spot_img
Home Blog Page 959

ବଲାଙ୍ଗୀର ଜିଲ୍ଲାରେ ଶିଶୁ ବିକ୍ରି ଘଟଣା,ଟାଉନ ଥାନାରେ CWC ସଦସ୍ୟଙ୍କ ଏତଲା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରରେ ଶିଶୁ ବିକ୍ରି ଘଟଣାରେ ଟାଉନ ଥାନାରେ ସିଡବ୍ଲୁସି ସଦସ୍ୟଙ୍କ ଏତଲା । ଶିଶୁର ମା’ ପିଙ୍କି ଦାସ ଶିଶୁକୁ କିଣିଥବା ଟିଟିଲାଗଡ଼ କୁନି ପଶାୟତ, ଶୋଭାକର ପଶାୟତ ଓ ଭାଗ୍ୟ ବାରିକ ନାଁରେ ଏତଲା ଦେଇଛି ସିଡବ୍ଲୁସି  । ଦାରିଦ୍ର୍ୟ ଯୋଗୁଁ ଶିଶୁକୁ ବିକ୍ରୀ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି  । ବଲାଙ୍ଗୀର ଜିଲ୍ଲାରେ ମାଳପଡ଼ା ମେଟାକାନୀ ମନ୍ଦିର ଛକ ନିକଟରେ ରହୁଥିବା ଜଣେ ମହିଳା ଦାରିଦ୍ର୍ୟ ଯୋଗୁଁ ନିଜର ନବଜାତ ଶିଶୁକୁ ୨୦ ହଜାର ଟଙ୍କାରେ ବିକ୍ରୀ କରିଥିଲେ  । ମେଡିକାଲରେ ଟଙ୍କା ଡିଲ ହୋଇଥିଲା  । ଅଗ୍ରୀମ ୫ ହଜାର ଟଙ୍କା ଫୋନ ପେ’ରେ ଦେଇ ନବଜାତ ଶିଶୁକୁ କିଣିନେଇଥିଲେ ଟିଟିଲାଗଡ଼ର କୁନି ପଶାୟତ  । ଘଟଣା ପ୍ରଘଟ ପରେ ସିଡବ୍ଲୁସି ସଦସ୍ୟ ଏସ୍. ଲତାଶ୍ରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଦାରିଦ୍ର୍ୟ ଯୋଗୁଁ ମହିଳା ଜଣଙ୍କ ଶିଶୁବିକ୍ରି କରିଥିବା ମହିଳା ବିକ୍ରି କରିଥିବା ଜଣାପଡ଼ିଥିଲା । ପରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଶିଶୁକୁ ଟିଟିଲାଗଡ଼ ପୋଲିସ ସଇଁତଳା ଭଦ୍ରା ଗାଁରୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଶିଶୁକୁ କିଣିଥିବା ମହିଳା ନାଁରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାଙ୍କୁ ଛାଡ଼ି ଦେଇଥିଲା  । ଯାହାକୁ ନେଇ ସିଡବ୍ଲୁସି ସଦସ୍ୟ ଜିଲ୍ଲା ପ୍ରଶାସନ ମୁହାମୁହିଁ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ସିଡବ୍ଲୁସି ସଦସ୍ୟ ଏସ. ଲତାଶ୍ରୀ ଟାଉନ୍ ଥାନାରେ ଏତଲା ଦେଇଛନ୍ତି  ।

ରାଜଧାନୀରେ କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ଗଛ ଓ ଲୁହା ବ୍ୟାରିକେଟ

