spot_img
Home Blog Page 969

ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ, ଉଠାଇ ନେଲା ପୋଲିସ

ଭୁବନେଶ୍ବର: ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀକୁ ନେଇ ରାଜଧାନୀ ଭୁବନେଶ୍ବରର ଲୋୟର ପିଏମଜିରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ । ସଙ୍ଗଠନର ଶତାଧିକ ସଦସ୍ୟ ଏକାଠି ହୋଇ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଉଠାଇ ନେଲା ପୋଲିସ । ଏପଟେ ରାଜଧାନୀର ରାଜରାସ୍ତାରେ କାନ୍ଦି କାନ୍ଦି ସରକାରଙ୍କ କୃଷକ ମାରଣ ନୀତିକୁ ସମାଲୋଚନା କରିଛନ୍ତି ଚାଷୀ ।

ସୂଚନାଯୋଗ୍ୟ, ଗତ ୨୫ ଦିନ ହେବ ନିବନିର୍ମାଣ କୃଷକ ସଂଗଠନ ମହାସଚିବ ଅକ୍ଷୟ କୁମାର ଆନ୍ଦୋଳନରେ ବସିଛନ୍ତି ।ମଣ୍ଡିରେ ଅବ୍ଯବସ୍ଥା, ଧାନ କିଣାରେ କଟନୀ ଛଟନୀ ପ୍ରତିବାଦରେ ସେ ଅନଶନ ଦେଇଛନ୍ତି । ହେଲେ ତାଙ୍କ ସହ ଆଲୋଚନା କରିବାକୁ ସରକାରୀ ଦଳର କାହାରିଙ୍କୁ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସଙ୍ଗଠନ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।

ଅନ୍ୟପକ୍ଷରେ ବିଧାନସଭା ଚାଲିଥିବାରୁ କମିଶନରେଟ ପୋଲିସ ଲୋୟର ପିଏମଜିରେ ବ୍ୟାରିକେଡ ବସାଇଛି । ଏମିତି ସ୍ଥିତିରେ ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନେ ଆଇଜି ପାର୍କ ଦେଇ ବାରିକେଡ ପାର ହେବା ପରେ ବିଧାନସଭାରେ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ହେଲେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ସେମାନଙ୍କୁ ଉଠାଇ ନେଇଥିଲା ।

ତେବେ ଆନ୍ଦୋଳନରେ ସାମିଲ ହୋଇଥିବା ବହୁତ କୃଷକ କାନ୍ଦି କାନ୍ଦି ସେମାନଙ୍କ ଦୁଃଖ ଜଣାଇଛନ୍ତି । ଧନ କିଣା ନାଁରେ କେମିତି ମଣ୍ଡିରେ କଟନୀ ଛଟନୀ କରାଯାଉଛି ତାହା ସେମାନଙ୍କ ଆଖିର ଲୁହ କହି ଦେଉଛି ।

ଝୁକେଙ୍ଗେ ନେହିଁ ଜେଲେନସ୍କି ! ପ୍ରଥମେ ପୁତିନଙ୍କ ସେନାଙ୍କୁ ହତ୍ୟା ଏବେ ମସ୍କଙ୍କୁ ଥରାଇଲେ

ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ନୁଆଁଇବେନି ଜେଲେନସ୍କି । ଶାନ୍ତି ସ୍ଥାପନା ପୂର୍ବରୁ ମୁଣ୍ଡ ନୁଆଁଇବା ମନୋଭାବରେ ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ନିଜ ଦମରେ ବିନା କାହାର ସମର୍ଥନରେ ୧୦,୦୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଥିବା ୟୁକ୍ରେନ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲୋନ ମସ୍କଙ୍କ ସହିତ ଏକ ବଡ ଖେଳ ଖେଳିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ସୋମବାର ଦିନ ମସ୍କଙ୍କ ‘X’ ରେ ହୋଇଥିବା ସାଇବର ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ମସ୍କ ଦାବି କରିଛନ୍ତି ।

ଏଲୋନ ମସ୍କ କଣ କହିଛନ୍ତି?

ଏକ ଇଣ୍ଟରଭ୍ୟୁରେ ଏଲନ ମସ୍କ କହିଛନ୍ତି ଯେ,  ସୋମବାର ଦିନ X ଉପରେ ସାଇବର ଆକ୍ରମଣ ହୋଇଥିଲା। ମୁଁ ଠିକ୍ ଭାବେ ଜାଣିନି କ’ଣ ଘଟିଥିଲା ​​, କିନ୍ତୁ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ଅଛି । ମସ୍କଙ୍କ ଅନୁଯାୟୀ, ୟୁକ୍ରେନରୁ ଆରମ୍ଭ ହୋଇଥିବା IP ଠିକଣା X ସିଷ୍ଟମକୁ ନଷ୍ଟ କରିବା ପାଇଁ ଏକ ବଡ଼ ସାଇବର ଆକ୍ରମଣ କରାଯାଇଥିଲା। ଏହି କାରଣରୁ, X କାମ କରିବା ବନ୍ଦ କରିଦେଇଥିଲ । ମସ୍କ କହିଛନ୍ତି ଯେ ଏହି ଆକ୍ରମଣ ଯୋଜନାବଦ୍ଧ ଭାବରେ କରାଯାଇଥିଲା । ତେଣୁ, ଏହା ଅନୁମାନ କରିବାକୁ ପଡିବ ଯେ ଆକ୍ରମଣ ପଛରେ ଏକ ବଡ଼ ଗୋଷ୍ଠୀ ଅଛି । ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ଏବଂ ମସ୍କଙ୍କ ମଧ୍ୟରେ ବିବାଦର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ୟୁକ୍ରେନରେ ଷ୍ଟାରଲିଙ୍କ ପ୍ରକଳ୍ପକୁ ନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ଏବଂ ମସ୍କଙ୍କ ମଧ୍ୟରେ ବିତର୍କ ହୋଇଥିଲା । ଏହି ବିତର୍କରେ, ମସ୍କ ଗୋଟିଏ ବଟନ୍ ସାହାଯ୍ୟରେ ୟୁକ୍ରେନକୁ ଧ୍ୱଂସ କରିବା ବିଷୟରେ କହିବା ସହିତ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀଙ୍କୁ ଜଣେ ଛୋଟ ବ୍ୟକ୍ତି କହି ଆକ୍ଷେପ କରିଥିଲେ ।

