spot_img
Home Blog Page 987

ରାଜସ୍ଥାନ କୋଟାରେ ପୁଣି ଜୀବନ ହାରିଲେ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ କୋଟାରେ ଜଣେ ଏମବିବିଏସ ଶେଷ ବର୍ଷ ଛାତ୍ର କରିଛନ୍ତି ଆତ୍ମହତ୍ୟା। ଗତ ୩ ବର୍ଷ ଧରି ସେ କୋଟାରେ ରହୁଥିଲେ। ଛାତ୍ରାବାସ ପ୍ରକୋଷ୍ଠରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ନିଜର ଆଶାନୁରୂପ ଭାବେ ସେ ସଫଳତା ହାସଲ କରିପାରୁ ନଥିବାରୁ ମାନସିକ ବିଷାଦରେ ରହୁଥିଲେ। ସୁଇସାଇଡ ନୋଟରେ ସେ ବାପା, ମାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବାପା ମାଙ୍କ ଆଶା ପୂରଣ କରିପାରି ନଥିବାରୁ ସେ ଦୁଃଖିତ ଥିବା ସୁଇସାଇଡ ନୋଟରେ କହିଛନ୍ତି। କୋଟା ମେଡିକାଲ କଲେଜରେ ପଢୁଥିବା ଏହି ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ଖବର ଜଣାପଡିବା ପରେ ମହାବୀର ନଗର ପୋଲିସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପିତାମାତାଙ୍କୁ ଛାତ୍ରଙ୍କ ମରଶରୀର ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷ କୋଟାରେ ୬ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗତ ଜାନୁଆରୀରେ ନିଟ ଓ ଜେଇଇ ଲାଗି ପ୍ରସ୍ତୁତ ହେଉଥିବା ୨ ଛାତ୍ର ଆତ୍ମହତ୍ୟା କରିଥିଲେ। ଗତବର୍ଷ ୨୦ ଛାତ୍ର ଓ ୨୦୨୩ରେ ୨୭ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ବିଜୁବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ BJDର ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳର ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ ଓ ନେତା।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ । ଏନେଇ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ଯାଜପୁରରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ବିଜୁ ପ୍ରେମୀମାନେ ଏକାଠି ହୋଇ ବିକ୍ଷୋଭ କରୁଛନ୍ତି । ଯାଜପୁର ମୁନ୍ସିପାଲଟି ଓ ବ୍ଲକରେ ବିଜୁବାବୁଙ୍କ ପ୍ରତି ଘୋର୍ ଅସମ୍ମାନକୁ ପ୍ରତିବାଦ କରୁଛନ୍ତି ଯାଜପୁରବାସି । ସେପଟେ ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି ।

ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ପୁସ୍ତକ ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ବର ରେଡକ୍ରସ ଭବନରେ ପଲିଟିକାଲ୍ ଥିଙ୍କର ଫୋରମ୍ ପକ୍ଷରୁ ଉନ୍ମୋଚିତ ହୋଇଛି। ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ସ୍ବାଭିମାନର ପ୍ରତୀକ ଥିଲେ ବିଜୁ ବାବୁ । ଓଡ଼ିଶା କିପରି ଶିଳ୍ପ ସମୃଦ୍ଧ ହେବ । ଓଡ଼ିଶାର ଆର୍ଥିକ ବିକାଶ ପାଇଁ ବିଜୁ ବାବୁ ଚିନ୍ତା କରୁଥିଲେ । ପାରାଦୀପ ବନ୍ଦର , ରାଉଲକେଲା ଶିଳ୍ପ କାରଖାନା, ବୁର୍ଲା ମେଡ଼ିକାଲ କଲେଜ, ଗ୍ରାମାଞ୍ଚଳରେ ବିକାଶ, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ସଶକ୍ତ କରିବା ପାଇଁ ବିଜୁ ପଟ୍ଟନାୟକ ଆପ୍ରାଣ ଉଦ୍ୟମ କରିଥିଲେ । ଦୃଢ଼ ନେତୃତ୍ୱ ସୃଷ୍ଟି ପାଇଁ ବିଜୁ ପଟ୍ଟନାୟକ ଆହ୍ବାନ ଦେଉଥିଲେ । ବିଜୁ ବାବୁଙ୍କ ବ୍ୟକ୍ତିତ୍ବ କେବଳ ଦେଶରେ ସିମିତ ନଥିଲେ ବିଜୁ ବାବୁ ଥିଲେ ଇଣ୍ଡୋନେସିଆର ଭୂମିପୁତ୍ର । ବିଜୁ ଥିଲେ ଦୁର୍ଦ୍ଦଶ ପାଇଲଟ୍ , ବିଚକ୍ଷଣ ରାଜନେତା, ଦୁରଦର୍ଶୀ । ଓଡ଼ିଶା ହେଉଛି ଖଣିଜ ସମ୍ପଦ ଭରା ରାଜ୍ୟ।  ବିଜୁ ବାବୁ ଜାଣିଥିଲେ ଖଣିଜ ସମ୍ପଦକୁ ଉପଯୋଗ କରି ଓଡ଼ିଶା ବିକାଶକୁ ଗତି ଦେବା ପାଇଁ ଲୁହାପଥର ଆବଶ୍ୟକ। ହେଲେ ଓଡ଼ିଶାରେ ଭଲ ରାସ୍ତାଟିଏ ନଥିଲା। ତେଣୁ ପାରାଦୀପ ବନ୍ଦରର ଠାରୁ ଦଇତାରୀକୁ ଯୋଡିବା ପାଇଁ ବିଜୁ ବାବୁ ପାରାଦ୍ଵୀପ ଏକ୍ସପ୍ରେସ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସେହି ପାରାଦ୍ଵୀପ ଏକ୍ସପ୍ରେସ ନିର୍ମାଣ ହୋଇଛି । ଓଡ଼ିଶାରେ ଯୁଦ୍ଧ ବିମାନ ଯନ୍ତ୍ରାଂଶ ତିଆରି କାରଖାନା ପାଇଁ ବିଜୁ ପଟ୍ଟନାୟକ ଜିଦ୍ ଧରିଥିଲେ ଆଜି କୋରାପୁଟରେ ନିର୍ମାଣ ହୋଇଛି।‌

ପାର୍ସଲ ବୋମା ବିସ୍ଫୋରଣ ଘଟଣା:ଅଭିଯୁକ୍ତ ପୁଞ୍ଜିଲାଲର ବୟାନ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା। ପାଟଣାଗଡ଼ SDJM କୋର୍ଟରେ ହାଜର ହେଲା ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ମାମଲାରେ ୬୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ପୁଞ୍ଜିଲାଲର କୋର୍ଟରେ ବୟାନ ରେକର୍ଡ ହୋଇଛି। ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବା ସମ୍ଭାବନା ରହିଛି। ପୁଞ୍ଜିଲାଲର ବୟାନ ରେକର୍ଡ ଲାଗି ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ କୋର୍ଟକୁ ନିଆଯାଇଥିଲା । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲକୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛି  । ୨ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

ନନ୍ଦିଘୋଷ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ପରୀକ୍ଷା ସାରି ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରରୁ ହସହସ ମୁହଁରେ ବାହାରିଛନ୍ତି । ସମସ୍ତ ପରୀକ୍ଷା ଭଲ ହୋଇଛି ବୋଲି କହିଛନ୍ତି । ଚଳିତ ଥର ମାଟ୍ରିକ, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ୫ ଲକ୍ଷ ୨୨ ହଜାର ୩୬୬ ପରୀକ୍ଷାର୍ଥୀ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ । କେବଳ ଏତିକି ନୁହେଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଗସ୍ତ ଭଣ୍ଡୁର ଲାଗି ବି କରିଛନ୍ତି ଉଦ୍ୟମ । ଲଣ୍ଡନଗସ୍ତରେ ଥିବା ଜୟଶଙ୍କର ଉଚ୍ଚସ୍ତରୀୟ ଆଲୋଚନା ସାରି ଚେଟମ ହାଉସରୁ ବାହାରିବା ମାତ୍ରେ ଖଲିସ୍ତାନୀ ସମର୍ଥକ ନାରାବାଜି କରିବା ସହ ତାଙ୍କୁ ବିରୋଧ କରିଥିଲେ । ଭାରତୀୟ ପତାକାକୁ ସେମାନେ ଅସମ୍ମାନ ପ୍ରଦର୍ଶନ କରିବା ସହ ଚିରିଦେଇଥିଲେ । ଏହା ସହ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର୍ ଆଡକୁ ମାଡିଆସିଥିଲା । ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ତାକୁ ଅଟକ ରଖିଛି । ଚେଟମ ହାଉସରେ ଆଲୋଚନା ଚାଲିଥିବାବେଳେ ବି ଆନ୍ଦୋଳନରତ ଖଲିସ୍ତାନୀ ସମର୍ଥକମାନେ ବି ଖଲିସ୍ତାନ ସପକ୍ଷବାଦୀ ନାରାବାଜି କରିବା ଦେଖାଯାଇଥିଲା । ମାର୍ଚ୍ଚ ୪ରୁ ମାର୍ଚ୍ଚ ୯ ଯାଏ ବ୍ରିଟେନ ଗସ୍ତରେ ଅଛନ୍ତି ଜୟଶଙ୍କର । ଜୟଶଙ୍କର ଓ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡାଭିଡ ଲାମିଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ସହଯୋଗ, କୌଶଳଗତ ସମନ୍ବୟ, ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହ ବାଣିଜ୍ୟ, ଶିକ୍ଷା, ପ୍ରଯୁକ୍ତି ଓ ବୈଷୟିକ ସହଯୋଗ ସମ୍ପର୍କରେ ବି ଦୁଇ ନେତା ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ଯରେ ପାକିସ୍ତାନ ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।