ରାଜଧାନୀ: ରାଜଧାନୀରେ କାଳବୈଶାଖୀ ତାଣ୍ଡବ । ଭାଙ୍ଗିଲା ଗଛ ଓ ଲୁହା ବ୍ୟାରିକେଟ। ହଠାତ ପବନ, ବିଜୁଳି, ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା। ରାତି ସାରା ଅନ୍ଧାରରେ ରହିଥିଲା ଏହି ସବୁ ଅଞ୍ଚଳ। ଲଗାତର ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ତାଣ୍ଡବ ରଚିଥିଲା କାଳବୈଶାଖୀ। ଆଚାର୍ଯ୍ୟବିହାର, ଜୟଦେବ ବିହାର ଛକ ଓ ନିକୋ ପାର୍କ ଛକ ଆଦି ଅଞ୍ଚଳରେ ଲହଡି ଭାଙ୍ଗିଥିଲା ବର୍ଷାଜଳ। ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିଲା। ଲୋୟର ପିଏମଜିରେ ରାସ୍ତାକଡ଼ରେ ଥିବା ବ୍ୟାରିକେଡ ସବୁ ଓଲଟି ପଡ଼ିଥିଲା। ଫଳରେ କିଛି ସମୟ ଟ୍ରାଫିକ ସମସ୍ୟା ସହ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

ବଲାଙ୍ଗୀରରେ ଯୁବକଙ୍କୁ ନିର୍ମମ ହତ୍ୟା, ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା

ବଲାଙ୍ଗୀର:  ବଲାଙ୍ଗୀର ସରଗାର୍ଡ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା । ମୃତ ଯୁବକ ଜଣକ ହେଲେ ଅରୁଣ ସାଏ ପଟେଲ । ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ । ପଡୋଶୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ତାପରେ ପଡୋଶୀ ଉମାକାନ୍ତ ନାଏକଙ୍କ ଘର ସମ୍ମୁଖକୁ ଯାଇ ଗାଳିଗୁଲଜ କରିଥିଲେ  । ବହୁ ସମୟ ଧରି ନିଶାସକ୍ତ ଅବସ୍ଥାରେ ଅରୁଣ ଆତଙ୍କ ସୃଷ୍ଟି କରିବାରୁ ଉମାକାନ୍ତ ଘରୁ ବାହାରି ପ୍ରତିବାଦ କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା  । ଉମାକାନ୍ତ ଓ ତାଙ୍କ ବାପା ମିଶି ଅରୁଣକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି I ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ବାପ ପୁଅ ଫେରାର ହୋଇଯାଇଛନ୍ତି I ଗାଁରେ ମୃତଦେହ ପଡି ରହିଥିବା ବେଳେ ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ସାଇଣ୍ଟିଫିକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ନେପାଳରେ ରାଜତନ୍ତ୍ର ପ୍ରତି ଆଗ୍ରହ,ଅର୍ଥନୈତିକ ଅସ୍ଥିରତା ଯୋଗୁ ରାଜତନ୍ତ୍ର ଆଡକୁ ଢଳୁଛନ୍ତି ଲୋକେ

ନନ୍ଦିଘୋଷ ବ୍ୟୁରୋ:  ନେପାଳରେ ବଢୁଛି ରାଜା ଶାସନ ପ୍ରତି ଆଗ୍ରହ । ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ । ଦେଶରେ ଅର୍ଥନୈତିକ ଅସ୍ଥିରତା ଓ ବର୍ତ୍ତମାନର ନେତାଙ୍କ ଉପରେ ଲୋକଙ୍କ ବିଶ୍ବାସର ଅଭାବକୁ କେନ୍ଦ୍ର କରି ଦେଶରେ ବଢୁଛି ଅସନ୍ତୋଷ । ଗତମାସଠାରୁ ଦେଶର ଅନେକ ସ୍ଥାନରେ ଜାରି ରହିଛି ବିକ୍ଷୋଭ । ସେପଟେ ରାଜତନ୍ତ୍ର ସପକ୍ଷବାଦୀ ଦଳ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ବା ଆରପିପି ଅଧ୍ୟକ୍ଷ ରାଜେନ୍ଦ୍ର ଲିଙ୍ଗଦେନ କହିଛନ୍ତି- ରାଜା ହେଉଛନ୍ତି ଜାତୀୟତାବାଦ ଓ ଗର୍ବର ପ୍ରତୀକ । ୨୦୧୭ରେ ଆରପିପି ଗୋଟିଏ ସାଂସଦ ପଦ ଜିଣିଥିବାବେଳେ ୨୦୨୨ ନିର୍ବାଚନରେ ଦଳ ୧୪ ଆସନ ହାତେଇବାରେ ସଫଳ ହୋଇଥିଲା । ରାଜତନ୍ତ୍ର ସପକ୍ଷରେ ଓ ହିନ୍ଦୁତ୍ବବାଦୀ ଆଭିମୁଖ୍ୟ ନେଇଥିବାରୁ ଦଳର ବିଶେଷ ସଫଳତା ହାସଲ କରିଥିଲା । ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଓ ପରିବାରର ସଦସ୍ୟଙ୍କୁ ହତ୍ୟା କରାଯିବା ପରେ ୨୦୦୧ରେ ଭାଇ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ରାଜା ହୋଇଥିଲେ । ୨୦୦୫ରେ ଜ୍ଞାନେନ୍ଦ୍ର ସମ୍ବିଧାନକୁ ରଦ୍ଦ କରିଥିଲେ ଏବଂ ପାର୍ଲାମେଣ୍ଟ ଭଙ୍ଗ କରିଥିଲେ । ଏହାକୁ ନେଇ ଦେଶରେ ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇଥିଲେ । ଶେଷରେ ୨୦୦୮ରେ ନେପାଳରେ ୨୪୦ ବର୍ଷର ହିନ୍ଦୁ ରାଜତ୍ବର ଅବସାନ ହୋଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।

