spot_img
Home Blog Page 946

ଚାଲିଛି ଦଣ୍ଡଯାତ୍ରା, ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା

ନନ୍ଦିଘୋଷ ବ୍ୟୁରୋ: କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର ଭାବେ ବେଶ ପରିଚିତ ଗଂଜାମ ଜିଲ୍ଲା । ତେବେ ଏହି ଜିଲ୍ଲାର ଅନ୍ୟତମ ଲୋକକଳା ହେଉଛି ଦଣ୍ଡଯାତ୍ରା । ବିଶେଷ କରି ଏହ ଦଣ୍ଡଯାତ୍ରାକୁ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ । କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଦଣ୍ଡଯାତ୍ରା ଏବେ ଅ।ରମ୍ଭ ହୋଇଯାଇଛି । ଯାତ୍ରା ଦୀର୍ଘ ୨୧ ଦିନ ଧରି ଚାଲିବ ।

ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । କବିସୂର୍ଯ୍ୟନଗର, ଗୁଡିଆଳି ଭଳି ଅନେକ ଗାଁରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଗାଁ ପୋଖରୀରେ ପୂଜାର୍ଚ୍ଚନା ସହ ଗାଁ ବୁଲିବା ଆରମ୍ଭ କରିଦେଇଛନ୍ତି ମା କାଳିଶି । ଚୈତ୍ର ମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦେହରେ ଗେରୁଆ ବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କ ବାନା ଓ ମୟୂର ପିଂଛ ଧରି ମାନସିକଧାରୀ ମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି । ଏହି ଦଣ୍ଡଯାତ୍ରା ଚୈତ୍ର ମାସ ମେରୁ ସଂକ୍ରାନ୍ତିରୁ ଠିକ ୨୧ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ।

ଦଣ୍ଡନାଚରେ ପ୍ରଥମେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ରିରେ ଅଗ୍ନି ଦଣ୍ଡ କରାଯାଇଥାଏ । ବାଦ୍ୟ ଓ ତୁରିର ତାଳେ ତାଳେ ଦଣ୍ଡୁଆ ମାନସିକଧାରି ମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ ।  ମାନସିକଧାରୀ ମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି । ଦଣ୍ଡଯାତ୍ରାରେ ସାମିଲ ହେଲେ ଅନେକ ଅସାଧ୍ଯ କାର୍ଯ୍ଯ ସାଧ୍ଯ ହୋଇଥାଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି । ଏହିଭଳି ପରମ୍ପରା ଗଂଜାମ ଜିଲ୍ଲାରେ ବହୁ ବର୍ଷ ଧରି ଲାଗିରହିଥିବା ବେଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଏହି ଯାତ୍ରା ସରିଥାଏ ।

 

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି, ଶୃଙ୍ଖଳିତ ଭାବେ ସମ୍ପାଦନ କରିବାକୁ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ସମନ୍ବୟ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ଶୃଙ୍ଖଳିତ ଭାବେ ଶେଷ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରାଯାଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖିଥିବା ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଦଇତାପତି ନିଯୋଗର ନବ ନିର୍ବାଚିତ ସଦସ୍ୟ ଓ ଅଧିକାରୀ ମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଗତବର୍ଷ ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥରୁ ଖସି ପଡିବା ଘଟଣାରୁ ଦଇତାପତି ମାନେ ଅନେକ ଶିକ୍ଷା ଲାଭ କରିଥିବା ବେଳେ ସେହି ତ୍ରୁଟିର ପୁନରାବୃତ୍ତି ଯେପରି ନ ହୁଏ ସେ ଦିଗରେ ନିଯୋଗ ସମସ୍ତ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ସମନ୍ଵୟ ରକ୍ଷା କରି ପହଣ୍ଡି ନୀତି ଶେଷ କରିବାକୁ ଚଳିତ ବର୍ଷ ଗୁରୁତ୍ବ ଦିଆଯିବ। ଦଇତାପତିଙ୍କ ସେବା ଏକ ଗୋଷ୍ଠୀଗତ ସେବା ।

