spot_img
Home Blog Page 961

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ କଲା କଂଗ୍ରେସ

ଭୁବନେଶ୍ବର: ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ଳୀଳ ଭାଷା ପ୍ରୟୋଗ ନେଇ କଂଗ୍ରେସର ପ୍ରତିବାଦ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋୟର ପିଏମଜି ବାସଭବନ ଘେରାଉ ଉଦ୍ୟମ । ଗତ ୧୧ ତାରିଖରେ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଯାହାକୁ ନେଇ କଂଗ୍ରେସ ଦୁଇ ଦିନ ହେଲା ପ୍ରତିବାଦ କରିଆସୁଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଗୃହରେ ଅଶାଳୀନ ମନ୍ତବ୍ୟ ପାଇଁ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କ୍ଷମା ମାଗନ୍ତୁ ଓ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଦାବିରେ ଯୁବ କଂଗ୍ରେସ ହୁଙ୍କାର ଦେଇଛି ।

ମୁଖ୍ୟମନ୍ତ୍ରୀ ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ଦାବିରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଏଥିସହିତ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ଉଠାଇବାକୁ ଦାବି ରଖିଲା କଂଗ୍ରେସ। ଯୁବ କଂଗ୍ରେସର ଶତାଧିକ ନେତା ଓ କାର୍ଯ୍ୟକର୍ତ୍ତା ଭୁବନେଶ୍ୱର କ୍ଲବ ନିକଟରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ କରିଛନ୍ତି।

ରାଜ୍ ଖୋଲିଲେ ରାନ୍ୟା ରାଓ : ଫଟୋଗ୍ରାଫି ପାଇଁ ଯାଉଥିଲେ ଦୁବାଇ, ୟୁଟ୍ୟୁବରୁ ଶିଖିଥିଲେ ସୁନା ଲୁଚେଇବା ଶୈଳୀ

ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲଣାରେ ଧରାପଡିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ DRI ପଚରାଉଚରା କରିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ନିଜ ବୟାନରେ ରାନ୍ୟା କହିଛନ୍ତି କି, ସେ ଫଟୋଗ୍ରାଫି  ଏବଂ ରିୟଲ ଷ୍ଟେଟ୍ ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରୁଥିଲେ  । ଦୁବାଇ ଯାତ୍ରା ବିଷୟରେ ପଚାରାଯିବାରୁ ସେ ଉତ୍ତର ରଖିଥିଲେ କି, ସେ ୟୁରୋପ, ଆମେରିକା ଏବଂ ମିଡଲ୍ ଇଷ୍ଟକୁ ବହୁ ବାର ଯାତ୍ରା କରିଛନ୍ତି । କିନ୍ତୁ ଗତ ୨ ସପ୍ତାହ ଧରି ଏକ ଅଜ୍ଞାତ ବିଦେଶୀ ନମ୍ୱରରୁ ତାଙ୍କୁ କଲ୍ ଆସୁଥିଲା । ମାର୍ଚ୍ଚ ୧ରେ ଶେଷ ଥର ତାଙ୍କୁ ବିଦେଶୀ ନମ୍ୱରୁ କଲ୍ ଆସିଥିଲା ।

ୟୁଟ୍ୟୁବରୁ ଶିଖିଥିଲେ ସୁନା ଲୁଚାଇବା ଟ୍ରିକ୍ 

ଆହୁରି ମଧ୍ୟ ରାନ୍ୟା ନିଜ ବୟାନରେ କହିଛନ୍ତି ଯେ, ତାଙ୍କୁ ଦୁବାଇ ଏୟାରପୋର୍ଟର ଟର୍ମିନାଲ-୩ର ଗୋଟ୍-Aରୁ ସୁନା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହାକୁ ବେଙ୍ଗାଲୁରେ ଡେଲିଭରି କରିବାକୁ କୁହାଯାଇଥିଲା ।ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ପ୍ରଥମ ଥର ବେଙ୍ଗାଲୁରୁରେ ସୁନା ଚୋରା ଚାଲାଣ କରିଥିଲି । ଏହା ପୂର୍ବରୁ ଦୁବାଇରୁ କେବେ ସୁନା କିଣି ନଥିଲି । ରାନ୍ୟାଙ୍କୁ ସେ ବ୍ୟକ୍ତିଙ୍କ ପରିଚୟ ପଚାର ଯାଇଥିଲେ ମଧ୍ୟ ସେ ପରିଚୟ ପ୍ରକାଶ କରିବାକ ମନା କରି ଦେଇଥିଲେ  । ଏପରି କି ରାନ୍ୟା ସୁନାକୁ କିପରି ଲୁଚାଇବେ ତାହା ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରୁ ଶିଖିଥିବା କହିଛନ୍ତି ।