ଆଜି ଓମାନରେ ହେବ ଆମେରିକା-ଇରାନ କଥାବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ଉତ୍ତେଜନା ଭିତରେ ଆଜି ଓମାନରେ ହେବ ଆମେରିକା ଓ ଇରାନ ମଧ୍ୟରେ ଆଣବିକ ପ୍ରସଙ୍ଗ ନେଇ କଥାବାର୍ତ୍ତା। ଇରାନକୁ ଆମେରିକା ଆଣବିକ ପ୍ରସଙ୍ଗରେ ନାଲି ଆଖି ଦେଖାଉଥିବାବେଳେ ଏହି କଥାବାର୍ତ୍ତା ଗୁରୁତ୍ବ ବହନ କରୁଛି। ଏହି କଥାବାର୍ତ୍ତା ଦୁଇ ଦେଶ ମଧ୍ୟରେ ସିଧାସଳଖ ହେବ। ଦୁଇ ଦେଶ ମଧ୍ୟରେ ଏକ ସମ୍ଭାବ୍ୟ ନୂଆ ଆଣବିକ ରାଜିନାମା ହୋଇପାରେ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ୨୦୧୫ରେ ଇରାନ ସହ ବିଶ୍ବ ସମୁଦାୟର ହୋଇଥିବା ଆଣବିକ ଚୁକ୍ତିରୁ ଓହରିଥିଲେ ଟ୍ରମ୍ପ। ଇରାନ ଯେପରି ଆଣବିକ ଅସ୍ତ୍ରଶସ୍ତ୍ର ପାଇ ନପାରିବେ ସେଥିଲାଗି ଟ୍ରମ୍ପ କହିବା ପରେ ଗତ ମାସରେ ଆମେରିକା ସହ କଥାବାର୍ତ୍ତା ଲାଗି ଆଗ୍ରହୀ ହୋଇଥିଲା ଇରାନ। ଏହାସହ ଇରାନ ଉପରେ ଆମେରିକାର ଆକ୍ରମଣକୁ ପ୍ରତିହତ କରିବା ଲାଗି କଥାବାର୍ତ୍ତା ସକାଶେ ସୂଚନା ଦେଇଥିଲା ଇରାନ।