ଏନେଇ ସବୁ ଦଇତାପତିଙ୍କ ମଧ୍ୟରେ ଉଚିତ୍ ବୁଝାମଣା ରଖି ମହାପ୍ରଭୁଙ୍କ ସେବା କରିବା ନେଇ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟନିର୍ବାହୀ କମିଟିକୁ ଆସିଥିବା ଦଇତାପତି ମାନେ କାର୍ଯ୍ୟ କରିବେ ।  ନିର୍ବାଚିତ ୧୫ ସଦସ୍ୟଙ୍କ ମଧ୍ୟରୁ ରାମକୃଷ୍ଣ ଦାସ ମହାପାତ୍ର ସମ୍ପାଦକ ମନୋନୀତ ହୋଇଥିବା ବେଳେ ଗଣେଶ ଦାସ ମହାପାତ୍ର ସଭାପତି ହୋଇଛନ୍ତି।ତେବେ ଦଇତାପତି ନିଯୋଗର ସମସ୍ୟା,ସୁରୁଖୁରୁରରେ ନୀତି ସଂପାଦନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲଚନା କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।ନିଯୋଗର ଉପ ସଭାପତି ଭାବେ ଗଣପତି ଦାସ ମହାପାତ୍ର,ସହ ସମ୍ପାଦକ ଭାବେ ଜଗବନ୍ଧୁ ଦାସ ମହାପାତ୍ର,କୋଷାଧ୍ୟକ୍ଷ ଭାବେ କାର୍ତ୍ତିକ ଦାସ ମହାପାତ୍ର ଆଗାମୀ ତିନି ବର୍ଷ ପାଇଁ  କାର୍ଯ୍ୟଭାର ସମ୍ଭାଳିବେ ବୋଲି ଜଣାପଡିଅଛି।

କେଉଁଠି ବର୍ଷାରେ ଭିଜୁଛି ତ କେଉଁଠି ପାଲ ଘୋଡାଇ ଜଗି ରହୁଛନ୍ତି ଚାଷୀ: ମଣ୍ଡିରେ ପଡ଼ି ରହିଛି ଧାନ

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୃତି ପାଲଟିଛି ପାଣିରଗାର । ସରୁନି ଚାଷୀଙ୍କ ଦୁର୍ଦ୍ଦଶା । ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ ବସ୍ତା । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ଶେଷ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ କୃଷି ସମବାୟ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଦିନିଆ ବର୍ଷା ଓ କୂଆପଥର ମାଡ ଚାଷୀଙ୍କ ପାଇଁ ଦାଉ ସାଜିଛି ।

ରବି ଋତୁରେ ଚାଷ ଆରମ୍ଭ ହୋଇଯାଇଥିବା ବେଳେ ଏବେବି ଖରିଫ ଋତୁର ଧାନ କିଣା ସରୁନି । ଯାଜପୁର ଜିଲ୍ଲାରେ ଧାନ କିଣାରେ ବ୍ଯାପକ ଅବ୍ଯବସ୍ଥା । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ ବସ୍ତା । କେଉଁଠି ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ଗଜା ହେଲାଣି ତ କେଉଁଠି ଓଦା ଧାନରୁ ପାଣି ଛାଣୁଛନ୍ତି ଚାଷୀ । ଅନ୍ଯ କେଉଁଠି ଜରିପାଲ ଘୋଡାଇ ଧାନ ବିକ୍ରି କରିବାକୁ ଚାଷୀ ଚାତକ ଭଳି ଅନେଇ ବସିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ଶେଷ କରିବାକୁ ଦିଆଯାଇଥିଲା ପରାମର୍ଶ । ମାତ୍ର କୃଷି ସମବାୟ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ଧାନ ବିକ୍ରି ହେଇ ପାରୁନଥିବାରୁ ଅନେକ ଚାଷୀ ଜିଲ୍ଲା ବାହାରୁ ଆସୁଥିବା ବ୍ରୋକର ମାନଙ୍କ ଜରିଆରେ ଶାଗମାଛ ଦରରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ଧାନ କିଣା ଅବ୍ଯବସ୍ଥା ନେଇ ଦୁଇଦିନ ତଳେ ରାତିରେ ଦଶରଥପୁର ଠାରେ ଚାଷୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ । ଏବେ ବ୍ଲକ ଆଗରେ ଧାରଣା ଦେବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲାର କେତେକ କୃଷକ ସଂଗଠନ ବା ଚାଷୀ ନେତା ଏହାକୁ ପ୍ରତିବାଦ କରି ବଡ ଧରଣର ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେଣି । ଅନ୍ଯପଟେ କୃଷି ସମବାୟ ଏବଂ ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି , ସମସ୍ଯାର ସମାଧାନ ପାଇଁ ଉଦ୍ଯମ ଜାରି ରହିଛି ।

