spot_img
Home Blog Page 864

ରାଜ୍ୟପାଳ ପଠାଉଥିବା ବିଲ ସମ୍ପର୍କରେ ୩ ମାସରେ ମଧ୍ୟରେ ବିଚାର କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ରାଜ୍ୟପାଳ ପଠାଉଥିବା ବିଲ ସମ୍ପର୍କରେ ୩ ମାସରେ ମଧ୍ୟରେ ବିଚାର କରିବେ ରାଷ୍ଟ୍ରପତି। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଲ୍ ସମ୍ପର୍କରେ ତାମିଲନାଡୁ ରାଜ୍ୟପାଳଙ୍କୁ ପୂର୍ବରୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ।  ବିଧାନସଭାରେ ଗୃହୀତ ବିଲକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।

ଜଷ୍ଟିସ ଜେ.ବି. ପାର୍ଦ୍ଦିବାଲା ଓ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଧାରା ୨୦୧ ଅନୁସାରେ ରାଷ୍ଟ୍ରପତି ବିଭିନ୍ନ ବିଲ୍ ସମ୍ପର୍କରେ ନିଷ୍ପତ୍ତି ନେବା ଜରୁରୀ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି- ରାଷ୍ଟ୍ରପତିଙ୍କ ନିକଟରେ ପକେଟ ଭିଟୋ କ୍ଷମତା ନାହିଁ ଏବଂ କୌଣସି ବିଲକୁ ସେ ଅନୁମତି ଦେବେ କିମ୍ବା ଏହାକୁ ସ୍ଥଗିତ ରଖିବେ।

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀଙ୍କ ବାସଭବନ ଓ ଅଫିସରେ ରେଡ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଠାରୁ ବିପୁଳ ଟଙ୍କା ଜବତ ହେବା ଘଟଣା। ଆଜି ସକାଳୁ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ ଥିବା ବାସଭବନ ଓ ଅଫିସରେ ରେଡ କରୁଛି ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ। ଗାଡ଼ିରେ ଟଙ୍କା ନେଇ ଯିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍। ଗାଡ଼ିରୁ ମିଳିଥିଲା ୫ ଲକ୍ଷ ୭ ହଜାର ଟଙ୍କା। ଭୁବନେଶ୍ୱର ବାସଭବନ ଓ ଚିତ୍ରକୋଣ୍ଡା କ୍ୱାର୍ଟର୍ସରେ ରେଡ୍ ହୋଇଥିଲା। ଉଭୟ ସ୍ଥାନରୁ ୧୩ ଲକ୍ଷ ୫୦ ହଜାର ଜବତ କରିଥିଲା ଭିଜିଲାନ୍ସ। ରେଡ ବେଳେ ଜବତ ହୋଇଥିବା ମୋଟ ୧୮ଲକ୍ଷ ୫୭ହଜାର ଟଙ୍କାର ହିସାବ ଦେଇପାରୁନାହାନ୍ତି ସହକାରୀ ଯନ୍ତ୍ରୀ। ଘଟଣାରେ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଅଟକ ରଖି ପଚରାଉଚରା କରୁଛି ତଦନ୍ତକାରୀ ଟିମ୍।

ଆମେରିକାରେ ୩୦ ଦିନରୁ ଅଧିକା ରହିଲେ କରନ୍ତୁ ନାହିଁ ଏହି ଭୁଲ, ହୋଇପାରେ ଜେଲ୍

ଓ୍ବାସିଂଟନ୍: ଆମେରିକାରେ ୩୦ ଦିନରୁ ଅଧିକା ରହିଲେ ଭାରତୀୟଙ୍କୁ ହୋଇପାରେ ଅସୁବିଧା । ଟ୍ରମ୍ପ ସରକାର ଏବେ ନୟମ ଏତେ କଡା କରିଦେଇଛନ୍ତି ଯେ, ସେଠାରେ ବିଦେଶୀ ନାଗରିକ ୩୦ ଦିନରୁ ଅଧିକା ରହିବାକୁ ହେଲେ ନିୟମ ମାନିବାକୁ ପଡ଼ିବ ।

ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ଏହି ନିୟମରେ କୁହାଯାଇଛି ଯେ, ଯେ କୌଣସି ବିଦେଶୀ ନାଗରିକ ଯଦି ସେଠାରେ ୩୦ ଦିନରୁ ଅଧିକା ସମୟ ରହିବାକୁ ଚାହାନ୍ତି ତାହାଲେ ସଙ୍ଘୀୟ ସରକାରରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଯଦି ଏହି ନିୟମ କେହି ପାଳନ ନ କରନ୍ତି ତାହାଲେ ଜରିମାନା ସହ ଗିରଫ ବି ହୋଇ ପାରନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଆମେରିକାରୁ ବାହାର ମଧ୍ୟ କରାଯାଇପାରିବ ।

ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ପ୍ରଶାସନ ପ୍ରବାସୀଙ୍କ ପାଇଁ କଡ଼ା ନିୟମ କରିଛନ୍ତି । ଆମେରିକାରେ ବହୁ ସଂଖ୍ୟାରେ ଭାରତୀୟ ରହୁଥିବାରୁ ଏବଂ ସେଠାକୁ ପ୍ରତିବର୍ଷ ପର୍ଯ୍ୟଟକ ଯାଉଥିବାରୁ ଏହା ଭାରତୀୟଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ।

ଆମେରିକାର ଫେଡରାଲ ଜଜ ଏହି ନିୟମକୁ ପାସ୍ କରିଛନ୍ତି । ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ନିୟମ ଉପରେ ଆଧାରିତ ବୋଲି କୁହାଯାଉଛି ।

ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ଡବଲ ଏନକାଉଣ୍ଟର। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସକାଳୁ କୋର୍ଟ ଚାଲାଣ କରାଯାଉଥିଲା । ଏତିକି ବେଳେ ଏସ୍କୋର୍ଟ ଟିମର ବନ୍ଧୁକ ଛଡ଼ାଇ ଫେରାର ମାରୁଥିବା ବେଳେ ବେଳପାହାଡ଼ ଓରିଏଣ୍ଟ ବ୍ରଜରାଜନଗର ଥାନା ପୋଲିସ ମିଳିତ ଭାବେ ଚୁଆକାନି ଜଙ୍ଗଲରେ ଏମାନଙ୍କୁ ଘେରିଥିଲେ। ତେବେ ପୋଲିସକୁ ଗୁଳି ଚଳାଇଥିଲେ ଦୁଇ ଅଭିଯୁକ୍ତ ।

ପୋଲିସର ପାଲଟା ଗୁଲିରେ ଉଭୟଙ୍କ ଗୋଡରେ ଗୋଟିଏ ଗୋଟିଏ ଗୁଳି ବାଜିଛି। ଉଭୟଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି। ଉଭୟଙ୍କ ନାମ ଶେଖ ଆସିଫ ଏବଂ ଅଭିଷେକ ବାରିକ।

ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ତେଜିଲା ୱାକଫ ଜନିତ ଅସ୍ଥିରତା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ତେଜିଲା ୱାକଫଜନିତ ଅସ୍ଥିରତା। ଇମ୍ଫାଲ ଇଷ୍ଟ ସମେତ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଅସ୍ଥିରତା। ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ମୁସଲିମ। ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଇବା ସହ ଏହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟରେ ଜାତିଗତ ହିଂସାକୁ କେନ୍ଦ୍ର କରି ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ସତ୍ତ୍ବେ ଲୋକମାନେ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ଆସିଛନ୍ତି।

ଲୋକମାନେ ମସଜିଦ, ମଦ୍ରାସା, କବରସ୍ଥାନର ସୁରକ୍ଷା ସଂକାନ୍ତ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି। ମୁସଲିମମାନଙ୍କ ସମ୍ପତ୍ତିଗତ ଅଧିକାର ଛଡାଇବା ଲାଗି ଚେଷ୍ଟା କରାଯାଉଛି ବୋଲି ଆନ୍ଦୋଳନକାରୀ କହିଛନ୍ତି। କେନ୍ଦ୍ର ସରକାର ମୁସଲିମମାନଙ୍କ ଭାବନା ଉପରେ ଆଘାତ ଆଣିଛନ୍ତି ବୋଲି କହିଛନ୍ତି ନେତା। ଆସନ୍ତା ୧୬ ତାରିଖରେ ୱାକଫ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଯାଉଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ ଜାରି ରହିଛି।..

