spot_img
Home Blog Page 862

ଶୁଭମନ ଗିଲଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଗୁଜୁରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ୍ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । rଳକୁ ବିଜୟୀ କରିବା ସହ ବ୍ୟକ୍ତିଗତଭାବେ ଭଲ ଖୋଳୁଥିବା ଶୁଭମନ ଗିଲ ପ୍ରଥମ ଖେଳାଳିଭାବେ ଗୁଜୁରାଟ ଜାଏଣ୍ଟ୍ସ ପକ୍ଷରୁ ୨୦୦୦ ଜହାର ରନ ପୂରଣ କରିଛନ୍ତି । ଗୁଜୁରାଟ ଜାଏଣ୍ଟ୍ସ ପକ୍ଷରୁ ପକ୍ଷରୁ କୌଣସି ଖେଳାଳି ନିଜ ଦଳ ପାଇଁ ଏତେ ସ୍କୋର କରିନାହାନ୍ତି । ୩ଟି ସିଜିନରେ ସେ ଏହି ସ୍କୋର କରିପାରିଛନ୍ତି । ୨୦୧୮ ମେଗା ନିଲାମିରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ପ୍ରଥମେ କିଣିଥିଲା । ଏହାପରେ ନୂଆ ଫ୍ରାଞ୍ଚାଇଜ୍ ଭାବେ ଉଭା ହୋଇଥିବା ଗୁଜୁରାଟ ଜାଏଣ୍ଟ୍ସ ତାଙ୍କୁ ୨୦୨୨ ମସିହାରେ ୮ କୋଟି ଟଙ୍କାରେ କିଣିଥିଲା । ଏହାପରଠାରୁ ସେ ଏହି ଦଳରେ ରହିଛନ୍ତି । ପ୍ରଥମ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଖେଳୁଥିଲେ । ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା । ମାତ୍ର ପାଣ୍ଡ୍ୟା ଦଳ ଛାଡ଼ିବା ପରେ ଗିଲ ଏବେ ଅଧିନାୟକ ପଦ ସମ୍ଭାଳୁଛନ୍ତି । ଚଳିତ ସିଜିନରେ ତାଙ୍କ ଅଧିନାୟକତ୍ବରେ ଦଳ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଲା କାଳବୈଶାଖୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଜି କାଳବୈଶାଖୀ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ଵରରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଜାରି ରହିଛି । ସେପଟେ ନୀଳଗିରିରେ ବିଜୁଳି ଘଡ଼ଘଡ଼ିରେ ଜଳିଲା କୁଳଢ଼ିଆ ଅଭୟାରଣ୍ୟର ଦେବଗିରି ପାହାଡ଼ । ଏହା ସହିତ ମୂଲ୍ୟବାନ ଗଛପତ୍ର ମଧ୍ୟ ଜଳିଯାଇଛି । ବର୍ଷା ସାଙ୍ଗକୁ ଅଞ୍ଚଳରେ ବଢ଼ିଚାଲିଛି ପବନ, ବିଜୁଳି ଘଡ଼ଘଡିର ପ୍ରକୋପରେ ବ୍ୟାପି ଚାଲିଛି ନିଆଁ । ଏହା ସହିତ  କରଞ୍ଜିଆ ଏବଂ ଆଖ ପାଖ ଅଞ୍ଚଳରେ କାଳ ବୈଶାଖୀ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । କରଞ୍ଜିଆ ସମେତ ରରୁଆଁ, ଶୁକୃଳି ଅଞ୍ଚଳରେ ପ୍ରବଳ ଚ୍ଛେଚିଲା ବର୍ଷା ଗ୍ରୀଷ୍ମ ପ୍ରବାହରୁ ଅଞ୍ଚଳବାସୀଙ୍କୁ ଅlଶ୍ଵସ୍ଥି ମିଳିଛି l ଗଞ୍ଜାମର ଦିଗପହଣ୍ଡିରେ ଲଗାଣ ବର୍ଷାଜାରି ରହିଛି । ପ୍ରବଳ ବର୍ଷା ପବନ ଯୋଗୁଁ ମୁଖ୍ୟ ଉପରେ ଗଛ ଉପୁଡ଼ି ପଡ଼ିଥିଲା । ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁଖ୍ୟ ରାସ୍ତାରୁ ରୋଡ଼ ପାର୍ଶ୍ଵକୁ ପଶିଯାଇଛି । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ କୁଆପଥର ମାଡ଼ ସହିତ ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡି । ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଗଛ ହଟାଇବାକୁ ଉଦ୍ୟମ କରୁଛନ୍ତି । କଟର ମେସିନ ସାହାଯ୍ୟରେ ଗଛ କାଟି ହଟାଇବାକୁ ଉଦ୍ୟମ କରୁଛନ୍ତି ।