ଧାର୍ଯ୍ୟ ଦରରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଭେଳା ବୁଡିବାକୁ ବସିଲାଣି । ଏବେ ସରକାର ଏବଂ ପ୍ରଶାସନ ପକ୍ଷରୁ ଏହାକୁ ପ୍ରତିହତ କରିବାକୁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପୁରସ୍କାର ରାଶି ଫେରାଇବେ କି ଗମ୍ଭୀର ? ଜାଣନ୍ତୁ କାହିଁକି ଉଠିଲା ଏମିତି ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଟିମ୍ ଇଣ୍ଡିଆ ଆଇସିସି ଦ୍ବାରା ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ଜିତିଛି । ତେବେ ଭାରତ ଟାଇଟଲ ହାସଲ ପରେ ବିସିସିଆଇ ପକ୍ଷରୁ ହାତଖୋଲା ପୁରସ୍କାର ରାଶି ଘୋଷଣା କରାଯାଇଛି । ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀରଙ୍କ ଭାଗରେ ୩ କୋଟି ପଡ଼ିଛି । ତେବେ ସେ ଏହାକୁ ନେବେ କି ନାହିଁ ଏମିତି ଏକ ପ୍ରଶ୍ନ ଏବେ ଉଠିଛି । କାରଣ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ରାହୁଲ ଦ୍ରାବିଡଙ୍କ ପରି ମହାନତା ଦେଖାଇବେ କି ଗମ୍ଭୀର?

ତେବେ କହି ରଖୁଛୁ କି, ଟି-୨୦ ବିଶ୍ବକପ ଜିତିବା ପରେ ଭାରତୀୟ ଦଳକୁ ମିଳିଥିବା ପୁରସ୍କାର ରାଶିରେ ଦ୍ରାବିଡଙ୍କ ଭାଗ ଅଧିକ ରହିଥିଲା । ୨.୫ କୋଟି ଟଙ୍କା ଦ୍ରାବିଡଙ୍କୁ ମିଳୁଥିଲା । ମାତ୍ର ସପୋର୍ଟ ଷ୍ଟାଫ ଯେତିକି ନେବେ ସେ ମଧ୍ୟ ସମାନ ଟଙ୍କା ନେବେ ବୋଲି କହି ନିଜର ମହାନତା ଦେଖାଇଥିଲେ । ଏଣୁ ଏବେ ସୁଲିଲ ଗାଭାସ୍କର କହିଛନ୍ତି କି, ଗମ୍ଭୀର କଣ ସମାନ ପନ୍ଥା ଆପଣାଇବେ କି ? ତେବେ ଗମ୍ଭୀର ପରିବାର ସହ ଏବେ ଫ୍ରାନ୍ସରେ ଛୁଟି କାଟୁଛନ୍ତି । କିନ୍ତୁ ଏନେଇ ସେ କୌଣସି ପ୍ରତିକ୍ରିୟା ରଖି ନଥିବାବେଳେ ଆଗକୁ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି ପୁଣି ବିଜେଡିର କକ୍ଷତ୍ୟାଗ

