spot_img

Latest Posts

ଗୋରୁ ବେପାରୀଠାରୁ ଲୁଟ୍ ଘଟଣା, ୫ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ସଫଳତା । ଗୋରୁ ବେପାରୀଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଘଟଣାରେ ୭ରୁ ୮ ଜଣ ଡକାୟତ ସାମିଲ ଥିବା ବେଳେ ପାଞ୍ଚ ଜଣ ଡକାୟତଙ୍କୁ କାବୁ କରି କୋର୍ଟଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସପି ଅବିଳାଷ ଜୀ. ସୂଚନା ଦେଇଛନ୍ତି । ଡକାୟତିରେ ବ୍ୟବହାର ମlରଣାସ୍ତ୍ର, ଧଳା ରଙ୍ଗର କାର, ଭୁଜାଲି ସହ ୯୮ ହଜାର ଟଙ୍କା ପୋଲିସ ଜବତ କରିଛି  । ଗତ ୨୮ତାରିଖ ଭୋର ସକାଳୁ ବୁଢିସିଣ୍ଢୋଲ ଗାଁର ଗୋରୁ ବ୍ୟାପାରୀ କ୍ଷେତି ବାରିକ ଓ ବାଗଦଳ ଗାଇଗରିଆ ୨ଲକ୍ଷ, ଅଢେଇ ହଜାର ଟଙ୍କା ଧରି ବାଇକରେ ଆଗଲପୁର ବ୍ଳକ ରୋଥ ଗୋରୁ ବଜାରକୁ ବାଇକରେ ଯିବା ସମୟରେ ଲୁଟର ଶିକାର ହୋଇଥିଲେ । ଡକାୟତ ମାନେ କାରରେ ପିଛା କରି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ମାଡ ମାରି ସବୁତକ ଟଙ୍କା ଲୁଟ କରି ଫେରାର ମାରିଥିଲେ । ଗୋରୁ ବେପାରୀ ଡକାୟତଙ୍କ ଆକ୍ରମଣରେ ଲହୁଲୁହାଣ ଅବସ୍ଥାରେ ପୁଇଁତଳା ଥାନାକୁ ପହଞ୍ଚି ଏତଲା ଦେଇଥିଲେ । ଏତଲା ଦେବା ସମୟରେ ଅଭିଯୁକ୍ତ ଜୟଦ୍ରଥ କୁଆଁର ମଧ୍ଯ ଲୁଟର ଶିକାର ବ୍ୟକ୍ତିଙ୍କ ସହ ଥାନାକୁ ପହଞ୍ଚି ଏତଲା ଦେଇଥିଲା ।

Latest Posts

Don't Miss