spot_img
Home Blog Page 931

ପ୍ରବାସୀଙ୍କ ବିରୋଧରେ ଅଧିକ ଉଗ୍ର ହେଲା ଆମେରିକାର ଟ୍ରମ୍ପ ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀଙ୍କ ବିରୋଧରେ ଅଧିକ ଉଗ୍ର ହେଲା ଆମେରିକା ଟ୍ରମ୍ପ ପ୍ରଶାସନ । ଆଉ ୫ ଲକ୍ଷ ୩୦ ହଜାର କ୍ୟୁବା, ହାଇତି, ନିକାରାଗୁଆ ଓ ଭେନିଜୁଏଲା ନାଗରିକଙ୍କୁ ଫେରାଇ ଦେବା ଲାଗି ଆମେରିକା ନେଇଛି ନିଷ୍ପତ୍ତି । ଖୁବ୍ ଶୀଘ୍ର ସେମାନଙ୍କର ଆଇନଗତ ସୁରକ୍ଷା ହଟାଇଦିଆଯିବ ବୋଲି ସୂଚନା ମିଳିଛି । ଏହି ଚାରି ରାଷ୍ଟ୍ରର ଯେଉଁ ପ୍ରବାସୀମାନେ  ଅକ୍ଟୋବର ୨୦୨୨ରୁ ଆମେରିକାରେ ରହୁଥିଲେ ଏବଂ ଦୁଇ ବର୍ଷ ଲାଗି ପରମିଟ ପାଇଥିଲେ ସେମାନଙ୍କଠାରୁ ଆଇନଗତ ସୁରକ୍ଷା ହଟାଇଦିଆଯିବ ବୋଲି କୁହାଯାଇଛି । ଆସନ୍ତା ଏପ୍ରିଲ ୩୦ କିମ୍ବା ନୋଟିସ ଜାରି ହେବାର ୩୦ ଦିନ ପରେ ସେମାନେ ଆମେରିକାରେ ଆଉ ରହିବାର ଯୋଗ୍ୟତା ହାସଲ କରିବେ ନାହିଁ ।

ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ପ୍ରଦାନ କରାଯାଇଥିବା ପାରୋଲ ନୀତିକୁ ଟ୍ରମ୍ପ ପ୍ରଶାସନ ରଦ୍ଦ କରିବା ପରେଲକ୍ଷ ଲକ୍ଷ ପ୍ରବାସୀ ଆମେରିକା ଛାଡିବା ନିଶ୍ଚିତ ହୋଇଛି । ସେପଟେ ଆମେରିକାରେ ରହୁଥିବା ଭାରତୀୟ ଛାତ୍ରମାନେ ଆମେରିକୀୟ ନିୟମ ଅନୁସାରେ ରହିବା ଲାଗି ପରାମର୍ଶ ଦେଇଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପୂର୍ବରୁ ହମାସ ଲିଙ୍କ୍ ଅଭିଯୋଗରେ ରଞ୍ଜନୀ ଶ୍ରୀନିବାସନ ନାମ୍ନୀ ଜଣେ ଛାତ୍ରୀଙ୍କୁ ପଠାଇଦିଆଯାଇଥିବାବେଳେ ବାଦର ଖାଁ ସୁରୀ ନାମକ ଅନ୍ୟ ଜଣେ ଛାତ୍ରଙ୍କ ଉପରେ ସମଧରଣର ବିପଦ ରହିଛି । ଯଦିଓ ଭାରତ ଫେରିବା ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି ତଥାପି ତାଙ୍କ ଉପରୁ ବିପଦ ଟଳି ନାହିଁ । ଆମେରିକାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ପଢୁଥିବାରୁ ଆଇନକାନୁନ ପ୍ରତି ସଜାଗ ହେବା ଲାଗି ପରାମର୍ଶ ଦିଆଯାଇଛି ।

ଜିତିଲା RCB, ଖୁସି ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନନ୍ଦିଘୋଷ ବ୍ୟୁରୋ: ଶନିବାରଠାରୁ ଆଇପିଏଲ ୨୦୨୫ର ସିଜିନ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ଡିଫେନ୍ଡି ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସର ହୋମ ଗ୍ରାଉଣ୍ଡରେ ଇଡେନ ଗାଡେନରେ RCB ଘରୋଇ ଦଳକୁ ପରାସ୍ତ କରିଛି । ତେବେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା RCBର ବିଜୟରେ ବେଶ ଖୁସି ଜଣା ପଡ଼ିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏହି ଖୁସି ପଛରେ ରହିଛନ୍ତି କୁନାଲ ପାଣ୍ଡ୍ୟା । ବଡ଼ଭାଇ ବାଙ୍ଗାଲୋର ଦଳରେ ରହିଥିବାବେଳେ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ୩ ଓ୍ବିକେଟ ଅକ୍ତିଆର କରି କୋଲକାତାର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି । ଏହି ଖୁସିରେ ଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି ହାର୍ଦ୍ଦିକ ।