ଏନଆଇଏ ରିମାଣ୍ଡରେ ତହବୁର ରାଣା, ମୁମ୍ଵାଇ ଆକ୍ରମଣ ନେଇ ଘାଣ୍ଟିବ ସଂସ୍ଥା

ନନ୍ଦିଘୋଷ ବ୍ୟୁରୋ: ଏନଆଇଏ ରିିମାଣ୍ଡରେ ଆତଙ୍କବାଦୀ ତହବୁର ରାଣା। ୧୮ ଦିନର ରିମାଣ୍ଡରେ ନେଇଛି ଏନଆଇଏ। ଏହି ୧୮ ଦିନରେ 26/11 ମୁମ୍ବାଇ ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ରକାରୀ ତହବୁର ରାଣାକୁ ଜେରା କରାଯିବ। ବିଶେଷ କରି ଏହି ଆକ୍ରମଣ ଘଟଣାରେ ପାକିସ୍ତାନର ଲିଙ୍କ୍ ନେଇ ତଥ୍ୟ ଓଗାରିବ ଏନଆଇଏ। ଭାରତରେ ଅବତରଣ କରିବା ମାତ୍ରେ ତହବୁର ରାଣାକୁ ଗିରଫ କରାଯାଇଥିଲା ଏବଂ କୋର୍ଟରେ ହାଜର କରଯାଇଥିଲା। ରାଣା କେଉଁ କେଉଁ ସ୍ଥାନକୁ ଓ କାହା ନିକଟକୁ ଇ-ମେଲ ପଠାଇଛି, ଅନ୍ୟତମ ଷଡ଼ଯନ୍ତ୍ରକାରୀ ଡେଭିଡ କୋଲମାନ ହେଡଲି ସହ ସମ୍ପର୍କ ଓ ପାକିସ୍ତାନ ସେନା ଅଫିସରଙ୍କ ଭୂମିକା ସମ୍ପର୍କରେ ଜେରା କରାଯିବ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ରକାରୀ ତହବୁର ରାଣା ଆମେରିକାରୁ ଏକ ସ୍ବତନ୍ତ୍ର ବିମାନରେ ଆସିବା ପରେ ତାକୁ ଗିରଫ କରିଥିଲା ଏନଆଇଏ।ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ । ତା ନାଁରେ ଯେଉଁ ମାମଲା ହେବ, ତାର ବିଚାର ପ୍ରକ୍ରିୟା ପାଇଁ ନରେନ୍ଦ୍ର ମାନ୍ ଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଛି। ସେପଟେ ତହବୁରଙ୍କୁ ପ୍ରତିନିଧିତ୍ବ କରିବେ ଦିଲ୍ଲୀ ଲିଗାଲ ସର୍ଭିସ ଅଥରିଟିର ଆଇନଜୀବୀ ପୀୟୂଷ ସଚ୍ଚଦେବ।
ରାଣାର ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି ଏନଆଇଏର ୧୨ ସଦସ୍ୟ। ସେମାନଙ୍କ ମଧ୍ଯରେ ଅଛନ୍ତି ଡିଜି ଏନଆଇଏ ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଓ ଡିଆଇଜି ଜୟ ରାୟ। ଜେରା ସମୟରେ ରାଣା ମୁମ୍ବାଇ ଆଟାକ ଘଟଣାର ସବିଶେଷ ତଥ୍ୟ ଓଗାରିବ।
୨୦୦୮ ନଭେମ୍ବର ୨୬ ରେ ୧୦ ଲସ୍କର ଆତଙ୍କବାଦୀ ମୁମ୍ବାଇର ୧୨ଟି ସ୍ଥାନରେ ଆଖିବୁଜା ହମଲା କରିଥିଲେ। ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆତଙ୍କବାଦୀ ଅଜମଲ କସାବକୁ ଧରାଯାଇଥିଲା ଏବଂ ତାକୁ ୨୦୧୨ରେ ପୁଣେ କାରାଗାରରେ ଫାଶୀ ଦିଆଯାଇଥିଲା।
ରାଣାର ବିଚାର ସ୍ବଚ୍ଛ ଉପାୟରେ କରାଯାଉ ବୋଲି ଦାବି କରିଛି ନୂଆଦିଲ୍ଲୀ ବାର୍ ଆସୋସିଏସନ। ସେପଟେ ପଦାକୁ ଆସିଛି ପାକିସ୍ତୀନୀ ଆମେରିକୀୟ ଡାଭିଡ କୋଲିଆନ ହେଡଲି ଓ ରାଣା ମଧ୍ଯରେ ହୋଇଥିବା କଥାବାର୍ତ୍ତାର କ୍ରୋନୋଲୋଜି। ୨୦୦୬ ସେପ୍ବେମ୍ବର ୧୪ରେ ହେଡଲି ପ୍ରଥମ ଥର ଲାଗି ଭାରତ ଆସିବା ସହ ରାଣାକୁ ୩୨ ଥର ଫୋନ କରିଥିଲା। 26/11 ଆକ୍ରମଣ ପୂର୍ବରୁ ରାଣା ସହ ହେଡଲି ମୋଟ ୨୩୧ ଥର ଫୋନରେ କଥା ହୋଇଥିଲା ବୋଲି ସୂଚନା ମିଳିଛି। ରାଣା ବିରୋଧରେ ଲାଗିଛି ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟୁଏପିଏ।

