spot_img
Home Blog Page 951

ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ହିଙ୍ଗୁଳା ଯଜ୍ଞକୁ ଯିବାବେଳେ ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗାଁରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମାଙ୍କ ଦର୍ଶନ କରିବାକୁ ଯିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇଥିଲେ। ଏହାସହ କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟାପିଟି କରିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ଜେନାପୁର IIC ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହା ପରେ ପ୍ରଣବ ପୂର୍ବ ଯୋଜନା ଅନୁସାରେ ଯଜ୍ଞ ସ୍ଥଳକୁ ଯାଇ ମାଙ୍କ ଦର୍ଶନ କରି ଫେରିଥିଲେ।

ବିଜେଡି ସାଙ୍ଗଠନିକ ନିର୍ବାଚନ: ୧୬ ଜିଲ୍ଲାରେ ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡାନ୍ତ ହେବାକୁ ଯାଉଛି । ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି । ଆଉ ୭ ଜିଲ୍ଲା ପାଇଁ ନାମାଙ୍କନ ବାକି ରହିଛି । ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ନାଁ ଘୋଷଣା କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ସୂଚନା କୁହାଯାଇଛି ।

ଦଳ ପକ୍ଷରୁ କୁହାଯାଇଛି, ଏହାପରେ ପଞ୍ଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ଓ ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ହେବ । ଯେଉଁଥିରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଏହା ପରେ ଅନ୍ୟ ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ନିର୍ବାଚନ ହେବ । ଯୁବ, ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ ଅନୁମୋଦନରେ ହେବ ।

ବେଲୁଚଙ୍କ ଉପରେ ଅତ୍ୟାଚାର, ଟରଣ୍ଟୋରେ ପାକିସ୍ତାନ ବିରୋଧୀ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବଲୁଚିସ୍ତାନରେ ବଢୁଛି ପାକିସ୍ତାନର ଅତ୍ୟାଚାର । ଉଲ୍ଲଂଘନ ହେଉଛି ମାନବିକ ଅଧିକାର । ଲୋକଙ୍କୁ ବିନା କାରଣରେ ଗିରଫ କରାଯାଇ ଦିଆଯାଉଛି ନିର୍ଯାତନା । ଅମାନୁଷିକ ଭାବେ କରାଯାଉଛି ହତ୍ୟା । ଏମିତି କିଛି ଅଭିଯୋଗ ଆଣିଛନ୍ତି କାନାଡାରେ ବସବାସ କରୁଥିବା ବଲୁଚିସ୍ତାନ ନାଗରିକ ।

ଟରଣ୍ଟୋରେ ଆୟୋଜିତ ବିକ୍ଷୋଭ ସମାବେଶରେ ସେମାନେ କହିଛନ୍ତି, ପାକିସ୍ତାନ ସେନା ମାନବିକ ଅଧିକାରର ବ୍ୟପାକ ଉଲ୍ଲଂଘନ କରୁଛି । ଏଥିଲାଗି କାନାଡା, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାତିସଂଘ, ୟୁରୋପିଆନ ୟୁନିଅନ ହସ୍ତକ୍ଷେପ କରନ୍ତୁ । ଏହାସହ ଅନ୍ତର୍ଜାତିକ ନ୍ୟାୟାଳୟ ଏହି ମାମଲାର ବିଚାର କରୁ ବୋଲି ସେମାନେ ଦାବି କରିଛନ୍ତି । ଗତ କିଛିବର୍ଷ ଧରି ବଲୁଚିସ୍ତାନରେ ପାକିସ୍ତାନ ଆର୍ମି ପକ୍ଷରୁ ଦମନଲୀଳା ଚାଲିଛି ।

ଓ୍ବାକଫ ବିଲକୁ ନେଇ ଜଳୁଛି ମୁର୍ଶିଦାବାଦ, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ୱାକଫ ଆଇନକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବ୍ୟାପକ ହିଂସା ।  ବର୍ତ୍ତମାନ ସୁଦ୍ଧା ହିଂସାର ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି ।

