spot_img
Home Blog Page 897

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଗୁଳି ବର୍ଷଣ କଲା ସେନା

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ। ଜାମୁ ଓ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ। ପର୍ଗୱାଲ ସେକ୍ଟରରେ ପାକ୍ ସେନାର ଗୁଳି ବର୍ଷଣ। ସେହିପରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ବି ହୋଇଛି ଗୁଳି ବର୍ଷଣ। ପହଲଗାଓଁ ହମଲା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବାବେଳେ ପାକିସ୍ତାନ ଲଗାତାର ଜାରି ରଖିଛି ଅସ୍ତ୍ରବିରତି ଉଲ୍ଲଂଘନ।   କୁପୱାଡ଼ାରେ ବି ଜାରି ରହିଛି ଗୁଳି ବର୍ଷଣ।  ଅନବରତ ଚାଲିଛି ଫାୟାରିଂ। ଭାରତୀୟ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ୪ଟି ସ୍ଥାନରେ  ଆଣ୍ଟି ଟେରୋରିଷ୍ଟ ଅପରେସନକୁ ଜୋରଦାର କରାଯାଇଛି।

୨୪ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିପାରେ ହମଲା: ପାକ୍ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ। ଭାରତର ଆକ୍ରମଣ ନେଇ ପାକ୍ ମନ୍ତ୍ରୀଙ୍କ ବଡ଼ ବୟାନ। ପାକ୍ ସୂଚନା ମନ୍ତ୍ରୀ ଅତାଉଲା ତରାରଙ୍କ ଆଶଙ୍କା। ଗୁଇନ୍ଦା ସୂତ୍ର ଆଧାରରେ ବୟାନ ଦେଇଛନ୍ତି ଅତାଉଲା। ସେ କହିଛନ୍ତି- ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିପାରେ ହମଲା। ଦୁଇ ଦେଶ ମଧ୍ୟରେ ପହଲଗାଓଁ ଆତଙ୍କବାଦୀ ହମଲାକୁ ନେଇ ବାକବିତଣ୍ଡା ଜାରି ରହିଥିବାବେଳେ ସୂଚନା ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ପାକିସ୍ତାନ ଆତଙ୍କବାଦର ଶିକାର ହୋଇଆସିଛି। ଆତଙ୍କବାଦର ବିଭୀଷିକାର ଶିକାର ହୋଇଛି ପାକିସ୍ତାନ। ଦେଶବାସୀ ଆତଙ୍କବାଦକୁ ନିନ୍ଦା କରୁଛନ୍ତି। ଆତଙ୍କବାଦର ଯେ କୌଣସି ଢଙ୍ଗକୁ ବି ପାକିସ୍ତାନ ବିରୋଧ କରୁଛି ବୋଲି ସେ କହିଛନ୍ତି।…

ମନ୍ଦିର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଆହତ

ବିଶାଖାପାଟନା: ଆନ୍ଧ୍ରପ୍ରଦେଶ ବିଶାଖାପାଟନାରେ ବଡ଼ ଦୁର୍ଘଟଣା ଘଟିଛି । ବିଶାଖାପାଟନାରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରର ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଚନ୍ଦନୋତ୍ସବ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ, ମନ୍ଦିରର ୨୦ ଫୁଟ ଲମ୍ବା ଅଂଶ ଭୁଶୁଡ଼ି ପଡ଼ିଲା। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।

ଆଜି ସକାଳେ ମନ୍ଦିରରେ ଚନ୍ଦନୋତ୍ସବ ଚାଲିଥିଲା। ଘଟଣାସ୍ଥଳରେ NDRF ଏବଂ SDRF ଉପସ୍ଥିତ ଅଛନ୍ତି। ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ବର: ସକାଳେ ଖରା, ସଂଧ୍ୟାରେ ବର୍ଷା ।  ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାରେ ଭିଜିବ ଓଡ଼ିଶା l ଖରା ଗରମରୁ ଆଂଶିକ ମିଳିବ ମୁକ୍ତି l ପଶ୍ଚିମା ପବନ ସହିତ ବଙ୍ଗୋପସାଗରରୁ ବହୁଥିବା ଆଦ୍ର ଯୁକ୍ତ ପବନ ଯୋଗୁ ବାୟୁମଣ୍ଡଳରେ ଦେଖା ଦେଇଛି ଅସ୍ଥିରତା l ଯାହା ଫଳରେ ରାଜ୍ୟରେ କିଛି ଦିନ କାଳ ବୈଶାଖୀର ପ୍ରଭାବ ରହିବ l ବିଜୁଳି, ଘଡ଼ଘଡ଼ି ବର୍ଷା ସାଙ୍ଗକୁ ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ l ଉପକୂଳବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ l ମେ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରୁହେ । ହେଲେ କାଳବୈଶାଖୀ ଫଳରେ ପାଗରେ ପରିବର୍ତ୍ତନ ହୋଇ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ପୁଣି ୫ ତାରିଖ ପରେ ବଢ଼ିପାରେ ତାତି  l  ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇପାରେ l  ସେହିପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ,କେନ୍ଦ୍ରପଡା, ନୟାଗଡ, ଗଂଜାମ ଓ ଗଜପତି ଜିଲା ର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି

ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ପାଇଁ ଅନୁକୂଳ ହେବ କାଠ

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଅକ୍ଷୟ ତୃତୀୟା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡାନ୍ତ କରାଯାଇଛି l ସୂଚନା ଅନୁଯାଇ ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହର ଚନ୍ଦନ ଯାତ୍ରା ପାଇଁ ନୀତିନିର୍ଘଣ୍ଟ ନିଶ୍ଚିତ ହୋଇସାରିଛି  । ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ । ଭକ୍ତଙ୍କ ଭିଡକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥ ଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ । ବନଯାଗ ପଦ୍ଧତିରେ ସ୍ରୋତୀୟ ବ୍ରାହ୍ମଣ,ଦେଉଳ ପୁରୋହିତ ଙ୍କ ଦ୍ୱାରା ପୂଜାଅର୍ଚନା କରାଯିବ ଏବଂ ସ୍ୱତ୍ରନ୍ତ୍ର ଭାବେ ନିର୍ମିତ କୁରାଡ଼ିରେ ଧଉରା କାଠ କୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟ ର ଶୁଭାରମ୍ଭ କରାଯିବ l……

ଆଜି ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ଓଡ଼ିଶା, ଅକ୍ଷିମୁଠି ହେବ ଅନୁକୂଳ    

ଭୁବନେଶ୍ବର: ଆଜି ବୈଶାଖ ଶୁକ୍ଳପକ୍ଷ ତୃତୀୟା  । ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ଉତ୍କଳ  । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ , ସବୁଠି ଆଜି ପ୍ରଫୁଲ୍ଲିତ ମନରେ ଅକ୍ଷିମୁଠି ଅନୁକୂଳ କରିଛି ଚଷା ପୁଅ   । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଏକମାତ୍ର ସ୍ଥାନ କଟକ ଜିଲ୍ଲା ମାହାଙ୍ଗାର ମଣିଜୋରି ଗାଁରେ ରହିଛି କୃଷକ ଦେବତାଙ୍କ ମନ୍ଦିର  । ଏଠାରେ ଆଜି ସ୍ଵତନ୍ତ୍ର ଭାବେ ପାଳନ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ  । ମାଟି ମାଆଙ୍କୁ ପୂଜାକରିବା ସହ ହଳ କରି ଧାନ ବୁଣିଛନ୍ତି ଚାଷୀ  । ଆଜି ମାଟି ମାଆକୁ ସୁମରଣା କରି ଚାଷ କାର୍ଯ୍ୟ ଅନୁକୂଳ କରାଗଲେ ଭଲ ଚାଷକାର୍ଯ୍ୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ତରଫରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହେବ ।  ଆଜି ଗୀତଗୋବିନ୍ଦର ରଚୟତା ଜୟଦେବଙ୍କ ପବିତ୍ର ଜନ୍ମମାଟି ଜୟଦେବ ନିର୍ବାଚନମଣ୍ଡଳୀଠାରେ ଚାଷୀମାନଙ୍କର ଗଣପର୍ବ ପାଳନ କରାଯିବ ।  ଅକ୍ଷୟତୃତୀୟା ଉପଲକ୍ଷେ ବାଲିଅନ୍ତା ବ୍ଳକ ପୁରୁଣାପ୍ରଧାନ ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବର ଆୟୋଜନ କରାଯାଇଛି।  ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀମାନେ ଯୋଗ ଦେବେ।  ଏହି କାର୍ଯ୍ୟକ୍ରମକୁ ଜୟଦେବ ନିର୍ବାଚନମଣ୍ଡଳୀର ବିଧାୟକ ନବ କିଶୋର ମଲ୍ଲିକ ସଞ୍ଚାଳନ କରିବେ ।