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ କକ୍ଷତ୍ୟାଗ କରିଛି ବିଜେଡି । ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି କକ୍ଷ ତ୍ୟାଗ କରିଛି ବିଜେଡି । ଗୃହରେ ପୋଲିସ ପଶିବା ଘଟଣାରେ ବାଚସ୍ପତି ବିବୃତି ରଖନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଥିଲା । ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି ବିଜେଡିର କକ୍ଷତ୍ୟାଗ। ବିଧାନସଭାରେ ପୋଲିସର ପ୍ରବେଶ ନେଇ ବିବୃତି ଦାବି କରିଥିଲା ବିଜେଡି। ହେଲେ ବାଚସ୍ପତିଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରି ପୁଣି କକ୍ଷତ୍ୟାଗ କରିଛି ବିଜେଡି। ପୋଲିସ କାହିଁକି ବିଜେଡି ବିଧାୟିକଙ୍କୁ ଅଟକାଇଲେ ତାହାର ଉତ୍ତର ଦେଲେ ନାହିଁ ବାଚସ୍ପତି। ତେଣୁ ବାଚସ୍ପତିଙ୍କ ବିବୃତିରେ ଦୁଃଖ ପ୍ରକାଶ କରି ବିଜେଡି ବିଧାୟକ କକ୍ଷତ୍ୟାଗ କରିଛନ୍ତି। ଗତକାଲି ଯାହା ହେଲା ତାହାକୁ ନେଇ ଦେଖିଲା ସାରା ରାଜ୍ୟ। କଂଗ୍ରେସ ବିଧାୟକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଆଜି ବିଜେଡି ବିଧାୟକମାନେ ପ୍ରତିବାଦ କରି ବାହାରକୁ ଯାଇ ସମ୍ବିଧାନର ପ୍ରଣେତାକୁ ପୂଷ୍ପମାଲ୍ୟ ପ୍ରଦାନ କରିବାକୁ ଯାଉଥିଲେ। ହେଲେ ପୋଲିସ ବିଜେଡି ବିଧାୟକଙ୍କୁ ଅଟକାଇଥିଲା। ରାଜ୍ୟରେ କି ପ୍ରକାର ଶାସନ ଚାଲିଛି ବୋଲି ଅଭିଯୋଗ କରିଛି ବିଜେଡି।

୧୦ ବର୍ଷରେ ଫସଲ ହାନୀ ପାଇଁ ଚାଷୀ ଆତ୍ମହତ୍ୟା ହୋଇନି, ଲିଖିତ ଉତ୍ତର ରଖିଲେ କୃଷିମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନବୀନ ସରକାର ସମୟରେ ଫସଲହାନୀ ପାଇଁ ଚାଷୀ ଆତ୍ମହତ୍ୟା କରି ନାହାନ୍ତି।  ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଫସଲ ହାନୀ ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବାର ନଜିର ନାହିଁ। ବିଧାନସଭାରେ ଏ କଥା ଲିଖିତ ଭାବେ ଜଣାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଲିଖିତ ଉତ୍ତରରେ ଏହା ବି ଉଲ୍ଲେଖ କରାଯାଇଛି ଯେ, ନବୀନ ସରକାର ସମୟର ଚାଷୀ ଓ ଚାଷର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା।  ସ୍ୱତନ୍ତ୍ର କୃଷି ବଜେଟ ଓ କାଳିଆ ଯୋଜନା କରାଯାଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତି ପାଇଁ ଯେଉଁ ଫସଲବୀମା ଯୋଗାଇ ଦିଆଯାଇଥିବା ବି ଉତ୍ତରରେ ଉଲ୍ଲେଖ କରାଯାଇଛି।

ବିରୋଧୀ ଦଳ ଉପନେତାଙ୍କ ଦାବି : ବିବୃତି ରଖନ୍ତୁ ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଓ ଆଜି ଯାହା ଘଟିଗଲା ତାହା ଉପରେ ବାଚସ୍ପତି ଏକ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ପ୍ରସନ୍ନ । ଦୁଇ ଦିନରେ ଯାହା ସବୁ ଘଟିଛି ତାହା ଆଦୌ ଗ୍ରହଣୀୟ ନୁହେଁ । ବାହାର ଲୋକଙ୍କୁ ଗୃହରେ ପ୍ରବେଶ କରାଇବେ, ବିଧାୟକଙ୍କୁ ଆକ୍ରମଣ କରିବେ ଏବଂ ତାଙ୍କ ସହିତ ଜୋରଜବରଦସ୍ତି କରିବେ ତାହା କେବେ ଆଗରୁ ହୋଇନଥିଲା । ବିଜୁ ଜନତା ଦଳ ବିଧାୟକଙ୍କୁ ବାହାରକୁ ଗଲାବେଳେ ଗେଟ ପାଖରେ କାହିଁକି ଅଟକାଗଲା । ସଂରକ୍ଷଣ ନେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିବାକୁ ଗଲାବେଳେ ପୋଲିସ ଅଟକାଇଥିଲା । ଦୁର୍ବ୍ଯବହାର କରିଥିଲା ପୋଲିସ । ଏଥିରେ ବିଜେଡି ସଦସ୍ଯ ଆହତ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ମଧ୍ଯ ଆହତ ହୋଇଛନ୍ତି ।