ଖୋଲୁଛି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ପ୍ରୀତିର ଅସଲ ମୁଖା, ବିଜେପି ଓ ଏଆଇଏଡିଏମକେ ମେଣ୍ଟ ଯୋଗୁ ଏନଡିଏ ଆଧିପତ୍ୟ ବିସ୍ତାର

ଚେନ୍ନାଇ: ଖୋଲୁଛି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ପ୍ରୀତିର ଅସଲ ମୁଖା। ବହୁଚର୍ଚ୍ଚିତ ୱାକଫ ବିଲ ବିରୋଧରେ ରାଜ୍ୟସଭାରେ ତାମିଲନାଡୁ ଏଆଇଏଡିଏମକେର ୪ ଜଣ ସାଂସଦ ଭୋଟ ଦେଇଥିଲେ। ହେଲେ ଗତ ୧୧ ତାରିଖରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଥିଲା ବିଜେପି। ଏପରିକି ଚେନ୍ନାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଞ୍ଚରେ ଆସନ ଅଳଙ୍କୃତ କରିଥିଲେ ଏଆଇଏଡିଏମକେ ନେତା ଇକେ ପାଲାନିସ୍ବମୀ ବା ଇପିଏସ । ଗତ ୧୧ ତାରିଖରେ ତାମିଲନାଡୁରେ ଘୋଷିତ ହୋଇଥିଲା ବିଜେପି-ଏଆଇଏଡିଏମକେ ମେଣ୍ଟ। ଏଆଇଏଡିଏମକେର ଦୁଇଟି ସର୍ତ୍ତକୁ ପାଳନ କରିଥିଲା ବିଜେପି।

ପ୍ରଥମଟି ହେଉଛି ଏଆଇଏଡିଏମକେର ଦାବି ଅନୁସାରେ ବିଜେପିର ରାଜ୍ୟସଭାପତି କେ. ଆନ୍ନାମଲାଇଙ୍କୁ ହଟାଇ ତାଙ୍କ ସ୍ଥାନରେ ନାଇନାର ନାଗେନ୍ଦ୍ରନଙ୍କୁ ରାଜ୍ୟସଭାପତି କରିବା। ଦ୍ବିତୀୟଟି ହେଉଛି- ସୀମା ପୁନଃନିର୍ଦ୍ଧାରଣରେ ଯେପରି ତାମିଲନାଡୁର  କିଛି କ୍ଷତି ହେବ ନାହିଁ ସେଥିପାଇଁ କେନ୍ଦ୍ର ଦୃଷ୍ଟି ଦେବ। କେବଳ ଏତିକି ନୁହେଁ ଇପିଏସଙ୍କୁ ତୁଷ୍ଟ କରିବା ଲାଗି ଆମ୍ମା ମକ୍କଲ ମୁନେତ୍ର କାଜାଗମ ନେତ୍ରୀ ଶଶୀକଳା ଓ ଟିଟିଭି ଦିନାକରନଙ୍କୁ ଦୂରେଇ ରଖିବା ଲାଗି ବି ବିଜେପି ସହମତି ହୋଇଥିବା ସୂଚନା ମିଳିଛି। ବିଜେପି ଓ ଏଆଇଏଡିଏମକେ ମେଣ୍ଟ ଯୋଗୁ ରାଜ୍ୟର ୩ଟି ଅଞ୍ଚଳରେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଏନଡିଏ ନିଜ ଆଧିପତ୍ୟ ବିସ୍ତାର କରିବ ।