ରାୟଗଡାରେ ପଥର ମାଫିଆଙ୍କ ରାଜ: ବନ୍ଦ ପଡିଥିବା ୨୮ଟି ଖଣି ଖାଦାନରୁ ବେଧଡକ ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ସକ୍ରିୟ ପଥର ମାଫିଆ । ବେଧଡକ ଭାବେ ଲୁଟିନେଉଛନ୍ତି ପଥର । ରାୟଗଡାରେ ନିଲାମ ଅବଧି ସରିଯାଇଥିବା ଖଣି ଖାଦାନରୁ ଲୁଟ୍ । ଚୋରା ଚାଲାଣରେ ବ୍ରେକ୍ ଲଗାଇବାରେ ଅସମର୍ଥ ବିଭାଗ । ଯାହା ଫଳରେ ଖଣି ମାଫିଆ ମାଲାମାଲ ହେଉଥିବା ବେଳେ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର ।

ମାତିଛନ୍ତି ପଥର ମାଫିଆ । ବେଧଡକ ଲୁଟିନେଉଛନ୍ତି ପଥର । ଚୋରାଚାଲାଣରେ ବ୍ରେକ ଲଗାଇବାରେ ଅସମର୍ଥ ବିଭାଗ । ଏବେ ପଥର ମାଫିଆଙ୍କ ଚରାଭୂମି ପାଲଟିଛି ରାୟଗଡା ଜିଲ୍ଲା । ସରକାରଙ୍କ ସବୁ ନିୟମକୁ ଫୁ କରି ବନ୍ଦ ପଡିଥିବା ୨୮ଟି ପଥର ଖାଦାନରୁ ବେଆଇନ ଭାବେ ପଥର ଲୁଟିନେଉଛନ୍ତି ମାଫିଆ । ରାତିରେ ବ୍ଲାଷ୍ଟିଂ କରି ଟିପ୍ପର ଯୋଗେ ଚୋରା ଚାଲାଣ କରାଯାଉଛି । ନିଲାମ ଅବଧି ସରିଯାଇଥିବା ଖଣି ଖାଦାନରୁ ପୁନର୍ବାର ନିଲାମ ନକରି ନିଲାମକାରୀଙ୍କ ସହ ମିଳିମିଶି ବିଭାଗୀୟ ଅଧିକାରୀ ପଥର ଲୁଟିନେଉଥିବା ଅଭିଯୋଗ ।

