spot_img
Home Blog Page 908

ପୋଲିସ ବାବୁଙ୍କ ପ୍ରେମ ପ୍ରତାରଣା: ବିବାହ ପ୍ରତିଶ୍ରୁତି ଦେଇ ଲୁଟିଲେ ଇଜ୍ଜତ, ବାନ୍ଧିଲା ପୋଲିସ

ଜଳେଶ୍ବର: ପୋଲିସ ବାବୁଙ୍କ ଯୌନ କେଳେଙ୍କାରୀ । ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କଲେ । ପରେ ବିବାହ କରିବାକୁ କଲେ ମନା । ଥାନାରେ ଅଭିଯୋଗ ପରେ ପୋଲିସ ବାବୁଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ମାଲକାନଗିରି ଏସଓଜିର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକ୍ଟର ବିଜୟ କୁମାର ସାହୁଙ୍କୁ ପୋଲିସ ପ୍ରେମ, ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗରେ ଗିରଫ କରାଯାଇଛି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଡ଼ ତାଳପଦା ଗ୍ରାମର ବିଜୟ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ହେଲେ ପୋଲିସ ଚାକିରି କରିବା ପରେ ବିଜୟ ଯୁବତୀଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହାକୁ ନେଇ ଯୁବତୀ ଜଣଙ୍କ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଜୟଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ମାଲକାନଗିରି ଏସଓଜିରେ ସବଇନ୍ସପେକ୍ଟର ବିଜୟ ସାହୁ ଟ୍ରେନିଂ ନେଇଛନ୍ତି ।

ବେଆଇନ ଇଟା ଭାଟିରେ ଧରାକୋଟ ତହସିଲଦାରଙ୍କ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ଆକ୍ସନ ମୋଡ଼ରେ ଧରାକୋଟ ତହସିଲଦାର। ଆସିକା ଧରାକୋଟ ରାଜସ୍ବ ବିଭାଗ ଅଧିନସ୍ଥ ବେଆଇନ ଇଟା ଭାଟିରେ ତହସିଲଦାର ଚଢ଼ାଉ କରିଛନ୍ତି । ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି ଜଗମୋହନ, ଭାଲିଆ ପୋଲି, ଧରାକୋଟ,ବେଠୁଆର ଆଦି ଅଞ୍ଚଳର ବିଭିନ୍ନ ଇଟା ଭାଟି ଉପରେ ଜେସିବି ଲଗାଇ ହଜାର ହଜାର ଇଟା ନଷ୍ଟ କରିଛନ୍ତି। ପୋଲିସ, ଅଗ୍ନିଶମ ବିଭାଗ ଓ ତହସିଲ କର୍ମଚାରୀଙ୍କୁ ନେଇ ଗଠନ ଏକ ଟିମ ସହାୟତାରେ ଏହି ଚଢ଼ାଉ  ଜାରି ରହିଛି। ପୂର୍ବରୁ ବେଆଇନି ଇଟା ମାଲିକ ମାନଙ୍କୁ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା। ହେଲେ ସେମାନେ ନିଜ ପକ୍ଷ ନ ରଖିବାରୁ ଏହି ପରି ପଦକ୍ଷେପ ନିଆଯାଇଥିବା ଜଣା ପଡ଼ିଛି।

ସରକାରଙ୍କୁ କଲେ ଟାର୍ଗେଟ, ଜାଣନ୍ତୁ କାହିଁକି ଏମିତି କହିଲେ ଆତିଶୀ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଏବେର ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ସେ ନିଜର ଟ୍ବିଟର(ଏକ୍ସ)ରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଦିଲ୍ଲୀରେ ବିଜୁଳି କାଟକୁ ନେଇ ଏକ ସମାଲୋଚନା ମୂଳକ ପୋଷ୍ଟ କରିଛନ୍ତି । ଏବେ ଭାରତରେ AI ଫିଚର ଗ୍ରୋକକୁ ନେଇ ସବୁଠି ଚର୍ଚ୍ଚା । କାରଣ ୟୁଜର୍ସମାନେ ବିଭିନ୍ନ ପଚାରି ଗ୍ରୋକରୁ ଜାଣୁଛନ୍ତି । ତେବେ ଦିଲ୍ଲୀର ବିଜୁଳି କାଟକୁ ନେଇ ଜଣେ ୟୁଜର୍ସ ପଚାରିଥିବା ପ୍ରଶ୍ନର ଉତ୍ତରରେ ଯାହା ଆସିଛି ତାହାକୁ ନେଇ ସେ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

ଆତିଶୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ (୨୧ ସେପ୍ଟେମ୍ବର ୨୦୨୪ – ୮ ଫେବୃଆରୀ ୨୦୨୫) ଦିଲ୍ଲୀରେ କୌଣସି ବଡ଼ ବିଦ୍ୟୁତ୍ କାଟ୍ ରିପୋର୍ଟ ହୋଇନଥିଲା। ତାଙ୍କ ପ୍ରଶାସନ ସୁଲଭ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଧ୍ୟାନ ଦେଇଥିଲା ଏବଂ ଏହି ସମୟ ମଧ୍ୟରେ କୌଣସି ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ହୋଇନଥିଲା। ଯୋଜନାବଦ୍ଧ ଭାବରେ ଛୋଟ ଛୋଟ ହ୍ରାସ କରାଯାଇପାରେ, କିନ୍ତୁ କୌଣସି ବଡ଼ ସମସ୍ୟା ନଥିଲା। ତା’ପରେ ଉପଭୋକ୍ତା ଗ୍ରୋକଙ୍କୁ ପଚାରିଲେ, ବର୍ତ୍ତମାନ ହେଉଥିବା ବିଦ୍ୟୁତ୍ କାଟ ଏବଂ ଅଗ୍ନିକାଣ୍ଡ ସମୟରେ ହୋଇଥିବା ବିଦ୍ୟୁତ୍ କାଟ ମଧ୍ୟରେ କୌଣସି ପାର୍ଥକ୍ୟ ଅଛି କି? ଏହା ଉପରେ, AI କହିଛି, ବର୍ତ୍ତମାନ ଦିଲ୍ଲୀରେ ବିଦ୍ୟୁତ୍ କାଟ୍ ଅଧିକ ଅନୁଭୂତ ହେଉଛି, କିଛି ସ୍ଥାନରେ 12-13 ଘଣ୍ଟା ପର୍ଯ୍ୟନ୍ତ, ଯାହା ଆତିଶୀଙ୍କ ସମୟରେ (21 ସେପ୍ଟେମ୍ବର 2024 – 8 ଫେବୃଆରୀ 2025) ନଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବଡ଼ କାଟଛାଣ୍ଟ ହୋଇନଥିଲା, କେବଳ ଛୋଟ, ଯୋଜନାବଦ୍ଧ କାଟଛାଣ୍ଟ ହୋଇଥିଲା। ବର୍ତ୍ତମାନ କଟକଣାଗୁଡ଼ିକ ଅଣଯୋଜନାମୂଳକ ଏବଂ ଗମ୍ଭୀର, ବିଶେଷକରି ମାର୍ଚ୍ଚ 2025 ରେ।

ବୟସ ୮୦ ସାଙ୍ଗକୁ ଦିବ୍ୟାଙ୍ଗ, ତଥାପି ମିଳୁନି ବର୍ଦ୍ଧିତ ଭତ୍ତା

ନନ୍ଦିଘୋଷ ବ୍ୟୁରୋ: ବୟସ ୮୦, ସେଥିରେ ପୁଣି ଭିନ୍ନକ୍ଷମ । କିନ୍ତୁ ମିଳୁନାହିଁ ବର୍ଦ୍ଧିତ ଭତ୍ତା । ବର୍ଦ୍ଧିତ ଭତ୍ତା ପାଇଁ ସରକାରୀ ବାବୁ ମାନଙ୍କୁ ଗୁହାରି କରି ନୟାନ୍ତ ହେଲେଣି।  ଶେଷରେ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ରେଣୁସାହୁ । ବୟସ  ୮୦ ଉପରେ ହୋଇଥିବା ବେଳେ ଜନ୍ମ ରୁ ଗୋଟିଏ ଗୋଡ଼ ଅକ୍ଷମ । ଠିକରେ ଚାଲିପାରୁନଥିବା ବେଳେ ବୃଦ୍ଧା ବୟସରେ ଭତ୍ତା ପାଇଁ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି । ପୁଅ ଭରତ ସାହୁ ବୋହିବୋହି ରେଣୁଙ୍କୁ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଧାଇଁ ଧାଇଁ ନିରାଶ ହେବା ପରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ବର୍ଦ୍ଧିତ ଭତ୍ତା ପାଇଁ ଦାବି ଜଣାଇଛନ୍ତି । ବର୍ତମାନ ୧୨୦୦ ଟଙ୍କା ଭତ୍ତା ପାଉଥିବା ବେଳେ ବର୍ଦ୍ଧିତ ଭାବରେ ୩୫୦୦ ଟଙ୍କା ପାଇଁ ଦାବି କରିଛନ୍ତି  । ତୁରନ୍ତ ଭତ୍ତା ବ୍ୟବସ୍ଥା କରାଇବାକୁ ଗୁହାରି କରିଛନ୍ତି ପୁଅ ଭରତ ସାହୁ । ତେବେ ତୁରନ୍ତ ବୃଦ୍ଧା ଜଣକ କିପରି ଭତ୍ତା ପାଇ ପାରିବେ ସେ ନେଇ ପ୍ରତିଶୃତି ଦେଇଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣୀ ନାୟକ ।