ଶାନ୍ତି ଚୁକ୍ତି ପାଇଁ ସାଉଦି ଆରବରେ ଜେଲେନ୍ସକି

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷ ସହିତ ଏକ ଶାନ୍ତି ଚୁକ୍ତି ଆଲୋଚନା କରିବା ପାଇଁ ସାଉଦି ଆରବରେ ଅଛନ୍ତି। ଏଠାରେ ସେ ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓଙ୍କ ସହ କଥାବାର୍ତ୍ତା କରୁଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜେଲେନସ୍କି ଯୁଦ୍ଧବିରତି ଚାହାଁନ୍ତି ଯାହା ଦ୍ଵାରା ଆଲୋଚନା ସମାପ୍ତ ନହେବା ପର୍ଯ୍ୟନ୍ତ ୟୁକ୍ରେନର ଲୋକମାନେ କୌଣସି କ୍ଷତି ସହିବେ ନାହିଁ । ୟୁକ୍ରେନ ଏକ ସ୍ଥାୟୀ ଯୁଦ୍ଧବିରତି ହାସଲ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେହି ଭୂମିକୁ ମଧ୍ୟ ଚାହାଁନ୍ତି ଯାହାକୁ ପୁଟିନଙ୍କ ସେନା ଯୁଦ୍ଧ ସମୟରେ କବଜା କରିଛି । ୨୦୨୨ ମସିହାରେ ନାଟୋ ସଦସ୍ୟତାକୁ ନେଇ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ।

ଜନଙ୍କ ଫିଲ୍ମକୁ ଏହି ସର୍ତ୍ତରେ ମିଳିଲା ସେନସର ସାର୍ଟିଫିକେଟ୍

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଫସି ରହିଥିବା ଜଣେ ଭାରତୀୟ ଝିଅକୁ ବଞ୍ଚାଇବାର କାହାଣୀ ବଖାଣୁଥିବା ଜନ୍ ଆବ୍ରାହମଙ୍କ ଫିଲ୍ମ ‘ଦି ଡିପ୍ଲୋମାଟ୍’କୁ ସେନ୍ସର ବୋର୍ଡରୁ ସବୁଜ ସଙ୍କେତ ମିଳିଛି । କିନ୍ତୁ ‘ଦି ଡିପ୍ଲୋମାଟ୍’ର ନିର୍ମାତାମାନଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ଫିଲ୍ମଟି ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଦେଖାଇବାକୁ ପଡିଥିଲା । ବୈଦେଶିକ ମନ୍ତ୍ରଣାଳୟଙ୍କୁ ଫିଲ୍ମଟି ପ୍ରଦର୍ଶନ କରିବା ପରେ, କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (CBFC) ନିର୍ମାତାମାନଙ୍କୁ ଫିଲ୍ମରେ ଏକ ଡିସକ୍ଳେମର ଯୋଡିବାକୁ କହିଛି ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ସେମାନେ ପଡ଼ୋଶୀ ଦେଶମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ସମର୍ଥନ କରନ୍ତି।

ଏକ ରିପୋର୍ଟରେ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟର ପ୍ରଦର୍ଶନର ଉଦ୍ଦେଶ୍ୟ ଥିଲା ଯେ ଫିଲ୍ମର କାହାଣୀ ଯେମିତି ପାକିସ୍ତାନ ସହିତ ଭାରତର କୂଟନୈତିକ ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଇବ ନାହିଁ। ଏହି କାରଣରୁ CBFC ଫିଲ୍ମ ସହିତ ଏକ ଡିସକ୍ଲେମର ଯୋଡିବାକୁ କହିଛି ।

ଫିଲ୍ମର କାହାଣୀ କ’ଣ?

