋର୍ଡ ଆଦି ୟୁଟୁବରୁ ଶିଖିଥିଲା । ତେବେ ଅଧିକ ଟଙ୍କା ଆଶାରେ ଅନଲାଇନ ଗେମ ନଖେଳିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ଏସପି  ।

ଉତ୍ତରପ୍ରଦେଶ ଆଗ୍ରାରେ କରଣୀ ସେନାର ସ୍ଵାଭିମାନ ରାଲି

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଆଗ୍ରାରେ କରଣୀ ସେନାର ସ୍ଵାଭିମାନ ରାଲି। ସ୍ଵାଭିମାନ ରାଲିକୁ ନେଇ ଆଗ୍ରାରେ ସତର୍କଜା ଜାରି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଯେକୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ରହିଚି। ସାଂସଦ ରାମଜୀ ଲାଲ ସୁମନଙ୍କ ଘରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଣା ସାଙ୍ଗାଙ୍କ ଉପରେ ରାଜ୍ୟସଭାରେ ଏସପି ସାଂସଦ ରାମଜୀ ଲାଲ ସୁମନଙ୍କ ବିବାଦୀୟ ବୟାନ ପରେ ହଙ୍ଗାମା ଜୋର ଧରିଛି। ରାଣା ସାଙ୍ଗାଙ୍କ ଜୟନ୍ତୀରେ ରକ୍ତ ସ୍ଵାଭିମାନ ରାଲି ସମ୍ମିଳନୀ କରିଛି କରଣୀ ସେନା। ସଂଧ୍ୟା ପରେ ସାଂସଦଙ୍କ ଘର ଅଭିମୁଖେ ଯାତ୍ରା ବାହାର କରିବାକୁ ଚେତାବନୀ ପରେ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଡ୍ରୋନ ମାଧ୍ୟମରେ ନଜର ରଖାଯାଇଛି। କାର୍ଯ୍ୟକ୍ରମ ସ୍ଥଳରୁ ସହରକୁ ଯାଉଥିବା ରାସ୍ତାରେ ପ୍ରତି ଦୁଇ କିଲୋମିଟର ମଧ୍ୟରେ ଫୋର୍ସ ମୁତୟନ କରାଯାଇଛି। କରଣୀ ସେନାର ଏହି ସ୍ଵାଭିମାନ ରାଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମୀ ପହଞ୍ଚିଥିଲେ। ସହରରେ ୯ କମ୍ପାନୀ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଚାଇବାସାରେ ପୁଣି ନକ୍ସଲଙ୍କ ତାଣ୍ଡବ : ଜଣେ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ଚାଇବାସାରେ ପୁଣି ନକ୍ସଲଙ୍କ ତାଣ୍ଡବ। ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ। ଅନ୍ୟ ଜଣେ ଯବାନ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି। ଜରିଆକେଲାରେ ଆଇଇଡି ବିସ୍ଫୋରଣ କରିଥିଲେ ମାଓବାଦୀ। ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବାବେଳେ ବିସ୍ଫୋରଣ କରିଥିଲେ ମାୱାଦୀ। ଏଥିରେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଂଚି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଛି। ବିସ୍ଫୋରଣ ପରେ  ଆହତ ଯବାନଙ୍କୁ ବିମାନ ଯୋଗେ ରାଞ୍ଚି ପଠାଯାଇଥିଲା। ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବାବେଳେ ନକ୍ସଲ ଆଇଇଡି ବିସ୍ଫୋରଣ କରିଥିଲେ।ଜରିଆକେଲା ଥାନା ଅଞ୍ଚଳର ରାଧାପୋଡା ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଇଥିବାବାବେଳେ ସୁରକ୍ଷା ବାହିନୀର ନକ୍ସଲମାନଙ୍କ ସହ ଏନକାଉଣ୍ଟର ହୋଇଥିଲା। କୋବ୍ରା ଏବଂ ଝାଡ଼ଖଣ୍ଡ ଜାଗୁଆରର ସୈନିକମାନଙ୍କ ଦ୍ୱାରା ଅଞ୍ଚଳରେ ଏବେ ବି ଅପରେସନ୍ ଜାରି ରହିଛି।ମିଳିତ ଅପରେସନ୍ ଟିମ୍ ଗଠନ କରାଯାଇଥିଲା।

ଜାତୀୟ ରାଜପଥ ପ୍ରକଳ୍ପରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା !

ନନ୍ଦିଘୋଷ ବ୍ୟୁରୋ: ଶାସନ ବଦଳିଲା । ଭୁବନେଶ୍ବରରୁ ଦିଲ୍ଲୀ ଚାଲିଲା ଡବଲ ଇଞ୍ଜିନ । ତଥାପି ଜାତୀୟ ରାଜପଥ ପ୍ରକଳ୍ପରେ ଓଡ଼ିଶାକୁ ଅବହେଳା ହିଁ ଅବହେଳା ଦେଖିବାକୁ ମିଳୁଛି । ୨୦୨୪-୨୫ ବର୍ଷରେ ଜାତୀୟ ରାଜପଥ ପ୍ରକଳ୍ପ ବାବଦରେ ସର୍ବଭାରତୀୟ ସ୍ତରରେ ୧୪ ତମ ସ୍ଥାନରେ ରହିଛି ଓଡ଼ିଶା । ଗ୍ରାଣ୍ଡ ରିଙ୍ଗ ରୋଡ, କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ, ଅଟଳ ଏକ୍ସପ୍ରେସ ଭାଗ୍ୟ ଏବେ ବି ଫିଟିପାରୁନି । ରେଳ, କୋଇଲା ଓ ଖଣି ରାଜସ୍ବର ସିଂହ ଭାଗ କେନ୍ଦ୍ର ନେଉଛି । କିନ୍ତୁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ପ୍ରକଳ୍ପରେ ମିଳୁଛି କାଣିଚାଏ । ବିଜେପିର ଖୋଦ ୨୦ ସାଂସଦ ଲୋକସଭାକୁ ଯାଇ କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟବାସୀ ।

