spot_img
Home Blog Page 988

ଗୋଟିଏ ଡ୍ରେସକୁ ୧୫ଥର ପିନ୍ଧି ଯାଇଥିଲେ ଦୁବାଇ.. ଜାଣନ୍ତୁ କେମିତି ଫସିଲେ ଅଭିନେତ୍ରୀ ?

ନନ୍ଦିଘୋଷ ବ୍ୟୁରୋ: କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କ ନିକଟରୁ ୧୪ କେଜିରୁ ଅଧିକ ସୁନା ଧରା ପଡ଼ିବା ପରେ ଏବେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଏ ତାଙ୍କୁ ସୁରକ୍ଷା ଦେଉଥିଲା ଏବଂ କାହିଁକି ଏମିତି କରୁଥିଲେ ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି । ସେପଟେ ତାଙ୍କ ବାପା ଜଣେ ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବାବେଳେ ଏହାକୁ ନେଇ ମଧ୍ୟ ଅଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ବାପା ରାମଚନ୍ଦ୍ର ରାଓ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି। ତେବେ ଅଭିନେତ୍ରୀ ଝିଅ ୧୫ ଦିନରେ ୪ଥର ଦୁବାଇ ଯାତ୍ରା କରିଥିଲେ । ଯାହାକୁ ନେଇ ସନ୍ଦେହ ବଢ଼ିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରତିଥର ସେ ଗୋଟିଏ ଡ୍ରେସ ପିନ୍ଧି ଯାତ୍ରା କରୁଥିଲେ । ଯେଉଁଥିରୁ ସନ୍ଦେହ ବଢ଼ିଥିଲା । ଏହାପରେ ଘରେ ଆସି ଯାଞ୍ଚ କରାଯିବା ପରେ ୧୭ କେଜିରୁ ଅଧିକ ସୁନା ସହ ଅନ୍ୟ ମୂଲ୍ୟବାନ ଗହଣା ମିଳିଥିଲା । କୋଟି କୋଟି ଟଙ୍କାର ଗହଣା ଚାଲାଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିବାବେଳେ ପୋଲିସ ଆହୁରି ଅଧିକ ତଦନ୍ତ କରୁଛି । ସେପଟେ ତଦନ୍ତରୁ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । କେଜିଏ ସୁନା ପିଛା ସେ ଲକ୍ଷେ ଟଙ୍କା ପାଉଥିଲେ । ଏମିତିକି ଗୋଟିଏ ଥର ଦୁବାଇ ଯାଇ ଆସିଲେ ସେ ୧୩ରୁ ୧୪ ଲକ୍ଷ ଟଙ୍କା ପାଉଥିଲେ । ଏମିତି ଗତବର୍ଷ ବହୁବାର ଯାଇଥିବା ଜଣାପଡ଼ିଛି । ପ୍ରତିଥର କିନ୍ତୁ ଗୋଟିଏ ଜ୍ୟାକେଟ ଏବଂ ବେଲ୍ଟ ପିନ୍ଧି ଯାଉଥିଲେ । ଯାହା ସାହାର୍ଯ୍ୟରେ ସୁନା ଚାଲାଣ କରୁଥିଲେ ।

 

 

ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର, ଏକକାଳୀନ ୯ଟି ସ୍ଥାନରେ ରେଡ୍

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ଏକକାଳୀନ ୯ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।  ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକରେ ରେଡ୍ ଚାଲିଛି। STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ।