‘ଦି ଡିପ୍ଲୋମାଟ୍’ରେ ଜନ୍ ଆବ୍ରାହମ୍ ଭାରତୀୟ ହାଇକମିଶନର କୂଟନୀତିଜ୍ଞ ଜେପି ସିଂହଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ୨୦୧୭ ମସିହାର ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମଟି ସାଦିଆ ଖାତିବ ଅଭିନୀତ ଉଜମା ଅହମ୍ମଦ ଚରିତ୍ର ଉପରେ ଆଧାରିତ । ୨୦୧୭ ମସିହା ଯେତେବେଳେ ଉଜମା ଅହମ୍ମଦ ମାଲେସିଆରେ ପାକିସ୍ତାନୀ ନାଗରିକ ତାହିର ଅଲ୍ଲୀଙ୍କୁ ଭେଟିଥିଲେ। ତା’ପରେ ଦୁହେଁ ପରସ୍ପରକୁ ପ୍ରେମ କରି ବସିଥିଲେ। ତାହିର ପରେ ଉଜମାଙ୍କୁ ପାକିସ୍ତାନ ଡାକିଥିଲେ । ସେଠାରେ ଉଜମା ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ ତାହିର ବିବାହିତ ଏବଂ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି । ପରେ ତାହିର ତାଙ୍କୁ ନିର୍ଯାତନା ଦିଅନ୍ତି ଏବଂ ଜୋରଜବରଦସ୍ତି ବିବାହ କରନ୍ତି ।

ଉଜମା ଅହମ୍ମଦ ଘରକୁ ଫେରିବାକୁ ଚାହୁଁଥିବା ବେଳେ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସି ଭାରତୀୟ ଦୂତାବାସରେ ପହଞ୍ଚିଥିଲେ । କୂଟନୀତିଜ୍ଞ ଜେପି ସିଂହଙ୍କୁ ଭେଟି ତାଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହି ସାହାଯ୍ୟ ମାଗୁଛନ୍ତି । ତା’ପରେ ଜେପି ସିଂହ ତାଙ୍କୁ ସେଠାରୁ କିପରି ବାହାର କରି ଭାରତ ପଠାଉଛନ୍ତି ତାହାକୁ ନେଇ ଫିଲ୍ମର କାହାଣୀ ଆଧାରିତ । ରିପୋର୍ଟ ଅନୁଯାୟୀ ‘‘ଏହି ଫିଲ୍ମଟି ଅନ୍ତର୍ଜାତୀୟ କୂଟନୀତି ଉପରେ କେନ୍ଦ୍ରିତ ହୋଇଥିବାରୁ, ଏକ ଦୃଶ୍ୟ ଏବଂ ଅଡିଓରେ ଡିସକ୍ଲେମର ଯୋଡାଯିବାକୁ କୁହାଯାଇଛି  । ଯାହା ନିଶ୍ଚିତ କରିବ ଯେ ଯଦିଓ ଫିଲ୍ମଟି ଏକ ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ, ଏହା ଭୂରାଜନୈତିକ ଉତ୍ତେଜନାକୁ  ନାଟକୀୟ କରିଥାଏ ଏବଂ ଭାରତ ସରକାରଙ୍କ ମତକୁ ପ୍ରତିଫଳିତ କରୁନାହିଁ।” ଏହି ଚଳଚ୍ଚିତ୍ରଟି କେବଳ ପାକିସ୍ତାନରେ ଘଟିଥିବା ଏକ ଘଟଣା ଉପରେ ଆଧାରିତ। ଏପରି ପରିସ୍ଥିତିରେ, ଏହି ଦିଗକୁ ଗୁରୁତ୍ୱ ଦେବା ଗୁରୁତ୍ୱପୂର୍ଣ୍ଣ କାରଣ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସହିତ ଜଡିତ ବିଷୟଗୁଡ଼ିକ ଅତ୍ୟନ୍ତ  ସମ୍ବେଦନଶୀଳ ।

କଟାଯାଇଛି ଏହି ଦୃଶ୍ୟ

ଏହା ବ୍ୟତୀତ ସେନ୍ସର ବୋର୍ଡ ନିର୍ମାତାଙ୍କୁ ଫିଲ୍ମର ଚରିତ୍ରଗୁଡ଼ିକର ପ୍ରକୃତ ନାମ ବ୍ୟବହାର କରିବାକୁ ଅନୁମତି ମଧ୍ୟ ଦେଇଛି । ନିର୍ମାତାମାନେ ଆବଶ୍ୟକୀୟ କାଗଜପତ୍ର ଉପସ୍ଥାପନ କରିବା ପରେ ସେନ୍ସର ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଫିଲ୍ମର ଏକ ଦୃଶ୍ୟ ଯେଉଁଥିରେ ଜଣେ ଛୋଟ ପୁଅ ଜଣେ ମହିଳାଙ୍କୁ ହତ୍ୟା କରୁଛି ତାହାକୁ କଟାଯାଇଛି ଏବଂ ଏକ ଅପମାନଜନକ ଶବ୍ଦକୁ ମଧ୍ୟ ମ୍ୟୁଟ୍ କରାଯାଇଛି ।

କେବେ ମୁକ୍ତିଲାଭ କରିବ ‘ଦି ଡିପ୍ଲୋମାଟ୍’ ?