ରାଜ୍ୟର ସୁତି, ଧୁଲିଆନ, ସମଶେରଗଞ୍ଜ ଓ ଜାଙ୍ଗିପୁର ଅଞ୍ଚଳରେ ସ୍ଥିତି ଜଟିଳ ହୋଇଛି । ବିଭିନ୍ନ ସ୍ଥାନରେ ଏକାଠି ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ହିଂସାକୁ ଦମନ କରିବା ଲାଗି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଲୋକଙ୍କ ନିରାପତ୍ତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି । ଶାନ୍ତି ରକ୍ଷା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତେବେ ବିଜେପି ପକ୍ଷରୁ ହିନ୍ଦୁତ୍ବ କାର୍ଡ ଖେଳାଯାଉଥିବାରୁ ସ୍ଥିତି ଅଧିକ ସଂଗୀନ ହେବା ଆଶଙ୍କା କରାଯାଉଛି । ଗତ ଏପ୍ରିଲ ୮ତାରିଖରୁ ମୁର୍ଶିଦାବାଦରେ ଆନ୍ଦୋଳନ ଚାଲିଛି । ବିଶୃଙ୍ଖଳାକୁ ଦମନ ଲାଗି ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ରାଜୀବ କୁମାର । ହିଂସାରେ ଜଡିତ ଲୋକଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ । କେବଳ ମୁର୍ଶିଦାବାଦରେ ୩୦୦ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି ।

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ବିନା ସମ୍ମତିରେ ୧୦ଟି ଆଇନ ପାଇଁ ବିଜ୍ଞପ୍ତି ଜାରି କଲେ ତାମିଲନାଡୁ ସରକାର

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବିଧାନସଭା ଇତିହାସରେ ପ୍ରଥମ । ତାମିଲନାଡୁ ସରକାର ପ୍ରଥମ ଥର ଲାଗି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ବିନା ସମ୍ମତିରେ ୧୦ଟି ଆଇନ ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କରିଛନ୍ତି । ଉଭୟ ତାମିଲନାଡୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚେତାବନୀ ଦେବା ପରେ ପରେ ବୋଲ୍ଡ ଷ୍ଟେପ ନେଇଛନ୍ତି ତାମିଲନାଡୁ ସରକାର ।

ଗତ ଏପ୍ରିଲ ୧୧ ତାରିଖରେ ରାଜ୍ୟ ସରକାର ୧୦ ଆଇନ ସମ୍ପର୍କରେ ଗେଜେଟ ଜାରି କରିଛନ୍ତି । ଏହି ବିଲଗୁଡିକ ବିଧାନସଭାରେ ଥରେ ଓ ସ୍ବତନ୍ତ୍ର ଅଧିବେଶନରେ ପୁଣି ଥରେ ଗୃହୀତ କରାଯିବା ପରେ ରାଜ୍ୟପାଳ ଆର.ଏନ. ରବିଙ୍କ ନିକଟକୁ ପଠାଯାଇଥିଲା । ମାତ୍ର ରାଜ୍ୟପାଳ ଏସବୁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଧାନସଭାରେ ଏକ ବିଲ ପାସ୍ ହେବା ପରେ ତାହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଏ । ରାଜ୍ୟପାଳ ଏହାକୁ ସ୍ବୀକୃତି ଦେଇପାରନ୍ତି କିମ୍ବା ସ୍ଥଗିତ ରଖିପାରନ୍ତି । ପରିବର୍ତ୍ତନ ବା ପୁନଃସମୀକ୍ଷା ଲାଗି ବିଧାନସଭାକୁ ପଠାଇପାରନ୍ତି କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରନ୍ତି । ତେବେ ରାଜ୍ୟପାଳଙ୍କଠାରୁ ଫେରସ୍ତ ଆସିଥିବା କୌଣସି ଅପରିବର୍ତ୍ତିତ ବା ପରିବର୍ତ୍ତିତ ବିଲ୍ ପୁଣି ଥରେ ବିଧାନସଭାରେ ଗୃହୀତ ହେଲେ ଏହାକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ । ଯଦି ହାଇକୋର୍ଟ କିମ୍ବା କେନ୍ଦ୍ର ସମ୍ପର୍କିତ ବିଷୟ ଥାଏ ତେବେ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥାଏ । ହେଲେ ତାମିଲନାଡୁ କ୍ଷେତ୍ରରେ ବିଧାନସଭାରେ ପୁନଃଗୃହୀତ ହୋଇଥିବା ବିଲଗୁଡିକୁ ମଞ୍ଜୁରୀ ନଦେଇ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ନ୍ୟାସନାଲ ହେରାଲ୍ଡ ବେଆଇନ ଅର୍ଥ କାରବାର ମାମଲା: ଇଡ଼ିର ସୋନିଆ ଓ ରାହୁଲଙ୍କ ସହ ସମ୍ପର୍କିତ ସମ୍ପତ୍ତିକୁ ଜବତ ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ବେଆଇନ ଅର୍ଥ କାରବାର ମାମଲା । କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ସମ୍ପର୍କିତ ସମ୍ପତ୍ତିକୁ ଜବତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ସୋନିଆ ଓ ରାହୁଲଙ୍କ ମାଲିକାନାରେ ୟଙ୍ଗ ଇଣ୍ଡିଆନ ଲିମିଟେଡ ଦ୍ବାରା ଅଧିକୃତ ହୋଇଥିବା ଆସୋସିଏସେଟେଡ ଜର୍ଣ୍ଣାଲ୍ସ ଲିମିଟେଡ ବା ଏଜେଏଲର ସମ୍ପତ୍ତିକୁ ମୁମ୍ବାଇ ଓ ଲକ୍ଷ୍ମୌରେ ଠାବ କରିଛି ଇଡି ।