୨ ଅତିରିକ୍ତ ଏସପି, ୧୩ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଏଏସଆଇ ରେଡରେ ସାମିଲ ହୋଇଛନ୍ତି। ଅନ୍ୟ ସହକାରୀ ଷ୍ଟାଫ୍ ମଧ୍ୟ ରେଡରେ ସାମିଲ ହୋଇଛନ୍ତି। ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ବାସଭବନରେ ରେଡ୍ ଚାଲିଛି। ରେଡରୁ ଅନେକ ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ଵର ରଘୁନାଥପୁର ଏକ ଫ୍ଲାଟ୍,  ନୟାଗଡ଼ ରଣପୁର କୁଳପଲ୍ଲାରେ ପାର୍ମ ହାଉସ, ଭୁବନେଶ୍ଵର ଗୋବିନ୍ଦପ୍ରସାଦରେ ୫ ମହଲା କୋଠା, ଖୋର୍ଦ୍ଧା ଟାଙ୍ଗୀ ପୈତୃକ ବାସଭବନରେ ରେଡ କରୁଛି ଭିଜିଲାନ୍ସ। ପୁରୀରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।  ସମ୍ପର୍କୀୟଙ୍କ ନାଁରେ ଭୁବନେଶ୍ଵର ମଳିପଡ଼ାରେ ଏକ ପେଟ୍ରୋଲ ପମ୍ପ ରହିଛି। ପୁରୀ ବାଲୁଖଣ୍ଡରେ ନିର୍ମାଣାଧୀନ କୋଠା ଥିବା ଜଣାପଡିଛି। କଟକ ସ୍ଥିତ STA  ଅଫିସରେ ମଧ୍ୟ ଚାଲିଛି ରେଡ୍।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ, ଉଠାଇ ନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ। ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ ଧସେଇ ପଶିବାକୁ କଲେ ଉଦ୍ୟମ। ଲୋୟର ପିଏମଜି ସରକାରୀ ବାସଭବନକୁ ଧସେଇ ପଶିବା ପାଇଁ ଉଦ୍ୟମ। ପୋଲିସ ସହ ଧସ୍ତାଧସ୍ତି। ୨୦ ରୁ ଉର୍ଦ୍ଧ୍ବ ନବନିର୍ମାଣ କୃଷକ ସଙ୍ଗଠନର କର୍ମୀଙ୍କ ପ୍ରତିବାଦ। ରାଜ୍ୟରେ ଚାଲିଥିବା କଟନି ଛଟନି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ସଦସ୍ୟ। ଯୁବନେତା ମନଓ୍ବର ଅଲ୍ଲୀ, ଶେଷଦେବ ନନ୍ଦଙ୍କ ସମେତ ସମସ୍ତ ବିକ୍ଷୋଭକାରୀଙ୍କୁ ଉଠାଇ ନେଲା ପୋଲିସ। ମିଲରଙ୍କ ମନମାନି, ଧାନର FAQ ମାନ ସଠିକ ଥିଲେ ମଧ୍ୟ କୁଇଣ୍ଟାଲ ପ୍ରତି ୫ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନି ଛଟନି କରାଯାଉଥିବା ଅଭିଯୋଗ। ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ର ଆବାହକ ଅକ୍ଷୟ କୁମାର ଦୀର୍ଘ ୨୦ ଦିନ ହେବ ଅନଶନରେ ବସିଛନ୍ତି। ପୂର୍ବରୁ ଏହି ସମସ୍ୟା ର ସମାଧାନ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ସଂଗଠନ କୁ ଡାକି ଆଲୋଚନା କରିଥିଲେ। କଟନି ଛଟନି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶୃତି ପାଳନ କଲେନାହିଁ ସରକାର।

ଟଙ୍କା ପାଇଁ ମାନବିକତା ଭୁଲିଗଲା କି ହସ୍ପିଟାଲ ? ICUରୁ ଦୌଡ଼ି ଆସି ରୋଗୀ ଯାହା କହିଲେ, ମୋ ହାତ-ଗୋଡ଼ ବାନ୍ଧି…