ଏହି ଫିଲ୍ମଟି ଶିବମ୍ ନାୟାରଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହା ୧୪ ମାର୍ଚ୍ଚ ୨୦୨୫ରେ ହୋଲି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଜନ୍ ଏବଂ ସାଦିଆଙ୍କ ବ୍ୟତୀତ କୁମୁଦ ମିଶ୍ର, ଶାରିବ ହାଶମୀ, ରେବତୀ (ସୁଷମା ସ୍ୱରାଜ) ଏବଂ ଶହର ଶାହନାଜ ଭଳି କଳାକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ହଜି ଯାଇଛନ୍ତି ମୁଖ୍ୟମନ୍ତ୍ରୀ, ଲଣ୍ଠନ ଧରି ଖୋଜୁଛନ୍ତି ବିଜେଡି ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।

ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ବିଧାୟକ ବାଧା ଦେଇଥିଲେ । କଥା ସେତିକିରେ ସରି ନଥିଲା । ବିଜେପିର ବିବାଦୀୟ ବିଧାୟକ ଜୟନାରାୟଣ, ତାରାଙ୍କ କଲର ଧରି ଘୋଷାଡି ଦେବା ସହ ତାଙ୍କୁ ଠେଲାପେଲା କରିଥିଲେ । ଏହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ଶାସକ ବିଧାୟକଙ୍କ ମଧ୍ୟରେ ହାତହାତି ପର୍ଯ୍ୟନ୍ତ କଥା ଯାଇଥିଲା ।

ଗୃହ ଭିତରେ ବିଜେପି ବିଧାୟକଙ୍କ ଏମିତି ଗୁଣ୍ଡାରାଜକୁ ବିଜେଡି ବିରୋଧ କରିଛି । ଦଳର ସଦସ୍ୟମାନେ ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବିଜେଡିର ସମସ୍ତ ବିଧାୟକ ଲଣ୍ଠନ ଧରି ପ୍ରଥମେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ । ଏହାପରେ ବିଧାନସଭା ମଧ୍ୟରେ କୋଠରୀରୁ କୋଠରୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛନ୍ତି । ଏନେଇ ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ହଜି ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ଲଣ୍ଠନ ଧରି ବାହାରିଛୁ ।

ଆମେରିକା ବଜାର ପ୍ରଭାବରେ ଭାରତୀୟ ସେୟାର ମାର୍କେଟରେ ହାହାକାର, ଖୋଲିବା ମାତ୍ରେ ଧଡ଼ାମ ହେଲା ଇଣ୍ଡସଇନ୍ ବ୍ୟାଙ୍କ ସେୟାର

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଯୋଗୁ ଭାରତୀୟ ସେୟାର ମାର୍କେଟ କ୍ରାସ୍ । ସେନସେକ୍ସ ୪୦୦ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୩୦ ପଏଣ୍ଟ ହ୍ରାସ ପାଇଛି । ଆମେରିକା ସେୟାର ବଜାରରେ ହ୍ରାସର ପ୍ରଭାବରେ ଭାରତୀୟ ସେୟାର ବଜାରରେ ହାହାକାର ଦେଖିବାକୁ ମିଳିଛି । ଲଗାତାର ଆମେରିକା ସେୟାର ବଜାର ପାଇଁ ବୁଡୁଛି ଭାରତୀୟ ସେୟାର ବଜାର । ମଙ୍ଗଳବାର ଦିନ ଆମେରିକାର ସେୟାର ବଜାରରେ ହ୍ରାସର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ମଧ୍ୟ ଦେଖିବାକୁ ମିଳିଛି । କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟି କ୍ରାସ ହୋଇଯାଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ୩୦ ସେୟାର ସେନସେକ୍ସ ୪୦୦ପଏଣ୍ଟ ହ୍ରାସ ପାଇଥିଲା । ଯେତେବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ତେବେ ଏହାରି ମଧ୍ୟରେ ଇଣ୍ଡସଇନ୍ ବ୍ୟାଙ୍କର ଷ୍ଟକ ସବୁଠାରୁ ଅଧିକ ହ୍ରାସ ପାଇଛି ଏବଂ ଏହା ଖୋଲିବା ମାତ୍ରେ ୨୦ପ୍ରତିଶତ କ୍ଷତି ସହିଛି ।

ସେନସେକ୍ସରେ ୪୦୦ ପଏଣ୍ଟ ହ୍ରାସ
ମଙ୍ଗଳବାର ଦିନ ବଜାର ଖୋଲିବା ପରେ ଭାରି ମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି । ବିଏସଇ ସେନସେକ୍ସ ୭୩,୭୪୩.୮୮ରେ ଖୋଲିଥିଲା, ଯାହା ୭୪,୧୧୫.୧୭ରେ ବନ୍ଦ ହୋଇଥିଲା । ଏବଂ କିଛି ମିନିଟ ମଧ୍ୟରେ ୪୦୦ପଏଣ୍ଟରୁ ଅଧିକ ହ୍ରାସ ପାଇଁ ୭୩,୬୭୨ସ୍ତରକୁ ପହଞ୍ଚିଥିଲା । ଅନ୍ୟପକ୍ଷରେ NSEର ନିଫ୍ଟି ସୂଚକାଙ୍କ ମଧ୍ୟ ସେନସେକ୍ସ ସହିତ ସମନ୍ବୟ ରକ୍ଷା କରି ଗତି କରୁଥିବା ଦେଖାଯାଇଥିଲା । ଏହା ସୋମବାର ୨୨,୪୬୦.୩୩ରେ ବନ୍ଦ ହୋଇଥିଲା ଏବଂ ହ୍ରାସ ପାଇ ୨୨,୩୪୫.୯୫ରେ ଖୋଲିଥିଲା । ଏବଂ କିଛି ମିନିଟ ମଧ୍ୟରେ ଏହା ୧୩୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୨୨,୩୧୪ ସ୍ତରରେ କାରବାର ହେଉଥିବା ଦେଖାଯାଇଥିଲା ।