ଅତୀତରେ ନ୍ୟାସନାଲ ହେରାଲଡକୁ ୟଙ୍ଗ ଇଣ୍ଡିଆନ ଜରିଆରେ ପ୍ରକାଶନ କରୁଥିବା ଏଜେଏଲର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଇଡି ଏହାର ତଦନ୍ତ କରୁଥିଲା । ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଏଜେଏଲର ପ୍ରାୟ ୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନ ବେଆଇନ ଭାବେ ଅକ୍ତିଆର କରିଥିବା ନେଇ ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ ।

ଇଡି ଦର୍ଶାଇଛି ଯେ, ଏଜେଏଲର ପ୍ରାୟ ୯୮୮ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି । ୨୦୨୩ ନଭେମ୍ବରରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ମୌରେ ଥିବା ୬୬୧ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲା ଇଡି । ଏଥିରେ ଥିଲା ଏଜେଏଲର ପ୍ରାୟ ୯୦ କୋଟି ଟଙ୍କାର ସେୟାର । ମୁମ୍ବାଇସ୍ଥିତ ହେରାଲ୍ଡ ହାଉସରେ ଚାଲିଥିବା ଜିନ୍ଦଲ ସାଉଥ ଓ୍ବେଷ୍ଟ ପ୍ରୋଜେକ୍ଟସକୁ ବି ଏକ ନୋଟିସ ପଠାଯାଇଛି । ଏହାସହ ବିଲଡିଂରୁ ଆଦାୟ ହେବାକୁ ଥିବା ଭଡା ବର୍ତ୍ତମାନଠାରୁ ଇଡି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୪ରେ ସୁବ୍ରମଣ୍ୟମ ସ୍ବାମୀ ଏହି ଅଭିଯୋଗ ଆଣିବା ପରେ ୨୦୨୧ରେ ଏହାର ଇଡି ତଦନ୍ତ ଆରମ୍ଭ ହୋଇଥିଲା । ୨ ହଜାର କୋଟି ଟଙ୍କାର ଏଜେଏଲର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାର ୟଙ୍ଗ ଇଣ୍ଡିଆନ ହାତେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଆଇନଗତ ବିବାଦ ମଧ୍ୟରେ ଏହାର ତଦନ୍ତ ଲାଗି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଇଡିର ଅଭିଯୋଗ ଅନୁସାରେ ଜାଲ ଡୋନେସନ ବାବଦରେ ୧୮ କୋଟି, ଅଗ୍ରୀମ ଭଡ଼ା ବାବଦରେ ୩୮ କୋଟି ଓ ବିଜ୍ଞାପନ ବାବଦରେ ୨୯ କୋଟି ଟଙ୍କା ଆଦାୟ କରାଯାଇଛି ।

