spot_img
Home Blog Page 997

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ପାଇଁ ଏହି ୬ ଜଣ ଅଫିସିଆଲଙ୍କୁ ବଡ଼ ଦାୟିତ୍ବ ଦେଲା ICC

ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆା ମଧ୍ୟରେ କଡ଼ା ଟକ୍କର ହେବ । ଅନ୍ୟପକ୍ଷରେ ଦ୍ବିତୀୟ ସେମିରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ତେବେ ଏହା ମଧ୍ୟରେ ଆଇସିସି ଏହି ଦୁଇ ମୁକାବିଲା ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରିଛି । ଆସନ୍ତା ୪ରୁ ପ୍ରଥମ ସେମି ଓ ୫ରେ ଦ୍ବିତୀୟ ସେମି ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲରେ ଖେଳାଯିବାକୁ ଥିବା ପ୍ରଥମ ସେମି ପାଇଁ ଭାରତ-ଅଷ୍ଟ୍ରେଲିଆା ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ଆଇସିସି ପକ୍ଷରୁ ଘୋଷିତ ହୋଇଥିବା ଏହି ଅଫିସିଆଲମାନେ ମ୍ୟାଚର ବିଜୟ-ପରାଜୟର ନିଷ୍ପତ୍ତି କରିବେ ।

ଭାରତ-ଅଷ୍ଟ୍ରେଲିଆା ମ୍ୟାଚ ପାଇଁ ଅଫିସିଆଲ

ଅନ ଫିଲ୍ଡ ଅମ୍ପାୟାର: କ୍ରିସ ଗୌଫନୀ ଓ ରିଚର୍ଡ ଇଲିଙ୍ଗଓ୍ବର୍ଥ

ଥାର୍ଡ ଅମ୍ପାୟାର: ମାଇକଲ ଗଫ

ଫୋର୍ଥ ଅମ୍ପାୟାର: ଏଡ୍ରିୟନ ହୋଲ୍ଡଷ୍ଟକ

ମ୍ୟାଚ ରେଫରୀ: ଏଣ୍ଡି ପାଇକ୍ରଫ୍ଟ

ଅମ୍ପାୟାର କୋଚ: ଷ୍ଟୁଅର୍ଡ କମିଙ୍ଗସ

ନ୍ୟୁଜିଲାଣ୍ଡ-ଦକ୍ଷିଣ ଅଫ୍ରିକା ମ୍ୟାଚ ପାଇଁ ଅଫିସିଆଲ

ଅନ ଫିଲ୍ଡ ଅମ୍ପାୟାର: କୁମାର ଧର୍ମସେନା ଓ ପଲ ରିଫେଲ

ଥାର୍ଡ ଅମ୍ପାୟାର: ଜୋଏଲ ଓ୍ବିଲସନ

ଫୋର୍ଥ ଅମ୍ପାୟାର: ଅହସାନ ରଜା

ମ୍ୟାଚ ରେଫରୀ: ରଞ୍ଜନ ମଦୁଗଲେ

ଅମ୍ପାୟାର କୋଚ: କାର୍ଲ ହର୍ଟର

ସରକାରଙ୍କ ଡିଜିଟାଇଜେସନର କରୁଣ ଦୃଶ୍ୟ, ଭତ୍ତା ପାଇବାରୁ ବଞ୍ଚିତ ବାଲେଶ୍ବରର ଭିନ୍ନକ୍ଷମ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଚାଲିବାକୁ ଶକ୍ତି ନାହିଁ । ବୟସ ପାଖାପାଖି ୭୦ ହେଲାଣି । ପର କାନ୍ଧ ଉପରେ ଭରସା କରି ଜୀବନ ପାଇଁ ସଂଘର୍ଷ କରୁଛନ୍ତି ମହିଳା । ସରକାରୀ ହକ ଟିକିଏ ପାଇବାକୁ ଦୌଡୁଛନ୍ତି ଏ ଅଫିସରୁ ସେ ଅଫିସ । କେବଳ ଦିବ୍ୟାଙ୍ଗ କନକ ନୁହନ୍ତି ନିଜର ହକ ପାଇବାକୁ ଜିଲ୍ଲାପାଳ କାର୍ଯ୍ୟଳୟ ଗାନ୍ଧିମୂର୍ତ୍ତି ତଳେ ବସିଛନ୍ତି ଅନେକ ଦିବ୍ୟାଙ୍ଗ ହିତାଧିକାରୀ । କୁନି ଝିଅକୁ ଧରି ବାପା ଅପେକ୍ଷା କରିଛି, ସରକାର ତାଙ୍କ ଗୁହାରି ଶୁଣିବେ । ହେଲେ ଶୁଣିବାକୁ କେହିନାହିଁ । ଡିଜିଟାଇଜେସନ ନାମରେ ପ୍ରକୃତରେ କିପରି ହନ୍ତସନ୍ତ ହେଉଛନ୍ତି ଲୋକେ, ତାର ଏକ ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଳି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ  ମିଳିନି ଚଳିତ ମାସର ଦିବ୍ୟାଙ୍ଗ ଭତ୍ତା । ଅନଲାଇନରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପଞ୍ଜୀକରଣ କରିନଥିବାରୁ ଭତ୍ତା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।