ଖଣି ଅଧିକାରୀଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାରେ ସମୁଦାୟ ୮୮ ଟି ପଥର ଖାଦାନ ରହିଥିବା ବେଳେ ସେଥିମଧ୍ୟରୁ ୬୦ଟି ପଥର ଖାଦାନ ଚାଲୁଛି । ବାକି ୨୮ଟି ବନ୍ଦ ରହିଛି । ପଥର ଖାଦାନ ଯେତେବେଳେ ତହସିଲ ଅଧୀନରେ ଥିଲା ସେତେବେଳେ ଅଧିକ ପରିମାଣର ରାଜସ୍ୱ ଆଦାୟ ହୋଇଥିଲା । ୨୦୨୨-୨୩ ରେ ୩ କୋଟି ୫୩ ଲକ୍ଷ ୭୯ ହଜାର ୪୧୫ଟଙ୍କା ଓ ୨୦୨୩-୨୪ରେ ୪ କୋଟି ୪୭ ଲକ୍ଷ ୯୦ ହଜାର ୬୮ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । କିନ୍ତୁ ୨୦୨୩-୨୪ ମସିହା ଜୁନ ମାସରେ ପଥର ଖାଦାନ ଗୁଡିକ ତହସିଲ କାର୍ଯ୍ୟାଳୟ ଅଧିନରୁ ଖଣି ଅଧିକାରୀଙ୍କ ଅଧିନକୁ ଆସିବା ପରେ ରାଜସ୍ୱ ପରିମାଣ କମିଯାଇଛି । ଏପଟେ ଖଣି ଅଧିକାରୀ କହିଛନ୍ତି, ଆମ ଅଧୀନରେ ଥିବା ସମସ୍ତ କୁଆଁରୀ ଅବଧି ସରିନାହିଁ । ଏଠି ପ୍ରଶ୍ନ ଉଠୁଛି- ପଥର ଖାଦାନାରେ ବେଧଡ଼କ ଲୁଟ ଚାଲିଥିଲେ ବି ବିଭାଗୀୟ ଅଧିକାରୀ ଚୁପ କାହିଁକି ? ନା ପଥର ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଚୋରା ଚାଲାଣ ।

ଭଙ୍ଗା ବାରଣ୍ଡାରେ ଚାଲିଛି ପାଠପଢା: ମୟୂରଭଞ୍ଜ ଜିଲ୍ଲା ଡାହିସାହି ଗାଁରେ ଦିଗହରା ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜର ଜିଲ୍ଲାରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । କୁଳିଅଣା ବ୍ଲକ ଡାହିସାହି ଗାଁରେ ଅଙ୍ଗନବାଡି ଘର ବିପଦଶଙ୍କୁଳ ହୋଇପଡିଥିବାରୁ ଭଙ୍ଗା ବାରଣ୍ଡାରେ ଚାଲିଛି ଶିଶୁଙ୍କ ପାଠପଢା । ଏଭଳି ପରିସ୍ଥିତିରେ ଛୁଆମାନଙ୍କୁ ମାଆମାନେ ଅଙ୍ଗନବାଡିକୁ ପଠାଇବାକୁ ଅସୁରକ୍ଷିତ ମନେ କରୁଛନ୍ତି ।

କାନ୍ଥ ଗୁଡିକ ଫାଟି ଆଁ କରିଛି । ଛାତ ମଧ୍ଯ ଭାଙ୍ଗିଗଲାଣି । କ୍ଯାମ୍ପସ କଥା ନକହିବା ଭଲ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗାଂଗରାଜ ପଞ୍ଚାୟତର ଡାହିସାହି ଗାଁରେ ଥିବା ଅଙ୍ଗନବାଡିର । କେନ୍ଦ୍ରଟି ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଛୁଆମାନଙ୍କୁ ମାଆମାନେ ଅଙ୍ଗନବାଡିକୁ ପଠାଇବାକୁ ଅସୁରକ୍ଷିତ ମନେ କରୁଛନ୍ତି । କିଛି ମାଆ ମାନେ ସେମାନଙ୍କ ପିଲାମାନଙ୍କୁ ସାଙ୍ଗରେ ଆଣି ଅଙ୍ଗନବାଡି କେନ୍ଦ୍ରରେ ବସି ରହୁଛନ୍ତି । ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମୟୂରଭଞ୍ଜ ଜିଲ୍ଲାରେ ୫ ହଜାର ୧୫୨ ଟି ଅଙ୍ଗନବାଡି ରହିଛି । ତା ମଧ୍ଯରୁ ୩୫୫ଟି ଅଙ୍ଗନବାଡିକୁ ମଡେଲ ଅଙ୍ଗନବାଡି ଭାବରେ ମନୋନୀତ କରାଯାଇଥିଲା । ତାର ନବୀକରଣ ପାଇଁ ପ୍ରତି ଅଂଗନବାଡିକୁ ୧୫ ଲକ୍ଷ ଲେଖାଏଁ ଆର୍ଥିକ ଅନୁଦାନ ଗତ ୨୦୧୯-୨୦ ମସିହାରେ ଦିଆଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫୩ଟି ଅଙ୍ଗନବାଡି କେନ୍ଦ୍ର ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ କୁହାଯାଉଛି । ଏନେଇ ପୂର୍ବତନ ମହିଳା ଓ ଶିଶୁକଲ୍ଯାଣ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର । ପ୍ରାକ ଶିକ୍ଷା ବା ଅଙ୍ଗନବାଡି ବିଭାଗ ଦାୟିତ୍ଵରେ ଖୋଦ ଉପମୁଖ୍ୟମନ୍ତ୍ରୀ ରହିଥିବା ସତ୍ତ୍ଵେ ଏହା ଉପରେ ନଜର ନେଦେବା ବାସ୍ତବିକ ଉଦବେଗର ବିଷୟ ।