କାଲି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ନାନ ଭାରତ-ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ନାନ ଭାରତ-ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଥି ସହିତ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ବୟୋବନ୍ଦନା କାର୍ଡ ମଧ୍ୟ ଲାଗୁ କରାଯିବ । ଏସବୁ ଯୋଜନାର ଶୁଭାରମ୍ଭ ପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଛି ।

ଅପରାହ୍ନ ୨ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ଏହି ସଭାରେ ୨୦ ହଜାରରୁ ଅଧିକ ହିତାଧିକାରୀ ଯୋଗ ଦେବେ । ଏନେଇ ଆଜି ବାଲିଯାତ୍ରା ପଡିଆରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । କଟକ ଜିଲ୍ଲାପାଳ ଏବଂ ଡିସିପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଲିଙ୍ଗିପୁର ସ୍ନେହା ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ସୈତାନ ସିକ୍ୟୁରିଟି ଗାର୍ଡର ସାଂଘାତିକ କାରନାମା

ନନ୍ଦିଘୋଷ ବ୍ୟୁରୋ: ପ୍ରେମର କରୁଣ ପରିଣତି । ପ୍ରେମିକ ସାଜିଲା ଖୁନି ଆସାମୀ । ମାରିଲା ପରେ ମୃତଦେହକୁ ଲିଙ୍ଗିପୁର ଦୟା ନଦୀ କୂଳରେ ଫିଙ୍ଗିଲା । ଦୁଇ ମାସରୁ ଅଧିକ ସମୟର ତନାଘନା ପରେ ଧରାହେଲା ଜହ୍ଲାଦ । ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କଲା ଖଣ୍ଡଗିରି ଥାନା ପୋଲିସ ।

ସୈତାନ ସିକ୍ୟୁରିଟି ଗାର୍ଡର ସାଙ୍ଘାତିକ କାରନାମା । ସ୍ନେହାର ସ୍ନେହ ଟିକିଏ ମିଳିଲାନି ବୋଲି ଚିପି ଦେଲା ତଣ୍ଟି । ଅଡୁଆ ସୂତାରୁ ଖିଅ କାଢ଼ିଲେ ଖଣ୍ଡଗିରି ଆଇଆଇସି । କାହାଣୀଟି ଯେତିକି ସଙ୍ଗୀନ, ପୋଲିସ ପାଇଁ ମଧ୍ୟ ଥିଲା ସେତିକି ଚ୍ୟାଲେଞ୍ଜିଙ୍ଗ । ପ୍ରଥମେ ଅପମୃତ୍ୟୁ ମାମଲା, ତଦନ୍ତ ପରେ ଜଣାପଡ଼ିଲା ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଥିଲା ଗଳିତ ମୃତଦେହ । ସାଇଣ୍ଟିଫିକ ଟିମ ଯାଇ ସରଜମିନ ତଦନ୍ତ କରିଥିଲା । ପରେ ଗଳିତ ମୃତଦେହର ପରିଚୟ ଜାଣିବା ପାଇଁ ତନାଘନା ଚାଲିଥିଲା । ସବୁ ଥାନାକୁ ପରିଚୟ ଖୋଜିବାକୁ କୁହାଯାଇଥିଲା । ଜାନୁଆରୀ ୧୦ରେ ଖଣ୍ଡଗିରି ଥାନାରେ ଏକ ମିସିଙ୍ଗ ରିପୋର୍ଟ ହୋଇଥିଲା । ପରିବାର ଲୋକଙ୍କୁ ଯୋଗାଯୋଗ ପରେ ବି ଚିହ୍ନଟ କରିବା ମୁସ୍କିଲ ଥିଲା । ସ୍ନେହା ବେହେରା ନିଖୋଜ ନେଇ, ରିପୋର୍ଟ କରିଥିଲେ ତାଙ୍କ ଭଉଣୀ । ସ୍ନେହାଙ୍କ ଘର କନ୍ଧମାଳ । ସେ ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ରହୁଥିଲେ । ମୋବାଇଲ ନମ୍ବରରୁ ଖୋଳତାଡ଼ ପରେ ଜଣାପଡିଲା ଯେ, ସେ ଜଣେ ସିକ୍ୟୁରିଟି ଗାର୍ଡ ସହ ପ୍ରେମ ସମ୍ପର୍କରେ ଥିଲେ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଚନ୍ଦନ ପରିଡା ସହ ସେହିଦିନ ଧଉଳି ବୁଲିବାକୁ ଯାଇଥିଲେ ମୃତ ଯୁବତୀ ସ୍ନେହା ବେହେରା ।