ବିମାନବନ୍ଦରରେ ହୋଇଥିଲା ସୁନା କାରବାର

ଡିଆରଆଇ ପଚରାଉଚରା ବେଳେ ରାନ୍ୟା କହିଛନ୍ତି, କଲ କରିଥିବା ବ୍ୟକ୍ତି ଜଣକ ଆଫିକୀ-ଆମେରିକୀୟ ଥିଲା । ସେ ମୋତେ ଦୁବାଇରେ ଧଳା ପୋଷାକରେ ଏୟାରପୋର୍ଟରେ ଭେଟ ହେବ ବୋଲି କହିଥିଲା । ସୁରକ୍ଷା ଯାଞ୍ଚ ପରେ ସେ ମୋତେ ସୁନା ବାଡ଼ି ଦେବା ପରେ ସେଠାରୁ ସଙ୍ଗେ ସଙ୍ଗେ ଚାଲିଯାଇଥିଲା । ଲୋକଟି ଗୋରା ଏବଂ ୬ ଫୁଟ୍ ଉଚ୍ଚର ଥିଲା। ଏହା ପରେ ତାକୁ ମୁଁ କେବେ ଆଉ ଭେଟିନାହିଁ କି ଦେଖିନାହିଁ ।

ଶୌଚାଳୟରେ ଲୁଚାଇଥିଲେ ସୁନା

ସୁନା ୨ଟି ପ୍ଲାଷ୍ଟିକ୍ ପ୍ୟାକେଟରେ ଥିଲା । ଶୌଚାଳୟ ସେ ଏହି ସୁନାକୁ ନିଜ ଜୋତା ଏବଂ ଜିନ୍ସରେ ଲୁଚାଇଥିଲେ । ୟୁଟ୍ୟୁବ ଦେଖି କିପରି ସୁନା ଲୁଚାଯାଏ ତାହା ଶିଖିବା କହିଛନ୍ତି ରାନ୍ୟା ରାଓ  । ସେପଟେ ଡିଆରଆଇଙ୍କ ପ୍ଲାଇଟ୍ ବୁକିଂକୁ ନେଇ ପ୍ରଶ୍ନରେ ରାନ୍ୟା ଉତ୍ତର ଦେଇଛନ୍ତି କି, ସେ ଟିକେଟ୍ ବୁକିଂ କରିବା ପାଇଁ ସ୍ୱାମୀ ଜତିନ ବିଜୟ କୁମାରଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ  ।

ମାନିଲା ବାପା, ଦୁଇ ପୁଅଙ୍କୁ ମାରି ଦେଇଥିଲା ଆତ୍ମହତ୍ୟାର ରୂପ

ନୟାଗଡ଼: ଦ୍ଵିତୀୟ ବିବାହ ଲାଗି ନିଜର ଦୁଇ ଗେହ୍ନା ପୁଅଙ୍କୁ ମାରିବାକୁ ପଛାଇଲାନି ବାପା। ନୟାଗଡ଼ ଫତେଗଡ଼ରେ ଦୁଇ ପୁଅଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଲା ପରଦା। ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ମାନିଲା ବାପା। ଗତ ଚାରି ଦିନ ତଳେ ବାପା ପ୍ରକାଶ ମହାନ୍ତି ଓ ଜେଜେମା ସୌରୀ ମହାନ୍ତି ଏହି କାଣ୍ଡ ଭିଆଇ ଥିବା ଜଣାପଡିଛି।