ହାତୀ ଭଳି ରାଜସ୍ବ ନେଉଛି କେନ୍ଦ୍ର । ପିମ୍ପୁଡ଼ି ଭଳି ଓଡ଼ିଶା ପାଇଁ ଆବଣ୍ଟନ । ଜାତୀୟ ରାଜପଥ ପ୍ରକଳ୍ପରେ ପୁଣି ଥରେ କେନ୍ଦ୍ର ଅବହେଳା ପଦାକୁ ଆସିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ତଳଆଡ଼ୁ ୧୪ ନମ୍ବର ସ୍ଥାନରେ । ତଥାପି ଖୁସି ରାଜ୍ୟର ବିଜେପି ସରକାର । ଅଭିଯୋଗ ହୋଇଛି, ଆୟତନରେ ଓଡ଼ିଶା ଦେଶ ୮ ନମ୍ବର ରାଜ୍ଯ । ଜନସଂଖ୍ୟା ତୁଳନାରେ ୧୧ ନମ୍ବର । ଓଡ଼ିଶାର କୋଇଲା ଦେଶକୁ ଆଲୋକିତ କରୁଛି । ରେଳ, ଜିଏସ୍ଟି ରାଜସ୍ବରେ କେନ୍ଦ୍ର ଟ୍ରେଜେରୀ ଭରୁଛି । ହେଲେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଅଧପନ୍ତରିଆ । କାହିଁକି ? ଡବଲ ଇଞ୍ଜିନ ସରକାର ପରେ ବି ଏ ଅବହେଳା କଣ ପାଇଁ ?  ଏ ନେଇ ପ୍ରଶ୍ନ ଉଠାଇଲେଣି ବିଶେଷଜ୍ଞ । ତଥ୍ୟ ଦେଇ କହିଛନ୍ତି ୨୦୨୩-୨୪ରେ ଓଡ଼ିଶା ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସଡ଼କ ପରିବହନ ପକ୍ଷରୁ ଏତେ କମ୍ ବଜେଟ୍ ପାଇଥିଲା ଅନ୍ୟ ରାଜ୍ୟ ତୁଳନାରେ ଏହା ୧୬ ନମ୍ବର ସ୍ଥାନରେ ଥିଲା । କେରଳ ଭଳି ଛୋଟିଆ ରାଜ୍ୟରୁ ଅଳ୍ପ ସଂଖ୍ୟକ ସାଂସଦ ଥାଇ ୧୦ ହଜାର କୋଟି ଟାଣି ଆଣିପାରିଲେ । ଅଥଚ ଓଡ଼ିଶାର ସାଂସଦଙ୍କ ମୁହଁରୁ ସଂସଦରେ ପଦୁଟିଏ ଏକ୍ସପ୍ରେସ ରାସ୍ତା ନେଇ ମୁହଁ ଖୋଲୁନି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯେପରି କାହାରି ଆଖିକୁ ଦେଖାଯାଉନି । ମାଲକାନଗିରିର ମୋଟୁରୁ ମୟୂରଭଞ୍ଜର ତିରିଙ୍ଗି ୬ ଲେନ୍ ବିଶିଷ୍ଟ ଅଟଳ ଏକ୍ସପ୍ରେସ ଓ୍ବେ କୁଆଡ଼େ ଗଲା ? କୁଆଡ଼େ ଗଲା ଗ୍ରାଣ୍ଡ ରିଙ୍ଗ ରୋଡ ପ୍ରକଳ୍ପ । କ୍ୟାପିଟାଲ ରିଙ୍ଗ ରୋଡ ଭାଗ୍ୟ କଥା ତ ସମସ୍ତେ ଜାଣନ୍ତି ।

ରାଜ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଜଳ ଜଳ ଦିଶୁଛି । ୧୩ ଜାତୀୟ ରାଜପଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଡେଡ୍ଲାଇନ୍ ଘୁଞ୍ଜି ଘୁଞ୍ଚି ଯାଉଛି । ମରଣଯନ୍ତା ପାଲଟିଥିବା କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ୨୦୨୦ ମସିହାରେ ସମ୍ପୂର୍ଣ୍ଣ ହେବାର ଥିଲା । କେତେ ଡେଡ୍ଲାଇନ୍ ଚାଲିଗଲାଣି । ଏବେ ଚଳିତମାସରେ ସମ୍ପୂର୍ଣ୍ଣ ହେବା ନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ପୁଣି ଥରେ ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ବି କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଦୃଢ଼ ଦାବି ରଖୁନାହାନ୍ତି । ପ୍ରକଳ୍ପ ଘୋଷଣା କରିବାରେ କେନ୍ଦ୍ର ସରକାର ସିଦ୍ଧହସ୍ତ । କିନ୍ତୁ ବଜେଟ୍ ଦେଉନାହାଁନ୍ତି । ବଜେଟ୍ ଆସିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଭିନ୍ନ ଅଥରିଟିଙ୍କ NOC ଆଣିବାରେ କାଳ ବିଳମ୍ବ କରିଚାଲିଛନ୍ତି । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଏକ ପ୍ରକାର ପାତର ଅନ୍ତରର ଶିକାର ହେଉଥିବା ଅଭିଯୋଗ ହୋଇଛି । ରାଜ୍ୟର ସିଙ୍ଗଲ ଇଞ୍ଜିନ ସରକାର ଥିଲା । ଚିଠି ଲେଖି ଚାପ ପକାଇ କ୍ଲିୟରାନ୍ସ୍ ଆଣୁଥିଲେ । ଏବେ ୧୦ ମାସ ହେଲାଣି ଡବଲ ଇଞ୍ଜିନ ସରକାର ଚୁପ ବସିଛନ୍ତି । ଗମନାଗମନର ବିକାଶ ନ ହୋଇ କିପରି ରାଜ୍ୟର ଅଭିବୃଦ୍ଧି ହେବ ? ବିକଶିତ ଓଡ଼ିଶାର ରୋଡ ମ୍ୟାପ୍ କଣ ଏୟା ବୋଲି ପ୍ରଶ୍ନ ଉଠିଛି । ବୁଦ୍ଧିଜୀବୀଙ୍କ ମତ, ଓଡ଼ିଶାର ଅର୍ଥନୀତି ସବୁବେଳେ ରାଜନୀତିର ଶିକାର ହୋଇଚାଲିଛି । ଏପରି ଚାଲିଲେ ରାଜ୍ୟର ବିକାଶ ଏକ ସ୍ଲୋଗାନ୍ରେ ହିଁ ରହିଯିବ ।