VRS ନେଲେ ସୁଜାତା ରାଉତ କାର୍ତ୍ତିକେୟନ

ନନ୍ଦିଘୋଷ ବ୍ୟୁରୋ: ୨୦୦୦ ମସିହାର ଆଇଏଏସ ଅଧିକାରୀ ତଥା ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଆଗୁଆ ଅବସର ନେଇଛନ୍ତି । ତାଙ୍କ ଆଗୁଆ ଅବସର ଆବେଦନକୁ ଗତକାଲି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ ଦୁଇ ହଜାର ମସିହା ପରଠାରୁ ନବରଙ୍ଗପୁର ଉପଜିଲ୍ଲାପାଳରୁ ଆରମ୍ଭ କରି ସୁନ୍ଦରଗଡ଼ ଓ କଟକର ଜିଲ୍ଲାପାଳ ଭାବେ ଜିଲ୍ଲାସ୍ତରରେ କାମ କରି ବେଶ ସୁନାମ ଅର୍ଜନ କରିଥିଲେ ।୨୦୦୭ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ କଟକର ପ୍ରଥମ ମହିଳା ଜିଲ୍ଲାପାଳ । ପରବର୍ତ୍ତୀ ସମୟରେ ସେ ମିଶନ ଶକ୍ତିର ନିର୍ଦ୍ଦେଶିକା ଭାବେ ବେଶ ଆଦୃତି ଲାଭ କରିଥିଲେ । ଓଡ଼ିଶାର ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ଦିଗଦର୍ଶନ ଦେବା କ୍ଷେତ୍ରରେ ତାଙ୍କର ଅବଦାନ ବେଶ ଉଲ୍ଲେଖନୀୟ ଥିଲା । ମିଶନ ଶକ୍ତି ନୂଆ ବିଭାଗ ହେବା ପରେ ସେ ସେହି ବିଭାଗର କମିଶନର ତଥା ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ମହିଳା ଓ ଶିଶୁ କଲ୍ଯାଣ ବିଭାଗର ସଚିବ ତଥା କମିଶନର ଦାୟିତ୍ବ ସାଙ୍ଗକୁ ତାଙ୍କୁ ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ବ ମଧ୍ଯ ନିର୍ବାହ କରିଥିଲେ । ୨୦୨୪ ମସିହାରେ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିଲା । ୨୫ ବର୍ଷର ଆଇଏଏସ କ୍ଯାରିଅର ପରେ ବ୍ଯକ୍ତିଗତ କାରଣ ଯୋଗୁଁ ସେ ଆଗୁଆ ଅବସର ଗ୍ରହଣ କରିଛନ୍ତି । ଦେଢ ବର୍ଷ ତଳେ ତାଙ୍କ ସ୍ବାମୀ ଭି. କାର୍ତ୍ତିକ ପାଣ୍ଡିଆନ ମଧ୍ଯ ଆଇଏଏସରୁ ଅବସର ନେଇଥିଲେ । ସୁଜାତା କାର୍ତ୍ତିକେୟନଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ।

ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ନେଇ ପୂର୍ତ୍ତ ମନ୍ତ୍ରୀଙ୍କୁ ଘେରିଲେ ବିଜେପି ବିଧାୟକ ଫକୀର ମୋହନ ନାୟକ