ଆଜି ଭଙ୍ଗ ହେବ କାନାଡା ପାର୍ଲାମେଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଆଜି ଭଙ୍ଗ ହେବ କାନାଡା ପାର୍ଲାମେଣ୍ଟ । ସଂସଦ ଭଙ୍ଗନେଇ ଗଭର୍ଣ୍ଣର ଜେନେରାଲଙ୍କୁ ସୁପାରିସ କରିବେ ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି । ଏହା ସହ ଆସନ୍ତା ଏପ୍ରିଲ୨୮ କିମ୍ବା ମେ ୫ରେ ନିର୍ବାଚନ ନେଇ କରିପାରନ୍ତି ଘୋଷଣା । ଜଷ୍ଟିନ ଟ୍ରୁଡୁଙ୍କ ପରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାର କିଛି ଦିନ ଅନ୍ତେ ପାର୍ଲାମେଣ୍ଟକୁ ଭଙ୍ଗ କରିପାରନ୍ତି କାର୍ଣ୍ଣି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସେ ନୂଆ କ୍ୟାବିନେଟ ନିଯୁକ୍ତ କରିଥିଲେ । ଆମେରିକା ସହ ଟ୍ରେଡ ଓ୍ବାର ଚାଲିଥିବାବେଳେ କାନାଡା ନିର୍ବାଚନ ଅନେକ ଗୁରୁତ୍ବ ବହନ କରିବ । ସେପଟେ ସାନି ନିର୍ବାଚନ ଲାଗି ପ୍ରସ୍ତୁତ ହେଲେଣି ଲିବରାଲ, କଞ୍ଜରଭେଟିଭ ଓ ନ୍ୟୁ ଡେମୋକ୍ରାଟିକ ପାର୍ଟି । ଲିବରାଲ ପାର୍ଟି ପକ୍ଷରୁ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉଛି । ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ପୂର୍ବତନ ଭାଙ୍କୋଭର ମେୟର ଗ୍ରିଗର ରବର୍ଟସନ । ୬୦ ବର୍ଷ ବୟସ୍କ ତଥା ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଙ୍କ ଲାଗି ଏହି ନିର୍ବାଚନ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି ।

ବରଗଡ଼ କୋର୍ଟ ସମ୍ମୁଖରୁ ଅପହରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ କୋର୍ଟ ସମ୍ମୁଖରୁ ଅପହରଣ ଅଭିଯୋଗ । ଝାରସୁଗୁଡାର ନିରଞ୍ଜନ ସୁନାଙ୍କୁ ଅପହରଣ କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ଏକ ଜମି ବିକ୍ରି ମାମଲାର ଶୁଣାଣୀ ବେଳେ ନିରଞ୍ଜନଙ୍କୁ ବରଗଡ଼ କୋର୍ଟ ସମ୍ମୁଖରୁ ମମତା ଅଗ୍ରୱାଲ ଓ ତାଙ୍କ ସ୍ୱାମୀ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବାବେଳେ ମାଡ଼ପିଟ କରିବା ସହ ଏକ ହୋଟେଲରେ ରଖିଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ମମତାଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଜମି ବିକ୍ରି କରିବା ପାଇଁ ଆଡଭାନ୍ସ ନେଇଥିବା ଓ ଫେରାଇ ନଥିବା ମମତା ଜଣାଇବା ସହ ନିରଞ୍ଜନ କୋର୍ଟ ସମ୍ମୁଖରେ ମମତାଙ୍କୁ ଖରାପ ବ୍ୟବହାର ଦେଖାଇଥିବା ପାଲଟା ଅଭିଯୋଗ କରିଛନ୍ତି । ଏନେଇ ବରଗଡ଼ ପୋଲିସ୍ ତଦନ୍ତ ଜାରି ରଖିଛି ।