ଆୟୁଷ୍ମାନରେ ସମସ୍ୟା ଅନେକ, ସମାଧାନ କଷ୍ଟ : BSKYକୁ ପ୍ରଶଂସା କଲେ କଂଗ୍ରେସ, ବାମଦଳ ଓ ଆପ୍

ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ ଲୋକେ ଆୟୁଷ୍ମାନ ଯୋଜନାର ତୁଳନା କରୁଛନ୍ତି । କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ବାମ ଦଳ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କରିଥିବା ବେଳେ ଆୟୁଷ୍ମାନ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଏସକେଓ୍ବାଇର ସଫଳତା ପ୍ରମାଣିତ ହୋଇଥିବା ବେଳେ ଆୟୁଷ୍ମାନ ଭାରତରେ ଅନିୟମିତତା କଥା ଉଠାଇଛନ୍ତି ସିଏଜି । ହିତାଧିକାରୀ ଚୟନ ଠାରୁ ଆରମ୍ଭ କରି ଭିତ୍ତିଭୂମି, ଅଭିଯୋଗ ସମାଧାନ ଠାରୁ ଅନୁବନ୍ଧିତ ହସ୍ପିଟାଲ ଯାଏଁ ଅନ୍ୟ ରାଜ୍ୟରେ ଆୟୁଷ୍ମାନର ଅନିୟମିତତା କଥା ସିଏଜି ଉଠାଇଥିବାରୁ ଓଡ଼ିଶାବାସୀଙ୍କ କି ଅବସ୍ଥା ହେବ ବୋଲି ବିଜେଡି ଉଦବେଗ ପ୍ରକାଶ କରିଛି ।

ଆୟୁଷ୍ମାନ ଯୋଜନା ଠାରୁ ବହୁଗୁଣରେ ଭଲଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଗରିବ ଲୋକଙ୍କ ସାହାରା ସାଜିଥିଲା ବିଏସକେଓ୍ବାଇ। ଆୟୁଷ୍ମାନ ଯୋଜନାରେ ଦ୍ବନ୍ଦ୍ବ ଅନେକ । ସମସ୍ୟା ଅନେକ । ସମାଧାନର ବାଟ ବି କ୍ଲିଷ୍ଟ । କଂଗ୍ରେସ, ବାମଦଳ ଓ ଆପ୍ ବିଏସକେଓ୍ବାଇ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଯୋଜନା ଲାଗୁ କରିବା ପାଇଁ ବିଜେପି ଯେତେ ତରବର, ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ସେତିକି କୁଣ୍ଠାବୋଧ । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ପାଇଁ ଗୁଡ଼ାଏ ସର୍ତ୍ତ ଥିବାରୁ ଗରିବ ଏହାର ଫାଇଦା ପାଇବାରୁ ବଞ୍ଚିତ ହେବେ । ଆୟୁଷ୍ମାନ ଯୋଜନା ବିଜେପି ସରକାରର ଏକ ଫମ୍ପା ଆଓ୍ବାଜ। ଏପ୍ରିଲ ୧୧ ତାରିଖ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜାଗାରେ ଏହାକୁ ନେଇ ଦ୍ବନ୍ଦ୍ବ, ଅସନ୍ତୋଷ ଦେଖାଦେଇଛି ।