କିବରେ ଭାରତୀୟ କମ୍ପାନୀ ଉପରେ ଋଷର ମିଜାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ପୁଣି ଋଷର ବଡଧରଣର ହମଲା । କିବସ୍ଥିତ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର ଉପରେ ହୋଇଛି ଆଟାକ । କମ୍ପାନୀର ଏକ ପଣ୍ୟାଗାର ଉପରେ ଋଷର ଏକ ମିସାଇଲ ମାଡ ହୋଇଥିବା ସୂଚନା ମିଳିଛି । ଭାରତ ସହ ଋଷର ସୁସମ୍ପର୍କ ସତ୍ତ୍ବେ ଏହି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ସେପଟେ ମସ୍କୋ ଜାଣିଶୁଣି ଏହି ଆକ୍ରମଣ କରିଛି ବୋଲି କହିଛି ନୂଆଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସ । ଭାରତର ଏକ ପ୍ରମୁଖ ଫାର୍ମାସ୍ୟୁଟିକାଲ କମ୍ପାନୀ କୁସୁମର ଏକ ପଣ୍ୟାଗାର ଉପରେ ଆକ୍ରମଣ ହୋଇଛି । ସେପଟେ ଏହି ଆକ୍ରମଣ ପ୍ରସଙ୍ଗରେ ଭରତ ଓ ଋଷ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇନାହିଁ । ସେପଟେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ପାଲଟା ଅଭିଯୋଗ ଅନୁସାରେ ଦୁଇ ଦିନ ମଧ୍ୟରେ ଋଷର ବିଭିନ୍ନ ଶକ୍ତି ଭିତ୍ତିଭୂମି ଉପରେ ୟୁକ୍ରେନ ପକ୍ଷରୁ ୫ଟି ଆକ୍ରମଣ କରାଯାଇଛି ।

ବିଏମସି ମେୟରଙ୍କ ଟାର୍ଗେଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ରହିବାକୁ ନେଇ ସାଂସଦଙ୍କୁ ସମାଲୋଚନା କରିଛନ୍ତି ସୁଲୋଚନା । ସାଂସଦଙ୍କ ପାଇଁ ଦଳ ବଡ, ସହର କି ସଂସଦୀୟ କ୍ଷେତ୍ର ନୁହେଁ ବୋଲି କହିଛନ୍ତି ସୁଲୋଚନା ।

ସେ କହିଛନ୍ତି, ସବୁବେଳେ ଡକା ଯାଉ ନଥିବା ଅଭିଯୋଗ କରୁଥିବା ଅପରାଜିତାଙ୍କୁ ସବୁ କ୍ଷେତ୍ରରେ ଡକାଯାଉଛି । ହେଲେ ଯେତେବେଳେ ତାଙ୍କ ଇଚ୍ଛା ହେଉଛି ଆସୁଛନ୍ତି, ନଚେତ୍ ଆଳ ଦେଖାଇ ଆସୁ ନାହାନ୍ତି । ଗତବର୍ଷ ଏହି କାର୍ଯ୍ୟକ୍ରମକୁ ନେଇ ସେ ଟୁଇଟ କରିଥିଲେ । ସେହିପରି ଆଜିର କାର୍ଯ୍ୟକ୍ରମରେ ମଧ୍ୟ ସାଂସଦ ଯୋଗ ଦେଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଲୋଚନା ।

ଲାଲଚାନ୍ଦରୁ ସୁନା କିଣି ଲକ୍ଷପତି ହେଲେ ତିନି ମହିଳା

ଭୁବନେଶ୍ବର: ଲାଲଚାନ୍ଦରୁ ସୁନା କିଣି ଲକ୍ଷପତି ହେଲେ ତିନି ଜଣ ମହିଳା । ତିନି ମାସରେ ସୁନା କିଣି ତିନି ଗ୍ରାହକ ଲକ୍ଷପତି ହୋଇଛନ୍ତି । ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ମାସରେ ଲାଲଚାନ୍ଦ ଆଣିଥିଲା ଏହି ଅଫର । କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ନୂଆଦିଲ୍ଲୀ ଷ୍ଟୋରରୁ ସୁନା କିଣିଥିବା ଗ୍ରାହକଙ୍କ ପାଇଁ ଲକି ଡ୍ର ଜରିଆରେ ‘କୌନ ବନେଗା ଲକ୍ଷପତି’ ପାଇଁ ସୁଯୋଗ ଆଣିଥିଲା ଲାଲଚାନ୍ଦ ।