ଦିବ୍ୟାଙ୍ଗ ମାନଙ୍କର ସାର୍ଟିଫିକେଟ ଡିଜିଟାଇଜେସନ ପାଇଁ CDMO ଙ୍କ ଅଫିସରେ ଅନଲାଇନ ଡିଜିଟାଇଜେସନ ପ୍ରକ୍ରିୟା ଚାଲୁ ରହିଛି । ସମସ୍ତ ଦିବ୍ୟାଙ୍ଗଙ୍କୁ ଏନେଇ ଡିଜିଟାଲ ପ୍ରକ୍ରିୟାରେ ନୂଆ ସାର୍ଟିଫିକେଟ କରିବାକୁ କୁହାଯାଇଛି । ତେବେ ଅଭିଯୋଗ କରିଥିବା ହିତାଧିକାରୀ ନୂଆ ସାର୍ଟିଫିକେଟ କରିନଥିବାରୁ ସେମାନଙ୍କୁ ଭତ୍ତା ମିଳି ନଥିବା କହିଛନ୍ତି ଅଧିକାରୀ । ଭତ୍ତା ବନ୍ଦ ନିର୍ଦ୍ଦେଶକୁ ଅସ୍ବୀକାର କରିବା ସହ ସମସ୍ତଙ୍କୁ ଡିଜିଟାଇଜେସନ ମାଧ୍ୟମରେ ନୂଆ ସାର୍ଟିଫିକେଟ କରିବାକୁ କୁହାଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଉଛି । ତେବେ ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି ଡିଏସଡିଓ । ଜିଲ୍ଲାପାଳଙ୍କ ନିକଟରୁ ନିର୍ଦ୍ଦେଶ ହୋଇନ ନଥିଲେ ସୁଦ୍ଧା ଭତ୍ତା ପାଇଇବା ପାଇଁ ପରିଣତ ବୟସରେ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ ।

କଣାସ ହଇଜା ମୃତ୍ୟୁ ଘଟଣା: ସରକାର ହାଲୁକା ଭାବେ ନେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ଅବମାନନା । ହାଜର ହେଲେନି ସଚିବ । ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ। ପ୍ରଦୁଷିତ ଜଳ ବ୍ୟବହାର କରି କଣାସରେ ହଇଜାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ମାନବାଧିକାର ଆୟୋଗ ମାମଲାର ଶୁଣାଣି କରୁଥିବା ବେଳେ ଦ୍ଵିତୀୟ ଶୁଣାଣିରେ ସରକାର ଏହି ଘଟଣାକୁ କେତେ ହାଲୁକାର ସହ ନେଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଥମ ଦିନ ଶୁଣାଣିରେ ସମନ ସତ୍ତ୍ୱେ ମଧ୍ୟ ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ସଚିବ ତଥା ପୁରୀ ଜିଲ୍ଲାପାଳ ସାମିଲ ହୋଇ ନଥିଲେ। ଏହାକୁ ନେଇ ଆୟୋଗ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଲା । କେବଳ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀ ଓ ଜଳସମ୍ପଦ ବିଭାଗର କିଛି ଅଧିକାରୀଙ୍କୁ ଛାଡ଼ିଦେଲେ ସଚିବ ମାନଙ୍କର ଦେଖା ମିଳିଲାନି । ଆୟୋଗଙ୍କୁ ମିଥ୍ୟା ରିପୋର୍ଟ ଦେଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା । ଜିଲ୍ଲାପାଳ କିମ୍ବା ବିଭାଗୀୟ ସଚିବ ହାଜର ନହେବାରୁ ଆୟୋଗ ତାଗିଦ କରିବା ସହ ୧୧ ତାରିଖରେ ପରରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ।

