ଓଡ଼ିଶା ମୋ ପରିବାର ପକ୍ଷରୁ ଗୋପାଳପୁରରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ପକ୍ଷରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୁହାଝର ପଞ୍ଚାୟତର ବାଦପୁର ଗାଁରେ ଅନୁଷ୍ଠିତ ହୋଇଛି ରକ୍ତଦାନ ଶିବିର । ଏହି ରକ୍ତଦାନ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ଅନେକ ଲୋକଙ୍କୁ ରକ୍ତର ଆବଶ୍ୟକତା ରହିଥିବା ବେଳେ ବାହାରେ କେଉଁଠାରେ ମଧ୍ୟ ରକ୍ତଦାନ ଶିବିର ହୋଇପାରୁନାହିଁ । ଯାହାଫଳରେ ବର୍ତ୍ତମାନ ଓଡ଼ିଶା ମୋ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯାଉଛି ।

ବାଦପୁର ଗାଁରେ ହୋଇଥିବା ରକ୍ତଦାନ ଶିବିରରେ ଅନେକ ଯୁବକ ଓ ମହିଳା ସ୍ବତଃପ୍ରବୃତ୍ତ ଭାବେ ରକ୍ତଦାନ କରିଥିଲେ । 100 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଏଭଳି ରକ୍ତଦାନ ଶିବିର କରାଯାଇ ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । କୋରୋନା ମହାମାରୀ ଭୟ ରହିଥିବା ଯୋଗୁଁ କଟକଣା ମଧ୍ୟରେ ରକ୍ତଦାନ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ଓଡ଼ିଶା ମୋ ପରିବାର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave a Reply