ଏସବୁ ଦେଖିଲେ ସରକାର ସୀମା ଅତିକ୍ରିମ କରୁନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ସେହିପରି ପ୍ରମିଳା କହିଛନ୍ତି, ପୋଲିସ ଲଗାଇ ସରକାର ଶାସନ କରିବା ଜବତ କରିବାକୁ ଦଳ ଦୃଢ ନିନ୍ଦା କରୁଛି । ଦଳର ସଦସ୍ଯ ଶାନ୍ତିପୂର୍ଣ୍ଣ ଭାବେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବାକୁ ଯାଉଥିଲେ । ଗେଟ କଣ ପାଇଁ ବନ୍ଦ କରିଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ୪୦ ଭିତରେ ପୋଲିସର କର୍ଡନ ଭାଙ୍ଗି ଯିବା କଥା କେବେ ଘଟିନଥିଲା । ବାଚସ୍ପତି ଏକଛତ୍ରବାଦ କରି ହାଉସ ଚଳାଇବା ଉଦ୍ଯମକୁ ସେ ନିନ୍ଦା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ବାଚସ୍ପତି ଚାଲୁଛନ୍ତି । ବିରୋଧୀ ଦଳ ବିଧାୟକଙ୍କୁ ବିଶ୍ବାସକୁ ନେଉନାହାଁନ୍ତି । ଆମେ ଏସସିଏସଟି ଓବିସି ସଂରକ୍ଷଣ ଦାବି କରିଆସୁଛୁ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଗଲାବେଳେ ବିଜେଡି ସଦସ୍ଯଙ୍କୁ ଧକ୍କା ମରାଗଲା। ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପ୍ରମିଳା ।

ଦ୍ବିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କର ହେଲା ସିନ୍ ରିକ୍ରିଏସନ୍

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ବିବାହ ପାଇଁ ୨ ପୁଅଙ୍କୁ ନିର୍ମମ ହତ୍ୟା ଘଟଣା। ନୟାଗଡ଼ ଫତେଗଡ ଥାନା ଧାନଚାଙ୍ଗଡ଼ା ଗାଁରେ ଆଜି ପୁଣି କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ ଆରମ୍ଭ । ଗିରଫ ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ଓ ଜେଜେ ମାକୁ ଧାନଚାଙ୍ଗଡ଼ା ଗାଁକୁ ଆଣି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ। ଗତ ୧୦ତାରିଖରେ ଫତେଗଡ ଥାନା ଅଞ୍ଚଳ ଧାନଚାଙ୍ଗଡ଼ା ଗାଁରେ ହୋଇଥିଲା ଅମାନୁଷିକ ହତ୍ୟା। ଶୋଇଥିବା ବେଳେ ୨ ପୁଅଙ୍କ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ବାପା। ଦୁଇ ଭାଇ ବିକାଶ ମହାନ୍ତି ଏବଂ ଆକାଶ ମହାନ୍ତିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ବାପା ଓ ଜେଜେମା ସୌରୀ ମହାନ୍ତି ଦୁଇ ନାବାଳକ ପୁଅକୁ ଦଉଡିରେ ଝୁଲାଇ ଦେଇଥିଲେ। ବାପାର ଦ୍ବିତୀୟ ବିବାହ ଜିଦକୁ ବଡ ପୁଅ ବିରୋଧ କରି ଆସୁଥିବାରୁ ରାସ୍ତାରୁ ହଟାଇଥିଲେ ପିଶାଚ ବାପା ଓ ଜେଜେମା।