ଫତେଗଡ଼ ଧାନଚାଙ୍ଗଡ଼ା ଗ୍ରାମରେ ଦୁଇ ପୁଅକୁ ହତ୍ୟା କରିଥିଲା ବାପା। ହତ୍ୟା କରିବା ପରେ, ପ୍ରମାଣ ନଷ୍ଟ କରିବାକୁ, ବାପା ପ୍ରକାଶ ମହାନ୍ତି ଏବଂ ଜେଜେମା ସୌରୀ ମହାନ୍ତି ଦୁଇ ନାବାଳକ ପୁଅକୁ ଦଉଡିରେ ଝୁଲାଇ ଦେଇଥଲେ। ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀଙ୍କ ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ଦ୍ବିତୀୟ ବାହା ହେବା ପାଇଁ ଜିଦ ଧରି ବସିଥିଲେ ପ୍ରକାଶ। ହେଲେ ବାପାଙ୍କ ବିବାହକୁ ବଡ ପୁଅ ବିରୋଧ କରି ଆସୁଥିଲେ। ଏହାକୁ ନେଇ ବିବାହ ରାସ୍ତାରୁ କଣ୍ଟା ହଟାଇବାକୁ ନିଷ୍ପତ୍ତି ନେଇଥିଲେ ପିଶାଚ ବାପା ଓ ଜେଜେମା। ଦୁଇ ନାବାଳକଙ୍କୁ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଉଭୟକୁ ଘରେ ଭିତରେ ଗୋଟିଏ ଲୁଗାରେ ବାନ୍ଧି ଟାଙ୍ଗି ଆତ୍ମହତ୍ୟାର ରୁପ ଦେଇଥିଲେ।

ଘଟଣା ପରଠୁ ମୃତ ନାବାଳକଙ୍କ ମାମୁଁ ଓ ଆଇ ଅଭିଯୋଗ କରିଥିଲେ ଯେ ବାପା ହିଁ ହତ୍ୟାକାରୀ। ଘଟଣାକୁ ଗୁରୁତର ସହ ନେଇ ନିଜେ ନୟାଗଡ ଏସପି ମାମଲାର ତଦନ୍ତ କରୁଥିଲେ। ଆଜି ବାପା ଦୁଇ ପୁଅଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଜେଜେମାଆ ସାହାଯ୍ୟ କରିଥିବାରୁ ପୋଲିସ ତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ ବି ଜାରି ରହିଛି । ଘଟଣାରେ ଅନ୍ୟ କାହାରି ସଂପୃକ୍ତି ଥିଲେ ସେମାନେ ବି ଗିରଫ ହେବେ । ଏହି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ ବି ଜାରି ରହିଛି। ଘଟଣାରେ ଅନ୍ୟ କାହାରି ସଂପୃକ୍ତି ଥିଲେ ସେମାନେ ବି ଗିରଫ ହେବେ।

ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼: ଦୁଇଜଣଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଈ

କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ ସେଲଫି ନେଇ ଚର୍ଚ୍ଚାରେ ଶଶୀ ଥରୁର୍

ନୂଆଦିଲ୍ଲୀ: ପୁଣି କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ନେଇ ଚର୍ଚ୍ଚା । କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ ସେଲଫିକୁ ନେଇ ରାଜନୈତିକ ଶିବିରରେ ଆଲୋଚନା । ଏହି ସେଲଫିକୁ ପୋଷ୍ଟ କରିଛନ୍ତି ଖୋଦ୍ ଥରୁର । କିଛି ଦିନ ପୂର୍ବରୁ କେରଳ ଏଲଡିଏଫ ସରକାରଙ୍କୁ ପ୍ରଶଂସା କରି କଂଗ୍ରେସ ହାଇକମାଣ୍ଡଙ୍କ ରୋଷର ଶିକାର ହୋଇଥିଲେ ଥରୁର । ପରେ ଦିଲ୍ଲୀରେ କେରଳ କଂଗ୍ରେସର ବୈଠକରେ ରାଜ୍ୟ କଂଗ୍ରେସ ଏକ ରହିଛି ବୋଲି ପୋଷ୍ଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଥରୁର କହିଛନ୍ତି,  ରାଜନୈତିକ ମତପାର୍ଥକ୍ୟ ସତ୍ତ୍ବେ କେରଳର ବିକାଶ ପାଇଁ ମିଳିତ ଚେଷ୍ଟା କରାଯାଉଛି । ଥିରୁବନନ୍ତପୁରମ ଏମପି ଥରୁର ବିଜୟନଙ୍କ ସମେତ କେରଳ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକାରଙ୍କ ସହ ବି ସେଲଫି ନେଇ ତାହାକୁ ପୋଷ୍ଟ କରିଥିଲେ । କେରଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଦିଲ୍ଲୀରେ ରାଜ୍ୟପାଳ ଆର୍ଲେକାର ଏକ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ । ସେଥିରେ କେରଳର ସାଂସଦମାନେ ସାମିଲ ହୋଇଥିଲେ । ନିକଟରେ ଏକ ଖବରକାଗଜରେ ଥରୁର କେରଳ ଏଲଡିଏଫ ସରକାରଙ୍କ ଅର୍ଥନୀତି ପରିଚାଳନାକୁ ପ୍ରଶଂସା କରିଥିଲେ ଯାହାକୁ କଂଗ୍ରେସ ସମାଲୋଚନା କରିଥିବାବେଳେ ସିପିଏମ ସ୍ବାଗତ କରିଥିଲା । କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି.ଡି. ସଥୀସାନ ସାଂସଦ ଥରୁରଙ୍କ ଏଭଳି ଆଚରଣ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ । ସେହିପରି ଥରୁରଙ୍କ ବୟାନ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ।