ତଥ୍ୟ ପ୍ରମାଣ ଏକାଠି କରିବା ପରେ, ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଆଉ ପ୍ରେମ ଯେ ପାପରେ ପରିଣତ ହୋଇଥିଲା, ସେ ନେଇ ପର୍ଦ୍ଦାଫାସ ମଧ୍ୟ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କରିବା ପରେ, ସେହି ସ୍ଥାନ ଛାଡି ପଳେଇବା ସହ ଚାକିରି ଛାଡି ଫେରାର ଥିଲା । ଠିକ ଏହି ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ମୃତଦେହ ପାଖରେ ଚନ୍ଦନପୁର ଥାନା ଅଞ୍ଚଳର ମିଟୁ ପରିଡ଼ା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପରିଶୋଧ ନେବାକୁ ଯାଇ ରମେଶ ନାମକ ଜଣେ ବ୍ୟକ୍ତିର ଆଧାର କାର୍ଡ ଓ ଏକ ମିଛ ସୁଇସାଇଟ ନୋଟ କ୍ରାଇମସିନରେ ଫୋପାଡ଼ି ଦେଇଥିଲା । ମିଟୁ ବିବାହ କରିବାକୁ ଚାଁହୁଥିବା ଯୁବତୀଙ୍କୁ ରମେଶ ବିବାହ କରିବାରୁ ଏହି ରାଗ ସୁଝାଇବାକୁ ଷଡ଼ଯନ୍ତ୍ର କରିଥିବା ପୁଲିସ ଜାଣିବାକୁ ପାଇଥିଲା ।

ଲିଙ୍ଗିପୁର ନଦୀପଠାର ସେହି ପରିତ୍ୟକ୍ତ ସ୍ଥାନ ପାଖକୁ ଅଭିଯୁକ୍ତ ଚନ୍ଦନ ପରିଡା ଓରଫ ମଙ୍ଗୁକୁ ନେଇ ସିନ ରିକ୍ରିଏସନ କରାଯାଇଛି । ଅଭିଯୁକ୍ତକୁ ଜେଲ ପଠାଇବା ପୂର୍ବରୁ ଜଗତସିଂହପୁର କୁଜଙ୍ଗ ଥାନାରେ ତା ନାଁରେ ଆହୁରି ୨ଟି ସଙ୍ଗୀନ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ ।

୫ ହଜାର କର୍ମୀଙ୍କ ନାଁରେ ମାମଲା କରି ବିଜେପି ସରକାରର ହିଟଲର ଶାସନର ପ୍ରମାଣ ଦେଇଛି: କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ କଂଗ୍ରେସକୁ ନିଷ୍କ୍ରିୟ କରିବା ଲାଗି ବିଜେପି ରଚିଛି ଷଡ଼ଯନ୍ତ୍ର । ପୋଲିସ ସହାୟତାରେ ମିଛ ମାମଲା ରୁଜୁ କରି ଡରାଇବାକୁ ଚାହୁଁଛି ଶାସକ ଦଳ । ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ଆହ୍ଵାନ ଦେଇଛି କଂଗ୍ରେସ । ଦଳର ନେତା, ବିଧାୟକ ଓ ୫ ହଜାର କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରି ସରକାର ହିଟଲର ଶାସନର ପରିଚୟ ଦେଇଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

