ବଢ଼ିଲା ବିଜେଡି ବଳ, ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ଓ୍ୱାର୍ଡର ସ୍ୱାଧୀନ କର୍ପୋରେଟର

ଭୁବନେଶ୍ୱର: ରାଜଧାନୀରେ ବଢ଼ିଲା ବିଜେଡି ବଳ । ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ସୁଷମା ସାହୁ । ସେ ଚଳତି ପୌର ନିର୍ବାଚନରେ ବିଜେଡି ଟିକେଟ ନ ପାଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ୫୬୭ ଖଣ୍ଡ ଭୋଟରେ ସେ ଜିତିଥିଲେ । ସେ ଦଳରେ ଥିଲେ ଆଉ ଆଜି ବିଜେଡିକୁ ଭୁବନେଶ୍ୱର ମହାନଗର ନିଗମରେ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିର୍ଦ୍ଦେଶ ଦେବେ, ତାକୁ ପାଳନ କରି କାମ କରିବେ ବୋଲି କହିଛନ୍ତି ସୁଷମା ସାହୁ । ଏହି ମିଶ୍ରଣ ଉତ୍ସବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।