ନନ୍ଦିଘୋଷ ବ୍ୟୁରୋ: ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ନେତା ଅକ୍ଷୟ କୁମାରଙ୍କୁ ଭେଟିଲା ବିଜେଡି ଟିମ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରଶାନ୍ତ ମୁଦୁଲି, ପ୍ରଫୁଲ ସାମଲ ଓ ପ୍ରତାପ ଜେନା ଅକ୍ଷୟ କୁମାରଙ୍କୁ ଭେଟିଛନ୍ତି । ଏହା ସହ ଅନେକ କୃଷକ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତିି ବିଜେଡିର ବରିଷ୍ଠ ନେତାମାନେ। ଧାନ ମଣ୍ଡିରେ ହେଉଥିବା କଟଣୀ ଛଟଣୀକୁ ବିରୋଧ କରି ଦୀର୍ଘ ୨୫ ଦିନ ହେଲାଣି ଧାରଣାରେ ବସିଛନ୍ତି ଚାଷୀ ନେତା ଅକ୍ଷୟ କୁମାର । ତାଙ୍କୁ ବିଜେଡି ଟିମ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କଟଣୀ ଛଟଣୀ ବିରୋଧରେ ସ୍ୱର ଉଠାଇବାକୁ ପ୍ରତିଶୃତି ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଚାଷୀ ଏବଂ ଚାଷ ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବା ବୋଲି ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସେପଟେ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅକ୍ଷୟ କୁମାର ।.
ଭକ୍ତଙ୍କ ସହ ଫଗୁ ଅବିର ଖେଳିବେ ମହାପ୍ରଭୁ, ଶ୍ରୀମନ୍ଦିରରେ ଆରମ୍ଭ ପ୍ରସ୍ତୁତି
ଦିନ କେଇଟା ପରେ ଦୋଳ ପୂର୍ଣ୍ଣିମା । ଭକ୍ତଙ୍କ ସହ ଫଗୁ ଅବିର ଖେଳିବେ ମହାପ୍ରଭୁ । ଏନେଇ ଶୀମନ୍ଦିରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାରମ୍ପରିକ ଭାବରେ ପାଳନ କରାଯାଇଥାଏ । ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅଭିର ଖେଳିଥାନ୍ତି । ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ସଂଦର୍ଶନ ନିମନ୍ତେ ଦୋଳବେଦୀକୁ କରାଯାଉଛି ସୁ ସଜ୍ଜିତ । ଦୋଳବେଦୀ ଚତୁର୍ପାଶ୍ୱକୁ ସଫା କରାଯାଉଥିବାବେଳେ ଦୋଳବେଦି ଉପରେ ଚାନ୍ଦୁଆ ଲଗାଇବା ପାଇଁ ଲୁହା ସେଡ ଲଗାଯାଇଛି । ୧୯ ଗୋଟି ଚାନ୍ଦୁଆ ଦୋଳବେଦୀରେ ମହାପ୍ରଭୁଙ୍କ ନିମନ୍ତେ ଲଗାଯିବାକୁ ଥିବାବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚାନ୍ଦୁଆ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି ।
ଶ୍ରୀମନ୍ଦିରରେ ସୁନା ବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ବେଦିକୁ ଆସିବା ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି । ଏହି ସମୟରେ ଭକ୍ତମାନେ ଯେଉଁଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ଖରାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଦୋଳବେଦି ଠାରେ ପାନୀୟ ଜଳ ବ୍ୟବସ୍ଥା ସହ ସେଡର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଦୋଳପୁର୍ଣିମା ପୂର୍ବରୁ ଆଗାମୀ ୧୩ ତାରିଖରେ ସ୍ୱତ୍ରନ୍ତ୍ର ମେଣ୍ଢା ପୋଡ଼ି ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିରରେ ସ୍ୱତ୍ରନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।