କଂଗ୍ରେସର ୪୦ ବରିଷ୍ଠ ନେତା, ସମସ୍ତ ୧୪ ବିଧାୟକ ଓ ୫ ହଜାର କର୍ମୀଙ୍କ ବିରୋଧରେ ମାମଲା । ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜଧାନୀର ଲୋୟର ପିଏମଜି ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଦଙ୍ଗା, ପୋଲିସକୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ ଭଳି ଅଭିଯୋଗରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି ପୋଲିସ । ରାଜନୈତିକ ବିକ୍ଷୋଭ ବେଳେ ଏତେ ନେତା ଓ କର୍ମୀଙ୍କ ନାଁରେ ମାମଲା ରୁଜୁ କରାଯିବା ଓଡ଼ିଶା ରାଜନୀତିରେ ବିରଳ ଓ ଆଶ୍ଚର୍ଯ୍ୟଜନକ ଘଟଣା । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, କଂଗ୍ରେସର ସ୍ଵରକୁ ଚାପି ଦେବାକୁ ଓ ନିଷ୍କ୍ରିୟ କରିବାକୁ ପୋଲିସର ସହାୟତା ନେଇଛି ଶାସକ ଦଳ । ଏହା ବିରୋଧରେ କଂଗ୍ରେସ ଜୋରଦାର ଲଢ଼େଇ କରିବ । ରାଜ୍ୟରେ ହିଟଲର ଶାସନ ଚାଲିଛି ବୋଲି କଂଗ୍ରେସ ନେତା ପ୍ରକାଶ ମିଶ୍ର କହିଛନ୍ତି । ଅତ୍ୟାଚାର ବିରୋଧରେ ମୁହଁ ଖୋଲିଲେ ମାମଲା ରୁଜୁ କରୁଛି ପୋଲିସ । ଏହାକୁ ବରଦାସ୍ତ କରାଯିବନି ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ନାବାଳିକା ଅସୁରକ୍ଷିତ। ଏହାକୁ ପ୍ରସଙ୍ଗ କରି ଉଭୟ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ସଂଗ୍ରାମ କରିଥିଲା । ୫ ହଜାରରୁ ଅଧିକ କର୍ମୀଙ୍କ ବିରୋଧରେ ମାମଲା ପରେ ଶାସକ ଦଳକୁ କଂଗ୍ରେସ ଟାର୍ଗେଟ କରିଥିବାରୁ ଜବାବ ଦେଇଛି ବିଜେପି । ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, ସରକାର କାହାର ସ୍ଵର ଚାପିବାକୁ ଉଦମ୍ୟ କରୁନାହାନ୍ତି । କଂଗ୍ରେସ ବିଧାନସଭା ଆଗାରେ ବିକ୍ଷୋଭ ବେଳେ କି କାଣ୍ଡ କରିଛି ତାହା ରାଜ୍ୟବାସୀ ଦେଖିଛନ୍ତି । ଆଇନ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କ୍ଷମତାରେ ରୁହନ୍ତୁ କି ବିରୋଧରେ, ନବୀନଙ୍କ ପାଇଁ ଶୃଙ୍ଖଳା ପ୍ରଥମ ପ୍ରାଥମିକତା

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଚେତାବନୀ ପରେ ପୁଣି ଥରେ ଶୃଙ୍ଖଳାକୁ ଗୁରୁତ୍ବ ଦେଇଛନ୍ତି ବିଜେଡି ନେତା । ଏକାଠି ହୋଇ ଦଳୀୟ ସଙ୍ଗଠନକୁ କିପରି ଆଗକୁ ନିଆଯିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତଙ୍କ ଫୋକସରେ ଦଳର ସାଂଗଠନିକ ନିର୍ବାଚନ । ଯାହା ଚଳିତମାସ ଶେଷ ସୁଦ୍ଧା ସରିବ । କିଏ କେଉଁ ଦାୟିତ୍ବ ନେବେ ଓ ଦଳର ଧର୍ମ ନିରପେକ୍ଷତା ନୀତିକୁ ବଜାଏ ରଖିପାରିବ, ସେ ନେଇ ନୂଆ ଉତ୍ସାହ ସହ କାମ ଆରମ୍ଭ କରିଛନ୍ତି ବରିଷ୍ଠ ଓ ଯୁବ ନେତା ।