କଂଗ୍ରେସ ବିଧାୟକମାନଙ୍କୁ ସସପେଣ୍ଡ ଘଟଣା: ବିଜେପିର କାର୍ଯ୍ୟକୁ ନିନ୍ଦା କଲା ବାମପନ୍ଥୀ ଦଳ

ଭୁବନେଶ୍ବର: କଂଗ୍ରେସ ବିଧାୟକମାନଙ୍କୁ ସସପେଣ୍ଡ, ଆକ୍ରମଣକୁ ତୀଵ୍ର ପ୍ରତିବାଦ ସହ କଂଗ୍ରେସକୁ ସମର୍ଥନ ଜଣାଇଲେ ବାମପନ୍ଥୀ ରାଜନୈତିକ ଦଳ। ସିପିଆଇଏମ ସମେତ ଅନ୍ୟ ବାମପନ୍ଥୀ ଦଳର ନେତା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ସାକ୍ଷାତ କରିବା ସହ ବିଜେପିର କାର୍ଯ୍ୟକୁ ନିନ୍ଦା କରିଛନ୍ତି । ୨୫ ମାର୍ଚ୍ଚ ଗଣତନ୍ତ୍ର ଇତିହାସ ପାଇଁ କଳାଦିବସ ବୋଲି ଘୋଷଣା କଲେ ବାମପନ୍ଥୀ ଦଳ । ଆସନ୍ତାକାଲି କଂଗ୍ରେସର ବିଧାନସଭା ଘେରାଉକୁ ମଧ୍ୟ ବାମପନ୍ଥୀ ଦଳ ସମର୍ଥନ ଜଣାଉଛନ୍ତି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ।

ATMରୁ କ୍ୟାଶ ଉଠାଇବା ହେବ ମହଙ୍ଗା, ପ୍ରତି ଟ୍ରାଞ୍ଜାକସନ ପାଇଁ ଲାଗିବି ଅଧିକ ଚାର୍ଜ, NPCI ପ୍ରସ୍ତାବକୁ ମଞ୍ଜୁରୀ ଦେଲା RBI

ଆପଣମାନେ ଯଦି ଏଟିଏମରୁ କ୍ୟାନ ଉଠାଉଛନ୍ତି, ତେବେ ତାହା ମହଙ୍ଗା ହେବାକୁ ଯାଉଛି । ମେ ୧ ତାରିଖରୁ ଆପଣଙ୍କ ପକେଟ ଖର୍ଚ୍ଚ ବଢ଼ିବାକୁ ଯାଉଛନ୍ତି । ପ୍ରତି ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏନେଇ ଏନପିସିଆଇର ପ୍ରସ୍ତାବକୁ ଆରବିଆଇ ମଞ୍ଜୁରୀ ଦେଇଛି । ମେ ପହିଲାରୁ ବଦଳିବାକୁ ଯାଉଥିବା ନିୟମ ଅନୁସାରେ, ହୋମ ବ୍ୟାଙ୍କ ନେଟଓ୍ବାର୍କ ବାହାରେ ଯଦି କୌଣସି ଏଟିଏମ ମେଶିନରେ ଟ୍ରାଞ୍ଜାକସନ କରିବେ କିମ୍ବା ବାଲାନ୍ସ ଚେକ କରିବେ, ତେବେ ୟୁଜରଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନପିସିଆଇ)ର ପ୍ରସ୍ତାବ ଆଧାରରେ ଆରବିଆଇ ଦ୍ବାରା ଅନୁମୋଦିତ ସଂଶୋଧନର ଏକ ଅଂଶ ।

ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଯଦି ଗ୍ରାହକ ନିଜର ହାମ ବ୍ୟାଙ୍କର ଏଟିଏମ ବଦଳର ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଥିଲେ, ତେବେ ତାଙ୍କୁ ପ୍ରତି ଟ୍ରାଞ୍ଜାକସନ ପିଛା ୧୭ ଟଙ୍କା ଚାର୍ଜ ଦେବାକୁ ପଡ଼ୁଥିଲା । ମାତ୍ର ଏବେ ମେ ୧ରୁ ତାହା ବୃଦ୍ଧି ପାଇ ୧୯ ଟଙ୍କା ହୋଇଯିବ । ସେହିପରି ଗ୍ରାହକ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କ ଏଟିମିଏମରେ ବାଲାନ୍ସ କରୁଥିଲେ ପୂର୍ବରୁ ୬ ଟଙ୍କା ଚାର୍ଜ ରହିଥିବା ବେଳେ ଏବେ ତାହା ୭ ଟଙ୍କା ହୋଇଯିବ । ବ୍ୟାଙ୍କ ୟୁଜର ନିଜର ଫ୍ରି ମନ୍ଥଲି ଟ୍ରାଞ୍ଜାକସନ ଲିମିଟ ପରେ ଅର୍ଥ ଉଠାଣ କଲେ ଏହି ଚାର୍ଜ ଲାଗୁ ହେବ ।