ଆଜି ବସିବ CCS ବୈଠକ, ନିଆଯାଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବସିବ ସିସିଏସ ବୈଠକ  । ଏହା ସହ ବସିବ ରାଜନୈତିକ ବ୍ୟାପାର କ୍ୟାବିନେଟ ବୈଠକ- CCPA। ବୈଠକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି।  ତାପୂର୍ବରୁ ପହଲଗାଓଁ ଆକ୍ରମଣ ନେଇ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯେକୌଣସି ମୁହୂର୍ତ୍ତରେ ସେନା ନେଇପାରେ ବଡ଼ ପଦକ୍ଷେପ। ଆକ୍ସନ ପାଇଁ ସେନାକୁ ଦିଆଯାଇଛି ପୂରା କ୍ଷମତା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସେନାକୁ ଏଭଳି କ୍ଷମତା ଦେଇଥିବା ସୂଚନା ମିଳିଛି। ଆତଙ୍କବାଦକୁ କଡା ଜବାବ ଦିଆଯିବ। ସେନା ସ୍ଥିର କରିବ କେତେବେଳେ କଣ କରାଯିବ। କିପରି ଜବାବ ଦିଆଯିବ ସେନେଇ ସେନା ନିଷ୍ପତ୍ତି ନେବ । ଆତଙ୍କବାଦକୁ ନିପାତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, CDS ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ। ବୈଠକ ପରେ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣ ପରିପ୍ରେକ୍ଷୀରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।…..

କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ଲୋକ ଜୀବନ୍ତ ଦଗ୍ଧ

କୋଲକାତା: କୋଲକାତାର ମେଚୁଆପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି । ଏହା ଏକ ବହୁତଳ ବିଶିଷ୍ଟ କୋଠା । ହୋଟେଲର ନାଁ ହେଉଛି ଋୁତୁରାଜ । ଅଗ୍ନିକାଣ୍ଡରେ ୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଜୀବନ ବିକଳରେ ଝରକା ଦେଇ ଡେଇଁ ପଡ଼ିଲେ ଲୋକ । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଏ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଆମେରିକାରେ ପହଲଗାଓଁ ତାତି

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପହଲଗାଓଁ ତାତି । ପାକିସ୍ତାନ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଲେ ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ। ଗତ ରବିବାର ଆମେରିକା ହାବାର୍ଡ ବିଶ୍ବବିଦ୍ୟାଳୟରେ ପାକିସ୍ତାନ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ। ପହଲଗାଓଁ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ପ୍ରାଣହାନୀ କରିଛି ମର୍ମାହତ। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ମୁହାଁମୁହିଁ ସ୍ଥିତି ପାଇଁ ନିଜକୁ ଦୂରେଇ ରଖିଲେ ମିତ୍ତଲ।

ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ତରବର: ହେଲେ ସମସ୍ୟା ସମାଧାନ କରିବାକୁ କୁନ୍ଥୁକୁନ୍ଥୁ ସରକାର

ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ତରବର। ହେଲେ ସମସ୍ୟା ସମାଧାନ କରିବାକୁ କୁନ୍ଥକୁନ୍ଥ ସରକାର। ସଫ୍ଟଓ୍ବେର ସମସ୍ୟା, ପରିଚାଳନାଗତ ତୃଟି ଓ ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲ ମୂଳରୁ ଉଠାଇଲେଣି ପ୍ରଶ୍ନ। ସ୍ବାସ୍ଥ୍ୟ ବିଭାଗ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଥିବା ବେଳେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ଉପୁଜିଲାଣି ଦ୍ବନ୍ଦ। କେତେବେଳେ ମନ୍ତ୍ରୀ କହୁଛନ୍ତି କିଛି ସମସ୍ୟା ନାହିଁ, ପୁଣି କେତେବେଳେ କହୁଛନ୍ତି ସମାଧାନ ପାଇଁ ଉଦ୍ୟମ ହେଉଛି। ବିଜେଡି ଓ କଂଗ୍ରେସ ମଧ୍ୟ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଆଲୋଚନା ପରେ ସମାଧାନ ନେଇ ଘରୋଇ ହସ୍ପିଟାଲ ଆଶା ବାନ୍ଧିଛନ୍ତି। ହେଲେ ପ୍ୟାକେଜ୍ ଦର ନ ବଢିଲେ ରୋଗୀ ଚିକିତ୍ସା କଷ୍ଟକର ବୋଲି କହିଛନ୍ତି।