ଆସିଲା ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ : ଛାତିରେ ଛୁରୀ ଭୁସି କରିଥିଲେ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଆସିଲା ହତ୍ୟାର ଶିକାର ହୋଇଥିବା ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ। ପତ୍ନୀ ମୁସକାନ ରାସ୍ତୋଗୀ ଓ ପ୍ରେମିକ ସାହିଲ ଶୁକ୍ଳା ଅତି ବୀଭତ୍ସ ଭାବେ ସୌରଭଙ୍କୁ ହତ୍ୟା କରିଥିଲେ। ସୌରଭଙ୍କ ମୁଣ୍ଡକୁ କାଟି ଦିଆଯାଇଥିାବବେଳେ ହାତ ଦୁଇଟିକୁ ବି କାଟି ଦିଆଯାଇଥିଲା। ଦୁଇ ଗୋଡକୁ ପଛପଟୁ ବଙ୍କେଇ ଦିଆଯାଇଥିଲା। ଡ୍ରମ ଭିତରେ ଶବକୁ ପ୍ୟାକ କରିବା ଲାଗି ଏପରି କରାଯାଇଥିଲା।  ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ନିଶା ଦେବା ପରେ ତାଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଶରୀରରୁ ଚର୍ମ ଉତାରି ଦିଆଯିବା ପରେ ଶବକୁ ଏକ ଡ୍ରମରେ ପୂରାଇ ସିମେଣ୍ଟରେ ସିଲ୍ କରିଦିଆଯାଇଥିଲା। ପରେ ସେମାନେ ହିମାଚଳ ପ୍ରଦେଶ ସିମଲାକୁ ବୁଲିବାକୁ ଚାଲିଯାଇଥିଲେ। ଅପରାଧକୁ ଘୋଡ଼ାଇବା ଲାଗି ସୌରଭଙ୍କ ଫୋନରୁ ସେମାନେ ମେସେଜ ଦେଇଥିଲେ। ଗତ ମାର୍ଚ୍ଚ ୧୮ ତାରିଖରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା।

ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ହାତୀଙ୍କ ପାଇଁ ଆଉ ଜାଗା ନାହିଁ। ଯେତିକି ରହିବା କଥା, ତାଠାରୁ ୩୦୦ ଅଧିକ ହାତୀ ଅଛନ୍ତି ଓଡ଼ିଶାରେ। ପୁଣି ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ବି ହାତୀ ଓଡ଼ିଶା ମୁହାଁ ହେଉଛନ୍ତି। ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଥିବାରୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ। ସେଥିପାଇଁ ବଢୁଛି ହାତୀ-ମଣିଷ ଲଢେଇ। ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲରେ ୧୯ ପ୍ରକାରର ସ୍ବତନ୍ତ୍ର ଗଛ ଲଗାଇବାକୁ ଜଙ୍ଗଲ ବିଭାଗ ଯୋଜନା କରୁଛି ବୋଲି ସଚିବ କହିଛନ୍ତି। ସେପଟେ ମନ୍ତ୍ରୀ କହୁଛନ୍ତି ସରକାର କରିବେ ସ୍ବତନ୍ତ୍ର ନୀତି।

ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ । ଯେତିକି ହାତୀ ରହି ପାରିବା କଥା ତାଠାରୁ ୩୦୦ ଅଧିକ ଅଛନ୍ତି । ଓଡ଼ିଶାରେ ୧୮ଶହ ହାତୀ ରହିବାର କ୍ଷମତା ଥିବା ବେଳେ ଏବେ ଅଛନ୍ତି ୨୧ଶହ।  ଜଙ୍ଗଲରେ ରହୁଥିବା ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଥିବାରୁ ଖାଦ୍ୟ ଅନ୍ୱେଷଣ ରେ ଜନବସତିମୁହାଁ ହେଉଛନ୍ତି। ହାତୀ-ମଣିଷ ଲଢ଼େଇ ବଢୁଛି । ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ସୃଷ୍ଟି କରିବେ ସରକାର। ହାତୀଙ୍କ ଖାଦ୍ୟ ରୂପେ ଚିହ୍ନିତ ୧୯ ପ୍ରକାରର ଗଛ ଲଗାଇବାକୁ ଯୋଜନା ହୋଇଛି। ଆମ୍ବ,ପଣସ,ପିଜୁଳି,କରମଙ୍ଗା,ଶାଗୁଆନ ଭଳି ବ୍ୟାପକ ଗଛ ଲଗାଯିବ। ଜଙ୍ଗଲ ମନ୍ତ୍ରୀ କହୁଛନ୍ତି, ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ଅଧିକ ଖାଦ୍ୟ ପ୍ରସ୍ତୁତ ପାଇଁ ସରକାର ଆଣିବେ ସ୍ବତନ୍ତ୍ର ନୀତି।