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ କି, ଡାକ୍ତର ହେଉଛନ୍ତି କଳିଯୁଗର ଚଳନ୍ତି ଠାକୁର । କିନ୍ତୁ ମେଡିକାଲରେ ରୋଗୀଙ୍କୁ ଜବରଦସ୍ତ ବାନ୍ଧି ସ୍ତ୍ରୀଙ୍କୁ କହିଥିଲେ କି ତୁମ ସ୍ବାମୀ କୋମାକୁ ଚାଲି ଯାଇଛନ୍ତି । ଶ୍ରୀଘ୍ର ଟଙ୍କା ଆଣନ୍ତୁ । ସେ କଥାବାର୍ତ୍ତା କିମ୍ବା ଚେତା ମଧ୍ୟ ଫେରି ପାରୁନାହାନ୍ତି । ଯେଉଁ କାରଣରୁ ସ୍ତ୍ରୀ ଟଙ୍କା ଯୋଗାଡ଼ କରିବା ପାଇଁ ଚାଲିଯାଇଥିଲେ । ମାତ୍ର ସ୍ବାମୀଙ୍କୁ ମେଡିକାଲରେ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ସେ ଏକ ଟାଓ୍ବାଲ ପିନ୍ଧି ବାହାରକୁ ପଳେଇ ଆସିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମଧ୍ୟପ୍ରଦେଶର ରତଲାମ ଅଞ୍ଚଳରୁ ଆସିଛି ଏଭଳି ଖବର । ଜିଡି ହସ୍ପିଟାଲ ରତଲାମ ନାମକ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ବଣ୍ଟି ନିନାମା ନାମକ ଜଣେ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ପତ୍ନୀ ଲକ୍ଷ୍ମୀ ଟଙ୍କା ଯୋଗାଡ଼ ପାଇଁ ପରିବାର ଲୋକଙ୍କ ପାଖକୁ ଯାଇଥିଲେ । କିନ୍ତୁ ସ୍ବାମୀ ଯେତେବେଳେ ସ୍ତ୍ରୀଙ୍କୁ ଦେଖିବାକୁ କହିଥିଲେ ମେଡିକାଲ କର୍ମଚାରୀ ତାଙ୍କୁ ବାନ୍ଧି ରଖିଥିଲେ । ପରେ ସ୍ତ୍ରୀ ଆସିବା ପରେ ଉଭୟ ମେଡିକାଲରୁ ସେମିତି ପରିସ୍ଥିତିରେ ଆସିଥିବାବେଳେ ମାର୍ଚ୍ଚ ୩ ତାରିଖରେ ଏମିତି ଘଟଣା ନଜରକୁ ଆସିଥିଲା ।

ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ମେଡିକାଲରେ କୁହାଯାଇଥିଲା ଯେ ତୁମ ସ୍ବାମୀ କୋମାକୁ ଚାଲିଯାଇଛନ୍ତି । ତାଙ୍କର ହୋସ ନଥିବାବେଳେ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଯାଇଛି । ଅପରେସନ ପାଇଁ ଲକ୍ଷେ ଟଙ୍କା ଆବଶ୍ୟକ । ଆଉ ଲକ୍ଷ୍ମୀ ଟଙ୍କା ପାଇଁ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ । ମାତ୍ର ଆସି ଦେଖିବାବେଳେ ତାଙ୍କ ହାତ ଗୋଡ଼ ବାନ୍ଧି ଦିଆଯାଇଥିଲେ । ମୋତେ ପ୍ରଥମେ ଲାଗୁଥିଲା କି, ସେ କାଳେ ହଲଚଲ ହେଉଛନ୍ତି ଯେଉଁ କାରଣରୁ ସେମାନେ ଏମିତି କରିଛନ୍ତି । କିନ୍ତୁ ପରେ ଜାଣିବାକୁ ପାଇଥିଲି କି, ସ୍ବାମୀ କହିଥିଲେ କି, ମୋ ହୋସ ଆସିଥିଲା ମୁଁ ଭେଟିବା ପାଇଁ କହିବା ପରେ ମୋତେ ଏମିତି ନିର୍ଯାତନା ଦେଇଥିଲେ ।

ସେପଟେ ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ୩ ଜଣିଆ କମିଟି ଗଠନ କରାଯାଇଥିବାବେଳେ ତଦନ୍ତ ଜୋରଦାର ହୋଇଛି । ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହସ୍ପିଟାଲର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି ହସ୍ପିଟାଲ କର୍ମଚାରୀ ଏବଂ ପରିଚାଳନା ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ଯଦି ଏଥିରେ ହସ୍ପିଟାଲ ପରିଚାଳନା ଦୋଷୀ ସାବ୍ୟସ୍ତ ହୁଏ, ତେବେ ନର୍ସିଂ ହୋମ୍ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ମଧ୍ୟ ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଲେ, ଅଭିଯୋଗରେ କେତେ ସତ୍ୟତା ଅଛି ଏବଂ ହସ୍ପିଟାଲର ଦୋଷ ଅଛି ତାହା ତଦନ୍ତ କରାଯାଉଛି ଆଇନରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଅଛି କିନ୍ତୁ ସର୍ତ୍ତ ହେଉଛି ଯେ ଦୋଷୀ କିଏ ତାହା ନିର୍ଣ୍ଣୟ ହେବା ପରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଅପେକ୍ଷା କରିବା ଉଚିତ 

ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ଡେଡଲାଇନ

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ଡେଡଲାଇନ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ଅସ୍ତ୍ରଶସ୍ତ୍ର ଜମା ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଅଜୟ ଭାଲ୍ଲା। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ବେଆଇନ ଅସ୍ତ୍ରଶସ୍ତ୍ର ଜମା ଦେବା ଉପରେ ଗୁରୁତ୍ବ ଦେଇଥିଲେ ରାଜ୍ୟପାଳ। ଏହା ଯୋଗୁ ଉଭୟ ଉପତ୍ୟକା ଓ ପାର୍ବତ୍ଯାଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଗତ ୨୦୨୩ ମେ ମାସରୁ ଉତ୍ତେଜନା ପରଠାରୁ ୬ ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ୮ ତାରିଖ ସୁଦ୍ଧା ରାଜ୍ୟରେ ଅବାଧ  ଚଳାଚଳ  ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ବସିଥିଲା କେନ୍ଦ୍ର ଗୃହମନ୍ତ୍ରାଳୟର ବୈଠକ। ରାଜ୍ୟର ସମସ୍ତ ରାସ୍ତାରେ ଯେପରି ଲୋକେ ମୁକ୍ତ ଭାବେ ଚଳାଚଳ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ। ଯେଉଁମାନେ ରାସ୍ତା ଅବରୋଧ କରିବେ କିମ୍ବା ସାଧାରଣ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଆଯାଇଥିଲା ନିର୍ଦ୍ଦେଶ।  ଏହା ସହ ମଣିପୁରର ଅନ୍ତର୍ଜାତୀୟ ସୀମାରେ ଥିବା ପ୍ରବେଶ ସ୍ଥଳଗୁଡିକରେ ତାରବାଡ ଯଥାଶୀଘ୍ର ସାରିବା ଲାଗି ପଦକ୍ଷେପ ନିଆଯାଇଛି।

ମାର୍ଚ୍ଚ ମାସରେ ରିଲିଜ ହେବ ୧୫ ଫିଲ୍ମ, ଏହିସବୁ ବଡ଼ ଷ୍ଟାରମାନେ ଆସିବେ ନଜର..

ନନ୍ଦିଘୋଷ ବ୍ୟୁରୋ: ନିଜର ପ୍ରିୟ କଳାକାରଙ୍କ ଫିଲ୍ମ ଦେଖିବାକୁ ପାଇଁ ସବୁବେଳେ ଫ୍ୟାନ୍ସମାନେ ଚାହିଁ ରହିଥାନ୍ତି । ତେବେ ମାର୍ଚ୍ଚ ମାସ ଆରମ୍ଭ ହୋଇ ଯାଇଥିବାବେଳେ ଚଳିତ ମାସରେ କେବଳ ୧୫ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯେଥିରେ ବଲିଉଡର ବଡ଼ ବଡ଼ କଳାକାରଙ୍କ ଫିଲ୍ମ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଚଳିତ ମାସରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଯୋଜନା କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ଏହିସବୁ ଫିଲ୍ମ ଉପରେ କେଉଁ ସବୁ ଚଳଚ୍ଚିତ ଚଳିତ ମାସରେ ରିଲିଜ୍ ହେବ ।