ରାଜଧାନୀ ଭିତରେ ପଶିଲା ହାତୀ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯାଉଛି ସଚେତନ
ନନ୍ଦିଘୋଷ ବ୍ୟୁରୋ: ବାଜୁଛି ଡାକବାଜି ଯନ୍ତ୍ର । ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଜଙ୍ଗଲ ନିକଟକୁ କେହି ଯାଆନ୍ତୁ ନାହିଁ । ଭୟଭୀତ ବି ହୁଅନ୍ତୁ ନାହିଁ । ହାତୀର ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବନ କର୍ମଚାରୀ । ଗୋଟେ ପଟେ ବିଧାନସଭା, ଅନ୍ୟ ପଟେ ହାତୀ ଆତଙ୍କ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ଖୋର୍ଦ୍ଧା ପଟୁ ହାତୀ ପଲରୁ ଅଲଗା ହୋଇ ରାଜଧାନୀ ମୁହାଁ ହୋଇଛି ଦନ୍ତା । ବନ ବିଭାଗ ପାଖରେ ଖବର ପହଞ୍ଚିବା ମାତ୍ରେ ତାକୁ ସହର ଭିତରକୁ ପଶିବାକୁ ଦିଆଯାଇନାହିଁ । ସେପଟେ ଖୋର୍ଦ୍ଧା ପଟୁ ଦନ୍ତା ହାତୀ ଦୁଇଦିନ ହେବ ଆସିବା ପରଠାରୁ ତମାମ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ । ରାଜଧାନୀର ଏମ୍ସ ହସ୍ପିଟାଲ ପାଖରେ କାଜୁ ଜଙ୍ଗଲରେ ବଡ଼ି ଭୋରରୁ ପଶି ଥିଲା ହାତୀ । ଏବେ ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଚାଲିଛି ଉଦ୍ୟମ । ସେପଟେ ବଡ ବଡ ଟାୱାର ଉପରୁ ହାତୀର ଗତି ବିଧି ଉପରେ ତୀକ୍ଷ୍ନ ନଜର ରଖିଛି ବନ ବିଭାଗ । ବାଇନାକୂଳର ସାହାଯ୍ୟରେ ଛାତ ଉପରୁ ନଜର ରଖିଛି ଟିମ୍ । ହାତୀକୁ ଚନ୍ଦକା କି ଖୋର୍ଦ୍ଧା ପଟକୁ ଫେରେଇ ନେବା ପାଇଁ ପୁରା ପ୍ରସ୍ତୁତ ବନବିଭାଗ ।
ଆନ୍ତଃରାଜ୍ୟ ଅପରାଧୀ ସାବଧାନ, ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର
ଭୁବନେଶ୍ବର: ଆନ୍ତଃରାଜ୍ୟ ଅପରାଧୀ ସାବଧାନ। ରାଜ୍ୟ ବାହାର ଜେଲରୁ ନିଆଯାଉଛି କ୍ରିମିନାଲଙ୍କ ତଥ୍ୟ । ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର।ବ୍ୟାପକ ହେଉଛି ଭଡାଟିଆ ଚିହ୍ନଟ ପ୍ରକ୍ରିୟା । ଆନ୍ତଃରାଜ୍ୟ ଅପରାଧୀଙ୍କୁ ଆଉ ତ୍ରାହି ନାହିଁ । ଆଇନକୁ ହାତକୁ ନେଲେ ଏଥର ସିଧା ଏନକାଉଣ୍ଟର । ବାହାର ରାଜ୍ୟର ପୋଲିସର ସ୍ପେଶାଲ ଟିମ ଓ କମିଶନରେଟ ପୋଲିସ ମଧ୍ୟରେ ଏ ନେଇ ଆଲୋଚନା ପରେ ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ସମ୍ପର୍କରେ ତନାଘନା କରାଯାଉଛି । ନିକଟ ଅତୀତରେ ବାହାର ରାଜ୍ୟରେ ଘଟିଥିବା ଅପରାଧରେ ଅପରାଧୀଙ୍କ ଷ୍ଟାଇଲ ଅଫ ଅପରେସନ ବିଷୟରେ ତଥ୍ୟ ଏକାଠି କରାଯାଇଛି । ବିଭିନ୍ନ ଜେଲରୁ ହାର୍ଡକୋରଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏପରିକି ଓଡ଼ିଶାର କିଛି ହାର୍ଡକୋରଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ରପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ହାତ ବଢ଼ାଇଛି କମିଶନରେଟ ପୋଲିସ । ପୋଲିସ ଆକ୍ସନକୁ ଆହୁରି ବ୍ୟାପକ କରିବା ପାଇଁ ସହର ଭିତରେ ଭଡାଟିଆ ଚିହ୍ନଟ ପ୍ରକ୍ରିୟା କୁ ମଧ୍ୟ ଜୋରଦାର କରାଯାଇଛି । ଟୁଇନ ସିଟି ପରେ, ଆଗକୁ ଏହି ଅଭିଯାନ ସାରା ଓଡ଼ିଶାରେ ବ୍ୟାପକ କରିବାକୁ ମଧ୍ୟ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।
