ଉଦଳା: ବାଲିମାଫିଆଙ୍କ ଦୌରାତ୍ମ୍ୟ। ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଚଳରେ ବାଲିଘାଟରେ ପହଞ୍ଚି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ଟ୍ରାକ୍ଟରକୁ ଖସାଇ ନେଲେ ମାଫିଆ। ଯାହା ପରେ ପୋଲିସକୁ ନାକେଦମ କରି ୨୦ କିଲୋମିଟର ବୁଲାଇଲେ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଚିଲିମା ଗାଁରେ। ନଦୀରୁ ବେଆଇନ ବାଲି ଉତ୍ତୋଳନ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବେନିୟମ ଭାବେ ଚୋରା ଚାଲାଣ ପାଇଁ ବାଲି ବୋଝେଇ ଥିବା ଟ୍ରାକ୍ଟରକୁ ଜବତ କରିଥିଲେ।ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ଯାହାକୁ ପୋଲିସ ପିଛା କରିଥିବା ବେଳେ ବାଲି ମାଫିଆ ପୋଲିସକୁ ପ୍ରାୟ ୨୦ କିଲୋମିଟରରୁ ଅଧିକ ରାସ୍ତା ବୁଲାଇଥିଲେ। ଗୋଟିଏ ଗାଁରୁ ଅନ୍ୟ ଗାଁ ପଶିବା ସହିତ ଵିଲ ରାସ୍ତା ଦେଇ ଗାଡି ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ପୋଲିସକୁ ୨୦ କିଲୋମିଟରରୁ ଅଧିକ ରାସ୍ତା ନାକେଦମ କରି ଚକା ଭଉଁରୀ ବୁଲାଇବା ପରେ ଶେଷରେ ସେହି ଚିଲିମା ଗ୍ରାମ ନିକଟରେ ପୋଲିସ ହାବୁଡ଼ରେ ପଡିବା ଡରରେ ମାଫିଆ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲା। ଯାହା ପରେ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି। ହେଲେ ଟ୍ରାକ୍ଟର ର କୌଣସି ନମ୍ବର ନାହିଁ ଅର୍ଥାତ ଟ୍ରାକ୍ଟର ଟି ବିନା ନମ୍ବରରେ ଚାଲୁଥିଲା।
ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବି ଖୁରାନିଆ: ୫ ଜିଲ୍ଲାର ଏସପିଙ୍କ ସହ କରିବେ ଆଲୋଚନା
ସମ୍ବଲପୁର: ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବି ଖୁରାନିଆ । ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ନେଇ କରିବେ ଆଲୋଚନା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସହ କରିବେ ଆଲୋଚନା। ଏହାସହ ୫ ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଛନ୍ତି ପୋଲିସ ଡିଜି। ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ତାଳଚେରରେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର: ବାମ ଗୋଡ଼ରେ ଗୁଳି ବାଜି ଅପରାଧୀ ଗୁରୁତର
ତାଳେଚର: ତାଳଚେର ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର। ତାଳବେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର। ଅପରାଧି ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳିକରି ପଳାଉଥିବାବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଥାନାରେ ମାମଲା ରହିଛି। ପୋଲିସ ଉପରକୁ ତିନି ରାଉଣ୍ଡ ଫାୟରିଂ କରିଥିବା ସୂଚନା। ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ।
୩ଟି ଓ୍ବିକେଟ ନେଇ ଏକ୍ସ-ଫ୍ୟାକ୍ଟର ସାଜିଲେ ମହମ୍ମଦ ସିରାଜ: ଗୁଜରାଟ ଠାରୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ
ମହମ୍ମଦ ସିରାଜ ଦୀର୍ଘସମୟ ଧରି ଆପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ସହ ଜଡ଼ିତ ରହିଛନ୍ତି । ତେବେ ଏପ୍ରିଲ ୨ରେ ସିରାଜ ୩ଟି ଓ୍ବିକେଟ ନେବା ସହ ଆରସିବି ବିଜୟରେ ଏକ୍ସ ଫ୍ୟାକ୍ଟର ସାଜିଥିଲେ । ଏହିକ୍ରମରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆରସିବି ପ୍ରତିଶୋଧ ନେଇପାରିଛି । ଏହି ମ୍ୟାଚ ଏଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା ଯେ, ସିରାଜ ପୂର୍ବରୁ ଗୁଜରାଟର ଅଂଶ ଥିଲେ । ସିରାଜ ନିଜ ବୋଲିଂରେ ଦେବଦତ୍ତ ପାଡିକଲ (୪), ଫିଲ ସଲ୍ଟ (୧୪) ଓ ଲିଆମ ଲିଭିଂଷ୍ଟୋନ (୫୪)ଙ୍କୁ ଆଉଟ୍ କରି ଟିମର ବିଜୟରେ ବଡ଼ ଭୂମିକା ନିର୍ବାହ କରିଥିଲେ । ସିରାଜ ୪ ଓଭର ବୋଲିଂ କରି ୧୯ ରନ୍ ଦେଇ ୩ଟି ବଡ଼ ଓ୍ବିକେଟର ପତ୍ତନ ଘଟାଇଥିଲେ । ଏହି କମାଲ କାରଣରୁ ତାଙ୍କୁ ’ପ୍ଲେୟାର ଅଫ୍ ଦି ମ୍ୟାଚ’ ବିବେଚିତ କରାଯାଇଥିଲା ।
ଉକ୍ତ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଲିଭିଂଷ୍ଟୋନ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ । ଗୁଜରାଟ ତରଫରୁ ସାଇ କିଶୋର ୨ଟି ଓ୍ବିକେଟ ନେଇଥିଲେ । ଜବାବରେ ଗୁଜରାଟ ୧୭.୫ ଓଭରରେ ୨ଟି ଓ୍ବିକେଟ ହରାଇ ୧୭୦ ରନ୍ ସଂଗ୍ରହ କରିନେଇଥିଲା । ଜୋସ ବଟଲର ସର୍ବାଧିକ ୭୩ ରନ୍ ସଂଗ୍ରହ କରି ଅପରାଜିତ ଥିଲେ । ସାଇ ସୁଧାରସନ ୪୯ ରନ୍ କରିଥିଲେ । ଗୁଜରାଟ ତରଫରୁ ଭୁବନେଶ୍ବର କୁମାର ଓ ଜୋଶ ହାଜଲେଉଡ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
ବର୍ଷାରେ ଭିଜିଲା ଅଧା ଓଡିଶା: ତାପମାତ୍ରା ୧-୨ ଡିଗ୍ରୀ ହ୍ରାସ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ବର: ବର୍ଷାରେ ଭିଜିଲା ଅଧା ଓଡିଶା । ତାତିରୁ ମିଳିଲା ମୁକ୍ତି । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝଗର ଓ ମୟୂରଭଞ୍ଜ ପରି ୧୫ ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେରେ ପବନ ବହିବାର ସମ୍ଭାବନା ରହିଛି । ଗତକାଲି କନ୍ଧମାଳର ଫିରିଙ୍ଗିଆଠାରେ ସର୍ବାଧିକ ୪୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।