ଗାଁରେ ନାହିଁ ପାନୀୟ ଜଳର ସୁବିଧା, ଆଜି ବି ଅନ୍ଧାରରେ ଜୀବନ କାଟୁଛନ୍ତି ଉପାନ୍ତବାସୀ

ନନ୍ଦିଘୋଷ ବ୍ୟୁରୋ: ଆଜି ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉପାନ୍ତବାସୀ । ପିଇବା ପାଇଁ ବିଶୁଦ୍ଧ ଜଳ ତ ଦୂରର କଥା ନଦୀ ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ । ରାତିରେ ଅନ୍ଧାରି ଜୀବନ ବିତାଉଛନ୍ତି । ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ।

ବିକାଶ ପାଲଟିଛି ସାତସପନ । ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉପାନ୍ତବାସୀ । ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଅନ୍ତର୍ଗତ ଗାନ୍ଦୁରି ଗାଁ । ଏଠାରେ ୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ଦୁଃଖର ବିଷୟ ଏଠାରେ ଆଜି ପର୍ଯ୍ଯନ୍ତ ପହଞ୍ଚି ପାରିନି ମୌଳିକ ସୁବିଧା ସୁଯୋଗ । ଗାଁରେ ପାନୀୟ ଜଳ ସୁବିଧା ନଥିବାରୁ ଲୋକେ ନଦୀ ପାଣି ଆଣି ବ୍ଯବହାର କରୁଛନ୍ତି । ବିଦ୍ୟୁତ ସେବା ତ ନକହିବା ଭଲ, ଲାଇଟ ଦେଖିବା ଯେପରି ଏମାନଙ୍କ ପାଇଁ ସାତସପନ ପାଲଟିଛି । ଖାଲି ଏତିକି ନୁହେଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ଟିଏ ନଥିବାରୁ ୪କିଲୋମିଟର ପାହାଡି ଅଙ୍କାବଙ୍କା ରାସ୍ତା ଦେଇ ପାଠପଢିବାକୁ ଯାଉଛନ୍ତି କୋମଳମତି ପିଲା ।

ଗାଁରେ ଥିବା ସମସ୍ଯାର ସମାଧାନ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଲୋକେ । ହେଲେ ଖାଲି ପ୍ରତିଶୃତି ମିଳିଥିବା ବେଳେ ଫଳ ଶୂନ । ଏଣୁ ଅତିଶୀଘ୍ର ଗାଁକୁ ସମସ୍ତ ସୁବିଧା ସୁଯୋଗ ଯୋଗେଇ ଦେବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କ୍ଯାମେରା ସମ୍ମୁଖରେ କିଛି ନକହି ତୁରନ୍ତ ପାଣି ସମସ୍ଯା ଓ ବିଦ୍ଯୁତ ସମସ୍ଯା ଦୂର ହେବ ବୋଲି କହିଛନ୍ତି ।