ସବୁଠାରୁ ବଡ଼ଜନ୍ତୁ ହାତୀ। ଦିନକୁ ୧୮ଘଣ୍ଟା ଚଳଚଞ୍ଚଳ ରହୁଥିବା ଗୋଟିଏ ହାତୀ ପ୍ରାୟ ଦେଢଶହରୁ ଦୁଇ ଶହ କିଲୋ ଖାଦ୍ୟ ଗ୍ରହଣ କରେ। ଖାଦ୍ୟ ହଜମ ପାଇଁ ଦିନକୁ ସର୍ବନିମ୍ନ ୫୦କିଲୋମିଟର ଚାଲିବାର କ୍ଷମତା ରଖେ। ଏହା ସହ ହାତୀକୁ ପର୍ଯ୍ୟାପ୍ତ ପରିମାଣର ପାଣି ବି ଦରକାର। ହେଲେ ଓଡ଼ିଶାରେ ଅବସ୍ଥା ସଙ୍ଗୀନ। ୧୮ଶହ ହାତୀ ପାଳିବାର କ୍ଷମତା ଥିବା ଓଡ଼ିଶା ଜଙ୍ଗଲରେ ଏବେ ଖାଦ୍ୟ ସଙ୍କଟ ହାତୀଙ୍କ ପାଇଁ ସମସ୍ୟା ପାଲଟିଛି। ୨୧ଶହ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଏବଂ ପାଣିର ଅଭାବ ରହିଛି। ଯେଉଁଥିପାଇଁ ହାତୀ ଖାଦ୍ୟ ଓ ପାଣି ଅନ୍ବେଷଣରେ ସହର ମୁହାଁ ହେଉଛି। ଜଙ୍ଗଲରେ ହାତୀଙ୍କ ଖାଦ୍ୟ ସୃଷ୍ଟି କରିବା ପାଇଁ ସରକାରଙ୍କ ନୀତି ଓ ଯୋଜନାକୁ ନାପସନ୍ଦ କରିଛନ୍ତି ବିଶେଷଜ୍ଞ। ପ୍ରଥମେ ଜଙ୍ଗଲକୁ ସୁରକ୍ଷିତ ରଖାଯାଉ ଏବ ଲୋକଙ୍କ ଜବରଦଖଲ ହଟାଯାଉ। ହାତୀ କରିଡ଼ର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉ ବୋଲି ବିଶେଷଜ୍ଞ କହିଛନ୍ତି।

୭ବର୍ଷରେ ବିଭିନ୍ନ କାରଣରୁ ଓଡ଼ିଶାରେ ୬୩୪ ହାତୀଙ୍କ ଜୀବନ ଯାଇଛି। ଖାଦ୍ୟ ଅଭାବ ଯୋଗୁଁ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଏହା ମସସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି। ସରକାର ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ କେବଳ ଚିନ୍ତା କରି ବସିଗଲେ ହେବ ନାହିଁ, ଏହା ଫଳପ୍ରଦ କରିବାକୁ ଉଦ୍ୟମ ବି ହେବା ଆବଶ୍ୟକ।

ଓଡ଼ିଶାକୁ ଚାରି ଆଡୁ ଘେରିଲେଣି ପଡ଼ୋଶୀ ରାଜ୍ୟ !

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ଚାରି ଆଡୁ ଘେରିଲେଣି ପଡ଼ୋଶୀ ରାଜ୍ୟ। ସୀମାନ୍ତ ଅଞ୍ଚଳକୁ ଦଖଲ କରି ନେବାକୁ ଷଡ଼ଯନ୍ତ୍ର। କୋଟିଆକୁ ନିଜ କବଜାକୁ ନେବାକୁ କେବେଠୁ ଉଦ୍ୟମ ଚଳାଇଛି ଆନ୍ଧ୍ର। ଏବେ ପଶ୍ଚିମବଙ୍ଗ ବି ଓଡ଼ିଶାରେ ପଶି ରାସ୍ତାଘାଟ ନିର୍ମାଣ କଲାଣି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାକୁ ଚାରିପଟୁ ପଡୋଶୀମାନେ ଦଖଲ କରିବାକୁ ଲାଗି ପଡ଼ିଲେଣି। କିନ୍ତୁ ଓଡ଼ିଶା ସରକାର ନିରବ। ଏହାକୁ ନେଇ ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଜନ ସଂଗଠନ ବର୍ଷିଛନ୍ତି। ସରକାର ତୁରନ୍ତ ନିଜ ରାଜ୍ୟର ସୀମା ରକ୍ଷା ପାଇଁ କାର୍ଯ୍ୟ କରନ୍ତୁ ବୋଲି ଦାବି କରିଛନ୍ତି ସେମାନେ।