ଖୋଲୁଛି ମୁମ୍ବାଇର ଖ୍ୟାତନାମା ହସ୍ପିଟାଲ ଲୀଳାବତୀ ହସ୍ପିଟାଲର ଗୁମର, ଗୁଣିଗାରେଡି ଚାଲିଥିବା ଅଭିଯୋଗ

ମୁମ୍ବାଇ: ଖୋଲୁଛି ମୁମ୍ବାଇର ଖ୍ୟାତନାମା ହସ୍ପିଟାଲ ଲୀଳାବତୀ ହସ୍ପିଟାଲର ଗୁମର । ହସ୍ପିଟାଲ ପାଣ୍ଠି ଲୁଟ ନେଇ ଚର୍ଚ୍ଚାରେ ଥିବା ହସ୍ପିଟାଲର ଟ୍ରଷ୍ଟି ସଦସ୍ୟ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ହସ୍ପିଟାଲରେ ଗୁଣିଗାରେ଼ଡି ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି । ଲୀଳାବତୀ କୀର୍ତ୍ତିଲାଲ ମେହଟ୍ଟା ମେଡିକାଲ ଟ୍ରଷ୍ଟର ବର୍ତ୍ତମାନର ସଦସ୍ୟମାନେ ଅଭିଯୋଗ କରିଛନ୍ତି- ପୂର୍ବତନ ଟ୍ରଷ୍ଟିର ସଦସ୍ୟମାନେ ୧୫ଶହ କୋଟିରୁ ଅଧିକ ଟଙ୍କା ହେରଫେର କରିଛନ୍ତି । ଏହା ସହ ହସ୍ପିଟାଲ ପରିସରରେ ଗୁଣିଗାରେଡି ଚାଲିଥିଲା ଏବଂ ମାନବ ଅସ୍ଥି ଓ କେଶ ଥିବା ୮ଟି ଚିତାଭସ୍ମ ପାତ୍ରର ସନ୍ଧାନ ମିଳିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୂର୍ବତନ ଟ୍ରଷ୍ଟି ସଦସ୍ୟଙ୍କ ନାମରେ ପୋଲିସରେ ୩ଟି ଏଫଆଇଆର ଦରଜ କରାଯିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଅଭିଯୋଗ କରାଯାଇଛି ।