ଧୋନୀ ଏବଂ ସିଏସକେକୁ ନେଇ ଏମିତି କହିଲେ ସେହଓ୍ବାଗ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ୫ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚରେ ବିଜୟ ପରେ କିନ୍ତୁ ଲଗାତାର ୫ଟି ପରାଜୟ ବରଣ କଲାଣି । ଶୁକ୍ରବାର କେକେଆର ବିପକ୍ଷରେ ଦଳର ପ୍ରଦର୍ଶନ ଯେଭଳି ଥିଲା ଏହା ଫ୍ୟାନ୍ସଙ୍କୁ ବେଶ ଦୁଃଖିତ କରିଛି ନିଶ୍ଚୟ । ମାତ୍ର ୧୦୩ ରନର ବିଜୟ ଲକ୍ଷ ରହିଥିଲା ଚେନ୍ନାଇ । ତାହା ପୁଣି ନିଜର ହୋମ ଗ୍ରାଉଣ୍ଡ କୁହାଯାଉଥିବା ଚେପକରେ । ଯାହାକୁ ନେଇ ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ସମାଲୋଚନା କରିଛନ୍ତି । ତେବେ ଏହି ମ୍ୟାଚରେ ଧୋନୀ ସୁନୀ ନାରାୟଣଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ । ଧୋନୀ ରିଭ୍ୟୁ ନେଇଥିଲେ । ମାତ୍ର ଥାର୍ଡ ଅମ୍ପାୟାର ଫିଲ୍ମ ଅମ୍ପାୟାରଙ୍କ ନିଷ୍ପତ୍ତିରେ ହଁ କରିଥିଲେ ଏବଂ ଆଉଟ୍ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏଭଳି ଲାଗିଥିଲା କି ଅଳ୍ପଟିକେ ବ୍ୟାଟରେ ବାଜିଥିଲା ।

ଯାହାକୁ ନେଇ ଚେନ୍ନାଇ ଫ୍ୟାନ୍ସମାନେ ଦୁଃଖିତ ଥିଲେ । ମାତ୍ର ବିରେନ୍ଦ୍ର ସେହଓ୍ବାଗ କହିଛନ୍ତି କି, ଯଦି ଧୋନୀ ଥାଆନ୍ତେ ତାହେଲେ ଦଳ ବେଶି ହେଲେ ୧୩୦ ଭିତରେ ରହିଥାନ୍ତା । ମାତ୍ର କୋଲକାତା ଏବେ ୫୯ ବଲ ପୂର୍ବରୁ ବିଜୟ ହାସଲ କରିଛି । କିନ୍ତୁ ଆଉ କିଛି ବଲ ଆବଶ୍ୟକ ହୋଇଥାନ୍ତା । କିନ୍ତୁ ଦଳର ଖରାପ ପ୍ରଦର୍ଶନ ପାଇଁ ଦଳ ପରାଜୟ ବରଣ କରୁଛି ବୋଲି ଦଳ ଏବଂ ଧୋନୀଙ୍କ ସମାଲୋଚନା କରିଛନ୍ତି ସେହଓ୍ବାଗ ।

ଚାକିରିରୁ ବିଦା ହେଲେ ୩ ଜଣ IRB ଯବାନ

ନନ୍ଦିଘୋଷ ବ୍ୟୁରୋ: ଚାକିରିରୁ ବିଦା ହେଲେ ୩ ଜଣ IRB ଯବାନ । ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କଲେ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ । ଗଞ୍ଜେଇ କାରବାରରେ ଲିପ୍ତଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତଥିବାରୁ ୩ଜଣ ଯବାନ ନିଲମ୍ବନ ହୋଇଥିଲେ । ମନମୁଣ୍ଡା ପୋଲିସ ବାରାକରେ ଚଢ଼ାଉ କରି ତିନିଜଣ ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସିପି । ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା । ତେବେ ତିନି ଯବାନ ଚାକିରୀରୁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି ।

ପୋଲାଭରମ ପ୍ରକଳ୍ପ ପରେ ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର : ବିଜେପି ସରକାରଙ୍କ ଉପରେ ବର୍ଷିଲା ସିପିଆଇ

ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ଗୋଟିଏ ପରେ ଗୋଟିଏ ପାଦ ମାଡ଼ି ଚାଲିଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର କ୍ଷତିକୁ ଖାତିର ନ କରି ଏବେ ଆଉ ଏକ ନୂଆ ପୋଲାଭରମ ବନକଚାରଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ଏକ ନୂଆ କର୍ପୋରେସନ ଗଠନ କରିଛନ୍ତି । ଜଳହାରଥୀ କର୍ପୋରେସନ ନାଁରେ ଗଠିତ ହୋଇଛି ଏହି କର୍ପୋରେସନ। ଯାହାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛି ସିପିଆଇ। ପୂର୍ବରୁ ୧୬ ହଜାର କୋଟି ନେଇଛନ୍ତି। ସରକାର ଭାଙ୍ଗିବା ଭୟରେ କେନ୍ଦ୍ର ବିଜେପି ସରକାର ମଧ୍ୟ ସହାୟତା ଦେଇ ଚାଲିଛି। ଆନ୍ଧ୍ର ଯାହା କହୁଛି କେନ୍ଦ୍ରର ବିଜେପି ମାନିଚାଲିଛି। ମାଲକାନଗିରି ବ୍ୟାପକ କ୍ଷତି ସହିବ।  ପୂର୍ବରୁ ଓଡ଼ିଶା ସରକାରକୁ ବିଜେପି ଦୋଷ ଦେଉଥିଲା । କିନ୍ତୁ ଏବେ କଣ ଅସୁବିଧା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ। ତେଣୁ ବିଜେପି ସରକାରଙ୍କ ଏହି ନୀତି ବିରୋଧରେ ଏକ ବିଶାଳ ଜନ ଆନ୍ଦୋଳନର ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଲୋକସଭାରେ ମଧ୍ୟ ଓଡ଼ିଶାର ସ୍ୱର କ୍ଷୀଣ ହୋଇଗଲା ବୋଲି  ଅଭିଯୋଗ ହେଲା । ତେଣୁ ବିଜେପି ଏବେ ଏକଛତ୍ରବାଦ ଶାସନ ଚଳାଇଛି । ଆନ୍ଧ୍ର ସରକାର ପୋଲାଭରମ ଲିଙ୍କ ପ୍ରକଳ୍ପ ପାଇଁ କରିଥିବା ଜଳହାରଥୀ କର୍ପୋରେସନ କମ୍ପାନିଜ ଆକ୍ଟ ଅନୁଯାୟୀ କରାଯାଇଥିବା ବେଳେ ଏହି କର୍ପୋରେସନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଧ୍ୟକ୍ଷ ଓ ଆନ୍ଧ୍ର ଜଳସମ୍ପଦ ମନ୍ତ୍ରୀ ଉପାଧ୍ୟକ୍ଷ ରହିଛନ୍ତି।

କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ ଚେହେରା ? ଇଣ୍ଡିଆ ମେଣ୍ଟରେ ଛିଡ଼ୁନି ବିବାଦ!

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ବିହାର ନିର୍ବାଚନ । ଭୋଟରଙ୍କ ମନ ଜିଣିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇ ଗଲାଣି ପ୍ରତିଯୋଗିତା । ଏବେଠାରୁ କିଏ ରାଲି କରୁଛି ତ ଆଉ କିଏ ସଭା ସମିତି କରୁଛି । ତେବେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢ଼ୁଥିବାବେଳେ ବିହାରରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ଆଗକୁ ଆଣିବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବ ଆଗରେ ରହିଥିବାବେଳେ ଏଯାବତ କଂଗ୍ରେସ ପକ୍ଷରୁ କିନ୍ତୁ ଗ୍ରୀନ୍ ସିଗନାଲ ମିଳିନାହିଁ । ଏନଡିଏ ବୈଠକ ଚାଲିଥିବାବେଳେ ଚିରାଗ ପାଶଓ୍ବାନ ଭବିଷ୍ୟବାଣୀ କହିଛନ୍ତି କି, ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଭାଙ୍ଗି ଯାଇଥିବ ।