ଓଡ଼ିଶାର କେଉଁ ଭାଗକୁ ଆନ୍ଧ୍ର ନେବାକୁ ଲାଗିଲାଣି ଓ କେଉଁ ଭାଗକୁ ପଶ୍ଚିମବଙ୍ଗ ଜବରଦସ୍ତ ଧସେଇ ପଶିଲାଣି। ରାଜ୍ୟରେ ବିଜେପି ସରକାର ଆସବା ପରେ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଏଭଳି ଅରାଜକତା ଦେଖିବାକୁ ମିଳିଛି। କୋଟିଆ ଦଖଲରେ ଆନ୍ଧ୍ର ଲାଗି ପଡିଥିବା ବେଳେ ଏବେ ପଶ୍ଚିମବଙ୍ଗ ମଧ୍ୟ ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ ଓଡିଶାକୁ ପଶି ମନଇଚ୍ଛା ନିର୍ମାଣ କରିଚାଲିଛି। ଓଡ଼ିଶାର ସୀମାକୁ ପଡୋଶୀ ରାଜ୍ୟଗୁଡିକ ଦଖଲ କରିବାକୁ ଜୋରଦାର ଉଦ୍ୟମ କରିବା ଓ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ଉତ୍କଳ ସମ୍ମିଳନୀ।କେତେବେଳେ ଆନ୍ଧ୍ର ତ କେତେବେଳେ ପଶ୍ଚିମବଙ୍ଗ। ଓଡିଶା ସୀମାରେ ବିଭିନ୍ନ ପଡୋଶୀ ରାଜ୍ୟ ଦାଦାଗିରି ଜାରି ରଖିବା ଓ ଓଡିଶା ଅଞ୍ଚଳକୁ ଦଖଲ କରିବା ବିରୋଧରେ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଦାବି କରିଛି ସମ୍ମିଳନୀ। ଏ ନେଇ ବାରମ୍ବାର ପ୍ରସ୍ତାବ ଦିଆଯାଉଛି। ରାଜସ୍ୱ ବିଭାଗରେ ଯେମିତି ଦୈବୀ ଦୁର୍ବିପାକ ପ୍ରଶମନ ବିଭାଗ ଖୋଲିଲା ସେମିତି ଢଙ୍ଗରେ ସ୍ୱତନ୍ତ୍ର ସୀମା ସମସ୍ୟା ସମାଧାନ ସେଲ ଖୋଲିବାକୁ ଦାବି ହୋଇଛି। ସେଥିପାଇଁ ସରକାର ସ୍ୱତନ୍ତ୍ର ବଜେଟ ଓ ମାନବସମ୍ବଳ ଦିଅନ୍ତୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ। ସୀମାନ୍ତ ଅଞ୍ଚଳରେ ସ୍ଥାୟୀ ପାଚେରୀ କରିବାକୁ ଦାବି। ସରକାର ଏ ସମ୍ପର୍କରେ ସିରିୟସ ହେବା ଉଚିତ। ନଚେତ ବିଭିନ୍ନ ଆଡେ ଏଭଳି ରୋଗ ବାହାରିବ। ପଡୋଶୀ ରାଜ୍ୟର ସରକାର ଓ ସେଠାକାର ଲୋକେ ମଧ୍ୟ ଓଡିଶାକୁ ମାଡି ବସିବାକୁ ବସିଛନ୍ତି। ପଡୋଶୀ ରାଜ୍ୟର ଏହି ଜବରଦଖଲ ଧାରା ଭାଙ୍ଗିବାକୁ ଦାବି। ସୀମାନ୍ତ ଲୋକଙ୍କୁ ସୁବିଧା ଦିଆଯାଉ। ଜିଲ୍ଲା ଓ ବ୍ଲକ ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉ ନାହାଁନ୍ତି। ତୁରନ୍ତ ସୀମାନ୍ତ ବିକାଶ ପରିଷଦ ଗଢାଯାଉ। ଏ ସମ୍ପର୍କରେ ସରକାରଙ୍କୁ ଲିଖିତ ଆକାରରେ ଦିଆଯାଇଛି। ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି କିନ୍ତୁ ଏ ଯାଏ କିଛି ହେଉ ନାହିଁ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଉତ୍କଳ ସମ୍ମିଳନୀର ପ୍ରତିନିଧି।

ସେପଟେ ବିଭିନ୍ନ ଜନସଂଗଠନ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏଭଳି ଏକ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ଏ ପ୍ରସଙ୍ଗରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଓଡିଶା ବିକାଶ ପରିଷଦ। ରାଜ୍ୟର ବିଜେପି ସରକାର ବିକାଶର ସଂଜ୍ଞା କହିଲେ ସୁଭଦ୍ରା ଯୋଜନାରେ ୫ ହଜାର ଦେଇଦେଲେ ହେଲା ବୋଲି ଭାବୁଛନ୍ତି। ଓଡ଼ିଶାର ଭାଷା ଓ ମାଟିର ସୁରକ୍ଷା ହେଉଛି ପ୍ରକୃତ ବିକାଶ। କିନ୍ତୁ ବିଧାନସଭାରେ ବିଜେପିର ବରିଷ୍ଠ ବିଧାୟକ ଓଡ଼ିଶାର ବିଭାଜନକାରି ମନ୍ତବ୍ୟ ଦେଉଛନ୍ତି ଓ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି। ଏହାଠୁ ଦୁଃଖଦ କଥା କିଛି ନାହିଁ। ପଡୋଶୀ ରାଜ୍ୟ ଓଡିଶା ସୀମାକୁ ନିଜ ରାଜ୍ୟରେ ମିଶାଇବା କୁ ସବୁ ଉଦ୍ୟମ କରୁଛନ୍ତି କିନ୍ତୁ ନିଜ ଓଡ଼ିଶାର ଅଞ୍ଚଳକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର। ଓଡିଶା ବିକାଶ ପରିଷଦର ଏକ ଟିମ ଓଡ଼ିଶାର ବିଭିନ୍ନ ସୀମା ଅଞ୍ଚଳ ଗସ୍ତ କରିବା ସହ ଓଡିଶା ସରକାର ତୁରନ୍ତ ଏ ଉପରେ ପଦକ୍ଷେପ ନେଵାକୁ ଦାବି ହୋଇଛି। ବିଜେପିର ଭୁଲ ନୀତି ପାଇଁ ଓଡିଶା ଲୋକେ ଏବେ ହାହାକାରରେ। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଓଡିଶାର ଅଞ୍ଚଳକୁ ନେଇ ଯାଉଛନ୍ତି। ଓଡିଶାକୁ ବିଖଣ୍ଡିତ ହେବାରୁ କେବେ ବଞ୍ଚାଇବେ ରାଜ୍ୟ ବିଜେପି ସରକାର ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ।ତାହେଲେ ଏବେ ଓଡ଼ିଶାବାସୀଙ୍କୁ ବି ଅନ୍ୟ ରାଜ୍ୟକୁ ଦେଇଦିଅନ୍ତୁ ବୋଲି ସରକାରଙ୍କୁ କଡା ଭାଷାରେ କହିଲା ମଞ୍ଚ। ଓଡ଼ିଶାବାସୀ ଏବେ ଓଡ଼ିଶାରେ ସୁରକ୍ଷିତ ନାହାନ୍ତି। ଯେଉଁ ଛଳନା କରି ମିଛ କହି ବିଜେପି ସରକାର ଭୋଟ ନେଇଛନ୍ତି ତାର ଜବାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦିଆଯିବ ବୋଲି କୁହାଯାଇଛି।

