ପୁଣି ରାଜଧାନୀ ଭୁବନେଶ୍ବରକୁ ସମ୍ମାନଜନକ ପୁରସ୍କାର

ଭୁବନେଶ୍ବର: ପୁଣି ରାଜଧାନୀ ଭୁବନେଶ୍ବରକୁ ସମ୍ମାନଜନକ ପୁରସ୍କାର। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ବରକୁ ମିଳିଛି ସ୍ବଚ୍ଛ ସହର ପୁରସ୍କାର। ଚଳିତଥର ଭୁବନେଶ୍ବର ରାଙ୍କ ୩୪ ରହିଛି । ଗତଥର ଏହି ପୋଜିସନ ୮୦ ରହିଥିଲା । ଏହା ସହ ଭୁବନେଶ୍ବର ପାଇଛି ପ୍ରଥମ ଓ୍ବାଟର ପ୍ଲସ ପୁରସ୍କାର। ଗତ ଥର ଏହା ଓଡିଏଫ୍ ପ୍ଲସ ପ୍ଲସ ରହିଥିଲା । ଅଳିଆ ମୁକ୍ତ ସହର ଭାବେ ମଧ୍ୟ ଭୁବନେଶ୍ବରକୁ ମିଳିଛି ସମ୍ମାନ। ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଥ ପ୍ରଦର୍ଶନ ଯୋଗୁ ବିଏମସି ଏହି ପୁରସ୍କାର ହାସଲ କରିଥିଲା କହିଛନ୍ତି ସୁଲୋଚନା ଦାସ । ଏହାସହ ସହର ବାସୀଙ୍କ ସହଯୋଗ ଯୋଗୁ ଏହି ସଫଳତା ମିଳିଛି । ଏନେଇ ସବୁବେଳେ ବିଏମସିକୁ ସହାୟତା କରିବାକୁ ଅପିଲ କରିଛନ୍ତି ସୁଲୋଚନା । ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିକୁ ସ୍ବଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଛି । ୧୫ ହଜାର ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ଏହି ପୁରସ୍କାର ପାଇଛି ସହର ।