ବିଜେପି ଗୁଜରାଟର ବିକାଶ ମଡେଲ ଏବଂ ଆୟୁଷ୍ମାନ ଯୋଜନାକୁ ନେଇ ଅନେକ ପ୍ରଚାର କରୁଥିବା ବେଳେ ଗୁଜରାଟରେ ଆୟୁଷ୍ମାନର ବିଫଳତା, ହେରଫେର କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ଗୁଜରାଟ ନୁହେଁ, ବିଜେପି ଶାସିତ ରାଜ୍ୟରେ ଆୟୁଷ୍ମାନ ଯୋଜନାର ଅନିୟମିତତା କଥା ବି ସିଏଜି ଉଠାଇଛନ୍ତି। ନଜର ପକାନ୍ତୁ, ସିଏଜିର ଏହି ରିପୋର୍ଟ ଉପରେ। ଏଥିରେ ଆୟୁଷ୍ମାନ ଯୋଜନାରେ ହିତାଧିକାରୀ ଚୟନ, ହସ୍ପିଟାଲ ଭିତ୍ତିଭୂମି ଓ ପରିଚାଳନା, ଅନୁବନ୍ଧିତ ଡାକ୍ତରଖାନା, ବୀମା ପରିଚାଳନା, ଅଭିଯୋଗ ସମାଧାନ ମେକାନିଜିମର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି। ବିଜେଡି ଏହାକୁ ପ୍ରସଙ୍ଗ କରିବା ସହ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଆୟୁଷ୍ମାନକୁ ନେଇ ଅରାଜକତା ଦେଖାଦେବ ବୋଲି ଆଶଙ୍କା କରିଛି । ଆୟୁଷ୍ମାନ ଓଡ଼ିଶା ପାଇଁ ଅଭିଶାପ ହେବନି ତ ବୋଲି ପ୍ରଶ୍ନ କରିଛି ସିପିଆଇ ।

ବିଏସକେଓ୍ବାଇ ହେଉ କି ରାସନ କାର୍ଡ ପାଖରେ ଥିଲେ ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ଲୋକଙ୍କ ଚିନ୍ତାନଥିଲା । ହେଲେ ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟବାସୀ ଚିନ୍ତାରେ । ଏହାର କାର୍ଯ୍ୟକାରିତାକୁ ଅନେକ ଦ୍ବନ୍ଦ୍ବ ଥିବାରୁ ସାଧାରଣ ଲୋକ କଣ କରିବେ କଣ ନକରିବେ ସେହି ଆଶା ଆଶଙ୍କାରେ ରହିଛନ୍ତି ।