ଏହି ଲକି ଡ୍ର କାର୍ଯ୍ୟକ୍ରମରେ ଜାନୁଆରୀ ମାସର ଲକ୍ଷପତି ହୋଇଛନ୍ତି ଡି. ଗୀତା ପାତ୍ର । ଫେବୃଆରୀ ଓ ମାର୍ଚ୍ଚ ମାସର ଲକ୍ଷପତି ହୋଇଛନ୍ତି ଶର୍ମିଷ୍ଠା ମହାଲିକ ଏବଂ ଭାଗିରଥି ସାମଲ । ଏମାନଙ୍କୁ ଲକ୍ଷପତି ବିଜେତା ଘୋଷଣା ସହ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଦିଲ୍ଲୀ ଶୋ’ରୁମ ପାଇଁ ଏକ ସ୍ୱତନ୍ତ୍ର ଲକି ଡ୍ର ସହାୟତରେ ୨୦ ଜଣ ଗ୍ରାହକଙ୍କୁ ୫ ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ନୂଆ ହୀରା ସଂଗ୍ରହ ପାଇଁ ‘ଆରୋହୀ’ର ଶୁଭ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମରେ ଲାଲଚାନ୍ଦର ପ୍ରତିଷ୍ଠାତା ସଞ୍ଜୟ ହଂସ, ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ଭୂମିକା ଓ ସୂର୍ଯ୍ୟମୟୀ, କମେଡିଆନ ପ୍ରଜ୍ଞା, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ । ଏହି ଲକ୍ଷପତି ଯୋଜନା ଆଗକୁ ମଧ୍ୟ ଜାରି ରହିବ ବୋଲି ଲାଲଚାନ୍ଦ ପ୍ରତିଷ୍ଠାତା କହିଛନ୍ତି ।

ଏକ ସପ୍ତାହ ମଧ୍ୟରେ ଲକ୍ଷେ ଟପିବ ସୁନା ଦାମ

ନନ୍ଦିଘୋଷ ବ୍ୟୁରୋ: ଏଇ ସପ୍ତାହରେ ଲକ୍ଷେ ପାର କରିପାରେ ସୁନା ଦର । ଯେଉଁ ଗତିରେ ସୁନା ଦର ଡିଆଁ ମାରିଛି, ଲାଗୁଛି ତିନରୁ ଚାରି ଦିନ ମଧ୍ୟରେ ଦର ଲକ୍ଷେ ପାର କରିଯିବ । ବର୍ତ୍ତମାନ ୨୪ କ୍ୟାରେଟ ସୁନା ୯୫ ହଜାର ଛୁଇଁଥିବା ବେଳେ GST ମିଶାଇଲେ ୯୭ ହଜାର ଛୁଇଁଲାଣି ।

ଆମେରିକାରେ ଟ୍ରମ୍ପ ପଲିସିସ ପାଇଁ ଏକ ଗଣମାଧ୍ୟମରେ ସୁନା ଦର ଖସିଥିବା ନେଇ ମିଥ୍ୟା ଅପପ୍ରଚାର କରାଯାଇଥିଲା । ଏହି ଖବର ସାରା ବିଶ୍ୱରେ ପ୍ରଚାରିତ ହୋଇଥିଲା । କିନ୍ତୁ ଏହି ଖବର ସମ୍ପୂର୍ଣ ମିଥ୍ୟା ଅଟେ । ବର୍ତ୍ତମାନ ସ୍ଥିତିରେ ବିଶ୍ୱର ସବୁ ବ୍ୟାଙ୍କ ସୁନା କ୍ରୟ କରୁଥିବାରୁ ଏଭଳି ଦର ବୃଦ୍ଧି ହେଉଛି । ବ୍ୟାଙ୍କ ଗୁଡିକ ଅଧିକ ମାତ୍ରାରେ ସୁନା ବିକ୍ରି କଲେ ସୁନା ଦର ଖସିବ । ତେବେ ଆଗକୁ ଅକ୍ଷୟ ତୃତୀୟା, ବିବାହ ଓ ବ୍ରତଘର ସିଜିନ ଥିବାବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଏକ ଲକ୍ଷରୁ ଅଧିକ ହୋଇଯିବ ବୋଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ ଲାଲଚାନ୍ଦ ପ୍ରତିଷ୍ଠାତା ସଞ୍ଜୟ ହଂସ । ଅନ୍ୟପଟେ ଲାଲଚାନ୍ଦ ପକ୍ଷରୁ ଏକ ଅଫର ଘୋଷଣା କରାଯାଇଛି । ଲାଲଚାନ୍ଦ ପକ୍ଷରୁ ଏକ କ୍ଲବ କରାଯାଉଛି । ବର୍ତ୍ତମାନ ଏହି କ୍ଲବ ମାଧ୍ୟମରେ ବୁକିଂ କଲେ ଆଗାମୀ ଦିନରେ ଯେକେହି ବି ସୁନା କିଣିଲେ ତାହା ବର୍ତ୍ତମାନ ଥିବା ସୁନା ଦରରେ ଗ୍ରାହକ କିଣିପାରବେ ବୋଲି ଘୋଷଣା କରିଛନ୍ତି ଲାଲଚନ୍ଦ ପ୍ରତିଷ୍ଠାତା ।