ବଢୁଛି ସଂକ୍ରମଣ, ବଢିଲା ବେଡ ସଂଖ୍ୟା

ଭୁବନେଶ୍ୱର: ମାଡି ଚାଲିଛି ସଂକ୍ରମଣ, ଗଡି ଚାଲିଛି ସଂଖ୍ୟା । ଦୈନିକ କୋଭିଡ ସଂଖ୍ୟା ୨ ହଜାର ପାର କଲାଣି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଆଜିଠାରୁ କୋଭିଡ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଛି । ସମ୍‌ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି ।

ସେହିପରି ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଆଇସିୟୁ ସହ ମୋଟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେଉଛି । ଏହାସହ ଗତବର୍ଷ ବିଏମସି ଦ୍ଵାରା ଅନୁବନ୍ଧିତ ଅନ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକ ସହ ଆଲୋଚନା ଓ ଯୋଗାଯୋଗ କରାଯାଇଛି ।

ଆବଶ୍ୟକ ହେଲେ ପର୍ଯ୍ୟାୟ କ୍ରମେ ଅଧିକ ବେଡ୍ ଖୋଲାଯିବ ବୋଲି କହିଛନ୍ତି ବିଏମସି କମିଶନର। ଏହାସହ ପଣା ସଂକ୍ରାନ୍ତି ଏବଂ ମୁସଲମାନ ସଂମ୍ପ୍ରଦାୟଙ୍କ ପର୍ବ ରମଜାନ ପାଇଁ ବିଏମସି ପକ୍ଷରୁ ଏସଓପି ଜାରି । କେବଳ ଧର୍ମାନୁଷ୍ଠାନ ଗୁଡିକରେ ବିଧି ରକ୍ଷା ମୁତାବକ ପୂଜାର୍ଚ୍ଚନା କରିବାକୁ ଅନୁମତି ରହିଛି ।

Leave a Reply