ପ୍ରସଙ୍ଗରେ ଆୟୋଗଙ୍କ ନିକଟରେ ହାଜର ହୋଇ ଆକ୍ସନ ଟେକେନ ରିପୋର୍ଟ ଦେଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏସବୁକୁ ତର୍ଜମା କରି କମିଶନ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଥିବା ବେଳେ କଣାସ ଅଞ୍ଚଳରେ ଏବେ ସ୍ଥିତି ଭଲ ଅଛି ବୋଲି କହିଛନ୍ତି । ସେପଟେ ଆୟୋଗଙ୍କ ନିକଟରେ ହାଜର ହେବା ପରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି ଜଳସମ୍ପଦ ବିଭାଗର ଅଧିକାରୀ।

ପ୍ରଦୂଷିତ ଜଳ ପ୍ରବାହିତ ହେଉଥିବା ଅଞ୍ଚଳରେ ତୁରନ୍ତ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଓ ସରକାରୀ ଅବହେଳା ଯୋଗୁଁ ଏପରି ସ୍ଥିତି ଉପୁଜିଥିବାରୁ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଦାବି କରାଯାଇଛି ।

ଅଯୋଧ୍ୟା ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ISI ଦ୍ବାରା ତାଲିମପ୍ରାପ୍ତ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରେ ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଥିବା ନେଇ ପର୍ଦ୍ଦାଫାସ ହୋଇଛି । ଗୁଜରାଟ ଏଟିଏସ ଓ ଫରିଦାବାଦ ଏସଟିଏଫ ପକ୍ଷରୁ ମିଳିତ ଅପରେସନରେ ଆତଙ୍କବାଦୀ ଅବଦୁଲ ରହମାନକୁ ଗିରଫ କରାଯାଇଛି । ଅବଦୁଲ ଆଇଏସଆଇର ଆଇଏସେକପି ମଡ୍ୟୁଲ ସହ ଜଡ଼ିତ ଥିଲା । ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ସେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲା । ତା ପାଖକରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ ମିଳିଥିବା ବେଳେ ସେଥିରେ କୌଣସି ଦେଶ କି କମ୍ପାନୀର ମାର୍କ ନଥିଲା । ସ୍ମଗଲିଂ ନେଇ ଆଶଙ୍କା କରାଯାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତ ଅବଦୁଲ ରହମାନ (୧୯) ବୋଲି ଚିହ୍ନଟ ହୋଇଛି । ଅବଦୁଲ ଆତଙ୍କୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଜଣାପଡ଼ିଛି । ତା ପାଖରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଟ ଜବତ କରାଯାଇଥିଲା, ଯାହାକୁ କି ସୁରକ୍ଷା ଏଜେନ୍ସି ତୁରନ୍ତ ନିଷ୍କ୍ରିୟ କରିଦେଇଥିଲେ । ପୋଲିସ ମୁତାବକ, ଗିରଫ ହୋଇଥିବା ସନ୍ଦିଗ୍ଧ ଅବଦୁଲ ପାକିସ୍ତାନର ଗୁଇନ୍ଦାସଂସ୍ଥା ଆଇଏସଆଇର ସମ୍ପର୍କରେ ରହିଥିଲା । ଅଯୋଧ୍ୟା ରାମ ମନ୍ଦିର ଉପରେ ଆତଙ୍କୀ ଆକ୍ରମଣ ପାଇଁ ତାକୁ ପ୍ରସ୍ତୁତ କରାଯାଇଥିଲା ।