ଅର୍ଥ ହେରଫେର ଯୋଗୁ ହସ୍ପିଟାଲ ପରିଚାଳନରେ ସମସ୍ୟା ଦେଖାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ଦାୟର ହେବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟର ସ୍ଥାୟୀ ସଭାପତି ପ୍ରଶାନ୍ତ ମେହଟ୍ଟା । ସେ କହିଛନ୍ତି- ରୋଗୀଙ୍କ ଉପକାର ଲାଗି ଟ୍ରଷ୍ଟର ପାଣ୍ଠିର ସଦୁପଯୋଗ ହେବା କଥା । ମାତ୍ର କ୍ରମାଗତ ଭାବେ ଏହି ଅର୍ଥ ହେରଫେର କରାଯାଉଥିଲା । ଫଳରେ ହସ୍ପିଟାଲର ମିଶନ ଫେଲ୍ ହୋଇଥିଲା । ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ବର୍ତ୍ତମାନର ଟ୍ରଷ୍ଟିଙ୍କ ବିଜୟ ହୋଇଥିଲା । ଚେତନ ଦଲାଲ ତଦନ୍ତ ଓ ପରିଚାଳନା ସେବା ଏବଂ ଏଏଡିବି ଆସୋସିଏଟସ ପକ୍ଷରୁ ହସ୍ପିଟାଲର ଫରେନସିକ ଅଡିଟ ହେବା ପରେ ତଥ୍ୟ ପଦାକୁ ଆସିଥିଲା । ଟ୍ରଷ୍ଟ ପାଣ୍ଠିକୁ କେତେକ ଏନଆରଆଇ, ଦୁବାଇ ଓ ବେଲଜିୟମରେ ରହୁଥିବା ପୂର୍ବତନ ଟ୍ରଷ୍ଟି ହେରଫେର କରିଥିଲେ । ସେପଟେ ଟ୍ରଷ୍ଟି କାର୍ଯ୍ୟାଳୟରେ ଗୁଣିଗାରେଡି ଚାଲିଥିବା ଅଭିଯୋଗ କରିଛନ୍ତି କିଛି କର୍ମଚାରୀ । କାର୍ଯ୍ୟାଳୟର ଚଟାଣ ଖୋଳାଯିବା ପରେ ମାନବ ଅସ୍ଥି, କେଶ, ଚାଉଳ ଆଦି ସାମଗ୍ରୀ ଭରି ରହିଥିବା ୮ଟି ଚିତାଭସ୍ମ ପାତ୍ର ମିଳିଥିଲା ।

କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା, ମରୁଭୂମି ପାଲଟି ଗଲାଣି ମହାନଦୀ

ସମ୍ବଲପୁର: ଲଗାତର କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା। ଛତିଶଗଡର ମନମୁଖୀ କାର୍ଯ୍ୟ ପାଇଁ ମରୁଭୂମି ପାଲଟି ଗଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ।  ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୬୮୬ ଘନଫୁଟ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ହୀରାକୁଦ ପାଇଁ ୧୦ ହଜାର ଘନଫୁଟ ଜଳ ଆବଶ୍ୟକ ଥିବାବେଳେ ମାତ୍ର ୫୦୦ରୁ ୬୦୦ ଘନଫୁଟ ପାଣି ଆସୁଥିବାରୁ ଚିନ୍ତାରେ ନଈ କୂଳିଆ ।

ସେପଟେ ବର୍ତ୍ତମାନ ଚାଷ କାମ ପାଇଁ ୪୫୦୦ ଘନଫୁଟ , ବିଦ୍ୟୁତ୍  ଉତ୍ପାଦନ ପାଇଁ ୫୦୦୦ ଘନଫୁଟ ଜଳ ଆବଶ୍ୟକ ରହିଛି। ହେଲେ ଛତିଶଗଡ କାହିଁକି ପାଣି ଛାଡୁନି ବୋଲି ସବୁଠି ଚର୍ଚ୍ଚା ହେଉଛି।  ମହାନଦୀ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପରେ ମଧ୍ୟ ପାଣି ଛାଡୁନି ଛତିଶଗଡ଼। କିନ୍ତୁ କାହିଁକି ଚୁପ୍ ରାଜ୍ୟ ସରକାର ତାକୁ ନେଇ ପ୍ରଶ୍ନ ଉଠିଛି।

ବିଧାନସଭାରେ ପୋଲାଭରମ ପ୍ରସଙ୍ଗ ଉଠାଇଲା ବିଜେଡି, ପ୍ରଶ୍ନକାଳ ବୟକଟ୍ କଲା କଂଗ୍ରେସ

ଭୁବନେଶ୍ବର: ପ୍ରଶ୍ନ ଉତ୍ତର ଆରମ୍ଭରୁ ପୋଲାଭରମ ପ୍ରସଙ୍ଗରେ ବିଜେଡିର ପ୍ରତିବାଦ। ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୂଲତବି ପ୍ରସ୍ତାବ ଦେଇଥିଲା ବିଜେଡି। ଯାହାକୁ ମାନି ନଥିଲେ ବାଚସ୍ପତି। ଆଲୋଚନା ଦାବିରେ ବିଜେଡି ପ୍ରତିବାଦ କରୁଛି।ହଟ୍ଟଗୋଳ ମଧ୍ୟରେ ଗୃହ ବାରମ୍ବାର ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଆଜି ପୋଲାଭରମ ନେଇ ବିଜେଡି ମୁଲତବି ପ୍ରସ୍ତାବ ଦେଇଥିଲା। ଗୋଦାବରୀ ନଦୀ ଉପରେ ଆନ୍ଧ୍ର ପ୍ରଦେଶ ଏହା ନିର୍ମାଣ କରୁଛି। ଆଦିବାସୀ ପରିବାର ବୁଡିବାକୁ ଯାଉଛି। ଦୁର୍ଭାଗ୍ୟ ବାଚସ୍ପତି ଏହାକୁ ଗ୍ରହଣ କଲେନି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଚାଲିଛି।