ନନ୍ଦିଘୋଷ ବ୍ୟୁରୋ: ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଘେରିଲେ ବିଜେପି ବିଧାୟକ ଫକୀର ମୋହନ ନାୟକ । ପୁରୁଣା ସ୍ଥାନରୁ ସୈନିକ ସ୍କୁଲ ନ ଉଠାଇବାକୁ ସେ ଦାବି କରିଛନ୍ତି । ବିକଳ୍ପ ଭାବେ ୭ଶହ ମିଟର ଫ୍ଲାଏ ଓଭର ପାଇଁ ସେ ପରାମର୍ଶ ଦେଇଛନ୍ତି । ସେପଟେ ପୂର୍ତ୍ତ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ସେଠାରେ ଫ୍ଲାଏ ଓଭର କରିବା ସମ୍ଭବ ନୁହେଁ । ଜବରଦସ୍ତ କେହି ସୈନିକ ସ୍କୁଲ ହଟାଇ ପାରିବେ ନାହିଁ । ଏହା ସୈନିକ ସ୍କୁଲ ମ୍ୟାନେଜମେଣ୍ଟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ନିର୍ଭର କରେ ସେମାନଙ୍କୁ ସେଠାରୁ ହଟାଯିବ କି ନାହିଁ । ବାହାର ରାଜ୍ୟରେ ସୈନିକ ସ୍କୁଲ ସହରର ବାହାରେ ଅଛି । ଯେବେ ସୈନିକ ସ୍କୁଲ ସ୍ଥାପନ ହୋଇଥିଲା ସେ ସମୟରେ ଆଖପାଖରେ ସେମିତି ଘର ଦ୍ୱାର କି ଭିଡ଼ ନଥିଲା । ତେବେ ଏହାକୁ ବିକଳ୍ପ ଭାବେ ଆଇଟିବିପି ଶରଧାପୁର ପାଖରେ ଦୁଇ ଶହ ଏକର ଜମି ଦିଆଯିବ ବୋଲି କୁହାଯାଇଥିଲା ।

ମିଆଁମାର ଭୂକମ୍ପ : ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ବଢିଚାଲିଚି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା। କେବଳ ମିଆଁମାରରେ ମୃତ୍ୟୁସଂଖ୍ଯା ହଜାରେରୁ ଟପିଛି। ୨୩୭୬ ଜଣ ଆହତ ହୋଇଛନ୍ତି।ଏବେବି ଅନେକ ଲୋକ ନିଖୋଜ ରହିଛନ୍ତି । ଭୂକମ୍ପର ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ନାପିଡାରେ ବିପୁଳ କ୍ଷୟକ୍ଷତି ହୋଇଛି। ମିଆଁମାରରେ ମଣ୍ଡଳାୟ ବିଶ୍ଵବିଦ୍ୟାଳୟରେ ବି ନିଆଁ ଲାଗିଯାଇଥିଲା । ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି । ଏକ ମସଜିଦ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ଜଳ ପ୍ଲାବନ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଭୂକମ୍ପ ପରେ ବହୁତଳ ପ୍ରାସାଦଗୁଡିକ ଦୋହଲିଥିବା ଜଣାଯାଇଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ।

ଭୂକମ୍ପର ଗଭୀରତା ୧୦ କିଲୋମିଟରରେ ଥିଲା ବୋଲି ପ୍ରକାଶ କରିଛି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି। ସେପଟେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ବ୍ୟାଙ୍କକରେ ଏକ ନିର୍ମାଣାଧୀନ ବିଶାଳ କୋଠା ଭୁଶୁଡ଼ି ପଡ଼ିଥିଲା । ଭୂକମ୍ପ ପରେ ଜରୁରୀ ବୈଠକ ଡାକିଥିଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେତୋଙ୍ଗତାର୍ଣ୍ଣ ସିନାବାତ୍ରା। ବିଭିନ୍ନ ସ୍ଥାନରେ ବିଭିନ୍ନ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ୟାଙ୍କକରେ ୯୦ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଥିବାବେଳେ ବ୍ୟାଙ୍କକରେ ମେଟ୍ରୋ ସେବା ବାତିଲ ହୋଇଛି। ୪୦ରୁ ଅଧିକ ଶ୍ରମିକ ନିଖୋଜ ଥିବାବେଳେ ବହୁ ନିର୍ମାଣାଧୀନ କୋଠାରେ ଫସିଛନ୍ତି ଶ୍ରମିକ।.. ଚୀନର ଦକ୍ଷିଣ ପଶ୍ଚିମ ଅନ୍ତର୍ଗତ ୟୁନାନ ପ୍ରଜାତନ୍ତ୍ର ବି କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଯୋଗୁ ଏହି ସବୁ ଦେଶରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପର ପ୍ରଭାବ ମେଘାଳୟ ସମେତ ଉତ୍ତରପୂର୍ବାଞ୍ଚଳ ଭାରତରେ ପଡିଛି। ବାଂଲାଦେଶରେ ବି ପଡିଛି ଏହାର ପ୍ରଭାବ। ସହାୟତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