ରେଡ ଜୋନରେ ୧୭୧୫ଟି ସେୟାର
ଷ୍ଟକ ମାର୍କେଟ ଖୋଲିବା ସହିତ ୬୧୭ଟି କମ୍ପାନୀର ସେୟାର ଗ୍ରୀନ ଜୋନରେ ଉଠାଣ ସହିତ ଖୋଲିଥିଲା । କିନ୍ତୁ ୧୭୧୫ଟି କମ୍ପାନୀର ସେୟାର ହ୍ରାସ ସହିତ ରେଡ ଜୋନରେ କାରବାର ଆରମ୍ଭ କରିଥିଲା । ଏହି ସମୟରେ ୧୦୫ଟି କମ୍ପାନୀରେ ସେୟାର ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । ସବୁଠାରୁ ଅଧିକ ହ୍ରାସ ପାଇଥିବା ଷ୍ଟକ ବିଷୟରେ କହିବାକୁ ଗଲେ ଇଣ୍ଡସଇନ୍ ବ୍ୟାଙ୍କ , ଇନଫୋସିସ, ଟେକ ମହିନ୍ଦ୍ରା, ଟିସିଏସ, ଟାଟା ମୋଟର୍ସରେ ତୀବ୍ର ହ୍ରାସ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ICICIବ୍ୟାଙ୍କ, ମାରୁତି ସୁଜୁକି,ଏବଂ ONGCର ସେୟାର ଗ୍ରୀନ ଜୋନରେ କାରବାର ହେଉଥିବା ଦେଖାଯାଇଥିଲା ।

୧୦ଟି ସେୟାରରେ ଅଧିକ ହ୍ରାସ
ଯଦି ଆମେ ପ୍ରାରମ୍ଭିକ କାରବାରରେ ସବୁଠାରୁ ଅଧିକ ହ୍ରାସ ପାଇଥିବା ଷ୍ଟକ୍ ଉପରେ ନଜର ପକାଇବା, ତେବେ ଇଣ୍ଡସଇନ୍ ବ୍ୟାଙ୍କ ସେୟାର (୨୦%), ଇନଫୋସିସ୍ ସେୟାର (୩.୨୪%), ଏମ ଆଣ୍ଡ ଏମ୍ ସେୟାର (୨.୯୯%), ଜୋମାଟୋ ସେୟାର (୨.୪୯%), ଟେକ୍ ମହିନ୍ଦ୍ରା ସେୟାର (୧.୨୮%) ସମେତ ଲାର୍ଜ-କ୍ୟାପ୍ କମ୍ପାନୀଗୁଡ଼ିକର ମୂଲ୍ୟ ଅଧିକ ହ୍ରାସ ସହିତ କାରବାର ହୋଇଥିଲା । ମିଡକ୍ୟାପ୍ରେ, ବନ୍ଧନ ବ୍ୟାଙ୍କ ସେୟାର (୪.୪୩%), ଗୋଦରେଜ୍ ଇଣ୍ଡିଆ ସେୟାର (୪.୨୫%), ଆରଭିଏନଏଲ ସେୟାର (୩.୫୩%) ଏବଂ ଏୟୁ ବ୍ୟାଙ୍କ ସେୟାର (୩.୪୬%) ହ୍ରାସ ପାଇଛି ।

ଆମେରିକୀୟ ବଜାରରେ ବଡ଼ ହ୍ରାସ
ବ୍ୟବସାୟର ଶେଷ ଦିବସରେ ଆମେରିକୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଘଟିଥିଲା। ଡାଓ ଜୋନ୍ସ ଖରାପ ସ୍ଥିତିରେ ଥିବା ପରି ମନେ ହେଉଥିଲା ଏବଂ କାରବାର ସମୟରେ ଏହା ୧୧୦୦ ପଏଣ୍ଟ ହ୍ରାସ ପାଇଥିଲା, କିନ୍ତୁ ଶେଷରେ ସୂଚକାଙ୍କ ୨.୦୮% ଅର୍ଥାତ୍ ୮୯୦ ପଏଣ୍ଟ ହ୍ରାସ ସହିତ ୪୧,୯୧୧.୭୧ ରେ ବନ୍ଦ ହୋଇଥିଲା । ଡାଉ ଜୋନ୍ସ ପରି, S&P-500ରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା ଏବଂ ଏହା ୧୫୫.୬୪ ପଏଣ୍ଟ କିମ୍ବା ୨.୭୦% ହ୍ରାସ ସହିତ ବନ୍ଦ ହୋଇଥିଲା । ସେହି ସମୟରେ, Nasdaqରେ ବଡଧରଣର ବଡ଼ ହ୍ରାସ ପାଇଥିଲା ଏବଂ ଏହା ୪% ହ୍ରାସ ପାଇ ୧୭,୪୬୮.୩୨ରେ ବନ୍ଦ ହେଇଥିଲା ।

ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ, ଶାସକ-ବିରୋଧୀ ହାତାହାତି

ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରସଙ୍ଗରେ ଶାସକ-ବିରୋଧୀ ହାତାହାତି ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟର ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ମାଇକ୍ ଫୋପଡା, ମାରପିଟର ଦୃଶ୍ୟ ଦେଖିଥିବା ଓଡ଼ିଶାବାସୀ ପ୍ରଥମ ଥରପାଇଁ ନିଜ ରାଜ୍ୟର ବିଧାନସଭାରେ ଏଭଳି କାଣ୍ଡ ଦେଖିଛନ୍ତି ।

ଓଡ଼ିଶାରେ ପଶ୍ଚିମ ଓଡ଼ିଶାର ମିଶ୍ରଣ ଐତିହାସିକ ଭୁଲ ଥିଲା ବୋଲି କିଛିଦିନ ତଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏକ ସରକାରୀ ସଭାରେ ମନ୍ତବ୍ୟ ଦେଇଥିଲେ । ଏହା ସହିତ ସଭାରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଗାୟନ ସମୟରେ ସେ ନିଜ ଆସନରୁ ଉଠିନଥିଲେ । ଯାହାକୁ ନେଇ ରାଜ୍ୟ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଦିନ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଏହା ବିରୋଧରେ ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ପ୍ରତିବାଦ କରିଥିଲେ ।

ସେହିଭଳି ବିଜେଡି ବିଧାୟକ କଳା ପଟି ବାନ୍ଧି ଓ ହାତରେ ପ୍ଲାକାର୍ଡ ଧରି ଜୟନାରାୟଣ ପ୍ରସଙ୍ଗରେ ସରକାରଙ୍କଠାରୁ ଉତ୍ତର ମାଗିଥିଲେ । ହଙ୍ଗାମ ମଧ୍ୟରେ ପ୍ରଶ୍ନକାଳ ଚାଲିଥିବା ବେଳେ ଗୋଟିଏ ସମୟରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଯାହା ପରେ ହାତହାତିର ରୂପ ନେଇଥିଲା ।

ତାରାକୁ ଧକ୍କ ଦେଲେ ଜୟ !

ହଙ୍ଗାମା ମଧ୍ୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ଯାହାଙ୍କୁ ନେଇ ପୁରା ବିବାଦ ତିଆରି ହୋଇଛି । ସେ  ତାରା ବାହିନୀପତିଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ରାଜେନ ଏକା ଓଁ ଅଶୋକ ମହାନ୍ତି ହାତାହାତି ହେବାର ଦୃଷ୍ୟ ମଧ୍ୟ ଦେଖିବାକୁ ମିଳିଥିବା । ଠେଲାପେଲାରେ ସରକାରୀ ପକ୍ଷର ବାବୁ ସିଂ, ଟଙ୍କଧର ତ୍ରିପାଠୀ, ସନ୍ତୋଷ ଖଟୁଆ, ଦୁର୍ଗା ନାୟକ ମଧ୍ୟ ସାମିଲ ଥିଲେ ।

ବିଧାନସଭାରେ ‘ଜୟ’ ଝଡ଼: ଜୟନାରାୟଣଙ୍କ ମନ୍ତବ୍ୟ ବିରୋଧରେ ଗୃହରେ ହଙ୍ଗାମା

ଭୁବନେଶ୍ୱର: ଓଡ଼ିଶାରେ ମିଶିବା ଐତିହାସିକ ଭୁଲ ଓ ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଛି । ଗୃହ ମଧ୍ୟରେ ବିଜେଡି ବିଧାୟକ କଳା ପଟି ଓ ପ୍ଲାକର୍ଡ୍ ଧରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ଗୃହ ବାହାରେ ଓ ଭିତରେ ମୋର୍ଚ୍ଚା ଖୋଲିଥିଲା । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଯାଇ ପ୍ରତିବାଦ କରିଥିଲେ ।

ଓଡ଼ିଶାରେ ମିଶିବା ‘ଐତିହାସିକ’ ଭୁଲ ଥିଲା ବୋଲି କିଛି ଦିନ ତଳେ ଏକ ସରକାରୀ ସଭାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦେଇଥିବା ବିବାଦୀୟ ମନ୍ତବ୍ୟ ସରକାରୀ ଦଳର ପିଛା ଛାଡୁନାହିଁ । ମଙ୍ଗଳବାର ଦିନ ଗୃହକାର୍ଯ୍ୟ ଆରମ୍ଭରୁ ବ୍ୟାପକ ହଙ୍ଗାମା ଆରମ୍ଭ ହୋଇଥିଲା । ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ସ୍ଲୋଗାନ ମଧ୍ୟରେ ପ୍ରଶ୍ନକାଳ ଚାଲିଥିଲା ।

କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ପ୍ରତିବାଦ କରିଥିଲେ । ସେ ବାଚସ୍ପତିଙ୍କ ମାଇକ୍ ଓପାଡ଼ି ଦେଇଥିଲେ । ରିପୋର୍ଟର ଟେବୁଲ ଉପରେ ତାରା ବାହିନୀପତି, ରୋମାଞ୍ଚ ରଂଜନ ବିଶ୍ୱାଳ, ସାଗର ଦାସ, ଦେବୀ ତ୍ରିପାଠୀ, ମାଧବ ଧଡ଼ା, ଚକ୍ରମଣି କହଁର, ଅଭିମନ୍ୟୁ ସେଠି ଚଢି ପ୍ରତିବାଦ କରିଥିଲେ ।