ଚଳଚ୍ଚିତ୍ରର ନାମ- ମୁକ୍ତି ତାରିଖ- ପ୍ଲାଟଫର୍ମ- ଭାଷା

  • ମିକି ୧୭- ୭ ମାର୍ଚ୍ଚ- ଥିଏଟର- ଇଂରାଜୀ
  • ନାଦାନିଆଁ – ମାର୍ଚ୍ଚ ୭ – ନେଟଫ୍ଲିକ୍ସ – ହିନ୍ଦୀ
  • ଦି ଡିପ୍ଲୋମାଟ୍ – ମାର୍ଚ୍ଚ ୧୪ – ଥିଏଟର – ହିନ୍ଦୀ
  • ବି ହାପି – ୧୪ ମାର୍ଚ୍ଚ – ପ୍ରାଇମ୍ ଭିଡିଓ – ହିନ୍ଦୀ
  • କେଶରୀ ବୀର- ୧୪ ମାର୍ଚ୍ଚ- ଥିଏଟର- ହିନ୍ଦୀ
  • ଇନ୍ ଗିଲୟୋ ମୋଁ – ୧୪ ମାର୍ଚ୍ଚ – ଥିଏଟର୍ – ହିନ୍ଦୀ
  • ମାଇଁ ମେଲବୋର୍ଣ୍ଣ- ମାର୍ଚ୍ଚ 14- ଥିଏଟର – ହିନ୍ଦୀ, ଇଂରାଜୀ
  • ସ୍ନୋ ହ୍ୱାଇଟ୍ – ମାର୍ଚ୍ଚ 21 – ଥିଏଟର – ଭାଷା
  • ତୁମକୋ ମେରି କସମ – ୨୧ ମାର୍ଚ୍ଚ – ଥିଏଟର – ହିନ୍ଦୀ
  • ବୈଦା- ୨୧ ମାର୍ଚ୍ଚ- ଥିଏଟର- ହିନ୍ଦୀ
  • L2 ଏମ୍ପୁରାନ୍ – ୨୭ ମାର୍ଚ୍ଚ – ଥିଏଟର୍ସ – ପ୍ୟାନ୍ ଇଣ୍ଡିଆ ଫିଲ୍ମ
  • ବୀର ଧୀରା ସୂରନ୍ ୨- ୨୭ ମାର୍ଚ୍ଚ- ଥିଏଟର- ତାମିଲ
  • ସିକନ୍ଦର- ୨୮ ମାର୍ଚ୍ଚ- ଥିଏଟର- ହିନ୍ଦୀ
  • ହରି ହରା ବୀରା ମଲ୍ଲୁ – ୨୮ ମାର୍ଚ୍ଚ – ଥିଏଟର୍ସ – ପ୍ୟାନ୍ ଇଣ୍ଡିଆ ଫିଲ୍ମ
  • ରବିନ୍ ହୁଡ୍ – ୨୮ ମାର୍ଚ୍ଚ – ଥିଏଟର – ତେଲୁଗୁ
  • ସଲମାନ ଖାନ-ସୁନିଲ ଶେଟ୍ଟୀଙ୍କ ଦସ୍ତକ

 

ବାଲିଆପାଳ ବ୍ଳକ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ମନ୍ଦିରରୁ ଲୁଟ । ବାଲେଶ୍ଵର ବାଲିଆପାଳ ବ୍ଳକ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଛନ୍ତି। ଗତକାଲି ମନ୍ଦିରର ପୂଜକ ପୂଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଲା ବେଳକୁ ମନ୍ଦିରର ମୁଖ୍ୟ ଫାଟକ ତାଲାକୁ କଟା ହୋଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ଭିତରକୁ ଦୁର୍ବୃତ୍ତମାନେ ପଶି ହୁଣ୍ଡି ବାକ୍ସ ଭାଙ୍ଗି ଲୁଟ କରିଛନ୍ତି। ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରୁ କଣ ସବୁ ଲୁଟ ହୋଇଛି ଏହାର ତନାଘନା କରୁଛି ପୋଲିସ। ଦିନକୁ ଦିନ ବାଲିଆପାଳ ବ୍ଳକରେ ବିଭିନ୍ନ ମନ୍ଦିରରୁ ଲୁଟ ହେଉଥିବାରୁ ପୋଲିସର ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ ।