ଭାରତୀୟଙ୍କ ଲାଗି ହେଲପଲାଇନ ଜାରି କରାଯାଇଛି। ଶୁକ୍ରବାର ମିଆଁମାରରେ ଲଗାତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଏବଂ ୬.୪ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ମନିୱା ସହରରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ କେନ୍ଦ୍ରୀୟ ମିଆଁମାରରେ ଥିବା ରିପୋର୍ଟ କରାଯାଇଛି।

SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ଗୌତମ ବୁଦ୍ଧ ଦାସ

ନନ୍ଦିଘୋଷ ବ୍ୟୁରୋ: ଶୂନ୍ୟକାଳରେ SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । କୋଭିଡ ସମୟରେ SCB ମେଡିକାଲକୁ କେନ୍ଦ୍ର ସରକାର ୫୦ଟି ଭେଣ୍ଟିଲେଟର ଯୋଗାଇ ଥିଲେ । ଏଥିରୁ ୪୪ଟି ମେଡିସିନ ବିଭାଗ ପାଇଁ ଓ ଅବଶିଷ୍ଟ ୬ଟିକୁ ଅନ୍ୟ ବିଭାଗକୁ ଦିଆଯାଇଥିଲା । ହେଲେ ଏହାକୁ ୧୦ ଥର ଏକ ଘରୋଇ ସଂସ୍ଥା ସଜାଡ଼ିବା ପରେ ବି ଅଚଳ ହୋଇ ପଡିରହିଛି । ଏପରି ସ୍ଥିତିରେ ଗୌତମ ପ୍ରଶ୍ନ କରିଛନ୍ତି, ସରକାର କଣ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ? ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତର ସହ ନେବାକୁ ଦାବି କରିଛନ୍ତି ଗୌତମ । ପୂର୍ବ ନବୀନ ସରକାର ୪ହଜାର ୫ଶହ କୋଟି ଦେଇ SCB ନବୀକରଣ କାମ ଆରମ୍ଭ କରିଥିଲେ । ଏହାକୁ AIIMS ପ୍ଲୁସ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏବେ ଅଚଳାବସ୍ଥାରେ ୬୦ ଭେଣ୍ଟିଲେଟର । ନୂଆ ଭେଣ୍ଟିଲେଟର ଅଣାଯାଉ ରୋଗୀଙ୍କ ଜୀବନ ସହିତ ଖେଳା ନଯାଉ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ।