କଂଗ୍ରେସ ବିଧାୟକ ମଧ୍ୟ ବିଧାନସଭା ପରିସରରେ ଗାନ୍ଧିମୁର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲେ । ଅନ୍ୟପକ୍ଷରେ ବିଜେଡି ବିଧାୟକ କଳାପଟି ପିନ୍ଧି ଗୃହରେ ନିଜ ପ୍ରତିବାଦ ଜଣାଇଥିଲେ । ବିଜେଡି ବିଧାୟକ ପ୍ଲାକର୍ଡ ଧରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ପ୍ରବଳ ହଙ୍ଗାମା ମଧ୍ୟରେ ବାଚସ୍ପତି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି ।

କୁସ୍ତିଯୋଦ୍ଧାଙ୍କ ପାଇଁ ଆସିଲା ଖୁସି ଖବର, WFIରୁ ହଟିଲା ପ୍ରତିବନ୍ଧକ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ରେସଲରଙ୍କ ପାଇଁ ଖୁସୀ ଖବର । ଦୀର୍ଘଦିନ ଧରି ଭାରତୀୟ କୁସ୍ତି ମହାସଂଘ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ । ଏହାର ଅର୍ଥ ହେଉଛି ଯେ ଏବେ WFI ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିବ ଏବଂ ଜାତୀୟ ଦଳ ବ୍ୟତୀତ ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ ଖେଳାଳି ଚୟନ କରିପାରିବ। କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି ଏବଂ ଏହାର NSF ମାନ୍ୟତା ବଜାୟ ରଖିଛି।

ଡିସେମ୍ବର ୨୦୨୩ରୁ ଲାଗୁ କରାଯାଇଥିଲା ପ୍ରତିବନ୍ଧକ

୨୪ ଡିସେମ୍ବର ୨୦୨୩ରେ, କ୍ରୀଡ଼ା ମନ୍ତ୍ରଣାଳୟ ୧୫ ବର୍ଷରୁ କମ୍ ଏବଂ ୨୦ ବର୍ଷରୁ କମ୍ ଜାତୀୟ ଚାମ୍ପିୟନସିପ୍ ଘୋଷଣା କରିବାରେ ଶୀଘ୍ରତା ପାଇଁ ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଥିଲା । ସଞ୍ଜୟ ସିଂହଙ୍କ ନେତୃତ୍ୱାଧୀନ ପ୍ୟାନେଲ ୨୧ ଡିସେମ୍ବର ୨୦୨୩ରେ WFI ନିର୍ବାଚନରେ ​​ବିଜୟୀ ହୋଇଥିଲେ। କିନ୍ତୁ ଜାତୀୟ ଚାମ୍ପିୟନସିପର ସ୍ଥାନ ଗୋଣ୍ଡାର ନନ୍ଦିନୀ ନଗରରେ ବ୍ରଜଭୂଷଣ ଶରଣ ସିଂହଙ୍କର ଏକ ଦୃଢ଼ ଅଧିକାର ଥିଲା  ଯାହା ସରକାରଙ୍କୁ କ୍ରୋଧିତ କରିଥିଲା ।

କ୍ରୀଡ଼ା ମନ୍ତ୍ରଣାଳୟ ଦେଇଥିଲା ଏହି ନିର୍ଦ୍ଦେଶ

କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଭାରତୀୟ କୁସ୍ତି ମହାସଂଘ ସଠିକ ଦିଗରେ କାମ କରିବା ଉଚିତ ଯାହା ଦ୍ୱାରା ଏହା ଉପରେ ଲଗାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ ବିଚାର କରାଯାଇପାରିବ।

ଶାନ୍ତି ବାର୍ତ୍ତା ପୂର୍ବରୁ ଋଷରେ ଆତଙ୍କ ଖେଳାଇଲେ ଜେଲେନସ୍କି ..

ନନ୍ଦିଘୋଷ ବ୍ୟୁରୋ: ଶାନ୍ତି ସ୍ଥାପନା ପୂର୍ବରୁ ଆକ୍ରମଣ । ଗୋଟେପଟେ ଶାନ୍ତି ଆଲୋଚନା ପାଇଁ ଜେଲେନସ୍କି କଥା ହେଉଥିବା ବେଳେ ସେପଟେ ଋଷରେ ଆତଙ୍କ ଖେଳାଇଛନ୍ତି । ସାଉଦି ଆରବରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେବାକୁ ଯାଉଛି, ଏଥିପାଇଁ ଜେଲେନସ୍କି, ଆମେରିକା ମନ୍ତ୍ରୀ ମାର୍କୋ ରୁବିଓ ଏବଂ ରୁଷ ଅଧିକାରୀମାନେ ସାଉଦି ଆରବରେ ପହଞ୍ଚିଛନ୍ତି । ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ, ଜେଲେନସ୍କିଙ୍କ ଡ୍ରୋନ୍ ସେନା ରୁଷକୁ ଥରାଇ ଦେଇଛି । ଆଜି ୟୁକ୍ରେନ ମସ୍କୋ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ମସ୍କୋ ଉପରେ ଏକକାଳୀନ ୭୦ଟି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ ।