ଓଡ଼ିଶା ସ୍ୱାର୍ଥ ରକ୍ଷାରେ ଅସମର୍ଥ ଡବଲ ଇଂଜିନ ସରକାର ବୋଲି କହିଛି ବିଜେଡି। କେନ୍ଦ୍ର ଆଗରେ ଆତ୍ମସମର୍ପଣ କରି ଦେଇଛନ୍ତି। ସେମାନଙ୍କ ସାହସ ନାହିଁ ଆନ୍ଧ୍ର ସମ୍ପର୍କରେ କହିବାକୁ। ବାଚସ୍ପତି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଲୋଚନା ପାଇଁ ଅନୁମତି ଦେଉ ନାହାନ୍ତି। ଆଲୋଚନାର ସୁଯୋଗ ନ ମଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେଡି।

ସେହିପରି ଅନ୍ୟତମ ବିଜେଡି ସଦସ୍ଯ ଅରୁଣ ସାହୁ କହିଛନ୍ତି, ବିଜେପି ଓଡ଼ିଶା ଅସ୍ମିତାକୁ ଆଘାତ ଦେଇଛି । ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏ ନେଇ କଥା ହେବାକୁ କହିଥିଲେ ହେଲେ ଏଯାଏଁ ଆଲୋଚନା କଲେନି । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚାରାଧୀନ ଅଛି । ତେବେ ସେ କି ପ୍ରକାର ବିଚାରାଧୀନ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଯେଉଁଠି କେନ୍ଦ୍ର ସରକାର ୧୬ ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ରାଜ୍ୟ ସରକାରଙ୍କ ସାହସ ନାହଁ । ଆନ୍ଧ୍ର ପିଟି ଚାଲିଛି ଓ ପ୍ରକଳ୍ପର ଉଚ୍ଚତା ବଢ଼ାଇ ଚାଲିଛି । ଇଞ୍ଚେ ମାଟି ଦେବୁନି କହୁଛନ୍ତି ସରକାର ହେଲେ ମାମଲା ବିଚାରାଧୀନ ବୋଲି କହି ଭୁଆଁ ବୁଲାଉଛନ୍ତି ବୋଲି ସମାଲୋଚନା କରିଛନ୍ତି ଅରୁଣ । ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର । ଘରେ ନିଆଁ ଲାଗିବା ବେଳେ କଣ ନିଆଁ ନ ଲିଭାଇ କହିବା ବିଚାରାଧୀନ ଅଛି । ଆଉ ନିଆଁ ଲିଭାଇବା ନାହିଁ । ମାଲକାନଗିରିରେ ଓଡ଼ିଆ ଅସ୍ମିତା ବିପଦଗ୍ରସ୍ତ । ସାହସ ଅଛି ତ ଆଲୋଚନା କର । ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କି ? ଡବଲ ଇଂଜିନ ଡବଲ ଧୋକା। ଦୋମୁହାଁ କଥା ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । …

ଅନ୍ୟପଟେ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ। ତାରା ବାହିନୀପତିଙ୍କ ଉପର ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଧାରଣା ଦେଇଛନ୍ତି। ହାତରେ କଳାପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ମାଆ ପୁଅ ଗୁରୁତର