ସେପଟେ ଚିରାଗ ପାଶଓ୍ବାନଙ୍କୁ ଟାର୍ଗେଟ କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଛନ୍ତି କି, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କେହି ରୋକି ପାରିବେ ନାହିଁ । ଯଦି ଏନେଇ କଂଗ୍ରେସ ଏଯାବତ କିଛି କହିନାହିଁ ତଥାପି ଆସନ୍ତା ୧୭ ତାରିଖରେ ପାଟନାରେ ବୈଠକ ହେବାକୁ ଥିବାବେଳେ ଏଥିରେ ସବୁ ସ୍ପଷ୍ଠ ହୋଇଯିବ ।  ସବୁ ଠିକ ହୋଇଯିବ । ତେବେ ବିହାର ରାଜନୀତି ଏବେ ବେଶ ରୋଚକ ହେବାକୁ ଯାଉଛି ।

ଜ୍ବାଇଁ ସହ ଶାଶୁ ଫେରାର ଘଟଣା : ଶ୍ବଶୁର କହିଲେ ସାଙ୍ଘାତିକ କଥା

ନନ୍ଦିଘୋଷ ବ୍ୟୁରୋ: ଅଲିଗଡ଼ର ଶାଶୁକୁ ନେଇ ଜ୍ବାଇଁ ଫେରାର ହେବା ଘଟଣା ସାରା ଭାରତ ବର୍ଷରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ୯ ଦିନ ପୂର୍ବରୁ ଜ୍ବାଇଁ ଶାଶୁଙ୍କ ଚୋରା ପିରତି ପଦାରେ ପଡ଼ିଛି । ତେବେ ଏମାନେ ଫେରାର ହେବାର ପାଞ୍ଚ ଦିନ ପୂର୍ବରୁ କଣ ଘଟିଥିଲା ଏନେଇ ଗଣମାଧ୍ୟମ ଆଗରେ ସାଙ୍ଘାତିକ ସତ କହିଛନ୍ତି ମହିଳାଙ୍କ ସ୍ବାମୀ । ସେ କହିଛନ୍ତି କି, ମୋ ସ୍ତ୍ରୀ ପ୍ରଥମେ ଜ୍ବାଇଁଙ୍କ ଦେହ ଖରାପ କହି ଯାଇଥିଲା । ମୁଁ ଭାବିଥିଲି କି, ଜ୍ବାଇଁଙ୍କ ସେବା କରିବା ପାଇଁ ଯାଇଛି । କହିଥିଲା କି, ଜ୍ବାଇଁ ଅସୁସ୍ଥ ଅଛନ୍ତି । ତେବେ ପାଞ୍ଚ ଦିନ ରହିବା ପରେ ଜ୍ବାଇଁ ଆଣି ଛାଡ଼ି ଦେଇ ଯାଇଥିଲେ । କିନ୍ତୁ ପରଦିନ ଯେତେବେଳେ ଘରୁ ସୁନା ଗହଣା ସାଙ୍ଗକୁ ନଗଦ ୩ ଲକ୍ଷ ଟଙ୍କା ନଥିଲା ଏହାପରେ ସନ୍ଦେହ ବଢ଼ିଥିଲା ।

ଆମେ ପ୍ରଥମେ ଏଭଳି ପାପ ସମ୍ପର୍କ କଥା ଭାବି ନଥିଲୁ । କିନ୍ତୁ ଜାଣିଲା ବେଳକୁ ସେମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ନାଁରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଏବେ ସେମାନଙ୍କୁ ଖୋଜୁଛି । ଶେଷଥର ପାଇଁ ସେମାନେ ଉତ୍ତରାଖଣ୍ଡର ରୁଦ୍ରପୁରରେ ରହିଥିବା ଜଣା ପଡ଼ିଥିଲା । ଏବେ ଉଭୟଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ଟଙ୍କା ଏବଂ ଗହଣା ନେଇ ଫେରାର ହୋଇଥିବାରୁ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ମୋ ଜୀବନର ସବୁ ଧନ ସେମାନେ ନେଇ ପଳାଇଛନ୍ତି । ମୋ ଝିଅକୁ ବାହା ଦେବା ବେଳେ ଆଉ କଣ ଦେବି ।