କେଉଁ ରାଜନେତାଙ୍କ ନିର୍ଦ୍ଦେଶରେ ଦୁବାଇରୁ ଆଣୁଥିଲେ ସୁନା ? ସାମ୍ନାକୁ ଆସିଲା ସତ..

ନନ୍ଦିଘୋଷ ବ୍ୟୁରୋ: ଏୟାରପୋର୍ଟରୁ ସୁନା ଧରାପଡ଼ିବା ଘଟଣାରେ ଛନ୍ଦି ହୋଇଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚ । ତେବେ ସେ କାହିଁକି ଏମିତି କରୁଥିଲେ ? ତାଙ୍କୁ ସୁନା ଆଣିବା ପାଇଁ କିଏ କହୁଥିଲା ? ଏମିତି ଅନେକ ପ୍ରଶ୍ନ ଉଠୁଥିବାବେଳେ ତାଙ୍କ ପିତା ଡିଜିପି ରାମଚନ୍ଦ୍ର କହିଛନ୍ତି କି, ମୋ କ୍ୟାରିୟରରେ କୌଣସି ଦାଗ ଲାଗିନାହିଁ । ମାତ୍ର ମୁଁ ଯେତେବେଳେ ଏହି ଖବର ଶୁଣିଥିଲି ମୋତେ ବହୁତ ଖରାପ ଲାଗିଥିଲା । ତେବେ ସେ ପାରିବାରିକ ବିବାଦ ପାଇଁ ନିଜ ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି । ଏପରିକି କାମ କରୁଥିବା କଥା ମୋତେ ପୂର୍ବରୁ ଜଣାନଥିଲା । ସେପଟେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି, ଜଣେ ରିଷ୍ଠ ରାଜନେତାଙ୍କ ନିର୍ଦ୍ଦେଶରେ ସେ ଏମିତି କରୁଥିଲେ । ଯେଉଁଥି ପାଇଁ ଏକ ବଡ଼ ସୁନା ଦୋକାନରୁ ବିଭିନ୍ନ ଡିଜାଇନର ଗହଣା ମଧ୍ୟ ମିଳିଛି ।