ବିଜେପି ମହାନଦୀ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ବିରୋଧୀ ଦଳରେ ଥିବାବେଳେ। ଏବେ ମହାନଦୀ ଶୁଖିଲା ପଡିଛି ସରକାର କଣ କରୁଛନ୍ତି ବୋଲି ଉଠିଛି ପ୍ରଶ୍ନ। ପାଣି, ଜଙ୍ଗଲ , ପାହାଡ଼ ଓ ରାଜ୍ୟର ଜମି ସବୁ ଦେଇଦେଲେ। ଏବେ କଣ ଓଡିଶାକୁ ପଡ଼ୋଶୀଙ୍କୁ ଦେଇଦେବେ କି ବୋଲି ପ୍ରମୁଖ ଜନ ସଂଗଠନ ପ୍ରଶ୍ନ କରିଛନ୍ତି।

 

ଡିଲିମିଟେସନ ବୈଠକ : ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଦ୍ୱାରା ଆହୂତ ସୀମା ନିର୍ଦ୍ଧାରଣ ସମ୍ପର୍କିତ ମିଳିତ (Joint Action Committee) କାର୍ଯ୍ୟକାରୀ କମିଟି ବୈଠକରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା।

ଜନସଂଖ୍ୟା ନିୟନ୍ତ୍ରଣ ଭଳି ଏକ ଜାତୀୟ କାର୍ଯ୍ୟକ୍ରମକୁ ଓଡ଼ିଶା ସଫଳ ଭାବେ କାର୍ଯ୍ୟକାରୀ କରିଥିବାରୁ ଲୋକଙ୍କ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ।  ବିଜୁ ଜନତା ଦଳ ଓଡ଼ିଶାର ଲୋକଙ୍କ ସ୍ୱାର୍ଥର ସାମ୍ବିଧାନିକ ସୁରକ୍ଷା ଦେବା ପାଇଁ ପ୍ରୟାସ କରିବ। ଆମ ଦେଶର ସର୍ବୋଚ୍ଚ ପ୍ରତିନିଧି ସଭା (ଲୋକସଭା) ଆସନ ସଂଖ୍ୟା ନିର୍ଣ୍ଣୟ କରିବା ପାଇଁ ଜନସଂଖ୍ୟାକୁ ଏକମାତ୍ର ମାନଦଣ୍ଡ ହେବା ଉଚିତ୍ ନୁହେଁ। ଦ୍ୱିତୀୟତଃ, ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମସ୍ତ ଦଳ ସହିତ ଏକ ବିସ୍ତୃତ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଗଣତନ୍ତ୍ର ପାଇଁ ସୁଦୂରପ୍ରସାରୀ ପ୍ରଭାବ ପକାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ହେବା ସହ ଏକ ସମୃଦ୍ଧ ଭାରତବର୍ଷ ଗଠନର ଜାତୀୟ ଆବଶ୍ୟକତା ପୂରଣ ହେଇପାରିବ।