ୟୁକ୍ରେନ ପ୍ରାୟ ଗୋଟିଏ ଘଣ୍ଟା ଧରି ରୁଷରେ ଲଗାତାର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନେକ ଆବାସିକ କୋଠାକୁ ଟାର୍ଗେଟ କରାଯାଇଛି। ରୁଷର ରାଜଧାନୀ ମସ୍କୋ ନିକଟବର୍ତ୍ତୀ ସହରଗୁଡ଼ିକରେ ମଧ୍ୟ ଅନେକ ଆକ୍ରମଣ ହୋଇଛି। ରିପୋର୍ଟ ଅନୁସାରେ, କୋଲୋମ୍ନା ଏବଂ ଡୋମୋଡେଡୋଭୋରେ ଅନେକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପରେ ଆଲୋଚନା ପୂର୍ବରୁ ଜେଲେନସ୍କିଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଯାଉଛି, ପ୍ରକୃତରେ ଜେଲେନସ୍କି ଚାହୁଁଛନ୍ତି କ’ଣ ?

ୟୁକ୍ରେନର ଆକ୍ରମଣ ଜାରି

ରୁଷର ଏୟାର ଡିଫେନ୍ସ ଏପର୍ଯ୍ୟନ୍ତ ପ୍ରାୟ ୫୮ଟି ଡ୍ରୋନକୁ ନଷ୍ଟ କରିସାରିଛି। ତେବେ ମଧ୍ୟ ୟୁକ୍ରେନରେ ଆକ୍ରମଣ ଜାରି ରହିଛି, ଏହି ଆକ୍ରମଣ ଯୋଗୁଁ ମସ୍କୋ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ଏବଂ ଅନେକ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଆକ୍ରମଣରେ ମୃତାହତଙ୍କ ବିଷୟରେ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ । କିନ୍ତୁ ଏହି ଆକ୍ରମଣ ଜେଦ୍ଦାରେ ହେଉଥିବା ଶାନ୍ତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଆଶା ବ୍ୟକ୍ତ କରାଯାଉଛି ।

ୟୁକ୍ରେନ ଯୁଦ୍ଧର ନିର୍ଣ୍ଣାୟକ ଦିନ

ରୁଷ ଏବଂ ୟଚକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି, ଏବଂ ଆମେରିକୀୟ, ୟୁକ୍ରେନୀୟ ଏବଂ ରୁଷୀୟ ଅଧିକାରୀମାନେ ଆଜି ସାଉଦି ଆରବରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଏକ ଯୁଦ୍ଧବିରତି ଚୁକ୍ତିନାମା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି। ତେବେ ଆମେରିକା ଏବଂ ରୁଷ ଅଧିକାରୀମାନେ ପୂର୍ବରୁ ଶାନ୍ତି ସମ୍ପର୍କରେ ଆଲୋଚନା କରିବା ପାଇଁ ସାକ୍ଷାତ କରିଛନ୍ତି, କିନ୍ତୁ ରାଷ୍ଟ୍ରପତି ଜେଲେନସ୍କି ନିଜେ ସାଉଦି ଆରବରେ ଉପସ୍ଥିତ ଥିବାରୁ ଏହି ଆଲୋଚନାକୁ ନିର୍ଣ୍ଣାୟକ ବୋଲି ବିବେଚନା କରାଯାଉଛି ।

ଯୁବରାଜଙ୍କୁ ପ୍ରଶଂସା

ୟୁକ୍ରେନର ରାଷ୍ଟ୍ରପତି ମଙ୍ଗଳବାର ସାଉଦି ଆରବରେ ପହଞ୍ଚିଛନ୍ତି। ତାଙ୍କୁ ମହମ୍ମଦ ବିନ୍ ସଲମାନ ସ୍ୱାଗତ କରିଥିଲେ। ଜେଦ୍ଦା ଯିବା ପୂର୍ବରୁ, ଜେଲେନସ୍କି ଶାନ୍ତି ଆଲୋଚନାରେ ସାଉଦି ଆରବ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ମଧ୍ୟସ୍ଥତାରେ ମହମ୍ମଦ ବିନ୍ ସଲମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ରାଜଧାନୀରେ ପଶିଲା ହାତୀ, ଏମ୍ସ କାଜୁ ଜଙ୍ଗଲରେ ପକାଇଛି ଡେରା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପଶିଛି ହାତୀ । ଏବେ ହାତୀଟି ଭୁବନେଶ୍ବର ଏମ୍ସ ପାଖ କାଜୁ ଜଙ୍ଗଲରେ ରହିଛି । ଗତକାଲି ରାତିରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଖରୁ ହାତୀଟି ରାଜଧାନୀ ଭିତରକୁ ପ୍ରବେଶ କରିଛି ।

ହାତୀଟି ଏମ୍ସ ପାଖ କାଜୁ ଜଙ୍ଗଲରେ ଥିବା ଫବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେମାନେ ହାତୀ ଉପରେ ନଜର ରଖିଛନ୍ତି । ଏହାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ କାଜୁ ଜଙ୍ଗଲ ଭିତରକୁ ନଯିବାକୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଛି । ଅନ୍ୟପକ୍ଷେ ହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।