ଶେଷ ଖବର ସୁଦ୍ଧା ୧୭ କୋଟିରୁ ଅଧିକ ଟଙ୍କା ଏବଂ ଗହଣା ଜବତ ହୋଇ ସାରିଛି । ସେ ନିଜ ଶରୀରରେ ୧୪ କେଜିରୁ ଅଧିକ ସୁନା ଗହଣା ଆଣୁଥିବାବେଳେ ଧରା ପଡ଼ିଥିଲେ । ଏହାପରେ ତଦନ୍ତ ଜୋରଦାର ହୋଇଥିଲା । ପ୍ରାୟତଃ ସେ ଗୋଟିଏ ଡ୍ରେସ ପିନ୍ଦି ଯାଉଥିଲେ  । ଜ୍ୟାକେଟ ଏବଂ ବେଲ୍ଟରେ ସୁନା ନେଇ ଆସୁଥିବା ଜଣାପଡ଼ିଛି । ବାରମ୍ବାର ଦୁବାଇ ଯାଉଥିବାବେଳେ ପୋଲିସ ତାଙ୍କ ଉପରେ ନଜର ରଖିଥିଲା । ଆଉ ଶେଷରେ ବହୁ ସତ ଏବେ ସାମ୍ନାକୁ ଆସିଛି । ତେବେ କଷ୍ଟମ ଆକ୍ଟ ୧୯୬୨ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହେବ । ଯାହାଦ୍ବାରା ସ୍ବାମୀ, ପରିବାର ଲୋକଙ୍କ ସହ ତାଙ୍କ ସହ ଜଡିତ ସମସ୍ତ ଲୋକଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି କୁହାଯାଉଛି ।

ଆମ୍ବ ଟାକୁଆ ଟ୍ରାଜେଡି : ପୁଣି ୫ ମହିଳା ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ନିକଟସ୍ଥ ମାଣ୍ଡିପଙ୍କା ଗ୍ରାମରେ ପୁଣି ଅସୁସ୍ଥ ମହିଳା। ଆମ୍ବ ଟାକୁଆ ଟ୍ରାଜେଡି ଘଟଣାରେ ୩ ଜଣ ମହିଳା ମୃତ୍ୟୁ ହୋଇଥିବା ବେଳେ ୫ ଜଣ ମହିଳା ଗୁରୁତର ହୋଇଥିଲେ। ସେହି ୫ଜଣ ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ମେଡିକାଲ ଏବଂ କଟକ ମେଡିକାଲରେ ଚିକିତ୍ସା କରି ଘରକୁ ଫେରାଇ ଆଣିଥିଲେ। ପୁଣି ୪ ମାସ ପରେ ଆଜି ୫ ଜଣ ମହିଳା ଗୁରୁତର ହୋଇ ପଡିଛନ୍ତି। ଚିକିତ୍ସା ପାଇଁ ଗତକାଲି ବ୍ଲକ ପ୍ରଶାସନକୁ ଗୁହାରି ଜଣାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି।

କୋଲକାତା ଟ୍ରିପଲ ମର୍ଡରର ଲୋମହର୍ଷକ ଖୁଲାସା: ହତ୍ୟା ନୁହେଁ ଆତ୍ମହତ୍ୟା ପାଇଁ ହୋଇଥିଲା ବୁଝାମଣା

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଟ୍ରିପଲ ମର୍ଡରର ଲୋମହର୍ଷକ ଖୁଲାସା । ସମୂହ ଆତ୍ମହତ୍ୟା ଲାଗି ହୋଇଥିଲା ବୁଝାମଣା । ୧୬ କୋଟି ଟଙ୍କାର ଋଣ ଭାର ଯୋଗୁ ଗୋଟିଏ ପରିବାରର ଭୟଙ୍କର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଫେବୃଆରୀ ୧୯ରେ କୋଲକାତାର ଟାଙ୍ଗରା ଇଲାକାରେ ଏକ ଘରୁ ତିନି ଜଣଙ୍କ ମୃତଦେହ ଠାବ ହେବାକୁ ନେଇ ବଢିଥିଲା ସସପେନ୍ସ । ପରେ ପରେ ଦୁଇ ଭାଇ ଓ ସେମାନଙ୍କ ମଧ୍ୟରୁ ଜଣଙ୍କର ସନ୍ତାନ କାରରେ ଯାଉଥିବାବେଳେ  ଏକ ପିଲାରରେ କାରକୁ ଧକ୍କା କରାଇବା ଘଟଣା ଅଧିକ ସନ୍ଦେହ ସୃଷ୍ଟି କରିଥିଲା । ତେବେ ଜେରା ସମୟରେ ସେମାନେ ଆତ୍ମହତ୍ୟା କରିବା ଲାଗି ଦୁର୍ଘଟଣା ଘଟାଇଥିଲେ ବୋଲି କହିବା ପରେ ସମସ୍ତ ଘଟଣା ରହସ୍ୟମୟ ହୋଇଉଠିଥିଲା । ଜେରାବେଳେ ଜଣେ ଭାଇ ପ୍ରସୂନ ଦେ ସ୍ବୀକାର କରିଥିଲେ ଯେ ସେ ହିଁ ପତ୍ନୀ ରୋମି ଦେ, ଝିଅ ଓ ଭାଇବୋହୂ ସୁଦେଷ୍ଣାଙ୍କୁ ହତ୍ୟା କରିଥିଲେ ।