ଏହି ଜାତୀୟ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ କୁମାର ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଆମ ରାଜ୍ୟ ଓଡ଼ିଶା ଭାରତ ସରକାରଙ୍କର ଜନସଂଖ୍ୟା ନିୟନ୍ତ୍ରଣ ଭଳି ଏକ ଜାତୀୟ କାର୍ଯ୍ୟକ୍ରମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛି। ଜାତୀୟ ପ୍ରଗତିରେ ଓଡ଼ିଶାର ଯୋଗଦାନ ଅତୁଳନୀୟ। ଓଡ଼ିଶାର ଖଣିଜ ସମ୍ପଦ କେବଳ ରାଜ୍ୟ ନୁହେଁ ଭାରତ ବର୍ଷ ଅର୍ଥନୀତି କୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଆମର ଖଣିଜ ସମ୍ପଦ କୁ ନେଇ ଦେଶ ବିକଶିତ ହୋଇଛି।

ଓଡ଼ିଶାର ଚାଷୀ କୂଳର ଅଦ୍ୟମ ପରିଶ୍ରମ ଓ ପୂର୍ବତନ ନବୀନ ସରକାରଙ୍କ ସଫଳ କୃଷି ନିତି ଫଳରେ ଓଡ଼ିଶାର କୃଷକ, ଭାରତ ବର୍ଷର ଖାଦ୍ୟ ଭଣ୍ଡାର କୁ ତୃତୀୟ କୃଷି ଉତ୍ପାଦନକାରୀ ପ୍ରମୁଖ ରାଜ୍ୟ ଭାବେ ରେ ଭାରତ ବର୍ଷର ଅର୍ଥନୀତିକୁ ଓଡ଼ିଶାର ଚାଷୀ କୂଳର ଅବଦାନ ଅତୁଳନୀୟ । ପ୍ରଜାତନ୍ତ୍ର ରେ ଓଡ଼ିଶାର ପ୍ରତିନିଧିତ୍ଵ କେବଳ ଏକ ରାଜନୈତିକ ଆବଶ୍ୟକତା ନୁହେଁ ଏହା ଆମର ସାମ୍ବିଧାନିକ ଅଧିକାର। ଏହି ବୈଠକକୁ ରାଜ ନୈତିକ ଦୁଷ୍ଟି କୋଣରୁ ବିଚାର ନକରି ୨୦୨୬ ମସିହାରେ ହେବାକୁ ଯାଉଥିବା ଜନଗଣନା ରେ ଓଡ଼ିଶା ର ସାମ୍ବିଧାନିକ ଅଧିକାର ଅକ୍ଷୁର୍ଣ୍ଣ ରହିବା ପାଇଁ ଆମକୁ ପ୍ରତ୍ୟେକ ସ୍ତରରେ ସଂଗ୍ରାମ କରିବାକୁ ପଡିବ। ଏହି ଜାତୀୟ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜୁ ଜନତା ଦଳ ପକ୍ଷରୁ ମତ ବିନିମୟ କରିଛନ୍ତି।

ବିଷାକ୍ତ ହେଉଛି ଓଡିଶାର ଲାଇଫଲାଇନ୍

ନନ୍ଦିଘୋଷ ବ୍ୟୁରୋ: ବିଷ ପାଲଟିଗଲାଣି ମହାନଦୀର ଅମୃତ ଧାରା । ଗୋଟିଏ ପଟେ ଛତିଶଗଡ଼ ସରକାର ଉପରମୁଣ୍ଡରେ ସମସ୍ତ ଗେଟ୍ ବନ୍ଦ କରିଦେଇଥିବା ବେଳେ ଅନ୍ୟପଟେ ସହରର ବିଷାକ୍ତ ପାଣି ସିଧାସଳଖ ମହାନଦୀରେ ପଡୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ସହରବାସୀ । ପୂର୍ବରୁ ଅଧିକ ପାଣି ଆସିବା ଫଳରେ ଆବର୍ଜନା ସବୁ ଭସାଇ ନେଉଥିଲେ । ହେଲେ ଏବେ ପାଣି କମିଥିବାରୁ ଜଳ ଅଧିତ ଦୂଷିତ ହେଉଛି । ତେଣୁ ଏହା ବ୍ଯବହାର ଉପଯୋଗି ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ବିଷାକ୍ତ ହେଉଛି ଓଡିଶାର ଲାଇଫଲାଇନ୍ । ଜହର ପାଲଟୁଛି ମହାନଦୀର ଅମୃତ ଧାରା । ଜୀବ ଜଗତ ଉପରେ ପଡିବ ପ୍ରଭାବ । ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ ଓ ପରିବେଶବିତ୍ । ଭଲଭାବରେ ଦେଖନ୍ତୁ ଏହି ଜମି ରହିଥିବା ପାଣିକୁ । ଆପଣ ଭାବୁଥିବେ ଏହା କୌଣସି ଆବର୍ଜନାମୟ ଗାଡିଆ କିମ୍ବା ଡ୍ରେନର ଦୃଶ୍ୟ । କିନ୍ତୁ ଏହା ଓଡ଼ିଶାର ଜୀବନ ରେଖା ମହାନଦୀର ବିଷାକ୍ତମୟ ପାଣି । ପୂର୍ବରୁ  ସମ୍ବଲପୁର ସହରର ଏହି ସ୍ଥାନ ମାନଙ୍କରେ ମହାନଦୀର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ ସହରବାସୀ । କିନ୍ତୁ ଏବେ ତାହା ଶୌଚ ହେବା ବି ମୁସ୍କିଲ ପାଲଟିଲାଣି । ଛତିଶଗଡ଼ର ମନମାନି ଯୋଗୁଁ ଉପରମୁଣ୍ଡରୁ ପାଣି କମ ଆସୁଛି । ଫଳରେ ମହାନଦୀରେ ଜଳ ଧାରା କମିଛି । ତେଣୁ ଡ୍ରେନ ପାଣି ମିଶିବା ପରେ ଏହା ଏକପ୍ରକାର ବିଷାକ୍ତ ହୋଇଛି ।