ବିଏସପିରୁ ପୁତୁରାଙ୍କୁ ତଡିଦେଲେ ମାୟାବତୀ, ଟ୍ବିଟ୍ କରି କହିଲେ କାରଣ

ନନ୍ଦିଘୋଷ ବ୍ୟୁରୋ:  ନିଜ ଦଳରୁ ପୁତୁରାଙ୍କୁ ତଡିଦେଲେ ମାୟବତୀ । ଦଳ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୁତୁରାଙ୍କୁ କାଢିଥିବା କହିଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟବତୀ । ଗତକାଲି ପୁତୁରା ଆକାଶଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ପଦରୁ ହଟାଇଥିଲେ ମାୟାବତୀ  । ସୋସିଆଲ୍ ମିଡିଆରେ ଏକ୍ସରେ ସେ ଏକ ପୋଷ୍ଟ କରି ପୁତୁରାଙ୍କୁ କାଢିଥିବାର କାରଣ କହିଛନ୍ତି  । ତାଙ୍କର ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ଗତକାଲି ବିଏସପିର ସର୍ବଦଳୀୟ ବୈଠକରେ ତାଙ୍କ ପୁତୁରା ଦଳୀୟ ହିତ ଠାରୁ ଦୂରେଇ ପାର୍ଟିରୁ ବହିଷ୍କୃତ ହୋଇଥିବା ତାଙ୍କ ଶ୍ବଶୁର ଅଶୋକ ସିନ୍ଧାନ୍ତ ଙ୍କ ସହ ଅଧିକ ମିଳାମିଶା କରୁଥିବା କାରଣରୁ ତାଙ୍କୁ ଦଳର ସଂଯୋଜକ ପଦ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଯାଇଥିଲା  । ଯାହା ପରେ ସେ ପଶ୍ଚାତାପ କରି ଆହୁରି ଅଧିକ ତାଙ୍କ ଭୁଲର ଆତ୍ମସମୀକ୍ଷା କରିବା  କଥା । କିନ୍ତୁ ସେ  ଠିକ୍ ତାର ଓଲଟା କରିଛନ୍ତି । ତାଙ୍କୁ କଢାଯିବା ପରେ ସେ ଏକ ଲମ୍ବା ଚଉଡା ପ୍ରତିକ୍ରିୟା ରଖିଛନ୍ତି  । ଯାହାକି ତାଙ୍କର ଅନୁତାପ କି ଆତ୍ମସମୀକ୍ଷା ନୁହେଁ ବରଂ ତାଙ୍କ ଶ୍ବଶୁରଙ୍କ ଦ୍ବାରା ପ୍ରଭାବିତ କଥା , ସ୍ବାର୍ଥପର ମନୋଭାବ ଏବଂ ଅହଙ୍କାରୀ ଭାବନା ଥିବା ଜଣାପଡୁଛି  । ମୁଁ ଦଳର ସବୁ ନେତାଙ୍କୁ ଏପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ ସବୁବେଳେ ପରାମର୍ଶ ଦେଇ ଆସୁଛି  ।

ତେଣୁ, ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ, କାଂଶିରାମଙ୍କ ଅନୁଶାସନ,ପରମ୍ପରାକୁ ଅନୁସରଣ କରି ଏବଂ ଦଳ ସ୍ୱାର୍ଥ ପାଇଁ ଆକାଶ ଆନନ୍ଦଙ୍କୁ ତାଙ୍କ ଶ୍ୱଶୁରଙ୍କ ପରି ଦଳରୁ ବହିଷ୍କାର କରାଯାଉଛି ବୋଲି କହିଛନ୍ତି।

ଆକାଶ ଆନନ୍ଦ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ମୁଁ ମାୟାବତୀଙ୍କର ଜଣେ କର୍ମୀ । ତାଙ୍କ ନେତୃତ୍ୱରେ ମୁଁ ତ୍ୟାଗ, ବିଶ୍ୱସ୍ତତା ଏବଂ ସମର୍ପଣର ଶିକ୍ଷା ପାଇଛି  । ଏସବୁ ମୋ ପାଇଁ କେବଳ ଏକ ବିଚାର ନୁହେଁ ବରଂ ଜୀବନର ଉଦ୍ଦେଶ୍ୟ। ସମ୍ମାନୀୟ ଭଉଣୀଙ୍କ ପ୍ରତ୍ୟେକ ନିଷ୍ପତ୍ତି ମୋ ପାଇଁ ପଥରରେ ଲେଖାଯାଇଥିବା ରେଖା ଭଳି, ମୁଁ ତାଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ ସମ୍ମାନ କରେ ।

ମାୟାବତୀଙ୍କ ଦ୍ୱାରା ମୋତେ ସମସ୍ତ ଦଳୀୟ ପଦବୀରୁ ମୁକ୍ତ କରିବାର ନିଷ୍ପତ୍ତି ମୋ ପାଇଁ ବ୍ୟକ୍ତିଗତ ଭାବରେ ଭାବପ୍ରବଣ, କିନ୍ତୁ ଏହା ଏବେ ଏକ ବଡ଼ ଚ୍ୟାଲେଞ୍ଜ ଏବଂ ଲମ୍ବା ଲଢ଼େଇ । ଏପରି କଠିନ ସମୟରେ, ଧୈର୍ଯ୍ୟ ଏବଂ ଦୃଢ଼ ନିଷ୍ପତ୍ତି ହିଁ ପ୍ରକୃତ ସାଥୀ। ବହୁଜନ ମିଶନ ଏବଂ ଆନ୍ଦୋଳନର ଜଣେ ପ୍ରକୃତ କର୍ମୀ ଭାବରେ, ମୁଁ ଦଳ ଏବଂ ମିଶନ ପାଇଁ ପୂର୍ଣ୍ଣ ନିଷ୍ଠାର ସହିତ କାମ କରିବି ଏବଂ ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୋ ସମାଜର ଅଧିକାର ପାଇଁ ଲଢ଼େଇ କରିବି।

