ବିବାହ ଓ ବ୍ରତ ପାଇଁ ବିଏମସିର ସ୍ୱତନ୍ତ୍ର ଗାଇଡଲାଇନ, ୨୫ତାରିଖରୁ କାର୍ଯ୍ୟକାରୀ ହେବ ଗାଇଡଲାଇନ୍

ଭୁବନେଶ୍ୱର: ଆଗକୁ ଆସୁଛି ବିବାହ ଋତୁ । ସଂକ୍ରମଣକୁ ଚେକ୍ ଦେବାକୁ ବିଏମସି ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଆଡଭାଇଜରୀ । ନଭେମ୍ବର ୨୫ରୁ ଲାଗୁ ହେବାକୁ ଥିବା ଏହି ଗାଇଡଲାଇନରେ ୧୦୦ମଧ୍ୟରେ ସୀମିତ ରଖାଯିବା ସହ ରାତି ୯ଟା ପରେ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ ।

ସେହିଭଳି ବାହାରୁ ଆସୁଥିବା ଲୋକଙ୍କୁ ୨୮ଦିନର ସଙ୍ଗରୋଧ ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ଲକ୍ଷଣ ଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ରହିଛି କଟକଣା । ସବୁ କଟକଣାକୁ ମାନିବାକୁ ଲୋକେ ପ୍ରସ୍ତୁତ ଥିଲେ ହେଁ ରାତ୍ରକାଳିନ କଟକଣାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ବିଏମର ଆଡଭାଇଜରୀକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ବିବାହ ଭଳି ସାମାଜିକ କାର୍ଯ୍ୟର ଆୟୋଜନକୁ ନେଇ ଲୋକଙ୍କ ଦାବି ଓ ସମସ୍ୟାକୁ ମଧ୍ୟ ଗୁରୁତର ସହ ନେଇଛି ବିଏମସି । ତେବେ କୋହଳ କରିବାକୁ ନିଷ୍ପତ୍ତି ପାଇଁ ଚିନ୍ତା କରାଯାଉଥିବା କହିଛନ୍ତି ଅତିରିକ୍ତ କମିଶନର । ଦୀର୍ଘ ମାସ ଧରି ରାଜଧାନୀବାସୀ ପ୍ରଶାସନକୁ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ସବୁ କଟକଣାକୁ ପାଳନ କରିବେ ଏହି ଆଶା ରଖିଛି ବିଏମସି ।

Leave a Reply