ରାଉରକେଲାରୁ ବଲାଙ୍ଗୀର। ଆୟୁଷ୍ମାନ ଯୋଜନାରେ ରୋଗୀ ହନ୍ତସନ୍ତର ଲମ୍ବା ତାଲିକା। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର କ୍ୟାନସର ପୀଡ଼ିତାଙ୍କ କାହାଣୀ। ଆୟୁଷ୍ମାନ କାର୍ଡ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଗୁରୁତର ରୋଗୀ। ପକେଟରୁ ଅର୍ଥ ଦେଇ ଚିକିତ୍ସା ହେବାକୁ ପଡୁଛି। ନହେଲେ ଏପଟ ସେପଟ ଝମେଲାରେ ରୋଗୀର ଜୀବନ ବି ଯାଉଛି। ଏହାର କାରଣ ହେଉଛି ବ୍ୟବସ୍ଥାରେ ଥିବା ତ୍ରୁଟି। ସଫ୍ଟଓ୍ବେର ସମସ୍ୟା ଯୋଗୁଁ ରୋଗୀ ପଞ୍ଜିକରଣରୁ ଡିସଚାର୍ଜ ଯାଏଁ ଅହେତୁକ ବିଳମ୍ବ ହେଉଛି। ତାସାଙ୍ଗକୁ ପରିଚାଳନାଗତ ତୃଟି ଯୋଗୁଁ ବିଭିନ୍ନ ରୋଗର ଚିକିତ୍ସା ହୋଇପାରୁନି। ଏହାସହ ପ୍ୟାକେଜ୍ ଦର କମ୍ ଯୋଗୁଁ ଚିକିତ୍ସା ପାଇଁ ଇଚ୍ଛା ପ୍ରକାଶ ପ୍ରକାଶ କରୁନାହାନ୍ତି ଘରୋଇ ହସ୍ପିଟାଲ। ସମସ୍ୟାର ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗର ଟେକ୍ନିକାଲ ଟିମ୍ ଘରୋଇ ହସ୍ପିଟାଲ ସଂଘ ସହ ଆଲୋଚନା କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ ଆୟୁଷ୍ମାନ ଯୋଜନା ଲାଗୁ କଲେ କଣ ଅସୁବିଧା ହେବ। ସେଥିପାଇଁ ଆୟୁଷ୍ମାନ କାର୍ଡ ବଦଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ। ଏବେ ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ସରକାର ପଦକ୍ଷେପ ନିଅନ୍ତୁ, ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜେଡି ଦାବି କରିଥିବା ବେଳେ, କଂଗ୍ରେସ ମଧ୍ୟ ଆୟୁଷ୍ମାନ ଯୋଜନାରେ ଥିବା ତୃଟିକୁ ସୁଧାରିବା ପାଇଁ ସରକାରଙ୍କ ମନ୍ଥର ଗତିକୁ ସମାଲୋଚନା କରିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କାର୍ଡରେ କିଛି ଦ୍ବନ୍ଦ ନାହିଁ। ହେଲେ ଟେକ୍ନିକାଲ ସମସ୍ୟା ରହିଛି। ଘରୋଇ ହସ୍ପିଟାଲର ପ୍ୟାକେଜ୍ ଦର ବୃଦ୍ଧି ନେଇ ବି ବିଚାର କରାଯାଉଛି। ସମସ୍ୟାକୁ ମନ୍ତ୍ରୀ ସ୍ବୀକାର କରିଥିବା ବେଳେ ସମାଧାନ କେବେ ଓ କିପରି କରାଯିବ, ସେ ବାବଦରେ କିଛି କହିନାହାନ୍ତି।

ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରକୁ ଖୁସି କରିବାକୁ ତରବରିଆ ଭାବେ ଆୟୁଷ୍ମାନ ଯୋଜନା ଲାଗୁ କରିଦେଲା ଓଡ଼ିଶା। ହେଲେ ଆରମ୍ଭରୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ଯାବତୀୟ ସମସ୍ୟା କାରଣରୁ ଆୟୁଷ୍ମାନ କାର୍ଡ ଦେଖିଲେ ବିଭିନ୍ନ ବାହାନା ଦେଖାଇ ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ହସ୍ପିଟାଲ। ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ସରକାର ଯଦିଓ ସଚେତନ ହୋଇଛନ୍ତି, ହେଲେ ଏ ଯାଏଁ ବାହାରିନି ସମାଧାନର ବାଟ।