କ୍ଷମତାରେ ରୁହନ୍ତୁ କି ବିରୋଧରେ, ନବୀନ ପଟ୍ଟନାୟକଙ୍କ ପାଇଁ ଶୃଙ୍ଖଳା ପ୍ରଥମ ପ୍ରାଥମିକତା । ଯେଉଁଥି ପାଇଁ ଦଳୀୟ ଶୃଙ୍ଖଳାକୁ ବାରମ୍ବାର ଗରୁତ୍ବ ଦେଇ ଆସୁଛନ୍ତି ନବୀନ । କିଛି ଦିନରୁ ଦଳ ଭିତରେ ଚାଲିଥିବା ସମାନ୍ତରାଳ ମେଳି ବିରୋଧରେ ନବୀନ ପାଟି ଫିଟାଇବା ପରେ ବିଜେଡି ନେତା ବି ଶୃଙ୍ଖଳାକୁ ଦେଇଛନ୍ତି ଗୁରୁତ୍ବ । ସୁପ୍ରିମୋଙ୍କ ଚେତାବନୀ ପରେ ହୋଟେଲ ମେଳିରେ ପଡିଛି ପୂର୍ଣ୍ଣଚ୍ଛେଦ । ଏଣିକି ଯାହା ଦଳୀୟ ବୈଠକ ହେବ, ସବୁ ହେବ ଶଙ୍ଖ ଭବନରେ । ଦଳୀୟ ସଙ୍ଗଠନ ଓ ଶୃଙ୍ଖଳା ପାଇଁ କିଛି ଅନୁଶାସନ ପାଳନ କରିବା ଦରକାର ବୋଲି ମାନୁଛନ୍ତି ସବୁ ନେତା । ଯେହେତୁ ସଭାପତି ଦଳର ସର୍ବେସର୍ବା, ସେ ତାଗିଦ କରିବା ସ୍ବାଭାବିକ । ସମସ୍ତେ ଏକ ମନ ଏକ ପ୍ରାଣରେ ସାଂଗଠିନକ ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇଛନ୍ତି । ସେହିପରି ଧର୍ମ ନିରପେକ୍ଷତାରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ଏହି ଆଭିମୁଖ୍ୟ ନେଇ ବିଜୁ ଜନତା ଦଳ ଗଠନ ହୋଇଥିଲା । ଧର୍ମ ନିରପେକ୍ଷତାକୁ ଆଗକୁ ନେଇ ଦଳ କିପରି ଯିବ, ତାକୁ ଏବେ ଆହୁରି ଗୁରୁତ୍ବ ଦିଆଯାଉଛି ।

ସବୁବେଳେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ଆସିଛି ବିଜେଡି । ଯେ କୌଣସି ରାଜନୈତିକ ଦଳ ଶୃଙ୍ଖଳା ଭିତରେ କାର୍ଯ୍ୟ କଲେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବେ । ତେଣୁ ଶୃଙ୍ଖଳିତ ଭାବେ କାମ କଲେ ପୁଣି ଥରେ କ୍ଷମତାକୁ ଫେରିବେ ବୋଲି ବିଶ୍ବାସ ରଖିଛନ୍ତି ବିଜେଡି ନେତା । ଦଳ ଭିତରେ ମତାନ୍ତର ମନାନ୍ତର ଥାଏ । ଏହାକୁ ଆଗକୁ ନେଇ ଚାଲିଲେ ଦଳ ଚାଲିବ । ଏ ସବୁ କିଛି ଦଳୀୟ ଶୃଙ୍ଖଳା ଉପରେ ନିର୍ଭର କରେ ।