ଏୟାରଫିଲଡ଼ ଥାନା ଲବଣଗିରିରୁ ଚେନ ଝାମ୍ପି ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଦୁଇଟି ସ୍ଥାନରୁ ସାଇବର ଠକଙ୍କ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଲୁଟିଲେ । ବିବାହ ମଣ୍ଡପରୁ ମାରାଥନ ଚୋରି କରି ଘାଇଲା କଲେ । ପୁଣି ଶେଷରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲେ ଅପରାଧୀ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ସମସ୍ତ କେସରେ ବାହାର ରାଜ୍ୟକୁ ଯାଇ ଅପରାଧୀଙ୍କୁ ଧରିଛି କମିଶନରେଟ ପୋଲିସ । ବିଗତ ଦିନରେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ହୋଇଥିବା ୨ଟି ଏନକାଉଣ୍ଟର ହାର୍ଡକୋର ଙ୍କ ଛାତିରେ ପୁରାଇ ଦେଇଛି ଛନକା । ଆନ୍ତଃରାଜ୍ୟ ପେସାଦାର ଅପରାଧୀଙ୍କୁ ଗିରଫ ପରେ ,ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତି ନେଇ ମଧ୍ୟ ତ୍ୱରିତ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଆଗକୁ ଏହି ଅଭିଯାନ ଆହୁରି ବ୍ୟାପକ ହେବ ।
ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ବିଜେଡିର ଦାବି
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ଦାବି କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି ବିଜେଡିର ସଂସଦୀୟ ଟିମ । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ, ମୁନ୍ନା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ନିର୍ବାଚନ କମିଶନଙ୍କୁ ପୂରା ନିର୍ବାଚନ ପ୍ରକ୍ରିୟାର ଅଡିଟ କରିବାକୁ ଦାବି କରିଛନ୍ତି । ଏଥିସହିତ ନିର୍ବାଚନ ପ୍ରକ୍ରିୟାର ବରିଷ୍ଠ ନାଗରିକଙ୍କ ଦ୍ବାରା ତଦାରଖ କରିବାକୁ ଦାବି କରିଛନ୍ତି । ସବୁ ବୁଥରେ ଭିଭିପାଟ ଚିରକୁଟ ଓ ଇଭିଏମ ଗଣତି ମଧ୍ୟରେ ତାଳମେଳ କରିବାକୁ ମଧ୍ୟ ଦାବି କରାଯାଇଛି । ଏଥିସହିତ ୩୦ ଦିନର ସମୟ ସୀମା ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ଫର୍ମ ୧୭-ସି ଯେକୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ ଫି ଦାଖଲ ପରେ ପ୍ରଦାନ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ସଂସଦୀୟ ଟିମ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନରେ ହୋଇଥିବା ଅନିୟମିତତା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ରିଟର୍ଣ୍ଣିଂ ଅଫିସର ଦେଉଥିବା ତଥ୍ୟ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା। ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା। ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା। ଇଭିଏମ ଓ ଭିଭିପାଟ ବ୍ୟବହାରରେ ଭୋଟିଂକୁ ନେଇ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡି ଅଭିଯୋଗ କରିଥିଲା।