ବିରୋଧୀ ଦଳର କିଛି ଲୋକ ଭାବୁଛନ୍ତି ଯେ ଦଳର ଏହି ନିଷ୍ପତ୍ତି ଯୋଗୁଁ ମୋର ରାଜନୈତିକ କ୍ୟାରିୟର ଶେଷ ହୋଇଗଲା। ସେମାନେ ବୁଝିବା ଉଚିତ ଯେ ବହୁଜନ ଆନ୍ଦୋଳନ ଏକ କ୍ୟାରିୟର ନୁହେଁ ବରଂ କୋଟି କୋଟି ଦଳିତ, ଶୋଷିତ, ବଞ୍ଚିତ ଏବଂ ଗରିବ ଲୋକଙ୍କ ସ୍ୱାଭିମାନ ଏବଂ ସ୍ୱାଭିମାନ ପାଇଁ ଏକ ଲଢ଼େଇ। ଏହା ଏକ ଧାରଣା, ଏକ ଆନ୍ଦୋଳନ, ଯାହାକୁ ଦମନ କରାଯାଇପାରିବ ନାହିଁ। ଲକ୍ଷ ଲକ୍ଷ ଆକାଶ ଆନନ୍ଦ ଏହି ମଶାଲକୁ ଜଳାଇ ରଖିବାକୁ ଏବଂ ଏଥିପାଇଁ ସର୍ବସ୍ୱ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ।

ଅର୍ଥନୀତିକୁ ବଡ଼ ଝଟକା: ସର୍ବନିମ୍ନ ସ୍ତରରେ ଦେଶର ମାନୁଫାକଚରିଂ ସେକ୍ଟର

ଦେଶର ଅର୍ଥନୀତିକୁ ଲାଗିଛି ଏକ ବଡ଼ ଝଟକା । ମାନୁଫାକଚରିଂ ସେକ୍ଟରରେ ହ୍ରାସ ଏହା ପଛର କାରଣ । ଏହି ସେକ୍ଟରକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ମାନୁଫାକଚରିଂ ସେକ୍ଟରର ଅଙ୍କ ୧୪ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଉତ୍ପାଦନ ହ୍ରାସ କାରଣରୁ ମାନୁଫାକଚରିଂ ସେକ୍ଟରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି । ନୂଆା କଣ୍ଟ୍ରାକ୍ଟ ଓ ପ୍ରଡକ୍ସନ ଗ୍ରୋଥ ହ୍ରାସ ମଧ୍ୟରେ ଫେବୃଆରୀରେ ଭାରତର ମାନୁଫାକଚରିଂ ସେକ୍ଟରର ବୃଦ୍ଧି ହାର ୧୪ ମାସରେ ତଳ ସ୍ତରକୁ ଚାଲିଆସିଛି । ଏଚଏସବିସି ଭାରତ ବିନିର୍ମାଣ କ୍ରୟ ପ୍ରବନ୍ଧକ ସୂଚକାଙ୍କ (PMI) ଫେବୃଆରୀରେ ୫୬.୩ ଅଙ୍କ ରହିଥିଲା, ଯାହାକି ଜାନୁଆରୀର ୫୭.୭ ଅଙ୍କ ଠାରୁ କମ୍ । ପିଏମଆଇ ଭାଷାରେ ୫୦ରୁ ଉପର ଅଙ୍କ ବିସ୍ତାରକୁ ଦର୍ଶାଇଥାଏ ଓ ୫୦ରୁ କମ ଅଙ୍କରେ ରହିଥିଲେ ତାହା ସଙ୍କୋଚନର ସଙ୍କେତ ହୋଇଥାଏ ।