ହାତ ଯୋଡ଼ିଲେ ସଲମାନ, କହିଲେ ଆଉ ବିବାଦରେ ଫସିବାର ନାହିଁ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଦେଖିବା ପାଇଁ ଚାହିଁ ରହିଥାନ୍ତି ଦର୍ଶକେ । ଇଦରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର ରିଲିଜ୍ ହେବାକୁ ଯାଉଛି । ଯାହାକି ୪୦୦ କୋଟି ବଜେଟର ଫିଲ୍ମ । ତେବେ ଟ୍ରେଲରକୁ ଦର୍ଶକେ ବେଶ ପସନ୍ଦ କରିଥିବାବେଳେ ଆଡଭାନ୍ସ ଟିକେଟ ବୁକିଂରେ ମଧ୍ୟ ଏହା ଆଗରେ ରହିଛି । ତେବେ ପ୍ରାୟତଃ ଫିଲ୍ମକୁ ହିଟ୍ କରିବା ପାଇଁ ଅଧିକାଂଶ ସମୟରେ କଳାକାରମାନେ ଜାଣିଶୁଣି ବିବାଦ ସୃଷ୍ଟି କରିଥାନ୍ତି । ଏଭଳି ଏକ ପ୍ରଶ୍ନ ସଲମାନ ପଚରା ଯାଇଥିଲା । ସିକନ୍ଦର ରିଲିଜ ହେବା ପୂର୍ବରୁ କୌଣସି ବିବାଦ ରହିଛି କି ? ଯାହାର ଉତ୍ତରରେ ସେ କହିଥିଲେ କି, ନା ଭାଇ ଆଉ ବିବାଦରେ ଫସିବାର ନାହିଁ । ଏମିତି ଅନେକ ବିବାଦରେ ଆଗରୁ ଫସିଛି । ସେ ହାତ ଯୋଡ଼ି ଆଉ ବିବାଦରେ ଫସିବାର ନାହିଁ ବୋଲି ପ୍ରତିକ୍ରିୟାରେ କହିଥିଲେ । ଯାହାର ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ କହି ରଖୁଛୁ କି, ସଲମାନ ଖାନ ଏଭଳି ଜଣେ ଅଭିନେତା ଯିଏକି ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ଯେପରି କି, ବିବେକ ଓବରୟଙ୍କୁ ଧମକ ଦେବା, ଐଶର୍ଯ୍ୟା ରାୟଙ୍କ ସହ ସମ୍ପର୍କ, ଶାହାରୁଖଙ୍କ ସହ ବିବାଦ, ହରିଣ ଶିକାର ମାମଲା ଏବଂ ଅରିଜିତଙ୍କ ସହ ଶୀତଳ ଯୁଦ୍ଧ । ଏମିତି ଅନେକ ବିବାଦରେ ଛନ୍ଦି ହୋଇଥିଲେ ସୁଦ୍ଧା ସଲମାନ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଆଜି ଆଇନଜୀବୀମାନଙ୍କ ନିର୍ବାଚନ। ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ ହେଉଛି।୨୦୨୧ ମସିହା ଠାରୁ ପ୍ରତ୍ୟକ ବାରରେ ଗୋଟିଏ ଦିନରେ ନିର୍ବାଚନ କରାଯାଉଛି।ସମସ୍ତ ବାରରେ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଉଛି।ବଡ଼କଥା ହେଉଛି ପ୍ରତ୍ୟକ ବର୍ଷ ମାର୍ଚ୍ଚ ଶେଷ ଶନିବାର ରେ ଏହି ନିର୍ବାଚନ ଆୟୋଜନ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହିକ୍ରମରେ ରାଜ୍ୟର ପ୍ରତ୍ୟକ ବାର ନିର୍ବାଚନ ପାଇଁ ଜଣେ ଆଇନଜୀବୀ କେବଳ ଗୋଟିଏ ଭୋଟ ଦେଇପାରିବ।ଅର୍ଥାତ ଜଣେ ଆଇନଜୀବୀ ଯେକୌଣସି ବାର ପାଇଁ ମାତ୍ର ଥରେ ମତଦାନ କରିପାରିବ।ଏହିକ୍ରମରେ ଆଜି ହାଇକୋର୍ଟ ବାର୍ ରେ ମଧ୍ୟ ନିର୍ବାଚନ ହେଉଛି।

୭ ଟି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।ଏହି ୭ ଟି ପଦବୀ ପାଇଁ ୪୦ ଜଣ ପାର୍ଥି ନିର୍ବାଚନ ଲଢ଼ୁଛନ୍ତି।ହାଇକୋର୍ଟ ବାର ନିର୍ବାଚନ ପାଇଁ ୪ ହଜାର ୭୫୦ ଜଣ ଆଇନଜୀବୀ ମତଦାନ ଦେବେ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ  ୫ଟାରେ ଭୋଟ୍ ଗଣତି ହେବ। ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି।ସେହିପରି ଉପସଭାପତି ଓ ସମ୍ପାଦକ ପଦ ଲାଗି 5 ଜଣଙ୍କ ଲେଖାଏଁ ଆଇନଜୀବୀ ପ୍ରତିଦ୍ଵନ୍ଦିତା କରୁଛନ୍ତି ।

ଯୁଗ୍ମ ସମ୍ପାଦକ ଓ ସହକାରୀ ସମ୍ପାଦକ ପଦ ଲାଗି 4 ଜଣ ଲେଖାଏଁ ଆଇନଜୀବୀ ପ୍ରତିଦ୍ଵନ୍ଦିତା କରୁଛନ୍ତି । ପାଠାଗାର ସହକାରୀ ସମ୍ପାଦକ ପଦ ପାଇଁ 6 ଜଣ ପ୍ରତିଦ୍ବନ୍ଦୀତା କରୁଛନ୍ତି । ୯ଟି କାର୍ଯ୍ୟନିର୍ବାହୀ ସଭ୍ୟ ପଦ ଲାଗି ୧୩ଜଣ ଆଇନଜୀବୀ ପ୍ରାର୍ଥୀ ହୋଇଛନ୍ତି ।ତେବେ ଆଜି ସମସ୍ତ ପଦପଦବୀ ର ଫଳାଫଳ ଘୋଷଣା କରାଯିବ।ମାତ୍ର କେବଳ ଏକଜ୍ୟିକେଟିଭ ସଦସ୍ୟ ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।