ବାଲେଶ୍ବର: ଗ୍ୟାସ ଟାଙ୍କି ଫାଟି ମାଆ ପୁଅ ଗୁରୁତର। ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର। ବାଲେଶ୍ବର ଜିଲ୍ଲା ସୋର ମୁନିସବିରା ଗାଁର ଘଟଣା। ମାଆକୁ ଉଦ୍ଧାର କରିବାକୁ ଯାଇ ପୁଅ ଗୁରୁତର ହୋଇଛି  l ଉଭୟଙ୍କୁ ସୋର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହେଉଛନ୍ତି  ଭାରତୀ ସାହୁ  ଓ ପୁଅ ପ୍ରଶାନ୍ତ ସାହୁ। ନିଆଁ ଲାଗି ଭାରତୀ ଜଳୁଥିବା ବେଳେ ପୁଅ ପ୍ରଶାନ୍ତ ଉଦ୍ଧାର କରିବାକୁ ଯାଇ ମାଆ ଦେହରୁ ନିଆଁ ଲିଭାଇବା ବେଳେ ଆହତ ହୋଇଥିଲେ l

ପରିବାର ଅନ୍ୟ ସଦସ୍ୟ ବାରଣ୍ଡାରେ ରହିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସ୍ଥାନୀୟ ଲୋକେ ଗେଟ ଭାଙ୍ଗି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେତେବେଳକୁ ଘର ସଂପୂର୍ଣ୍ଣ ଧୂଆଁମୟ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ହାତୀ ଉପଦ୍ରବ: ଭାଙ୍ଗିଲା ଘର ଛପର, କବାଟ, ଘଣ୍ଟାଏ ଧରି ରଚିଲା ତାଣ୍ଡବ

ନୀଳଗିରି: ନୀଳଗିରିରେ କୁଳଡିଆ ହାତୀର ଉପଦ୍ରବ। ବାଉଁଶବଣିଆ ପଞ୍ଚାୟତ ମାନଗଡ ଗାଁରେ  ତାଣ୍ଡବ ରଚିଛି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛି ହାତୀ। ଘର କବାଟ ଭାଙ୍ଗିବା ସହ ଘର ଛପର ଭାଙ୍ଗିଛି। ଘରେ ପଶି କୁଣ୍ଡା ଖାଇଯାଇଛି। ମାନଗଡ଼ ଗାଁର ଶଙ୍କର୍ଷଣ ବାରିକଙ୍କ ଘରେ ବିଳମ୍ବିତ ରାତିରେ ହାତୀ ପଶି ଘର କାନ୍ଥ, କବାଟ, ଛପର ଭାଙ୍ଗିବା ସହ କୁଣ୍ଡା ଖାଇ ଯାଇଛି।

ହାତୀ ଭୟରେ ଘୋରକୋଣରେ ଲୁଚି ରହିଥିଲେ ପରିବାର ଲୋକେ। ଭୟଭୀତ ଅବସ୍ଥାରେ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ପ୍ରାୟ ୧ ଘଣ୍ଟା ଧରି ହାତୀ ତାଣ୍ଡବ ରଚିବା ପରେ ପହଞ୍ଚିଥିଲେ ବନବିଭାଗ କର୍ମଚାରୀ। ଗ୍ରାମବାସୀଙ୍କ ସହାୟତାରେ  ହାତୀଟିକୁ ଘଉଡାଇଛି ବନବିଭାଗ।

ଅଞ୍ଚଳରେ ବନବନଭାଗ କଡା ପ୍ରହରା ଦେବା ସହ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବାକୁ ଦାବି ହୋଇଛି।

କଟକରେ ବେଆଇନ ବନ୍ଧୁକ କାରଖାନା ଠାବ, ୪ଗିରଫ

କଟକ: କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ। ବୟାଳିଶ ମୌଜାର ଧୂଳେଶ୍ଵର ଗାଁରେ ଚାଲିଥିଲା ଏହି ବେଆଇନ ବନ୍ଧୁକ ତିଆରି କାରଖାନା। ଶରତ ଚନ୍ଦ୍ର ଯାଦବ ନାମକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା। କାରଖାନାରେ ରହିଛି ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି। ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ। ବନ୍ଧୁକ ତିଆରିରେ ଲାଗିଥିଲେ  ବିହାରର ଲୋକ। ୩ଜଣ ବିହାରୀ କାରିଗରଙ୍କ ସହ ୩୦ରୁ ଅଧିକ ବନ୍ଧୁକ ସହିତ ଅନେକ ମେସିନ ଜବତ କରିଛି ଏସଟିଏଫ୍।  ୪ ଜଣଙ୍କୁ ଗିରଫ କରିଛି STF। ଏବେବି ଚଢାଉ ଜାରି ରହିଥିବା ଜଣାପଡ଼ିଛି ।