ତେବେ ଏହି ହତ୍ୟା ପଛରେ ୧୬ କୋଟି ଟଙ୍କାର ଋଣ ଭାର ପ୍ରକୃତ କାରଣ ଥିଲା । ଦୁଇଭାଇ ପ୍ରସୂନ ଓ ପ୍ରଣୟ ବିବାହିତ । ପ୍ରଣୟଙ୍କ ଗୋଟିଏ ପୁଅ ଓ ପ୍ରସୂନଙ୍କ ଗୋଟିଏ ଝିଅ ଥିଲେ । ତେବେ ବିପୁଳ ଋଣଭାରକୁ ନେଇ ପରିବାରରେ କରାଯାଇଥିଲା ଏକ ସୁଇସାଇଡ ବୁଝାମଣା । ପ୍ରସୂନର ବୟାନ ମୁତାବକ ଆତ୍ମହତ୍ୟା ଲାଗି ତାଙ୍କ ପତ୍ନୀ ରୋମି, ଭାଇବୋହୂ ଓ ଭାଇ ପ୍ରଣୟଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଥିଲା । ଗତ ମାସ ୧୭ ତାରିଖରେ ପାଏସରେ ଅଧିକ ନିଦବଟିକା ମିଶାଇ ଖାଇଥିଲେ । ମାତ୍ର ପରଦିନ ସମସ୍ତେ ବଞ୍ଚିଥିବା ଦେଖାଯାଇଥିଲା । ଫଳରେ ସେମାନେ ପ୍ଲାନ-ବି ଆପଣାଇଥିଲେ । ପିଲାମାନେ କିନ୍ତୁ ଏହା ଜାଣିପାରି ନଥିଲେ । ପରଦିନ ନିଜ ଝିଅକୁ ତକିଆରେ ଚାପି ହତ୍ୟା କରିଥିଲା ପ୍ରସୂନ ।

ଏଥିରେ ସହାୟତା କରିଥିଲେ ପତ୍ନୀ । ପରେ ପତ୍ନୀ ରୋମି  ନିଜ ହାତର ଧମନୀ କାଟି ଦେଇଥିଲେ । ମାତ୍ର ମୃତ୍ୟୁ ନହେବାରୁ ପ୍ରସୂନ ରୋମିଙ୍କ ଗଳା କାଟିଦେଇଥିଲେ । ପରେ ଭାଇବୋହୂଙ୍କୁ ବି ସେ ହତ୍ୟା କରିଥିଲେ । ଗଣହତ୍ୟା ପରେ ପ୍ରସୂନ ତାଙ୍କ ଭାଇ ଓ ପୁତୁରାଙ୍କୁ ନେଇ କାରରେ ବାହାରିଯାଇଥିଲେ । ପରେ ସେ ଜାଣିଶୁଣି ଏକ ପିଲାରରେ କାରକୁ ପିଟିଦେଇଥିଲେ । ଉଦ୍ଦେଶ୍ୟ ଥିଲା ଆତ୍ମହତ୍ୟା । ମାତ୍ର ସେମାନେ ରକ୍ଷା ପାଇଯାଇଥିଲେ । ସେମାନଙ୍କୁ ନୀଳ ରତନ ସର୍କାର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି । ଏସବୁ ପଛରେ ଥିବା ୧୬ କୋଟି ଟଙ୍କାର ଋଣ ବୋଝ । ସେମାନେ ମାସକୁ ପ୍ରାୟ ୪୭ ଲକ୍ଷ ଟଙ୍କା ଇଏମଆଇ ଦେଉଥିଲେ । ତିନିଟି କାରରୁ ୨ଟି କାର ଉପରେ ବି ଋଣ ଥିଲା ।