ଏଚଏସବିସି ଭାରତ ମୁଖ୍ୟଙ୍କ ମତରେ, ୨୦୨୩ ଡିସେମ୍ବର ପରେ ଉତ୍ପାଦନ ବୃଦ୍ଧି ସବୁଠାରୁ ଦୁର୍ବଳ ସ୍ତରକୁ ଚାଲିଆସିଥିଲା । ଭାରତର ମାନୁଫାକଚରିଂ ସେକ୍ଟର ମୋଟାମୋଟି ଭାବେ ଫେବୃଆରୀରେ ବ୍ୟାପକ ଭାବେ ସକାରାତ୍ମକ ରହିଥିଲା । ଜାନୁଆରୀରେ ୧୪ ବର୍ଷର ଉଚ୍ଚତମ ସ୍ତରରୁ କମ୍ ରହିବା ପରେ ବି ବିସ୍ତାରର ଗତି ତେଜ ରହିଥିବା ସର୍ଭେରେ କୁହାଯାଇଛି । ନୂଆ ରପ୍ତାନୀ ଅର୍ଡରରେ ବୃଦ୍ଧି ହୋଇଥିଲା । କାରଣ ନିର୍ମାତାମାନେ ବିଶ୍ବରେ ନିଜ ମାଲର ଚାହିଦାରୁ ଲାଭ ଉଠାଇବାକୁ ଜାରି ରଖିଥିଲେ । ଚାକିରି କ୍ଷେତ୍ରରେ ଫେବୃଆରୀରରେ କର୍ମଚାରୀଙ୍କ ସଂଖ୍ୟାରେ ବିସ୍ତାର ଦେଖିବାକୁ ମିଳିଥିଲା ।

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ଯଦି ବାତିଲ ହୁଏ, ତେବେ କିଏ ଖେଳିବ ଫାଇନାଲ?

ଆସନ୍ତାକାଲି ଅର୍ଥାତ ଫେବୃଆରୀ ୪ ତାରିଖରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ ଚଳିତ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ଗୁରୁତ୍ବପୂର୍ଣ୍ଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତରଫରୁ ଖାସ୍ ନିୟମ ରହିଛି । ମ୍ୟାଚର ଫଳାଫଳ କିପରି ବାହାରି ପାରିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଫେବୃଆରୀ ୪ରେ ଖେଳାଯିବାକୁ ଥିବା ନକଆଉଟ୍ ମ୍ୟାଚ ପାଇଁ ଭାରତ-ଅଷ୍ଟ୍ରେଲିଆା ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ସେମି ଲଢ଼େଇ ହେବ ।

ତେବେ ଏହା ମଧ୍ୟରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି, ଯଦି ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, ତେବେ କେଉଁ ଟିମ୍ ଫାଇନାଲରେ ପହଞ୍ଚିବ, ଆଉ ଏଥିପାଇଁ ଆଇସିସିର କ’ଣ ନିୟମ ରହିଛି? ବର୍ଷା ପାଇଁ ଏଥର ଅଷ୍ଟ୍ରେଲିଆର ଏକ ମ୍ୟାଚ ବାତିଲ ହୋଇଥିଲା । ତେଣୁ ସେମିରେ ବର୍ଷା ହୋଇପାରେ ବୋଲି ଫ୍ୟାନ୍ସଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ କେଉଁ ଟିମ୍ ଫାଇଦାରେ ରହିବ?

ଆଇସିସି ଏଥର ଦୁଇ ସେମି ମୁକାବିଲା ପାଇଁ ରିଜର୍ଭ ଡେ ରଖିଛି । ମାତ୍ର ଖେଳ ଧାର୍ଯ୍ୟ ଦିନରେ ସମାପ୍ତ କରିବାକୁ ପୂରା ପ୍ରୟାସ କରାଯିବ । ଯଦି ଏପରି ସମ୍ଭବ ହୁଏ ନାହିଁ, ତେବେ ରିଜର୍ଭ ଡେ’ରେ ପୂର୍ବ ଅସମାପ୍ତ ଖେଳକୁ ଜାରି ରଖାଯିବ । ଯଦି ମାର୍ଚ୍ଚ ୪ରେ ମାର୍ଚ୍ଚ ଖେଳିବ ସମ୍ଭବ ହେବନି, ତେବେ ୫ରେ ଖେଳାଯିବ । ଡକଓ୍ବର୍ଥ ଲୁଇସ ନିୟମ ଅନୁସାରେ ଫଳାଫଳ ବାହାର କରାଯିବା ପରେ ବ୍ୟାଟିଂ କରୁଥିବା ଟିମକୁ ଅତିକମରେ ୨୫ ଓଭର ଖେଳିବାକୁ ପଡ଼ିବ । ଗ୍ରୁପ ଷ୍ଟେଜ ପରେ ବ୍ୟାଟିଂ କରୁଥିବା ଟିମକୁ ୨୦ ଓଭର ଖେଳିବାକୁ ହୋଇଥାଏ । ମାତ୍ର ରିଜର୍ଭ ଡେ’ରେ ଫଳାଫଳ ନ ବାହାରିଲେ ଗ୍ରୁପ ଷ୍ଟେଜର ଟପରେ ଥିବା ଟିମ ଫାଇନାଲରେ ପହଞ୍ଚିଯିବ । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜରେ ଟପରେ ରହିଥିଲା । ଏପରି ସ୍ଥିତିରେ ଫଳାଫଳ ନ ବାହାରିଲେ ଭାରତ ଫାଇନାଲ ଖେଳିବ ।