ତେବେ ସମ୍ବଲପୁର ମହାନଗର ନିଗମ ସହରର ବର୍ଜ୍ୟବସ୍ତୁ ତଥା ଡ୍ରେନ ପାଣି ସିଧା ସଳଖ ମହାନଦୀରେ ମିଶୁଛି । ସହରର ବାଲିବନ୍ଦା ହେଉ କି ଦୂର୍ଗlପାଲୀ ସବୁଠି ସମାନ ଅବସ୍ଥା । ପୂର୍ବରୁ ଯେତେବେଳେ ମହାନଦୀରେ ଅଧିକ ପାଣି ଆସୁଥିଲା, ସେତେବେଳେ ଏହାର ପ୍ରବାହ ଆବର୍ଜନା ଭସାଇ ନେଉଥିଲା । କିନ୍ତୁ ଏବେ ସ୍ଥିତି ଭିନ୍ନ । କମ ପାଣି ଥିବାରୁ ବର୍ଜ୍ଯଜଳ ମିଶି ଏହାକୁ ଦୂଷିତ କରିଛି । ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ଜନଜୀବନ ପ୍ରଭାବିତ ହେବା ସହ ଏହି ପାଣି ଉପରେ ନିର୍ଭରର ସହୁଥିବା ଜୀବଜନ୍ତୁ ଓ କୃଷିକାର୍ଯ୍ଯ ପ୍ରଭାବିତ ହେବା ଆଶଂକା ସୃଷ୍ଟି ହୋଇଛି ।

ଶୌଚାଳୟ ଭିତରେ ପ୍ରସ୍ତୁତ ହେଉଥିଲା ମଦ, ପୋଲିସ କଲା ରେଡ୍

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବହୁଛି ଦେଶୀ ମଦର ସୁଅ । ଶାସ୍ତ୍ରୀ ନଗରରେ ଅଞ୍ଚଳରେ ପୋଲିସ ରେଡ୍ ସମୟରେ ବିପୁଳ ଦେଶୀ ମଦ ଜବତ  । ଶୌଚାଳୟ ଭିତରେ ପ୍ରସ୍ତୁତ ହେଉଥିଲା ମଦ । ହୋଟେଲ ପାଇଖାନା ଭିତରେ ଚାଲୁଥିଲା ଦେଶି ମଦ ଫ୍ୟାକ୍ଟ୍ରି। ଶାସ୍ତ୍ରୀ ନଗର ଟ୍ରାଫିକ ସାମ୍ନାରେ ଥିବା ହୋଟେଲରେ ରେଡ କରିଛି କମିଶନରେଟ୍ ପୋଲିସ । ହଜାର ହଜାର ଦେଶୀ ମଦ ନଷ୍ଟ, ମଦ ପ୍ରସ୍ତୁତ ସମଗ୍ରୀ ଜବଦ କରିଛି ପୋଲିସ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସାମ୍ନାରେ ହୋଟେଲ ଏଣ୍ଡ ଫାଷ୍ଟ ଫୁଡ୍ ରେଷ୍ଟୁରାଣ୍ଟ କିନ୍ତୁ ଭିତରେ ଦେଶୀ ମଦ କାରଖାନା ଚାଲିଥିଲା । ବେଆଇନ୍ ଭାବରେ ସହର ଭିତରେ ତିଆରି ହେଉଥିଲା ଦେଶି ମଦ । ହୋଟେଲ ପାଇଖାନାରେ ୨ ବର୍ଷ ହେବ ତିଆରି ହେଉଥିଲା ମଦ ଓ ରାଜଧାନୀ ର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିଲା । ସନ୍ଦେହ ନ ହେବା ପାଇଁ ହୋଟେଲ ମାଲିକ ସାମ୍ନାରେ ଲଗେଇଥିଲା ବୋର୍ଡ । ଗତ କିଛିଦିନ ତଳେ ସାଲିଆ ସାହିରେ ବିପୁଳ ମଦ ଜବତ କରିବା ସହ ମଦ ତିଆରି ସାମଗ୍ରୀ ଜବତ କରିଥିଲେ ଅବକାରୀ ବିଭାଗ ।