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଧର୍ମଶାଳା ଅଂଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା ଟ୍ରାକ୍ଟର। ଏଥିରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଧର୍ମଶାଳା ଥାନା ଅଧୀନ କାଏମା ନିକଟରେ ଘଟିଛି ଏ  ଦୁର୍ଘଟଣା। ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି। ବାଇକ ଆରୋହୀ ଜାରକା ଅଭିମୁଖେ ଯାଉଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର କାଏମା ନିକଟରେ ବାଇକକୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିଛି ପୋଲିସ। ଧର୍ମଶାଳା ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଗୌତମ ଗମ୍ଭୀରଙ୍କ ଏହିସବୁ ନିଷ୍ପତ୍ତି ପାଇଁ ପ୍ରଥମେ କରାଯାଉଥିଲା ସମାଲୋଚନା, ହେଲେ ଏବେ ପାଲଟିଛି ବିଜୟର ମୁଖ୍ୟ କାରଣ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ । ବିଜୟ ଅଭିଯାନ ଜାରି ପାଇଁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଶ୍ରେୟ ଦିଆଯାଉଛି । କାରଣ ତାଙ୍କ ଦ୍ବାରା ନିଆଯାଉଥିବା ନିଷ୍ପତ୍ତି ଏବେ ଦଳର ବିଜୟର କାରଣ ବୋଲି ବହୁ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହିସବୁ ନିଷ୍ପତ୍ତିଗୁଡ଼ିକୁ ପ୍ରଥମେ ସମାଲୋଚନା ଆସନ୍ତୁ ନଜର ପକାଇବା ଏସବୁ ନିଷ୍ପତ୍ତି କଣ?

୫ ଜଣ ସ୍ପିନର ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଚୟନ

ଚାମ୍ପିଅନ୍ସ ଟ୍ରଫି ଦଳରେ ଟିମ ଇଣ୍ଡିଆର ୫ ଜଣ ସ୍ପିନରଙ୍କ ନାମ ଘୋଷଣା କରିବା ମାତ୍ରେ ଏହାକୁ ବେଶ ସମାଲୋଚନା କରାଯାଇଥିଲା । ସମସ୍ତେ ଏହି ନିଷ୍ପତ୍ତି ବିରୁଦ୍ଧରେ ଥିଲେ ଏବଂ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀରଙ୍କ ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠାଯାଉଥିଲା। ଯଶସ୍ୱୀ ଜୟସୱାଲଙ୍କୁ ବାଦ୍ ଦେଇ ବରୁଣ ଚକ୍ରବର୍ତ୍ତୀଙ୍କୁ ଚୟନ କରିବା ପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଉଥିଲା। କିନ୍ତୁ ସେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଗେମ ଚେଞ୍ଜର  ହୋଇଥିଲେ। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ୱିକେଟ୍ ଏବଂ ସେମିଫାଇନାଲରେ ଟ୍ରାଭିସ୍ ହେଡ୍‌ଙ୍କ ୱିକେଟ୍ ସମେତ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

ହର୍ଷିତ ରାଣାଙ୍କ ଚୟନ

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଜସପ୍ରିତ ବୁମରାହଙ୍କ ଆଘାତ ଯୋଗୁଁ ଦଳରୁ ବାଦ ଦିଆଯାଇଥିଲା। ଏହା ପରେ ହର୍ଷିତ ରାଣା ତାଙ୍କ ସ୍ଥାନ ନେଇଥିଲେ। ହର୍ଷିତଙ୍କ ଚୟନ ଉପରେ କ୍ରିକେଟ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ। ଅଭିଜ୍ଞତା ଅଭାବରୁ ସମସ୍ତେ ବିଶ୍ୱାସ କରୁଥିଲେ ଯେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ବାଛିବା ଉଚିତ ହୋଇଥାନ୍ତା।

କିନ୍ତୁ ହର୍ଷିତ ଗମ୍ଭୀରଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କଲେ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ଏପରି ଜଣେ ବୋଲର ଭାବରେ ଉଭା ହୋଇଥିଲେ ଯିଏ ପ୍ରତିପକ୍ଷ ଦଳର ଭାଗୀଦାରୀ ଭାଙ୍ଗି ଦେଇଥିଲେ। ପାୱାର ପ୍ଲେ ସହିତ, ସେ ମଧ୍ୟ ଏବଂ ଡେଥ୍ ଓଭରଗୁଡ଼ିକରେ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ସେ ବାଂଲାଦେଶ ଏବଂ ପାକିସ୍ତାନ ବିପକ୍ଷରେ ମୋଟ ୪ଟି ୱିକେଟ ନେଇଥିଲେ ଏବଂ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଅକ୍ଷର ପଟେଲଙ୍କ ବ୍ୟାଟିଂ ପୋଜିସନ