KKR ପକ୍ଷରୁ ବଡ଼ ଘୋଷଣା: ଅଜିଙ୍କ୍ୟ ରାହାଣେ ଅଧିନାୟକ ନିଯୁକ୍ତ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସିଜିନର ଠିକ୍ ପୂର୍ବରୁ କୋଲକତା ନାଇଟ ରାଇଡର୍ସ (KKR) ଫ୍ରାଞ୍ଚାଇଜି ଏକ ବଡ଼ ଘୋଷଣା କରିଛି । ଅଜିଙ୍କ୍ୟ ରାହାଣେଙ୍କୁ ଟିମର ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଭେଙ୍କଟେଶ ଅୟରଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ରାହାଣେ କେକେଆରର ଟି-୨୦ରେ ୯ମ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି (୨୭ଟି ମ୍ୟାଚ), ବ୍ରେଣ୍ଡନ ମ୍ୟାକକୁଲମ (୧୩ଟି ମ୍ୟାଚ), ଗୌତମ ଗମ୍ଭୀର (୧୨୨ଟି ମ୍ୟାଚ), ଜ୍ୟାକସ କାଲିସ (୨ଟି ମ୍ୟାଚ), ଦିନେଶ କାର୍ତ୍ତିକ (୩୭ଟି ମ୍ୟାଚ), ଇଇନ ମୋର୍ଗାନ (୨୪ଟି ମ୍ୟାଚ), ଶ୍ରେୟସ ଅୟର (୨୯ଟି ମ୍ୟାଚ) ଓ ନୀତିଶ ରାଣା (୧୪ଟି ମ୍ୟାଚ)ରେ କ୍ୟାପ୍ଟେନଶିପ କରିସାରିଛନ୍ତି ।

ରାହାଣେ ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗସ (CSK) ତରଫରୁ ଖେଳୁଥିଲେ । ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ କରିଦେଇଥିଲା । ଆଇପିଏଲ ୨୦୨୫ର ମେଗା ଅକ୍ସନରେ କୋଲକାତା ଫ୍ରାଞ୍ଚାଇଜି ରାହାଣେଙ୍କୁ ବେସ ପ୍ରାଇସରେ କିଣିଥିଲା । ତାଙ୍କର ବେସ ପ୍ରାଇସ ୧.୫୦ କୋଟି ଟଙ୍କା ରହିଥିଲା । ୩୬ ବର୍ଷୀୟ ରାହାଣେ ଆଇପିଏଲରେ ଏବେସୁଦ୍ଧା ୧୮୫ଟି ମ୍ୟାଚ ଖେଳିସାରିଛନ୍ତି । ସେ ୩୦.୧୪ ହାରରେ ୪୬୪୨ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୨୩.୪୨ ରହିଛି । ସେଥିରେ ୨ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି ।

ଅନ୍ୟପକ୍ଷରେ ଭେଙ୍କଟେସ ଅୟରଙ୍କୁ ମଧ୍ୟ ଏକ ବଡ଼ ଦାୟିତ୍ବ ଦିଆଯାଇଛି । କ୍ରମାଗତ କେକେଆରର ତରଫରୁ ଖେଳୁଥିବା ଭେଙ୍କଟେଶଙ୍କୁ ଫ୍ରାଞ୍ଚାଇଜି ଗତଥର ରିଲିଜ କରିଦେଇଥିଲା । ମାତ୍ର ମେଗା ଅକ୍ସନରେ ଦ୍ବିତୀୟ ଥର କିଣି ନେଇଥିଲା । କୋଲକାତା ତାଙ୍କୁ ଦ୍ବିତୀୟ ଥର କିଣିବା ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବର୍ତ୍ତମାନ ସ୍ଥିତିରେ ଭେଙ୍କଟେଶ ସବୁଠାରୁ ମହଙ୍ଗା ପ୍ଲେୟାର ଅଟନ୍ତି ।