ନୂଆ ଶିକ୍ଷାବର୍ଷରେ ନାମ ଲେଖାଇ ନଥିବା ପିଲାଙ୍କ ରିପୋର୍ଟ ମାଗିଲା ଓସେପା

ଭୁବନେଶ୍ବର: ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର କେଉଁ ପିଲାମାନେ ନାମ ଲେଖାଇ ନାହାନ୍ତି, କେଉଁମାନେ ଅଧାରୁ ପାଠ ପଢ଼ା ଛାଡ଼ି ଡ୍ରପ୍ ଆଉଟ୍ ହୋଇଛନ୍ତି ତାର ରିପୋର୍ଟ ଦେବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରିକାଳୀନ ଭାବେ କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲ୍‌ରେ ଏହାର ତଥ୍ୟକୁ ଦାଖଲ କରିବାକୁ କୁହାଯାଇଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ସ‌ହିତ ୨ ତାରିଖରୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ଉତ୍ସବ କରାଯାଇଛି। ନୂଆ କରି ସ୍କୁଲରେ ପିଲାଙ୍କ ନାମଲେଖା ଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ୫ ବର୍ଷରୁ ୬ ବର୍ଷ ପିଲାଙ୍କୁ ଶିଶୁ ବାଟିକା, ୬ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବାର ନିୟମ ରହିଛି।

ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ରହିଛି, ସମସ୍ତ ଶିଶୁଙ୍କୁ ଶିକ୍ଷାଦାନ। ତେବେ କେଉଁ ଶିଶୁମାନେ ନାମଲେଖାଇବାରୁ ବାଦ୍ ପଡ଼ି ଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ଓସେପା ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାର ଡ୍ରପ୍‌ଆଉଟ୍ ପରିଚାଳନା  ପାଇଁ ପ୍ରବନ୍ଧ ପୋର୍ଟାଲ୍‌ରେ ସ୍କୁଲ ଶିକ୍ଷାରୁ ଦୂରରେ ଥିବା ପିଲାଙ୍କୁ ଚିହ୍ନଟ କରି ରିପୋର୍ଟ ଦାଖଲ କରାଯିବ। ଯଦି ଆବଶ୍ୟକ ପଡ଼େ ସ୍କୁଲ ଶିକ୍ଷାରୁ ୩/୬/୧୨ ମାସ ଧରି ଦୂରରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସ୍ବତନ୍ତ୍ର ତାଲିମ ପ୍ରଦାନ କରିବାକୁ କୁହାଯାଇଛି ।

ଦାଦାର କଟାମୁଣ୍ଡ ବ୍ୟାଗରେ ପୁରାଇ ଥାନାରେ ପହଞ୍ଚିଲା ପୁତୁରା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। । ଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି। କଟାମୁଣ୍ଡକୁ ନେଇ ଶୁଆକାଟି ଫାଣ୍ଡିରେ ପୁତୁରା ଆତ୍ମସମର୍ପଣ କରିଛି। ପାରିବାରିକ ବିବାଦ କାରଣରୁ  ସମ୍ପର୍କୀୟ କକା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କରିଛଇ ପୁତୁରା କବି ଦେହୁରୀ । ଭଭୟ କକା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା । ଗତକାଲି ରାତିରେ କକା ହରି ଦେହୁରୀ ଦଣ୍ଡ ଯାତ୍ରା ଦେଖିବାକୁ ଯାଇଥିବା ବେଳେ, ପୁତୁରା କବି ଦେହୁରୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ହରିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । କଟାମୁଣ୍ଡକୁ ଏକ ବ୍ୟାଗ୍ ରେ ପୁରାଇ ହତ୍ୟାକାରୀ ପୁତୁରା କବି ଦେହୁରୀ ଶୁଆକାଟ ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ସଦର ଥାନାଧିକାରୀ, ସଦର SDPO ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