ଶୁଭମନ ଗିଲଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଗୁଜୁରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ୍ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । rଳକୁ ବିଜୟୀ କରିବା ସହ ବ୍ୟକ୍ତିଗତଭାବେ ଭଲ ଖୋଳୁଥିବା ଶୁଭମନ ଗିଲ ପ୍ରଥମ ଖେଳାଳିଭାବେ ଗୁଜୁରାଟ ଜାଏଣ୍ଟ୍ସ ପକ୍ଷରୁ ୨୦୦୦ ଜହାର ରନ ପୂରଣ କରିଛନ୍ତି । ଗୁଜୁରାଟ ଜାଏଣ୍ଟ୍ସ ପକ୍ଷରୁ ପକ୍ଷରୁ କୌଣସି ଖେଳାଳି ନିଜ ଦଳ ପାଇଁ ଏତେ ସ୍କୋର କରିନାହାନ୍ତି । ୩ଟି ସିଜିନରେ ସେ ଏହି ସ୍କୋର କରିପାରିଛନ୍ତି । ୨୦୧୮ ମେଗା ନିଲାମିରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ପ୍ରଥମେ କିଣିଥିଲା । ଏହାପରେ ନୂଆ ଫ୍ରାଞ୍ଚାଇଜ୍ ଭାବେ ଉଭା ହୋଇଥିବା ଗୁଜୁରାଟ ଜାଏଣ୍ଟ୍ସ ତାଙ୍କୁ ୨୦୨୨ ମସିହାରେ ୮ କୋଟି ଟଙ୍କାରେ କିଣିଥିଲା । ଏହାପରଠାରୁ ସେ ଏହି ଦଳରେ ରହିଛନ୍ତି । ପ୍ରଥମ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଖେଳୁଥିଲେ । ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା । ମାତ୍ର ପାଣ୍ଡ୍ୟା ଦଳ ଛାଡ଼ିବା ପରେ ଗିଲ ଏବେ ଅଧିନାୟକ ପଦ ସମ୍ଭାଳୁଛନ୍ତି । ଚଳିତ ସିଜିନରେ ତାଙ୍କ ଅଧିନାୟକତ୍ବରେ ଦଳ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଲା କାଳବୈଶାଖୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଜି କାଳବୈଶାଖୀ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ଵରରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଜାରି ରହିଛି । ସେପଟେ ନୀଳଗିରିରେ ବିଜୁଳି ଘଡ଼ଘଡ଼ିରେ ଜଳିଲା କୁଳଢ଼ିଆ ଅଭୟାରଣ୍ୟର ଦେବଗିରି ପାହାଡ଼ । ଏହା ସହିତ ମୂଲ୍ୟବାନ ଗଛପତ୍ର ମଧ୍ୟ ଜଳିଯାଇଛି । ବର୍ଷା ସାଙ୍ଗକୁ ଅଞ୍ଚଳରେ ବଢ଼ିଚାଲିଛି ପବନ, ବିଜୁଳି ଘଡ଼ଘଡିର ପ୍ରକୋପରେ ବ୍ୟାପି ଚାଲିଛି ନିଆଁ । ଏହା ସହିତ  କରଞ୍ଜିଆ ଏବଂ ଆଖ ପାଖ ଅଞ୍ଚଳରେ କାଳ ବୈଶାଖୀ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । କରଞ୍ଜିଆ ସମେତ ରରୁଆଁ, ଶୁକୃଳି ଅଞ୍ଚଳରେ ପ୍ରବଳ ଚ୍ଛେଚିଲା ବର୍ଷା ଗ୍ରୀଷ୍ମ ପ୍ରବାହରୁ ଅଞ୍ଚଳବାସୀଙ୍କୁ ଅlଶ୍ଵସ୍ଥି ମିଳିଛି l ଗଞ୍ଜାମର ଦିଗପହଣ୍ଡିରେ ଲଗାଣ ବର୍ଷାଜାରି ରହିଛି । ପ୍ରବଳ ବର୍ଷା ପବନ ଯୋଗୁଁ ମୁଖ୍ୟ ଉପରେ ଗଛ ଉପୁଡ଼ି ପଡ଼ିଥିଲା । ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁଖ୍ୟ ରାସ୍ତାରୁ ରୋଡ଼ ପାର୍ଶ୍ଵକୁ ପଶିଯାଇଛି । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ କୁଆପଥର ମାଡ଼ ସହିତ ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡି । ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଗଛ ହଟାଇବାକୁ ଉଦ୍ୟମ କରୁଛନ୍ତି । କଟର ମେସିନ ସାହାଯ୍ୟରେ ଗଛ କାଟି ହଟାଇବାକୁ ଉଦ୍ୟମ କରୁଛନ୍ତି ।