ପେଟ୍ରୋଲ ଦାମ୍ କମିଲା: ଜନତାଙ୍କୁ ବଡ଼ ଉପହାର ଦେଲେ ଏହି ରାଜ୍ୟ ସରକାର

ରାୟପୁର: ପେଟ୍ରୋଲ ଦାମ୍ ଶସ୍ତା ହୋଇଛି । ଛତିଶଗଡ଼ ସରକାର ରାଜ୍ୟ ବଜେଟ-୨୦୨୫ ଆଗତ କରିବା ସହ ଜନତାଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୧ ଟଙ୍କା କମିଥିବା ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି । ବିଷ୍ଣୁଦେବ ସାୟଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଓପି ଚୌଧରୀ ପେଟ୍ରୋଲ ହ୍ରାସ ନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ପେଟ୍ରୋଲ ଦର ୧ ଟଙ୍କା ହ୍ରାସ କରାଯାଇଥିବା ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଛି । ରାଜଧାନୀ ରାୟପୁରରେ ଏକ ଲିଟର ପେଟ୍ରୋଲ ଦାମ ୧୦୦.୪୫ ଟଙ୍କାରେ ବିକ୍ରି ହେଉଛି । ରାଜନାନ୍ଦଗାଓଁରେ ଏହା ୧୦୦.୮୫ ଟଙ୍କା ପ୍ରତି ଲିଟର ରହିଛି । ସରକାରଙ୍କ ପକ୍ଷରୁ ଘୋଷଣା ପରେ ଅନେକ ସହରରେ ପେଟ୍ରୋଲ ଦାମ୍ ୧୦୦ ଟଙ୍କା ତଳକୁ ଖସିଯିବ । ରାଜ୍ୟର ଅନ୍ୟ ବଡ଼ ବଡ଼ ସହର କଥା ଯଦି କହିବା, ବସ୍ତରରେ ମାର୍ଚ୍ଚ ୩ରେ ପେଟ୍ରୋଲ ଦାମ ୧୦୨.୧୧ ଟଙ୍କା ପ୍ରତି ଲିଟର ରହିଥିଲା । ସେହିପରି ବାଲୋଦବଜାରରେ ୧୦୧.୧୮, ବୀଜାପୁରରେ ୧୦୧.୨୫, ବିଲାସପୁରର ୧୦୧.୨୫, ଦନ୍ତେଓ୍ବାଡ଼ାରେ ୧୦୨.୦୯, ଧମତରୀରେ ୧୦୦.୭୭, ଦୁର୍ଗରେ ୧୦୦.୮୦ ଓ ଜଶପୁରରେ ୧୦୧.୯୩ ଟଙ୍କା ରହିଥିଲା ।

ଜଙ୍ଘରେ ମହିଳା ଜଗନ୍ନାଥଙ୍କ ଟାଟୁ କରିବା ଘଟଣା: ଗିରଫ ହେଲେ ଟାଟୁ ଦୋକାନୀ

ଭୁବନେଶ୍ବର: ଶରୀରରେ ଜଗନ୍ନାଥଙ୍କ ଟାଟୁ କରିବା ନେଇ ସୋସିଆଲ ମିଡିଆରେ କ୍ଷମା ମାଗିଲେ ବିଦେଶିନୀ। ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଭୁଲ ଭବିଷ୍ୟତରେ ହେବନାହିଁ ବୋଲି ସେ କହିଛନ୍ତି। ଟାଟୁକୁ ନେଇ ଯାହା ସବୁ ଘଟି ଚାଲିଛି ତାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କୁ କ୍ଷମା କରିବାକୁ ସେ ସୋସିଆଲ ମିଡିଆରେ ପ୍ରାର୍ଥନା କରିଛନ୍ତି। ସେପଟେ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରାଇଥିବା ଟାଟୁ ଦୋକାନୀଙ୍କୁ ଗିରଫ କରିଛି ପୋଲିସ। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହିଦନଗର ଥାନାରେ ଏତଲା ହୋଇଥିଲା। ସହିଦନଗର ଥାନାରେ ଟାଟୁ କରିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା ପୋଲିସ। ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରିଥିବାରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।