ଅକ୍ଷର ପଟେଲଙ୍କୁ ୫ ନମ୍ବରରେ ପଠାଇବା ପାଇଁ ଗୌତମ ଗମ୍ଭୀରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। କ୍ରିକେଟ ବିଶେଷଜ୍ଞମାନେ ବିଶ୍ୱାସ କରୁଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ପୋଜିସନ ଏବଂ ଅକ୍ଷର ପଟେଲ ଜଣେ ନିମ୍ନ କ୍ରମର ବ୍ୟାଟ୍ସମ୍ୟାନ। କିନ୍ତୁ ଅକ୍ଷର ଏହି ଟୁର୍ଣ୍ଣାମେଣ୍ଟରେ ପ୍ରମାଣ କରିଛନ୍ତି ଯେ ବଲ୍ ବ୍ୟତୀତ ସେ ବ୍ୟାଟ୍ ସାହାଯ୍ୟରେ ମଧ୍ୟ ମ୍ୟାଚ୍‌କୁ ଓଲଟାଇ ପାରିବେ। ସେମିଫାଇନାଲରେ ବିରାଟ କୋହଲିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ୪୪ ରନର ଭାଗୀଦାରି କରିଥିଲେ ଏବଂ ଦଳକୁ ଚାପରୁ ବାହାର କରିଥିଲେ। ପୂର୍ବରୁ, ନ୍ୟୁଜିଲାଣ୍ଡ ବିପକ୍ଷରେ, ଯେତେବେଳେ ଭାରତ ୩୦ ରନରେ ୩ ୱିକେଟ ହରାଇ ସଂଘର୍ଷ କରୁଥିଲା, ସେ ୪୬ ରନ କରିଥିଲେ ଏବଂ ଶ୍ରେୟସ ଆୟରଙ୍କ ସହ ୯୮ ରନ ଯୋଡିଥିଲେ।

ରାହୁଲଙ୍କ ବ୍ୟାଟିଂ ସ୍ଥିତି

କେଏଲ ରାହୁଲ ସାଧାରଣତଃ ଏକଦିବସୀୟ ମ୍ୟାଚ୍‌ରେ ୫ ନମ୍ବରରେ ଖେଳନ୍ତି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଅକ୍ଷର ପଟେଲଙ୍କ ତଳେ ପଠାଯାଉଛି। ଗମ୍ଭୀରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ କୁହାଯାଉଥିଲା ଯେ ସେ ରାହୁଲଙ୍କ କ୍ୟାରିୟରକୁ ନଷ୍ଟ କରୁଛନ୍ତି। କିନ୍ତୁ ରାହୁଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୪୧ ରନ୍ କରି ଦଳକୁ ମ୍ୟାଚ୍ ଜିତାଇବାରେ ସାହାଯ୍ୟ କରିଥିଲେ। ତା’ପରେ ସେମିଫାଇନାଲରେ ମଧ୍ୟ ସେ ଅପରାଜିତ ୪୨ ରନ କରିଥିଲେ। ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଲେ, ମ୍ୟାଚ୍ ଅସୁବିଧାରେ ପଡ଼ିଥିବା ପରି ମନେ ହେଉଥିଲା। କିନ୍ତୁ ତାଙ୍କର ବିସ୍ଫୋରକ ଇନିଂସ ଭାରତକୁ ଚାପରୁ ବାହାର କରିଥିଲା।

ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳର ଗର୍ଜନ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ କରିବ ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଦିଆଯିବ ଜବାବ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମଦିନକୁ ନେଇ ବିଜେପି ସରକାରଙ୍କ ଆଭିମୁଖ୍ଯକୁ କାଠଗଡ଼ାରେ ଠିଆ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତିନି ଦଶନ୍ଧିର ଏହି ସମାରୋହକୁ ବନ୍ଦ କରିବା ଆଳରେ ବିଜୁ ଲିଗାସିକୁ କାଟିବାକୁ ରାଜ୍ୟ ସରକାର ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ତାହା ବିରୋଧରେ ସାରା ରାଜ୍ୟରେ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ। ଏନଟିପିସି, ହାଲ, ଏନଆଇଟି ରାଉରକେଲା ଓ ଓୟୁଏଟିର ସ୍ରଷ୍ଟାଙ୍କ ପ୍ରତି ରାଜ୍ଯ ସରକାରଙ୍କ ଘୋର ଅନ୍ୟାୟକୁ ବରଦାସ୍ତ କରିବ ନାହିଁ ବିଜେଡି।