ଝଡ଼ତୋଫାନ ରାତିରେ ଦିଲ୍ଲୀ ସାରା ଦୁର୍ଘଟଣା, ୧୫ଟି ବିମାନର ବଦଳିଲା ଗତିପଥ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ଏନସିଆରରେ ହୋଇଥିବା ପ୍ରବଳ ଝଡ଼ତୋଫାନ ସାରା ସହରରେ ଦୁର୍ଘଟଣା ଘଟାଇଛି । ଗୁରୁଗ୍ରାମର ଏକ୍ସପ୍ରେସଓ୍ବେରେ ଏକ ଚଳନ୍ତା କାର ଉପରେ ସାଇନ ବୋର୍ଡ ପଡ଼ିଯିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଝଡ଼ର ପ୍ରଭାର ବିମାନବନ୍ଦରରେ ବି ଦେଖିବାକୁ ମିଳିଛି । ୧୫ଟି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିଥିଲା। ଗତକାଲିଠୁ ଅଟକିଥିବା ବିମାନ ଆଜି ସକାଳୁ ଯାତ୍ରା ଆରମ୍ଭ କରିଛନ୍ତି । ପୂର୍ବ ଦିଲ୍ଲୀର ମଣ୍ଡାବଲିରେ ଏକ ନିର୍ମାଣାଧୀନ ଛଅ ମହଲା କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ଗୁରୁଗ୍ରାମରେ ଏକ ଚଳନ୍ତା କାର ଉପରେ ଏକ ୟୁନିପୋଲ୍ ଖସିପଡ଼ିଛି। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନୋଏଡାରେ ମଧ୍ୟ ସାଇନବୋର୍ଡ ଏକ କାର ଉପରେ ପଡ଼ିଯାଇଥିଲା, ଯାହା ଡ୍ରାଇଭରଙ୍କ ଜୀବନକୁ ବିପଦରେ ପକାଇଥିଲା। ସୌଭାଗ୍ୟବଶତଃ, ଡ୍ରାଇଭରଙ୍କୁ କେବଳ ସାମାନ୍ୟ ଆଘାତ ଲାଗିଛି।

ଏହା ବ୍ୟତୀତ ଦିଲ୍ଲୀ ଏନସିଆରରେ ଅନେକ ସ୍ଥାନରେ ଗଛ ପଡ଼ିଛି। ଖରାପ ପାଗ ଯୋଗୁ ଯାତାୟତ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ମେଟ୍ରୋର ଗତି ଧୀର ହୋଇଗଲା। ପାଣିପାଗ ବିଭାଗ ମଧ୍ୟ ଦିଲ୍ଲୀ ଏବଂ ଏନସିଆରରେ ପାଗ ସମ୍ପର୍କରେ ଆଜି ପାଇଁ ଏକ ସତର୍କତା ଜାରି କରିଛି।

 

ଦିଲ୍ଲୀ ବିମାନବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ, ଦଳାଚକଟା ପରିସ୍ଥିତି ସୃଷ୍ଟି

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଝଡ଼ ତୋଫାନ ଯୋଗୁ ଅଟକି ରହିଲା ଅନେକ ବିମାନ । ଯାତ୍ରାରେ ବିଳମ୍ବ ହେବାରୁ ବିମାନ ବନ୍ଦରରେ ଅଟକି ରହିଲେ ଶହ ଶହ ଯାତ୍ରୀ । ରାତିସାରା ଯାତ୍ରୀମାନେ କୁଆଡେ ଯାଇ ନପାରି ହନ୍ତସନ୍ତ ହୋଇଛନ୍ତି । ବିମାନବନ୍ଦରରେ ଏତେ ଯାତ୍ରୀ ହୋଇଗଲେ ଯେ, ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ଝଡ଼ ତୋଫାନ ଯୋଗୁ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା ସହର । ଏହାର ପ୍ରଭାବ ଯାତାୟତରେ ପଡ଼ିଥିଲା । ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ଏହାର ଏତେ ପ୍ରଭାବ ପଡ଼ିଥିଲା ଯେ, ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନବନ୍ଦର ଟର୍ମିନାଲ ୩ର ଗେଟ ନଂ ୪୨ଏରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାତ୍ରୀଙ୍କ ସଂଖ୍ୟା ଏତେ ବଢ଼ି ଯାଇଥିଲା ଯେ, ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଆଜି ସକାଳୁ ଫସି ରହିଥିବା ଯାତ୍ରୀଙ୍କୁ ୨ରୁ ୮ଟି ବିମାନ ବୋର୍ଡିଂ କରୁଛି ।

ଶୁକ୍ରବାର ରାତିରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି ଏୟାର ଇଣ୍ଡିଆ ।