ପାକିସ୍ତାନ ଗଣମାଧ୍ୟମର ପ୍ରଶ୍ନ, କଡ଼ା ଜବାବ ଦେଲେ ରାଜୀବ ଶୁକ୍ଲା

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜନ କରିଥିବାବେଳ ପ୍ରଥମେ ଦଳ ଫାଇନାଲରୁ ବାହାର ହୋଇଥିଲା ଆଉ ଏବେ ଫାଇନାଲ ପାକିସ୍ତାନରୁ ବାହାର ହୋଇଛି । କାରଣ ଭାରତ ଫାଇନାଲରେ ପହଞ୍ଚିଥିବାବେଳେ ଫାଇନାଲ ଦୁବାଇରେ ହିଁ ହେବ । ତେବେ ଦ୍ବିତୀୟ ସେମିଫାଇନାଲ ନ୍ୟୁଜିଲଶଣ୍ଡ ବିଜୟୀ ହୋଇଛି । ତେବେ ଏହି ମ୍ୟାଚ ସମୟରେ ପାକିସ୍ତାନରେ ଉପସ୍ଥିତ ରହିଥିଲେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା । ତେବେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରଶ୍ନମାନ ପଚରା ଯାଇଥିଲା ।

ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ରାଜୀବ ଶୁକ୍ଲାଙ୍କୁ ଏକ କଡ଼ା ପ୍ରଶ୍ନ ପଚରା ଯାଇଥିଲା । କୁହାଯାଇଥିଲା କି, ଭାରତ କେବଳ ଗୋଟିଏ ସ୍ଥାନରେ ମ୍ୟାଚ ଖେଳୁଛି । ମାତ୍ର ଅନ୍ୟ ଦଳମାନେ ଟ୍ରାଭେଲ କରିବାକୁ ପଡ଼ୁଛି । ଏହା କଣ ଅନ୍ୟାୟ ନୁହେଁ କି ? ଯାହାର ଉତ୍ତରରେ କଡ଼ା ଜବାବା ଦେଇଥିଲେ ରାଜୀବ ଶୁକ୍ଲା । ସେ କହିଥିଲେ କି, ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆଇସିସି କହିଥିଲା କି, ଭାରତ ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ବାକି ମ୍ୟାଚ ପାକିସ୍ତାନରେ ହେବ । ଏବେ ଏଥିରେ ନ୍ୟାୟ ଅନ୍ୟାୟ କଥା ଉଠୁଛି କେଉଁଠି । ଭାରତ ଅଲଗା ଅଲଗା ପିଚରେ ଖେଳୁଛି । ଭାରତ ନିଜ ଦମରେ ଖେଳୁଛି । ସେ ଯେମିତି ପରିସ୍ଥିତି ହେଲେ ମଧ୍ୟ ଦଳ ସବୁବଳେ ଭଲ ପ୍ରଦର୍ଶନ କରୁଛି ।

ସେପଟେ ଗୌତମ ଗମ୍ଭୀର ମଧ୍ୟ ଦୁବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମାନ ପ୍ରଶ୍ନର ସାମ୍ନା କରିଥିଲେ । ଗମ୍ଭୀର କହିଥିଲେ ଯେ ଯେଉଁମାନେ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଥିବା ନେଇ ଅଭିଯୋଗ କରୁଛନ୍ତି, ଯାହା ଏହାକୁ ଏକ ସୁବିଧା ଦେଉଛି, ସେମାନଙ୍କୁ ଟିକେ ବଡ଼ ହେବା ଆବଶ୍ୟକ। ସେ କହିଥିଲେ ଯେ ଆମେ ଦୁବାଇରେ ଖେଳୁଛୁ କିନ୍ତୁ ଏହି ପଡ଼ିଆ ଆମ ପାଇଁ ଅନ୍ୟ ଦଳଗୁଡ଼ିକ ପରି ନିରପେକ୍ଷ। ଆମେ ଏଠାରେ ଅଭ୍ୟାସ ମଧ୍ୟ କରୁନାହୁଁ। ଏଥିପାଇଁ ଆମେ ICC କ୍ରିକେଟ୍ ଏକାଡେମୀକୁ ମଧ୍ୟ ଯାଉ, ଯେଉଁଠାର ପରିସ୍ଥିତି ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମଠାରୁ ସମ୍ପୂର୍ଣ୍ଣ ଭିନ୍ନ।